ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭–୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭାକୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ । ବୀରେନ, ୧୯୧୭ ମସିହାରେ କଟକର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା "ବିପିନ ବିହାରୀ ମିତ୍ର" । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ଅଗଷ୍ଟ ବିପ୍ଳବ"ରେ ଅଂଶଗ୍ରହଣ କରିଥିଲେ । ହରେକୃଷ୍ଣ ମହତାବ ଥିଲେ ବୀରେନଙ୍କ ରାଜନୈତିକ ଗୁରୁ ଓ ସହକର୍ମୀ ।
ମାଧବ ଚନ୍ଦ୍ର ରାଉତରାୟ (୬ ଜୁନ ୧୯୨୩ - ୧୧ ଜାନୁଆରୀ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ମାଧବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (SARS-CoV-2)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
କାର୍ତ୍ତିକ କୁମାର ଘୋଷ (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।କାହାଣୀକାର ଓ ଗୀତିକାର ଅଶ୍ୱିନୀ କୁମାର ଘୋଷ କାର୍ତ୍ତିକ କୁମାରଙ୍କ ସାନ ଭାଇ । ଶ୍ରୀ ଲୋକନାଥ କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ବା ନିଳୟଜ ହୃତ୍କ୍ଷିପ୍ରତା (ଇଂରାଜୀ ଭାଷାରେ Ventricular tachycardia ବା ଭି-ଟାକ/V-tach ବା ଭିଟ/VT) ଏକ ରୋଗ ଯେଉଁଥିରେ ହୃତ୍ପିଣ୍ଡରେ ଥିବା ନିଳୟର (ventricles) ତୃଟିପୁର୍ଣ୍ଣ ବୈଦୁତିକ କ୍ରିୟା (electrical activity) ଯୋଗୁ ନିୟମିତ ଦୃତ ହୃଦ୍ଗତି ହୋଇଥାଏ । ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ସମସ୍ୟା ହୁଏନି, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ ବିପଦଜନକ ହୁଏ । ଅଳ୍ପ କିଛି ସମୟ ନିମନ୍ତେ ଏହି ଅବସ୍ଥା ରହିଲେ ଲକ୍ଷଣ ଦେଖା ଯାଏନି ବା ମୁଣ୍ଡ ହାଲୁକା ଲାଗେ, ଖର ସ୍ପନ୍ଦନ (palpitations) ହୁଏ ବା ଛାତି ଯନ୍ତ୍ରଣା (chest pain) ହୁଏ । ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଫଳରେ ହୃଦ୍ରୋଧ ବା ଭେଣ୍ଟ୍ରିକୁଲାର ଫିବ୍ରିଲେସନ ହୋଇପାରେ । ହୃଦ୍ରୋଧ ହୋଇଥିବା ଲୋକଙ୍କ ମଧ୍ୟରୁ ୭% ଲୋକଙ୍କର ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଥାଏ ।କରୋନାରୀ ଧମନୀ ରୋଗ, ଆଓର୍ଟିକ ସ୍ଟେନୋସିସ, କାର୍ଡ଼ିଓମାୟୋପାଥି, ବିଦ୍ୟୁତ୍ ବିଶ୍ଳେଷ୍ୟ ସମସ୍ୟା (electrolyte problems), ବା ହୃଦ୍ଘାତ ଯୋଗୁ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ହୋଇପାରେ । ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) (electrocardiogram) ଚିତ୍ରରେ ହୃଦ୍ଗତି ହାର ୧୨୦ ବିପିଏମ ଓ ଗୋଟିଏ ଧାଡ଼ିରେ ଅତି କମରେ ୩ତି ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏହି ରୋଗ ୩୦ ସେକଣ୍ଡରୁ କମ ରହିଲେ ନନସସ୍ଟେଣ୍ଡ ଓ ୩୦ ସେକଣ୍ଡରୁ ଅଧିକ ରହିଲେ ସସ୍ଟେଣ୍ଡ; ଏହି ଦୁଇ ପ୍ରକାର ଶ୍ରେଣୀ ବିଭାଗ କରାଯାଏ । ଅନିୟମିତ ହୃତ୍ସ୍ପନ୍ଦନ (irregular heartbeat) ହେଉଥିବା ତିନୋଟି ରୋଗ ଯଥା ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଓ ଟୋର୍ସାଡେସ ଡି ପଏଣ୍ଟସ (torsades de pointes) ଇତ୍ୟାଦିକୁ ସାମୁହିକ ଭାବରେ ଇଂରାଜୀରେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆସ କୁହାଯାଏ ।ସାଧାରଣ ରକ୍ତଚାପ (blood pressure) ଓ ଜୋର ନାଡ଼ି (pulse) ଥିବା ରୋଗୀକୁ ପ୍ରୋକେନାମାଇଡ (procainamide) ଭଳି ଆଣ୍ଟିଆରିଦମିକ ଔଷଧ ଦିଆଯାଏ । ଅନ୍ୟଥା ତୁରନ୍ତ କାର୍ଡ଼ିଓଭର୍ସନ (cardioversion) ସୁପାରିସ କରାଯାଏ । ହୃଦ୍ରୋଧ ହୋଇଗଲେ କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR)) ଓ ଡିଫିବ୍ରିଲେସନ (defibrillator) କରିବାକୁ ସୁପାରିସ କରାଯାଏ । ମୋନୋଫେଜିକ ଅପେକ୍ଷା ବାଇଫେଜିକ ଡିଫିବ୍ରିଲେସନ ଭଲ କାମ କରେ । ହୃତ୍ପିଣ୍ଡ ମନିଟରରେ (heart monitor) ଥିଲାବେଳେ ରୋଗ ଅନସ୍ଟେବଲ ହୋଇଗଲେ ଡିଫିବ୍ରିଲେଟର (defibrillator) ଆସିବା ପୂର୍ବରୁ ପ୍ରିକର୍ଡ଼ିଆଲ ଥମ୍ପ (precordial thump) ଚେଷ୍ଟା କରାଯାଇପାରେ । ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆରେ ହୃଦ୍ରୋଧ ହୋଇଗଲେ ବଞ୍ଚିବା ହାର ୪୫% ଥାଏ । ପ୍ରତ୍ୟାବର୍ତ୍ତନ ପ୍ରତିରୋଧ ନିମନ୍ତେ ଇମ୍ପ୍ଲାଣ୍ଟେବ୍ଲେ କାର୍ଡ଼ିଆକ ଡିଫିବ୍ରିଲାଟର (implantable cardiac defibrillator) ବା କ୍ୟାଲସିଅମ ଚାନେଲ ବ୍ଲକର ଔଷଧ (calcium channel blockers) ବା ଏମିଓଡାରୋନ ଦିଆଯାଇପାରେ ।
ବିଶ୍ୱ ତମାଖୁହୀନ ଦିବସ ପ୍ରତିବର୍ଷ ୩୧ ମଇରେ ପୃଥିବୀ ସାରା ପାଳନ କରାଯାଇଥାଏ । ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷରେ କରାଯାଇଥାଏ । ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମରଣର କାରଣ ସାଜିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ରେ ବିଶ୍ୱ ତମାଖୁହୀନ ଦିବସ ପ୍ରଥମକରି ଆରମ୍ଭ କରିଥିଲେ । ଗତ ୨୦ ବର୍ଷ ଧରି, ଏହି ଦିବସ ସରକାର, ସାମାଜିକ ସ୍ୱାସ୍ଥ୍ୟ ସଙ୍ଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି ।
ମାର୍ଗାରେଟ ହିଫିଲ୍ଡ ହାମିଲଟନ (ଇଂରାଜୀ: Margaret Heafield Hamilton, ଜନ୍ମ ୧୯୩୬ ମସିହା ଅଗଷ୍ଟ ୧୭) ଜଣେ କମ୍ପ୍ୟୁଟର ବିଜ୍ଞାନୀ, ସିଷ୍ଟମ ଇଞ୍ଜିନିୟର, ଏବଂ ବ୍ୟବସାୟ ମାଲିକ । ସେ ଏମଆଇଟି ଇନଷ୍ଟ୍ରୁମେଣ୍ଟେସନ ଲାବୋରୋଟୋରୀର ସଫ୍ଟଓଏର ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ଥିଲେ । ଏହି ବିଭାଗ ଆପୋଲୋ ସ୍ପେସ ପ୍ରୋଗ୍ରାମର ଫ୍ଲାଇଟ ଭିତର ସଫ୍ଟଓଏରର ବିକାଶ କରିଥିଲା । ଆପୋଲୋ ୧୧ର କଠିନ ସମୟରେ ହାମିଲଟନଙ୍କ ଦଳର କାମ ଏହି ଯାନକୁ ଚନ୍ଦ୍ର ଉପରେ ଉହ୍ଲାଇବାର ବନ୍ଦରୁ ରୋକିଥିଲା । ୧୯୮୬ ମସିହାରେ ସେ ମାସାଚୁସେଟ୍ସର କ୍ୟାମ୍ବ୍ରିଜରେ ହାମିଲଟନ ଟେକନୋଲୋଜି, Inc.ର ସିଇଓ ହୋଇଥିଲେ । କମ୍ପାନିଟି ହାମିଲଟନଙ୍କ ସିଷ୍ଟମ ଓ ସଫ୍ଟଓଏର ଡିଜାଇନ ପାଇଁ ଡେଭଲପମେଣ୍ଟ ବିଫୋର ଦି ଫାକ୍ଟ (DBTF) ପାରାଡାଇମକୁ ଆଧାର କରି ଓ ଇଉନିଭର୍ସାଲ ସିଷ୍ଟମ୍ସ ଲାଙ୍ଗୁଏଜକୁ ନେଇ ତିଆରି ହୋଇଥିଲା ।ନିଜେ ଜଡ଼ିତ ଥିବା ୬୦ ଗୋଟି ପ୍ରକଳ୍ପ ଓ ଛ'ଟି ପ୍ରୋଗ୍ରାମକୁ ଭିତ୍ତି କରି ହାମିଲଟନ ୧୩୦ରୁ ଅଧିକ ପେପର, ପ୍ରୋସିଡିଂ ଓ ରିପୋର୍ଟ ପ୍ରକାଶ କରିଛନ୍ତି ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ପଇତା ହେଉଛି ଭାରତୀୟ ହିନ୍ଦୁ ସଂସ୍କୃତିରେ ଧାରଣ କରାଯାଉଥିବା ଏକ ପବିତ୍ର ସୂତ୍ର । ଏହାକୁ ସାଧାରଣତଃ ହିନ୍ଦୁ ବ୍ରାହ୍ମଣମାନେ ଧାରଣ କରିଥାନ୍ତି । ଏହି ପଇତା ବା ଯଜ୍ଞୋପବିତକୁ ଧାରଣ କରିବା ପାଇଁ ବ୍ରତୋପନୟନ ନାମକ ଏକ ସଂସ୍କାରର ଆୟୋଜନ କରାଯାଏ । ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନଙ୍କ ପଇତା ଛଣରେ ଓ ବୈଶ୍ୟମାନଙ୍କ ପଇତା ପଶମରେ ତିଆରି ହୋଇଥାଏ ।
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର , ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ୱନ୍ଦର ସମାଧାନ କରିବା ।
ଗୋକୁଳାନନ୍ଦ ମହାପାତ୍ର (୨୪ ମଇ ୧୯୨୨ - ୧୦ ଜୁଲାଇ, ୨୦୧୩) ଜଣେ ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ ଥିଲେ । ୧୯୨୨ ମସିହା ମଇ ୨୪ ତାରିଖରେ ଭଦ୍ରକ ସହର ଅନ୍ତର୍ଗତ କୁଆଁସଠାରେ ଜନ୍ମଗ୍ରହଣ କରିଥିବା ଡଃ. ମହାପାତ୍ର ନିଜ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ନାରାୟଣ ଚନ୍ଦ୍ର ଓ ଭଦ୍ରକ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ରେଭେନ୍ଶା କଲେଜରୁ ରସାୟନ ବିଜ୍ଞାନରେ ସମ୍ମାନ ସହିତ ବି.ଏସ୍ସି. ଏବଂ କଲିକତାର ପ୍ରେସିଡେନ୍ସି କଲେଜରୁ ଏମ୍.ଏସ୍ସି ପାସ କରିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଶ୍ୱଶୁର ଭଦ୍ରକ ଜିଲ୍ଲାର ଭୂୟାଁୱ୍ୟାସର ଜମିଦାର ସ୍ୱର୍ଗତଃ ବିନୋଦ ବିହାରୀ ରାୟଙ୍କ ସାହାଯ୍ୟ ଉଲ୍ଲେଖନୀୟ । ୧୯୫୮ ମସିହାରେ ସେ ପି.ଏଚ୍ଡି.
ନିତ୍ୟାନନ୍ଦ ମହାପାତ୍ର ଭଦ୍ରକ ଜିଲ୍ଲାର ତାଳପଦାଠାରେ ୧୭ ଜୁଲାଇ ୧୯୧୨, ରଥଯାତ୍ରା ଦିନ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରଉତ୍ତୋଳନ କରି ସେ ତିନିଥର କାରାବରଣ କରିଥିଲେ ।୧୭ ଅପ୍ରେଲ ୨୦୧୨ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।
ଇଲନ ରିଭ ମସ୍କ (୨୮ ଜୁନ ୧୯୭୧ରେ ଜନ୍ମ) ହେଉଛନ୍ତି ଜଣେ ପ୍ରଦ୍ୟୋଗିକି ବ୍ୟବସାୟୀ, ନିବେଶକାରୀ ଏବଂ ଯନ୍ତ୍ରୀ । ସେ ଏକାଧାରରେ ଦକ୍ଷିଣ ଆଫ୍ରିକା, କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ଅଟନ୍ତି । ଏହାଛଡ଼ା ସେ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନ ଲକ୍ଷ୍ୟରେ ଥିବା ଉଦ୍ୟୋଗ ସ୍ପେସଏକ୍ସ (SpaceX)ର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ (CEO), ମୁଖ୍ୟ ଚିତ୍ରକାର ଏବଂ ପ୍ରତିଷ୍ଠାତା ; ଜୈବ ଇନ୍ଧନରେ ଚାଳିତ ଗାଡ଼ି ଉତ୍ପାଦନକାରୀ ଉଦ୍ୟୋଗ ଟେସ୍ଲା (Tesla)ର ସହ-ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଏବଂ ଉତ୍ପାଦ ବସ୍ତୁକାର (product architect); ମଣିଷର ମସ୍ତିଷ୍କରେ କାମ କରୁଥିବା ଉଦ୍ୟୋଗ, ନିଉରାଲଲିଙ୍କ(Neurallink)ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ; ଦେଶବିଦେଶକୁ ଅର୍ଥ ଆଦାନପ୍ରଦାନ କରୁଥିବା ଉଦ୍ୟୋଗ ପେପଲ (PayPal)ର ସହ-ପ୍ରତିଷ୍ଠାତା.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଥିଲେ। ସେ ପ୍ରାୟ ୨୮ଟି ଓଡ଼ିଆ ନାଟକ ରଚନା କରିଛନ୍ତି ଏବଂ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଅବା ଅଭିନୟ କରିଛନ୍ତି । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଅତିସକ୍ରିୟ ମୂତ୍ରାଶୟ ବା ଓଏବି ବା ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Overactive bladder ବା OAB ବା overactive bladder syndrome), ଏକ ବେମାରୀ ଯେଉଁଥିରେ ବାରମ୍ବାର ପରିସ୍ରା କରିବାକୁ ଇଚ୍ଛା ହୁଏ ଓ ଜୀବନଧାରାର ପରିବର୍ତ୍ତନ ହୁଏ । ଦିନରେ, ରାତିରେ ବା ଯେ କୌଣସି ସମୟରେ ଏହି ପରିସ୍ରା କରିବା ଇଚ୍ଛା ହୁଏ । ଇନକଣ୍ଟିନେନ୍ସ ବା ନିୟନ୍ତ୍ରଣ ବିହୀନ ପରିସ୍ରା ହେଲେ ତାହାକୁ ଅର୍ଜ ଇନକଣ୍ଟିନେନ୍ସ ନାମିତ କରାଯାଏ । ଅତିସକ୍ରିୟ ମୂତ୍ରାଶୟ ଥିବା ଲୋକଙ୍କ ମଧ୍ୟରୁ ୪୦ % ଲୋକଙ୍କର ନିୟନ୍ତ୍ରଣ ବିହୀନ ପରିସ୍ରା ହୁଏ । ଅନ୍ୟପକ୍ଷରେ ନିୟନ୍ତ୍ରଣ ବିହୀନ ପରିସ୍ରା ହେଉଥିବା ଲୋକଙ୍କ ମଧ୍ୟରୁ ୪୦ରୁ ୭୦ % ଲୋକଙ୍କର ଅତିସକ୍ରିୟ ମୂତ୍ରାଶୟ ଥାଏ । ଏହି ରୋଗ ମରଣାନ୍ତକ ନୁହେଁ । ବର୍ଷ ବର୍ଷ ଧରି ବହୁତ ଲୋକଙ୍କର ଏହି ରୋଗ ଥାଏ ।ଅତିସକ୍ରିୟ ମୂତ୍ରାଶୟ ରୋଗର କାରଣ ଜଣାଯାଇନାହିଁ । ଏହି ରୋଗର ସଙ୍କଟଦାୟକ ଅବସ୍ଥାମାନଙ୍କ ନାମ:- ମୋଟାପଣ, କେଫିନ ସେବନ ଓ କୋଷ୍ଠକାଠିନ୍ୟ । କମ୍ ଡାଏବେଟିସ ନିୟନ୍ତ୍ରଣ, ଦୈନନ୍ଦିନ ଚଳପ୍ରଚଳ ଅଭାବ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଏହି ରୋଗକୁ ଖରାପ କରିଦେଇପାରେ । ବହୁତ ଦିନ ରୋଗ ହେବାପରେ ଲୋକମାନେ ପରାମର୍ଶ ନିମନ୍ତେ ଯାଆନ୍ତି ଓ ବେଳେ ବେଳେ ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପ୍ରଥମେ ଚିହ୍ନଟ କରନ୍ତି । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିବା ପୂର୍ବରୁ ମୂତ୍ରନଳୀ ସଂକ୍ରମଣ ବା ସ୍ନାୟବିକ ମୂତ୍ରାଶୟ ବେମାରୀ ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ପରୀକ୍ଷା କରିବାକୁ ପଡ଼େ । ପ୍ରତ୍ୟେକ ଥର ପରିସ୍ରା କଲାବେଳେ ଅଳ୍ପ ପରିସ୍ରା ହୁଏ । ପରିସ୍ରା କଲାବେଳେ ଯଦି କଷ୍ଟ ହୁଏ ତାହା ହେଲେ ଅନ୍ୟ କୌଣସି ରୋଗ ଥିବା ସମ୍ଭାବନା ଥାଇପାରେ ।ନିର୍ଦ୍ଦିଷ୍ଟ ଚିକିତ୍ସା ସବୁବେଳେ ଆବଶ୍ୟକ ହୁଏ ନାହିଁ । ପେଲଭିକ ଫ୍ଲୋର ବ୍ୟାୟାମ, ମୂତ୍ରାଶୟ ତାଲିମ ଓ ବ୍ୟବହାରିକ ତାଲିମ ଦିଆଯାଏ । ମୋଟାପା ଥିଲେ ଓଜନ ହ୍ରାସ କରିବା, କେଫିନ ଖାଇବା କମେଇବା, ତରଳ ପଦାର୍ଥ ଅଧିକ ପିଇବା ଇତ୍ୟାଦି ଉପକାରୀ ସାବ୍ୟସ୍ତ ହୁଏ । ଅନ୍ୟ କୌଣସି ଉପଚାର ଉପକାରୀ ନ ହେଲେ ଆଣ୍ଟିମସ୍କାରିନ ଭଳି ଔଷଧ ଦିଆଯାଇପାରେ । ଏହି ଔଷଧ ଅନ୍ୟ ବ୍ୟବହାରିକ ଉପଚାର ଅପେକ୍ଷା ଅଧିକ ଉପକାର ଦିଏନି, ଅନ୍ୟ ପକ୍ଷରେ ଅନେକ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ମୂତ୍ରାଶୟରେରେ ବୋଟୁଲିନମ ଟକ୍ସିନ ଇଞ୍ଜେକସନ ଦେବା ଆଉ ଏକ ଚିକିତ୍ସା । ସାଧାରଣତଃ ପରିସ୍ରା ନଳୀ ବା ଅପରେସନ ନିମନ୍ତେ ଉପଦେଶ ଦିଆଯାଏ ନାହିଁ । ଡାଏରିରେ ଚିକିତ୍ସା ପ୍ରଣାଳୀ ଲେଖିଲେ କେଉଁଟି ଉପକାରୀ ବା ଉପକାରୀ ନୁହେଁ ଜଣାପଡ଼େ ।ଅତିସକ୍ରିୟ ମୂତ୍ରାଶୟ ରୋଗ ଆକଳନ ଅନୁସାରେ ୭-୨୭ % ପୁରୁଷଙ୍କୁ ଓ ୯-୪୩ % ମହିଳାଙ୍କୁ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଧିକ ହୁଏ । କେତେକ ଅନୁଶୀଳନରୁ ଦେଖାଯାଏ ଏହା ମହିଳାଙ୍କୁ ଅଧିକ ହୁଏ ବିଶଷତଃ ମୂତ୍ରାଶୟ ନିୟନ୍ତ୍ରଣ ନ ଥିବା ସମୟରେ । ସନ ୨୦୦୦ରେ ଆମେରିକାରେ ଏହା ନିମନ୍ତେ ୧୨.୬ ବିଲିଅନ ଆମେରିକିୟ ଡଲାର ଓ ୪.୨ ୟୁରୋ ଖର୍ଚ୍ଚ ହୋଇଥିଲା ।
ରସରାଜ ନାରାୟଣ ପ୍ରସାଦ ସିଂହ (୨୮ ମଇ ୧୯୩୩ - ୬ ଜୁନ ୨୦୧୮) ଜଣେ ଓଡ଼ିଆ କବି ଓ ଗୀତିକାର ଥିଲେ । ସେ ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଲେଖିଥିଲେ । ଅସୁରେଶ୍ୱର ବିଦ୍ୟାଳୟରେ ପଢିବା ବେଳେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ଠାରୁ ପ୍ରେରଣା ପାଇ ସେ ଅଷ୍ଟମ ପଢିବା ବେଳେ କବିତା ଲେଖା ଆରମ୍ଭ କରିଥିଲେ । ୧୯୫୦ମସିହାରେ ତାଙ୍କୁ ଆକାଶବାଣୀ କଟକରେ କବିତା ପଢିବାର ସୁଯୋଗ ମିଳିଲା । ୨-୩ ବର୍ଷ ପରେ ତାଙ୍କର ପରିଚିତି ହେଲା କାଳୀଚରଣ ପଟ୍ଟନାୟକଙ୍କ ସହ । କବିତାକୁ ଗୀତ କରିବାର ଧାରା ସେ କାଳୀଚରଣ ପଟ୍ଟନାୟକଙ୍କ ଠାରୁ ଶିଖିଥିଲେ । ୧୯୬୦ରେ ତାଙ୍କୁ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ମିଳିଲା । ୧୯୬୨ରେ ତାଙ୍କୁ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ମିଳିଲା । ଚଳଚ୍ଚିତ୍ର ଥିଲା "ନୂଆ ବୋଉ" ଓ ପ୍ରଥମ ଗୀତ ଥିଲା "ରଥ ଯା ଚାଲି ଯା" ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ବାଳକୃଷ୍ଣ ଦାସ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଜଣେ ସଙ୍ଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଓ ଗୁରୁ ଥିଲେ ।ବାଳକୃଷ୍ଣ, ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ବାଳକାଟିର ବସନ୍ତପେଡ଼ିଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ । ମାଇନର ପାସ କଲାପରେ, ସେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ଅବସ୍ଥାନ କରିବା ସମୟରେ କଟକର ସତ୍ୟପ୍ରିୟ ମହାନ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସତ୍ୟପ୍ରିୟ ବାବୁ, କିଶୋର ବାଳକୃଷ୍ଣଙ୍କୁ କଟକ ନେଇ, ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ ପରିଚୟ କରାଇଦେଇଥିଲେ । ଏହାପରେ ବାଳକୃଷ୍ଣଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା କଟକ ସ୍ଥିତ ଲକ୍ଷ୍ମୀକାନ୍ତ ଚୌଧୁରୀ ସଙ୍ଗୀତ ସମାଜରୁ । ଏଠାରେ ଖୟାଲ ଗାୟକ, କ୍ଷୀତିଷ ଚନ୍ଦ୍ର ମୈତ୍ରଙ୍କ ତାଙ୍କର ପରିଚୟ ହୋଇଥିଲା ଓ ମୈତ୍ରଙ୍କଠାରୁ, ସେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସହ କଲିକତା ଯାଇଥିଲେ ଓ ସେଠାରେ ରାଇଚାନ୍ଦ ବରାଳଙ୍କ ବାସଭବନରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ସଂସ୍ପର୍ଶରେ ଆସିଥିଲେ । ବଡେ ଗୁଲାମ ଅଲ୍ଲୀ ଖାନଙ୍କଦ୍ୱାରା ବାଳକୃଷ୍ଣ ପ୍ରଭାବିତ ହୋଇଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଦେଖିବାକୁ ମିଳିଥିଲା । ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ"ର ସଙ୍ଗୀତ ସଂଯୋଜନା କରିଥିଲେ । ରାଇଚାନ୍ଦ ବରାଳଙ୍କଠାରୁ, ବାଳକୃଷ୍ଣ ସଙ୍ଗୀତ ନିର୍ଦ୍ଦେଶନା ଓ ଅର୍କେଷ୍ଟା କମ୍ପୋଜିସନ ଶିଖିଥିଲେ । ସେତେବେଳେ ବାଳକୃଷ୍ଣ, ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଦାନ କରୁଥିଲେ ।
ମଧୁମେହ ଟାଇପ ୧ (ଇଂରାଜୀ ଭାଷାରେ Diabetes mellitus type 1 ବା type 1 diabetes) ଏକ ପ୍ରକାର ମଧୁମେହ ରୋଗ ଯେଉଁଥିରେ ଯଥେଷ୍ଟ ଇନସୁଲିନ ତିଆରି ହୁଏନାହିଁ । ଇନସୁଲିନ ଅଭାବ ଯୋଗୁ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ । ବାରମ୍ବାର ପ୍ରସାବ କରିବା (frequent urination), ଅଧିକ ଶୋଷ ହେବା (increased thirst) , ଅଧିକ ଭୋକ ହେବା (increased hunger) ଓ ଓଜନ ହ୍ରାସ ଇତ୍ୟାଦି ସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାପସା ଦୃଷ୍ଟି (blurry vision), ଥକ୍କା ଲାଗିବା (feeling tired) ଓ କ୍ଷତ ବା ଘାଆ ଶୁଖିବାରେ ଡେରି ହୁଏ । ଅଳ୍ପ ଦିନ ମଧ୍ୟରେ ଏହି ଲକ୍ଷଣ ଗୁଡ଼ିକ ପ୍ରକାଶ ପାଏ । ଅଦ୍ୟାବଧି ମଧୁମେହ ଟାଇପ ୧ ରୋଗର କାରଣ ଅଜ୍ଞାତ ଅଛି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ । ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକର ଏ ରୋଗ ଥିଲେ ଅନ୍ୟମାନଙ୍କର ସଙ୍କଟ ରହେ । ଅଟୋଇମ୍ମ୍ୟୁନିଟି (autoimmune) କାରଣରୁ ଅଗ୍ନାଶୟ ମଧ୍ୟରେ ଥିବା ବିଟା ଜୀବକୋଷ ନଷ୍ଟ ହେବା ଯୋଗୁ ଏହା ହୁଏ । ରକ୍ତରେ ଥିବା ରକ୍ତ ଶର୍କରା ସ୍ତର ବା ଏ୧ସି (A1C) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଅଟୋଆଣ୍ଟିବଡି (autoantibody) ପରୀକ୍ଷା କରି ମଧୁମେହ ଟାଇପ ୨ ରୋଗରୁ ପୃଥକ୍ କରାଯାଏ । ଟାଇପ ୧ ମଧୁମେହ ନିମନ୍ତେ କୌଣସି ପ୍ରତିଷେଧ ବ୍ୟବସ୍ଥା ନାହିଁ । ବଞ୍ଚିବା ନିମନ୍ତେ ସ୍ୱାଭାବିକ ଭାବରେ ଇନସୁଲିନ ଚିକିତ୍ସା ଆବଶ୍ୟକ ହୁଏ । ଇନସୁଲିନ ଠିକ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଇନସୁଲିନ ପମ୍ପ insulin pump ସାହାଯ୍ୟରେ ଦିଆଯାଏ । ଏହାର ଚିକିତ୍ସାରେ ମଧୁମେହ ଖାଦ୍ୟ (diabetic diet ଓ ବ୍ୟାୟାମ ଅତି ଆବଶ୍ୟକ ହୁଏ । ଚିକିତ୍ସିତ ନ ହେଲେ ଅନେକ ଜଟିଲାତା ପ୍ରକାଶ ପାଏ । ଶୀଘ୍ର ହେଉଥିବା ଜଟିଳ ଅବସ୍ଥା: ମଧୁମେହ କିଟୋଏସିଡୋସିସ (diabetic ketoacidosis) ଓ ନନ୍ କିଟୋଟିକ ହାଇପରଅସମୋଲାର କୋମା (nonketotic hyperosmolar coma ନାମ ଉଲ୍ଲେଖନୀୟ । ହୃଦରୋଗ, ସ୍ଟ୍ରୋକ, ବୃକ୍କ ଫେଲ, ପାଦ ଘାଆ ଓ ମଧୁମେହ ରେଟିନୋପାଥି ଇତ୍ୟାଦି ଦୀର୍ଘକାଳୀନ ଜଟିଳ ରୋଗ ହୋଇପାରେ । ଅଧିକନ୍ତୁ, ଅତ୍ୟଧିକ ଇନସୁଲିନ ଦେବାଯୋଗୁ ସ୍ୱଳ୍ପ ରକ୍ତଶର୍କରା ଜନିତ ଜଟିଳତା ସୃଷ୍ଟି ହୁଏ ।ସମସ୍ତ ମଧୁମେହ ରୋଗର ୫ରୁ ୧୦% ଟାଇପ ୧ ମଧୁମେହ ରୋଗ । ପୃଥିବୀରେ ଏହି ରୋଗ ପିଡ଼ିତ ଲୋକ ସଂଖ୍ୟା ଅଜ୍ଞାତ ଅଛି, ଯଦିଓ ହିସାବରୁ ଦେଖାଯାଏ, ୮୦,୦୦୦ପିଲାଙ୍କୁ ପ୍ରତିବର୍ଷ ଏହି ରୋଗ ହେଉଛି । କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧ରୁ ୩ ନିୟୁତ ଲୋକଙ୍କର ଏହି ରୋଗ ଥିବା ହିସାବରୁ ଜଣାଯାଏ । ନୁଆ ରୋଗ ହେବା ହାର ଦେଶ ଅନୁଯାୟୀ ପୃଥକ୍ ହୁଏ: ପ୍ରତି ଏକ ଲକ୍ଷ ଲୋକରେ ପୂର୍ବ ଏସିଆ ଓ ଲାଟିନ ଆମେରିକାରେ ଜଣେ, ସ୍କାଣ୍ଡିନେଭିଆ ଓ କୁଏଟରେ ୩୦ ଜଣଙ୍କୁ ନୂଆ ରୋଗ ହୁଏ । ପିଲା ଦିନରୁ ଓ ଅଳ୍ପ ବୟସ୍କ ଯୁବାବସ୍ଥାରୁ ଏହି ରୋଗ ଆରମ୍ଭ ହୁଏ ।
ପକ୍ ପ୍ରଣାଳୀ ବା ପକ୍ ପ୍ରଣାଳିକା (ଇଂରାଜୀରେ Palk Strait, ତାମିଲ ସ୍ଥାନୀୟ ନାମ பாக்கு நீரிணை, ସିଂହଳୀ ଭାଷାରେ පෝක් සමුද්ර සන්ධිය ପୋକ୍ ସମୁଦ୍ର ସାନ୍ଧ୍ୟା) ଭାରତର ତାମିଲନାଡ଼ୁ ଏବଂ ଶ୍ରୀଲଙ୍କାର ଉତ୍ତର ପ୍ରୋଭିନ୍ସର ମନ୍ନାର ଜିଲ୍ଲା ମଧ୍ୟରେ ରହିଥିବା ଏକ ପ୍ରଣାଳୀ ବା ପ୍ରଣାଳିକା । ବଙ୍ଗୋପସାଗର ଓ ପକ୍ ଉପସାଗର ମଧ୍ୟରେ ଏହି ପ୍ରଣାଳୀ ରହିଛି । ଏହି ପ୍ରଣାଳୀ ୫୩-୮୨ କିଲୋମିଟର୍ ଓସାର ବିଶିଷ୍ଟ । ତାମିଲନାଡ଼ୁର ୱାଇଗାଇ ନଦୀ ସମେତ ଅନ୍ୟ ବହୁ ନଦୀ ପକ୍ ପ୍ରଣାଳୀକୁ ପ୍ରବାହିତ ହୋଇଥାନ୍ତି । ଭାରତରେ ଇଂରେଜ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଶାସନକାଳରେ ୧୭୫୫ରୁ ନେଇ ୧୭୬୩ ପର୍ଯ୍ୟନ୍ତ ମାଡ୍ରାସ୍ ପ୍ରେସିଡେନ୍ସିର ଗଭର୍ଣ୍ଣର ରହିଥିବା ରବର୍ଟ୍ ପକ୍ଙ୍କ ନାମାନୁସାରେ ଏହି ପ୍ରଣାଳୀକୁ ପକ୍ ପ୍ରଣାଳୀ ବୋଲି ନାମିତ କରାଯାଇଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଅପରେଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ଅଠେଇସିଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଜ୍ୟୋତ୍ସ୍ନା ରାଉତରାୟ, ଓଡ଼ିଶାର ଜଣେ ବରିଷ୍ଠ ମହିଳା ଓଡ଼ିଆ ସାମ୍ବାଦିକ, ସମ୍ପାଦକ ଏବଂ ସାହିତ୍ୟିକା ଥିଲେ । ସେ ୧୯୫୮ ମସିହା ମଇ ମାସ ୧୧ ତାରିଖରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ 'ଗାଈର ଆତ୍ମକାହାଣୀ' ପ୍ରକାଶ ପାଇଥିଲା । ୧୯୮୪ ମସିହାରେ ସମ୍ବାଦ ଖବରକାଗଜରେ ଯୋଗଦାନ କରି, ସେ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶାରେ ମହିଳା ସାମ୍ବାଦିକମାନଙ୍କ ସଂଖ୍ୟା ଖୁବ ନଗଣ୍ୟ ଥିଲା ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ, ହେଉଛି ଏକ ଉଦୀୟମାନ ହାର୍ଡ଼ୱେର ଏବଂ ସଫ୍ଟୱେରର ପ୍ରଯୁକ୍ତିବିଦ୍ୟା, ଯାହା କଠିନ ଗାଣିତିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପ-ପାରମାଣବିକ ଘଟଣାଗୁଡ଼ିକର ଉପଯୋଗ କରିଥାଏ । ଏହା ପଦାର୍ଥର କ୍ୱାଣ୍ଟମ ମେକାନିକାଲ ଘଟଣାସମୂହ ଯଥା ସୁପରପୋଜିସନ କିମ୍ବା ଏଣ୍ଟାଗ୍ଲମେଣ୍ଟ ଉପଯୋଗକରି ଗଣନା କରିଥାଏ । ଗୋଟିଏ କ୍ୱାଣ୍ଟମ କମ୍ପ୍ୟୁଟରକୁ ବାସ୍ତବରେ ଉପଯୋଗ କରିବା ପାଇଁ ଦୁଇଟି ମୁଖ୍ୟ ପନ୍ଥା ରହିଛି : ଡିଜିଟାଲ ଏବଂ ଆନାଲଗ । ବିଭିନ୍ନ ଆନାଲଗ ଉପାୟଗୁଡ଼ିକ ହେଲା: କ୍ୱାଣ୍ଟମ ସିମୁଲେସନ, କ୍ୱାଣ୍ଟମ ଆନିଲିଙ୍ଗ ଏବଂ ଆଡିଆବାଟିକ କ୍ୱାଣ୍ଟମ କମ୍ପ୍ୟୁଟେସନ । ଡିଜିଟାଲ କ୍ୱାଣ୍ଟମ କମ୍ପ୍ୟୁଟରଗୁଡ଼ିକ କ୍ୱାଣ୍ଟମ ଲଜିକ ଗେଟ ଉପଯୋଗ କରି ଗଣନା କରିଥାନ୍ତି । ଉଭୟ ଦୃଷ୍ଟିକୋଣଗୁଡ଼ିକ କ୍ୱାଣ୍ଟମ ବିଟ ବା କ୍ୟୁବିଟ (Qubit) ଉପଯୋଗ କରନ୍ତି ।
ଆସ୍ପର୍ଗର୍ ସିଣ୍ଡ୍ରୋମ୍ (ଇଂରାଜୀ ଭାଷାରେ Asperger syndrome (AS), ବା Asperger's ବା ଏଏସ୍), ଏକ ବିକାଶାତ୍ମକ ବେମାରୀ (developmental disorder) ଯେଉଁଥିରେ ସାମାଜିକ ଓ ଅଣମୌଖିକ ଯୋଗାଯୋଗରେ (nonverbal communication) ତୃଟି ଥାଏ; ସୀମିତ ପୁନଃପୌନିକ ବ୍ୟବହାର ଓ ରୁଚିର ପ୍ୟାଟର୍ଣ୍ଣ ଦେଖାଯାଏ । ଏହା ଏକ ଅଟିଜ୍ମ ସ୍ପେକ୍ଟ୍ରମ୍ ବେମାରୀ (autism spectrum disorder ବା ASD) ଯେଉଁଥିରେ ସାଧାରଣ ଭାଷା ବିକାଶ ଓ ବୁଦ୍ଧିମତ୍ତା ଥାଏ । ଏଥିରେ ଅସ୍ୱାଭାବିକ ଭାଷା ବ୍ୟବହାର ଓ ବେଢଙ୍ଗ ଶାରୀରିକ କ୍ରିୟାକଳାପ ଦେଖାଯାଏ । ଦୁଇ ବର୍ଷ ବୟସ ହେବା ପୂର୍ବରୁ ଏହି ରୋଗ ବାହାରି ଆଜୀବନ ରହେ । ଆସ୍ପର୍ଗର୍ ସିଣ୍ଡ୍ରୋମ୍ର ସଠିକ୍ କାରଣ ଜଣାଯାଇନାହିଁ । ଜେନେଟିକ କାରଣ ଥିବା ସନ୍ଦେହ ଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ । ପରିବେଶର ଭୂମିକା ମଧ୍ୟ ଥାଇପାରେ । ମସ୍ତିଷ୍ଲ ଇମେଜିଙ୍ଗ ଏକ ଅନ୍ତର୍ନିହିତ କାରଣରୂପେ ଚିହ୍ନଟ ହୋଇନାହିଁ । ଏହି ରୋଗକୁ ଏକ ରୋଗ ରୂପେ ବିବେଚନା ନ କରି ଅଟିଜ୍ମ ସ୍ପେକ୍ଟ୍ରମ ବେମାରୀ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି । ସନ ୨୦୧୫ର ଆନ୍ତର୍ଜାତୀୟ ରୋଗ ବର୍ଗୀକରଣ ସଂସ୍କରଣରେ (International Classification of Diseases) ଏହାର ନାମ ଅଛି ।ଏହାର କୌଣସି ଗୋଟିଏ ଚିକିତ୍ସା ନାହିଁ ଓ ଚିକିତ୍ସାର ପ୍ରଭାବ ନିମନ୍ତେ ସୀମିତ ଡାଟା ମିଳୁଛି । ଯୋଗାଯୋଗ ଦକ୍ଷତା, ଆସକ୍ତି ଓ ପୁନଃପୌନିକ ରୁଟିନ ଓ ଶାରୀରିକ ଅଦକ୍ଷତା ଇତ୍ୟାଦିର ଚିକିତ୍ସା କରିବାକୁ ଲକ୍ଷ ରଖାଯାଏ । ସାମାଜିକ ଦକ୍ଷତା ପ୍ରଶିକ୍ଷଣ, ଜ୍ଞାନାତ୍ମକ ବ୍ୟବହାରିକ ଥେରାପି, ଶାରୀରିକ ଥେରାପି, ଭାଷଣ ଥେରାପି, ପିତାମାତାଙ୍କ ପ୍ରଶିକ୍ଷଣ, ଅବସାଦ ଓ ଉତ୍ତେଜନା ନିମନ୍ତେ ଔଷଧ ବିଷୟରେ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରାଯାଏ । ଅଧିକାଂଶ ପିଲା ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଉନ୍ନତି ଲାଭ କରନ୍ତି । କେତେକ ଗବେଷକଙ୍କ ମତରେ ଏହି ରୋଗକୁ ଏକ ରୋଗ ହିସାବରେ ବିଚାର ନ କରି ଏକ ବ୍ୟତିକ୍ରମ ଭାବରେ ଚିକିତ୍ସା କରିବା ଉଚିତ ।ସନ ୨୦୧୩ର ଆକଳନ ଅନୁସାରେ ପୃଥିବୀରେ ପ୍ରାୟ ୩୧ ନିୟୁତ ଆସ୍ପର୍ଗର୍ ସିଣ୍ଡ୍ରୋମ୍ ରୋଗୀ ଥିଲେ । ଅଷ୍ଟ୍ରିଆର ଶିଶୁରୋଗ ବିଶେଷଜ୍ଞ ହାନ୍ସ ଆସ୍ପର୍ଗର୍ ସନ ୧୯୪୪ରେ ଏହି ରୋଗୀଙ୍କର ଲକ୍ଷଣମାନଙ୍କର ସବିଶେଷ ବର୍ଣ୍ଣନା କରିଥିଲେ । ଆସ୍ପର୍ଗର୍ ସିଣ୍ଡ୍ରୋମ୍ର ଆଧୁନିକ ଧାରଣା ସନ ୧୯୮୧ରେ ଆସିଲା ଓ କିଛି ସମୟ ପର୍ଯ୍ୟନ୍ତ ଲୋକପ୍ରିୟ ଥିଲା । ସନ ୧୯୯୦ରେ ଏହି ରୋଗ ନିର୍ଣ୍ଣୟ ଏକ ମାନକ ନିର୍ଣ୍ଣୟ ଥିଲେ । ଏହି ବେମାରୀ ଉପରେ ଅନେକ ପ୍ରଶ୍ନବାଚୀ ଓ ବିବାଦ ରହିଛି । ଏହି ରୋଗ ହାଇ-ଫଙ୍କସନିଙ୍ଗ ଅଟିଜ୍ମରୁ ଭିନ୍ନ ବିଷୟରେ ସନ୍ଦେହ ରହିଛି । ଏହି କାରଣମାନଙ୍କ ଯୋଗୁ ରୋଗ ପ୍ରତିଶତ ହିସାବ ସଠିକ ଭାବରେ ଆକଳନ କରିହେଉ ନାହିଁ ।