ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଅଭିଜିତ ବିନାୟକ ବାନାର୍ଜୀ (ବଙ୍ଗଳା: অভিজিৎ বিনায়ক বন্দ্যোপাধ্যায়; ଜନ୍ମ ୧୯୬୧) ଜଣେ ଭାରତରେ ଜନ୍ମିତ ଆମେରିକୀୟ ଅର୍ଥଶାସ୍ତ୍ରୀ । ବାନାର୍ଜୀଙ୍କୁ ୨୦୧୯ ମସିହାରେ ଏସ୍ଥର ଡଫ୍ଲୋ ଓ ମାଇକେଲ କ୍ରେମେରଙ୍କ ସହ "ବିଶ୍ୱରେ ଦାରିଦ୍ର ଦୂରୀକରଣ କରିବାର ପ୍ରୟାସକୁ" ନେଇ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । ସେ ମାସାଚୁସେଟ୍ସ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରର ଅଧ୍ୟାପକ । ଅଭିଜିତ ବାନାର୍ଜୀ ଓ ଏସ୍ଥର ଡଫ୍ଲୋ ନୋବେଲ ପୁରସ୍କାର ପାଇଥିବା ଷଷ୍ଠ ସ୍ୱାମୀ-ସ୍ତ୍ରୀ ଯୋଡି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସାବିତ୍ରିବାଇ ଜ୍ୟୋତି ରାଓ ଫୁଲେ (୩ ଜାନୁୟାରୀ ୧୮୩୧ - ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ ଥିଲେ। ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । ସାବିତ୍ରୀବାଇ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ସମୀପଦୃଷ୍ଟି (ଇଂରାଜୀ ଭାଷାରେ Near-sightedness ବା myopia) ଏକ ପ୍ରକାର ଦୃଷ୍ଟି ଦୋଷ ଯେଉଁଥିରେ ଆଲୋକ ରେଖାମାନ ଚକ୍ଷୁରେ ପ୍ରବେଶ କରିବା ପରେ ରେଟିନା/ନେତ୍ରପଟଳ ଉପରେ ଫୋକସ୍ ନ ହୋଇ ତା' ସମ୍ମୁଖରେ ଫୋକସ୍ ହୁଅନ୍ତି । ଫଳରେ ଦୂରରେ ଥିବା ବସ୍ତୁ ଝାପସା (blurry) ଦେଖାଯାଏ, କିନ୍ତୁ ପାଖରେ ଥିବା ବସ୍ତୁ ସାଧାରଣ ଦେଖାଯାଏ । ମୁଣ୍ଡବଥା ଓ ଚକ୍ଷୁ କ୍ଳେଶ (eye strain) ଇତ୍ୟାଦି ଅନ୍ୟାନ୍ୟ ଲକ୍ଷଣମାନ ଦେଖାଯାଏ । ସମୀପଦୃଷ୍ଟି ସାଂଘାତିକ ହୋଇଥିଲେ ନେତ୍ରପଟଳ ସ୍ଖଳନ, ପରଳ ଓ ଗ୍ଲକୋମା ହେବା ସଙ୍କଟ ଅଧିକ ରହେ ।ଉଭୟ ଜେନେଟିକ ଓ ପରିବେଶ କାରକମାନଙ୍କ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ । ପରିବାରରେ ଏହି ରୋଗ ଥିବାର ଇତିହାସ, ଅଧିକ ସମୟ ଗୃହରେ ରହିବା ଓ କୌଣସି ବସ୍ତୁକୁ ନିରୀକ୍ଷଣ କରି କର୍ମ କରୁଥିବା ଲୋକର ଏହି ରୋଗ ସଙ୍କଟ ଅଧିକ ରହେ । ଉଚ୍ଚ ସାମାଜିକ-ଅର୍ଥନୈତିକ ଶ୍ରେଣୀର ଲୋକଙ୍କଠାରେ ଏହା ଅଧିକ ଦେଖାଯାଏ । ଏହି ଚକ୍ଷୁ ଦୋଷର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀରେ ଚକ୍ଷୁ ଡୋଳା ଅଧିକ ଲମ୍ବା ଥିବା ଓ ଅଳ୍ପ କେତେକ କ୍ଷେତ୍ରରେ ଚକ୍ଷୁର ଯବକାଚ (lens) ଅଧିକ ଶକ୍ତ ଥିବା ଦେଖାଯାଏ । ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।ପିଲାମାନେ ଅଧିକ ସମୟ ବାହାରେ ରହିଲେ ସମୀପଦୃଷ୍ଟି ପ୍ରତିରୋଧ କରିହେବାର ଏକ ଅନିଶ୍ଚିତ ପ୍ରମାଣ ମିଳୁଛି । ଏହା ପ୍ରାକୃତିକ ଆଲୋକ ସଂସ୍ପର୍ଶରେ ଆସୁଥିବା ଯୋଗୁ ହୋଇପାରେ । ଚଷମା, କଣ୍ଟାକ୍ଟ ଲେନ୍ସ ବା ଅପରେଶନ କରି ଏହି ଦୋଷକୁ ସଜାଡ଼ି ହୁଏ । ଚଷମା ଏକ ନିରାପଦ ଓ ସହଜ ଉପାୟ । କଣ୍ଟାକ୍ଟ ଲେନ୍ସ ବ୍ୟବହାର କଲେ ସଂକ୍ରମଣର ସମ୍ଭାବନା ଥାଏ । ରିଫ୍ରାକ୍ଟରି ଅପରେଶନ (Refractive surgery) କରି ସ୍ୱଚ୍ଛ ପଟଳ ବା କର୍ନିଆ ଆକୃତିର ସ୍ଥାୟୀ ପରିବର୍ତ୍ତନ କରିହୁଏ । ସମୀପଦୃଷ୍ଟି ଦୋଷ ଏକ ସାଧାରଣ ସମସ୍ୟା ଓ ଜନସଂଖ୍ୟାର ୨୨% ବା ୧.୫ ବିଲିଅନ ଲୋକଙ୍କର ସମସ୍ୟା । ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ପରିବର୍ତ୍ତିତ ଥାଏ । ବୟଃପ୍ରାପ୍ତ ଲୋକଙ୍କ ଏହି ରୋଗ ହାର ୧୫ରୁ ୪୯% । ପୁରୁଷ ଓ ମହିଳାଙ୍କର ସମ ଭାବରେ ଏହି ରୋଗ ହୁଏ । ଗ୍ରାମୀଣ ନେପାଳରେ ୧.୨%, ଦକ୍ଷିଣ ଆଫ୍ରିକାରେ ୪%, ଆମେରିକାରେ ୧୨% ଓ ଚୀନ ଦେଶରେ ୩୭% ଲୋକଙ୍କୁ ଏହି ରୋଗ ହୁଏ । ଏହି ରୋଗ ହାର ସନ ୧୯୫୦ରୁ ବୃଦ୍ଧି ପ୍ରାପ୍ତ ହୋଇଚାଲିଛି । ଅନ୍ଧତ୍ୱର କାରଣ ରୂପେ ପୃଥିବୀରେ ଅଣଚିକିତ୍ସିତ ସମୀପ ଦୃଷ୍ଟି ସହିତ ପରଳ, ଭିଟାମିନ ଏ ଅଭାବ, ମାକୁଲାର ଡିଜେନେରେସନ ଇତ୍ୟାଦି ଗଣ୍ୟ ହୁଏ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲ ର ମଧୁପୁର ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଦୂରଦୃଷ୍ଟି (ଇଂରାଜୀ ଭାଷାରେ Far-sightedness, also known as hyperopia) ଏକ ମାନବ ଚକ୍ଷୁ (eye) ସମସ୍ୟା ଯେଉଁଥିରେ ଆଲୋକ ରଶ୍ମୀ ରେଟିନା (retina) ଉପରେ ଫୋକସ ନ ହୋଇ ତାହା ପଛରେ ଫୋକସ ହୁଏ । ଫଳରେ ପାଖରେ ଥିବା ବସ୍ତୁ ଝାପସା (blurry) ଦେଖାଯାଏ କିନ୍ତୁ ଦୂରରେ ଥିବା ବସ୍ତୁ ଠିକ ଦେଖାଯାଏ । ଏହା ଯୋଗୁ ମୁଣ୍ଡ ବିନ୍ଧା ଓ ଚକ୍ଷୁ ସମସ୍ୟା (eye strain) ହୁଏ । ଅନେକ ଲୋକଙ୍କର ଆକମୋଡେସନ ଅସୁବିଧା (Accommodative dysfunction), ଉଭୟ ଦୃଷ୍ଟି ଅସୁବିଧା (binocular dysfunction), ଦୃଷ୍ଟିମାନ୍ଦ୍ୟ (amblyopia), ଟେରା ଦୋଷ (strabismus) ଇତ୍ୟାଦି ଅସୁବିଧା ହୁଏ । ଗଠନ ଜନିତ ଅସୁବିଧା ଯୋଗୁ ଏହି ରୋଗ ହୁଏ । ଚକ୍ଷୁ ଡୋଳା ଛୋଟ ହୋଇଗଲେ, ଚକ୍ଷୁ ଲେନ୍ସ (lens) ଓ ସ୍ୱଚ୍ଛ ପଟଳ ବା କର୍ନିଆ (cornea) ଆକୃତି ସଠିକ ନ ରହିଲେ ଏହି ଅସୁବିଧା ହୁଏ । ଏହି ଅବସ୍ଥାର ପାରିବାରିକ ଇତିହାସ ଥିଲେ, ମଧୁମେହ, କେତେକ ଔଷଧ ଯୋଗୁ ଓ ଚକ୍ଷୁ ପାର୍ଶ୍ୱରେ ଅର୍ବୁଦ ବା ଟ୍ୟୁମର (tumors) ଥିଲେ ଏହି ସଙ୍କଟ ରହେ । ଦୂରଦୃଷ୍ଟି ଚକ୍ଷୁର ଏକ ପ୍ରତିସରଣ ଦୋଷ (refractive error) । ଚକ୍ଷୁ ପରୀକ୍ଷା (eye exam) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।ଚଷମା (Eyeglasses, କଣ୍ଟାକ୍ଟ ଲେନ୍ସ (contact lenses), ଓ ଅପରେଶନ କରି ଏହାର ଚିକିତ୍ସା କରାଯାଏ । ଚଷମା ବ୍ୟବହାର ଅତି ସହଜ କିନ୍ତୁ କଣ୍ଟାକ୍ଟ ଲେନ୍ସ ବ୍ୟବହାର କଲେ ଦୃଷ୍ଟି ପରିସର (field of vision) ଅଧିକ ହୁଏ । ସ୍ୱଚ୍ଛ ପଟଳର ଆକୃତି ବଦଳେଇବା ପାଇଁ ଅପରେଶନ କରାଯାଏ । ସାଧାରଣତଃ ବଡ଼ ପିଲାଙ୍କର ଏହି ବେମାରୀ ହୁଏ; ୬ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରୁ ୮%, କିନ୍ତୁ ୧୫ ବର୍ଷ ବୟସ୍କ କିଶୋରମାନଙ୍କ ମଧ୍ୟରୁ ପ୍ରାୟ ୧% ଏହି ରୋଗରେ ଆକ୍ରାନ୍ତ ରହନ୍ତି । ଚାଳିଶ ବର୍ଷ ବୟସରୁ ଆରମ୍ଭ ହେବା ପରେ ଏହା ଜନ ସଂଖାର ୫୦% ଲୋକଙ୍କର ଏହି ସମସ୍ୟା ଥାଏ ।
ତୀର୍ଯ୍ୟକ ଦୃଷ୍ଟି ବା ଟେରା ଦୋଷ (ଇଂରାଜୀ ଭାଷାରେ ସ୍ଟ୍ରାବିସମସ/Strabismus, ବା crossed eyes) ଏକ ଦୃଷ୍ଟି ଦୋଷ ଯେଉଁଥିରେ ଗୋଟିଏ ବସ୍ତୁ ଉପରେ ଦୃଷ୍ଟିପାତ କଲେ ଦୁଇ ଆଖି ସଠିକ ଭାବରେ ସମରେଖଣ (alignment) ହୋଇପାରେ ନାହିଁ । କେନ୍ଦ୍ରୀଭୁତ କରୁଥିବା ତୀର୍ଯ୍ୟକ ଆଖିର ପରିବର୍ତ୍ତନ ମଧ୍ୟ ହୁଏ । ଏହି ଦୋଷ ସାମୟିକ ବା ସ୍ଥାୟୀ ହୋଇପାରେ । ପିଲାଦିନେ ବହୁତ ଦିନ ଧରି ରହିବା ଫଳରେ କ୍ଷୀଣ ଦୃଷ୍ଟି (amblyopia) ହୁଏ ଓ ଆଖିର ଗଭୀରତା ଜ୍ଞାନ (depth perception) ରହେନି । ବଡ଼ ମଣିଷଙ୍କର ଦୈତ ଦୃଷ୍ଟି (double vision) ରହିପାରେ ।ମାଂସପେଶୀ ଶଥିଳ ଥିଲେ, ଦୂରଦୃଷ୍ଟି (farsightedness) ଥିଲେ, ମସ୍ତିଷ୍କ ସମସ୍ୟା, ଆଘାତ ବା ସଂକ୍ରମଣ ଥିଲେ ତୀର୍ଯ୍ୟକ ଦୃଷ୍ଟି ହୁଏ । ଏହି ରୋଗ ସଙ୍କଟ କାରକମାନଙ୍କ ନାମ: ଅବଧୀପୂର୍ବ ପ୍ରସବ (premature birth), ସେରେବ୍ରାଲ ପାଲ୍ସି (cerebral palsy) ଓ ରୋଗର ପାରିବାରିକ ଇତିହାସ । ଦୁଇ ପ୍ରକାର ତୀର୍ଯ୍ୟକ ଦୃଷ୍ଟି ଦେଖାଯାଏ ଯଥା:- ଏସୋଟ୍ରୋପିଆ (esotropia) ଯେଉଁଥିରେ ଚକ୍ଷୁ ଦୃଷ୍ଟି ପରଷ୍ପରକୁ ଛେଦ କରେ, ଏକ୍ସୋଟ୍ରୋପିଆ (exotropia) ଯେଉଁଥିରେ ଦୃଷ୍ଟି ପରଷ୍ପରଠାରୁ ଦୂରେଇ ଯାଏ ଓ ହାଇପରଟ୍ରୋପିଆ (hypertropia) ଯେଉଁଥିରେ ଲମ୍ବ ଭାବରେ ସମରେଖିକ ନ ଥାଏ । ଆଉ ଦୁଇ ପ୍ରକାର ଶ୍ରେଣୀଭୁକ୍ତ ମଧ୍ୟ କରାଯାଏ: କମିଟାଣ୍ଟ, ଯେଉଁଥରେ ସବୁଦିଗରେ ସମସ୍ୟା ଥାଏ ଓ ଇନକମିଟାଣ୍ଟ, ଯେଉଁଥିରେ ଦିଗ ଅନୁସାରେ ଥାଏ । ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ - ଆଖି ଭିତରୁ ପ୍ରତିଫଳିତ ରଶ୍ମୀ ପୁତ୍ତଳୀର (pupil) ମଧ୍ୟ ସ୍ଥଳରେ ନ ଆସିଲେ ନିର୍ଣ୍ଣୟ କରାଯାଏ । ଖପୁରୀୟ ସ୍ନାୟୁ (cranial nerve palsy) ବେମାରୀ ଥିଲେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ ।ଶ୍ରେଣୀ ଓ କାରଣ ଅନୁସାରେ ଏହି ରୋଗର ଚିକିତ୍ସା କରାଯାଏ । ଚଷମା ଓ ଅପରେଶନ ମାଧ୍ୟମରେ ଏହାର ଚିକିତ୍ସା ହୁଏ । କେତେକ ରୋଗୀ ଶୀଘ୍ର ଅପରେଶନ କଲେ ଉପକାର ପାଆନ୍ତି । ପ୍ରାୟ ୨% ପିଲାଙ୍କର ଏହି ରୋଗ ଥାଏ । ଗ୍ରୀକ ଭାଷାର strabismós ଶବ୍ଦରୁ ଏହି ସ୍ଟ୍ରାବିସମସ ଶବ୍ଦ ନିଆଯାଇଛି ଯାହାର ଅର୍ଥ ଟେରାଭାବରେ ଅନେଇବା । ଏହାର ଅନ୍ୟ ଇଂରାଜୀ ପ୍ରତିଶବ୍ଦ: "squint", "wall-eye" ଓ "cast of the eye".
ପରଳ (ଇଂରାଜୀ ଭାଷାରେ କାଟାରାକ୍ଟ/ Catarect) ନାମକରଣ କରାଯାଏ ଚକ୍ଷୁ ମଧ୍ୟରେ ଥିବା ଜୈବିକ ଯବକାଚ ବା ଲେନ୍ସର, ଯେତେବେଳେ ତାହା ମେଘୁଆ ବା ଅସ୍ୱଚ୍ଛ ହୋଇ ଦୃଷ୍ଟିହାନି ହୁଏ । ଏହା ଗୋଟିଏ ଆଖିରେ ବା ଉଭୟ ଆଖିରେ ହୋଇପାରେ । ଏହାର ଲକ୍ଷଣ: ରଙ୍ଗ ଫିକା ଦେଖାଯାଏ, ଦୃଶ୍ୟ ଅସ୍ପଷ୍ଟ ହୁଏ, ଆଲୋକ ଚାରିପଟେ ଉଜ୍ଜ୍ୱଳ ଆଲୋକ ଛଟା (halo) ଦେଖାଯାଏ, ଉଜ୍ଜ୍ୱଳ ଆଲୋକ ଦେଖିବାରେ ଅସୁବିଧା ଓ ରାତିରେ ଦେଖିବା ଅସୁବିଧା ହୁଏ । ପଢ଼ିବା, ଗାଡ଼ି ଚଲେଇବା ଓ ମୁହଁ ଚିହ୍ନିବାରେ ଅସୁବିଧା ହୁଏ । ଦୃଷ୍ଟିହାନି ଯୋଗୁ ପଡ଼ିଯିବା ସଙ୍କଟ ରହେ ଓ ଅବସାଦ ହୁଏ । ସାରା ପୃଥିବୀରେ ପରଳ କାରଣରୁ ମୋଟ ଅନ୍ଧ ଲୋକସଂଖ୍ୟାର ଅଧା ଅଟନ୍ତି ଓ ୩୩ % ଲୋକଙ୍କର ଦୃଷ୍ଟିହାନି ହୁଏ । ପରଳ ରୋଗ ବୟସାଧିକ୍ୟ ଯୋଗୁ ହେଲେ ମଧ୍ୟ ଆଘାତ, ରାଡିଏସନ ପ୍ରଭାବ, ଜନ୍ମଗତ ଓ ଆଖିର ଅନ୍ୟ କୌଣସି କାରଣରୁ କରାଯାଇଥିବା ଅପରେଶନ ଯୋଗୁ ହୋଇପାରେ । ଏହି ରୋଗ ସଙ୍କଟ ସୃଷ୍ଟିକାରୀ ଅନ୍ୟାନ୍ୟ ଅବସ୍ଥାମାନଙ୍କରେ ନାମ: ଡାଏବେଟିସ, ଧୁମ୍ରପାନ, ସୂର୍ଯ୍ୟାଲୋକରେ ଅଧିକ ସମୟ ଅବସ୍ଥାନ ଓ ମଦ୍ୟପାନ ଇତ୍ୟାଦି । ଲେନ୍ସ ମଧ୍ୟରେ କ୍ଷୁଦ୍ର ପ୍ରୋଟିନ ପୁଞ୍ଜ ବା ହଳଦିଆ-ମାଟିଆ ବର୍ଣ୍ଣକଣିକା ଜମା ହୋଇଯିବାଦ୍ୱାରା ଏହା ମାଧ୍ୟମରେ ସଞ୍ଚାରିତ ଆଲୋକ ରଶ୍ମୀ ଡୋଳା ପଛରେ ଥିବା ରେଟିନାରେ କମ ପଡ଼େ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ସୂର୍ଯ୍ୟ ଚଷମା ପିନ୍ଧି ଓ ଧୁମ୍ରପାନ ବର୍ଜନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ । ପ୍ରାରମ୍ଭରେ ସୂର୍ଯ୍ୟ ଚଷମା ପିନ୍ଧିଲେ ଲକ୍ଷଣରେ ଉନ୍ନତି ହୁଏ । ଏଥିରେ ଉପକାର ନ ହେଲେ ଅପରେଶନ କରି ଅସ୍ୱଚ୍ଛ ଲେନ୍ସ ବାହାର କରିଦିଆଯାଇ ନୂଆ କୃତ୍ରିମ ଲେନ୍ସ ଲଗେଇବା ଏକ ପ୍ରଭାବଶାଳି ଚିକିତ୍ସା ଅଟେ । ପରଳ ଯଦି ସମସ୍ୟା ସୃଷ୍ଟି କରେ ତାହେଲେ ଅପରେଶନ କରାଯାଏ । ଅପରେଶନ ସାଧାରଣତଃ ଏକ ଉନ୍ନତ ଜୀବନ ଯାପନର ସହାୟକ ହୁଏ । ଅନେକ ଦେଶମାନଙ୍କରେ ସହଜରେ ପରଳ ଅପରେସନ (କାଟାରାକ୍ଟ ଅପରେଶନ) ଉପଲବ୍ଧ ହୁଏନାହିଁ ବିଶେଷତଃ ମହିଳାମାନଙ୍କ ନିମନ୍ତେ । ପରଳ ଯୋଗୁ ପୃଥିବୀର ୨୦ ନିୟୁତ ଲୋକ ଅନ୍ଧ ହୋଇଛନ୍ତି । ଏହା ଯୋଗୁ ଅମେରିକାରେ ୫ % ଲୋକ ଅନ୍ଧ ଅଟନ୍ତି ଓ ଆଫ୍ରିକା ତଥା ଦକ୍ଷିଣ ଆମେରିକାରେ ୬୦ % ଲୋକ ଅନ୍ଧ ହୋଇଛନ୍ତି । ବିକାଶଶୀଳ ଦେଶରେ ପ୍ରତି ଏକ ଲକ୍ଷରେ ୧୦ରୁ ୪୦ ଜଣ ଓ ବିକଶିତ ଦେଶରେ ଏକ ଲକ୍ଷରେ ୧ରୁ ୪ ଜଣ ଅନ୍ଧ ଅଛନ୍ତି । ବୟସ ବଢ଼ବା ସଙ୍ଗେ ସଙ୍ଗେ ପରଳ ରୋଗୀ ସଂଖ୍ୟା ଅଧିକ ହୁଏ । ଆମେରିକାରେ ୮୦ ବର୍ଷ ବୟସ ସୁଦ୍ଧା ଅର୍ଦ୍ଧେକ ସଂଖ୍ୟକ ଲୋକ ଅନ୍ଧତ୍ୱର ଶିକାର ହୁଅନ୍ତି ।
କେରାଟୋକୋନସ (ଇଂରାଜୀ ଭାଷାରେ Keratoconus ବା KC ବା KCN ବା KTCN) ରୋଗ ମନୁଷ୍ୟ ଆଖିର ଏକ ପ୍ରକାର ରୋଗ ଯେଉଁଥିରେ କର୍ନିଆ/ସ୍ୱଚ୍ଛପଟଳ (cornea) କ୍ରମାନୁସାରେ ପତଳା ହୋଇଯାଏ । ଏହି ପତଳା ହେବା ଫଳରେ ଝାପସା ଦୃଷ୍ଟି (blurry vision), ଦୈତ ଦୃଷ୍ଟି (double vision), ସମୀପ ଦୃଷ୍ଟି (nearsightedness), ଆସ୍ଟିଗମାଟିଜ୍ମ ଓ ଆଲୋକ ସମ୍ବେଦନଶୀଳ (light sensitivity) ହୋଇଯାଏ । ପ୍ରାୟ ଦିଇଟି ଯାକ ଚକ୍ଷୁରେ ଏହି ରୋଗ ହୁଏ । ରୋଗ ସାଂଘାତିକ ହେଲେ କର୍ନିଆରେ ସ୍କାର ହୁଏ ବା ତା ମଧ୍ୟରେ ବୃତ୍ତାକାର (circle) ରେଖା ଦେଖାଯାଏ । ଏହାର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic), ପରିବେଶ ଓ ହରମୋନ (hormonal) ସମ୍ପର୍କୀୟ ପ୍ରଭାବ ଯୋଗୁ ରୋଗ ହେଉଥିବା ସନ୍ଦେହ କରାଯାଏ । ପ୍ରାୟ ୭% ରୋଗୀଙ୍କର ଏହି ରୋଗର ପାରିବାରିକ ଇତିହାସ ଥାଏ । ପରିବେଶ କାରକମାନଙ୍କ ମଧ୍ୟରୁ ଆଲର୍ଜି (allergies) ଓ ଆଖି ମଳିବା ଇତ୍ୟାଦି ସନ୍ଦେହ କରାଯାଏ । ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟବିଧିରେ କର୍ନିଆର ଆକୃତି କୋନ (cone shape) ସଦୃଶ ହୋଇଯାଏ । ସ୍ଲିଟ ଲ୍ୟାମ୍ପ (slit lamp) ଯନ୍ତ୍ର ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଆରମ୍ଭରେ ଏହି ରୋଗକୁ ଚଷମା (glasses) ବା ନରମ କଣ୍ଟାକ୍ଟ ଲେନ୍ସ (soft contact lenses) ଦେଇ ଚିକିତ୍ସା କରାଯାଏ । ରୋଗର ଅଗ୍ରଗତି ହୋଇଥିଲେ ବିଶେଷ ଧରଣର କଣ୍ଟାକ୍ଟ ଲେନ୍ସ ଆବଶ୍ୟକ ହୁଏ । ଅଧିକାଂଶ ଲୋକଙ୍କର କିଛି ବର୍ଷ ମଧ୍ୟରେ ରୋଗ ସ୍ଥିର ହୋଇଯାଏ ଓ କିଛି ସାଂଘାତିକ ଆଖି ସମସ୍ୟା ହୁଏ ନାହିଁ । ଅଳ୍ପ ସଂଖ୍ୟକ ଲୋକଙ୍କର କର୍ନିଆରେ ସ୍କାର ହେବା ଯୋଗୁ କର୍ନିଆ ପ୍ରତିରୋଗଣ (corneal transplantation) ଆବଶ୍ୟକ ହୁଏ ।କେରାଟୋକୋନସ ରୋଗଦ୍ୱାରା ପ୍ରତି ୨୦୦୦ ଲୋକରେ ଜଣେ ଆକ୍ରାନ୍ତ ହୁଏ । ଶୈଶବ କାଳର ଶେଷ ଭାଗ ଓ ପ୍ରାକ୍ ଯୌବନ କାଳରେ ଏହି ରୋଗ ସାଧାରଣତଃ ହୁଏ । ପ୍ରତ୍ୟେକ ଧରଣର ଲୋକଙ୍କୁ ଏହି ହେଉଥିଲା ମଧ୍ୟ ଏସିଆବାସୀଙ୍କ ବଂଶଧରମାନଙ୍କୁ ଅଧିକ ହୁଏ । ଏହି ଶବ୍ଦଟି ଗ୍ରୀସ (Greek) ଭାଷାର kérasରୁ ନିଆଯାଇଛି ଯାହାର ଅର୍ଥ କର୍ନିଆ ଓ ଲାଟିନ (Latin) ଭାଷାର cōnusରୁ ନିଆଯାଇଛି ଯାହାର ଅର୍ଥ କୋନ; ଏହି ଶବ୍ଦ ଦ୍ୱୟ ମିଶି କେରାଟୋକୋନସ ଶବ୍ଦ ତିଆରି ହୋଇଛି ।
କ୍ଷୀଣ ଦୃଷ୍ଟି, (ଇଂରାଜୀ ଭାଷାରେ ଆମ୍ବ୍ଲିଓପିଆ (Amblyopia) ବା lazy eye), ରୋଗ ଏକ ଦୃଷ୍ଟି ଶକ୍ତିର ବେମାରୀ ଯେଉଁଥିରେ ମସ୍ତିଷ୍କ ଓ ଆଖିର ମିଳିତ କାମରେ ତୃଟି ଥାଏ । ଏହା ଫଳରେ ଏକ ଆଖିରେ ନ୍ୟୁନ ଦୃଷ୍ଟି ହୁଏ ଯାହା ଦେଖିବାକୁ ସାଧାରଣ ଥାଏ । ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କର ଗୋଟିଏ ଆଖିରେ କ୍ଷୀଣ ଦୃଷ୍ଟି ହେବାର ଏହି ରୋଗ ଏକ ମୂଖ୍ୟ କାରଣ ।ପ୍ରାକ୍ ଶୈଶବ କାଳରେ ଅନେକ କାରଣ ଯୋଗୁ ଦୃଷ୍ଟି ଫୋକସ୍ ବା କେନ୍ଦ୍ରିଭୁତ କରି ହୁଏନି । ସ୍ଟ୍ରାବିସମସ୍/ଟେରା ଦୋଷ ବା ଦୁଇ ଆଖି ଡୋଳା କେନ୍ଦ୍ରୀଭୁତ ନ ହେଲେ, ଗୋଟିଏ ଆଖିରେ ଆସ୍ଟିଗମାଟିଜ୍ମ/ଦୃଷ୍ଟି ବୈଷମ୍ୟ ଥିଲେ ଓ ଗୋଟିଏ ଆଖିର ଦୂରଦୃଷ୍ଟି ବା ସମୀପଦୃଷ୍ଟି ଥିଲେ ଓ ଗୋଟିଏ ଆଖିରେ ପରଳ ଥିଲେ ଏହି କ୍ଷୀଣ ଦୃଷ୍ଟି ରୋଗର ଅନ୍ତର୍ଭୁକ୍ତ ହୋଇଯାଏ । ଦୃଷ୍ଟି ଦୋଷ ନିରାକରଣ ପରେ ମଧ୍ୟ ଦୃଷ୍ଟି ଶକ୍ତି ସମ୍ପୁର୍ଣ୍ଣ ଫେରିପାରେନି, କାରଣ ଏଥିରେ ମସ୍ତିଷ୍କର ସମ୍ବନ୍ଧ ଥାଏ । ଏଥି ନିମନ୍ତେ ସମସ୍ତ ପିଲାଙ୍କୁ୪ରୁ ୫ ବର୍ଷ ବୟସ ବେଳକୁ ଆଖି ପରୀକ୍ଷା କରି ଏହି ଦୋଷ ଚିହ୍ନଟ କରିବାକୁ ହୁଏ । ଶୀଘ୍ର ଚିହ୍ନଟ କଲେ ଚିକିତ୍ସା ସଫଳ ହୁଏ । କେତେକ ପିଲାଙ୍କର ଚଷମାଦ୍ୱାରା ଚିକିତ୍ସା ସଫଳ ହୋଇଯାଏ । ଏହା ଯଥେଷ୍ଟ ନ ହେଲେ ଦୁର୍ବଳ ଆଖି ବ୍ୟବହାର କରିବାକୁ ପଡ଼େ । ଭଲ ଆଖିରେ ପ୍ୟାଚ୍ (patch) ବ୍ୟବହାର କରି ବା ଆଟ୍ରୋପିନ ପକାଇ ଚିକିତ୍ସା କରାଯାଏ । ଚିକିତ୍ସିତ ନ କଲେ ବଡ଼ ହେଲେ ମଧ୍ୟ ରହିଯାଏ । ଯୁବକମାନଙ୍କର ଚିକିତ୍ସା ଫଳ ଭଲ ନୁହେଁ । କ୍ଷୀଣ ଦୃଷ୍ଟି ପ୍ରଥମେ ସନ ୧୬୦୦ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା । ପାଞ୍ଚ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ । ଜନ ସଂଖ୍ୟାର ୧-୫% ଲୋକଙ୍କୁ ଏହି ରୋଗ ହେବାର ହିସାବ କରାଯାଇଛି । ପ୍ରଭାବିତ ଆଖିର ଦୃଷ୍ଟି ଶକ୍ତି ଚିକିତ୍ସାଦ୍ୱାରା ଉନ୍ନତି ହୁଏ କିନ୍ତୁ ସାଧାରଣ ଅବସ୍ଥାକୁ ଆସିପାରେନାହିଁ । ଏହି ରୋଗ ଯୋଗୁ ପାଇଲଟ ବା ପୋଲିସ ଅଫିସର ହେବାର ଯୋଗ୍ୟତା କଟିଯାଏ । ଇଂରାଜୀ ଭାଷାର ଆମ୍ବ୍ଲିଓପିଆ ଶବ୍ଦଟି ଗ୍ରୀକ୍ ଭାଷାର αμβλυωπία ଶବ୍ଦରୁ ଆସିଛି ଯାହାର ଅର୍ଥ ସେହି ଭାଷାରେ ସ୍ଥୁଳ ଦୃଷ୍ଟି ।
ଚାଳିଶା ବା ପ୍ରେସବାୟୋପିଆ (ଇଂରାଜୀ ଭାଷାରେ Presbyopia) ମାନବ ଚକ୍ଷୁର ଏକ ଅବସ୍ଥା ଯାହା ବୟସ ବୃଦ୍ଧି ସହ ଜଡ଼ିତ ଓ ଏହା ଫଳରେ ପାଖରେ ଥିବା ପଦାର୍ଥ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ (focus) କରିବା ଶକ୍ତି କ୍ରମାନୁସାରେ କମିଯାଏ । ଛୋଟ ଅକ୍ଷର ପଢ଼ିବା କଷ୍ଟକର ହୁଏ, ପଢ଼ିବା ପଦାର୍ଥ କିଛି ଦୂରରେ ରଖି ପଢ଼ିବାକୁ ହୁଏ, ମୁଣ୍ଡବଥା ଓ ଚକ୍ଷୁପୀଡ଼ା (eyestrain) ହୁଏ । ଲୋକ ଅନୁସାରେ ବିଭିନ୍ନ ମାତ୍ରାର ଅସୁବିଧା ସାମନା କରନ୍ତି । ଅନ୍ୟାନ୍ୟ ଚକ୍ଷୁ ପ୍ରତିସରଣ ଦୋଷ ମଧ୍ୟ ଚାଳିଶା ସହିତ ଥାଇପାରେ ।ବୟସ ବୃଦ୍ଧି ସହିତ ଚାଳିଶା ଏକ ପ୍ରାକୃତିକ ଅବସ୍ଥା ଭାବରେ ସୃଷ୍ଟି ହୁଏ । ଚକ୍ଷୁ ଜବକାଚ (lens of the eye) ଶକ୍ତ ହୋଇଯିବା ଯୋଗୁ ନିକଟରେ ଥିବା କୌଣସି ବସ୍ତୁକୁ ଦେଖିଲେ ତାହାର ଛବି ରେଟିନା (retina) ଉପରେ କେନ୍ଦ୍ରୀଭୂତ ନ ହୋଇ ତାହାର ପୃଷ୍ଠ ଭାଗରେ କେନ୍ଦ୍ରୀଭୂତ ହୁଏ । ସମୀପଦୃଷ୍ଟି, ଦୂରଦୃଷ୍ଟି ଓ ଆସ୍ଟିମାଟିଜ୍ମ ଭଳି ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷ । ଚକ୍ଷୁ ପରୀକ୍ଷା (eye exam) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।ଚଷମା (eye glasses) ଦେଇ ଏହାର ଚିକିତ୍ସା କରାଯାଏ । ଚଷମା ଜବକାଚର ତଳ ଭାଗରେ ଅଧିକ ଫୋକସ ଶକ୍ତି ଥିବା କାଚ ଦିଆଯାଏ । କେତେକ ଲୋକଙ୍କର କେବଳ ପଢ଼ିବା ଚଷମା (reading glasses) ବ୍ୟବହାର ଯଥେଷ୍ଟ ହୁଏ । ବୟସ ୩୫ ଟପିଲେ ଯେ କୌଣସି ଲୋକର ଚାଳିଶା ସଙ୍କଟ ଆସିଯାଏ ଓ ସମସ୍ତେ କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି । ପୁରାତନ ଗ୍ରୀସ ଦେଶର ଆରିସ୍ଟଟଲଙ୍କ ଲେଖାରେ ମଧ୍ୟ ଏହି ବେମାରୀ ବିଷୟ ଲିପିବଦ୍ଧ ହୋଇଛି । କାଚ ନିର୍ମିତ ଜବକାଚ ପ୍ରଥମେ ୧୩ଶ ଶତାବ୍ଦୀର ଶେଷ ଭାଗରେ ବ୍ୟବହୃତ ହେଲା । ପ୍ରେସବାୟୋପିଆ ଶବ୍ଦ ଗ୍ରୀକ ଭାଷାରୁ ଆସିଥିବା (Greek πρέσβυς) ପ୍ରେସବିସ (πρέσβυς - presbys) ଶବ୍ଦର ଅର୍ଥ ବୃଦ୍ଧ ଲୋକ ଓ ଓପସ (ὤψ - ops)) ଶବ୍ଦର ଅର୍ଥ ଯେପରି ଦେଖ ("see like") ।
ଗ୍ଲକୋମା ଏକ ଚକ୍ଷୁ ଦଳୀୟ ରୋଗର ନାମ ଯାହା ଦୃଷ୍ଟି ସ୍ନାୟୁ ନଷ୍ଟ ହେବା ଯୋଗୁ ହୁଏ ଓ ଦୃଷ୍ଟି ହାନୀ ହୁଏ । ଏଥି ମଧ୍ୟରୁ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଅଧିକ ଦେଖାଯାଏ ଓ ତାହାଠାରୁ କମ୍ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଓ ନର୍ମାଲ ଟେନ୍ସନ୍ ଗ୍ଲକୋମା ରୋଗ ଦେଖାଯାଏ । ଓପନ୍ ଆଙ୍ଗ୍ଲ ଗ୍ଲକୋମା ସମୟ କ୍ରମେ ଧୀରେ ଧୀରେ ବଢ଼େ ଓ ଯନ୍ତ୍ରଣା ହୁଏ ନାହିଁ । ପ୍ରଥମେ ପାର୍ଶ୍ୱ ଦୃଷ୍ଟି ହାନୀ ହୁଏ ଓ ପରେ କେନ୍ଦ୍ରୀୟ ଦୃଷ୍ଟି ହାନୀ ହୋଇ ଅନ୍ଧତ୍ୱ ହୁଏ । କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମା ଧୀରେ ବା ହଠାତ୍ ହୋଇପାରେ । ହଠାତ୍ ଆରମ୍ଭ ହେଲେ ସାଂଘାତିକ ଚକ୍ଷୁ ଯନ୍ତ୍ରଣା ହୁଏ, ଅସ୍ପଷ୍ଟ ଦୃଷ୍ଟି, ମଧ୍ୟମ-ସ୍ଫୀତ ପୁତ୍ତଳୀ, ଲାଲ ଆଖି ଓ ଅଇ ହୁଏ । ଏହି ରୋଗ ଯୋଗୁ ଦୃଷ୍ଟ ହାନୀ ହେଲେ ସ୍ଥାୟି ହୋଇଯାଏ ।ଏହି ରୋଗର ସଙ୍କଟ କାରକମାନଙ୍କ ନାମ ଯଥାକ୍ରମେ ଚକ୍ଷୁରେ ଚାପ ବୃଦ୍ଧି, ପରିବାରରେ ରୋଗ ଇତିହାସ, ଅଧକପାଳୀ, ଉଚ୍ଚ ରକ୍ତଚାପ ଓ ମୋଟାପଣ । ଆଖି ଚାପ ୨୧ ମିମି ପାରଦରୁ ଅଧିକ ହେଲେ ଗ୍ଲକୋମା ନିମନ୍ତେ ଅଧିକ ସଙ୍କଟ ହୋଇପାରେ । କେତେକ ଲୋକଙ୍କର ଆଖି ଚାପ ବର୍ଷ ବର୍ଷ ଧରି ଅଧିକ ଥିଲେ ମଧ୍ୟ କିଛି ନଷ୍ଟ ହୁଏ ନାହିଁ । ଅନ୍ୟ ପକ୍ଷରେ ସାଧାରଣ ଚାପ ଥାଇ ମଧ୍ୟ ଦୃଷ୍ଟି ସ୍ନାୟୂ ନଷ୍ଟ ହୋଇପାରେ ଯାହାକୁ ସାଧାରଣ-ଚାପ ଗ୍ଲକୋମା କୁହାଯାଏ । ଓପନ ଆଙ୍ଗ୍ଲ୍ ଗ୍ଲକୋମାରେ ଅକ୍ୱିଅସ ହ୍ୟୁମରର ଟ୍ରବେକୁଲାର ମେସୱର୍କ ମଧ୍ୟରେ ଧୀର ପ୍ରସ୍ଥାନ ହୁଏ ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଏହି ମେସ୍ୱର୍କ ଅବରୋଧ ହୋଇଯାଏ । ସ୍ଫୀତ ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଦୃଷ୍ଟି ସ୍ନାୟୁ ସ୍ଥାନଟି ଛୋଟ ଗାତ ଭଳି ଦେଖାଯାଏ ଯାହାକୁ କପିଙ୍ଗ କୁହାଯାଏ ।ଔଷଧ, ଲେଜର ବା ଅପରେଶନ ଚିକିତ୍ସା ତୁରନ୍ତ ଆରମ୍ଭ କଲେ ରୋଗ ଅଗ୍ରଗତିକୁ ଧୀର ବା ବନ୍ଦ କରିହୁଏ । ଚକ୍ଷୁ ଚାପ କମେଇବା ହିଁ ଚିକିତ୍ସାର ଲକ୍ଷ । ବିଭିନ୍ନ ଶ୍ରେଣୀର ଗ୍ଲକୋମା ଔଷଧ ମିଳୁଛି । ଲେଜର ଚିକିତ୍ସା ଉଭୟ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଓ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଉପକାରୀ ହୁଏ । କୌଣସି ଉପଚାରକୁ ନ ମାନୁଥିଲେ ଗ୍ଲକୋମା ଅପରେଶନ କରାଯାଏ । କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାକୁ ମେଡିକାଲ ଏମର୍ଜେନ୍ସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।ସାରା ପୃଥିବୀରେ ପ୍ରାୟ ୧୧ରୁ ୬୭ ନିୟୁତ ଗ୍ଲକୋମା ରୋଗୀ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ପ୍ରାୟ ୨ନିୟୁତ ଲୋକଙ୍କୁ ଆକ୍ରମଣ କରୁଛି । ବୟସାଧିକ ଲୋକଙ୍କୁ ଏହା ଅଧିକ ଆକ୍ରମଣ କରେ । ମହିଳାମାନେ କ୍ଲୋଜ୍ଡ୍ ଆଙ୍ଗ୍ଲ ଗ୍ଲକୋମାଦ୍ୱାରା ଅଧିକ ଆକ୍ରାନ୍ତ ହୁଅନ୍ତି । ଧୀରେ ଧୀରେ ବହୁତ ସମୟ ଧରି ଦୃଷ୍ଟିହାନୀ ହେଉଥିବାରୁ ଏହି ରୋଗକୁ ନିରବ ଦୃଷ୍ଟି ଚୋର କୁହାଯାଏ । କାଟାରାକ୍ଟ ରୋଗ ପରେ ଅନ୍ଧତ୍ୱର ଦ୍ୱିତୀୟ କାରଣରୂପେ ଗ୍ଲକୋମାର ନାମ ଆସେ । ଗ୍ଲକୋମା ଶବ୍ଦ ଗ୍ରୀକ୍ ଭାଷାର ଗ୍ଲକୋସ (glaukos) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନୀଳ, ଶାଗୁଆ ବା ପାଉଁଶିଆ । ଇଂରାଜୀ ଭାଷାରେ ଗ୍ଲକୋମା ଶବ୍ଦ ସନ ୧୫୮୭ରୁ ବ୍ୟବହାର ହୋଇଆସୁଥିଲା କିନ୍ତୁ ଏହା ସନ ୧୮୫୦ରେ ସାଧାରଣ ଲୋକମାନେ ନେତ୍ରବୀକ୍ଷକ (ophthalmoscope) ଯନ୍ତ୍ରରେ ଦୃଷ୍ଟିସ୍ନାୟୁ ନଷ୍ଟ ହେବା ଦେଖିବାକୁ ଅନୁମତି ପାଇବା ପରେ ସାଧାରଣରେ ବ୍ୟବହାର ହେଲା ।
ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଦୃଷ୍ଟିହାନି କୁହାଯାଏ ଯେତେବେଳେ ଦୃଷ୍ଟିଶକ୍ତି କମି ଏଭଳି ଅସୁବିଧା ହୁଏ ଯେ ଚଷମା ଭଳି ସାଧାରଣ ଯନ୍ତ୍ରଦ୍ୱାରା ମଧ୍ୟ ଏହାକୁ ଠିକ କରାଯାଇ ପାରେନାହିଁ । ଚଷମା ବା କଣ୍ଟାକ୍ଟ ଲେନସ କିଣିବା ଶକ୍ତି ନ ଥିବା ଲୋକଙ୍କର ଦେଖିବା ଶକ୍ତି କମିବାକୁ ମଧ୍ୟ ଦୃଷ୍ଟିହାନି ଶ୍ରେଣୀରେ ନେବାକୁ ଦାବୀ ହେଉଛି । ଅଧିକାଂଶ ସମୟରେ ଭିଜୁଆଲ ଆକୁଇଟି ୨୦/୪୦ କିମ୍ବା ୨୦/୬୦ରୁ ଆହୁରି କମ ଥିଲେ ଦୃଷ୍ଟିହାନି ସଂଜ୍ଞା ଦିଆଯାଏ । ସମ୍ପୁର୍ଣ୍ଣ ବା ପ୍ରାୟ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତିର ଅଭାବ ଥିଲେ ଅନ୍ଧତ୍ୱ ସଂଜ୍ଞା ଦିଆଯାଏ । ଦୈନନ୍ଦିନ କାର୍ଯ୍ୟ ଯେପରିକି ଡ୍ରାଇଭିଙ୍ଗ, ପଠନ, ସାମାଜିକତା ଓ ଚାଲିବାରେ ଦୃଷ୍ଟିହାନି ଥିବା ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା ରିଫ୍ରାକ୍ଟିଭ ଏରର (୪୩ %), ପରଳ (୩୩୩ %) ଓ ଗ୍ଲକୋମା (୨ %) । ରିଫ୍ରାକ୍ଟିଭ ଏରର ମଧ୍ୟରେ ସମୀପ ଦୃଷ୍ଟି (near sighted), ଦୂର ଦୃଷ୍ଟି (far sighted), ଚାଳିଶା (prebyopia) ଓ ଆସ୍ଟିଗମାଟିଜମ (astigmatism) ଅନ୍ତର୍ଭୁକ୍ତ । ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ ବୟସ ସମ୍ପର୍କୀୟ ମାକୁଲା କ୍ଷୟ, ଡାଏବେଟିକ ରେଟିନୋପାଥି, ମେଘୁଆ କର୍ନିଆ, ବାଲ୍ୟ ଅନ୍ଧତ୍ୱ, ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି । ସ୍ଟ୍ରୋକ ଯୋଗୁ ମସ୍ତିଷ୍କରେ ଅସୁବିଧା, ଅପକ୍ୱ ଶିଶୁ ଜନ୍ମ ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ । ଏଗୁଡ଼ିକ କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟର ଅନ୍ତର୍ଭୁକ୍ତ । ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । ଚକ୍ଷୁ ପରୀକ୍ଷା କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଲନ ଅନୁସାରେ ୮୦ % ଦୃଷ୍ଟି ହାନୀ କେଶ ପ୍ରତିରୋଧ ସାପେକ୍ଷ ବା ଆରୋଗ୍ୟ ସମର୍ଥ । ଏହି ରୋଗମାନଙ୍କ ମଧ୍ୟରେ ପରଳ, ସଂକ୍ରମଣ, ଟ୍ରାକୋମା, ଗ୍ଲକୋମା, ନଦୀ ଅନ୍ଧତ୍ୱ, ଡାଏବେଟିକ ରେଟିନୋପାଥି, ଅଣଚିକିତ୍ସିତ ରିଫ୍ରାକ୍ଟିଭ ଏରର ଓ ବାଲ୍ୟ ଅନ୍ଧତ୍ୱ । ଦୃଷ୍ଟି ଥଇଥାନ, ପରିବେଶ ପରିବର୍ତ୍ତନ ଓ ସାହାଯ୍ୟକାରୀ ଯନ୍ତ୍ର ମାଧ୍ୟମରେ ଦୃଷ୍ଟିହାନି ଥିବା ଲୋକ ଉପକାର ପାଇପାରିବେ । ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ରୁ ଉର୍ଦ୍ଧ୍ୱ । ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଆର୍କ୍ମିଡ଼ିସ୍ (ଖ୍ରୀଷ୍ଟପୂର୍ବ ୨୮୭-୨୧୨) ସିରାକସରେ ଜନ୍ମଗ୍ରହଣ କରିଥିଲେ । ସେ ଗ୍ରୀସର ଅଧିବାସୀ ଥିଲେ । ସେ ଏକାଧାରରେ ଜଣେ ଗଣିତଜ୍ଞ, ପଦାର୍ଥ ବିଜ୍ଞାନୀ, ଇଞ୍ଜିନିୟର, ଉଦ୍ଭାବକ ଏବଂ ଗ୍ରହ ବିଜ୍ଞାନ ବିଶାରଦ ଥିଲେ । ପ୍ରାଚୀନକାଳର ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ସେ ଆଧୁନିକ ପଦାର୍ଥ ବିଜ୍ଞାନରେ ଉଦସ୍ଥିତି ବିଜ୍ଞାନ (Hydrostatics)ର ମୂଳଦୂଆ ପକାଇ ଥିଲେ ଏବଂ ଭାରଦଣ୍ଡର ସୂତ୍ରକୁ ବ୍ୟାଖ୍ୟା କରିଥିଲେ । ବହୁତ ଗୁଡ଼ିଏ ଦର୍ପଣଦ୍ୱାରା ବଡ଼ ବଡ଼ ଜାହାଜରେ ନିଆଁ ଲଗାଇ ଦେଇ ପାରୁଥିଲେ । ତାଙ୍କୁ ଜଣେ ସର୍ବକାଳୀନ ଶ୍ରେଷ୍ଠ ଗଣିତଜ୍ଞ ରୂପେ ଗଣନା କରାଯାଏ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶାର ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କହନ୍ତି । ଏହାର ଅନେକ ଔଷଧୀୟ ଗୁଣ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଗୃହମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ୱୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ"ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣକୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।
ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ତଥା ଭାରତର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦ୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
{{Infobox person | name = ଚାଣକ୍ୟ | image = Chanakya.jpg | image_size = | alt = | caption = An artist's imagination of Chanakya | birth_date = c. 370 BCE | birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE | death_place = ପାଟଳୀପୁତ୍ର | other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ | alma_mater = ତକ୍ଷଶିଳା | occupation = Professor and royal advisor | known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ | notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି | influences = | influenced = | footnotes = କୌଟିଲ୍ୟ (ଖ୍ରୀ.ପୂ.
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
କୁନ୍ତଳା କୁମାରୀ ଆଚାର୍ଯ୍ୟ (ଜନ୍ମ: ୧୧ ଫେବୃଆରୀ ୧୯୩୨) ଜଣେ ଓଡ଼ିଆ ସାହିତ୍ୟିକା ଓ ସମାଜସେବୀ । ୧୯୭୦ ମସିହାର ଚଳଚ୍ଚିତ୍ର ଅଦିନ ମେଘ ତାଙ୍କ ଉପନ୍ୟାସ "ଅଦିନ ମେଘ" ଉପରେ ପର୍ଯ୍ୟବସିତ ଥିଲା । ସେ "ସୀମା ଆନ୍ଦୋଳନ", "ଭୂଦାନ ଆନ୍ଦୋଳନ", ନାରୀଶିକ୍ଷା ଆନ୍ଦୋଳନ ଆଦିରେ ଅଂଶଗ୍ରହଣ କରିଥିଲେ । ସମାଜସେବା ପାଇଁ ସେ "ଜାନକୀ ଦେବୀ ବଜାଜ ପୁରସ୍କାର" ଓ "କସ୍ତୁରିବା ଗାନ୍ଧୀ ସମ୍ମାନ" ଆଦିରେ ସମ୍ମାନିତ ହୋଇଛନ୍ତି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।ପୁସ୍ତକଟି, ଶ୍ରୀମାନ ରାମନାରାୟଣ ମିଶ୍ରଙ୍କୁ ଉତ୍ସର୍ଗୀକୃତ କରିଯାଇଛି ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ
ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ଅଟେ । ପୁସ୍ତକଟି ୧୯୬୩ମସିହାରେ ଗ୍ରନ୍ଥମନ୍ଦିରଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ବହି ପାଇଁ ୧୯୬୧ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଦିଆଯାଇଥିଲା ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ। ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍କକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ଗୋସାଣୀ ଯାତ୍ରା (ଗୋଷାଣୀ ଯାତ) ପୁରୀର ଏକ ପ୍ରସିଦ୍ଧ ପର୍ବ । ଦଶହରା ସମୟରେ ଦୁର୍ଗାପୂଜାକୁ ପୁରୀରେ ଗୋଷାଣି ଯାତ୍ରା ଭାବେ ପାଳନ କରାଯାଏ । ପୁରୀରେ ଥିବା ଅନେକ ସ୍ଥାନରେ ମା' ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିପୂଜା ପାଆନ୍ତି। ମହିଷାସୁରର ପତ୍ତନ ପରେ ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଅବସ୍ଥାନ କଲେ । ଏହିମାନଙ୍କ ରୂପକୁ ଗୋସାଣୀ କୁହାଯାଏ । ଗୋସାଣୀମାନଙ୍କ ମୃଣ୍ମୟୀ ମୂର୍ତ୍ତି ଦୁର୍ଗାମୂର୍ତ୍ତିଙ୍କଠାରୁ ଭିନ୍ନ। ସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ପୂଜା ହେଉଥିବା ବେଳେ ଏହି ଯୋଗିନୀମାନଙ୍କର ପୂଜା ସପ୍ତମୀ ଏକାଦଶୀ ପର୍ଯ୍ୟନ୍ତ ହୁଏ। ଶ୍ରୀକ୍ଷେତ୍ରରେ ଗୋସାଣୀମାନଙ୍କ ଭିନ୍ନ ଭିନ୍ନ ଯଥା କାକୁଡ଼ିଖାଇ, ବାରହାଟି, ଜହ୍ନିଖାଇ, ଶୂନ୍ୟଗୋସାଣୀ, ବଜ୍ରକୋଟ, କଣ୍ଟାକାଢି, ପଣାପ୍ରିୟା, ବେଳବାଇ, ହଜୁରି, ନାଗକୋଟ ଇତ୍ୟାଦି ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତ୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍ସ୍କାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍, ଗିଲ୍ଗିଟ୍, କାବୁଲ୍, ଗୋମଲ୍ ଓ କୁର୍ରମ୍ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍ ଓ ହିନ୍ଦୁକୁଶର ନଦୀମାନଙ୍କଦ୍ୱାରା ପରିବୃଦ୍ଧ ହୋଇଛି । ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.