ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଅସୀମା ଚାଟର୍ଜୀ (ବଙ୍ଗାଳୀ: অসীমা চট্টোপাধ্যায়) (୨୩/୦୯/୧୯୧୭ରୁ ୨୨/୧୧/୨୦୦୬) ଜଣେ ଭାରତୀୟ ରସାୟନ ବିଜ୍ଞାନୀ ଥିଲେ ଓ ଜୈବରସାୟନ ବିଜ୍ଞାନ (organic chemistry) ଓ ଫାଇଟୋମେଡିସିନ ବିଷୟରେ କାମ କରିବା ଯୋଗୁ ଖ୍ୟାତନାମା ଥିଲେ । ଭିନକା ଆଲକାଲଏଡ ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପର୍ଯ୍ୟବେଶିତ ଥିଲା ଓ ଅପସ୍ମାର ବାତ (Epilepsy) ତଥା ମ୍ୟାଲେରିଆର ଔଷଧ ଖୋଜିବା ତାଙ୍କର ଅନ୍ୟତମ କାମ ଥିଲା । ଭାରତର ଔଷଧୀୟ ବୃକ୍ଷ ପଦାର୍ଥ ଉପରେ ଅନେକ ସନ୍ଦର୍ଭ ଲେଖିଥିଲେ ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ଵପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଦୁର୍ଗା ପୂଜା ଆଶ୍ଵିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ । ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ଵାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ ।
ପାଗଳ କରିଚୁ ତୁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ଏସ୍ ନରସିଂହ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରୀକାନ୍ତ ଗୌତମ ଚଳଚ୍ଚିତ୍ରଟିର ସଂଳାପ ଏବଂ ଗୀତଗୁଡ଼ିକ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଟାଇଫସ (ଇଂରାଜୀ ଭାଷାରେ Typhus, ଅନ୍ୟ ନାମ ଟାଇଫସ ଜ୍ୱର/ typhus fever,) ରୋଗସମୂହ ଏକ ସଂକ୍ରାମକ ରୋଗ (infectious diseases) ଦଳ ଯେଉଁଥିରେ ଏପିଡେମିକ ଟାଇଫସ (epidemic typhus), ସ୍କ୍ରବ ଟାଇଫସ (scrub typhus) ଓ ମୁରାଇନ ଟାଇଫସ (murine typhus) ଆଦି ରୋଗ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ସବୁ ରୋଗରେ ସାଧାରଣତଃ ଜ୍ୱର, ମୁଣ୍ଡବଥା ଓ ରାସ ଦେଖାଯାଏ । ସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୋଇଯାଏ ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ନଅଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ତିନିଦିନରେ ମା’ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରିର ଶେଷ ଦିନରେ ବିଜୟା ଦଶମୀ ପାଳିତ ହୋଇଥାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର (ପୌଷ, ମାଘ, ଚୈତ୍ର, ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତ ଋତୁରେ ପାଳିତ ହେଉଥିବା (ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ପ୍ରମାତ୍ର ପରିସଂଖ୍ୟାନ ଅନୁସାରେ ଉଷ୍ମାଗତିକ ସନ୍ତୁଳନ (ଈଂରାଜୀରେ Thermodynamic Equilibrium)ରେ ରହିଥିବା ଏବଂ ପରସ୍ପରକୁ ପ୍ରଭାବିତ କରୁନଥିବା କଣିକାମାନେ କେଉଁ ଭିନ୍ନ ଭିନ୍ନ ଶକ୍ତି ଅବସ୍ଥା ପ୍ରାପ୍ତ କରିପାରିବେ ତାହା ଦୁଇଟି ଉପାୟରେ ନିରୂପିତ ହୋଇପାରେ । ଏହି ଦୁଇଟି ସମ୍ଭାବ୍ୟ ଦିଗ ମଧ୍ୟରୁ ଗୋଟିଏ ହେଲା - ବୋଷ-ଆଇନ୍ଷ୍ଟାଇନ୍ ପରିସଂଖ୍ୟାନ (ଈଂରାଜୀରେ Bose–Einstein Statistics ବା B–E Statistics) । ବୋଷ-ଆଇନ୍ଷ୍ଟାଇନ୍ ପରିସଂଖ୍ୟାନ ପାଳନ ବା ଅନୁସରଣ କରୁଥିବା ଓ ଏକ ପ୍ରକାରର ଶକ୍ତି ଅବସ୍ଥାରେ ରହିଥିବା କଣିକାମାନଙ୍କ ଏକତ୍ରିକରଣ ଯୋଗୁଁ ଲେଜର୍ ଆଲୋକର ସମ୍ମିଳିତ ପ୍ରବାହ ଓ ଅତିତରଳ ହିଲିୟମର ଘର୍ଷଣହୀନ ପ୍ରବାହ ପରି ପ୍ରଭାବ ପରିଦୃଷ୍ଟ ହୁଏ । କଣିକାମାନଙ୍କର ଏପରି ବ୍ୟବହାର ୧୯୨୪-୨୫ ମସିହାରେ ସତ୍ୟେନ୍ଦ୍ର ନାଥ ବୋଷଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା । ସତ୍ୟେନ୍ଦ୍ର ଜାଣି ପାରିଥିଲେ ଯେ ଏକ ଓ ଅଭିନ୍ନ ଦିଶୁଥିବା କଣିକାମାନେ ଏହିଭଳି ବିନ୍ୟାସରେ ରହିପାରିବେ । ଏହି ଭାବନାକୁ ଆଇନଷ୍ଟାଇନ୍ ଗ୍ରହଣ କରିଥିଲେ ଓ ସତ୍ୟେନ୍ଦ୍ରଙ୍କ ସହ ମିଳିତ ଉଦ୍ୟମରେ ଏହାର ପ୍ରସାର କରିଥିଲେ ।
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ଵାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଗୁପ୍ତବୃନ୍ଦାବନ ନାମରେ କଥିତ ଛୁରିଅନା ବକୁଳବନରୁ ଗୋପବନ୍ଧୁ ଦାସଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ସମାଜ ଏକ ସଙ୍ଗେ କଟକ, ବାଲେଶ୍ଵର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ଵାରା ପରିଚାଳିତ ହେଉଛି । ଗୋପାଳ ମହାପାତ୍ର ଏବେ ସମାଜର ସମ୍ପାଦକ ଏବଂ କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ ।ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ , ନାରୀ ମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ଫଳରେ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ଘଟିଥିଲା । ସେହି ସମୟରେ ଏହାର ପ୍ରଭାବ ଓଡ଼ିଶାର ନାରୀ ମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ , ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ । ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ । ସେ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗ ନେଇଥିଲେ । ସ୍ଵାଧୀନତା ଆନ୍ଦଳୋନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।
ଜଗନ୍ନାଥ ଚେତନାର ବାହାକ ଚାରଣ ଗୋଷ୍ଠୀ ଚାରଣ ଗୋଷ୍ଠୀ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା : ଚାରଣ ଗୋଷ୍ଠୀ –ସୁସ୍ଥ ସମାଜ ଗଠନ ପାଇଁ ଏକ ଅଧ୍ୟାତ୍ମିକ ତଥା ସମାଜିକ ଅନୁଷ୍ଠାନ (ରାଜ୍ୟ ସରକାରଙ୍କ ଅଧିନରେ ପଞ୍ଜିକୃତ) । ଇଷ୍ଟ – ଶ୍ରୀ ଜଗନ୍ନାଥ । ଭାବ – ଜଗନ୍ନାଥ ସର୍ବସ୍ୱ । ଦର୍ଶନ-ଶ୍ରୀ ଜଗନ୍ନାଥ ଚେତନା । ଲକ୍ଷ୍ୟ- ସୁସ୍ଥ ସମାଜ ଗଠନ । ପଥ- ଆର୍ଯ୍ୟପଥ । ଆର୍ଯ୍ୟପଥର ସ୍ୱରୁପ -ତ୍ୟାଗର ପଥ । ତ୍ୟାଗର ପରିଣାମ – ସତ୍ୟର ଅନୁଭୁତି ବା ସ୍ୱଧର୍ମ ପାଳନ । ସାଧନାମାର୍ଗ – ଚରୈବେତି ଚରୈବେତି ଚରେନବୈ ମଧୁବିଦନ୍ତି । ସ୍ମରଣୀୟ ନାମ – ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବାୟ (ଆନୁଷ୍ଠାନିକ) ଓ ପ୍ରତ୍ୟହ କୀର୍ତ୍ତନୀୟ ନାମ , ବିଶ୍ୱାସ – “ଆଚର ପ୍ରଭାବୋ ଧର୍ମ ଧର୍ମସ୍ୟ ପ୍ରଭବୋଚ୍ୟୁତ” , ନିତ୍ୟକର୍ମ – ଚାରଣ ସ୍ୱଧ୍ୟାୟ । କରଣୀୟ- ଚାରଣ ଚର୍ଯ୍ୟା ପାଳନ ଯଥା – ୧-(କ) କାୟ –ମନ - ବାକ୍ୟରେ ଜଗନ୍ନାଥ ସର୍ବସ୍ୱ ଭାବରେ ବିଶ୍ୱାସ । (ଖ) ଶ୍ରୀ ବିଷ୍ଣୁ ସହସ୍ରନାମ ସହ ଗୀତା କିମ୍ବା ଭାଗବତ ସ୍ୱାଧ୍ୟାୟ । ( ଅତି କମରେ ସକାଳ/ରାତ୍ରି ଭୋଜନ ପୂର୍ବରୁ ) ୨- ସଦାଚାର ପାଳନ (ଯାହାକୁ କେହି ଖରାପ କହୁ ନଥିବେ ) ୩- ଦେଶତ୍ମବୋଧ (ନିଜକୁ ନ୍ୟୁନ ମନେ କରୁ ନଥିବେ ) ୪- ସେବା ( ପରକୁ ସାହାଯ୍ୟ କରିବା ) ୫- ଅତ୍ମ ସମୀକ୍ଷା (ଶୋଇବା ପୂର୍ବରୁ ନିଜର କାର୍ଯ୍ୟର ଭଲ ମନ୍ଦ ବିଚାର ପୂର୍ବକ ନିଜକୁ ଚଳାଇବା ) ସ୍ଥୂଳ ସାଧନା : ୧- ନିତ୍ୟ ସ୍ୱାଧ୍ୟାୟ । ୨- ଚାରଣୀୟ ସତ୍ସଙ୍ଗରେ ଯୋଗଦାନ । ୩- ଇଷ୍ଟପ୍ରୀତି ପ୍ରଦାନ । ୪- ସଦାଚାରରେ ପ୍ରବୃତ । ୫- ଅସଦାଚାରରୁ ନିବୃତ । ଚାରଣ ଚର୍ଯ୍ୟା (ଚାରଣ ମାନଙ୍କର ପାଳନୀୟ ଆଚରଣ) ୧- ଜଗନ୍ନାଥ ସର୍ବସ୍ୱ (କ) ପ୍ରଭୁ ଜଗନ୍ନାଥ ଜଗତର ସ୍ରଷ୍ଟା । ତାଙ୍କରି ଇଚ୍ଛାରୁ ଜଗତର ସୃଷ୍ଟି । ସେ ସ୍ରଷ୍ଟା ସୃଷ୍ଟିର କାରଣ ବୋଲି କାୟ-ମନ-ବାକ୍ୟରେ ଦୃଢ ଭାବରେ ବିଶ୍ୱାସ କରିବା । (ଖ) ସର୍ବଦା ଜଗନ୍ନାଥ ନାମ ସ୍ମରଣ ଓ କୀର୍ତ୍ତନ ପୂର୍ବକ ଜୀବନ ଯାତ୍ରା ନିର୍ବାହ କରିବା । (ଗ) ଭଗବତ ଚରଣାରବିନ୍ଦରେ ସମସ୍ତ କର୍ମଫଳ ସମର୍ପଣ କରିବା । (ଘ) ପ୍ରତ୍ୟେକ ସୃଷ୍ଟିରେ ଭାଗବତ ସତ୍ତା ଅନୁଭବ କରିବା । (ଙ) ପ୍ରତ୍ୟହ ପ୍ରାତଃ , ସାୟଂକାଳୀନ ପ୍ର୍ରାର୍ଥନା , ସଦ୍ଗ୍ରନ୍ଥ ପାଠ ଯଥା ସମ୍ଭବ କରି ନିର୍ମାଲ୍ୟ ସେବନ କରିବା ପରେ ଅନ୍ନ ଗ୍ରହଣ କରିବା । (ଚ) ଯଥା ସମ୍ଭବ ସତ୍ସଙ୍ଗ , ଜଗନ୍ନାଥ ତତ୍ତ୍ୱ ସମ୍ବନ୍ଧରେ ଅଧ୍ୟୟନ , ସ୍ମରଣ, ଆଚରଣ ଓ ପ୍ରଚାର କରିବା । ଦୈନିକ , ସାପ୍ତହିକ , ମାସିକ ବୈଠକରେ ଯୋଗ ଦେବା ଏବଂ ପ୍ରବ୍ରଜ୍ୟାରେ ସାଧନା କରିବା । ୨- ସଦାଚାର : (କ) ସତ୍ ଚିନ୍ତା , ସତ୍ କର୍ମ , ଓ ସତ୍ କଥନ ପ୍ରଭୃତି ସତ୍ ବିବେକ ଅନୁମୋଦିତ ମାର୍ଗରେ ପ୍ରବୃତ ହେବା । (ଖ) ସମସ୍ତ କର୍ମରେ ସତ୍ୟ , ଅହିଂସା , ତ୍ୟାଗ ଭାବ ଅନୁସରଣ କରିବା । (ଗ) ଦୁଷ୍ଟକର୍ମ , ପରର ଅମଙ୍ଗଳ କରିବାରୁ ନିବୃତ ହେବା । (ଘ) ସାତ୍ୱିକ ଅହାର ଗ୍ରହଣ , ଅନୁଦ୍ଧତ ପୋଷାକ ପରିଧାନ ପୂର୍ବକ ସରଳ , ନିରାଡମ୍ବର ଜୀବନ ଯାପନ କରିବା । (ଙ) ପିତାମାତା , ଗୁରୁଜନ ମାନଙ୍କୁ ଭକ୍ତି କରିବା । ପ୍ରତ୍ୟେହ ସ୍ୱଧ୍ୟାୟ ପରେ ବା ପୂର୍ବରୁ ପ୍ରଣାମ କରିବା । ୩- ଦେଶାତ୍ମବୋଧ : (କ) ନିଜକୁ ଓ ନିଜର ଦେଶକୁ ଭଲ ପାଇବା । (ଖ) ଜୀବନର ସମସ୍ତ କାର୍ଯ୍ୟରେ ଦେଶ ଓ ଜାତିପ୍ରୀତି ପ୍ରଦର୍ଶନ କରିବା । (ଗ) ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କ୍ଷୁଦ୍ରତର ସ୍ୱାର୍ଥ ତ୍ୟାଗ କରିବା । (ଘ) ପ୍ରତ୍ୟେକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା । ଚାରଣୀୟ ବନ୍ଧୁ ଓ ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ ପୂର୍ବକ ‘ଜୟ ଜଗନ୍ନାଥ ‘ ଉଚ୍ଚାରଣ କରି ସମ୍ମାନ କରିବା । (ଙ) ଦେଶ ଓ ଜାତିର ସ୍ୱାଭିମାନ , ପୂଜ୍ୟ ପୂଜା ପାଇଁ ସଚେତନ ହେବା । (ଚ) ଦେଶ ଓ ଜାତିର ନିନ୍ଦା ବା କ୍ଷତି ହେଲା ଭଳି କାର୍ଯ୍ୟ ନ କରିବା । ୪- ସେବା : (କ) ଆପଦ ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା । (ଖ) ସ୍ୱଜନ ଓ ପତିବେଶୀମାନଙ୍କ ସୁଖ ଦୁଃଖରେ ଭାଗୀ ହେବା । (ଗ) ସତ୍ ପାତ୍ରରେ ଯଥାଶକ୍ତି ସ୍ୱାଧିକାର (ଦାନ) ସମର୍ପଣ କରିବା । ଇଷ୍ଟପ୍ରୀତି ଦେବା ପାଇଁ ନିଷ୍ଠାବାନ ହେବା । (ଘ) ସମସ୍ତ କାର୍ଯ୍ୟକୁ ଭଗବତ ସେବା ବିଚାର ପୂର୍ବକ କରିବା । (ଙ) ପ୍ରତ୍ୟେକଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ କରି ପାରୁ ନ ଥିଲେ ସମବେଦନଶୀଳ ହେବା । ୫-ଆତ୍ମ ସମୀକ୍ଷା: (କ) ପ୍ରତ୍ୟେକ କାର୍ଯ୍ୟ ବିବେକ , ଶାସ୍ତ୍ର ଓ ସମାଜ ଅନୁମୋଦିତ କି ନାହିଁ ବିଚାର କରିବା । (ଖ) ନିଜର କାର୍ଯ୍ୟ, ସୃଷ୍ଟି ଓ ସମାଜର ମଙ୍ଗଳ କରୁଛି କି ନାହିଁ ବିଚାର କରିବା । (ଗ) ନିଜର ଭୁଲ ଜାଣିଲେ ଗୁରୁ , ଗୁରୁଜନ , ପିତାମାତା ଓ ସଦାଚାରୀମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ପୂର୍ବକ ନିଜକୁ ସଂଶୋଧନ କରିବା । (ଘ) ପୁନର୍ବାର ଭୁଲ ନ କରିବା ପାଇଁ ସଚେତନ ହେବା । ବ୍ୟକ୍ତିଗତ ଜୀବନ ସୁସ୍ଥ କରି ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ଚାରଣ ‘ଚାରଣ ଚର୍ଯ୍ୟା’ ବ୍ରତ ନିÂାରେ ପାଳନ କରିବା ବିଧେୟ । ଏହାଦ୍ୱାରା ଆତ୍ମାର ମୁକ୍ତି ଓ ଜଗତର ମଙ୍ଗଳ ହୁଏ । ଅନ୍ୟଥା ଚାରଣ ବ୍ରତ ଅପୂର୍ଣ୍ଣ ହେବ । ପ୍ରଭୁ ଜଗନ୍ନାଥଙ୍କ ଚରଣାରବିନ୍ଦରେ ନିଜକୁ ଉସôର୍ଗ କରନ୍ତୁ । “ ଜୟ ଜଗନ୍ନାଥ “ ଚାରଣର ମୂଳ ଚର୍ଯ୍ୟା : ସମସ୍ତ ଶାସ୍ତ୍ରର ନିର୍ଯ୍ୟାସକୁ ପାରିପାଶ୍ୱିର୍କ ପରିସ୍ଥିତିରେ ଯୁଗୋପଯୋଗୀ ଭାବେ ଉପଯୋଗ କରି ଚାରଣ ଗୋଷ୍ଠୀ ତାର ମୌଳିକ ଲକ୍ଷ୍ୟ ସୁସ୍ଥ ସମାଜ ଗଠନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଅଛି । ସେମାନଙ୍କ ଦୃଷ୍ଟିରେ ସୁସ୍ଥ ସମାଜ ତାହା ଯେଉଁଠାରେ ମଣିଷ ଶାନ୍ତ ବିଶ୍ୱ ପ୍ରକୃତି ମଧ୍ୟରେ ସୁଖରେ , ଭଦ୍ର ଭାବରେ , ନୀରୋଗ, ଦୁଃଖହୀନ ଜୀବନ ଯାପନ କରୁଥିବ । ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ସେ ସାଧନା ସିଦ୍ଧ ଚାରଣ ଚର୍ଯ୍ୟା ପାଳନ କରିବାକୁ ନିଜର ମାର୍ଗ ଭାବରେ ଗ୍ରହଣ କରିଅଛି । ତାର ମୁଖ୍ୟ ଅଙ୍ଗ : ଜଗନ୍ନାଥ ସର୍ବସ୍ୱ ଭାବ : ପ୍ରଭୁ ଗଜନ୍ନାଥଙ୍କୁ ସୃଷ୍ଟିର ସ୍ରଷ୍ଟାର କାରଣ ଭାବରେ କାୟ – ମନ - ବାକ୍ୟରେ ଇଷ୍ଟ ଭାବରେ ଗ୍ରହଣ କରିଥାନ୍ତି । ସବୁ ଧର୍ମର ନିର୍ଯ୍ୟାସକୁ ଜନପୋଯୋଗୀ ସାଧକମାନଙ୍କର ସିଦ୍ଧି ବୋଲି ସେମାନେ ଗ୍ରହଣ କରନ୍ତି । କିଛି ବ୍ୟତିକ୍ରମକୁ (ଯୁଗର ପ୍ରଭାବ ହେତୁ) ଛାଡିଦେଲେ ସୂକ୍ଷ୍ମ ବା ଚେତନ ସ୍ତରରେ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳରେ ପ୍ରଭୁ ଜଗନ୍ନାଥ ସନାତନ ଚେତନାର ପ୍ରତୀକ ଭାବରେ (ସର୍ବ ଧର୍ମର ମୌଳିକ ନିର୍ଯ୍ୟାସ , ନିର୍ଭରଶୀଳତା ) ଏବେ ବି ପ୍ରତ୍ୟକ୍ଷ ଲୀଳା କରୁଅଛନ୍ତି ବୋଲି ଚାରଣମାନେ ଦୃଢ ବିଶ୍ୱାସ କରନ୍ତି । ସାକାର-ନିରାକାର , ଏକ ଈଶ୍ୱର –ବହୁ ଇଶ୍ୱର କୌଣସି ଭେଦ ଜଗନ୍ନାଥ ଚେତନାରେ ବାସ୍ତବ କ୍ଷେତ୍ରରେ ନାହିଁ । ସେ ‘ ସର୍ବ ଦେବ ମୟୀ ହରି ‘ । ତାଙ୍କର ମହିମାର ପ୍ରଚାର ଓ ପ୍ରସାର କରାଗଲେ (ଜଗନ୍ନାଥ ଚେତନା) ବିଶ୍ୱରେ ଘଟୁଥିବା ଜଗନ୍ନାଥ ସର୍ବସ୍ୱ ଭାବକୁ ନିଜେ ଆନ୍ତରିକତାର ସହିତ ଆଚରଣ କରିଥାନ୍ତି । ପୂର୍ବୋକ୍ତ ସ୍ୱଧ୍ୟାୟ , ସତ୍ସଙ୍ଗ ସେମାନଙ୍କ ସାଧନା ପାଇଁ ଉଦ୍ଧିଷ୍ଟ । ସେବା : ଜଗତକୁ ଜଗନ୍ନାଥମୟ ଭାବୁ ଥିବାରୁ , ନିର୍ଭରଶୀଳତା ମଣିଷର ସହଜାତ ଗୁଣ ହୋଇଥିବାରୁ , ଅପରକୁ ସାହାଯ୍ୟ କରିବା ବା ସେବା କରିବା ଚାରଣମାନଙ୍କର ପରମ ଧର୍ମ ଭାବରେ ଗୃହୀତ । ତେଣୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେ ସାମର୍ଥ୍ୟ ଅନୁଯାୟୀ ସେବକାର୍ଯ୍ୟ ହାତକୁ ନେଇଥାନ୍ତି । ସେଗୁଡିକ ମଧ୍ୟରେ ସମାଜ ସଂସ୍କାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା - ନିଶା ନିବାରଣ , ଯୌତୁକ ଗ୍ରହଣ ନକରିବା , ଜାତିଭେଦ , ଅସ୍ପୃଶ୍ୟତା ଆଦି ଦୁର କରିବା , ଦୁଃଖୀ ଦରିଦ୍ର ଅନାଥଙ୍କୁ ବିଭିନ୍ନ ଭାବରେ ସହାୟତା କରିବା , ପ୍ରାକୃତିକ ବିପର୍ଯ୍ୟୟ ତଥା ବିପଦ ସମୟରେ ସହାୟତା କରିବା , ଶିଶୁମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ , ବୈଷୟିକ ଉନ୍ନତି ପାଇଁ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ , ସୁଲଭରେ ଶିକ୍ଷା ଓ ତଥ୍ୟ ଯୋଗାଣ ପାଇଁ ପୁସ୍ତକ ପ୍ରକାଶନ , ଔଷଧ ପ୍ରସ୍ତୁତିକରଣ , ଗ୍ରାମାଞ୍ଚଳ ରାସ୍ତାଘାଟ ପ୍ରଭୃତି ପରିମଳ କରିବା ଏବଂ ଲୁପ୍ତପ୍ରାୟ ଆଧ୍ୟାତ୍ମିକ କେନ୍ଦ୍ର ମଠବାଡି ମନ୍ଦିର ପ୍ରଭୃତିର ପୁନଃ ଉଦ୍ଧାର କାର୍ଯ୍ୟ ପ୍ରଭୃତି ସ୍ଥାନୀୟ ଆବଶ୍ୟକତାକୁ ଚାହିଁ କରିଥାନ୍ତି । ଅବଶ୍ୟ ଲୋକବଳ ଅର୍ଥବଳର ସ୍ୱଳ୍ପତା ହେତୁ ବୃହତ୍ତର ସେବା କାର୍ଯ୍ୟଗୁଡିକ ବାସ୍ତବରେ ହାତକୁ ନିଆଯାଇ ପାରିନାହିଁ । ଏପରି ପରିସ୍ଥିତି ଆସିଛି ବା ଆସୁଛି ଯାହା ଚାରଣ କଳ୍ପନାରେ ଅଛି ତାହା କରାଯାଇପାରି ନାହିଁ । କିନ୍ତୁ ଅସାମର୍ଥ୍ୟତା ଜାଣି ସହାନୁଭୁତିର ସହ କାର୍ଯ୍ୟରେ ସହାୟତା ପାଇଁ ପ୍ରଭୁଙ୍କୁ ନିଶ୍ଚୟ ପ୍ରାର୍ଥନା କରଥାନ୍ତି । ଅନ୍ୟ ଭାଷାରେ କହିଲେ ନିଜର ସେବା ଭାବନା ପାଇଁ ସେମାନେ ସଦା ସଚେତନ ଥାନ୍ତି । ଆତ୍ମ ସମୀକ୍ଷା : ଚାରଣମାନଙ୍କର ଆତ୍ମ ସମୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚର୍ଯ୍ୟା । ସେମାନଙ୍କର ଉପରୋକ୍ତ ଚାରିଗୋଟି ଚର୍ଯ୍ୟା ପାଳନ ନିମନ୍ତେ ନିର୍ଦ୍ଧାରିତ ନୀତି ଅନୁଯାୟୀ ସେମାନେ ଚଳୁଛନ୍ତି କି ନାହିଁ ତାହା ବିଚାର କରିବାକୁ ସେମାନେ ଗୁରୁତ୍ୱ ଦେଇଥାନ୍ତି ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଓ ପରେ ତାହା ବିବେକ ଅନୁମୋଦିତ କି ନୁହେଁ , ତାହା ବିଚାର କରିଥାନ୍ତି । ଯଦି କାର୍ଯ୍ୟବଶତଃ ବିଚାର କରିବା ପାଇଁ ସମୟ ପାଆନ୍ତି ନାହିଁ ନିଶ୍ଚିତ ଭାବରେ ଶୋଇବା ପୂର୍ବରୁ ବିଚାର ,ଦୈନିକ କାର୍ଯ୍ୟର ଆତ୍ମିକ ସମୀକ୍ଷା କରିଥାନ୍ତି । କୌଣସି ପରିସ୍ଥିତିରେ ନିଜର ଦୋଷ ଦୁର୍ବଳତା ଜାଣିଲେ ତାହା ସଂଶୋଧନ କରିଥାନ୍ତି । ସଦାଚାର : ବିଭିନ୍ନ ଶାସ୍ତ୍ରରେ ଥିବା ସଦାଚାରକୁ ସର୍ବାନ୍ତକରଣରେ ଚାରଣମାନେ ଗ୍ରହଣ କରନ୍ତି । ତାହା ସାଧାରଣ ମଣିଷ ମାନଙ୍କ ପକ୍ଷେ ଦୁଃର୍ବୋଧ୍ୟ ହେବ ବୋଲି ସେମାନେ ସାଧାରଣରେ ଅନାଚାର, ପାପ , ଖରାପ , ଅଧର୍ମ , ଅନୀତି , ନିର୍ଭରଶୀଳତାର ବିରୋଧ ପ୍ରଭୃତି ଆଚରଣ ବୋଲାଇ ନଥବା କାର୍ଯ୍ୟ ଅସଦାଚାର ବୋଲି ଗ୍ରହଣ କରିଛନ୍ତି । ସେଥିପାଇଁ ସେମାନେ ସ୍ଥାନୀୟ ପ୍ରଭାବକୁ ଗୁରୁତ୍ୱ ଦେଇଥାନ୍ତି । ତେଣୁ କୌଣସି କାର୍ଯ୍ୟ କଲାବେଳେ ଶାସ୍ତ୍ରୀୟ ଉଚିତ ଅନୁଚିତ ବିଧିନିଷେଧ ପ୍ରଭୃତିକୁ ଦୃଷ୍ଟିକୁ ନେଇ ସ୍ଥାନ-କାଳ- ପାତ୍ର ଭେଦରେ ସମାଜରେ କ’ଣ କରଣୀୟ ନିର୍ଦ୍ଧାରଣ କରିଥାନ୍ତି । ସଦାଚାର ନିର୍ଦ୍ଧାରଣ କରିବା ପୂର୍ବରୁ ବିବେକ ଅନୁମୋଦିତ କର୍ମକୁ ଉଚିତ କର୍ମ ବୋଲି ଗ୍ରହଣ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସେ ବିଚାର କରିଥାନ୍ତି । ତେଣୁ ଅବଟାରେ ନ ଯିବା ଚାରଣର ମୂଳ ଆଚରଣ । ଦେଶାତ୍ମବୋଧ : ଦେଶାତ୍ମବୋଧ ସାଧାରଣତଃ ଦେଶ ବା ଜନ୍ମସ୍ଥାନକୁ ଉଚ୍ଚ ମାନ ଦେବାକୁ ବୁଝା ଯାଇଥାଏ । ଅନେକ ସ୍ତରରେ ଭଲମନ୍ଦ ବିଚାର ନକରି ଦେଶପାଇଁ ଗର୍ବ କରିବାକୁ ବୁଝା ଯାଇଥାଏ । ମାତ୍ର ଚାରଣମାନେ ଦେଶକୁ ଭଲ ପାଇବା ସହ ଆତ୍ମବୋଧକୁ ଯୋଡି କିଛି ସିନ୍ଧାନ୍ତ କରିଥାନ୍ତି । ସେହି ଦୃଷ୍ଟିରୁ କେବଳ ଦେଶକୁ ନୁହେଁ ନିଜକୁ ଓ ନିଜର ମାନକୁ ଯଥା ନିଜ ଦେହ , ପରିବାର ନିଜ ଗ୍ରାମ ବା ଅଞ୍ଚଳ , ଜିଲ୍ଲା , ପ୍ରଦେଶ , ଦେଶ , ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ପାଇବାକୁ ହିଁ ଦେଶାତ୍ମ ବୋଧ ବୋଲି ବୁଝିଥାନ୍ତି । ଶାସ୍ତ୍ରୀୟ ନିୟମ , କ୍ଷୁଦ୍ରତ୍ତର ଆବଶ୍ୟକତାକୁ ବୃହତ୍ତର ଆବଶ୍ୟକତା ଦୃଷ୍ଟିରୁ ତ୍ୟାଗ କରିବା ନ୍ୟାୟରେ ବିଚାର କରି ଦେଶାତ୍ମବୋଧକୁ କାର୍ଯ୍ୟରେ ପରିଣତ କରିଥାନ୍ତି । ଉଦାହରଣ ସ୍ୱରୂପ ପରିବାରର ଆନନ୍ଦ ପାଇଁ ନିଜର ସ୍ୱାର୍ଥ ବଳି ଦେଇଥାନ୍ତି । ତେଣୁ କୌଣସି ପରିସ୍ଥିତିରେ ସୁଦ୍ଧା ନିଜକୁ ବା ନିଜର ଆତ୍ମୀୟମାନଙ୍କୁ ନୁ୍ୟନ ମନେ କରନ୍ତି ନାହିଁ । ଭଗବାନଙ୍କ ସନ୍ତାନ ହିସାବରେ ସମସ୍ତଙ୍କ ସମସ୍ୟା ବିଚାର କଲାବେଳେ ନିଜ ପାଇଁ ଯାହା ଉପଯୋଗୀ ତାହା ସମସ୍ତଙ୍କ ପାଇଁ ଉପଯୋଗୀ ବୋଲି ଧରି କାର୍ଯ୍ୟ କରିଥାନ୍ତି । ନିଜର ପରମ୍ପରା , ଚଳଣୀ , ମହାନତା ପ୍ରଭୃତିକୁ ବଜାୟ ରଖିବା ପାଇଁ ସଚେତନ ଥାନ୍ତି । ନିଜ ଦେଶ , ଜାତ. ଧର୍ମ, ପରିବାରର ନିନ୍ଦା ହେଲା ଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ । ସ୍ଥୂଳଚର୍ଯ୍ୟା: ଚାରଣର ମୌଳିକ ଚର୍ଯ୍ୟା ଗୁଡିକ ମଧ୍ୟରୁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ଚାରଣ ପାଞ୍ଚଟି ସ୍ଥୂଳଚର୍ଯ୍ୟା ପାଳନ କରିବା ପାଇଁ ସାଧନାର ଗତି ହିସାବରେ ଗ୍ରହଣ କରାଯାଇଛି ।ଏହି ସ୍ଥୂଳଚର୍ଯ୍ୟା ଗୁଡିକ ଯାହା ବାହାରୁ କରାଯାଉଥିବାର ଜଣାଯାଇପାରେ । ୧- ନିତ୍ୟ ସ୍ୱଧ୍ୟାୟ ( ନିଜର ସୁବିଧା ଅନୁଯାୟୀ) କରିବା । ସାଧାରଣତଃ ଚାରଣମାନେ ପ୍ରାତଃକାଳରେ ଶ୍ରୀବିଷ୍ଣୁସହସ୍ରନାମ, ପୁରୁଷୋତ୍ତମ ଯୋଗ ଓ ହନୁମାନ ଚାଳିଶା ପାଠ କରିଥାନ୍ତି ଏବଂ ସନ୍ଧ୍ୟାରେ ଭାଗବତ ଗୀତା, ବିଭିନ୍ନ ସ୍ତୁତି ଓ ଭଜନ ତଥା ଗୀତ ଗୋବିନ୍ଦ ପାଠ କରିଥାଆନ୍ତି । ଏହି ଉପାସନାର ବିଧି ନିର୍ଦ୍ଧାରଣ ପ୍ରଭୁଙ୍କ କୃପାରୁ ଅନୁଭବଦ୍ୱାରା ସିଦ୍ଧ ହୋଇ ଜଗତରେ ଚାରଣ ଗୋଷ୍ଠୀଦ୍ୱାରା ଉପଯୋଗ କରାଯାଉଅଛି । ଏହାକୁ ଶାସ୍ତ୍ର ସମ୍ମତ ଉପାସନା ପଦ୍ଧତି ଭାବରେ ଗ୍ରହଣ କରାଯାଇଅଛି । ୨- ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ ପାଇଁ ପ୍ରଭୁଙ୍କୁ ପ୍ରୀତି କରୁଥିବା ଚାରଣମାନଙ୍କ ସହ ସମୁହ ପ୍ରାର୍ଥନା , ସାପ୍ତାହିକ , ମାସିକ ବୈଠକରେ ଯୋଗଦାନ କରିବା , ବାର୍ଷିକ ଉସôବ ସମ୍ମିଳନୀ , ପ୍ରବ୍ରଜ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ସାମୁହିକ ଅନୁଷ୍ଠାନରେ ଯୋଗ ଦିଅନ୍ତି । ଅର୍ଥାତ୍ ସତ୍ସଂଗ ପାଇଁ ଆଗ୍ରହ ପ୍ରକାଶ କରନ୍ତି । ୩- ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ନିଜର ସାମର୍ଥ୍ୟ ଅନୁଯାୟୀ କିଛି ସମୟ, ଶ୍ରମ ତଥା ଅର୍ଥ ଦାନ କରିବାର ଅଭ୍ୟାସ ଚାରଣମାନେ କରିଥାନ୍ତି । ଯାହାଦ୍ୱାରା ଚାରଣ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭୁଙ୍କ ନାମ , ଗୁଣ , ମହିମା ପ୍ରଚାର କରିବାରେ ବିନିଯୋଗ ହୋଇଥାଏ । ଏହାକୁ ଇଷ୍ଟପ୍ରୀତି କୁହାଯାଏ । ୪- ନିଜ ଭିତରେ ଥିବା ସତ ପ୍ରବୃତ୍ତି ସଦାଚାର (ପୂର୍ବରୁ ବର୍ଣ୍ଣନା କରଯାଇଛି ) ପାଳନ କରନ୍ତି । ୫- ଅସଦାଚାରରୁ ନିବୃତ୍ତି । କିଛି ବଦଭ୍ୟାସ ତଥା ବଦଗୁଣ ନିଜର ଥିବାର ଜାଣିଲା ମାତ୍ରେ ତ୍ୟାଗ କରିଥାନ୍ତି । ଯେଉଁମାନେ ୫ଟି ସ୍ଥୂଳଚର୍ଯ୍ୟା ନିଷ୍ଠାର ସହିତ ପାଳନ କରୁଥିବାର ଲକ୍ଷ୍ୟ କରଯାଏ ତାହାଙ୍କୁ ସକ୍ରିୟ ଚାରଣ ଭାବରେ ଗ୍ରହଣ କରାଯାଏ । ପ୍ରତ୍ୟେକ ସକ୍ରିୟ ଚାରଣ ସ୍ଥୂଳଚର୍ଯ୍ୟା ବ୍ୟତୀତ ନିମ୍ନ ଲିଖିତ ବାହ୍ୟ ଆଚରଣ ଗୁଡିକ ପାଳନ କରିଥାନ୍ତି । ୧-ନିତ୍ୟ ନିର୍ମାଲ୍ୟ /ଚରଣୋଦକ ସେବନ । ୨- ପିତା, ମାତା , ସ୍ୱାମୀ ଓ ଗୁରୁଜନ ମାନଙ୍କୁ ପାଦଛୁଇଁ ପ୍ରଣାମ । ୩- ଜୟ ଜଗନ୍ନାଥ ଧ୍ୱନୀ ସହ ଚାରଣ ମାନଙ୍କୁ ପାଦଛୁଇଁ ମାନ୍ୟ , ଶ୍ରଦ୍ଧା ପ୍ରଦର୍ଶନ । ୪- ଅନୁଦ୍ଧତ ପୋଷାକ ପରିଧାନ , ୫-ସରଳ ଓ ନିରାଡମ୍ବର ଜୀବନଯାପନ । ୬-ପ୍ରତ୍ୟେକ ଚାରଣମାନଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବା । ୭-ସଦ୍ଗ୍ରନ୍ଥ ଓ ଆଧ୍ୟାତ୍ମିକ ଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା କରିବା । ୮- ପ୍ରଭୁ ଜଗନ୍ନାଥଙ୍କ ସମ୍ବନ୍ଧରେ ପ୍ରତ୍ୟହ କିଛି ନା କିଛି ଆଲୋଚନା ମାଧ୍ୟମରେ ସମ୍ବନ୍ଧ ରଖିବା । ତଥା ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି । ନିଜର ଇଷ୍ଟ ଜଗନ୍ନାଥଙ୍କର ବା ତାଙ୍କ ନାମର ନିନ୍ଦା ନ ହେବା ପାଇଁ ସଚେତନ ଥାନ୍ତି । କାର୍ଯ୍ୟକ୍ରମ : ଚାରଣ ମାନଙ୍କର ସାଧନାର ଆଧାର ନିତ୍ୟ ସତ୍ସଙ୍ଗ ହୋଇଥିବାରୁ ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି । ସେଗୁଡିକ ମଧ୍ୟରେ (୧) ସ୍ଥାନୀୟ ଭାଇମାନଙ୍କ ସାପ୍ତାହିକ , ମାସିକ ବୈଠକ (୨) ଅଞ୍ଚଳ ଓ ମଣ୍ଡଳ ସ୍ତରରେ ଶ୍ରୀ ରାମ , ଶ୍ରୀ କୃଷ୍ଣ , ଭାଗବତ , ରାସ ପୂର୍ଣ୍ଣିମା , ଜାନୁୟାରୀ ୨୬, ଚାରଣ ଜୟନ୍ତୀ ଓ ଗାଁ ମାନଙ୍କର ବାର୍ଷିକ ଉତ୍ସବ ପାଳନ କରିଥାନ୍ତି । ଏହା ବ୍ୟତିତ ସାମୟିକ ଭାଗବତ ସପ୍ତାହ , ଯଜ୍ଞ , ମାନ. ଗୀତା ପାରାୟଣ , ଶିକ୍ଷା ଶିବିର ଇତ୍ୟାଦି ସାଧନା କାର୍ଯ୍ୟକ୍ରମ କରିଥାନ୍ତି । (୩) କେନ୍ଦ୍ର ସ୍ତରରେ ବାର୍ଷିକ ସମ୍ମିଳନୀ , ପ୍ରବ୍ରଜ୍ୟା (ଗ୍ରାମକୁ ଗ୍ରାମ ପ୍ରଭୁ ଜଗନ୍ନାଥଙ୍କ ସହ ଯାତ୍ରାକରି ଲୋକ ସଂଗ୍ରହ କରିବା ) (୪) ଦଳ ପ୍ରବ୍ରଜ୍ୟା (ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ) ଯେଉଁଠାରେ ଚାରଣ ଗୋଷ୍ଠୀ ନାହିଁ ସେହିଠାରେ ଜଗନ୍ନାଥ ଚେତନା ପ୍ରଚାର କରିବା ଓ ଚାରଣ ଗୋଷ୍ଠୀ ସମ୍ବନ୍ଧରେ ଧାରଣା ଦେବା : (୫) ପ୍ରତ୍ୟେକ ଚାରଣ ନିଜ ନିଜର ବନ୍ଧୁ , ପରିଚିତ ଲୋକ , ପ୍ରିୟ ଜନଙ୍କ ପାଖରେ ଚାରଣ ଗୋଷ୍ଠୀର ବାର୍ତ୍ତା ପହଞ୍ଚାଇ ବ୍ୟକ୍ତି ସଂଗ୍ରହ କରିଥାନ୍ତି । ୬- ପାଞ୍ଚ ଜଣରୁ ଅଧିକ ଚାରଣ ଭାଇ ଥିବା କ୍ଷୁଦ୍ର ପରିବେଶ ମଧ୍ୟରେ ତଥା ଗାଁ ବା ସାହିରେ ସକ୍ରିୟ ଶିକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଶାଖା ଗଠନ କରିଥାନ୍ତି । ତନ୍ମଧ୍ୟରୁ ଅଗ୍ରଗାମୀ ଚାରଣ ମାନେ ଦଳପତି ଓ ସମ୍ପାଦକ ଭାବରେ କାର୍ଯ୍ୟ କରିଥାନ୍ତି । ଶାଖାର ସଭ୍ୟ ସଂଗ୍ରହ କରିବା ମାଧ୍ୟମରେ ଜଗନ୍ନାଥଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିଥାନ୍ତି । (୭) ପାଞ୍ଚ ବା ସାତଟି ଶାଖାକୁ ନେଇ ମଣ୍ଡଳ ଓ ଚାରି ବା ପାଞ୍ଚଟି ମଣ୍ଡଳକୁ ନେଇ ଅଞ୍ଚଳ ଗଠନ କରାଯାଇ ଥାଏ (୮) ଜଗନ୍ନାଥଙ୍କ ସମ୍ବନ୍ଧୀୟ ପୁସ୍ତକ ତଥା ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶନ ନିମନ୍ତେ ଏକ ପୁସ୍ତକ ପ୍ରକାଶନ ପାଣ୍ଠି ଗଠନ କରାଯାଇ ବିଭିନ୍ନ ପୁସ୍ତକ ଓ ତ୍ରୟମାସିକ “ଉନ୍ମନା “ ନାମରେ ଏକ ମୁଖପତ୍ର ପ୍ରକାଶ କରାଯାଉଅଛି । ବିଶେଷତ୍ୱ : ୧- ଜଗତରେ ସୃଷ୍ଟିର ପ୍ରାରମ୍ଭରୁ ସାଧାରଣ ମଣିଷକୁ ଧର୍ମ ମାର୍ଗରେ ପ୍ରବୃତ କରି ସମାଜକୁ ସୁସ୍ଥ କରିବା ପାଇଁ ବହୁ ମୁନି , ଋଷି , ସାଧକ , ମହାପୁରୁଷ ଗଣଙ୍କର ପ୍ରଚେଷ୍ଟାକୁ ଯୁଗୋପଯୋଗୀ ଭାବରେ (ଏ ସମୟର ଲୋକମାନେ କରିପାରିଲା ଭଳି ଢଙ୍ଗରେ ) ପ୍ରୟୋଗ କରିବା ଚାରଣ ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟ । ୨- ସାଧାରଣରେ ଏହା ନୀତିଗତ ଭାବରେ ରଖା ଯାଇଥିବା ବେଳେ ଚାରଣ ଗୋଷ୍ଠୀ ଏହାକୁ ଆନ୍ତରିକତାର ସହିତ ନିଜର ଇଚ୍ଛାକୁ (ବାକ୍ୟକୁ) କାର୍ଯ୍ୟ ବା ନିଜର ବିଚାର ଧାରାକୁ ଅନ୍ୟ ଆଗରେ ଉପସ୍ଥାପନା କରି ବା କାର୍ଯ୍ୟକାରୀ କରି ତାହାର ଯଥାର୍ଥତା ପରୀକ୍ଷା କରି ନିଅନ୍ତି । ପ୍ରଭୁଙ୍କୁ ଆତ୍ମାର ନିର୍ଦ୍ଦେଶକ ଭାବରେ ଗ୍ରହଣ କରି ନିଜର ସମସ୍ତ କର୍ମକୁ ତଥା ତାର ପରିଣାମକୁ ପ୍ରଭୁଙ୍କୁ ସମର୍ପଣ କରି ଆତ୍ମ ସୁଖ ଲାଭ କରିଥାନ୍ତି । ଚାରଣ ମାନେ ଶାସ୍ତ୍ର ନିର୍ଦେଶକୁ ଆଚରଣରେ ପ୍ରଦର୍ଶନ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ସେମାନେ ଶାସ୍ତ୍ରକୁ ଆଚରଣ କରନ୍ତି । ଯାହା କହନ୍ତି , ତାହା କରନ୍ତି । ୩- ହିନ୍ଦୁ ଧର୍ମରେ ଥିବା ବିଭିନ୍ନ ସଂପ୍ରଦାୟିକ ତଥା ଗୁରୁବାଦୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଥିବା ବିଭେଦ ବୋଧକୁ ଦୂର କରି ଜଗନ୍ନାଥଙ୍କର ବାନା ତଳେ ସଙ୍ଗଠିତ କରି ହିନ୍ଦୁ ଧର୍ମରେ ଥିବା ମୌଳିକ ଅଭାବ ସାର୍ବଜନିନ ସଙ୍ଗଠନ ପ୍ରତିଷ୍ଠା କରିବା । ୪- ବିଶ୍ୱରେ ଥିବା ବିଭିନ୍ନ ଧର୍ମ ଧାରଣା , ଉପାସନା ପଦ୍ଧତିରେ ମୌଳିକ ଲକ୍ଷ୍ୟକୁ ନେଇ ସବୁ ଧର୍ମ ସହ ସମନ୍ୱୟ ରକ୍ଷା କରିବା । ୫- ପ୍ରଭୁ ଜଗନ୍ନାଥ ହିଁ ସର୍ବଶ୍ରେଷ୍ଠ ଇଷ୍ଟ ଓ ନିର୍ଭରଶୀଳତା ତଥା ସହାବସ୍ଥାନ ପ୍ରଭୃତି ମଣିଷର ସନାତନ ଚେତନାକୁ ଜଗନ୍ନାଥ ଚେତନା ଭାବରେ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା ୬- ଏହି ଲକ୍ଷ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଶ୍ରୀ ଜଗନ୍ନାଥଙ୍କର ତତ୍ତ୍ୱ , ମହିମା ଏବଂ ଲୀଳାକୁ ଜନପ୍ରିୟ କରିବା । ୮- ତେଣୁ ଜାତି , ଧର୍ମ , ବର୍ଣ୍ଣ , ଅଞ୍ଚଳ , ଦେଶ , ବିଦେଶ , କୌଣସି ଭେଦ ଚାରଣମାନେ ରଖନ୍ତି ନାହିଁ । ୯- ମାନବୀୟ ମୂଲ୍ୟବୋଧକୁ ସମ୍ମାନିତ କରନ୍ତି । ୧୦- ନାରୀ ଓ ପୁରୁଷ ସାଧନା ଦୃଷ୍ଟିରୁ ବୈଷମତାକୁ ଦୂର କରିଥାନ୍ତି ବରଂ ଆବଶ୍ୟକ ସ୍ଥଳରେ ନାରୀମାନଙ୍କର ପ୍ରାଧାନ୍ୟ ସ୍ୱୀକାର କରାଯାଏ । ୧୧- ସମାଜରେ ଥିବା ଶ୍ରେଣୀ ଭେଦରେ ଧନୀ , ଦରିଦ୍ର , ଶିକ୍ଷିତ , ଅଶିକ୍ଷିତ , ଜ୍ଞାନୀ , ଅଜ୍ଞାନ , ଚାଷୀ , ମୂଲିଆ , କର୍ମଚାରୀ , ପିଲା , ବଡ , ରାଜନୈତିକ , ଅଣ ରାଜନୈତିକ , ପ୍ରତ୍ୟେକଙ୍କ ପାଇଁ ସର୍ବନିମ୍ନ ସାର୍ବଜନୀନ ସାଧନ ପଦ୍ଧତି – ‘ଚାରଣୀୟ ସାଧନା’ ଯାହା କଲେ ପ୍ରତ୍ୟେକ ଦୁଃଖମୟ ସଂସାରରେ ସୁଖରେ.
ଟୀକା ଗୋବିନ୍ଦ ଚନ୍ଦ୍ର ପୁସ୍ତିକା ବୈଦିକ ଯୋଗୀନ୍ଦ୍ର ବିପ୍ରଙ୍କଦ୍ୱାରା ରଚିତ । ନାମରୁ ଅନୁମାନ କରାଯାଏ; ଏହା କୌଣସି ଯୋଗୀ ବା ସନ୍ନ୍ୟାସୀଙ୍କର ହୋଇ ପାରେ । ଯଶୋବନ୍ତ ଦାସଙ୍କ ଗୀତ ଗୋବିନ୍ଦ ଚନ୍ଦ୍ରର ଅନେକ ପଦ୍ୟାଂଶ ଏଥିରେ ପରିଲକ୍ଷିତ ହୁଏ । କିନ୍ତୁ, ଘଟଣାର ପ୍ରବାହ, ଚରିତ୍ର, ପଦର ସଂଯୋଜନା ଯଶୋବନ୍ତ ଦାସକୃତ ଗୀତ ଗୋବିନ୍ଦ ଚନ୍ଦ୍ର ସହିତ ଅବିକଳ ସମାନ । କିନ୍ତୁ, ଟୀକା ଗୋବିନ୍ଦ ଚନ୍ଦ୍ରର ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇ ଥିବାରୁ ଏବଂ ନାଥ ଯୋଗୀମାନେ କେନ୍ଦେରା ବଜାଇ ଏହାକୁ ଜନପଦରେ ଗାନ କରୁଥିବା ଯୋଗୁଁ ଏହା ଜନମାନସରେ ଅତ୍ୟନ୍ତ ପ୍ରସାର ଲାଭ କରିଛି । ମୂଳ ପୋଥିରେ ମଙ୍ଗଳାଚରଣ ଗଣେଶଙ୍କର ହୋଇଛି ଓ ବଙ୍ଗଦେଶର ସମୃଦ୍ଧି ଚିତ୍ରିତ କରାଯାଇଛି । କିନ୍ତୁ ଟୀକା ଗୋବିନ୍ଦ ଚନ୍ଦ୍ର ଆଦ୍ୟପର୍ବରେ ରାମ ନାମରେ ପୋଥି ଆରମ୍ଭ ହୋଇଛି । -ଭଜୁନିକା ରାମ ନାମରେ ଗୋବିନ୍ଦ ଭଜୁନିକା ରାମ ନାମ- ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳଯମ । ଅତି ନାଟକୀୟ ଢଙ୍ଗରେ ଏକୋଇଶ ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ଦର୍ପଣରେ ନିଜ ମୁଖର ସୌନ୍ଦର୍ଯ୍ୟକୁ ଅବଲୋକନ କରି ଆତ୍ମସନ୍ତୋଷ ଲାଭ କରୁଥିବା ଅବସରରେ ନିଜ ମାତାଙ୍କ ଦୃଷ୍ଟିଗୋଚର ହୋଇଛି । କ୍ଷଣଭଙ୍ଗୁର ଜୀବନପ୍ରତି ମୁହ୍ୟମାନ ପୁତ୍ରକୁ ଦେଖି, ମାତା ଅତ୍ୟନ୍ତ କ୍ରୋଧାନ୍ନିତା ହୋଇ ଯାଇଛନ୍ତି । ଦିନେ ଅତି ସନ୍ତର୍ପଣରେ ପୁତ୍ରକୁ ଯୋଗୀ ହୋଇଯିବା ପାଇଁ ନିଷ୍ଠୁର ଆଦେଶ ଦିଅନ୍ତି । ରାମନାମ ଜପକର । ଏହି ରାମନାମ ତୋତେ ଭବ ସାଗରରୁ ଉଦ୍ଧାର କରିବ । ଏହି ରାଜଗାଦି, ଘରସଂସାର ସବୁ ଅଳୀକ ମାତ୍ର । ଏସବୁ ମିଛମାୟାର ସଂସାର । ଏଠାରେ କେହି କାହାର ନୁହେଁ । ଆଜି ଅଛେ, କାଲି ନାହେଁ । ବଡ଼ ନିଷ୍ଠୁର ସେହି କାଳଯମ । ତା’ଦୃଷ୍ଟିରେ କଷି, ପାକଳ ସବୁ ସମାନ । କେତେବେଳେ, କାହାକୁ ବାନ୍ଧିନେବ କେହି କହିପାରିବେ ନାହିଁ । ମଣିଷ ଜନ୍ମହୁଏ, ମରେ । ମାଆ, ବାପା, ଭାଇଭଉଣୀ ତଥା ଆତ୍ମୀୟ ସ୍ବଜନ କାନ୍ଦନ୍ତି । ଦିନେ ଦୁଇଦିନ ନଚେତ୍ ଦଶ ବାରଦିନ କାନ୍ଦନ୍ତି । ତା’ପରେ ସବୁ ଭୁଲି ଯାଆନ୍ତି । ମାତା, ଗୋବିନ୍ଦ ଚନ୍ଦ୍ରଙ୍କୁ ବୁଝାଉଛନ୍ତି- ତୁ ଯୋଗୀ ହୋଇ ଯା, ପରମସୁଖ ପାଇବୁ । ଧର୍ମ ହିଁ ଜୀବନର ଏକମାତ୍ର ସାଥୀ । ଉଦ୍ଭିନ୍ନ ଯୌବନର ଉଦ୍ଦାମତାରେ ରାଣୀମାନଙ୍କ ସହିତ ସୁଖସମ୍ଭୋଗରେ ନିମଗ୍ନ ଗୋବିନ୍ଦ ଚନ୍ଦ୍ର ମାତାଙ୍କର ଏପରି ଆଦେଶକୁ ସହଜରେ ସେ ଗ୍ରହଣ କରିପାରି ନାହାଁନ୍ତି । ମାତାଙ୍କୁ ଜିଜ୍ଞାସା କରିଛନ୍ତି, ଯଦି ଯୋଗୀ କରିଦେବାର ଥିଲା ତେବେ ପିଲାଟି ବେଳରୁ ଯୋଗୀ କରିଦେଲୁନି । ତୁମମନରେ ଯଦି ଏପରି ଥିଲା, ମୋତେ ବାହା କରୁଥିଲୁ କାହିଁକି ? ରାଜମାତା ପୁତ୍ରକୁ ବୁଝାଇଛନ୍ତି, ସନ୍ତାନ ବିୟୋଗରେ ମାଆ ସବୁଦିନ କାନ୍ଦେ । କିନ୍ତୁ, ପତ୍ନୀ କିଛିଦିନ କାନ୍ଦେ । ତୋତେ ପାଇବା ପାଇଁ କେତେ କଷ୍ଟ ସହିଛି । ତୋ ବାପାଙ୍କର ଅନେକ ରାଣୀ ମଧ୍ୟରେ ମୁଁ ଜଣେ ରାଣୀ ଥିଲି । ସବୁରାଣୀ ନିଃସନ୍ତାନ ଥିଲେ । କେବଳ ମୋର ସାତଟି ଝିଅ ହେଲେ, ପୁତ୍ର ସନ୍ତାନ ନହେବାରୁ ରାଜା ବହୁତ କ୍ରୋଧିତ ହେଲେ । ରାଜନଅରଠାରୁ ଦୂରରେ ଅବସ୍ଥିତ ଜଙ୍ଗଲରେ ଥିଲା ଏକ ନିମ୍ବତୋଟା । ସେଠାରେ ମୋର ରହିବା ପାଇଁ ଏକ ଘର ନିର୍ମାଣ କରି, ତାହାର ନାମ ଦେଲେ ‘ନିମଡୋହୀ’। ସେହିଘରକୁ ଲାଗି ଏକ ଘୋଡ଼ାଶାଳ ତିଆରି କଲେ । ରାଜା ସେହି ନିମଡୋହୀରେ ମୋତେ ରଖିଲେ । ପ୍ରତିଦିନ ସେରେ ଚାଉଳ ଓ ବୋଡ଼ିଏ କଉଡ଼ି । ପ୍ରତିଦିନ ସ୍ନାନ ପରେ, ପାଏ ଚାଉଳ ବ୍ରାହ୍ମଣବୈଷ୍ଣବମାନଙ୍କୁ ଦାନ କରେ । ପାଏ ଚାଉଳକୁ ରୋଷେଇ କରି ଦେବତାଙ୍କୁ ପୂଜା କରେ । ଦାନଧର୍ମ ପରେ ଯାହା ବଳେ ସେତିକିରେ ମୁଁ ଚଳେ । ତୋ’ ବାପା ଲୁଣ ନ ଦେଇ, ଦେଉଥାନ୍ତି ଯବକ୍ଷାର । ବାସନ ନ ଦେଇଥିବାରୁ ଗାତ ଖୋଳି ଭାତ ଖାଏ । ତେଲ ବଦଳରେ ଘୋଡାମୂତ, ହଳଦୀ ବଦଳରେ ବଣ ପିପ୍ପଳୀ । ଜାଳେଣି ପାଇଁ ବାରିବାଇଗଣ ଝଟା ଓ କାନକୋଳି କଣ୍ଟା । ତରକାରୀ ପାଇଁ ଦେଉଥାନ୍ତି କଳମଲଟା, ବାଇଗଣ ବେଣ୍ଟ ଆଉ ତୋଡ଼ି ମାଛର ଥଣ୍ଟ । ତେଲ ବିନା କେଶ ମୋର ଜଟା ହୋଇଗଲା । ଶୋଇବାକୁ କିଛି ନଥାଏ, ଘାସ ଉପରେ ଶୋଇପଡ଼େ । ପିନ୍ଧିବାକୁ ଲୁଗା ନଥାଏ, ଗଛ ବକଳ ମୋର ପରିଧାନ । ରାଜା ଲାଉଚନ୍ଦ୍ରଙ୍କର ମୁଁ କନ୍ୟା, ପିତାମାତା ମଉନାବତୀ ବୋଲି ନାମ ଦେଇଥିଲେ । ଆଉ କଷ୍ଟ ସହି ପାରିଲିନାହିଁ, ଦୂତଦ୍ୱାରା ଖବର ଦେଲି ରଙ୍ଗପୁରରେ ଝିଅକୁ ବିବାହ ଦେଇଥିଲ; ସେ ଏବେ ଘୋଡାଶାଳରେ ବନ୍ଦିନୀ । ଆଉ ଘୋଡାଲଣ୍ଡି ପୋଛି ପୋଛି ହାତ ବିଣ୍ଡି ହୋଇଗଲାଣି । ଦୂତଠାରୁ ଏପରି ଖବର ଶୁଣି ରାଜାରାଣୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ଝିଅର ଦୁଃଖ ଦୂର କରିବା ପାଇଁ ଲକ୍ଷେ ମାଢ଼ ସୁନା ଦୂତଦ୍ୱାରା ପଠାଇଲେ । ଏହାକୁ ବିକ୍ରିକରି ନିମଡୋହୀରେ ଏକ ବଡ଼ ନଅର ତୋଳିଲେ । ଏହି ଉଆସ ତୋ ବାପାଙ୍କ ଉଆସଠାରୁ ଅଧିକ ସୁନ୍ଦର ଥିଲା । ଦୈବାତ୍ ତୋ’ବାପା ଦାନ୍ତ ଘଷୁ ଘଷୁ ନିମଡୋହୀ ଆଡ଼େ ଚାଲିଆସିଲେ । ମୁଁ ପୋଷିଥିବା ଶୁଆ ଶାରୀ ସୁନା ପଞ୍ଜୁରୀ ଭିତରୁ ରାଜାଙ୍କୁ ଦେଖି ଡାକିଲେ- ମଣିମା ମଣିମା ! ଗୁହାରୀ ଶୁଣିବା ହୁଅନ୍ତୁ । ରାଜା ଏହା ଶୁଣି ଚକିତ ହେଲେ !
ଦୂତୀ ବାହନ ଓଷା (ଦୁତିଆ ଓଷା, ଦୂତୀଆ ଓଷା, ପୁଅ ଜିଉଁତିଆ ଓଷା, ଦୁତିବାମନ ଓଷା ବା ଜୀମୂତବାହନ ଉପବାସ ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ "ଦୁତିଆ/ଦୂତୀଆ" ବା "ଦୂତୀ ବାହନ ଓଷା" ନାମରେ ପାଳିତ । ଜନନୀମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିଯତ ହୋଇଥାଏ । ଏହି ଦିନ ମା'ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । କେତେକ ସ୍ଥାନରେ ଭାଇମାନଙ୍କର ଶୁଭମନାସୀ ଭଉଣୀମାନେ ଏ ପ୍ରକାର ଓଷା କରୁଥିବାର ଦୃଷ୍ଟାନ୍ତ ରହିଛି ।
ମହିମା ଧର୍ମ (ପୂରା ନାମ "ସତ୍ୟ ମହିମା ଅଲେଖ ଧର୍ମ") ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ଵୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ । ଏହା ପୃଥିବୀର କନିଷ୍ଟତମ ଧର୍ମ ଭାବେ ଜଣା । ଏଥିରେ ବୌଦ୍ଧ ଓ ଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲା ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ଵରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ wik-i-pee-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗଦ୍ଵାରା ପ୍ରଚଳିତ ହେଉଛି |
ସ୍ୱାଧୀନତା ଶବ୍ଦ ଗୋଟିଏ ଦେଶ, ରାଷ୍ଟ୍ର ବା ସାର୍ବଭୌମ ରାଜ୍ୟର ଅବସ୍ଥାକୁ ବୁଝାଏ ଯେଉଁଠାରେ ଏହାର ବାସିନ୍ଦା ଓ ଜନତା ନିଜ ଭୂଖଣ୍ଡରେ ନିଜସ୍ୱ ସରକାର ଗଢ଼ିବାକୁ ଓ ସାର୍ବଭୌମତ୍ୱ ଜାହିର କରିବାକୁ ସକ୍ଷମ ଥାଆନ୍ତି ଓ କୌଣସି ବାହ୍ୟ ଶକ୍ତି ଅଧୀନରେ ନ ଥାଆନ୍ତି । ଏହାର ଓଲଟା ଶବ୍ଦ ପରାଧୀନତା । ଅନ୍ୟ ଗୋଟିଏ ଶବ୍ଦ ସ୍ୱତନ୍ତ୍ର (freedom) ସହିତ ଏହାର ଭ୍ରମ ସୃଷ୍ଟି ହୁଏ । ବ୍ୟକ୍ତିର ଚିନ୍ତା କରିବା ଓ ତଦନୁସାରେ କାର୍ଯ୍ୟ କରିବାର ସ୍ୱାଧୀନତାକୁ ସ୍ୱତନ୍ତ୍ର କୁହାଯାଏ ।
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭିନ୍ନ ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।
ସୁଇଜରଲ୍ୟାଣ୍ଡ / ସ୍ଵିଜରଲ୍ୟାଣ୍ଡ ବା ସ୍ଵିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ଵିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ଵିଜରଲ୍ୟାଣ୍ଡ ଅବସ୍ଥିତ । ସ୍ଵିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗ ଦ୍ଵାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ଵିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳ ଦ୍ଵାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ଵିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ଵ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ଵର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ଵାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ଵରର ପର୍ଶୁରାମେଶ୍ଵର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ଵର ମନ୍ଦିର, ମାର୍କଣ୍ଡେଶ୍ଵର ମନ୍ଦିର,ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ଵର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ଵାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ଵାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ଆନାଫାଇଲାକ୍ସିସ ଏକ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ଯାହା ଚଞ୍ଚଳ ଆରମ୍ଭ ହୁଏ ଓ ଏଥି ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ । ସ୍ୱାଭାବିକ ଭାବରେ ଏହା ଏକାଧିକ ଲକ୍ଷଣ ପ୍ରକାଶ କରେ ଯଥା:- ଗଲୁକାରୀ ରାସ୍, ଜିଭ ଓ ଗଳା ଫୁଲିଯିବା, ଛୋଟ ଛୋଟ ଶ୍ୱାସକ୍ରିୟା, ବାନ୍ତି, ମୁଣ୍ଡ ହାଲୁକା ଲାଗିବା ଓ ନିମ୍ନ ରକ୍ତଚାପ । ଏହି ଲକ୍ଷଣ କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ଵର ନେତାଜୀ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ଵ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ଵରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ଵାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ଵାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ଵର । ପ୍ରତ୍ଯେକ ଧର୍ମ ଈଶ୍ଵରଙ୍କ ସ୍ଥିତିକୁ ସ୍ଵୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ଵତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ଵାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ଵ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ । ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ ।
ବ୍ରହ୍ମା-ବିଷ୍ଣୁ-ମହେଶ୍ଵରଙ୍କୁ ହିନ୍ଦୁଧର୍ମ ବିଶ୍ଵାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ଵର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ଵରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ଵରୂପ ଶିବ ହେଉଛନ୍ତି ମହାକାଳେଶ୍ଵର ।
ଗୋଟିଏ ସ୍ଵାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ଵାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ଵ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ.
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେଇ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।