ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ଅଶୋକ ଚନ୍ଦ୍ର ପଣ୍ଡା (ଜନ୍ମ: ୧୬ ଅପ୍ରେଲ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଏକାମ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମହିଳା ଯୌନାଙ୍ଗ ଛେଦନ (ଇଂରାଜୀରେ Female genital mutilation ବା ଏଫ.ଜି.ଏମ୍ FGM), ଅନ୍ୟ ନାମ ମହିଳା ଯୌନାଙ୍ଗ କର୍ତ୍ତନ (ଇଂରାଜୀରେ female genital cutting) ଓ ମହିଳା ସୁନ୍ନତ୍ (ଇଂରାଜୀରେ female circumcision), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ପିତ ସଂଜ୍ଞା ଅନୁସାରେ ସମସ୍ତ ପ୍ରଣାଳୀ ଯେଉଁଥିରେ ଯୌନାଙ୍ଗକୁ ଅଣଡାକ୍ତରୀ କାରଣ ଯୋଗୁ ଆଂଶିକ ବା ସମ୍ପୁର୍ଣ୍ଣ ବହିଷ୍କାର କରାଯାଏ ବା ଆଘାତ ଦିଆଯାଏ । ଆଫ୍ରିକାର ୨୭ଟି ଦେଶର ଓ ଏସିଆ, ମଧ୍ୟ ପୂର୍ବ ତଥା କେତେକ ଦେଶାନ୍ତରୀ ଲୋକଙ୍କର ଅନେକ ସମ୍ପ୍ରଦାୟ ଏହାକୁ ସାଂସ୍କୃତିକ ପ୍ରଥା ହିସାବରେ ପାଳନ କରନ୍ତି । ଜନ୍ମର କିଛି ଦିନ ପରଠାରୁ ଆରମ୍ଭ କରି ପୁଷ୍ପବତୀ ହେବା ପର୍ଯ୍ୟନ୍ତ ଏହି ପ୍ରଥା ଅନୁସରଣ କରାଯାଏ, ଅର୍ଦ୍ଧେକ ଜଣାଶୁଣା ଦେଶମାନଙ୍କର ଅଧିକାଂଶ ଝିଅ ୫ ବର୍ଷ ବୟସ ପୂର୍ବରୁ ଏହି ପ୍ରଥାର ଶିକାର ହୁଅନ୍ତି । ଏହି ପ୍ରଥାରେ ବିଭିନ୍ନ ଗୋଷ୍ଠି ଏକ ବା ଏକାଧିକ ପଦ୍ଧତି ଅବଲମ୍ବନ କରନ୍ତି । ବିଭିନ୍ନ ପ୍ରଥା: ଆଂଶିକ ବା ସମ୍ପୁର୍ଣ୍ଣ ଭଗାଙ୍କୁର (clitoris) ଓ ତାହାର ଘୋଡ଼ଣି ଛେଦନ; ଆଂଶିକ ବା ସମ୍ପୁର୍ଣ୍ଣ ଭଗାଙ୍କୁର ଓ ଅନ୍ତଃ ଭଗୋଷ୍ଠ; ଅତ୍ୟନ୍ତ ଅମାନୁଷିକ ସମୁଦାୟ ଯୌନାଙ୍ଗ କାଢ଼ିଦେଇ ଯୋନିପଥ (vagina) ବନ୍ଦ କରିଦିଆଯାଏ । ଶେଷୋକ୍ତ ପଦ୍ଧତିରେ ଛୋଟ ଗର୍ତ୍ତ ରଖାଯାଏ ପରିସ୍ରା ଓ ମାସିକ ଋତୁସ୍ରାବ ଯିବା ନିମନ୍ତେ ଓ ଏହାକୁ ଯୌନ ସଙ୍ଗମ ଓ ସନ୍ତାନ ଜନ୍ମ ନିମନ୍ତେ ଖୋଲାଯାଏ । ଏହି ପଦ୍ଧତି ପରେ ସଂକ୍ରମଣ, କ୍ରନିକ ଯନ୍ତ୍ରଣା, ସିସ୍ଟ, ଗର୍ଭ ଅକ୍ଷମତା, ଛୁଆ ଜନ୍ମ ସମୟରେ ଅସୁବିଧା ଓ ସାଂଘାତିକ ରକ୍ତପାତ ହେବା ସମ୍ଭାବନା ଥାଏ । ଲିଙ୍ଗ ଅସମଞ୍ଜତା, ମହିଳାଙ୍କର ଯୌନତାକୁ ନିୟନ୍ତ୍ରଣ କରିବା ପ୍ରଚେଷ୍ଟା, ଓ ପବିତ୍ରତା, ସଞ୍ଜମତା ଓ ବାହ୍ୟ ସୌନ୍ଦର୍ଯ୍ୟ ବଜାୟ ରଖିବା ନିମନ୍ତେ ଏହି ପ୍ରଥା ଭାବନା ମୂଳରେ ଅଛି । ଏହି ପ୍ରଥା ମହିଳା ମାନଙ୍କଦ୍ୱାରା ଆରମ୍ଭ ଓ ଗତିଶୀଳ ହୁଏ ଯେଉଁମାନେ ଏହାକୁ ଗୌରବ ବୋଲି ଭାବନ୍ତି ଓ ଏହା ନ କଲେ ପରବର୍ତ୍ତୀ ପିଢ଼ିର ଝିଅମାନେ ସାମାଜିକ ବହିଷ୍କାରର ଶୀକାର ହେବା ସମ୍ଭାବନା ରହେ । ୧୩୦ ନିୟୁତରୁ ଅଧିକ ମହିଳା ଓ ଝିଅମାନେ ୨୯ଟି ଦେଶରେ ଏହା ଅନୁଭବ କରୁଛନ୍ତି । ଡିଜିବାଉଟି, ଏରିଟ୍ରିଆ, ସୋମାଲିଆ ଓ ସୁଦାନ ଦେଶମାନଙ୍କରେ ୮ ନିୟୁତ ମହିଳା ଯୋନିବନ୍ଦ ପ୍ରଥାର ଶୀକାର ହୋଇଛନ୍ତି । ଏହି ପ୍ରଥା ଚାଲୁଥିବା ଅଧିକାଂଶ ଦେଶମାନଙ୍କରେ ଏଫ.ଜି.ଏମ୍. ପ୍ରଥାକୁ କାନୁନ ବଳରେ ବେନିୟମ ବା ବନ୍ଦ କରିଦିଆଯାଇଛି କିନ୍ତୁ ଏହି ନିୟମ ବଳବତ୍ତର ହୋଇପାରୁ ନାହିଁ । ୧୯୭୦ ମସିହାଠାରୁ ଏହି ପ୍ରଥାକୁ ପରିତ୍ୟାଗ କରିବାକୁ ଲୋକଙ୍କୁ ବୁଝେଇ କୁହାଯାଉଛି ଓ ୟୁନାଇଟେଡ ନେସନ୍ସ ଜେନେରାଲ ଆସେମ୍ବ୍ଲି ଏହାକୁ ମାନବିକ ଅଧିକାର ପରିପନ୍ଥି ଭାବେ ବିଚାର କରିଛି । ବିରୋଧୀମାନେ ମଧ୍ୟ ସମାଲୋଚନା ବିହୀନ ନୁହନ୍ତି ବିଶେଷତଃ ନୃତତ୍ତ୍ୱବିଦ୍ମାନେ । ଏରିକ୍ ସିଲ୍ଭର୍ମ୍ୟାନ୍ ଲେଖିଛନ୍ତି ଯେ ଏଫ.ଜି.ଏମ୍.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୮ ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପାଦ ଭାତୁଡ଼ି (ଇଂରାଜୀ ଭାଷାରେ plantar wart) ଏକ ଭାତୁଡ଼ି wart ଯାହା ପାଦତଳେ (bottom) ବା ପାଦ ଆଙ୍ଗୁଠି (toes) ତଳେ ସୃଷ୍ଟି ହୁଏ । ଏହି ଭାତୁଡ଼ିର ରଙ୍ଗ ଚର୍ମ (skin) ରଙ୍ଗ ସହିତ ସମାନ ଥାଏ । ପୃଷ୍ଠ ଭାଗରେ କଳା ଦାଗ ଦେଖାଯାଇପାରେ । ଏକାଧିକ ଭାତୁଡ଼ି ଗୋଟିଏ ସ୍ଥାନରେ ଦେଖାଯାଇପାରେ । ଏହା ଯୋଗୁ ଚାଲିବା ବେଳେ କଷ୍ଟ ଅନୁଭବ ହୁଏ । ମାନବ ପାପିଲୋମା ଭୁତାଣୁ/ ଏଚପିଭି (Human papillomavirus)/ HPV) ଯୋଗୁ ଏହି ରୋଗ ହୁଏ । ରୋଗ ହେବା ନିମନ୍ତେ ଚମ ଖଣ୍ଡିଆ ହେବା ଆବଶ୍ୟକ । ଗୋଷ୍ଠି ସ୍ନାନ କରୁଥିଲେ, ପୂର୍ବରୁ ଭାତୁଡ଼ି ଥିଲେ ଓ ଦୁର୍ବଳ ଇମ୍ମ୍ୟୁନିଟି (poor immune function) ଥିଲେ ଏହି ରୋଗ ସଙ୍କଟ ରହେ । ଲକ୍ଷଣ ଦେଖି ରୋଗ ସହଜରେ ରୋଗ ନିର୍ଣ୍ଣୟ କରିହୁଏ ।ଲକ୍ଷଣ ଦେଖାଗଲେ ଚିକିତ୍ସା ଆବଶ୍ୟକ ହୁଏ । ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବହାର), କ୍ରାୟୋଥେରାପି (cryotherapy) ଓ ଅପରେଶନ କରି ବାହାର କରିଦେବା ଆଦି ଚିକିତ୍ସା କରାଯାଏ । ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଭାତୁଡ଼ି ଉପରେ ଥିବା ଚମକୁ ବାହାର କରିଦିଆଯାଏ । ପ୍ରାୟ ୧/୩ରୁ ୨/୩ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି କିନ୍ତୁ ଏହା ୨ ବର୍ଷ ନିମନ୍ତେ ଲାଗୁ ହୁଏ । ଏହି ପାଦ ଭାତୁଡ଼ି ଏକ ସାଧାରଣ ରୋଗ । ପିଲା ଓ ଯୁବାବସ୍ଥାରେ ଏ ରୋଗଦ୍ୱାରା ସାଧାରଣତଃ ଆକ୍ରାନ୍ତ ହେବା ଦେଖାଯାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଲାଟିନ ଭାଷା ( /ˈlætɪn/; Latin: lingua latīna; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଆମ୍ଫାନ ଘୂର୍ଣ୍ଣିବାତ୍ୟା ଝଡ଼ ( /ˈɑːmpʌn/) ବର୍ତ୍ତମାନ ବଙ୍ଗୋପସାଗରରେ ପୂର୍ବ ଭାରତ ଓ ବଙ୍ଗଳାଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା । ୨୦୨୦ ଉତ୍ତର ଭାରତ ମହାସାଗର ଘୂର୍ଣ୍ଣିବାତ୍ୟା ଋତୁର ଏହା ପ୍ରଥମ କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା । ୧୯୯୯ ଓଡ଼ିଶା ମହାବାତ୍ୟା ପରେ ଆମ୍ଫାନ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ଘୂର୍ଣ୍ଣିବାତ୍ୟା ।୨୦୨୦ ଉତ୍ତର ଭାରତ ମହାସାଗର ଘୂର୍ଣ୍ଣିବାତ୍ୟା ଋତୁର ପ୍ରଥମ ବିଷଣ୍ଣତା, ନାମିତ ଝଡ଼ବାତ୍ୟା, ଏବଂ ଘୂର୍ଣ୍ଣିବାତ୍ୟା ଭାବେ ଜଣା ଆମ୍ଫାନର ଆରମ୍ଭ ଅପ୍ରେଲ ୨୯ ତାରିଖରେ ବଙ୍ଗୋପସାଗରର ଏକ ଲଘୁଚାପ ଅଞ୍ଚଳ ବୋଲି ଜଣାଯାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ । ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ । ଅଳ୍ପ କେତେକ କେଶ୍ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ । ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) । କୌଣସି ଜ୍ଞାତବ୍ୟ କାରଣ ନ ଥିଲେ ଓ ଉଲ୍ଲେଖନୀୟ ଫୁସଫୁସ ରୋଗ ନ ଥାଇ ନିମୋଥୋରାକ୍ସ ରୋଗ ହେଲେ ତାହାକୁ ପ୍ରାଇମେରୀ ବା ପ୍ରାଥମିକ ନିମୋଥୋରାକ୍ସ କୁହାଯାଏ; କୌଣସି ଫୁସଫୁସ ରୋଗ (lung disease) ଥାଇ ନିମୋଥୋରାକ୍ସ ହେଲେ ତାହାକୁ ସେକେଣ୍ଡାରୀ ନିମୋଥୋରାକ୍ସ କୁହାଯାଏ । ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଧୂମ୍ରପାନ, ସିଓପିଡି, ଆଜ୍ମା ଓ ଯକ୍ଷ୍ମା ମୂଖ୍ୟ ଭୂମିକା ନିଅନ୍ତି । ଏହାର ଅନ୍ୟାନ୍ୟ କାରଣ ମଧ୍ୟରେ ଛାତି ଆଘାତ ବିଶେଷତଃ ବିଷ୍ଫୋଟ ଆଘାତ (blast injury) ଓ ଚିକିତ୍ସା ଜନିତ ଜଟିଳତାରୁ (complication of a healthcare intervention) ହୋଇପାରେ; ଏଣୁ ଏହି ଦଳକୁ ଆଘାତ ନିମୋଥୋରାକ୍ସ ବା ଟ୍ରମାଟିକ ନିମୋଥୋରାକ୍ସ କୁହାଯାଏ ।ନିମୋଥୋରାକ୍ସ ଆକାରରେ ଛୋଟ ଥିଲେ ତାହାର ନିର୍ଣ୍ଣୟ କେବଳ ଶାରୀରିକ ପରୀକ୍ଷାଦ୍ୱାରା କଷ୍ଟସାଧ୍ୟ ହୋଇପାରେ । ଛାତି ଏକ୍ସ-ରେ (chest X-ray), ସିଟି ସ୍କାନ computed tomography ବା ଅଲଟ୍ରାସାଉଣ୍ଡ ultrasound କରି ଏହାର ଉପସ୍ଥିତି ନିର୍ଣ୍ଣୟ କରାଯାଏ । ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗମାନଙ୍କ ନାମ: ହେମୋଥୋରାକ୍ସ (hemothorax), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ହୃଦ୍ଘାତ । ଗୋଟିଏ ବଡ଼ ଫୋଟକା ମଧ୍ୟ ଏକ୍ସ-ରେ ଚିତ୍ରରେ ଏକାଭଳି ଦେଖାଯାଏ । ସ୍ୱତଃ ତିଆରି ନିମୋଥୋରାକ୍ସ ବିନା ଚିକିତ୍ସାରେ ଆପେ ଆପେ ଉପଶମ ହୋଇଯାଏ, ତେଣୁ କେବଳ ତାହାକୁ ସମୟକ୍ରମେ ଅନୁଶୀଳନ ଓ ନିୟନ୍ତ୍ରଣ କରାଯାଏ । କୌଣସି ଫୁସଫୁସ ରୋଗ ନ ଥିବା ରୋଗୀଙ୍କ ନିମନ୍ତେ ଏହି ଚିକିତ୍ସା ଯଥେଷ୍ଟ ହୁଏ । ନିମୋଥୋରାକ୍ସ ଆକାର ବଡ଼ ହୋଇଥିଲେ ବା ରୋଗୀ ଅଣନିଶ୍ୱାସୀ ହୋଇଥିଲେ ଆଭ୍ୟନ୍ତରୀଣ ବାୟୁ କାଢ଼ିଦିଆଯାଏ ସିରିଞ୍ଜ ସାହାଯ୍ୟରେ ବା ଏକ ପଥ ଭଲ୍ଭ (one-way valve system) ଥିବା ଛାତି ନଳୀ ସାହାଯ୍ୟରେ । ଏହି ରୋଗ ବାରମ୍ବାର ହେଲେ ଅଥବା ନଳୀ ନିସ୍କାଷନ ଅସଫଳ ହେଲେ ଅପରେଶନ କରାଯାଏ । ଦୁଇ ପ୍ରକାର ଅପରେଶନ ଉପଲବ୍ଧ ଅଛି; ଗୋଟିକରେ ପ୍ଲୁରାର ଉଭୟ ସ୍ତର ଲାଖିଯିବା (pleurodesis) ବନ୍ଦବୋସ୍ତ କରାଯାଏ, ଯାହାକୁ ପ୍ଲୁରୋଡେସିସ ଅପରେଶନ କୁହାଯାଏ, ଅନ୍ୟ ପନ୍ଥାରେ ପ୍ଲୁରାକୁ କାଢ଼ିଦିଆଯାଏ । ବର୍ଷକୁ ଏକ ଲକ୍ଷ ଲୋକରେ ପ୍ରାୟ ୧୭ରୁ ୨୩ ଜଣକୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ଅଧିକ ହୁଏ ।
ହୃଦ୍ଘାତ (ଇଂରାଜୀରେ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏମ.ଆଇ. ଅଥବା ଆକ୍ୟୁଟ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏ.ଏମ.ଆଇ., ବା ହାର୍ଟ ଆଟାକ୍ ଯଥାକ୍ରମେ Myocardial infarction (MI) or acute myocardial infarction (AMI), commonly known as a heart attack), ରୋଗ ହୁଏ ଯେତେବେଳେ ହୃତ୍ପିଣ୍ଡର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇ ସେହି ସ୍ଥାନର ହୃତ୍ପିଣ୍ଡ ମାଂସପେଶୀ ମରିଯାଆନ୍ତି । ଏହାର ଅତି ସାଧାରଣ ଲକ୍ଷଣ: ଛାତି ଯନ୍ତ୍ରଣା ବା ଛାତି ବେଆରାମ ଯାହା କାନ୍ଧ, ବାହୁ, ପିଠି ଓ ହନୁ ହାଡ଼ ଆଡ଼କୁ ମାଡ଼ିଯାଏ । ଅଧିକାଂଶ ସମୟରେ ଏହି କଷ୍ଟ ଛାତି ମଝିରେ ବା ବାମ ପାଖରେ ହୁଏ ଓ କିଛି ମିନିଟରୁ ଅଧିକ ସମୟ ଧରି ରହେ । ଅନେକ ସମୟରେ ଏହା ଛାତି ଜ୍ୱଳନ ଭଳି ଲାଗେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, ଓକାଳ, ଅଚେତ ଅନୁଭବ, ଥଣ୍ଡା ଝାଳ ଓ ଥକ୍କା ଲାଗିବା ଭଳି ଲାଗେ । ପ୍ରାୟ ୩୦ % ଲୋକଙ୍କର ଅସ୍ୱାଭାବିକ ଲକ୍ଷଣ ଥାଏ, ପୁରୁଷଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ । ୭୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କର ସାମାନ୍ୟ ବା କୌଣସି ଲକ୍ଷଣ ନ ଥାଏ । ହୃଦ୍ଘାତ ଫଳରେ ହୃଦ୍ପାତ (heart failure), ଅନିୟମିତ ହୃତ ସ୍ପନ୍ଦନ ବା ହୃଦ୍ରୋଧ (cardiac arrest) ହୋଇପାରେ । ଅଧିକାଂଶ ହୃଦ୍ଘାତ କରୋନାରୀ ଧମନୀ ରୋଗ ଯୋଗୁ ହୁଏ । ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ରକ୍ତରେ ଅଧିକ କୋଲେଷ୍ଟ୍ରଲ୍, ଦରିଦ୍ର ଖାଦ୍ୟ ଓ ଅତ୍ୟଧିକ ମଦ୍ୟପାନ ମୂଖ୍ୟ ଅଟେ । ରକ୍ତନଳୀରେ ଜମିଥିବା ଆଥେରୋସ୍କ୍ଲେରୋଟିକ ପ୍ଲେକ ଭାଙ୍ଗିଯାଇ କରୋନାରୀ ଧମନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ଏହି ରୋଗ ହୁଏ । କ୍ୱଚିତ, କୋକେନ ଖାଇବା ଯୋଗୁ, ମାନସିକ ଚାପ ଯୋଗୁ ଓ ଅତ୍ୟଧିକ ଥଣ୍ଡା ଯୋଗୁ, କରୋନାରି ଧମନୀର ସ୍ପାଜ୍ମ ହୋଇ ଏମ.ଆଇ. ରୋଗ ହୁଏ । ଇସିଜି, ରକ୍ତ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏସଟି ଉତ୍ଥାନ ଇସିଜି ସାହାଯ୍ୟରେ ଜଣାପଡ଼ିଲେ ଏମ ଆଇ ରୋଗ ନିଶ୍ଚିତ କରାଯାଏ । ସାଧାରଣତଃ ଟ୍ରୋପୋନିନ ଓ ବେଳେ ବେଳେ କ୍ରିଏଟିନ କାଇନେଜ ଏମ.ବି.
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ବାଳକୃଷ୍ଣ ଦାସ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଜଣେ ସଙ୍ଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଓ ଗୁରୁ ଥିଲେ ।ବାଳକୃଷ୍ଣ, ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ବାଳକାଟିର ବସନ୍ତପେଡ଼ିଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ଅବସ୍ଥାନ କରିବା ସମୟରେ କଟକର ସତ୍ୟପ୍ରିୟ ମହାନ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସତ୍ୟପ୍ରିୟ ବାବୁ, କିଶୋର ବାଳକୃଷ୍ଣଙ୍କୁ କଟକ ନେଇ, ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ ପରିଚୟ କରାଇଦେଇଥିଲେ । ଏହାପରେ ବାଳକୃଷ୍ଣଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା କଟକ ସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷୀତିଷ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ, ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇଥିଲେ ଓ ସେଠାରେ ରାଇଚାନ୍ଦ ବରାଳଙ୍କ ବାସଭବନରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ । ବଡେ ଗୁଲାମ ଅଲ୍ଲୀ ଖାନଙ୍କଦ୍ୱାରା ବାଳକୃଷ୍ଣ ପ୍ରଭାବିତ ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦେଖିବାକୁ ମିଳିଥିଲା । ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ"ର ସଙ୍ଗୀତ ସଂଯୋଜନା କରିଥିଲେ । ରାଇଚାନ୍ଦ ବରାଳଙ୍କଠାରୁ, ବାଳକୃଷ୍ଣ ସଙ୍ଗୀତ ନିର୍ଦ୍ଦେଶନା ଓ ଅର୍କେଷ୍ଟା କମ୍ପୋଜିସନ ଶିଖିଥିଲେ । ସେତେବେଳେ ବାଳକୃଷ୍ଣ, ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଦାନ କରୁଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ୱାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ବା ଡିଆଇସି (ଇଂରାଜୀ ଭାଷାରେ Disseminated intravascular coagulation/ DIC) ରୋଗରେ ସାରା ଶରୀରର ରକ୍ତ ଜମାଟ ତିଆରି ହୋଇ ମାଇକ୍ରୋ ରକ୍ତନଳୀଙ୍କୁ (small blood vessels) ଅବରୋଧ କରିଦିଏ । ଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ହୋଇପାରେ । ଅତ୍ୟଧିକ କ୍ଲଟିଙ୍ଗ ଫ୍ୟାକ୍ଟର (clotting factor) ବ୍ୟବହୃତ ହେବା ଫଳରେ ପରିମାଣ କମିଯାଏ ଓ ତା'ପରେ ଅଧିକ ଜମାଟ ନହୋଇପାରି ରକ୍ତସ୍ରାବ ହୁଏ । ଏହି ରକ୍ତସ୍ରାବ ଯୋଗୁ ପରିସ୍ରାରେ ରକ୍ତ (blood in the urine), ଝାଡ଼ାରେ ରକ୍ତ (blood in the stool) ଓ ଚର୍ମରେ ରକ୍ତ ପଡ଼େ । ଫଳରେ ଅଙ୍ଗପ୍ରତ୍ୟଙ୍ଗ ଫେଲ (organ failure) ମାରି କାମ କରିପାରନ୍ତିନି । ସାଧାରଣତଃ ସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy) କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ । ଏହା ବ୍ୟତୀତ ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ କାରଣ ଯୋଗୁ ଅଳ୍ପ କେତେକ ଲୋକଙ୍କର ହୁଏ । ଏହାର ଦୁଇ ପ୍ରକାର ଉପସ୍ଥାପନା ହୁଏ ଯଥା:- ଆକ୍ୟୁଟ ବା ଦୃତ ଆରମ୍ଭ ଓ କ୍ରନିକ ବା ଧୀର ଆରମ୍ଭ । ରକ୍ତ ପରୀକ୍ଷା (Blood tests) କରି ରୋଗ ନିର୍ଣ୍ଣୟ କରିହୁଏ । ରକ୍ତରେ ଥ୍ରମ୍ବୋସାଇଟୋପେନିଆ (low platelets), ଅଳ୍ପ ଫିବ୍ରିନୋଜେନ (fibrinogen), ଅଧିକ ଅଇଏନଆର (INR), ବା ଅଧିକ ଡି-ଡାଇମର (D-dimer) ଥାଇପାରେ । ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ । ଔଷଧ ମଧ୍ୟରେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma) ଦିଆଯାଏ । କ୍ରନିକ କେଶ୍ରେ ହେପାରିନ heparin ଉପକାରରେ ଆସେ । ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% ରୋଗୀଙ୍କର ଏହି ରୋଗ ହୁଏ । ସେପ୍ସିସ ରୋଗଙ୍କ କ୍ଷେତ୍ରରେ ୨୦%ରୁ ୫୦% ରୋଗୀଙ୍କର ଏହି ରୋଗ ହୁଏ । ମୃତ୍ୟୁ ସଙ୍କଟ ମଧ୍ୟ ୨୦-୫୦% ରହେ ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ମଣିଷ ଶରୀରର ଛାଞ୍ଚ ଏକ କେତେଖଣ୍ଡି ହାଡ଼ର ଏକ କଙ୍କାଳ ଉପରେ ଗଠିତ। ସେ ସବୁ ହାଡମାନଙ୍କୁ ଚଳାଇବା ପାଇଁ ନାନାପ୍ରକାରର ଅନେକ ମାଂସପେଶୀ ଓ ମାଂସପେଶୀମାନଙ୍କୁ ଚଳାଇବା ପାଇଁ ସ୍ନାଯୁତନ୍ତୁ ରହିଛି । ମଣିଷର ମଥାରେ ଯେଉଁ ଗେରୁ ଅଛି ତହିଁରୁ ଲାଙ୍ଗୁଳ ଭଳି କିଛି ଗେରୁରୁ ଅନେକ ସ୍ନାଯୁତନ୍ତୁ ବାହାରି ସବୁ ମାଂସପେଶୀମାନଙ୍କୁ ଯାଇଛି । ସେମାନଙ୍କ ଦେହରେ ତଡିତ୍ ପ୍ରବାହ ହୋଇ ମାଂସପେଶୀମାନଙ୍କୁ ଉତ୍ତେଜିତ କରାଇ ଚଳାଇଥାଏ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଓଧ (ଇଂରାଜୀ ଭାଷାରେ Otter) ଏକ ମାଂସଭୋଜୀ ସ୍ତନ୍ୟପାୟୀ ପ୍ରାଣୀ ଓ ଲୁଟ୍ରିନାଏ ପରିବାରର ଅଂଶବିଶେଷ । ଜଳଚର, ଉଭୟଚର ଓ ସାମୁଦ୍ରିକ ସବୁ ପ୍ରକାରର ମିଶାଇଲେ ପ୍ରାୟ ୧୩ଟି ଉପପ୍ରଜାତିର ଓଧ ଦେଖିବାକୁ ମିଳନ୍ତି । ମାଛ ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଏମାନଙ୍କ ମୁଖ୍ୟ ଆହାର । ଲୁଟ୍ରିନାଏ ପ୍ରକୃତରେ ୱିଜେଲ୍ ମଷ୍ଟେଲିଡାଏ ପରିବାରର (ମିଂକ୍, ମାର୍ଟେନ୍, ଗାଡ଼ଭାଲୁ ପ୍ରଭୃତିଙ୍କ ପରିବାର) ଏକ ଶାଖା ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଭୁତାଣୁ ଏକ ସଂକ୍ରାମକ ଏଜେଣ୍ଟ ବା ପ୍ରତିନିଧି (infectious agent) ଯାହା କେବଳ ଜୀବନ୍ତ କୋଷ ଭିତରେ ରେପ୍ଲିକେଟ (replicates) କରେ । ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ଜୀବାଣୁ (bacteria) ଓ ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ୍ତ ସୃଷ୍ଟିକୁ ସଂକ୍ରମଣ କରିପାରେ ।ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି । ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି । ଭୁତାଣୁ ଅନୁଶୀଳନକୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।
କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି । ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ । ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରୁହନ୍ତି । କଲରାପତରିଆ ବାଘମାନେ ୫୮ କି.ମି.
ଓଡ଼ିଆ ସମାଜିକ ଚାଲିଚଳଣିରେ ଆକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିଃସୃତ ଲୋକ କଥା ଯାହା ରୂଢି, ପଦ, କାବ୍ୟାଂଶ, ଲୋକଗୀତର ଅଂଶବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ । ଲୋକକଥା, ଢଗ ଢମାଳି ତଥା ରୂଢି ପ୍ରୟୋଗର ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ମୂଲ୍ୟ କିଛି କମ୍ ନୁହେଁ । ମାନବ ସମାଜରେ ଭାବର ଏହି ବ୍ୟଙ୍ଗାତ୍ମକ ପରିପ୍ରକାଶରେ ସାଂସ୍କୃତିକ, ପୌରାଣିକ ତଥା ସାମାଜିକ ପରମ୍ପରାର ଝଲକ ଦେଖିବାକୁ ମିଳେ । ଆମ ଦୈନନ୍ଦିନ ଜୀବନର ନିତିଦିନିଆ ଘଟଣାକୁ ଏକ ରଚନାତ୍ମକ ତଥା ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରିବାର ଏହି ଅଭିନବ ଶୈଳୀ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ସାଧାରଣତଃ ଢଗ ଢମାଳିକୁ ସାତୋଟି ବିଚାରଧାରାରେ ଉଲ୍ଲିଖିତ କରାଯାଇପାରେ । ଢଗ ଓ ଢମାଳି ସମାନାର୍ଥ ପ୍ରତୀତ ହେଉଥିଲେ ମଧ୍ୟ ଏଥିରେ ଏକ ସୂକ୍ଷ୍ମ ପାର୍ଥକ୍ୟ ଦୁଇଟି ଶବ୍ଦରେ ମଧ୍ୟ ବିଦ୍ୟମାନ । ଢଗରେ ଥାଏ ଶେଷ ଅକ୍ଷରର ମେଳ, ଉପଦେଶମୂଳକ ଏବଂ ଅନୁଭୂତିସିଦ୍ଧ ବଚନ । ଢ଼ମାଳିରେ ଅମେଳଯୁକ୍ତ ଗୀତ ଥାଏ ଏବଂ ସେ ସବୁ ସାଧାରଣତଃ ବ୍ୟଙ୍ଗୋକ୍ତିପୁର୍ଣ୍ଣ। ଯଥା: ବ୍ୟକ୍ତିଗତ, ସାହିତ୍ୟିକ, ବ୍ୟାବହାରିକ, ଧାର୍ମିକ, ସାଂସ୍କୃତିକ, ଔପଚାରିକ ଏବଂ ସଜ୍ଞାନାତ୍ମକ । ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାରେ ଢଗ ଢମାଳିର ସଂଖ୍ୟା କିଛି କମ୍ ନୁହେଁ । ତେବେ ବ୍ୟାବହାରିକ ତଥା ଶୈଳୀଗତ ଦୃଷ୍ଟିରୁ ଓଡ଼ିଆ ଢଗ ଢମାଳିଗୁଡିକୁ ନିମ୍ନମତେ ଭାଗ କରାଯାଇପାରେ:
ବ୍ରୋଙ୍କିଏକ୍ଟାସିସ୍ (ଇଂରାଜୀରେ Bronchiectasis) ଏକ ରୋଗ ଯେଉଁଥିରେ ଫୁସ୍ଫୁସ୍ ଭିତରେ ଥିବା ବ୍ରୋଙ୍କସ୍ ବା ବାୟୁ ନଳୀର କେତେକାଂଶ ଚିରନ୍ତନ ବୃଦ୍ଧି ପ୍ରାପ୍ତ ହୁଏ । ଏହାର ଲକ୍ଷଣ: କ୍ରନିକ କାଶ ସହ ଖଙ୍କାର ବା କଫ ବାହାରେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, କାଶରେ କେବଳ ରକ୍ତ ବା କଫ ମିଶ୍ରିତ ରକ୍ତ ବାହାରେ ଓ ଛାତିରେ ଯନ୍ତ୍ରଣା ହୁଏ । ଶ୍ୱାସକ୍ରିୟା ସମୟରେ ହୁଇଜ (Wheeze) ହୁଏ ଓ ନଖ କ୍ଲବିଙ୍ଗ (Clubbing) ହୁଏ । ନିଶ୍ୱାସ ପ୍ରଶ୍ୱାସ ସମୟରେ ସୁସୁରି ମାରିବାଭଳି ଶବ୍ଦ ବାହାରିବାକୁ ହୁଇଜ ଜୁହାଯାଏ । ଏହି ରୋଗ ଥିଲେ ବାରମ୍ବାର ଫୁସ୍ଫୁସ୍ ସଂକ୍ରମଣ ହୁଏ । ନିମୋନିଆ, ଯକ୍ଷ୍ମା, ଇମ୍ମ୍ୟୁନ ସିସ୍ଟମ ଅସୁବିଧା ଓ ସିସ୍ଟିକ୍ ଫାଇବ୍ରୋସିସ ଭଳି କେତେକ ସଂକ୍ରାମକ ରୋଗ ଓ ସ୍ୱୟଂ ସଂଗ୍ରହକୃତ ରୋଗ ହେଲେ ଫୁସ୍ଫୁସ୍ରେ ପରିବର୍ତ୍ତନ ହୋଇ ଏହି ବ୍ରୋଙ୍କିଏକ୍ଟାସିସ ହୁଏ । ପ୍ରାୟ ସମସ୍ତ ସିସ୍ଟିକ ଫାଇବ୍ରୋସିସ ରୋଗ ପରେ ବ୍ରୋଙ୍କିଏକ୍ଟାସିସ ହୁଏ । ସିସ୍ଟିକ ଫାଇବ୍ରୋସିସ ନ ଥାଇ ୧୦-୫୦ % ରୋଗର କାରଣ ଜଣାଯାଇ ନାହିଁ । ଅତ୍ୟଧିକ ପ୍ରଦାହ ଫଳରେ ବାୟୁ ନଳୀ କ୍ଷୟ ହେବା ଯୋଗୁ ଏ ରୋଗ ହୁଏ । ରୋଗଗ୍ରସ୍ତ ବାୟୁନଳୀ ବୃଦ୍ଧିପ୍ରାପ୍ତ ହେବା ଯୋଗୁ ଏହାର ସ୍ରାବ ନିଷ୍କାସିତ ହୋଇ ପାରେ ନାହିଁ । ବ୍ରୋଙ୍କସ୍ରେ ସ୍ରାବ ଅଟକ ଥିବା ଯୋଗୁ ଜୀବାଣୁ ସଂକ୍ରମଣ ହୁଏ, ଶ୍ୱାସନଳୀ ଅବରୋଗ ହୋଇ ଅଧିକ ନଷ୍ଟ ହୁଏ । ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍ମା ଓ କ୍ରନିକ ଅବସ୍ଟ୍ରକ୍ଟିଭ ପଲ୍ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି । ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ କମ୍ପ୍ୟୁଟର ଟୋମୋଗ୍ରାଫି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । ସାଂଘାତିକ ଅବସ୍ଥା ହେଲେ ସ୍ପୁଟମ୍ ବା ଖଙ୍କାର କଲ୍ଚର୍ କରି ଚିକିତ୍ସା ପ୍ରଣାଳୀ ନିର୍ଣ୍ଣୟ କରାଯାଏ, ଅନ୍ତତଃ ବର୍ଷରେ ଥରେ ।ବ୍ରୋଙ୍କିଏକ୍ଟାସିସ୍ ସହ ସମସାମୟିକ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ ଦେବାକୁ ଉପଦେଶ ଦିଆଯାଏ । ସାଧାରଣତଃ ଆମୋକ୍ସିସିଲିନ ଦିଆଯାଏ, ଏହାର ଆଲର୍ଜି ଥିଲେ ଏରିଥ୍ରୋମାଇସିନ କିମ୍ବା ଡକ୍ସିସାଇକ୍ଲିନ ଦିଆଯାଏ । ରୋଗ ସାଂଘାତିକ ହେବାକୁ ନ ଦେବା ନିମନ୍ତେ ମଧ୍ୟ ଆଣ୍ଟିବାୟୋଟିକ ଦିଆଯାଏ । ବାୟୁନଳୀ ପରିସ୍କାର ରଖିବା ନିମନ୍ତେ ଏକ ଫିଜିଓଥେରାପି କରାଯାଏ । ବ୍ରୋଙ୍କୋଡାଇଲେଟର କେତେକ କ୍ଷେତ୍ରରେ ଦିଆଯାଏ କିନ୍ତୁ ଏହା ସପକ୍ଷରେ ଭଲ ପ୍ରମାଣ ନାହିଁ । ପ୍ରଶ୍ୱାସରେ ସ୍ଟିରଏଡ ଗ୍ରହଣ କଲେ ଉପକାର ମିଳେ । ଅପରେଶନ ସାଧାରଣତଃ କରାଯାଉଥିଲେ ମଧ୍ୟ ଏହାକୁ ଅନୁଶୀଳନ କରାଯାଇ ନାହିଁ । ଅତି ସାଂଘାତିକ ରୋଗରେ ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ ବିକଳ୍ପ ଉପଲବ୍ଧ ଅଛି । ଏହି ରୋଗ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କଲେ ମଧ୍ୟ ଅନେକ ଲୋକ ଭଲରେ ଚଳନ୍ତି । ଇଂଲଣ୍ଡରେ ପ୍ରତି ହଜାର ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ଜଣେ ଏହି ରୋଗ ଭୋଗ କରନ୍ତି । ଏହି ରୋଗ ମହିଳାମାନଙ୍କୁ ବେଶୀ ହୁଏ ଓ ବୟସା ପଢ଼ିବା ସହ ଅଧିକ ହୁଏ । ପ୍ରଥମେ ରେନେ ଲେନେକ ଏହାର ବର୍ଣ୍ଣନା ସନ ୧୮୧୯ରେ କରିଥିଲେ । ଆମେରିକାରେ ଏହି ରୋଗଦ୍ୱାରା ବାର୍ଷିକ ୬୩୦ ନିୟୁତ ଡଲାର କ୍ଷତି ହୁଏ ।
ଅଂଶୁଘାତ ( ଇଂରାଜୀ ଭାଷାରେ Heat stroke, also known as sun stroke) ଏକ ଉତ୍ତାପ ଜନିତ ବେମାରୀ (heat illness) ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,(high blod pressure) ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ Seizures, ରାବଡୋମାୟୋଲାଇସିସ, ବୃକ୍କ ଫେଲ (kidney failure) ଆଦି ଲକ୍ଷଣମାନ ଦେଖାଯାଏ ।ଅତ୍ୟଧିକ ବାହ୍ୟ ଉତ୍ତାପ ଓ ଅଧିକ ଶାରୀରିକ ପରିଶ୍ରମ (physical exertion) ଯୋଗୁ ଏହି ରୋଗ ହୁଏ । ଅତି ଛୋଟ ଓ ଅତି ବୟସ୍କ ବ୍ୟକ୍ତି, ଉତ୍ତାପ ଢେଉ (heat waves), ଅତ୍ୟଧିକ ଆର୍ଦ୍ରତା (humidity), କେତେକ ଔଷଧ, ହୃଦ୍ରୋଗ, ଚର୍ମ ରୋଗ ଯୋଗୁ ଏହି ସଙ୍କଟ ସୃଷ୍ଟି ହୁଏ । ସାରୀରିକ ପରିଶ୍ରମ ନଥାଇ ହେଉଥିବାଅ ରୋଗ ସାଧାରଣତଃ ଅତି ଛହୋଟ ବା ଅତି ବୃଦ୍ଧ ଅବସ୍ଥାରେ ହୁଏ । ଲକ୍ଷଣ ଅନୁଯାୟୀ ରୋଗ ନିର୍ଣ୍ଣୟ କରାଯାଏ । ଏହା ଏକ ପ୍ରକାର ହାଇପରଥର୍ମିଆ (hyperthermia) ବା ଉଚ୍ଚତାପମାତ୍ରା ବେମାରୀ । ଏହା ସାଧାରଣ ଜ୍ୱର ରୋଗଠାରୁ ପୃଥକ୍ ।ପ୍ରତିଷେଧକ ବ୍ୟବସ୍ଥା ମଧ୍ୟରେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ଓ ଅତ୍ୟଧିକ ଗରମରୁ ଦୂରରେ ରହିବାକୁ ଉପଦେଶ ଦିଆଯାଏ । ରୋଗୀର ଦେହକୁ ତୁରନ୍ତ ଥଣ୍ଡା କରିବା ଓ ସାହାଯ୍ୟକାରୀ ଯତ୍ନ (supportive care) ନେବା ଆବଶ୍ୟକ । ଦେହ ଉତ୍ତାପ କମେଇବା ପାଇଁ ରୋଗୀ ଦେହକୁ ଜଳ ସିଞ୍ଚନ କରାଯାଏ, ଥଣ୍ଡା କରିବା ଲାଗି ବରଫ ମିଶ୍ରିତ ଜଳରେ ବୁଡ଼େଇ ରଖାଯାଏ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଦିଆଯାଏ । ବରଫ ପ୍ୟାକ (ice packs) ରୁଟିନ ଭାବରେ ଦିଆଯାଏ ନାହିଁ ।ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ବର୍ଷକୁ ୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ ହୁଏ । ଏହି ମୃତ୍ୟୁ ହାର ସନ ୧୯୯୫ରୁ ୨୦୧୫ ମଧ୍ୟରେ ବୃଦ୍ଧି ପାଇଥିବା ଜଣାଯାଏ । ଅତ୍ୟଧିକ ପରିଶ୍ରମ ବା ବ୍ୟାୟାମ ଯୋଗୁ ମୃତ୍ୟୁ ହାର ମାତ୍ର ୫% ଥିବାବେଳେ ଅଣବ୍ୟାୟାମ କାରନ ଯୋଗୁ ୬୫% ମୃତ୍ୟୁ ହୁଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ଏକ କଣ୍ଟାକ୍ଟ ମାଇକ୍ରୋଫୋନ (ପିଏଜୋ ମାଇକ୍ରୋଫୋନ ବୋଲି ମଧ୍ୟ ଜଣା) ଏକ ପ୍ରକାରର ମାଇକ୍ରୋଫୋନ ଓ ଏହା କଠିନ ବସ୍ତୁ ସହ ସଂଯୁକ୍ତ ହେଲେ ଅଡିଓ କମ୍ପନକୁ ଅନୁଭବ କରିଥାଏ ।ସାଧାରଣ ଏୟାର ମାଇକ୍ରୋଫୋନ ତୁଳନାରେ କଣ୍ଟାକ୍ଟ ମାଇକ୍ରୋଫୋନଗୁଡ଼ିକ କମ୍ପନ ପାଇଁ ପ୍ରାୟ ସଂପୂର୍ଣ୍ଣ ସମ୍ବେଦନଶୀଳ କିନ୍ତୁ କେବଳ ସଂରଚନାଦ୍ୱାରା ନିର୍ମିତ ଶବ୍ଦକୁ ଟ୍ରାନ୍ସଡ୍ୟୁସ କରେ । ଏଗୁଡ଼ିକ ପ୍ରାୟତଃ ଆକୁଓଷ୍ଟିକ ଲିକେଜ ପ୍ରୋବ ଭାବରେ ବ୍ୟବହୃତ ହୁଅନ୍ତି ଓ ଶବ୍ଦ ସହିତ ପରୀକ୍ଷଣ କରୁଥିବା ନଏଜ ସଂଗୀତ କଳାକାରମାନଙ୍କଦ୍ୱାରା ମଧ୍ୟ ବ୍ୟାପକ ଭାବେ ବ୍ୟବହାର ହୋଇଥାନ୍ତି । କଣ୍ଟାକ୍ଟ ମାଇକ୍ରୋଫୋନଗୁଡ଼ିକ ଆକୁଓଷ୍ଟିକ ବାଦ୍ୟଯନ୍ତ୍ରରୁ ଶବ୍ଦକୁ ବଢ଼ାଇବା, ବାଜା ବଜାଇବା ଅନୁଭବ କରିବା, ଇଲେକ୍ଟ୍ରୋନିକ ସ୍ୟାମ୍ପଲ ଟ୍ରିଗର କରିବା ଏବଂ ଉଚ୍ଚ ଚାପରେ ଥିବା ଜଳ ପରି ଆହ୍ୱାନପୂର୍ଣ୍ଣ ପରିବେଶରେ ଶବ୍ଦ ରେକର୍ଡ କରିବା ପାଇଁ ବ୍ୟବହୃତ ହୋଇପାରେ ।
କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।
୧୯୪୫ ନଭେମ୍ବର ୧୬ରେ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ ୟୁନେସ୍କୋ ପ୍ରତିଷ୍ଠା କରାଯାଇଥିଲା । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ । ତା'ଛଡା ସାମାଜିକ ନ୍ୟାୟ, ମାନବିକ ଅଧିକାର, ସୁରକ୍ଷା ଓ ମୌଳିକ ଅଧିକାର ପାଇଁ ମଧ୍ୟ ସଙ୍ଗଠନ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟ ହେଉଛି ୧୯୫ । ପ୍ରତ୍ୟେକ ଦେଶରେ ଏହାର ଜାତୀୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତା'ଛଡା ସାକ୍ଷାରତା ପ୍ରଯୁକ୍ତିବିଦ୍ୟା,ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ,ଗଣମାଧ୍ୟମର ସ୍ୱାଧୀନତା ଓ ସାଂସ୍କୃତିକ ବିବିଧତାର ବିକାଶ , ସାହିତ୍ୟ କୃତିର ଅନୁବାଦ ଏବଂ ବିଶ୍ୱ ଓ ସାଂସ୍କୃତିକ କେନ୍ଦ୍ର ତଥା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି ।
ଇଲୋକ୍ଟ୍ରୋନିକ ମେଲ ବା ଡାକ, ସାଧାରଣତଃ ଇମେଲ ବୋଲି ୧୯୯୩ ମସିହାରୁ ଜଣାଯାଏ । ଏହାଦ୍ୱାରା ଇଣ୍ଟରନେଟ ମାଧ୍ୟମରେ ଗୋଟିଏ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀକୁ ବାର୍ତ୍ତା, ରେକର୍ଡ କରାଯାଇଥିବା ବାର୍ତ୍ତା, ଛବି , ଭିଡିଓ ଆଦି ପଠାଇ ପାରିବ । ପୂର୍ବରୁ ତତ୍-କ୍ଷଣାତ ବାର୍ତ୍ତାବାହ ଭଳି ବାର୍ତ୍ତା ପଠାଳୀ ଓ ବାର୍ତ୍ତା ଗ୍ରହଣକାରୀ ଦୁଇ ଜଣକୁ ଏକା ସମୟରେ ଅନଲାଇନ ରହିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ store-and-forward (ସଞ୍ଚୟ କରି ଆଗକୁ ବଢିବା) ପ୍ରକ୍ରିୟାକୁ ଆଧାରିତ କରି ପ୍ରସ୍ତୁତ କରାଯାଇଥିବାରୁ ଏକ ସମୟରେ ଦୁଇ ଜଣଙ୍କୁ ଅନଲାଇନ ରହିବା ଆବଶ୍ୟକ ପଡୁନାହିଁ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।ସାହିତ୍ୟିକ ଧନେଶ୍ୱର ସାମଲଙ୍କ ଜନ୍ମ ହୋଇଥିଲା ୧୯୩୨ ମସିହା ଡିସେମ୍ବର ମାସ୩୧ ତାରିଖରେ । ଜନ୍ମସ୍ଥାନ: ଅବିଭକ୍ତ କଟକ ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମ ପଞ୍ଚାୟତର ବାହାଦୂର ନଗର ଗ୍ରାମରେ ।
ଜଟଣୀ (ବିଧାନସଭା ନିର୍ବାଚନ ମଣ୍ଡଳୀ)
ଜଟଣୀ, (କ୍ରମାଙ୍କ: ୧୧୫) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।ଏହି ନିର୍ବାଚନ ମଣ୍ଡଳୀରେ ଜଟଣୀ ପଞ୍ଚାୟତ ସହିତ ଅନ୍ୟ ଛଅଟି ଗ୍ରାମ ପଞ୍ଚାୟତ ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ସେଗୁଡ଼ିକ ହେଲା ଖୋର୍ଦ୍ଧା ପଞ୍ଚାୟତର:
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ପୁରାଣରୁ ଜଣାଯାଏ ଯେ, ବ୍ରହ୍ମାଙ୍କ ପୁତ୍ରମାନେ ଋଷି ଥିଲେ ଓ ଭଗବାନ୍ ଶିବଙ୍କର ଭକ୍ତମାନେ ମଧ୍ୟ ଋଷି ଥିଲେ ସେମାନେ ମାନବ, ଦେବତା ଏତତ୍ବ୍ୟତୀତ ପଶୁ-ପକ୍ଷୀ, ସମୁଦ୍ର, ନଦୀ, ପାହାଡ଼ ଏବଂବୃକ୍ଷଲତାମାନଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରିବା ସହିତ ଅନେକ ବିଧିବିଧାନ ପ୍ରଚଳନ କରିଛନ୍ତି ପ୍ରଥମ ମନୁ ସ୍ୱୟଂଭୁବ ମନୁଙ୍କ ଠାରୁ ଆରମ୍ଭ କରି ବୌଦ୍ଧ ପର୍ଯ୍ୟନ୍ତ ସମସ୍ତ ଋଷି ଓ ମୁନି ଥିଲେ ହିନ୍ଦୁ ପୁରାଣରେ ଥିବା ମନ୍ୱନ୍ତରରେ ଋଷିଙ୍କ ଜ୍ଞାନକୁ ପରିଭାଷିତ/ବର୍ଣ୍ଣନା କରାଯାଇଛି ପ୍ରତ୍ୟେକ ମନ୍ୱନ୍ତରରେ ୭ଟି ପ୍ରମୁଖ ଋଷିଙ୍କ ନାମ ଉଲ୍ଲେଖ କରାଯାଇଛି ବିଷ୍ଣୁ ପୁରାଣ ଅନୁସାରେ ପ୍ରଥମ ମନ୍ୱନ୍ତରରେ ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ ଆଦି ସପ୍ତଋଷିଙ୍କୁ ସପ୍ତର୍ଷିମଣ୍ଡଳ କୁହାଯାଏ ଦ୍ୱିତୀୟ ସ୍ୱାରୋଚିଷ ମନ୍ୱନ୍ତରରେ ଉର୍ଜ୍ଜ, ସ୍ତମ୍ଭ, ବାତ, ପ୍ରାଣ, ପୃଷଭ, ନିରୟ ଏବଂ ପରୀବାନ୍ ପ୍ରଭୃତି ସାତଟି ଋଷି ରହିଛନ୍ତି ତୃତୀୟ ଉତ୍ତମ ମନ୍ୱନ୍ତରରେ ମହର୍ଷି ବଶିଷ୍ଠଙ୍କ ସାତ ପୁତ୍ର ଥିବାବେଳେ ଚତୁର୍ଥ ମାନସ ମନ୍ୱନ୍ତରରେ ଜ୍ୟୋତିର୍ଧାମା, ପୃଥୁ, କାବ୍ୟ, ଚୈତ୍ର, ଅଗ୍ନି, ବନକ ଏବଂ ପୀବର ଋଷି ଅନ୍ତର୍ଭୁକ୍ତ ସେହିପରି ପଞ୍ଚମ ରୈବତ୍ ମନ୍ୱନ୍ତରରେ ହିରଣ୍ୟରୋମା, ବେଦଶ୍ରୀ, ଊର୍ଦ୍ଧ୍ୱ, ବାହୁ, ବେଦବାହୁ, ସୁଧାମା, ପର୍ଜନ୍ୟ ଏବଂ ମହାମୁନି ଋଷି ଥିବାବେଳେ ଷଷ୍ଠ ଚାକ୍ଷୁଷ ମନ୍ୱନ୍ତରରେ ସୁମେଧା, ବିରଜା, ହବିଷ୍ମାନ, ଉତ୍ତମ, ମଧୁ, ଅତିନାମା ଏବଂ ସହିଷ୍ଣୁ ଋଷି ଅଛନ୍ତି ସପ୍ତମ ବୈବସ୍ୱତ ମନ୍ୱନ୍ତରରେ କଶ୍ୟପ, ଅତ୍ରି, ବଶିଷ୍ଠ, ବିଶ୍ୱାମିତ୍ର, ଗୌତମ, ଜଗଦମ୍ନି ଏବଂ ଭରଦ୍ୱାଜ ଋଷି ଅଛନ୍ତି ଭବିଷ୍ୟ ଅଷ୍ଟମ ସ୍ୱର୍ଣ୍ଣିକ ମନ୍ୱନ୍ତରରେ ଗାଲବ, ଦୀପ୍ତିମାନ୍, ପର୍ଶୁରାମ, ଅଶ୍ୱତ୍ଥାମା, କୃପ, ଋଷିଶୃଙ୍ଗ୍ୟ ଏବଂ ବ୍ୟାସ ଥିବାବେଳେ ନବମ ଦକ୍ଷସାବର୍ଣ୍ଣି ମନ୍ୱନ୍ତରରେ ମେଧାତିଥି, ବସୁ, ସତ୍ୟ, ଜ୍ୟୋତିଷ୍ମାନ୍, ଦ୍ୟୁତିମାନ, ସବନ୍ ଏବଂ ଭବ୍ୟ ଋଷି ବିରାଜମାନ ଦଶମ ବ୍ରହ୍ମାସାବର୍ଣ୍ଣି ମନ୍ୱନ୍ତରରେ ତପୋମୂର୍ତ୍ତି, ହବିଷ୍ମାନ୍, ସୁକୃତ, ସତ୍ୟ, ନାଭାଗ, ଅପ୍ରିତିମୌଜା ଏବଂ ସତ୍ୟକେତୁ ଥିବାବେଳେ ଏକାଦଶ ଧର୍ମସାବର୍ଣ୍ଣି ମନ୍ୱନ୍ତରରେ ବପୁଷ୍ମାନ୍, ଘୃଣି, ଆରୁଣି, ନିଃସ୍ୱର, ହବିଷ୍ମାନ୍, ଅନଘ ଏବଂ ଅଗ୍ନିତେଜା ରହିଛନ୍ତି ଦ୍ୱାଦଶ ରୁଦ୍ରସାବର୍ଣ୍ଣି ମନ୍ୱନ୍ତରରେ ତପୋଦ୍ୟୁତି, ତପସ୍ୱୀ, ସୁତପା, ତପୋମୂର୍ତ୍ତି, ତପୋନିଧି, ତପୋରତି ଏବଂ ତପୋଧୃତି ଋଷିମାନେ ବିଦ୍ୟମାନ ତ୍ରୟୋଦଶ ଦେବସାବର୍ଣ୍ଣି ମନ୍ୱନ୍ତରରେ ଧୃତିମାନ, ଅବ୍ୟୟ, ତତ୍ୱଦର୍ଶୀ, ନିରୂତ୍ସକ, ନିର୍ମୋହ, ସୁତପା ଏବଂ ନିଷ୍ପ୍ରକମ୍ପ ଥିବାବେଳେ ଚତୁର୍ଦ୍ଦଶ ଇନ୍ଦ୍ରସାବର୍ଣ୍ଣି ମନ୍ୱନ୍ତରରେ ଅଗ୍ନିଧ୍ର, ଅଗ୍ନି, ବାହୁ, ଶୁଚି, ଯୁକ୍ତ, ମଗଧ, ଶୁକ୍ର ଏବଂ ଅଜିତ ଅନ୍ତର୍ଭୁକ୍ତ ଏହି ଋଷିମାନଙ୍କ ମଧ୍ୟରୁ କିଛି କଳ୍ପାନ୍ତ-ଚିରଞ୍ଜିବୀ, ମୁକ୍ତାତ୍ମା ଏବଂ ଦିବ୍ୟଦେହଧାରୀ ଥିଲେ ଶତପଥ ବ୍ରାହ୍ମଣ ଅନୁସାରେ ଗୌତମ, ଭରଦ୍ୱାଜ, ବିଶ୍ୱାମିତ୍ର, ବଶିଷ୍ଠ, କଶ୍ୟପ ଏବଂ ଅତ୍ରି ରହିଥିବା ବେଳେ ମହାଭାରତ ଅନୁସାରେ ମରିଚି, ଅତ୍ରି, ଅଙ୍ଗିରା, ପୁଲହ, କ୍ରତୁ, ପୁଲସ୍ତ୍ୟ ଏବଂ ବଶିଷ୍ଠ ଋଷିଙ୍କୁ ସପ୍ତର୍ଷି ବୋଲି ମାନିଥାନ୍ତି ମହାଭାରତର ରାଜଧର୍ମ ଏବଂ ଧର୍ମର ପ୍ରାଚୀନ ଆଚାର୍ଯ୍ୟଙ୍କ ନାମ ବୃହସ୍ପତି, ବିଶାଳାକ୍ଷ(ଶିବ), ଶୁକ୍ର, ସହସ୍ରାକ୍ଷ, ମହେନ୍ଦ୍ର, ପ୍ରାଚେତସ ମନୁ, ଭରଦ୍ୱାଜ ଏବମ୍ ଗୌରସିରସ ମୁନି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମନୁ, ବୃହଷ୍ପତି, ଉଶନସ(ଶୁକ୍ର), ଭରଦ୍ୱାଜ, ବିଶାଳାକ୍ଷ(ଶିବ), ପରାଶର, ପିଶୁନ୍, କୌଣପଦନ୍ତ, ବତବ୍ୟାଧି ଏବଂ ବହୁଦନ୍ତି ପୁତ୍ର ଥିବାବେଳେ ବୈବସ୍ୱତ ମନ୍ୱନ୍ତରରେ ବଶିଷ୍ଠ ଋଷି ଅଛନ୍ତି ଏହି ମନ୍ୱନ୍ତରରେ ବଶିଷ୍ଠ ଋଷିଙ୍କୁ ବ୍ରହ୍ମର୍ଷି ଉପାଧି ଦିଆଯାଇଥିଲା