ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଅବଧିପୂର୍ବ ପ୍ରସବ (ଇଂରାଜୀରେ Preterm birth, ବା premature birth), ନାମ ଦିଆଯାଏ ଯେଉଁ ଶିଶୁ ୩୭ ସପ୍ତାହ ଗର୍ଭ ସମୟ ପୂର୍ବରୁ ଜନ୍ମ ହୁଏ । ଏହି ଶିଶୁମାନଙ୍କୁ ଇଂରାଜୀରେ ପ୍ରୀମିଜ (preemies) ବା ପ୍ରେମ୍ମିଜ (premmies) କୁହାଯାଏ । ଅବଧିପୂର୍ବ ପ୍ରସବ ଲକ୍ଷଣ: ଜରାୟୁ ସଙ୍କୋଚନ ପ୍ରତି ଦଶ ମିନିଟ ପୂର୍ବରୁ ହୁଏ କିମ୍ବା ଯୋନୀପଥରୁ ତରଳ ପଦାର୍ଥ କ୍ଷରିତ ହୁଏ । ଅପରିପକ୍ୱ ଶିଶୁର ସେରେବ୍ରାଲ୍ ପାଲ୍ସି, ବିକାଶ ବିଳମ୍ବ, ଶ୍ରବଣ ସମସ୍ୟା ଓ ଦୃଷ୍ଟି ସମସ୍ୟା ସଙ୍କଟ ହୋଇପାରେ । ଯେତେ ଶୀଘ୍ର ଶିଶୁ ଜନ୍ମ ହେବ ସେତେ ସଙ୍କଟ ସମ୍ଭାବନା ରହିବ ।ଏ ପ୍ରକାର ପ୍ରସବର କାରଣ ଜଣାଯାଇ ନାହିଁ । କେତେକ ସଙ୍କଟ ଜନକ ଅବସ୍ଥାମାନଙ୍କର ନାମ: ଡାଏବେଟିସ, ଉଚ୍ଚ ରକ୍ତଚାପ, ଗର୍ଭରେ ଏକାଧିକ ଶିଶୁ, ମୋଟାପଣ ବା ସ୍ୱଳ୍ପ ଓଜନ ବିଶିଷ୍ଟ, ଯୋନୀପଥ ସଂକ୍ରମଣ, ଧୂମ୍ରପାନ ଓ ମାନସିକ ଚାପ । କୌଣସି ଗର୍ଭାବସ୍ଥାକୁ ଡାକ୍ତରୀ କାରଣ ନ ଥାଇ ୩୯ ସପ୍ତାହ ପୂର୍ବରୁ ଡାକ୍ତରୀ ପ୍ରସବ କରାଇବା ଅନୁଚିତ । ସିଜରିଆନ ସେକସନ ମଧ୍ୟ ସେହି କାରଣରୁ ସୁପାରିସ ଯୋଗ୍ୟ ନୁହେଁ । କେବଳ ପ୍ରି-ଏକ୍ଲାମ୍ପସିଆ ରୋଗ ହେଲେ ପ୍ରସବ କରାଯାଇ ପାରେ ।ସଙ୍କଟାବସ୍ଥା ଥିଲେ ଗର୍ଭାବସ୍ଥାରେ ପରୋଜେସ୍ଟେରନ ହରମୋନ ଦେଲେ ଅବଧିପୂର୍ବ ପ୍ରସବ ପ୍ରତିରୋଧ କରାଯାଇପାରେ । ବିଛଣା ବିଶ୍ରାମର ଉପକାରୀତା ବିଷୟରେ ପ୍ରମାଣ ମିଳୁନି । ହିସାବରୁ ଜଣାଯାଏ; ଉପଯୁକ୍ତ ଚିକିତ୍ସା ପାଇଲେ ଅବଧିପୂର୍ବଜାତ ଶିଶୁଙ୍କ ମଧ୍ୟରୁ ୭୫ % ବଞ୍ଚିଯାଆନ୍ତି । ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ ହେବା ସମ୍ଭାବନା ଥିଲେ କର୍ଟିକୋସ୍ଟିରଏଡ ଦେଇ ଉନ୍ନତ ଫଳାଫଳ ମିଳେ । ନିଫେଡିପିନ ଭଳି ଅନେକ ଔଷଧ ଅଛି ଯାହା ଦେଲେ ପ୍ରସବ ଡେରି କରେଇ ହେବ ଓ ଉନ୍ନତ ଚିକିତ୍ସାଳୟକୁ ନିଆଯାଇ ପାରିବ ଯେଉଁଠାରେ ଅଧିକ ଯତ୍ନ ଉପଲବଧ ଥାଏ ଓ କର୍ଟିକୋସ୍ଟିରଏଡ ଦେଇ ଅଧିକ ଉପକାର ମିଳିପାରିବ । ଶିଶୁ ଜନ୍ମ ହେବା ପରେ ତାକୁ ଉଷୁମ ରଖାଯିବ, ସାହାଯ୍ୟକାରୀ ସ୍ତନ୍ୟପାନ ଦିଆଯିବ, ସଂକ୍ରମଣ ଚିକିତ୍ସା କରାଯିବ ଓ ଶ୍ୱାସକ୍ରିୟା ଯତ୍ନ ନିଆଯିବ ।ପୃଥିବୀରେ ନବଜାତ ଶିଶୁ ମୃତ୍ୟୁ କାରଣ ମଧ୍ୟରେ ଅବଧିପୂର୍ବ ପ୍ରସବ ଏକ ଅତି ସାଧାରଣ କାରଣ । ପ୍ରତି ବର୍ଷ ପ୍ରାୟ ୧୫ ନିୟୁତ (ସମସ୍ତ ପ୍ରସବର ୫ %ରୁ ୧୮ %) ଅବଧିପୂର୍ବ ପ୍ରସବ ହୁଏ । ଅନେକ ଦେଶରେ ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଏହି ବୃଦ୍ଧି ପାଇଛି । ଏପରି ପ୍ରସବର ଜଟିଳତା ଯୋଗୁ ସନ ୧୯୯୦ରେ ୧.୫୭ ନିୟୁତ ମୃତ୍ୟୁ ହୋଇଥିଲା ବେଳେ ୨୦୧୩ରେ ଏହା କମିଯାଇ ୦.୭୪ ହୋଇଛି । ୨୩ ସପ୍ତାହ ପୂର୍ବରୁ ପ୍ରସବ ହୋଇଥିଲେ ବଞ୍ଚିବା ଆଶା ପ୍ରାୟ ୦ ହୋଇଥିଲା ବେଳେ ୨୩ ସପ୍ତାହରେ ଏହି ଆଶା ୧୫ %, ୨୪ ସପ୍ତାହରେ ୫୫ %, ୨୫ ସପ୍ତାହରେ ୮୦% ଥାଏ । କୌଣସି ଦୀର୍ଘକାଳୀନ ଅସୁବିଧା ନ ଥାଇ ବଞ୍ଚିବା ଆଶା କମ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ନବମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଉଦୟନାଥ ସାହୁ ଜଣେ ଶିକ୍ଷାବିତ, ଲେଖକ ଏବଂ ଓଡ଼ିଆ ଭାଷା ଗବେଷକ । ଓଡ଼ିଆ ଭାଷା ଶାସ୍ତ୍ରୀୟତା ମାନ୍ୟତା ଲାଭ କରିବାପରେ, ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ପ୍ରତିଷ୍ଠିତ ହୋଇଥିବା ସାରଳା ଦାସ ଚେୟାରରେ ସେ ପ୍ରଫେସର ଭାବରେ କାର୍ଯ୍ୟରତ । ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
କରୋନାଭୂତାଣୁ ରୋଗ ୨୦୧୯ ବା କରୋନାଭାଇରସ ରୋଗ ୨୦୧୯ (Coronavirus disease 2019 - COVID-19) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡ଼ି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।ଆପଣମାନେ ସରକାରୀ ୱେବସାଇଟ୍ ଏବଂ ସରକାରୀ ମୋବାଇଲ୍ ଆପ୍ଲାଇଭେସନ୍ ବ୍ୟବହାର କରି ଆପଣଙ୍କର ଅବସ୍ଥାନ କରୋନା ରୋଗୀକୁ ଟ୍ରାକ୍ କରିପାରିବେ |
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଏକ ପୁରାତନୀ ଲୋକସଂଗୀତ ତଥା ବର୍ତ୍ତମାନର ଜାତୀୟ ସାଂସ୍କୃତିକ ଜୀବନରେ ବିଶିଷ୍ଟ ଲୋକଗୀତ ହେଉଛି ‘ଝୁମର’ । ଓଡ଼ିଶା ଏବଂ ତତ୍ସଂଲଗ୍ନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆସାମ ଆଦି ପ୍ରଦେଶମାନଙ୍କରେ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ଏହି ଲୋକ ସଂଗୀତର ଆବେଦନ ଓ ଆକର୍ଷଣ ଅଧୁନା ପ୍ରମୁଖ ଚର୍ଚ୍ଚାର କାରଣ ସାଜିଛି । ଓଡ଼ିଶାର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ପାର୍ବତ୍ୟ ଅଞ୍ଚଳ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମ ପ୍ରଭୃତି ଉପାନ୍ତ ଅଞ୍ଚଳସ୍ଥ ମାନଭୂମି, ବୀରଭୂମ, ସିଂହଭୂମ, ବାଙ୍କୁଡ଼ା, ପୁରୁଲିଆ, ଶିଖରଭୂମ, ରାଞ୍ଚି, ଛୋଟନାଗପୁର ଆଦି ସ୍ଥାନମାନଙ୍କରେ ଝୁମର ସଙ୍ଗୀତର ଅସପତ୍ନ ପ୍ରଭାବ ଦେଖିବାକୁ ମିଳେ । ସ୍ଥାନ ଭେଦରେ ଏହାର ରୂପ, ଲୟ, ପ୍ରକାଶଭଙ୍ଗୀରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ସତ ; ମାତ୍ର ଏହା ଏତେ ମାତ୍ରାରେ ଭିନ୍ନ ନୁହେଁ, ଯାହା ଅନ୍ୟ ଝୁମର ସହିତ ଥିବା ସମ୍ପର୍କକୁ ଅସ୍ୱୀକାର କରିବ । ତଥାପି ପ୍ରତ୍ୟେକ ପ୍ରଦେଶରେ ସେଗୁଡ଼ିକର ସ୍ୱାତନ୍ତ୍ର୍ୟ ଅଲଗା । ତେଣୁ କୁହା ଯାଇପାରେ – ଆସାମରେ ‘ବିହୁ’, ଉତ୍ତରପ୍ରଦେଶର ‘ଚୈତ୍ରୀ’ ଓ ‘କାଜ୍ରୀ’, ଜମ୍ମୁ-କାଶ୍ମୀରର ‘ଭୋଗ୍ରୀ’ ଭଳି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରର ଲୋକଗୀତ ଭାବରେ ଝୁମର ବେଶ୍ ପ୍ରସଦ୍ଧି ଅର୍ଜନ କରିଛି । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ସୁନ୍ଦରଗଡ଼ ପ୍ରଭୃତି ଅଞ୍ଚଳର ପ୍ରମୁଖ ଲୋକସଂଗୀତ ଭାବରେ ଝୁମର ବେଶ୍ ପରିଚିତ । ବିଶେଷତଃ ନିଜକୁ ‘ହଡ଼୍ ମିତାନ୍’ (୧) ସଂସ୍କୃତିର ଉତ୍ତରସାଧକ ବୋଲି ଉଦ୍ଘୋଷଣା କରୁଥିବା କୁଡ଼ୁମି ମହାନ୍ତମାନେ ନିଜକୁ ଆଦିବାସୀ ବୋଲି ଦାବି କରିବା ସହିତ ସାନ୍ତାଳମାନଙ୍କୁ ସାନଭାଇ ଭାବରେ ଜ୍ଞାନ କରିଥାନ୍ତି । ଆଲୋଚକଙ୍କ ଭାଷାରେ ‘‘ଏମାନେ ଗୋଟିଏ ବାପା ଓ ଦୁଇଟି ମାର ସନ୍ତାନ । ବଡ଼ ମାଆର ପିଲାମାନେ ହେଲେ କୁଡ଼ୁମି ଓ ଛୋଟମାଆର ସନ୍ତାନମାନ ହେଲେ ସାନ୍ତାଳ । ତେଣୁ ସାନ୍ତାଳମାନେ କୁଡ଼ୁମିମାନଙ୍କ ବଡ଼ଭାଇ ବୋଲି ସମ୍ବୋଧନ କରିଥାନ୍ତି । କେବେ ବି ନାମ ଧରି ଡ଼କାଡ଼କି ହୁଅନ୍ତି ନାହିଁ ।’’ (୨) କେହି କେହି ଏହି କୁଡ଼ୁମିମାନଙ୍କୁ ଖଣ୍ଡାୟତ ସଂପ୍ରଦାୟଭୁକ୍ତ କରିଥାନ୍ତି । ଏ ପ୍ରସଙ୍ଗ ଆଲୋଚନା ସାପେକ୍ଷ । ସେ ଯାହା ହେଉନା କାହିଁକି ଆଜି ଝୁମର କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ମଧ୍ୟରେ ଆବଦ୍ଧ ନ ହୋଇ ସର୍ବଭାରତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ସ୍ଥାନ ସଂରକ୍ଷିତ କରିପାରିଛି । ଉତ୍ତର ଓଡ଼ିଶାରେ କୁଡ଼ିମିମାନଙ୍କ ଦ୍ୱାରା ଏହି ଝୁମରର ବ୍ୟାପକ ପ୍ରଚାର-ପ୍ରସାରକୁ ଆଦୌ ଉପେକ୍ଷା କରାଯାଇ ନ ପାରେ । ଘଞ୍ଚ ଅରଣ୍ୟାନି ପରିବେଷ୍ଟିତ ପ୍ରାକୃତିକ ପରିବେଷର ମନୋଜ୍ଞ ଭୂମିରେ ଝୁମର ସଂଗୀତମାନ ଓ ନୃତ୍ୟକୁ ଯେ କେହି ନ ଦେଖିଲେ ତା’ର ମାଦକତାକୁ ଅନୁଭବ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ କେତେଗୋଟି ପର୍ଯ୍ୟାୟରେ ଝୁମରର ବିଭିନ୍ନ ପ୍ରସଙ୍ଗକୁ ନିମ୍ନରେ ଆଲୋଚନା କରାଯାଇପାରେ । ‘ଝୁମର’ର ଅର୍ଥ ‘ଝୁମର’ କହିଲେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଲୋକ ସଙ୍ଗୀତକୁ ହିଁ ବୁଝାଏ । ସାଦାରଣ ଭାବରେ ଦେଖିଲେ ଏହା ଏକ ଧ୍ୱନ୍ୟାତ୍ମକ ଶବ୍ଦ । ଝମ୍ଝମ୍ ଶବ୍ଦରୁ ଏହାର ସୃଷ୍ଟି । ପାଦରେ ଘୁଙ୍ଗୁରି ବାନ୍ଧି ସମୂହ ନୃତ୍ୟ କଲାବେଳେ ଝମ୍ଝମ୍ ଶବ୍ଦ ହୋଇଥାଏ । ସମ୍ଭବତଃ ଏହି ଧ୍ୱନିରୁ ଝୁମର ଶବ୍ଦ ଗୃହୀତ ହୋଇଥାଇ ପାରେ । ଆଲୋଚକ ଲଳିତ କୁମାର ମହାନ୍ତି ଏହି ପ୍ରସଙ୍ଗକୁ ମଧ୍ୟ ଗ୍ରହଣ କରିଛନ୍ତି ୧ ସେ କହନ୍ତି – ‘ଝୁମୁରା’ ନାଚରୁ ଏ ଶବ୍ଦର ସୃଷ୍ଟି । ଝୁମୁରା ନାଚର ମୁଖ୍ୟ ବିଷୟ ହେଲା ‘ଝମ୍ଝମ୍’ ତାଳ । ଏହି ତାଳ ବର୍ଷା ବର୍ଷିବା ପରି ଝମ୍ଝମ୍ ହୋଇ ବାଜିଥାଏ । ଘୁଙ୍ଗୁର ତିଆରି ହେବାରୁ ବହୁ ପୂର୍ବରୁ ନୃତ୍ୟ ସମୟରେ ନୃତ୍ୟକାରୀମାନେ ଏକପ୍ରକାର ଖୋଳପାରକୁ ପାଦ, ବାହୁ ଓ ଅଣ୍ଟାରେ ବାନ୍ଧି ନାଚୁଥିଲେ । ନାଚ ଓ ଗୀତର ତାଳେ ତାଳେ ସେଥିରୁ ‘ଝମ୍ଝମ୍’ ଶବ୍ଦ ବାହାରୁଥିଲା । କାଳକ୍ରମେ ଗେଣ୍ଡାର ମାଂସତକ ବାହାର କରି ତାକୁ କଣାକରି ଶୁଖାଇ ସେଗୁଡ଼ିକୁ ଘୁଙ୍ଗୁର ପରି ପାଦରେ ବାନ୍ଧୁଥିଲେ । xxx ତା’ସାଙ୍ଗକୁ ଲାଉତୁମ୍ବାରେ ‘ରୁଞ୍ଜ’ ଫଳକୁ ଭର୍ତ୍ତିକରି ଗୀତର ତାଳେ ତାଳେ ତୁମ୍ବାକୁ ହଲାଇବାରୁ ‘ଝମର’ ଶବ୍ଦ ବାହାରିବାକୁ ଲାଗିଲା। ତେଣୁ ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ଗୀତକୁ ‘ଝୁମର’ ଗୀତ ବୋଲି ଆଖ୍ୟାୟିତ କରାଗଲା।(୩) ଓଡ଼ିଆ, ବଙ୍ଗଳା, ହିନ୍ଦୀ ଆଦି ଅଭିଧାନମାନଙ୍କରେ ‘ଝୁମର’ ମାତ୍ରା ବା ଛନ୍ଦ ଭାବରେ ଗୃହୀତ । କେତେକାଂଶରେ ତାହା ବୃତ୍ତ ବା ରାଗିଣୀ ଭାବରେ ମଧ୍ୟ ପରିଚିତ । ଝୁମର ଗବେଷକ ଡ଼ଃ ଆଦିକନ୍ଦ ମହାନ୍ତ ‘ଝୁମର’ ସମ୍ପର୍କରେ ମତଦେଇ କହନ୍ତି- ‘‘ଝୁମର ଶବ୍ଦର ଶାବ୍ଦିକ ଶାସ୍ତ୍ରୀୟ ବ୍ୟାଖ୍ୟାକୁ ଲକ୍ଷ୍ୟ କଲେ ଜଣାଯାଏ – ଝରୟତି/ ଝୁରାୟତେ ଇତି ଝୁମର । ସୁଖଦୁଃଖରେ ସମଦର୍ଶୀ ସ୍ଥିତପ୍ରଜ୍ଞ ରହି ବିଭୁଉକ୍ତିରେ ତଦ୍ଗତ ପ୍ରାଣୀ ହୋଇ ଝୁରି ଝୁରି ମର ଶରୀରକୁ ଅମରତ୍ୱ ଆଡ଼କୁ ନେବାର ସ୍ୱର ଝଙ୍କା ହିଁ ଝୁମର ।’’ (୪) ତେଣୁ ଏ ସମସ୍ତ ଆଲୋଚନାମାନଙ୍କରୁ ଏତିକି ସ୍ପଷ୍ଟ ହୁଏ ଯେ- କର୍ମକ୍ଳାନ୍ତ ମନହେଉ ଅଥବା ଆନନ୍ଦବିଧାନ ନିମନ୍ତେ ବିବିଧ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଝୁମି ନୃତ୍ୟ କରି ଗାନ କରୁଥିବା ଗୀତ ହିଁ ଝୁମର ଭାବରେ ପରିଚିତ । କେବଳ କୁଡ଼ୁମି ସଂପ୍ରଦାୟ କାହିଁକି ଏହା ଏକ ଜାତି ଓ ଦେଶର ସାଂସ୍କୃତିକ ପରମ୍ପରା ଓ ଅମୂଲ୍ୟ ସଂପଦ ଭାବରେ ପରିଚୟ ଲାଭ କରିଛି । ଝୁମରର ବିଭାଗୀକରଣ: ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚକମାନେ ‘ଝୁମର’କୁ ୩ ଭାଗେ ବିଭକ୍ତ କରିଅଛନ୍ତି । ଯଥା- (୧) ଦରବାରୀ ଝୁମର (୨) ଭାଦୁରିଆ ଝୁମର (୩) ରଙ୍ଗୀନ ଝୁମର । ୧- ଦରବାରୀ ଝୁମର : ଯେଉଁ ଝୁମରଗୁଡ଼ିକ ରାଜ ଦରବାରରେ ସୃଷ୍ଟି ହୋଇଛି, ତାହା ଦରବାରୀ ଝୁମରର ନାମରେ ଅଭିହିତ । ଅଷ୍ଟାଦଶ ଶତାବ୍ଦୀରେ ରାଜା-ଜମିଦାରମାନେ ନିଜର ମନୋରଞ୍ଜନ ନିମେନ୍ତ ଦରବାରରେ ବିଭିନ୍ନ ନର୍ତ୍ତକୀ ଓ ନାଚୁଣୀମାନଙ୍କ ଦ୍ୱାରା ଏହି ଝୁମରକୁ ପରିବେଷଣ କରାଉଥିଲେ । ଶାସ୍ତ୍ରୋଚିତ ରାଗରାଗିଣୀ, ଅଳଙ୍କାର, ରସ ମଦିର ମଧୁର ସମନ୍ୱୟ ଏହି ଗୀତମାନଙ୍କରେ ଦେଖା ଯାଇଥାଏ । ଏହି ଝୁମର ପରିବେଷଣ କରିବାର ନିର୍ଦ୍ଦିଷ୍ଟ ସମୟ ରହିଛି । ଫାଲ୍ଗୁନ ମାସରୁ ଆଷାଢ ମାସ ପର୍ଯ୍ୟନ୍ତ ଦରବାରୀ ଝୁମରର ଗାୟନ କାଳ । ୨-ଭାଦୁରିଆ ଝୁମର : ଏହି ଝୁମର ବିଶେଷତଃ କରମାଗୀତ ଉପରେ ପର୍ଯ୍ୟବେସିତ । ଅଷ୍ଟାଦଶ ଶତାବ୍ଦବେଳକୁ ବୈଷ୍ଣବବାଦର ପ୍ରଭାବ ଫଳରେ ଏ ଭାଦୁରିଆ ଝୁମର ନାମରେ ପରିଚିତ ହେଲା । କରମାଗୀତର ଏହା ରୂପାନ୍ତର । ଏହି ଝୁମର ଓଡ଼ିଆ, କୁର୍ମାଳି, ବଙ୍ଗଳା, ନାଗପୁରିଆ, ମୁଣ୍ଡାରୀ, ହୋ, ଖୋର୍ଠା, ପାଜ୍ଞପରଗନିଆ ଆଦି ଭାଷାରେ ପରିଦୁଷ୍ଟ । ବର୍ଷାଋତୁ ଆରମ୍ଭରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଭାଦୁରିଆ ଝୁମର ପରିବେଷଣର ସମୟ । ୩-ରଙ୍ଗୀନ ଝୁମର : ପୂର୍ବୋକ୍ତ ଝୁମର ଭଳି ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିଦୃଷ୍ଟ ହୁଏ ନାହିଁ । ଏହି ଝୁମର ସ୍ୱାଧୀନ ଭାବରେ ଗାନ କରାଯାଇଥାଏ । ବିଭିନ୍ନ ବିଷୟ ଓ ରାଗରାଗିଣୀ ମାଧ୍ୟମରେ ଲୋକ ଜୀବନର ଚଳଣି, ସାମାଜିକ ବିଧିବ୍ୟବସ୍ଥା ଆଦିର ରୂପଛବି ଏଥିରେ ପ୍ରକାଶ ପାଇଥାଏ । ତେଣୁ ଏହାର ସାହିତ୍ୟ ବା ରଚନାଗୁଡ଼ିକ ଲୋକଗୀତର ପର୍ଯ୍ୟାୟଭୁକ୍ତ । ରଙ୍ଗୀନ ଝୁମର ପରିବେଷଣ କରିବାରେ କୌଣସି ଋତୁ ବା ମାସର ଆବଶ୍ୟକତା ପଡ଼େ ନାହିଁ । ଏହା ବର୍ଷର ଯେକୌଣସି ସମୟରେ ଗାନ କରାଯାଇ ପାରେ । ମାର୍ଗଶିର ଓ ପୌଷମାସରେ ଫସଲ କ୍ଷେତ୍ରରେ ବ୍ୟସ୍ତ ରହିବା କାରଣରୁ ଏହି ସମୟରେ କୌଣସି ଝୁମର ଉପଭୋଗ୍ୟ ହୋଇପାରେ ନାହିଁ । ତେରୁ ଏହି ସମୟକୁ ଝୁମରର ବିରତି ସମୟ ଭାବରେ ଗ୍ରହଣ କରାଯାଇଥାଏ । ସେହିଭଳି ନୃତ୍ୟଭିତ୍ତିରେ ମଧ୍ୟ ଝୁମରର ବହୁ ବିଭାଗ ଦେଖିବାକୁ ମିଳିଥାଏ । ପାରମ୍ପରିକ ଏହି ଲୋକସଙ୍ଗୀତ ଗାୟନ ମଧ୍ୟରେ ବହୁ ନୃତ୍ୟର ମଧ୍ୟ ଭିଆଣ କରାଯାଇଛି । ତେଣୁ ଝୁମର କେବଳ ଲୋକଗୀତ ମଧ୍ୟରେ ସୀମିତ ରହିନାହିଁ; ନୃତ୍ୟରେ ମଧ୍ୟ ଅନୁରୂପ ପ୍ରଭାବ ବିସ୍ତାର କରି ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି । ଏଠାରେ ପ୍ରକାଶଯୋଗ୍ୟ ଆଲୋଚ୍ୟ ଝୁମରଗୁଡ଼ିକ କୁର୍ମାଳି ଝୁମରର ପର୍ଯ୍ୟାୟଭୁକ୍ତ । ଯଦିଓ ଏହାର ବ୍ୟାପକ ସୀମା ରହିଛି, ତଥାପି ଆଲୋଚନାର ସରଳୀକରଣ ନିମନ୍ତେ, ଓଡ଼ିଆ, ମୈଥିଳୀ ଆଦି ଭାଷାରେ ପରିଦୃଷ୍ଟ କୁର୍ମାଳି ଝୁମର ଗୀତଗୁଡ଼ିକୁ ପ୍ରସଙ୍ଗକ୍ରମେ ଗ୍ରହଣ କରାଯାଇଛି । ଝୁମର ନୃତ୍ୟଗୁଡ଼ିକ ସାଧାରଣତଃ ଏକକ ବା ପଙ୍କ୍ତି ମାଧ୍ୟମରେ ପରିବେଷଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଝୁମର ନୃତ୍ୟର ବହୁ ବିଭାଗ ସୃଷ୍ଟି ହୋଇଛି । ଯଥା- (୧) ପାନ୍ତାଶାଲିଆ ଝୁମର (୨) ନାଚୁଣୀ ଶାଲିଆ ଝୁମର (୩)କାଠିନାଚିଆ ଝୁମର (୪) ଜାଅଆ ନାଚିଆ ଝୁମର (୫) ବିବାହକାଳୀନ ଝୁମର (୬) ଔପାସନିକ ଝୁମର (୭) ସଖୀନାଚିଆ ଝୁମର (୮) ମହଡ଼ା ନାଚିଆ ଝୁମର (୯) ବୈଠକ ଝୁମର (୧୦) ଛଉ ନାଚିଆ ଝୁମର ୧- ପାନ୍ତାଶାଳିଆ ଝୁମର: ପଙ୍କ୍ତି ଶବ୍ଦରୁ ‘ପାନ୍ତା’ ଶବ୍ଦର ସୃଷ୍ଟି । ଏହା ସହିତ ଜଡ଼ିତ ସଙ୍ଗୀତକୁ ପାନ୍ତାଶାଲିଆ ଝୁମର କୁହାଯାଏ । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ‘କରମ ଦେବତା’ଙ୍କୁ ପୂଜା କରିବା ଅବସରରେ ସମବେତ ହୋଇ ଏହି ଝୁମର ପରିବେଷଣ କରାଯାଇଥାଏ । ୨- ନାଚୁଣୀ ଶାଲିଆ ଝୁମର : ଏହା ଏକ ଝୁମର ଭାବେ ପରିଚିତ । ଜଣେ ନାରୀ ନର୍ତ୍ତକୀ ବା ନାଚୁଣୀ ଦ୍ୱାରା ଏହା ପରିବେଷଣ କରାଯାଇଥାଏ । ନାରୀ ଶିଳ୍ପୀର ଆବର୍ତ୍ତମାନରେ ପୁରୁଷ ଶିଳ୍ପୀ ଜଣକ ନାରୀବେଶ ହୋଇ ମଧ୍ୟ ଏହାକୁ ପରିବେଷଣ କରିଥାଏ । ବିବାହ, ଅନ୍ନପ୍ରାସନ, ସାମାଜିକ କ୍ରିୟାନୁଷ୍ଠାନ ଏବଂ ମନୋରଞ୍ଜନ ନିମନ୍ତେ ଏହି ନୃତ୍ୟ କରାଯାଇଥାଏ । ପଶ୍ଚିମ ଓଡିଶାର ‘ରସାରକେଲୀ’ ଏବଂ ରାଜସ୍ଥାନର ‘ଢପ୍’ ସହିତ ଏହାର ସାମ୍ୟ ପରିଲକ୍ଷିତ ହୋଇଥାଏ । ୩- କାଠି ନାଚିଆ ଝୁମର: କାଠି ବା ଲାଠି ସାହାଯ୍ୟରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମର ସଙ୍ଗୀତ ଗାନ କରି ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଓଗାଳ, କୈସାବାଡ଼ି ନୃତ୍ୟ ସହିତ ଏହି ଝୁମର ନୃତ୍ୟର ସାମ୍ୟ ଦେଖାଯାଏ । ୪- ଜାଅଆ ନାଚିଆ ଝୁମର : ଜାଆଆ ଏକ ବ୍ରତ । କୁଡ଼ୁମି ସଂପ୍ରଦାୟର କୁମାରୀ କନ୍ୟାମାନେ ‘କରମ ଠାକୁର’ଙ୍କ ନିକଟରେ ଏହି ବ୍ରତ ରଖିଥାନ୍ତି । ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ‘କରମଠାକୁର’ଙ୍କୁ ପୂଜା କରିବା ଅବସରରେ କିଶୋରୀମାନେ ସମବେତ ହୋଇ ବାଦ୍ୟଯନ୍ତ୍ରର ତାଳେ ତାଳେ ଏହି ଝୁମର ଗୀତ ଓ ନୃତ୍ୟକୁ ପରିବେଷଣ କରିଥାନ୍ତି । ୫- ବିବାହକାଳୀନ ଝୁମର : ବିବାହ ଭଳି ସାମାଜିକ ଅନୁଷ୍ଠାନମାନଙ୍କରେ ଏହି ନୃତ୍ୟ ପରିବେଷଣ କରା ଯାଇଥାଏ । ଉଭୟ କନ୍ୟା ଓ ବରପକ୍ଷ ମଧ୍ୟରେ ବହୁ ଥଟ୍ଟା ପରିହାସ, ଆକ୍ଷେପ ଉକ୍ତି ମଧ୍ୟରେ ଏହି ଝୁମର ଗାନ କରାଯାଇଥାଏ । ୬- ଔପାସନିକ ଝୁମର : ନିଜର ଆାରାଧ୍ୟ ଦେବାଦେବୀଙ୍କ ଉପାସନା ନିମନ୍ତେ ପରିବେଷଣ କରା ଯାଉଥିବା ଝୁମର, ଔପାସନିକ ଝୁମର ନାମରେ ପରିଚିତ । ୭- ସଖୀ ନାଚିଆ ଝୁମର : ଅଷ୍ଟାଦଶ ଶତାବ୍ଦୀରେ ବୈଷ୍ଣବ ଧର୍ମର ପ୍ରଭାବ ଫଳରେ ଝୁମରରେ ରାଧାକୃଷ୍ଣ ଏବଂ ସେମାନଙ୍କ ସଖା-ସଖୀମାନଙ୍କର ଆବିର୍ଭାବ ଘଟିଲା । ପରେ ସେହି ସଖୀମାନଙ୍କୁ ଉପଜୀବ୍ୟ କରି ଏକ ନୂତନ ନୃତ୍ୟଶୈଳୀର ସୃଷ୍ଟି ହେଲା । ଯାହା ସଖୀନାଚିଆ ଝୁମର ନାମରେ ପରିଚିତ । ୮- ମହଡ଼ା ନାଚିଆ ଝୁମର : ‘ମହଡ଼ା’ ଅର୍ଥ ହେଉଛି ମୁଖା । ଏହି ନୃତ୍ୟରେ ବିଭିନ୍ନ ଦେବାଦେବୀ, ଅସୁର, ପଶୁପକ୍ଷୀମାନଙ୍କ ମୁଖା ବ୍ୟବହାର କରାଯାଇଥାଏ । ବୀର ରସ ପ୍ରକାଶ କରିବାରେ ଏହି ନୃତ୍ୟର ଯଥେଷ୍ଟ ପ୍ରଭାବ ରହିଛି । ରାବଣ ବଧ, ମହିଷାସୁରର ବଧ ଆଦି ଅଭିନୟ ଏହି ନୃତ୍ୟର ମୁଖ୍ୟ ଆକର୍ଷଣ । ୯- ବୈଠକୀ ଝୁମର : ଗ୍ରାମ ବୈଠକରେ ବସି ବିଭିନ୍ନ ସମ୍ବନ୍ଧରେ ତର୍ଜମା କରିବା ଅବସରରେ ଯେଉଁ ଝୁମର ନୃତ୍ୟ ପ୍ରଦର୍ଶିତ ହୋଇଥାଏ, ତାହା ବୈଠକୀ ଝୁମର ଭାବେ ପରିଚିତ । ଆଲୋଚନା-ପ୍ରତ୍ୟାଲୋଚନା ମାଧ୍ୟମରେ ବିବିଧ ଦର୍ଶନ, ଚିନ୍ତା, ସାହିତ୍ୟିକ ଆଭିମୁଖ୍ୟ, ଭକ୍ତିବାଦ ଆଦିକୁ ସ୍ଥାନିତ କରାଯାଇଥାଏ ଏଥିରେ । ୧୦- ଛଉନାଚିଆ ଝୁମର : ଛଉ ନୃତ୍ୟ ମାଧ୍ୟମରେ ଯେଉଁ ଝୁମର ପରିବେଷଣ ହୋଇଥାଏ, ତାହା ଛଉନାଚିଆ ଝୁମର ଭାବରେ ଖ୍ୟାତ । ପ୍ରକାଶଯୋଗ୍ୟ ‘ଛଉନୃତ୍ୟ’ ଆଜି ସମଗ୍ର ବିଶ୍ୱରେ ତା’ର ଅପୂର୍ବ କଳାକୁ ପ୍ରସାରିତ କରିପାରିଛି । ବିଶେଷତଃ ଛଉନୃତ୍ୟ ଉତ୍ତର ଓଡ଼ିଶା (ମୟୁରଭଞ୍ଜ)ର ଏକ ସ୍ୱତନ୍ତ୍ର ପରିଚୟ ବହନ କରେ । ତେଣୁ ଆଲୋଚକମାନେ ‘ଛଉ’କୁ ମୟୁରଭଞ୍ଜରର ସୁଯୋଗ୍ୟ ସନ୍ତାନ ଭାବରେ ଏବଂ ‘ଝୁମର’କୁ ଅଲିଅଳୀ କନ୍ୟାଭାବରେ ଗ୍ରହଣ କରିଥାନ୍ତି । ଆଜି ଝୁମର ଓ ଛଉ ସମୀଭୂତା ହୋଇ ଓଡ଼ିଶାର ଏକ ମୌଳିକ ତଥା ପାରମ୍ପରିକ ଲୋକନୃତ୍ୟ ଭାବରେ ପ୍ରତିଷ୍ଠିତ ହୋଇପାରିଛି । ଏଣୁ ଏ ସଂମ୍ପର୍କରେ କୁହାଯାଏ – ‘‘ନୃତ୍ୟ ଜଗତରେ ‘ଛଉନାଚ’ ଯେପରି ଏକ ବିଶିଷ୍ଟ ସମ୍ପଦ, ସଙ୍ଗୀତ ରାଜ୍ୟରେ ‘ଝୁମର’ ମଧ୍ୟ ଏକ ବିଶ୍ୱସ୍ତ ସମ୍ପଦ । x x ଛଉ ଓ ଝୁମର ଅଙ୍ଗାଙ୍ଗୀଭାବେ ଜଡ଼ିତ । ଛଉନାଚର ତାଣ୍ଡବ ଓ ଝୁମର ନୃତ୍ୟ ଲାସ୍ୟ ଉଭୟେ ପରିପୂରକ । ଛଉନୃତ୍ୟ ପୁରୁଷ ପ୍ରକୃତିରେ ଅଭିନୀତ ଓ ଝୁମର ନୃତ୍ୟ ନାରୀ ପ୍ରକୃତିରେ ଅଭିନୀତ । ଜଗତରେ ସୁନ୍ଦର ବସ୍ତୁମାନଙ୍କ ମଧ୍ୟରେ ଗୋଟିଏ ହେଲା ରମଣୀ ଓ ଅନ୍ୟଟି ରାଗିଣୀ । ଏହି ଦୁଇଟି ସୁନ୍ଦରର ସମାହାର ହେଲା ‘‘ଝୁମର’’ ଉତ୍ତର ଓଡ଼ିଶାର ଏକ ସାଂସ୍କୃତିକ ପରମ୍ପରା ।’’ (୬) ଝୁମରର ଯୁଗବିଭାଜନ : ସାହିତ୍ୟରେ ଯୁଗବିଭାଜନ ପରି ଝୁମରରେ ମଧ୍ୟ ଯୁଗବିଭାଜନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଆଲୋଚକମାନେ ଝୁମରର ଯୁଗବିଭାଜନ କରିଛନ୍ତି । ଯଥା- (୧) ଆଦିଯୁଗ (ପ୍ରାଚୀନରୁ ୧୭୫୦) (୨) ମଧ୍ୟଯୁଗ (୧୭୫୦ – ୧୮୫୦) (୩) ରୀତିଯୁଗ (୧୮୫୦-୧୯୫୦) (୪) ରଙ୍ଗୀନଯୁଗ (୧୯୫୦ ରୁ ଅଦ୍ୟାବଧି) ଆଦିଯୁଗ (ପ୍ରାଚୀନରୁ ୧୭୫୦) : ଆଦିଯୁଗରେ ଝୁମରର ରୂପ ଲୋକଗୀତ ଧାରାରେ ଆବଦ୍ଧ ଥିଲା । କରମା ଗୀତ ସମ୍ବଳିତ ଝୁମର ଏହି ଯୁଗୀୟ ରଚନା । ପରେ ସପ୍ତଦଶ ଶତାବ୍ଦୀର ଶେଷଆଡ଼କୁ ବୈଷ୍ଣବ ଧର୍ମଦ୍ୱାରା ଏହା ପ୍ରଭାବିତ ହୋଇଅଛି । ଏହି କାଳର ଝୁମରର ରୂପ ନିମ୍ନମତେ ଲକ୍ଷଣୀୟ- କୁଳୁଥିରେ ବାଁକା କୁଳିଥି ଭୁଜେ ଲାଗଇ ଛଟକି ନନ୍ଦନ ଭୁଜଇତେ ଭୁଜଇତେ ନଣନ୍ଦ ପୋଡ଼ି ହେଲ ଲାଜେ ହୁଁ ନା ଗେଲାଇଁ ଶଶୁରାଲ ନି ଯାତିରେ ନନ୍ଦାସୁ ଭାଇ ନନ୍ଦ ମୋର ଫୁଲକେରୀ ହାର ।। (ଯାଓ୍ୱାଗୀତ) ଏକ ସାଧାରଣ ଘଟଣାକୁ ନେଇ ଏହା ରଚିତ । ଏହି ଗୀତରେ କବି କହୁଛନ୍ତି- ସାଧାରଣତଃ କୋଳଥଫଳ ଦେଖିବାକୁ ବଙ୍କା । ସେହି ବଙ୍କା କୋଳଥକୁ ଭାଜୁ ଭାଜୁ ଛଟକି ନଣନ୍ଦ ପୋଡ଼ି ହେଲା। ଫଳତଃ ଲାଜରେ ଆଉ ଶ୍ୱଶୁର ଘରକୁ ଗଲା ନାହିଁ । ତା’ସ୍ୱାମୀ ନେବାକୁ ଆସିବା ବେଳେ ଭାଉଜ କହୁଛି – ‘‘ ହେ ନନ୍ଦସୁ ଭାଇ’ (ନଣନ୍ଦର ସ୍ୱାମୀ) ମୋର ନଣନ୍ଦ ଫୁଲଠାରୁ ଆହୁରି କୋମଳ । ସେ ପୋଡ଼ି ହୋଇଛି । ଏଣୁ ଯିବ ନାହିଁ ।’’ ଆଉ ଏକ ଉଦାହରଣ ମାଧ୍ୟମରେ – ଜଣେ ବିଳାସିନୀ ରମଣୀର କେଶ ପ୍ରସାଧନକୁ ଏଠାରେ ଲକ୍ଷ୍ୟ କରାଯାଇପାରେ – ‘‘ହାତ ଦାଁତକେ କାଁକୟା ସୁରଙ୍ଗିକା ତେଲ, ମଚିଆଇଁ ବସିଏ ବିରୁନ୍ ଝାଡ଼େ ଲାଗନ ବେଶେ, ବିରୁନ୍ କତିରଙ୍ଗ ।’’ (କରମ ଗୀତ) ଅର୍ଥାତ୍ ‘‘ବିରୁନ୍ (ସ୍ତ୍ରୀର ନାମ) ଏକ ମାଁଚିଆ ଉପରେ ବସି ମୁଣ୍ଡରେ ସୁରଙ୍ଗି ତେଲ ଲଗାଉଛି ଏବଂ ହାତୀଦାନ୍ତ ପାନିଆରେ ନାନାଭଙ୍ଗୀରେ କେଶ ସଜାଉଛି ।’’ ମଧ୍ୟଯୁଗ (୧୭୫୦-୧୮୫୦) : ଏହି ସମୟରେ ବୈଷ୍ଣବବାଦ ଓ କବୀରବାଦର ପ୍ରଭାବ ପଡ଼ିଛି ଝୁମର ଉପରେ । ରାଧାକୃଷ୍ଣଙ୍କ ପ୍ରେମ, ମିଳନ, ବିଚ୍ଛେଦର କାହାଣୀ ଏଥିରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜା-ଜମିଦାରମାନଙ୍କ ପୃଷ୍ଠପୋଷକତା କାରଣରୁ ଏଥିରେ (ସଙ୍ଗୀତ, ନୃତ୍ୟ, ସାହିତ୍ୟ) ବହୁ ପରିବର୍ତ୍ତନ ମଧ୍ୟ ସଂଗଠିତ ହୋଇଅଛି । କରମାଗୀତ, ବାନ୍ଦରନାଚାଗୀତ, ଟୁସୁଗୀତ, ଡ଼ମକଚ ଆଦି ଏହି ଯୁଗୀୟ ଝୁମର ପର୍ଯ୍ୟାୟଭୁକତ । ଯଥା- (କ) ଫୁଟିଲ ଡ଼ାଲିମେର ଫୁଲ, ନା ଧରିଲ କଷିରେ ଦୁଦିନ ପରୀତିର ଲାଗି ହଇଲାମ୍ ମୁଖ୍ ଦୋଷୀରେ । (କରମାଗୀତ) (ଖ) ‘‘କୋନ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ କୋନ ମହିନା ଆୟଃ ରାଞ୍ଚୀ ମେଲା ଲାଗେ ? ମାଗ ମହିନା ଆୟଃ ବେଦବ୍ୟାସ ମେଲା ଲାଗେ ଫାଗୁନ ମହିଳା ଆୟଃ ରାଞ୍ଚୀ ମେଲା ଲାଗେ ।’’ (ଡ଼ମକଚ:ନାଗପୁରିଆ) ଅର୍ଥାତ ଝିଅଟି ତା’ର ମା’କୁ ପଚାରୁଛି ‘‘ଆୟଃ (ମୁଣ୍ଡାରୀ ଭାଷାରେ ମା’କୁ ଆୟଃ କୁହାଯାଏ) ‘‘କେଉଁ ମାସରେ ବେଦବ୍ୟାସ ମେଳା ଲାଗେ ଏବଂ କେଉଁ ମାସରେ ରାଞ୍ଚି ମେଳା ଲାଗେ ? ଉତ୍ତରରେ ତା’ ମା କହୁଛି – ମାଘ ମାସରେ ବେଦବ୍ୟାସ ମେଳା ଓ ଫଗୁଣ ମାସରେ ରାଞ୍ଚୀମେଳା ଲାଗେ ।’’ ରୀତିଯୁଗ (୧୮୫୦-୧୯୫୦) : ଏହି ସମୟ ଝୁମର ଇତିହାସର ମହତ୍ତ୍ୱପୂର୍ଣ୍ଣ କାଳ । ଓଡ଼ିଆ ରୀତିଯୁଗୀୟ କବିମାନଙ୍କ ରଚନା ଭଳି ଏହି ସମୟର କିବିମେନ ଅଳଙ୍କାର, ରସ-ରୀତି ଆଦି ଶାସ୍ତ୍ରୀୟ ମର୍ଯ୍ୟାଦାରେ ନିଜର କାବ୍ୟନାୟିକାକୁ ଭୂଷିତ କରଅଛନ୍ତି । ଏହି କାଳରେ ଚିତ ଆଳଙ୍କାରିକ ଝୁମରଗୁଡ଼ିକୁ ପାଠକଲେ ତାହା ଭଞ୍ଜ, ଦୀନକୃଷ୍ଣ ଆଦିଙ୍କ କୃତି ଦ୍ୱାରା ପ୍ରଭାବିତ ହେବାର ସ୍ପଷ୍ଟ ଅବଧାରଣା କରିହୁଏ । ବିଶେଷତଃ ଓଡ଼ିଶା ଓ ସିଂହଭୂମିର ଝୁମର କବିମାନେ ଶାସ୍ତ୍ରୋଚିତ ଅଳଙ୍କାର, ରସାଦିକୁ ଦକ୍ଷତାର ସହିତ ଉପସ୍ଥାପନ କରିପାରିଛନ୍ତି ଆପଣାର ଝୁମର ମାନଙ୍କରେ । ରୌଦ୍ରରସକୁ ବାଦ୍ଦେଲେ ଅନ୍ୟ ସମସ୍ତ ରସର ପ୍ରୟୋଗ ଏହି ସମୟରେ ସୁଲଭ୍ୟ ହୋଇଛି । ବିଶେଷକରି ଶୃଙ୍ଗାର ରସର ପ୍ରାବଲ୍ୟ ସର୍ବପେକ୍ଷା ଅଧିକ ପରିଦୁଷ୍ଟ ହୋଇଥାଏ ଝୁମରମାନଙ୍କରେ । କେତୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ : (କ) ‘‘ଆହାରେ ରମଣୀ ତୁମୋ ଶିରମଣି, ହୃଦୟକୁ ମଣି ଚାହାଁରେ ତୋବିନେ ମଦନ କରୁଛି ଛେଦନ, କହିବି ବେଦନ କାହାରେ ଚାହିଁ ଶୋଭାବନ ଯିବକି ଜୀବନ, ହେଉ ତୋ ଯୌବନ ସାହାରେ ।। ୧ ।। ମାନି ମିନିତିକି ଘେନି ଭକତିକି, ତୋଷ ମତିକି ଉରହାରେ କରିଣ ପୀରତି ରଖତୁ କୀରତି, ଦେଇଣ ସୁରତି ବିହାରେ ତୋହର ସୁତନୁ, ପରଶୋ ଏତନୁ, ତରିବ ଅତନୁ ପ୍ରହାରେ ।। ୨ ।। ସାରସ ବଦନା, କରକ ରଦନା, ଘେନେମୋ ବେଦନା ଗୁହାରେ ମୁଁ ଅଟେ ଚାକର, ଧରୁଛି ତୋ’କର, ରକ୍ଷାକର ପ୍ରାଣ ବାହାରେ ତୋର ଗୁଣଗୀତ କରିଣ ଇଙ୍ଗିତ, ଗାଇି ସଂଗୀତ ଦୋହାରେ ।’’ (ଖ) ନବଘନ ଶ୍ୟାମ, ଜିନି କୋଟିକାମ, ଶିରେ ଶିଖି ପୁଚ୍ଛ ଶୋଭାରା ଶ୍ରୀମୁଖଣ୍ଡଳର କରେ ଝଲମଲ କୋଟି ଦ୍ୱିଜରାଜ ପ୍ରଭାରେ । ମଦନମୋହନ ଶ୍ୟାମ ହେରି ଜଗଜ୍ଜନ ମନ ଲୋଭାରେ । ୧ । ଅଲକା ତିଲକ, କପାଲେ ମାନିକ, ଜିନି ଦାମିନୀର ପ୍ରଭାରେ ପ୍ରଖର ମକର କୁଣ୍ଡଇ କିସ କୁଲବଧୁକୂଇ ନାଶାରେ । ୧ । ପୂର୍ଣ୍ଣଶଶଧର ଶ୍ରୀମୁଖଣ୍ଡମଳ ଗଲେ ଦୋଲେ ବନ ମାଲାରେ ଶ୍ରୀମୁଖ ସରୋଜ, ରଦ କରକଜ, ମାରନାରାଚ ଭ୍ରୁଲତାରେ । ୩ । (ଲୁପ୍ତୋପମା) ଏହିଭଳି ନାନା ପାଣ୍ଡିତ୍ୟପୂର୍ଣ୍ଣ ଝୁମର ଏହି ଯୁଗରେ ଦେଖିବାକୁ ମିଳେ । ଏତଦ୍ଭିନ୍ନ ଏହି ସମୟରରେ ବହୁ ଦେବାଦେବୀଙ୍କ ବନ୍ଦନା, ରାଜବନ୍ଦନା, ଆଧ୍ୟାତ୍ମିକ ଚେତନାଧର୍ମୀ ଝୁମର ସଙ୍ଗୀତ ମଧ୍ୟ ଦେଖିବାକୁ ମିଳିଥାଏ । ରଙ୍ଗୀନ ଯୁଗ (୧୯୫୦ରୁ ଅଦ୍ୟାବଧି) : ଏହି କାଳରେ ଝୁମର ପୂର୍ବର ରୀତିଯୁଗୀୟ କାବ୍ୟିକ ଗୁଣକୁ ପରିହାର କରି ସାଧାରଣ ଜନପଦକୁ ଓହ୍ଲାଇ ଆସିଛି । ଶବ୍ଦକ୍ଳିଷ୍ଟତା, ଆଳଙ୍କ।ରିକ ଅଟୋପତାକୁ ପରିହାର କରି ଲୋକମୁଖୀ ଭାଷାକୁ ଆଦରି ନେଇଛି। ଫଳତଃ ରଚନାମାନଙ୍କରେ ସାମାଜିକ ଜୀବନର ଚିତ୍ରାବଳୀ ବ୍ୟକ୍ତିଜୀବନର ବହୁ ପ୍ରସଙ୍ଗ, ପ୍ରେମ-ପ୍ରଣୟ ଅଭାବ-ଅସୁବିଧା ସବୁକିଛି ସରଳ-ସୁବୋଧ ଭାବରେ ଲୋକକବିର ଲେଖନୀକୁ ଆବୋରି ବସିଛି । ୧୯୫୦ରୁ ଏ ଯାବତ୍ ଏହି ରଚନାର ଧାରା ପ୍ରଲମ୍ବିତ ହୋଇଆସିଛି । ତେଣୁ ଝୁମର କବି ଏହି ଧାରାରେ ବ୍ରତୀ ହୋଇ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଉପଜୀବ୍ୟ କରି ଗୀତ ବାନ୍ଧିବାରେ ଲାଗିଛି । ଯେପରି- ପ୍ରେମ: ଯେ ଦିନୁ ଦେଖିଲି ତାକେ କି ନାଇଁକି ହେଲା ମକେ, ବୁଝାଡ଼ ଦାଇ କହି କଥା ମିଠା, ମୋର ବୁକେ ଅଠା ସେ ଯେ ଲଗାଇଲା ହାୟ କାହାକୁ କହିବି ଓ ମୁଇଁ ଲାଜେ ମରିଯାଏଁ । ପାରିବାରିକ (ସ୍ୱାମୀ-ସ୍ତ୍ରୀ: କେତେ ଢଙ୍ଗେ କାଟୁଛି ଶୀଁତା ଘନେ ଘନେ ପାଦେ ଅଳତା ଗୋ ଦେଖି ଦେଖି ହେଲି ବିଷ ପିତା । ବନାରସୀ ଚୁଡ଼ି ହାତେ ପିନ୍ଧାଇଲି ବରମପୁରିଆ ପାଟ ପିନ୍ଧାଇଲି କଟକୀ ତାରକସି, ପାନ ପତରି ଦେଲି (ଆହୁରି) କୋଜୁଛି ବେଣୀ ବନ୍ଧା ଫିତାଗୋ । ଝୁମରର ଭାଷା: ଅଧୁନା ଭାରତର ବିଭିନ୍ନ ଭାଷାରେ ଅସଂଖ୍ୟ ଝୁମର ପରିଲକ୍ଷିତ ହୋଇଥାଏ । ଓଡ଼ିଆ, ବଙ୍ଗଳା, ସାନ୍ତାଳୀ, କୁର୍ମାଳୀ, ଆସାମୀ, ମୈଥିଳୀ ଆଦି ଭାଷାରେ ଏହା ପରିଦୃଷ୍ଟ । ମାତ୍ର ଆଲୋଚନାରୁ ଜଣାଯାଏ ଯେ ଝୁମର ସଙ୍ଗୀତର ମୂଳଭାଷା ହେଉଛି ମୈଥିଳୀ । କବି ବିଦ୍ୟାପତି ମୈଥିଳୀ ସାହିତ୍ୟର ପ୍ରଥିତଯଶା କବି । ତାଙ୍କ ପ୍ରଭାବିତ ମୈଥିଳୀ ଭାଷାର ରୂପାନ୍ତର ବିହାରର ହିନ୍ଦୀଭାଷା, ନାଗପୁରିଆ ଭାଷା, ଭୋଜପୁରୀ ଓ କୁର୍ମାଳୀ ଭାଷା ବୋଲି ଆଲୋଚକମାନେ ମତ ଦେଇଥାନ୍ତି । ସେମାନଙ୍କ ଭାଷାରେ – ‘‘ଝୁମର ସଙ୍ଗୀତର ଏହି ମୂଳଭାଷା ବିଭିନ୍ନ ପ୍ରଦେଶରେ ବିଭିନ୍ନ ଅକାରରେ ପ୍ରକାଶ ପାଇଛି ଏବଂ ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ମାତ୍ର ଏପର୍ଯ୍ୟନ୍ତ ଯେତେ ଝୁମର ରଚୟିତାଙ୍କ ସନ୍ଧାନ ମିଳିଛି, କେହି ହେଲ, ମୂଳଭାଷା ମୈଥିଳୀକୁ ଛାଡ଼ିନାହାନ୍ତି । ସମସ୍ତେ କିଛି ନ କିଛି ମୈଥିଳୀ ଭାଷାରେ ନିଶ୍ଚୟ ଝୁମର ରଚନା କରିଅଛନ୍ତି ।’’ (୭) ତେଣୁ ପ୍ରତ୍ୟେକ ଝୁମର ଯେ ମୈଥିଳୀ ଭାଷା ଦ୍ୱାରା ପ୍ରଭାବିତ, ତାହା ଅସ୍ୱୀକାର କରାଯାଇ ନ ପାରେ । ଓଡ଼ିଆ, ବଙ୍ଗଳାଭାଷାରେ ପ୍ରାପ୍ତ ଝୁମରମାନଙ୍କରୁ ଏହି ସତ୍ୟ ଉଦ୍ଘାଟିତ ହୋଇଥାଏ । ମାତ୍ର ସମୟାନ୍ତରେ ବହୁ ପ୍ରାନ୍ତୀୟ ଭାଷାରେ ଅସଂଖ୍ୟ ଝୁମର ରଚନା ହେବାର ଜଣାଯାଏ । ସାଙ୍ଗୀତିକ ଏବଂ ସାହିତ୍ୟିକ ଦୃଷ୍ଟିକୋଣରୁ ଏହା କୌଣସି ଗୁଣରେ ନ୍ୟୁନ ବୋଲି ମନେହୁଏ ନାହିଁ । ତେଣୁ ପରିବର୍ତ୍ତନର ସ୍ରୋତରେ ସାମିଲ ହୋଇ ବିଭିନ୍ନ ପ୍ରାଦେଶିକ ସ୍ତରରେ ଝୁମର ଆଜି ଭିନ୍ନରୂପ ପରିଗ୍ରହ କରିବା ସହିତ ନିଜର ସ୍ୱାତନ୍ତ୍ର୍ୟ ମହକରେ ସମଗ୍ର ଶ୍ରୋତା, ପାଠକ ଓ ଦର୍ଶକଙ୍କୁ ମତୁଆଲା କରିରଖିଛି, ଏହା କହିବା ବାହୁଲ୍ୟ ମାତ୍ର । ଝୁମରର ରାଗ-ରାଗିଣୀ : ଝୁମର ଏକ ସଂଗୀତ ବୋଲି ପୂର୍ବରୁ ପ୍ରକାଶିତ । ତେଣୁ ସଂଗୀତକୁ ଗାନ କରିବା ନିମନ୍ତେ କେତେକ ରାଗରାଗିଣୀର ଆବଶ୍ୟକତା ହୋଇଥାଏ । ଶାସ୍ତ୍ରୀୟ ସଙ୍ଗୀତଗୁଡ଼ିକୁ ଗାନ କରିବା ପାଇଁ ଯେଭଳି ବିଭିନ୍ନ ରାଗରାଗିଣୀର ଅବତାରଣା କରାଯାଇଛି । ତଦୁପରି ଝୁମର ସଙ୍ଗୀତକୁ ଗାନ କରିବା ନିମନ୍ତେ ଲୋକରାଗରାଗିଣୀ ଭିତ୍ତିରେ ବହୁ ରାଗରର ଭିଆଣ କରାଯାଇଛି । ଯେଉଁଗୁଡ଼ିକ ଆଲୋଚନା ସାପେକ୍ଷ । କେବଳ ଆଲୋଚନାର ସୁବିଧା ନିମନ୍ତେ ଏଠାରେ ସେଗୁଡ଼ିକର ନାମୋଲ୍ଲେଖ କରାଗଲା । ଯଥା- (୧) ଝିଙ୍ଗାଫୁଲିଆ (୨) ଉଦାସିଆ (୩) ରସରସିଆ (୪) ରସପକ୍ଷୀଆ (୫) ଝୁମକା (୬) ଝୁମଟା (୭) ଖେମଟା (୮) ଆଡ଼ଖେମଟା (୯) ରିଝାଁମାଠା (୧୦) ତାମାଳିଆ (୧୧) ଗାଢଓ୍ୱା (୧୨) ଡ଼ମକଚ (୧୩) ନାଗପୁରିଆ (୧୪) ପତରତୁଳା (୧୫) ପାଟିଆମେଧା (୧୬) ଦୋଛୁଟା (୧୭) ଠାଳରିଙ୍ଗା ଇତ୍ୟାଦି । ପୁନଶ୍ଚ ଶାସ୍ତ୍ରୀୟ ସଙ୍ଗୀତର ରାଗରେ ସ୍ଥାୟୀ, ଅନ୍ତରା, ଆଭୋଗ ଆଦିର କ୍ରମସଜ୍ଜୀକରଣ ଶୈଳୀ ଝୁମରରେ ଦେଖା ନ ଗଲେ ହେଁ ସେ ସମସ୍ତର ପ୍ରଭାବ ଝୁମରର ଗାୟନ ମଧ୍ୟରେ ପରିଲକ୍ଷିତ ହୋଇଥାଏ । ତେଣୁ ଏହାର ରାଗିଣୀଗୁଡ଼ିକ ଶାସ୍ତ୍ରୀୟସଙ୍ଗୀତର ତିଳୋକ କାମୋଦ, ଦେଶ, ଜୟଜୟନ୍ତୀର ଆଦି ରାଗକୁ ଭିତ୍ତିକର ସ୍ୱତନ୍ତ୍ର ସ୍ୱାଦରେ ପରିବେଷିତ ହୋଇଥାଏ । ଏତଦ୍ବ୍ୟତିତ ଲୋକଗୀତ ଆଧାରିତ ଭାଟିଆରୀ, କୀର୍ତ୍ତନ, ଛାନ୍ଦ ଆଦି ମଧ୍ୟ ଝୁମରର ଏକକ ବିଶିଷ୍ଟ ରାଗ-ରାଗିଣୀ । ଝୁମରର ବାଦ୍ୟଯନ୍ତ୍ର: ଝୁମର ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦୁଇ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । ଯଥା ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର ଏବଂ ମଧୁର ଶବ୍ଦ ସୃଷ୍ଟିକାରୀ ବାଦ୍ୟଯନ୍ତ୍ର । ଆଞ୍ଚଳିକ ଭାଷାରେ ଏହାକୁ ମୋଟାବାଜ୍ନା ଓ ସରୁବାଜ୍ନା କୁହାଯାଏ । ଧାମସା, ମାଦକ, ଢୋଲ, ଚଡ଼ଚଡ଼ି ମୋଟାବାଜ୍ନା ଓ ସାହାନାଇ, ବଂଶୀ, ବେହେଲା, କେନ୍ଦେରା ପ୍ରଭୃତି ସରୁବାଜ୍ନା ଭାବରେ ପରିଚିତ । ଅତୀତରେ କେବଳ ଲୌକିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଥିଲା ବେଳେ, ଅଧୁନା ବହୁ ଶାସ୍ତ୍ରୀୟ ବାଦ୍ୟ ଏବଂ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର କର୍ଣ୍ଣେଟ୍ ଓ କ୍ଲାରିଓନେଟର ମଧ୍ୟ ବ୍ୟବହାର କରାଯାଉଛି । ଏହି ସମସ୍ତ ଆଲୋଚନାମାନଙ୍କରୁ ଝୁମର ସମ୍ପର୍କରେ ଏକ ମୋଟାମୋଟି ଧାରଣା କରାଯାଇପାରେ । ଓଡ଼ିଶାର ଲୋକସଂଗୀତ ତଥା ମୟୁରଭଞ୍ଜର ପାରମ୍ପରିକ ଲୋକଗୀତ-ନୃତ୍ୟ ଭାବରେ ଝୁମର ଯେଉଁ ମର୍ଯ୍ୟୋଦା ଲାଭ କରିଛି, ସେ ସଂପର୍କରେ ସାମାନ୍ୟ ଅବଧାରଣା କରିବା ନିମିତ୍ତ ଝୁମରର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଚୁମ୍ବକରେ ଆଲୋଚନା କରାଗଲା। ଏକ ଉତ୍କୃଷ୍ଟ ଲୋକକଳାର ସ୍ୱାତନ୍ତ୍ର୍ୟ ବହନ କରୁଥିବା ଝୁମର କୁଡ଼ୁମୀ, ଉତ୍ତର ଓଡ଼ିଶା ସର୍ବୋପରି ଭାରତର ସାଂସ୍କୃତିକ ଲୋକ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଙ୍ଗ । କେବଳ ଲୋକ ସଙ୍ଗୀତ ଭାବରେ ତାହାର ମର୍ଯ୍ୟାଦା ଅତୁଟ ରହିନି: ଅଧିକନ୍ତୁ ଏକ ଉନ୍ନତ ସାହିତ୍ୟିକ ଆବେଦନକୁ ମଧ୍ୟ ଏହା ନିଜ ଭିତରେ ସମାହିତ କରି ରଖିଛି । ଜଣେ ଅନିସନ୍ଧିତ୍ସୁ ପାଠକର ମନନେଇ ଯଦି ଏଥିରେ ମନନିଯୋଗ କରାଯାଏ, ତେବେ ବହୁ ଉପାଦେୟ ତଥ୍ୟ, ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଆବିଷ୍କୃତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ‘ଝୁମର’ରେ ପରିଦୃଷ୍ଟ କେତେଗୁଡ଼ିଏ ସାହିତ୍ୟିକ, ସାମାଜିକ ଓ ପାରମ୍ପରିକ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନମତେ ଆଲୋକପାତ କରାଯାଇପାରେ । ଝୁମର ଗୀତରେ ‘ରସ’ : ‘ରସ’ ଧାରା ସଙ୍ଗୀତ ଓ ସାହିତ୍ୟ ଜଗତରେ ଏକ ବହୁ ଆବଶ୍ୟକୀୟ ଉପାଦାନ । ତେରୁ ପ୍ରାଚୀନ କାବ୍ୟଶାସ୍ତ୍ରରେ ରସକୁ କାବ୍ୟର ଆତ୍ମାଭାବରେ ସ୍ୱୀକୃତି ମିଳିଛି । ତେଣୁ କବିମାନେ ନିଜ ରଚନାରେ ବିଭିନ୍ନ ରସ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ସଙ୍ଗୀତ କ୍ଷେତ୍ରରେ ଏହା ମଧ୍ୟ ସେହିଭଳି ପ୍ରାଧାନ୍ୟ ଲାଭ କରିଛି । ତେରୁ ରସବିହୀନ ରଚନା ଯଥାର୍ଥ ରଚନା ପଦବାଚ୍ୟ ହୋଇପାରେ ନାହିଁ । ରସର ଏହି ମହନୀୟ ପ୍ରଭାବରୁ ଝୁମର ମୁକ୍ତ ହୋଇପାରିନି । କାବ୍ୟଶାସ୍ତ୍ରୋଚିତ ରସକୁ ଅଙ୍ଗୀକାର କରି ଝୁମର କିଭଳି ଶ୍ରୀବିମଣ୍ଡିତ ହୋଇଛି, ତାହାକୁ ଶ୍ରବଣ ବା ପାଠ କଲେ ସହଜରେ ବୁଝାପଡ଼େ । ଝୁମର କବିର ଲେଖନୀରୁ ନିଃସୃତ କେତେକଗୁଡ଼ିଏ ରସଧର୍ମୀ ଝୁମରଗୀତ ଏଠାରେ ପ୍ରକାଶଯୋଗ୍ୟ । (କ) ଶୃଙ୍ଗାର ରସ : ରସ ଶାସ୍ତ୍ରରେ ‘ଶୃଙ୍ଗାର’ ଅଙ୍ଗୀରସ ବା ଆଦିରସ ଭାବରେ ପରିଚିତ । ନାୟକାନୟିକାଙ୍କ ପ୍ରେମ, ମିଳନ, ଅନୁରାଗ ମାଧ୍ୟମରେ ଏହା ଉଦ୍ଦୀପିତ ହୋଇଥାଏ । ଝୁମରରେ ଶୃଙ୍ଗାର ରସ ହେଉଛି ପ୍ରଧାନ ରସ । ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ପ୍ରୟୋଗେ ଝୁମର ଗୀତର ବିଶେଷ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ସାଧାରଣତଃ ରାଧାକୃଷ୍ଣଙ୍କ ମିଳନ-ବିଚ୍ଛେଦ ମଧ୍ୟରେ ଏହାର ସାର୍ଥକତା ଫୁଟି ଉଠିଛି । ତେଣୁ ଝୁମର କବି ଓ ଗବେଷକ ଗିରିଶ ଚନ୍ଦ୍ର ମହାନ୍ତ ଝୁମରରେ ଏହି ରସର ପ୍ରୟୋଗ ସମ୍ପର୍କରେ କହନ୍ତ – ‘‘ଝୁମରର ପ୍ରଧାନ ରସ ଶୃଙ୍ଗାର । ସ୍ଥାନେ ସ୍ଥାନେ କରୁଣ ଓ ଶାନ୍ତିରସର ପ୍ରୟୋଗ ମଧ୍ୟ ଦେଖାଯାଏ । ମାତ୍ର ଝୁମର କହିଲେ – ଶୃଙ୍ଗାର ରସର ଏକ ଆଧାର ବୋଲି ବୁଝାଯାଏ ।’’ କେତେଗୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ- (୧) ସମ୍ଭୋଗ ଶୃଙ୍ଗାର : ସହଚରି !
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ବିପ୍ଳବୀ ଧରଣୀଧର ଭୂୟାଁ (୧୮୬୪-୧୯୧୪) ଓଡ଼ିଶାର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମେଳି ହୋଇଥିଲା, ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା ଭାରତବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟର ନାମକରଣ ହୋଇଛି ।
୨୦୧୯ ନୂତନ କରୋନାଭୂତାଣୁ ବା ଊହାନ କରୋନାଭୂତାଣୁ ଏକ ବିଶେଷ ପ୍ରକାରର ଭୂତାଣୁ ଯାହା ସଂକ୍ରାମକ ରୋଗ କରୋନାଭୂତାଣୁ ରୋଗ ୨୦୧୯ କରାଇଥାଏ । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନାଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ(positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ସେଲ୍ୟୁଲାଇଟିସ୍ ଏକ ଚର୍ମ ରୋଗର ସଂକ୍ରମଣକୁ କୁହାଯାଏ । ଏହି ରୋଗ ନିର୍ଦ୍ଦିଷ୍ଟ ଭାବରେ ଅନ୍ତଃଚର୍ମ ଓ ଚର୍ମ ତଳେ ଥିବା ଚର୍ବିରେ ହୁଏ । ଏହି ରୋଗ ହେଲେ ରୋଗ ହୋଇଥିବା ସ୍ଥାନ ଲାଲ ଦେଖାଯାଏ ଓ ଦୁଇ ଦିନ ମଧ୍ୟରେ ଏହି ଲାଲ ସ୍ଥାନର ଆୟତନ ବଢ଼ିଯାଏ । ଲାଲ ସ୍ଥାନ ଫୁଲିଥାଇ ପାରେ ଓ ଏହାର ସୀମା ତୀକ୍ଷ୍ମ ନ ଥାଏ । ଲାଲ ଦେଖାଯାଉଥିବା ସ୍ଥାନ ଚିପି ଦେଲେ ଶେତା ହୁଏ କିନ୍ତୁ ସର୍ବଦା ନୁହେଁ । ସଂକ୍ରମିତ ସ୍ଥାନରେ ସାଧାରଣତଃ ଯନ୍ତ୍ରଣା ହୁଏ । ଲସିକା ନଳୀ ମଧ୍ୟ ସଂକ୍ରମିତ ହୋଇପାରେ, ରୋଗୀକୁ ଜ୍ୱର ହୁଏ ଓ ଥକ୍କା ଲାଗେ । ଗୋଡ଼ ଓ ମୁଖମଣ୍ଡଳରେ ଏହି ରୋଗ ଅଧିକ ହୁଏ, ଯଦିଓ ଯେ କୌଣସି ସ୍ଥାନରେ ଏହା ହୋଇପାରେ । ଚର୍ମରେ କ୍ଷତ ହେଲେ ସେହି ସ୍ଥାନରେ ଏହି ରୋଗ ହୁଏ । ଅନ୍ୟ ସଙ୍କଟଦୟୀ ଅବସ୍ଥାମାନଙ୍କ ନାମ ମୋଟାପଣ, ଗୋଡ଼ ଫୁଲା ଓ ବୃଦ୍ଧାବସ୍ଥା । ସ୍ଟ୍ରେପ୍ଟୋକୋକସ୍]] ଓ ସ୍ଟାଫିଲୋକୋକସ୍ ଅରିଅସ୍ ଜୀବାଣୁ ଏହି ରୋଗ କରାଏ । ଚର୍ମରେ ଅନ୍ୟ ଏକ ସଂକ୍ରମଣ ହୁଏ ଯାହାର ନାମ ଏରିସେପାଲସ୍ କିନ୍ତୁ ଏହି ରୋଗ ବାହ୍ୟଚର୍ମରେ ହୁଏ, ଲାଲିମାର ସୀମା ତୀକ୍ଷ୍ଣ ଥାଏ ଓ ଜ୍ୱର ହୁଏ । ଭିତରେ ଥିବା ସାଂଘାତିକ ହାଡ଼ ରୋଗ ବା ଓଷ୍ଟିଓମାୟେଲାଇଟିସ ଓ ନେକ୍ରୋଟାଇଜିଙ୍ଗ ଫାସାଇଟିସ ଆଦି ରୋଗଠାରୁ ଏହାକୁ ପୃଥକ କରିବାକୁ ହୁଏ । ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନି୍ଣ୍ଣୟ କରାଯାଏ, ଜୀବକୋଷ କଲ୍ଚର୍ (cell culture) କ୍ୱଚିତ ସମ୍ଭବ ହୁଏ । ପାଟିରେ ଖାଇବାକୁ ଦିଆଯାଉଥିବା ଆଣ୍ଟିବାୟୋଟିକମାନଙ୍କର ନାମ ସେଫାଲେକ୍ସିନ, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ । ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ । ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକା ଅରିଅସ (ଏମ୍ଆର୍ସିଏ) ଜୀବାଣୁ ଥିଲେ ଅନ୍ୟ ଔଷଧ ସହ ଡକ୍ସିସିଲିନ ବା ଟ୍ରାଇମେଥିପ୍ରିମ/ସଲ୍ଫାମେଥୋକ୍ସାଜୋଲ ଦିଆଯାଇପାରେ । ପୂଜ ହୋଇଯାଇଥିଲେ ବା ଏମ୍ଆର୍ସିଏ ସଂକ୍ରମଣ ଥିଲେ ଚିନ୍ତାର ବିଷୟ ହୁଏ । ଆଣ୍ଟିବାୟୋଟିକ ଖାଉଥିଲେ ସ୍ଟିରଏଡ ଦେଇ ରୋଗ ଶୀଘ୍ର ଭଲ କରିହୁଏ । ଯନ୍ତ୍ରଣା ଉପସମକାରୀ ଔଷଧ ଦେଲେ ଆରାମ ଲାଗେ । ସାତରୁ ଦଶ ଦିନର ଚିକିତ୍ସାରେ ୯୫% ରୋଗୀ ସୁସ୍ଥ ଅନୁଭବ କରନ୍ତି । ସମ୍ଭାବ୍ୟ କମ୍ପ୍ଲିକେସନ ମଧ୍ୟରେ ଆବସେସ୍ ସୃଷ୍ଟି ଅନ୍ୟତମ । ପ୍ରତି ବର୍ଷ ହଜାରେ ଲୋକରେ ଦୁଇ ଜଣଙ୍କର ଚର୍ମ ସଂକ୍ରମଣ ହୁଏ । ସୁଲ୍ୟୁଲାଇଟିସ ରୋଗରେ ୨୦୧୦ ମସିହାରେ ପୃଥିବୀରେ ୨୭୦୦୦ ମୃତ୍ୟୁ ହୋଇଥିଲା । ଇଂଲଣ୍ଡରେ ଆଡମିସନ ହେଉଥିବା ରୋଗୀଙ୍କମଧ୍ୟରୁ ୧.୬% ଏହି ରୋଗରେ ପିଡ଼ିତ ଥାଆନ୍ତି ।
ଲାଟିନ ଭାଷା (; Latin: [lingua latīna] ; IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।
ଗାସ୍ଟ୍ରୋଏଣ୍ଟେରାଇଟିସ, ପ୍ରତିଶବ୍ଦ ସଂକ୍ରମଣକାରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ infectious diarrhea), ଏକ ଖାଦ୍ୟ ନଳୀର ପ୍ରଦାହ ଯାହା ଯାହା ମାନବ ପାକସ୍ଥଳୀ ଓ ଅନ୍ତନଳୀରେ ହୁଏ । ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ମିଳିତ ଭାବରେ ତରଳ ଝାଡ଼ା, ବାନ୍ତି ଓ ଉଦର ଯନ୍ତ୍ରଣା ହୁଏ । ଜ୍ୱର, ଶକ୍ତି ଅଭାବ ଓ ନିର୍ଜଳନ ହୋଇପାରେ । ସ୍ୱାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ରହେ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ରାଉରକେଲା pronunciation ଭାରତର ଓଡ଼ିଶା ରାଜ୍ୟର ଉତ୍ତରରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀ ଠାରୁ ୩୪୦ କିଲୋମିଟର (୨୧୧ mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀଦ୍ୱାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଅଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ ।
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ଯୋଗ (ଇଂରାଜୀ:Yoga (; ସଂସ୍କୃତ: योगcode: inc is deprecated , Listen) ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ନାକରୁ ରକ୍ତସ୍ରାବ (English: Epistaxis ବା Nosebleedcode: en is deprecated ) ଏକ ଲକ୍ଷଣ । ଏହି ଶବ୍ଦଟି ଗ୍ରୀସ ଭାଷାରୁ ((from Greek: ἐπιστάζω (epistazo) to bleed from the nose: ἐπί (epi) - "above", "over" + στάζω (stazo) - "to drip [from the nostrils]")) ଆସିଛି । ଏହା ଏକ ସାଧାରଣ ବେମାରୀ । ଏଥିରେ ନାକରୁ ରକ୍ତ ବହେ । ନାକ ରକ୍ତସ୍ରାବ ଦୁଇ ଭାଗରେ ବର୍ଣ୍ଣନା କରାଯାଏ ଯଥା ସମ୍ମୁଖ ଭାଗ ରକ୍ତସ୍ରାବ ଓ ପୃଷ୍ଠ ଭାଗ ରକ୍ତସ୍ରାବ । ଶେଷୋକ୍ତ ସ୍ରାବ କ୍ୱଚିତ ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଲୁହବାହୀ ନଳୀ ମଧ୍ୟ ଦେଇ ରକ୍ତ ଆଖିରେ ପ୍ରବେଶ କରିବା ପରେ ଆଖିରୁ ରକ୍ତ ବହେ । ନାକରୁ ରକ୍ତ ବହି ଖାଦ୍ୟନଳୀକୁ ଯାଇ ପାକସ୍ଥଳୀରେ ପ୍ରବେଶ କରିପାରେ । ରକ୍ତ ତରଳ ବା ମୁଣ୍ଡା ହୁଏ । ରକ୍ତସ୍ରାବ ଦେଖିଲେ ଭୟ ଲାଗେ, କିଛି ରୋଗୀଙ୍କର ଡାକ୍ତରୀ ପରାମର୍ଶ ଦରକାର ହୁଏ କିନ୍ତୁ ଏହା କ୍ୱଚିତ ଘାତକ ହୁଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ୧୯୯୯ ମସିହାରେ ଆମେରିକାରେ ୨.୪ ନିୟୁତ ମୃତ୍ୟୁରେ ମାତ୍ର ୪ଟି ଘାତକ ଥିଲା । ରକ୍ତସ୍ରାବ ହେଲେ ମୁଣ୍ଡକୁ ସାମାନ୍ୟ ଆଗକୁ ନୁଏଁଇ ନାକ ପୁଡ଼ାକୁ ୫ରୁ ୨୦ ମିନିଟ ଧରି ଚିପି ଧରିଲେ ରକ୍ତ ଜମାଟ ବାନ୍ଧି ସ୍ରାବ ବନ୍ଦ ହୋଇଯାଏ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ଦାଦାସାହେବ ଫାଳକେ ପୁରସ୍କାର ସିନେମା ପାଇଁ ଭାରତର ସର୍ବୋଛ ପୁରସ୍କାର । ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟଦ୍ୱାରା ସ୍ଥାପିତ ' ଫିଲ୍ମ ମହୋତ୍ଶବ ନିର୍ଦେଶଳୟ " ତରଫରୁ ପ୍ରତି ବର୍ଷ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସିନେମାର ଉନ୍ନତି ପାଇଁ ଅସାଧାରଣ ଅବଦାନ କରିଥିବା ମନୋନୀତ ବ୍ୟକ୍ତିଙ୍କୁ ପ୍ରଦାନ କରା ଯାଇଥାଏ । ଏହି ଚୟନ ପ୍ରକ୍ରିୟା ପାଇଁ କମିଟି ଗଠନ କରା ଯାଇ ଥାଏ , ଯେଉଁଥିରେ ଫିଲ୍ମ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ସମ୍ମିଳିତ ଥାଆନ୍ତି । ୨୦୧୪ରେ ଏହି ସମ୍ମାନରେ ସ୍ୱର୍ଣ କମଳ , ଗୋଟିଏ ଶାଲ ଏବଂ ୧୦ ଲକ୍ଷ ଭାରତୀୟ ମୁଦ୍ରା ପ୍ରଦାନ କରା ଯାଇଥାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ ଯୋଗକଳ୍ପା ଓ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି ।। ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଦେବୀପ୍ରସନ୍ନ ପଟ୍ଟନାୟକ, ଜଣେ ଓଡ଼ିଆ ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ । ସେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ (CIIL), ମହୀଶୂରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଟନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଦେବୀପ୍ରସନ୍ନ ପଟ୍ଟନାୟକ, ୧୯୩୪ମସିହା ମାର୍ଚ୍ଚ ୧୪ ତାରିଖରେ କଟକ ଜିଲ୍ଲାର ତିଗିରିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି କିଛିକାଳ ବିଶ୍ୱ ଭାରତୀରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରିଛନ୍ତି ଏବଂ ଡେକାନ କଲେଜ, ପୁନାରୁ ଭାଷାବିଜ୍ଞାନରେ ସ୍ନାତକୋତ୍ତର ଡିପ୍ଲୋମାରେ(ଯାହା ପରବର୍ତ୍ତୀ ସମୟରେ ସ୍ନାତକୋତ୍ତର କୋର୍ସ ସହିତ ସମାନ ହେଲା) ଉତ୍ତୀର୍ଣ ହୋଇଛନ୍ତି । ୧୯୬୧ ମସିହାରେ ଆମେରିକାରୁ ଭାଷାବିଜ୍ଞାନ ବିଷୟରେ ଡକ୍ଟରେଟ ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିସାରିବା ପରେ, ସେ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ଆରମ୍ଭ କରିଥିଲେ । ଆମେରିକାରୁ ଗବେଷଣା ସାରି ଫେରିବା ପରେ, ପୁନଃଶ୍ଚ ସେହି କାମରେ ନିଜକୁ ନିୟୋଜିତ କରିଥିଲେ । ୧୯୬୯ ମସିହାରେ ମହିଶୂରରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ(ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ)ର,ସେ ହେଉଛନ୍ତି ପ୍ରତିଷ୍ଠାତା ନିର୍ଦ୍ଦେଶକ । ୧୯୬୯ରୁ ୧୯୮୯ ମସିହା ପର୍ଯ୍ୟନ୍ତ, ସେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅବସର ସମୟ ବେଳକୁ ତାଙ୍କୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ପଦବୀ ତୂଲ୍ୟ ଅଥିକାରୀଭାବେ ଗଣାଯାଉଥିଲା ।
ଦେବୀ ତାରା ଦଶ ମହାବିଦ୍ୟା ମଧ୍ୟରେ ଅନ୍ୟତମ । ଜୀବଜଗତକୁ ତ୍ରାଣ କରୁଥିବାରୁ ଦେବୀ ତାରା ନାମରେ ନାମିତ । ସେ ନୀଳବର୍ଣ୍ଣା ଓ ନୀଳନୟନା । ସେ ଭୟଙ୍କରୀ ହେଲେ ମଧ୍ୟ ସୁଖ ଓ ମୋକ୍ଷ ପ୍ରଦାନକାରିଣୀ । ଦେବୀ ତାରାଙ୍କ ତିନୋଟି ରୂପ ରହିଛି – ଏକଜଟା ତାରା, ନୀଳସରସ୍ୱତୀ, ଉଗ୍ରତାରା । ଦେବୀ ମୁକ୍ତକେଶୀ ଏବଂ ରିଦ୍ର ତାଙ୍କର ଜଟା ହୋଇଥିବାରୁ ସେ ଏକଜଟା ନାମରେ ପରିଚିତା । ଉଗ୍ର ଆପଦରୁ ତ୍ରାଣ କରନ୍ତି ବୋଲି ଉଗ୍ରତାରା । ଦେବୀ ଚୋଳନ ହ୍ରଦରୁ ନୀଳବର୍ଣ୍ଣ ରୂପରେ ଆବିର୍ଭୂତା ହୋଇଥିବାରୁ ନୀଳ ସରସ୍ୱତୀ ନାମରେ ପରିଚିତା । ସାଧନମାଳା ଗ୍ରନ୍ଥରେ ତାରାଙ୍କୁ ବୌଦ୍ଧ ଦେବୀରୂପରେ ବର୍ଣ୍ଣନା କରାଯାଉଛି ।ଏହି ଗ୍ରନ୍ଥରେ ସାତ ପ୍ରକାର ତାରାଙ୍କର ଉଲ୍ଲେଖ ମିଳେ । ସେମାନେ ବାମହସ୍ତରେ ଉତ୍ପଳ ଧାରଣ କରିଛନ୍ତି ଏବଂ ଦକ୍ଷିଣ ହସ୍ତରେ ବରଦମୁଦ୍ରା ପ୍ରଦର୍ଶନ କରିଛନ୍ତି । ଆଉ ମଧ୍ୟ ଉକ୍ତ ଗ୍ରନ୍ଥରେ ତାରାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଯଥା- ସାଧାରଣ ତାରା ଓ ଅସାଧାରଣ ତାରା । ଖଦୀରବଣି, ବଷ୍ୟତାରା, ମାରିଚୀ, ଆର୍ଯ୍ୟତାରା, ଏକଜଟା, ମହତ୍ତୋରିତାରା, ବରଦତାରା, ଅଷ୍ଟମହାଭୟ ତାରା, ମୃତ୍ୟୁବଞ୍ଚନ ତାରା, ସୀତାତାରା ବା ବଜ୍ରତାରା ସାଧାରଣ ତାରା ଶ୍ରେଣୀର ଅନ୍ତର୍ଭୁକ୍ତ । ପଦ୍ମାସନା, ଚତୁର୍ଭୁଜା, ଦୁର୍ଗତିତାରିଣୀ ତାରା, ଚତୁର୍ଭୁଜା ଅଷ୍ଟଦେବୀ ପରିବେଷ୍ଟିତା, ଧ୍ୟାନୀବୁଦ୍ଧ ଅମୋଘସିଦ୍ଧିଭୂଷିତା ଧନଦତାରା, ଚତୁର୍ଭୁଜା ଜାଙ୍ଗୁଳା, ଷଡ୍ଭୁଜା ତ୍ରିମୁଖ, ପନ୍ନଶବରୀ ଅସାଧାରଣ ତାରା ପର୍ଯ୍ୟାୟର ଅନ୍ତର୍ଭୁକ୍ତ । ତାରା ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ଆରାଧ୍ୟା ଦେବୀ । ଶତ୍ରୁନାଶ, ବାକ୍ଶକ୍ତିର ପ୍ରାପ୍ତି ତଥା ଭୋଗ, ମୋକ୍ଷର ଉପଲବ୍ଧି ପାଇଁ ତାରା ଅଥବା ଉଗ୍ରତାରାଙ୍କ ସାଧନା କରାଯାଇଥାଏ । ତାରାଙ୍କୁ ମହାବିଦ୍ୟାମାନଙ୍କରେ ଅଭୂତ ପ୍ରଭାବଶାଳୀ ତଥା ସର୍ବକାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା କରାଯାଇଥାଏ ।ଭାରତରେ ସର୍ବପ୍ରଥମ ମହର୍ଷି ବଶିଷ୍ଠ ତାରାଙ୍କୁ ବୈଦିକ ରୀତିରେ ଆରାଧନା କରିବା ଆରମ୍ଭ କଲେ। ଏହି ବୈଦିକ ରୀତିରେ ତିନିଥର ଆରାଧନା କଲା ପରେ ବି ତାହା ସଫଳ ହୋଇପାରିଲା ନାହିଁ । ଶେଷରେ ବଶିଷ୍ଠଙ୍କୁ ଅଦୃଶ୍ୟ ଶୂନ୍ୟବାଣୀ ହେଲା ଯେ ସେ ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କରନ୍ତୁ। ଯେତେବେଳେ ବଶିଷ୍ଠ ବୈଦିକ ରୀତି ତ୍ୟାଗ କରି ତାନ୍ତ୍ରିକ ପଦ୍ଧତିଦ୍ୱାରା ତାରାଙ୍କୁ ଆରାଧନା କଲେ ସେତେବେଳେ ତାଙ୍କୁ ସିଦ୍ଧି ମିଳିଲା । ରାଜଶ୍ରୀ ବଶିଷ୍ଠରୁ ବ୍ରହ୍ମଶ୍ରୀ ବଶିଷ୍ଠ ହୋଇ ପାରିଥିଲେ। ବିହାରର ସହରସା ଜିଲ୍ଲାର ପ୍ରସିଦ୍ଧ ମହିଷା ଗ୍ରାମରେ ଉଗ୍ରତାରାଙ୍କ ସିଦ୍ଧ ପୀଠ ରହିଛି । କୁହାଯାଏ ଯେ, ମହର୍ଷି ବଶିଷ୍ଠ ଏହିଠାରେ ତପସ୍ୟା କରି ସିଦ୍ଧିପ୍ରାପ୍ତି ହୋଇଥିଲେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା । ଅମଡ଼ାବାଟ, ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ହୃଷୀକେଶ ମଲ୍ଲିକ(ଜନ୍ମ : ୦୫ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଓ ସମ୍ପାଦକ । ସେ ୧୦ଟି କବିତା ଗ୍ରନ୍ଥ ସହ ୨୦ଟି ପୁସ୍ତକ ରଚନା କରିଛନ୍ତି ।ହୃଷୀକେଶ ୧୯୫୫ ମସିହାରେ ଭଦ୍ରକ ଜିଲ୍ଲାର ବାଣିତିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ଗାଁରେ ବିତିଥିଲା । ଗାଁରେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଶୁଣି ବଡ଼ ହୋଇଥିଲେ ଓ ଏ ସବୁ ତାଙ୍କ ଭିତରର କବିକୁ ଅନୁପ୍ରାଣିତ କରିଥିଲା । ସ୍କୁଲ ସମୟରୁ କବିତା ଓ ଗପ ଲେଖୁଥିଲେ । ପ୍ରଥମ କବିତା ଛୁଆ ବହଲା ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା । ଅଧ୍ୟାପନା ବୃତ୍ତିରୁ ସେ ୨୦୧୨ ମସିହାରୁ ଅବସର ଗ୍ରହଣ କରିସାରିଛନ୍ତି । ସମ୍ପ୍ରତି ସେ ଧରିତ୍ରୀ ଖବରକାଗଜରେ ଫିଚର ଓ ସାହିତ୍ୟ ବିଭାଗରେ ସମ୍ପାଦନା କାର୍ଯ୍ୟରେ ଲିପ୍ତ ଅଛନ୍ତି ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ । ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।
ସାରଦା ଦେବୀ (୨୨ଡିସେମ୍ବର,୧୮୫୩ – ୨୦ ଜୁଲାଇ,୧୯୨୦) ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ଏବଂ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଙ୍ଘଜନନୀ ରୂପେ ପରିଚିତ । ଭକ୍ତଗଣ ତାଙ୍କୁ ଦିବ୍ୟ ଜନନୀ ଓ ଶ୍ରୀଶ୍ରୀ ମା ନାମରେ ଅଭିହିତ କରିଥିଲେ । ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ତପୂର୍ଣ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.