ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ, ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.
ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗ୍ରଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ସିଂହ Panthera ପ୍ରଜାତିର ଏକ ଅନ୍ୟତମ ଜୀବ ଓ Felidae ପରିବାରର ଏକ ସଦସ୍ୟ ।ବାଘ ପରେ ବଞ୍ଚି ରହିଥିବା ଏହା ୨ୟ ବୃହତ ବିଲେଇ ଜାତି । ଆଫ୍ରିକାର ଉପ-ଶାହାରା ଅଞ୍ଚଳ ଓ ଦକ୍ଷିଣ ଏସିଆ ଯାହାକି ଭାରତର ଗିର ଜାତୀୟ ଉଦ୍ଦ୍ୟାନରେ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି । କୁହାଯାଏ କି ୧୦,୦୦୦ ବର୍ଷ ପୂର୍ବେ ସିଂହ ମନୁଷ୍ୟ ପରି ବିସ୍ତାରିତ ଭାବେ ରହୁଥିଲେ । ସିଂହ ୧୦-୧୪ ବର୍ଷ ବଞ୍ଚନ୍ତି ଜଙ୍ଗଲରେ ହଁ କେତେକ ୨୦ ବର୍ଷ ମଧ୍ୟ ବଞ୍ଚନ୍ତି । ସିଂହ ଅନ୍ୟ ବିଲେଇ ବଂଶଠାରୁ ସାମାଜିକ ଜୀବନ ନିର୍ବାହ କରନ୍ତି ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ । ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ । ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ । ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି । ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।
ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବାଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ୱ ରହିଛି । ଆମ୍ବର ମଧୁର ସ୍ୱାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।
ଶାଗ ଏକ ଗୁଳ୍ମ ବା ଲତାର ପତ୍ର ଅଟେ । ଏହାକୁ ଶାକ ମଧ୍ୟ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୁଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।
ସିରୋସିସ୍ ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ । ସ୍ୱାଭାବିକ ଭାବରେ ରୋଗ ବର୍ଷ ବର୍ଷ ଧରି ଧୀରେ ବଢ଼ିଚାଲେ । ରୋଗ ଆରମ୍ଭରେ କୋଣସି ଲକ୍ଷଣ ପ୍ରକାଶ ପାଏନାହିଁ । ରୋଗ ଖରାପ ଦିଗକୁ ଗତି କଲେ ଦୁର୍ବଳ ଲାଗେ, ଗଲୁ କରେ, ଗୋଡ଼ ନିମ୍ନଭାଗ ଫୁଲିଯାଏ, ଚମ ହଳଦିଆ ହୁଏ, ସହଜରେ କ୍ଷତ ହୁଏ, ପେଟରେ ତରଳ ପଦାର୍ଥ ଜମିଯାଏ ଓ ପେଟ ବୁଢ଼ିଆଣି ବସା ପରି ଶିରାଳ ଦେଖାଯାଏ । ପେଟରେ ଜମିଥିବା ତରଳ ପଦାର୍ଥ ସ୍ୱତଃ ସଂକ୍ରମିତ ହୋଇଯାଇପାରେ । ଅନ୍ୟ ଜଟିଳତା ମଧ୍ୟରେ ହେପାଟିକ ଏନକେଫାଲୋପାଥି, ଏସୋଫେଗସରେ ଥିବା ସ୍ଫିତ ରକ୍ତନଳୀରୁ ରକ୍ତସ୍ରାବ ଓ କର୍କଟ ରୋଗ ହୋଇପାରେ । ହେପାଟିକ ଏନକେଫାଲୋପାଥି ହେଲେ ମାନସିକ ଦ୍ୱନ୍ଦ ହୁଏ ଓ ମୂର୍ଚ୍ଛା ହେବା ସମ୍ଭାବନା ରହେ ।
ଶୁଚିତ୍ୱ ବା ପରିମଳ (ଇଂରାଜୀ ଭାଷାରେ Sanitation) ଏକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହାର ପାନୀୟ ଜଳ ଓ ମାନବ ମଳମୂତ୍ର ତଥା ନାଳ ପ୍ରବାହିତ ଦୂଷିତ ଜଳର ଯଥେଷ୍ଟ ବିଶୋଧନ ସହିତ ସମ୍ପର୍କ ରଖିଥାଏ । ବିପଦ ଜନକ ମଳ ସଂସ୍ପର୍ଶ ପ୍ରତିରୋଧ ( Preventing ) ଓ ସାବୁନ ସାହାଯ୍ୟରେ ହସ୍ତ ପ୍ରକ୍ଷାଳନ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଶୁଚିତ୍ୱ ପ୍ରଣାଳୀରେ ମନୁଷ୍ୟର ସ୍ୱାସ୍ଥ୍ୟ ସୁରକ୍ଷା ଦେବାକୁ ଏକ ପରିଷ୍କାର ପରିବେଶ ଦେବାକୁ ହୁଏ ଯାହା ରୋଗ ସଞ୍ଚାରଣ (transmission of disease) ବିଶେଷତଃ ମଳ-ମୁଖ ପଥ ବନ୍ଦ କରିବ । ଉଦାହରଣ ସ୍ୱରୁପ ପରିମଳ ବ୍ୟବସ୍ଥା ସାହାଯ୍ୟରେ ଅପପୁଷ୍ଟି ବା ମାଲନ୍ୟୁଟ୍ରିସନ (malnutrition) ଓ ପିଲାଙ୍କର ସ୍ୱଳ୍ପ ବିକାଶ (stunted growth) କମାଯାଇ ପାରିବ । ସାମାନ୍ୟ ପରିମଳ ବ୍ୟବସ୍ଥା ଥିଲେ ଅନେକ ରୋଗ ପ୍ରତିଷେଧ ଯେପରିକି ଗୋଲ କୃମି (ଏକ ପ୍ରକାର ଅନ୍ତନଳୀ ସଂକ୍ରମଣ ବା ହେଲମିନ୍ଥିଆସିସ (helminthiasis), କଲେରା, ହେପାଟାଇଟିସ, ପୋଲିଓ, ସିସ୍ଟୋସୋମିଆସିସ ଓ ଟ୍ରାକୋମା ହୋଇପାରିବ । ଶାରୀରିକ, ଅଣୁଜୈବିକ ଓ ରାସାୟନିକ ପଦାର୍ଥ ମଧ୍ୟ ବିପଦଜନକ ହୋଇପାରେ । ମନୁଷ୍ୟ ଓ ପଶୁଜାତ ମଳ, କଠିନ ବର୍ଜ୍ୟ ବସ୍ତୁ ଘରୋଇ ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ପଦାର୍ଥ ଓ କୃଷି ବର୍ଜ୍ୟ ପଦାର୍ଥ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟହାନୀକର ବିପଦରୁ ରକ୍ଷା ପାଇବା ନିମନ୍ତେ ଯନ୍ତ୍ର ସାହାଯ୍ୟ (ନାଳ, ଭୂତଳ ନାଳ ଓ ବର୍ଜ୍ୟ ଜଳ ପରିଷ୍କାର କର୍ମ), ସାଧାରଣ ଯାନ୍ତ୍ରିକ ନିପୁଣତା (ପାଇଖାନା ଓ ସେପ୍ଟିକ ଟାଙ୍କି ତିଆରି) ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ (ସାବୁନଦ୍ୱାରା ହାତ ଧୋଇବା) ଆବଶ୍ୟକ । ଶୁଚିତ୍ୱ ନିମନ୍ତେ ଅନେକ ଗୁଡ଼ିଏ ପ୍ରଯୁକ୍ତି ବିଦ୍ୟା ଅଛି । ଉଦାହରଣ ସ୍ୱରୂପ ଗୋଷ୍ଠୀ-ନେତୃତ୍ୱ ସମ୍ପୁର୍ଣ୍ଣ ପରିମଳ (community-led total sanitation), ପାତ୍ର ପରିମଳ (container-based sanitation), ପରିବେଶ ସମ୍ପର୍କୀୟ ପରିମଳ (environmental sanitation), ଆଶୁ ପରିମଳ (emergency sanitation), ପରିସ୍ଥିତି ସମ୍ପର୍କୀୟ ପରିମଳ (ecological sanitation), ସ୍ଥାନ ପରିମଳ ଓ ସ୍ଥାୟୀ ପରିମଳ (sustainable sanitation) । ପରିମଳ ବ୍ୟବସ୍ଥାର ବିଭିନ୍ନ ସାଧନ - ଗ୍ରହଣ, ସଂରକ୍ଷଣ, ପରିବହନ, ପ୍ରଶୋଧନ ଓ ମଳ ତଥା ଦୂଷିତ ଜଳୀୟ ପଦାର୍ଥମାନଙ୍କର ନିଷ୍କାସନ ବା ପୁନଃବ୍ୟବହାର (reuse of human excreta and wastewater) । ପୁନଃ ବ୍ୟବହାର କାର୍ଯ୍ୟକ୍ରମରେ ପୋଷକ, ଜଳ, ଶକ୍ତି ଓ ମଳ ତଥା ମଇଳା ଜଳ ଓ ଜୈବିକ ପଦାର୍ଥମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ । ଏହାକୁ ପରିମଳ ମୂଲ୍ୟ ଚେନ ବା ସାନିଟେସନ ଭାଲ୍ୟୁ ଚେନ ବା ସାନିଟେସନ ଇକୋନୋମି କୁହାଯାଉଛି । ଦେଶ ମଧ୍ୟରେ ବା ଦେଶ ବାହାରେ ପରିମଳ ବ୍ୟବସ୍ଥାର ତୁଳନା କରିବା ନିମନ୍ତେ କେତେକ ସାନିଟେସନ ସୋପାନ ("levels") ବ୍ୟବହାର କରାଯାଉଛି । ଏହି ପରିମଳ ଶିଡ଼ି ସନ ୨୦୧୬ରେ ଯୁଗ୍ମ ନିରୀକ୍ଷଣ ଯୋଜନା ଆରମ୍ଭ ହୋଇଥିଲା ଯାହା ଖୋଲା ମଳତ୍ୟାଗରୁ (open defecation) ଆରମ୍ଭ ହୋଇ କ୍ରମଶଃ ଉପରକୁ ଯାଇ ଅଣଉନ୍ନତ, ସୀମିତ, ମୌଳିକ, ସର୍ବାଧିକ ସୋପାନ "ନିରାପତ୍ତା ପରିଚାଳିତ"ରେ (safely managed) ସମାପ୍ତ ହୋଇଛି । ଏହା ବିକାଶଶୀଳ ଦେଶମାନଙ୍କ (developing countries) ପାଇଁ ପ୍ରଯୁଜ୍ୟ ହୁଏ । ସନ ୨୦୧୦ରେ ମାନବର ଜଳ ଓ ପରିମଳ ଅଧିକାରକୁ ସ୍ୱୀକୃତି ଦେଲେ । ଏହି ଅଧିକାର ଆନ୍ତର୍ଜାତୀୟ ବିକାଶର ପ୍ରାଥମିକତା (global development) ଓ ସ୍ଥାୟୀ ବିକାଶ ଲକ୍ଷ ସଂଖ୍ୟା ୬ର (Sustainable Development Goal 6) ଏକ ବିଷୟ । ସନ ୨୦୧୭ରେ ଯୁଗ୍ମ ମନିଟରିଙ୍ଗ ପ୍ରୋଗ୍ରାମ ଫର ୱାଟର ସପ୍ଲାଇ ଆଣ୍ଡ ସାନିଟେସନ ଆକଳନ ଅନୁସାରେ ଅଧୁନା ପ୍ରାୟ ୪.୫ ଶହ କୋଟି ଲୋକଙ୍କ ଉନ୍ନତ ପରିମଳ (safely managed sanitation) ବ୍ୟବସ୍ଥା ନାହିଁ । ଏହି ପରିମଳ ଅଭା କେବଳ ଜନସ୍ୱାସ୍ଥ୍ୟ (public health) ଉପରେ ପ୍ରଭାବ ପକାଏନି, ଏହା ମାନବିକ ଗୌରବ (dignity) ଓ ବ୍ୟକ୍ତିଗତ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଏ । ଡବ୍ଲ୍ୟୁ.ଏଚ.ଓ.
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଏସବିଆଇ ) ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ସେବା ବୈଧାନିକ ସଂସ୍ଥା ଯାହାର ମୁଖ୍ୟାଳୟ ମହାରାଷ୍ଟ୍ରର ମୁମ୍ବାଇରେ ରହିଛି । ଏସବିଆଇ ହେଉଛି ବିଶ୍ୱର ୪୩ ତମ ବୃହତ୍ତମ ବ୍ୟାଙ୍କ ଏବଂ ୨୦୨୦ରେ ବିଶ୍ୱର ସବୁଠାରୁ ବଡ ନିଗମଗୁଡ଼ିକ ମଧ୍ୟରେ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨୨୧ ତମ ସ୍ଥାନରେ ଅଛି, ଯାହା ତାଲିକାରେ ଏକମାତ୍ର ଭାରତୀୟ ବ୍ୟାଙ୍କ | ଏହା ଏକ ସାର୍ବଜନୀନ ରାଷ୍ଟ୍ରାୟତ୍ତ କ୍ଷେତ୍ରବ୍ୟାଙ୍କ ।
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ବିଶ୍ବର ସର୍ବବୃହତ ଜନବହୁଳ ସହରସବୁର ତାଲିକା
ଏହି ସନ୍ଦର୍ଭରେ ପୃଥିବୀର ସର୍ବାଧିକ ଜନବହୁଳ ସହର ଗୁଡିକର ତାଲିକା ପ୍ରଦାନ କରାଯାଇଛି ଯାହା କେବଳ ସହରମାନଙ୍କ ଜନସଂଖ୍ୟା ଉପରେ ଆଧାରିତ । ସହର କହିଲେ ଆଇନ ଗତ କିମ୍ବା ରାଜନୈତିକ ଭାବରେ ସୀମା ଚିହ୍ନଟ ହେଇଥିବା ଓ ପ୍ରଶାସନଦ୍ୱାରା ସ୍ୱୀକୃତ ସହରାଞ୍ଚଳ ଭାବେ ହେଇଥିବା ଓ ସ୍ଥାନୀୟ ପ୍ରଶାସନ ରହିଥିବା ଅଞ୍ଚଳକୁ କୁହାଯାଇଥାଏ । ଏଥି ସହ ଏହାର ଉପ ସହର ( sub urban ) ସମ୍ମିଳିତ ହେଇ ନଥାଏ ମଧ୍ୟ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ନରେନ୍ଦ୍ର ଦାମୋଦର ଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ୨୦୧୪ ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ମୋଦୀ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବାରଣାସୀର ସାଂସଦ ଥିଲେ । ସେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଦକ୍ଷିଣପନ୍ଥୀ ହିନ୍ଦୁ ଜାତୀୟତାବାଦୀ ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସଦସ୍ୟ । ସେ ଭାରତୀୟ ଜାତୀୟ କଂଗ୍ରେସ ବାହାରେ ସର୍ବାଧିକ କାଳ ଧରି ଥିବା ପ୍ରଧାନମନ୍ତ୍ରୀ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଶ୍ରୀ ହରମନ୍ଦିର ସାହିବ (ବସ୍ତୁତ୍, "ଭଗବାନଙ୍କ ନିବାସ"), ଏହା ଗୋଲଡେନ ଟେମ୍ପଲ ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର ମହତ୍ୱପୁର୍ଣ ଧର୍ମସ୍ଥଳ ଅଟେ । ଓ ଭାରତର ପଞ୍ଜାବ ରାଜ୍ୟର ଅମୃତସର ସହରରେ ଉପସ୍ଥିତ । ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା । ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ. ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ (ବସ୍ତୁତ୍ୱ. ''୬୮ ତୀର୍ଥଯାତ୍ରାର ମନ୍ଦିର'').
ୟୁରୋପ ଏକ ମହାଦେଶ । ଏହା ପୃଥିବୀର ୨% ସ୍ଥାନ ଅଧିକାର କରିଛି । ଏସିଆ ଓ ଆଫ୍ରିକା ପରେ ଏହା ପୃଥିବୀର ତୃତୀୟ ଜନବହୁଳ ମହାଦେଶ ।ଏହା ଆଫ୍ରୋ-ୟୁରାସିଆର ମାଳଦ୍ୱୀପ ଭୂମି ଉଭୟ ଆଫ୍ରିକା ଏବଂ ଏସିଆ ସହିତ ଅଂଶୀଦାର କରେ | ଏହା ଉତ୍ତରରେ ଆର୍କଟିକ୍ ମହାସାଗର, ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର, ଦକ୍ଷିଣରେ ଭୂମଧ୍ୟସାଗର ଏବଂ ପୂର୍ବରେ ଏସିଆ ସୀମାବର୍ତ୍ତୀ ଅଟେ | ୟୁରୋପକୁ ସାଧାରଣତଃ ଉରାଲ ପର୍ବତ, ଉରାଲ ନଦୀ, କାସପିନ୍ ସାଗର, ବୃହତ୍ କାଉକସ୍, କଳା ସାଗର ଏବଂ ତୁର୍କୀ ଷ୍ଟ୍ରାଇଟର ଜଳପଥଦ୍ୱାରା ଏସିଆଠାରୁ ପୃଥକ ଭାବରେ ବିବେଚନା କରାଯାଏ |
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
ସମରେଶ ରାଉତରାୟ ଜଣେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଅଭିନେତା ଓ ବ୍ୟବସାୟୀ । ସମରେଶ ନୂଆ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ ଲାଭ କରି ପ୍ରଥମେ ମୁମ୍ବାଇରେ ରହି ମଡେଲିଂ ଓ ଅଭିନୟ କରୁଥିଲେ । ପରେ ଓଡ଼ିଶା ଫେରି ପ୍ରଥମେ ଓଡ଼ିଆ ଟେଲିଭିଜନ ଓ ପରେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କଲେ । ୨୦୦୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ମୋ ସୁନା ପୁଅରୁ ଅଭିନୟ ଆରମ୍ଭ କରିଥିବା ରାଉତରାୟଙ୍କ ଅଭିନୀତ ପ୍ରମୁଖ କଥାଚିତ୍ରଗୁଡ଼ିକ ହେଲା କ୍ରାନ୍ତିଧାରା, ଥୁକୁଲ୍, କ୍ରିମିନାଲ୍, ୧୪୩ ଆଇ ଲଭ ୟୁ, ମୋଷ୍ଟ ୱାଣ୍ଟେଡ଼, ଏ ମନ ଖୋଜେ ମନଟିଏ, ଲୋଫର୍, ସଞ୍ଜୁ ଆଉ ସଞ୍ଜନା, ଧଉଳି ଏକ୍ସପ୍ରେସ୍ ଆଦି ।
ବିଖ୍ୟାତ ଜର୍ମାନ ଗଣିତଜ୍ଞ । ସେଟ୍ ତତ୍ତ୍ୱର ଉଦ୍ଭାବକ ଭାବେ ପ୍ରସିଦ୍ଧ । ଜୀବନୀ-1970 ଦଶକ ପର୍ଯ୍ୟନ୍ତ, କ୍ୟାଣ୍ଟର ଉପରେ ମୁଖ୍ୟ ଏକାଡେମିକ୍ ପ୍ରକାଶନଗୁଡ଼ିକ ଆର୍ଥର୍ ମୋରିଜ୍ ଶୋନ୍ଫ୍ଲାଇସ୍ (1927)ଙ୍କଦ୍ୱାରା କ୍ଷୁଦ୍ର ମନୋଗ୍ରାଫ୍ ଥିଲା - ମୁଖ୍ୟତ M ମିଟାଗ୍-ଲେଫଲର - ଏବଂ ଫ୍ରେଙ୍କେଲ (1930) ସହିତ ଚିଠି | ଉଭୟ ଦ୍ୱିତୀୟ ଏବଂ ତୃତୀୟ ହାତରେ ଥିଲେ; କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଧିକ କିଛି ନଥିଲା | ଏହି ଫାଙ୍କଟି ମୁଖ୍ୟତ Eric ଏରିକ୍ ମନ୍ଦିର ବେଲର ମେନ ଅଫ୍ ଗଣିତ (1937)ଦ୍ୱାରା ପୂର୍ଣ୍ଣ ହୋଇଥିଲା, ଯାହା କାଣ୍ଟୋରଙ୍କ ଆଧୁନିକ ଜୀବନୀ ମଧ୍ୟରୁ ଜଣେ “ବୋଧହୁଏ ଗଣିତ ଇତିହାସରେ ବହୁଳ ଭାବରେ ପଢ଼ାଯାଇଥିବା ଆଧୁନିକ ପୁସ୍ତକ” ଭାବରେ ବର୍ଣ୍ଣନା କରିଥିଲେ; ଏବଂ "ସବୁଠାରୁ ଖରାପ" ଭାବରେ | ବେଲ ତାଙ୍କ ପିତାଙ୍କ ସହ ଓଡିପାଲ ଭାବରେ କ୍ୟାଣ୍ଟରଙ୍କ ସମ୍ପର୍କ, କ୍ରୋନେକରଙ୍କ ସହିତ ଦୁଇ ଯିହୁଦୀଙ୍କ ମଧ୍ୟରେ rel ଗଡ଼ା ଏବଂ କ୍ୟାଣ୍ଟରଙ୍କ ପାଗଳତା ତାଙ୍କ ଗଣିତ ପାଇଁ ଗ୍ରହଣ କରିବାରେ ବିଫଳ ହେବା କାରଣରୁ ରୋମାଣ୍ଟିକ ନିରାଶା ଭାବରେ ଉପସ୍ଥାପନ କରିଥିଲେ | ଗ୍ରେଟାନ୍-ଗିନିଜ୍ (1971) ଜାଣିବାକୁ ପାଇଲେ ଯେ ଏହି ଦାବିଗୁଡିକ ମଧ୍ୟରୁ କ true ଣସିଟି ସତ୍ୟ ନୁହେଁ, କିନ୍ତୁ ଅନ୍ୟ କ nar ଣସି କାହାଣୀର ଅନୁପସ୍ଥିତି ହେତୁ ସେଗୁଡିକ ମଧ୍ୟବର୍ତ୍ତୀ ସମୟର ଅନେକ ପୁସ୍ତକରେ ମିଳିପାରେ | ବେଲଠାରୁ ସ୍ୱାଧୀନ କିମ୍ବଦନ୍ତୀ ଅଛି - ଯେଉଁଥିରେ କ୍ୟାଣ୍ଟରଙ୍କ ପିତାଙ୍କୁ ଏକ ପ୍ରତିଷ୍ଠାତା ବୋଲି କୁହାଯାଏ, ଅଜ୍ଞାତ ପିତାମାତାଙ୍କଦ୍ୱାରା ପିଟର୍ସବର୍ଗକୁ ପଠାଯାଇଥିଲା | ଜୋସେଫ ଡାଉବେନଙ୍କ ଜୀବନୀରେ ବେଲଙ୍କ ପୁସ୍ତକର ଏକ ସମାଲୋଚନା ରହିଛି। ଡାବନ୍ ଲେଖିଛନ୍ତି: କ୍ୟାଣ୍ଟର ତାଙ୍କର କେତେକ ଭିଟୁପେରେଟିଭ୍ ଚିଠି, ଏବଂ ବିଟ୍ରାଜ୍ର ଏକ ଅଂଶକୁ ଉତ୍ସର୍ଗ କରିଥିଲେ, ଯାହା ଥୋମା, ଡୁ ବୋଇସ୍ ରେମଣ୍ଡଙ୍କ କାର୍ଯ୍ୟ ମାଧ୍ୟମରେ ଜର୍ମାନୀରୁ ବ୍ୟାପିଥିବା 'ଗଣିତର ଅସୀମ କଲେରା ବ୍ୟାକିଲସ୍' ଭାବରେ ସେ ବର୍ଣ୍ଣନା କରିଥିଲେ। ଏବଂ ଷ୍ଟୋଲଜ୍, ଇଟାଲୀୟ ଗଣିତକୁ ସଂକ୍ରମିତ କରିବା ପାଇଁ ...
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ପାଦଶାହା ବେଗମ (ଉର୍ଦ୍ଧୁ:بیگم پادشاه)ମୋଗଲ ସାମ୍ରାଜ୍ୟର ମହାରାଣୀ ଥିଲେ ଏବଂ ତାଙ୍କୁ "ପ୍ରଥମ ମହିଳା" ରାଜକୀୟ ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କୁ ମୋଗଲ ଅନ୍ତପୁର କିମ୍ବା ଜେନାନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଭାବରେ ବିବେଚନା କରାଯାଉଥିଲା । ଏହି ଆଖ୍ୟା "ସମ୍ରାଟ" ସହିତ ସମାନ ହୋଇପାରେ, କିନ୍ତୁ ଏହା ମୋଗଲ ପ୍ରସଙ୍ଗରେ କେବଳ ଆନୁମାନିକ ଶବ୍ଦରେ ରହିଛି ।
ବାମାଚରଣ ମିତ୍ର (୧୭ ଡିସେମ୍ବର ୧୯୧୫ - ୨୧ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ସେ ଓଡ଼ିଆରେ ନବେରୁ ଅଧିକ କ୍ଷୁଦ୍ରଗଳ୍ପ (ଯହିଁରୁ ୨୪ଟିକୁ ନେଇ "ବାମାଚରଣ ଗଳ୍ପ ସମ୍ଭାର" ନାମରେ ସଂକଳନ ପ୍ରକାଶିତ), ତିନୋଟି ଉପନ୍ୟାସ ଓ ଅନୁବାଦ ସାହିତ୍ୟ ରଚନା କରିଥିଲେ । ୨୦୧୫ ମସିହାରେ ତାଙ୍କର ସମସ୍ତ ରଚନା ଡିଜିଟାଲ ରୂପରେ ସୃଜନିକା ତରଫରୁ ଏକ ସିଡିରେ ପ୍ରକାଶିତ । ତାଙ୍କ ରଚିତ ପ୍ରମୁଖ ଉପନ୍ୟାସମାନ ହେଲେ "କୀର୍ତ୍ତିଶଯ୍ୟ" (ପ୍ରଥମ ରଚିତ ଉପନ୍ୟାସ), "ନରଛଞ୍ଚାଣ" ତଥା ଗଳ୍ପସଂକଳନମାନ ହେଲେ "ସ୍ୱପ୍ନସିଦ୍ଧ", "ବଟ ମହାପୁରୁଷ", "ଅସୀମ" ଓ "ମହାପୁରୁଷ ବାଗ" । ସେ ପ୍ରବନ୍ଧ ସଂକଳନ "ଏଣୁଶ୍ଚ ତେଣୁଶ୍ଚ" ପାଇଁ ୧୯୬୯-୧୯୭୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।