ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ଉଇକିମିଡ଼ିଆ ମୁଭମେଣ୍ଟ କିମ୍ବା ଉଇକିମିଡ଼ିଆ, ଉଇକିମିଡ଼ିଆ ଫାଉଣ୍ଡେସନ ପରିଯୋଜନା ପାଇଁ ଯୋଗଦାନ କର୍ତ୍ତା ମାନଙ୍କ ବୈଶିକ ସମୁଦାୟ ଅଟେ । ଏହା ଉଇକିପିଡ଼ିଆର ସମୁଦାୟ ପାଖାପାଖି ତିଆରି ହୋଇଥିଲା। ଏବଂ ଏହା ପରେ ଅନ୍ୟ ଉଇକିମିଡ଼ିଆ ପରିଯୋଜନାରେ ବିସ୍ତାର କରାଗଲା , ଯେଉଁଥିରେ ଉଇକିମିଡ଼ିଆ କମନ୍ସ ପରିଯୋଜନା ଏବଂ ଉଇକି ଡାଟା ସାମିଲ ଅଛି । ମିଡ଼ିଆଉଇକିରେ ଯୋଗଦାନ କରିଥିବା ସଫ୍ଟୱେର ଡେଭଲପର ମାନେ ଏହି ସ୍ୱୟଂ ସେବକଙ୍କୁ ସମଗ୍ର ଦୁନିଆର ବହୁ ସଂଗଠନଦ୍ୱାରା ସମର୍ଥିତ ହୋଇଛନ୍ତି, ଯେଉଁଥିରେ ଉଇକିମିଡ଼ିଆ ଫାଉଣ୍ଡେସନ, ସମ୍ବନ୍ଧିତ ଅଧ୍ୟାୟ, ବିଷୟଗତ ସଂଗଠନ ଏବଂ ଉପଯୋଗ କର୍ତ୍ତା ସମୂହ ସାମିଲ ହୋଇଛନ୍ତି ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଗୁଜରାଟୀ (; ગુજરાતી gujarātī [ɡudʒəˈɾɑːti]) ଏକ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତୀୟ ରାଜ୍ୟ ଗୁଜରାଟର ଅଧିବାସୀ ଏବଂ ପ୍ରଧାନତଃ ଗୁଜରାଟୀ ଭାଷାଭାଷୀଙ୍କଦ୍ୱାରା କଥିତ । ଗୁଜରାଟୀ ବୃହତ୍ତର ଇଣ୍ଡୋ-ଇଉରୋପୀୟ ଭାଷା ପରିଗୋଷ୍ଠୀର ଅଂଶ । ଗୁଜରାଟୀ ପୁରୁଣା ଗୁଜରାଟୀରୁ ସୃଷ୍ଟିହୋଇଛି (ପ୍ରାୟ ୧୧୦୦-୧୫୦୦ ଖ୍ରୀ) । ଭାରତରେ ଏହା ଗୁଜରାଟର ସରକାରୀ ଭାଷା ଓ ଡାମନ ଓ ଡିଉ ଓ ଦାଦ୍ରା ଓ ନଗର ହବେଳୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା । ୨୦୧୧ ଜନଗଣନା ଅନୁସାରେ ଗୁଜରାଟୀ ଭାରତରେ ମୋଟ ଜନସଂଖ୍ୟାର ୬ଷ୍ଠ ସର୍ବାଧିକ କଥିତ ଭାଷା ଓ ଏହା ୫୫.୫ ମିଲିଅନ (୫.୫ କୋଟି) ଭାଷାଭାଷୀଙ୍କଦ୍ୱାରା କଥିତ ଯାହା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୪.୫% । ୨୦୦୭ ମସିହାର ଗଣନା ଅନୁସାରେ ଏହା ସ୍ଥାନୀୟ ଭାଷାଭାଷୀଙ୍କ ସଂଖ୍ୟା ଭିତ୍ତିରେ ବିଶ୍ୱର ୨୬ ତମ ସର୍ବାଧିକ କଥିତ ଭାଷା ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ , ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ ।
ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି ବା ଇଣ୍ଟରନ୍ୟାସନାଲ ଫୋନେଟିକ ଆଲଫାବେଟ (ଇଂରାଜୀ: International Phonetic Alphabet, IPA, ବା ଆଇପିଏ) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା । ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଅରକ୍ଷିତ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଅରକ୍ଷିତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ଭାରତ ସ୍ୱାଧୀତ ହେବା ପରେ ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ-ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଲାଟିନ ଭାଷା (; Latin: [lingua latīna] ; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ବିଷ୍ଣୁ (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି । ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା । ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ । ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ । ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା । ତାଙ୍କର ଅନ୍ୟନାମ ନାରାୟଣ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଭାରତର ସ୍ୱାଧିନତା ସଂଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱାପୁର୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବା, ତାଙ୍କର ଦକ୍ଷତାର ପ୍ରମାଣ ଦିଏ । ତାଙ୍କର ଏହି ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ "ର ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଟେଲଜିଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା ।
ଜଗନ୍ନାଥ ଚେତନାର ବାହାକ ଚାରଣ ଗୋଷ୍ଠୀ ଚାରଣ ଗୋଷ୍ଠୀ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା : ଚାରଣ ଗୋଷ୍ଠୀ –ସୁସ୍ଥ ସମାଜ ଗଠନ ପାଇଁ ଏକ ଅଧ୍ୟାତ୍ମିକ ତଥା ସମାଜିକ ଅନୁଷ୍ଠାନ (ରାଜ୍ୟ ସରକାରଙ୍କ ଅଧିନରେ ପଞ୍ଜିକୃତ) । ଇଷ୍ଟ – ଶ୍ରୀ ଜଗନ୍ନାଥ । ଭାବ – ଜଗନ୍ନାଥ ସର୍ବସ୍ୱ । ଦର୍ଶନ-ଶ୍ରୀ ଜଗନ୍ନାଥ ଚେତନା । ଲକ୍ଷ୍ୟ- ସୁସ୍ଥ ସମାଜ ଗଠନ । ପଥ- ଆର୍ଯ୍ୟପଥ । ଆର୍ଯ୍ୟପଥର ସ୍ୱରୁପ -ତ୍ୟାଗର ପଥ । ତ୍ୟାଗର ପରିଣାମ – ସତ୍ୟର ଅନୁଭୁତି ବା ସ୍ୱଧର୍ମ ପାଳନ । ସାଧନାମାର୍ଗ – ଚରୈବେତି ଚରୈବେତି ଚରେନବୈ ମଧୁବିଦନ୍ତି । ସ୍ମରଣୀୟ ନାମ – ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବାୟ (ଆନୁଷ୍ଠାନିକ) ଓ ପ୍ରତ୍ୟହ କୀର୍ତ୍ତନୀୟ ନାମ , ବିଶ୍ୱାସ – “ଆଚର ପ୍ରଭାବୋ ଧର୍ମ ଧର୍ମସ୍ୟ ପ୍ରଭବୋଚ୍ୟୁତ” , ନିତ୍ୟକର୍ମ – ଚାରଣ ସ୍ୱଧ୍ୟାୟ । କରଣୀୟ- ଚାରଣ ଚର୍ଯ୍ୟା ପାଳନ ଯଥା – ୧-(କ) କାୟ –ମନ - ବାକ୍ୟରେ ଜଗନ୍ନାଥ ସର୍ବସ୍ୱ ଭାବରେ ବିଶ୍ୱାସ । (ଖ) ଶ୍ରୀ ବିଷ୍ଣୁ ସହସ୍ରନାମ ସହ ଗୀତା କିମ୍ବା ଭାଗବତ ସ୍ୱାଧ୍ୟାୟ । ( ଅତି କମରେ ସକାଳ/ରାତ୍ରି ଭୋଜନ ପୂର୍ବରୁ ) ୨- ସଦାଚାର ପାଳନ (ଯାହାକୁ କେହି ଖରାପ କହୁ ନଥିବେ ) ୩- ଦେଶତ୍ମବୋଧ (ନିଜକୁ ନ୍ୟୁନ ମନେ କରୁ ନଥିବେ ) ୪- ସେବା ( ପରକୁ ସାହାଯ୍ୟ କରିବା ) ୫- ଅତ୍ମ ସମୀକ୍ଷା (ଶୋଇବା ପୂର୍ବରୁ ନିଜର କାର୍ଯ୍ୟର ଭଲ ମନ୍ଦ ବିଚାର ପୂର୍ବକ ନିଜକୁ ଚଳାଇବା ) ସ୍ଥୂଳ ସାଧନା : ୧- ନିତ୍ୟ ସ୍ୱାଧ୍ୟାୟ । ୨- ଚାରଣୀୟ ସତ୍ସଙ୍ଗରେ ଯୋଗଦାନ । ୩- ଇଷ୍ଟପ୍ରୀତି ପ୍ରଦାନ । ୪- ସଦାଚାରରେ ପ୍ରବୃତ । ୫- ଅସଦାଚାରରୁ ନିବୃତ । ଚାରଣ ଚର୍ଯ୍ୟା (ଚାରଣ ମାନଙ୍କର ପାଳନୀୟ ଆଚରଣ) ୧- ଜଗନ୍ନାଥ ସର୍ବସ୍ୱ (କ) ପ୍ରଭୁ ଜଗନ୍ନାଥ ଜଗତର ସ୍ରଷ୍ଟା । ତାଙ୍କରି ଇଚ୍ଛାରୁ ଜଗତର ସୃଷ୍ଟି । ସେ ସ୍ରଷ୍ଟା ସୃଷ୍ଟିର କାରଣ ବୋଲି କାୟ-ମନ-ବାକ୍ୟରେ ଦୃଢ ଭାବରେ ବିଶ୍ୱାସ କରିବା । (ଖ) ସର୍ବଦା ଜଗନ୍ନାଥ ନାମ ସ୍ମରଣ ଓ କୀର୍ତ୍ତନ ପୂର୍ବକ ଜୀବନ ଯାତ୍ରା ନିର୍ବାହ କରିବା । (ଗ) ଭଗବତ ଚରଣାରବିନ୍ଦରେ ସମସ୍ତ କର୍ମଫଳ ସମର୍ପଣ କରିବା । (ଘ) ପ୍ରତ୍ୟେକ ସୃଷ୍ଟିରେ ଭାଗବତ ସତ୍ତା ଅନୁଭବ କରିବା । (ଙ) ପ୍ରତ୍ୟହ ପ୍ରାତଃ , ସାୟଂକାଳୀନ ପ୍ର୍ରାର୍ଥନା , ସଦ୍ଗ୍ରନ୍ଥ ପାଠ ଯଥା ସମ୍ଭବ କରି ନିର୍ମାଲ୍ୟ ସେବନ କରିବା ପରେ ଅନ୍ନ ଗ୍ରହଣ କରିବା । (ଚ) ଯଥା ସମ୍ଭବ ସତ୍ସଙ୍ଗ , ଜଗନ୍ନାଥ ତତ୍ତ୍ୱ ସମ୍ବନ୍ଧରେ ଅଧ୍ୟୟନ , ସ୍ମରଣ, ଆଚରଣ ଓ ପ୍ରଚାର କରିବା । ଦୈନିକ , ସାପ୍ତହିକ , ମାସିକ ବୈଠକରେ ଯୋଗ ଦେବା ଏବଂ ପ୍ରବ୍ରଜ୍ୟାରେ ସାଧନା କରିବା । ୨- ସଦାଚାର : (କ) ସତ୍ ଚିନ୍ତା , ସତ୍ କର୍ମ , ଓ ସତ୍ କଥନ ପ୍ରଭୃତି ସତ୍ ବିବେକ ଅନୁମୋଦିତ ମାର୍ଗରେ ପ୍ରବୃତ ହେବା । (ଖ) ସମସ୍ତ କର୍ମରେ ସତ୍ୟ , ଅହିଂସା , ତ୍ୟାଗ ଭାବ ଅନୁସରଣ କରିବା । (ଗ) ଦୁଷ୍ଟକର୍ମ , ପରର ଅମଙ୍ଗଳ କରିବାରୁ ନିବୃତ ହେବା । (ଘ) ସାତ୍ୱିକ ଅହାର ଗ୍ରହଣ , ଅନୁଦ୍ଧତ ପୋଷାକ ପରିଧାନ ପୂର୍ବକ ସରଳ , ନିରାଡମ୍ବର ଜୀବନ ଯାପନ କରିବା । (ଙ) ପିତାମାତା , ଗୁରୁଜନ ମାନଙ୍କୁ ଭକ୍ତି କରିବା । ପ୍ରତ୍ୟେହ ସ୍ୱଧ୍ୟାୟ ପରେ ବା ପୂର୍ବରୁ ପ୍ରଣାମ କରିବା । ୩- ଦେଶାତ୍ମବୋଧ : (କ) ନିଜକୁ ଓ ନିଜର ଦେଶକୁ ଭଲ ପାଇବା । (ଖ) ଜୀବନର ସମସ୍ତ କାର୍ଯ୍ୟରେ ଦେଶ ଓ ଜାତିପ୍ରୀତି ପ୍ରଦର୍ଶନ କରିବା । (ଗ) ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କ୍ଷୁଦ୍ରତର ସ୍ୱାର୍ଥ ତ୍ୟାଗ କରିବା । (ଘ) ପ୍ରତ୍ୟେକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା । ଚାରଣୀୟ ବନ୍ଧୁ ଓ ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ ପୂର୍ବକ ‘ଜୟ ଜଗନ୍ନାଥ ‘ ଉଚ୍ଚାରଣ କରି ସମ୍ମାନ କରିବା । (ଙ) ଦେଶ ଓ ଜାତିର ସ୍ୱାଭିମାନ , ପୂଜ୍ୟ ପୂଜା ପାଇଁ ସଚେତନ ହେବା । (ଚ) ଦେଶ ଓ ଜାତିର ନିନ୍ଦା ବା କ୍ଷତି ହେଲା ଭଳି କାର୍ଯ୍ୟ ନ କରିବା । ୪- ସେବା : (କ) ଆପଦ ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା । (ଖ) ସ୍ୱଜନ ଓ ପତିବେଶୀମାନଙ୍କ ସୁଖ ଦୁଃଖରେ ଭାଗୀ ହେବା । (ଗ) ସତ୍ ପାତ୍ରରେ ଯଥାଶକ୍ତି ସ୍ୱାଧିକାର (ଦାନ) ସମର୍ପଣ କରିବା । ଇଷ୍ଟପ୍ରୀତି ଦେବା ପାଇଁ ନିଷ୍ଠାବାନ ହେବା । (ଘ) ସମସ୍ତ କାର୍ଯ୍ୟକୁ ଭଗବତ ସେବା ବିଚାର ପୂର୍ବକ କରିବା । (ଙ) ପ୍ରତ୍ୟେକଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ କରି ପାରୁ ନ ଥିଲେ ସମବେଦନଶୀଳ ହେବା । ୫-ଆତ୍ମ ସମୀକ୍ଷା: (କ) ପ୍ରତ୍ୟେକ କାର୍ଯ୍ୟ ବିବେକ , ଶାସ୍ତ୍ର ଓ ସମାଜ ଅନୁମୋଦିତ କି ନାହିଁ ବିଚାର କରିବା । (ଖ) ନିଜର କାର୍ଯ୍ୟ, ସୃଷ୍ଟି ଓ ସମାଜର ମଙ୍ଗଳ କରୁଛି କି ନାହିଁ ବିଚାର କରିବା । (ଗ) ନିଜର ଭୁଲ ଜାଣିଲେ ଗୁରୁ , ଗୁରୁଜନ , ପିତାମାତା ଓ ସଦାଚାରୀମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ପୂର୍ବକ ନିଜକୁ ସଂଶୋଧନ କରିବା । (ଘ) ପୁନର୍ବାର ଭୁଲ ନ କରିବା ପାଇଁ ସଚେତନ ହେବା । ବ୍ୟକ୍ତିଗତ ଜୀବନ ସୁସ୍ଥ କରି ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ଚାରଣ ‘ଚାରଣ ଚର୍ଯ୍ୟା’ ବ୍ରତ ନିÂାରେ ପାଳନ କରିବା ବିଧେୟ । ଏହାଦ୍ୱାରା ଆତ୍ମାର ମୁକ୍ତି ଓ ଜଗତର ମଙ୍ଗଳ ହୁଏ । ଅନ୍ୟଥା ଚାରଣ ବ୍ରତ ଅପୂର୍ଣ୍ଣ ହେବ । ପ୍ରଭୁ ଜଗନ୍ନାଥଙ୍କ ଚରଣାରବିନ୍ଦରେ ନିଜକୁ ଉସôର୍ଗ କରନ୍ତୁ । “ ଜୟ ଜଗନ୍ନାଥ “ ଚାରଣର ମୂଳ ଚର୍ଯ୍ୟା : ସମସ୍ତ ଶାସ୍ତ୍ରର ନିର୍ଯ୍ୟାସକୁ ପାରିପାଶ୍ୱିର୍କ ପରିସ୍ଥିତିରେ ଯୁଗୋପଯୋଗୀ ଭାବେ ଉପଯୋଗ କରି ଚାରଣ ଗୋଷ୍ଠୀ ତାର ମୌଳିକ ଲକ୍ଷ୍ୟ ସୁସ୍ଥ ସମାଜ ଗଠନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଅଛି । ସେମାନଙ୍କ ଦୃଷ୍ଟିରେ ସୁସ୍ଥ ସମାଜ ତାହା ଯେଉଁଠାରେ ମଣିଷ ଶାନ୍ତ ବିଶ୍ୱ ପ୍ରକୃତି ମଧ୍ୟରେ ସୁଖରେ , ଭଦ୍ର ଭାବରେ , ନୀରୋଗ, ଦୁଃଖହୀନ ଜୀବନ ଯାପନ କରୁଥିବ । ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ସେ ସାଧନା ସିଦ୍ଧ ଚାରଣ ଚର୍ଯ୍ୟା ପାଳନ କରିବାକୁ ନିଜର ମାର୍ଗ ଭାବରେ ଗ୍ରହଣ କରିଅଛି । ତାର ମୁଖ୍ୟ ଅଙ୍ଗ : ଜଗନ୍ନାଥ ସର୍ବସ୍ୱ ଭାବ : ପ୍ରଭୁ ଗଜନ୍ନାଥଙ୍କୁ ସୃଷ୍ଟିର ସ୍ରଷ୍ଟାର କାରଣ ଭାବରେ କାୟ – ମନ - ବାକ୍ୟରେ ଇଷ୍ଟ ଭାବରେ ଗ୍ରହଣ କରିଥାନ୍ତି । ସବୁ ଧର୍ମର ନିର୍ଯ୍ୟାସକୁ ଜନପୋଯୋଗୀ ସାଧକମାନଙ୍କର ସିଦ୍ଧି ବୋଲି ସେମାନେ ଗ୍ରହଣ କରନ୍ତି । କିଛି ବ୍ୟତିକ୍ରମକୁ (ଯୁଗର ପ୍ରଭାବ ହେତୁ) ଛାଡିଦେଲେ ସୂକ୍ଷ୍ମ ବା ଚେତନ ସ୍ତରରେ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳରେ ପ୍ରଭୁ ଜଗନ୍ନାଥ ସନାତନ ଚେତନାର ପ୍ରତୀକ ଭାବରେ (ସର୍ବ ଧର୍ମର ମୌଳିକ ନିର୍ଯ୍ୟାସ , ନିର୍ଭରଶୀଳତା ) ଏବେ ବି ପ୍ରତ୍ୟକ୍ଷ ଲୀଳା କରୁଅଛନ୍ତି ବୋଲି ଚାରଣମାନେ ଦୃଢ ବିଶ୍ୱାସ କରନ୍ତି । ସାକାର-ନିରାକାର , ଏକ ଈଶ୍ୱର –ବହୁ ଇଶ୍ୱର କୌଣସି ଭେଦ ଜଗନ୍ନାଥ ଚେତନାରେ ବାସ୍ତବ କ୍ଷେତ୍ରରେ ନାହିଁ । ସେ ‘ ସର୍ବ ଦେବ ମୟୀ ହରି ‘ । ତାଙ୍କର ମହିମାର ପ୍ରଚାର ଓ ପ୍ରସାର କରାଗଲେ (ଜଗନ୍ନାଥ ଚେତନା) ବିଶ୍ୱରେ ଘଟୁଥିବା ଜଗନ୍ନାଥ ସର୍ବସ୍ୱ ଭାବକୁ ନିଜେ ଆନ୍ତରିକତାର ସହିତ ଆଚରଣ କରିଥାନ୍ତି । ପୂର୍ବୋକ୍ତ ସ୍ୱଧ୍ୟାୟ , ସତ୍ସଙ୍ଗ ସେମାନଙ୍କ ସାଧନା ପାଇଁ ଉଦ୍ଧିଷ୍ଟ । ସେବା : ଜଗତକୁ ଜଗନ୍ନାଥମୟ ଭାବୁ ଥିବାରୁ , ନିର୍ଭରଶୀଳତା ମଣିଷର ସହଜାତ ଗୁଣ ହୋଇଥିବାରୁ , ଅପରକୁ ସାହାଯ୍ୟ କରିବା ବା ସେବା କରିବା ଚାରଣମାନଙ୍କର ପରମ ଧର୍ମ ଭାବରେ ଗୃହୀତ । ତେଣୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେ ସାମର୍ଥ୍ୟ ଅନୁଯାୟୀ ସେବକାର୍ଯ୍ୟ ହାତକୁ ନେଇଥାନ୍ତି । ସେଗୁଡିକ ମଧ୍ୟରେ ସମାଜ ସଂସ୍କାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା - ନିଶା ନିବାରଣ , ଯୌତୁକ ଗ୍ରହଣ ନକରିବା , ଜାତିଭେଦ , ଅସ୍ପୃଶ୍ୟତା ଆଦି ଦୁର କରିବା , ଦୁଃଖୀ ଦରିଦ୍ର ଅନାଥଙ୍କୁ ବିଭିନ୍ନ ଭାବରେ ସହାୟତା କରିବା , ପ୍ରାକୃତିକ ବିପର୍ଯ୍ୟୟ ତଥା ବିପଦ ସମୟରେ ସହାୟତା କରିବା , ଶିଶୁମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ , ବୈଷୟିକ ଉନ୍ନତି ପାଇଁ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ , ସୁଲଭରେ ଶିକ୍ଷା ଓ ତଥ୍ୟ ଯୋଗାଣ ପାଇଁ ପୁସ୍ତକ ପ୍ରକାଶନ , ଔଷଧ ପ୍ରସ୍ତୁତିକରଣ , ଗ୍ରାମାଞ୍ଚଳ ରାସ୍ତାଘାଟ ପ୍ରଭୃତି ପରିମଳ କରିବା ଏବଂ ଲୁପ୍ତପ୍ରାୟ ଆଧ୍ୟାତ୍ମିକ କେନ୍ଦ୍ର ମଠବାଡି ମନ୍ଦିର ପ୍ରଭୃତିର ପୁନଃ ଉଦ୍ଧାର କାର୍ଯ୍ୟ ପ୍ରଭୃତି ସ୍ଥାନୀୟ ଆବଶ୍ୟକତାକୁ ଚାହିଁ କରିଥାନ୍ତି । ଅବଶ୍ୟ ଲୋକବଳ ଅର୍ଥବଳର ସ୍ୱଳ୍ପତା ହେତୁ ବୃହତ୍ତର ସେବା କାର୍ଯ୍ୟଗୁଡିକ ବାସ୍ତବରେ ହାତକୁ ନିଆଯାଇ ପାରିନାହିଁ । ଏପରି ପରିସ୍ଥିତି ଆସିଛି ବା ଆସୁଛି ଯାହା ଚାରଣ କଳ୍ପନାରେ ଅଛି ତାହା କରାଯାଇପାରି ନାହିଁ । କିନ୍ତୁ ଅସାମର୍ଥ୍ୟତା ଜାଣି ସହାନୁଭୁତିର ସହ କାର୍ଯ୍ୟରେ ସହାୟତା ପାଇଁ ପ୍ରଭୁଙ୍କୁ ନିଶ୍ଚୟ ପ୍ରାର୍ଥନା କରଥାନ୍ତି । ଅନ୍ୟ ଭାଷାରେ କହିଲେ ନିଜର ସେବା ଭାବନା ପାଇଁ ସେମାନେ ସଦା ସଚେତନ ଥାନ୍ତି । ଆତ୍ମ ସମୀକ୍ଷା : ଚାରଣମାନଙ୍କର ଆତ୍ମ ସମୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚର୍ଯ୍ୟା । ସେମାନଙ୍କର ଉପରୋକ୍ତ ଚାରିଗୋଟି ଚର୍ଯ୍ୟା ପାଳନ ନିମନ୍ତେ ନିର୍ଦ୍ଧାରିତ ନୀତି ଅନୁଯାୟୀ ସେମାନେ ଚଳୁଛନ୍ତି କି ନାହିଁ ତାହା ବିଚାର କରିବାକୁ ସେମାନେ ଗୁରୁତ୍ୱ ଦେଇଥାନ୍ତି ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଓ ପରେ ତାହା ବିବେକ ଅନୁମୋଦିତ କି ନୁହେଁ , ତାହା ବିଚାର କରିଥାନ୍ତି । ଯଦି କାର୍ଯ୍ୟବଶତଃ ବିଚାର କରିବା ପାଇଁ ସମୟ ପାଆନ୍ତି ନାହିଁ ନିଶ୍ଚିତ ଭାବରେ ଶୋଇବା ପୂର୍ବରୁ ବିଚାର ,ଦୈନିକ କାର୍ଯ୍ୟର ଆତ୍ମିକ ସମୀକ୍ଷା କରିଥାନ୍ତି । କୌଣସି ପରିସ୍ଥିତିରେ ନିଜର ଦୋଷ ଦୁର୍ବଳତା ଜାଣିଲେ ତାହା ସଂଶୋଧନ କରିଥାନ୍ତି । ସଦାଚାର : ବିଭିନ୍ନ ଶାସ୍ତ୍ରରେ ଥିବା ସଦାଚାରକୁ ସର୍ବାନ୍ତକରଣରେ ଚାରଣମାନେ ଗ୍ରହଣ କରନ୍ତି । ତାହା ସାଧାରଣ ମଣିଷ ମାନଙ୍କ ପକ୍ଷେ ଦୁଃର୍ବୋଧ୍ୟ ହେବ ବୋଲି ସେମାନେ ସାଧାରଣରେ ଅନାଚାର, ପାପ , ଖରାପ , ଅଧର୍ମ , ଅନୀତି , ନିର୍ଭରଶୀଳତାର ବିରୋଧ ପ୍ରଭୃତି ଆଚରଣ ବୋଲାଇ ନଥବା କାର୍ଯ୍ୟ ଅସଦାଚାର ବୋଲି ଗ୍ରହଣ କରିଛନ୍ତି । ସେଥିପାଇଁ ସେମାନେ ସ୍ଥାନୀୟ ପ୍ରଭାବକୁ ଗୁରୁତ୍ୱ ଦେଇଥାନ୍ତି । ତେଣୁ କୌଣସି କାର୍ଯ୍ୟ କଲାବେଳେ ଶାସ୍ତ୍ରୀୟ ଉଚିତ ଅନୁଚିତ ବିଧିନିଷେଧ ପ୍ରଭୃତିକୁ ଦୃଷ୍ଟିକୁ ନେଇ ସ୍ଥାନ-କାଳ- ପାତ୍ର ଭେଦରେ ସମାଜରେ କ’ଣ କରଣୀୟ ନିର୍ଦ୍ଧାରଣ କରିଥାନ୍ତି । ସଦାଚାର ନିର୍ଦ୍ଧାରଣ କରିବା ପୂର୍ବରୁ ବିବେକ ଅନୁମୋଦିତ କର୍ମକୁ ଉଚିତ କର୍ମ ବୋଲି ଗ୍ରହଣ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସେ ବିଚାର କରିଥାନ୍ତି । ତେଣୁ ଅବଟାରେ ନ ଯିବା ଚାରଣର ମୂଳ ଆଚରଣ । ଦେଶାତ୍ମବୋଧ : ଦେଶାତ୍ମବୋଧ ସାଧାରଣତଃ ଦେଶ ବା ଜନ୍ମସ୍ଥାନକୁ ଉଚ୍ଚ ମାନ ଦେବାକୁ ବୁଝା ଯାଇଥାଏ । ଅନେକ ସ୍ତରରେ ଭଲମନ୍ଦ ବିଚାର ନକରି ଦେଶପାଇଁ ଗର୍ବ କରିବାକୁ ବୁଝା ଯାଇଥାଏ । ମାତ୍ର ଚାରଣମାନେ ଦେଶକୁ ଭଲ ପାଇବା ସହ ଆତ୍ମବୋଧକୁ ଯୋଡି କିଛି ସିନ୍ଧାନ୍ତ କରିଥାନ୍ତି । ସେହି ଦୃଷ୍ଟିରୁ କେବଳ ଦେଶକୁ ନୁହେଁ ନିଜକୁ ଓ ନିଜର ମାନକୁ ଯଥା ନିଜ ଦେହ , ପରିବାର ନିଜ ଗ୍ରାମ ବା ଅଞ୍ଚଳ , ଜିଲ୍ଲା , ପ୍ରଦେଶ , ଦେଶ , ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ପାଇବାକୁ ହିଁ ଦେଶାତ୍ମ ବୋଧ ବୋଲି ବୁଝିଥାନ୍ତି । ଶାସ୍ତ୍ରୀୟ ନିୟମ , କ୍ଷୁଦ୍ରତ୍ତର ଆବଶ୍ୟକତାକୁ ବୃହତ୍ତର ଆବଶ୍ୟକତା ଦୃଷ୍ଟିରୁ ତ୍ୟାଗ କରିବା ନ୍ୟାୟରେ ବିଚାର କରି ଦେଶାତ୍ମବୋଧକୁ କାର୍ଯ୍ୟରେ ପରିଣତ କରିଥାନ୍ତି । ଉଦାହରଣ ସ୍ୱରୂପ ପରିବାରର ଆନନ୍ଦ ପାଇଁ ନିଜର ସ୍ୱାର୍ଥ ବଳି ଦେଇଥାନ୍ତି । ତେଣୁ କୌଣସି ପରିସ୍ଥିତିରେ ସୁଦ୍ଧା ନିଜକୁ ବା ନିଜର ଆତ୍ମୀୟମାନଙ୍କୁ ନୁ୍ୟନ ମନେ କରନ୍ତି ନାହିଁ । ଭଗବାନଙ୍କ ସନ୍ତାନ ହିସାବରେ ସମସ୍ତଙ୍କ ସମସ୍ୟା ବିଚାର କଲାବେଳେ ନିଜ ପାଇଁ ଯାହା ଉପଯୋଗୀ ତାହା ସମସ୍ତଙ୍କ ପାଇଁ ଉପଯୋଗୀ ବୋଲି ଧରି କାର୍ଯ୍ୟ କରିଥାନ୍ତି । ନିଜର ପରମ୍ପରା , ଚଳଣୀ , ମହାନତା ପ୍ରଭୃତିକୁ ବଜାୟ ରଖିବା ପାଇଁ ସଚେତନ ଥାନ୍ତି । ନିଜ ଦେଶ , ଜାତ. ଧର୍ମ, ପରିବାରର ନିନ୍ଦା ହେଲା ଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ । ସ୍ଥୂଳଚର୍ଯ୍ୟା: ଚାରଣର ମୌଳିକ ଚର୍ଯ୍ୟା ଗୁଡିକ ମଧ୍ୟରୁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ଚାରଣ ପାଞ୍ଚଟି ସ୍ଥୂଳଚର୍ଯ୍ୟା ପାଳନ କରିବା ପାଇଁ ସାଧନାର ଗତି ହିସାବରେ ଗ୍ରହଣ କରାଯାଇଛି ।ଏହି ସ୍ଥୂଳଚର୍ଯ୍ୟା ଗୁଡିକ ଯାହା ବାହାରୁ କରାଯାଉଥିବାର ଜଣାଯାଇପାରେ । ୧- ନିତ୍ୟ ସ୍ୱଧ୍ୟାୟ ( ନିଜର ସୁବିଧା ଅନୁଯାୟୀ) କରିବା । ସାଧାରଣତଃ ଚାରଣମାନେ ପ୍ରାତଃକାଳରେ ଶ୍ରୀବିଷ୍ଣୁସହସ୍ରନାମ, ପୁରୁଷୋତ୍ତମ ଯୋଗ ଓ ହନୁମାନ ଚାଳିଶା ପାଠ କରିଥାନ୍ତି ଏବଂ ସନ୍ଧ୍ୟାରେ ଭାଗବତ ଗୀତା, ବିଭିନ୍ନ ସ୍ତୁତି ଓ ଭଜନ ତଥା ଗୀତ ଗୋବିନ୍ଦ ପାଠ କରିଥାଆନ୍ତି । ଏହି ଉପାସନାର ବିଧି ନିର୍ଦ୍ଧାରଣ ପ୍ରଭୁଙ୍କ କୃପାରୁ ଅନୁଭବଦ୍ୱାରା ସିଦ୍ଧ ହୋଇ ଜଗତରେ ଚାରଣ ଗୋଷ୍ଠୀଦ୍ୱାରା ଉପଯୋଗ କରାଯାଉଅଛି । ଏହାକୁ ଶାସ୍ତ୍ର ସମ୍ମତ ଉପାସନା ପଦ୍ଧତି ଭାବରେ ଗ୍ରହଣ କରାଯାଇଅଛି । ୨- ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ ପାଇଁ ପ୍ରଭୁଙ୍କୁ ପ୍ରୀତି କରୁଥିବା ଚାରଣମାନଙ୍କ ସହ ସମୁହ ପ୍ରାର୍ଥନା , ସାପ୍ତାହିକ , ମାସିକ ବୈଠକରେ ଯୋଗଦାନ କରିବା , ବାର୍ଷିକ ଉସôବ ସମ୍ମିଳନୀ , ପ୍ରବ୍ରଜ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ସାମୁହିକ ଅନୁଷ୍ଠାନରେ ଯୋଗ ଦିଅନ୍ତି । ଅର୍ଥାତ୍ ସତ୍ସଂଗ ପାଇଁ ଆଗ୍ରହ ପ୍ରକାଶ କରନ୍ତି । ୩- ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ନିଜର ସାମର୍ଥ୍ୟ ଅନୁଯାୟୀ କିଛି ସମୟ, ଶ୍ରମ ତଥା ଅର୍ଥ ଦାନ କରିବାର ଅଭ୍ୟାସ ଚାରଣମାନେ କରିଥାନ୍ତି । ଯାହାଦ୍ୱାରା ଚାରଣ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭୁଙ୍କ ନାମ , ଗୁଣ , ମହିମା ପ୍ରଚାର କରିବାରେ ବିନିଯୋଗ ହୋଇଥାଏ । ଏହାକୁ ଇଷ୍ଟପ୍ରୀତି କୁହାଯାଏ । ୪- ନିଜ ଭିତରେ ଥିବା ସତ ପ୍ରବୃତ୍ତି ସଦାଚାର (ପୂର୍ବରୁ ବର୍ଣ୍ଣନା କରଯାଇଛି ) ପାଳନ କରନ୍ତି । ୫- ଅସଦାଚାରରୁ ନିବୃତ୍ତି । କିଛି ବଦଭ୍ୟାସ ତଥା ବଦଗୁଣ ନିଜର ଥିବାର ଜାଣିଲା ମାତ୍ରେ ତ୍ୟାଗ କରିଥାନ୍ତି । ଯେଉଁମାନେ ୫ଟି ସ୍ଥୂଳଚର୍ଯ୍ୟା ନିଷ୍ଠାର ସହିତ ପାଳନ କରୁଥିବାର ଲକ୍ଷ୍ୟ କରଯାଏ ତାହାଙ୍କୁ ସକ୍ରିୟ ଚାରଣ ଭାବରେ ଗ୍ରହଣ କରାଯାଏ । ପ୍ରତ୍ୟେକ ସକ୍ରିୟ ଚାରଣ ସ୍ଥୂଳଚର୍ଯ୍ୟା ବ୍ୟତୀତ ନିମ୍ନ ଲିଖିତ ବାହ୍ୟ ଆଚରଣ ଗୁଡିକ ପାଳନ କରିଥାନ୍ତି । ୧-ନିତ୍ୟ ନିର୍ମାଲ୍ୟ /ଚରଣୋଦକ ସେବନ । ୨- ପିତା, ମାତା , ସ୍ୱାମୀ ଓ ଗୁରୁଜନ ମାନଙ୍କୁ ପାଦଛୁଇଁ ପ୍ରଣାମ । ୩- ଜୟ ଜଗନ୍ନାଥ ଧ୍ୱନୀ ସହ ଚାରଣ ମାନଙ୍କୁ ପାଦଛୁଇଁ ମାନ୍ୟ , ଶ୍ରଦ୍ଧା ପ୍ରଦର୍ଶନ । ୪- ଅନୁଦ୍ଧତ ପୋଷାକ ପରିଧାନ , ୫-ସରଳ ଓ ନିରାଡମ୍ବର ଜୀବନଯାପନ । ୬-ପ୍ରତ୍ୟେକ ଚାରଣମାନଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବା । ୭-ସଦ୍ଗ୍ରନ୍ଥ ଓ ଆଧ୍ୟାତ୍ମିକ ଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା କରିବା । ୮- ପ୍ରଭୁ ଜଗନ୍ନାଥଙ୍କ ସମ୍ବନ୍ଧରେ ପ୍ରତ୍ୟହ କିଛି ନା କିଛି ଆଲୋଚନା ମାଧ୍ୟମରେ ସମ୍ବନ୍ଧ ରଖିବା । ତଥା ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି । ନିଜର ଇଷ୍ଟ ଜଗନ୍ନାଥଙ୍କର ବା ତାଙ୍କ ନାମର ନିନ୍ଦା ନ ହେବା ପାଇଁ ସଚେତନ ଥାନ୍ତି । କାର୍ଯ୍ୟକ୍ରମ : ଚାରଣ ମାନଙ୍କର ସାଧନାର ଆଧାର ନିତ୍ୟ ସତ୍ସଙ୍ଗ ହୋଇଥିବାରୁ ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି । ସେଗୁଡିକ ମଧ୍ୟରେ (୧) ସ୍ଥାନୀୟ ଭାଇମାନଙ୍କ ସାପ୍ତାହିକ , ମାସିକ ବୈଠକ (୨) ଅଞ୍ଚଳ ଓ ମଣ୍ଡଳ ସ୍ତରରେ ଶ୍ରୀ ରାମ , ଶ୍ରୀ କୃଷ୍ଣ , ଭାଗବତ , ରାସ ପୂର୍ଣ୍ଣିମା , ଜାନୁୟାରୀ ୨୬, ଚାରଣ ଜୟନ୍ତୀ ଓ ଗାଁ ମାନଙ୍କର ବାର୍ଷିକ ଉତ୍ସବ ପାଳନ କରିଥାନ୍ତି । ଏହା ବ୍ୟତିତ ସାମୟିକ ଭାଗବତ ସପ୍ତାହ , ଯଜ୍ଞ , ମାନ. ଗୀତା ପାରାୟଣ , ଶିକ୍ଷା ଶିବିର ଇତ୍ୟାଦି ସାଧନା କାର୍ଯ୍ୟକ୍ରମ କରିଥାନ୍ତି । (୩) କେନ୍ଦ୍ର ସ୍ତରରେ ବାର୍ଷିକ ସମ୍ମିଳନୀ , ପ୍ରବ୍ରଜ୍ୟା (ଗ୍ରାମକୁ ଗ୍ରାମ ପ୍ରଭୁ ଜଗନ୍ନାଥଙ୍କ ସହ ଯାତ୍ରାକରି ଲୋକ ସଂଗ୍ରହ କରିବା ) (୪) ଦଳ ପ୍ରବ୍ରଜ୍ୟା (ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ) ଯେଉଁଠାରେ ଚାରଣ ଗୋଷ୍ଠୀ ନାହିଁ ସେହିଠାରେ ଜଗନ୍ନାଥ ଚେତନା ପ୍ରଚାର କରିବା ଓ ଚାରଣ ଗୋଷ୍ଠୀ ସମ୍ବନ୍ଧରେ ଧାରଣା ଦେବା : (୫) ପ୍ରତ୍ୟେକ ଚାରଣ ନିଜ ନିଜର ବନ୍ଧୁ , ପରିଚିତ ଲୋକ , ପ୍ରିୟ ଜନଙ୍କ ପାଖରେ ଚାରଣ ଗୋଷ୍ଠୀର ବାର୍ତ୍ତା ପହଞ୍ଚାଇ ବ୍ୟକ୍ତି ସଂଗ୍ରହ କରିଥାନ୍ତି । ୬- ପାଞ୍ଚ ଜଣରୁ ଅଧିକ ଚାରଣ ଭାଇ ଥିବା କ୍ଷୁଦ୍ର ପରିବେଶ ମଧ୍ୟରେ ତଥା ଗାଁ ବା ସାହିରେ ସକ୍ରିୟ ଶିକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଶାଖା ଗଠନ କରିଥାନ୍ତି । ତନ୍ମଧ୍ୟରୁ ଅଗ୍ରଗାମୀ ଚାରଣ ମାନେ ଦଳପତି ଓ ସମ୍ପାଦକ ଭାବରେ କାର୍ଯ୍ୟ କରିଥାନ୍ତି । ଶାଖାର ସଭ୍ୟ ସଂଗ୍ରହ କରିବା ମାଧ୍ୟମରେ ଜଗନ୍ନାଥଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିଥାନ୍ତି । (୭) ପାଞ୍ଚ ବା ସାତଟି ଶାଖାକୁ ନେଇ ମଣ୍ଡଳ ଓ ଚାରି ବା ପାଞ୍ଚଟି ମଣ୍ଡଳକୁ ନେଇ ଅଞ୍ଚଳ ଗଠନ କରାଯାଇ ଥାଏ (୮) ଜଗନ୍ନାଥଙ୍କ ସମ୍ବନ୍ଧୀୟ ପୁସ୍ତକ ତଥା ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶନ ନିମନ୍ତେ ଏକ ପୁସ୍ତକ ପ୍ରକାଶନ ପାଣ୍ଠି ଗଠନ କରାଯାଇ ବିଭିନ୍ନ ପୁସ୍ତକ ଓ ତ୍ରୟମାସିକ “ଉନ୍ମନା “ ନାମରେ ଏକ ମୁଖପତ୍ର ପ୍ରକାଶ କରାଯାଉଅଛି । ବିଶେଷତ୍ୱ : ୧- ଜଗତରେ ସୃଷ୍ଟିର ପ୍ରାରମ୍ଭରୁ ସାଧାରଣ ମଣିଷକୁ ଧର୍ମ ମାର୍ଗରେ ପ୍ରବୃତ କରି ସମାଜକୁ ସୁସ୍ଥ କରିବା ପାଇଁ ବହୁ ମୁନି , ଋଷି , ସାଧକ , ମହାପୁରୁଷ ଗଣଙ୍କର ପ୍ରଚେଷ୍ଟାକୁ ଯୁଗୋପଯୋଗୀ ଭାବରେ (ଏ ସମୟର ଲୋକମାନେ କରିପାରିଲା ଭଳି ଢଙ୍ଗରେ ) ପ୍ରୟୋଗ କରିବା ଚାରଣ ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟ । ୨- ସାଧାରଣରେ ଏହା ନୀତିଗତ ଭାବରେ ରଖା ଯାଇଥିବା ବେଳେ ଚାରଣ ଗୋଷ୍ଠୀ ଏହାକୁ ଆନ୍ତରିକତାର ସହିତ ନିଜର ଇଚ୍ଛାକୁ (ବାକ୍ୟକୁ) କାର୍ଯ୍ୟ ବା ନିଜର ବିଚାର ଧାରାକୁ ଅନ୍ୟ ଆଗରେ ଉପସ୍ଥାପନା କରି ବା କାର୍ଯ୍ୟକାରୀ କରି ତାହାର ଯଥାର୍ଥତା ପରୀକ୍ଷା କରି ନିଅନ୍ତି । ପ୍ରଭୁଙ୍କୁ ଆତ୍ମାର ନିର୍ଦ୍ଦେଶକ ଭାବରେ ଗ୍ରହଣ କରି ନିଜର ସମସ୍ତ କର୍ମକୁ ତଥା ତାର ପରିଣାମକୁ ପ୍ରଭୁଙ୍କୁ ସମର୍ପଣ କରି ଆତ୍ମ ସୁଖ ଲାଭ କରିଥାନ୍ତି । ଚାରଣ ମାନେ ଶାସ୍ତ୍ର ନିର୍ଦେଶକୁ ଆଚରଣରେ ପ୍ରଦର୍ଶନ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ସେମାନେ ଶାସ୍ତ୍ରକୁ ଆଚରଣ କରନ୍ତି । ଯାହା କହନ୍ତି , ତାହା କରନ୍ତି । ୩- ହିନ୍ଦୁ ଧର୍ମରେ ଥିବା ବିଭିନ୍ନ ସଂପ୍ରଦାୟିକ ତଥା ଗୁରୁବାଦୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଥିବା ବିଭେଦ ବୋଧକୁ ଦୂର କରି ଜଗନ୍ନାଥଙ୍କର ବାନା ତଳେ ସଙ୍ଗଠିତ କରି ହିନ୍ଦୁ ଧର୍ମରେ ଥିବା ମୌଳିକ ଅଭାବ ସାର୍ବଜନିନ ସଙ୍ଗଠନ ପ୍ରତିଷ୍ଠା କରିବା । ୪- ବିଶ୍ୱରେ ଥିବା ବିଭିନ୍ନ ଧର୍ମ ଧାରଣା , ଉପାସନା ପଦ୍ଧତିରେ ମୌଳିକ ଲକ୍ଷ୍ୟକୁ ନେଇ ସବୁ ଧର୍ମ ସହ ସମନ୍ୱୟ ରକ୍ଷା କରିବା । ୫- ପ୍ରଭୁ ଜଗନ୍ନାଥ ହିଁ ସର୍ବଶ୍ରେଷ୍ଠ ଇଷ୍ଟ ଓ ନିର୍ଭରଶୀଳତା ତଥା ସହାବସ୍ଥାନ ପ୍ରଭୃତି ମଣିଷର ସନାତନ ଚେତନାକୁ ଜଗନ୍ନାଥ ଚେତନା ଭାବରେ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା ୬- ଏହି ଲକ୍ଷ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଶ୍ରୀ ଜଗନ୍ନାଥଙ୍କର ତତ୍ତ୍ୱ , ମହିମା ଏବଂ ଲୀଳାକୁ ଜନପ୍ରିୟ କରିବା । ୮- ତେଣୁ ଜାତି , ଧର୍ମ , ବର୍ଣ୍ଣ , ଅଞ୍ଚଳ , ଦେଶ , ବିଦେଶ , କୌଣସି ଭେଦ ଚାରଣମାନେ ରଖନ୍ତି ନାହିଁ । ୯- ମାନବୀୟ ମୂଲ୍ୟବୋଧକୁ ସମ୍ମାନିତ କରନ୍ତି । ୧୦- ନାରୀ ଓ ପୁରୁଷ ସାଧନା ଦୃଷ୍ଟିରୁ ବୈଷମତାକୁ ଦୂର କରିଥାନ୍ତି ବରଂ ଆବଶ୍ୟକ ସ୍ଥଳରେ ନାରୀମାନଙ୍କର ପ୍ରାଧାନ୍ୟ ସ୍ୱୀକାର କରାଯାଏ । ୧୧- ସମାଜରେ ଥିବା ଶ୍ରେଣୀ ଭେଦରେ ଧନୀ , ଦରିଦ୍ର , ଶିକ୍ଷିତ , ଅଶିକ୍ଷିତ , ଜ୍ଞାନୀ , ଅଜ୍ଞାନ , ଚାଷୀ , ମୂଲିଆ , କର୍ମଚାରୀ , ପିଲା , ବଡ , ରାଜନୈତିକ , ଅଣ ରାଜନୈତିକ , ପ୍ରତ୍ୟେକଙ୍କ ପାଇଁ ସର୍ବନିମ୍ନ ସାର୍ବଜନୀନ ସାଧନ ପଦ୍ଧତି – ‘ଚାରଣୀୟ ସାଧନା’ ଯାହା କଲେ ପ୍ରତ୍ୟେକ ଦୁଃଖମୟ ସଂସାରରେ ସୁଖରେ .
ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।
ପ୍ରଣବ ମୁଖାର୍ଜୀ (ଜନ୍ମ: ୧୧ ଡିସେମ୍ବର ୧୯୩୧) ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟଭାରରେ ସମ୍ଭାଳିଥିଲେ। ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ।ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷୀ । ପ୍ରଣବ କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।
ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଇଡିର୍ନେ (Turkish: Edirne; ଗ୍ରୀକ: [Αδριανούπολη, Adrianoúpoli] ; [Одрин, Odrin] ), histor ତିହାସିକ ଭାବରେ Adrianople ଭାବରେ ଜଣାଶୁଣା (Latin: Hadrianopolis ରୋମାନ୍ ସମ୍ରାଟ ହାଡ୍ରିଆନ୍ଙ୍କଦ୍ୱାରା ପ୍ରତିଷ୍ଠିତ ପୂର୍ବର ଥ୍ରାକିଆନ୍ ବସ୍ତିର ପାର୍ଶ୍ୱରେ ନାମିତ Uskudama), ଉତ୍ତର-ପଶ୍ଚିମରେ ଥିବା ଏକ ସହର ତୁର୍କୀ ଇଡିର୍ନେ ପ୍ରଦେଶ, ତୁର୍କୀର ଗ୍ରୀସ୍ ସହିତ ସୀମା ଏବଂ ବୁଲଗେରିଆ | 1369ରୁ 1453 ପର୍ଯ୍ୟନ୍ତ ଇଡିର୍ନେ ଅସମାନ୍ ସାମ୍ରାଜ୍ୟର ତୃତୀୟ ରାଜଧାନୀ ଭାବରେ କାର୍ଯ୍ୟ କରିଥିଲେ, ପୂର୍ବରୁ କନଷ୍ଟାଣ୍ଟିନୋପଲ୍ (ଆଜିର ଦିନ ଇସ୍ତାନବୁଲ୍) ହୋଇଗଲା 1453ରୁ 1922 ମଧ୍ୟରେ ସାମ୍ରାଜ୍ୟର ଚତୁର୍ଥ ତଥା ଅନ୍ତିମ ରାଜଧାନୀ | 2014ରେ ସହରର ଆନୁମାନିକ ଜନସଂଖ୍ୟା 165,979 ଥିଲା |
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
'ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ,kṛṣṇa janmāṣṭami), କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା । ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ ।
ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବରକୁ ଉଇକିପିଡ଼ିଆରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ୱକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ । ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତାକୁ ସ୍ୱୀକାର କରାଯାଏ । ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନାର ବିପରୀତ, ଉଇକିଖବରର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ ।
ପୁପୁଲ ଭୂୟାଁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ପ୍ରତିଯୋଗୀତାରେ ପୁପୁଲ ୭୦୦ ପ୍ରତିଯୋଗୀଙ୍କ ମଧ୍ୟରେ ବିଜେତା ହୋଇଥିଲେ । ଏହି ପ୍ରତିଯୋଗୀତାର ସେମିଫାଇନାଲରେ ବେଷ୍ଟ ରାମ୍ପ ୱାକ୍ ପୁରସ୍କାର ଜିତିଥିଲେ ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଜୀବାଣୁ (ଇଂରାଜୀ ଭାଷାରେ Bacteria ( (listen); common noun bacteria, singular bacterium)) ଏକ ପ୍ରକାର ଜୀବକୋଷ (biological cell) । ଏହା ଏକ ବିରାଟ ପ୍ରୋକାରିଓଟିକ (prokaryotic) ଅଣୁଜୀବମାନଙ୍କର (microorganism) ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ (acidic hot springs), ତେଜସ୍କ୍ରିୟ ବେକାର ପଦାର୍ଥରେ (radioactive waste) ରହନ୍ତି, ଧରିତ୍ରୀ ପୃଷ୍ଠର (earth's crust) ଗଭୀର ବାୟୋସ୍ଫିଅରରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍ଭିଦମାନଙ୍କ ସହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ (bacterial phyla)ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି । ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନକୁ ଜୀବାଣୁ ବିଜ୍ଞାନ (bacteriology) ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ । ଏହି ଠିକଣାଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ପଶ୍ଚିମ ଓଡ଼ିଶା ( ଇଂରାଜୀ : Western Odisha ) ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପରିବ୍ୟାପ୍ତ ଭୂଖଣ୍ଡକୁ ପଶ୍ଚିମ ଓଡ଼ିଶା କୁହା ଯାଏ । ଏହି ଅଞ୍ଚଳ ଭିତରେ ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା ( ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନ ଅନ୍ତର୍ଭୁକ୍ତ । ଏହାକୁ କୋଶଳ ଅଞ୍ଚଳ ବୋଲି କହାଯାଏ । ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା । ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ ସାଂସ୍କୃତିକ ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା । ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ KBK ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ୱାରା ସ୍ୱତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି । ପୁଣି ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର 'ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ' ( WODC ) ଗଠନ କରିଛନ୍ତି ।
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।