ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ହେବା ସହିତ ଓଡ଼ିଶାର ଉପ-ରାଜଧାନୀ ତଥା ତତ୍ ସହିତ ରାଜ୍ୟର ସର୍ବପୁରାତନ ନଗର ମଧ୍ୟ । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।> ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି.
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି । ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ । ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା।
ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।
ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ।ଏହାର ରାଜଧାନୀ ଭୋପାଳ । ଏହାର ବଡ଼ ସହର ଇନ୍ଦୋର । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।
ଅରୁଣାଚଳ ପ୍ରଦେଶ, (ଅରୁଣ ବା ସକାଳର କିରଣଦ୍ୱାରା ପ୍ରକାଶିତ ପର୍ବତର ଦେଶ), ଭାରତର ଉତ୍ତରପୂର୍ବରେସ୍ଥିତ ଏକ ରାଜ୍ଯ ଅଟେ । ଏହାର ଦକ୍ଷିଣ ଦିଗରେ ଆସାମ ଓ ନାଗାଲାଣ୍ଡ ଅବସ୍ଥିତ । ଏହା ପଶ୍ଚିମରେ ଭୂଟାନ ଏବଂ ପୂର୍ବରେ ବ୍ରହ୍ମଦେଶ ସହ ଅନ୍ତର୍ରାଷ୍ଟ୍ରୀୟ ସୀମା ବଣ୍ଟନ କରିଛି, ଏବଂ ଉତ୍ତରରେ ଚୀନ ସହ ମ୍ୟାକମୋହନ ରେଖାଦ୍ୱାରା ଏକ ବିବାଦିତ ସୀମା ନିର୍ଦ୍ଧାରଣ କରୁଅଛି । ଏହା ଚୀନର ତିବ୍ବତ ସହ ୧୧୨୯ କିମିର ଏକ ସୀମା ନିର୍ଦ୍ଧାରଣ କରୁଅଛି ।
ଉଇଲିୟମ୍ ହେନେରୀ ବିଲ୍ ଗେଟ୍ସ୍ ୩ (ଜନ୍ମ ଅକ୍ଟୋବର୍ ୨୮, ୧୯୫୫) ଜଣେ ଆମେରିକୀୟ ବ୍ୟବସାୟୀ,ନିବେଶକ ଏବଂ ପ୍ରୋଗ୍ରାମର୍ । ୧୯୭୫ ମସିହାରେ ଗେଟ୍ସ୍ ଏବଂ ପଉଲ୍ ଆଲେନ୍ ମାଇକ୍ରୋସଫ୍ଟର ଆବିଷ୍କାର କରିଥିଲେ ଯାହାକି ବିଶ୍ୱର ସର୍ବବୃହତ୍ ପିସି ସଫ୍ଟୱେୟର୍ କମ୍ପାନୀ ଅଟେ । ମାଇକ୍ରୋସଫ୍ଟରେ କାମ କରୁଥିବା ସମୟରେ ସେ ଚେୟାରମ୍ୟାନ୍, ସିଇଓ ଏବଂ ମୁଖ୍ୟ ସଫ୍ଟୱେୟର୍ ଆର୍କିଟେକ୍ଟ୍ ଏବଂ ୨୦୧୪ ମେ ମାସ ପର୍ଯ୍ୟନ୍ତ ସର୍ବବୃହତ୍ ଅଂଶର ଅଧିକାରୀ ଥିଲେ । ଗେଟସ୍ ବିଭିନ୍ନ ପୁସ୍ତକର ଲେଖକ ଏବଂ ଉପଲେଖକ ଅଟନ୍ତି ।
କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ । ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।
ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ଢେଙ୍କାନାଳ ଜିଲ୍ଲା ମଧ୍ଯ ପୂର୍ବତନ ଗଡ଼ଜାତ ଜିଲ୍ଲା ମଧ୍ୟରୁ ଅନ୍ୟତମ। ଢେଙ୍କାନାଳ ଜିଲ୍ଲା ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ପଦ, ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ। ଢେଙ୍କାନାଳ ଜିଲ୍ଲା ଏହାର ସ୍ଵତନ୍ତ୍ର ସଂସ୍କୃତି, ପରମ୍ପରା ପାଇଁ ମଧ୍ୟ ଓଡ଼ିଶା ରେ ଆଦୃତି ଲାଭ କରିଛି। ଯୋରନ୍ଦା ମେଳା, ଭୁବନ ଦଶହରା ବଳଦ ଯାତ୍ରା , ଢେଙ୍କାନାଳ ଲକ୍ଷ୍ମୀ ପୂଜା, ଭୁବନ କଂସା ବାସନ, ଢେ଼ଙ୍କାନାଳ ବରା ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ିଶା ରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି ।
ଓଡ଼ିଶା ସରକାରଙ୍କ ଯୋଜନାସବୁର ତାଲିକା
ଭାରତରେ ଓଡ଼ିଶା ସରକାର ରାଜ୍ୟବାସୀଙ୍କ ପାଇଁ ସମୟ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଯାହାକୁ ଆମେ ସ୍କିମ୍ (ଯୋଜନା) ବୋଲି କହିଥାଉ । ନିମ୍ନରେ ସରକାରୀ ଯୋଜନାର ତାଲିକା ଗୁଡ଼ିକୁ ଉଲ୍ଲେଖ କରାଯାଇଛି । ଉପସ୍ଥିତ ତାଲିକାରେ ଜାତୀୟ ଯୋଜନାଗୁଡିକର ରାଜ୍ୟ କାର୍ଯ୍ୟକାରିତା (ଯଥା: ଜାତୀୟ ପୁଷ୍ଟିକର ମିଶନ୍; ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ; ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬; ସମନ୍ୱିତ ଶିଶୁ ବିକାଶ ସେବା) ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି ।
ପ୍ରାଚୀ ନଦୀ ବା ପ୍ରାଚୀସରସ୍ୱତୀ ନଦୀ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ, ମାତ୍ର କ୍ଷୁଦ୍ର ନଦୀ। ସଂସ୍କୃତ ପଦ୍ମପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ । ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି.
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
"ସତ୍ୱ ଖ୍ରୀଷ୍ଟ ଗିର୍ଜା ଘର" ଗୋଟିଏ ସ୍ୱାଧୀନ ଗିର୍ଜା ଘର, ୧୯୧୭ ମସିହାରେ ସଙ୍ଘାଇ,ଚୀନଠାରେ ପ୍ରତିଷ୍ଠା ହୋଇଥିଲା | ବର୍ତ୍ତମାନ ୪୮ ଦେଶ ଓ ୬ ମହାଦେଶରେ ଏହାର ୨.୫ ନିଯୁତରୁ ଅଧିକ ସଦସ୍ୟ ଅଛନ୍ତି । ଗିର୍ଜା ଘରଟି ଖ୍ରୀଷ୍ଟ ଧର୍ମ ବିରୋଧୀ/protestant ଶାଖା ଅନ୍ତର୍ଭୁକ୍ତ ଯାହାକି ବିଂଶ ଶତାବ୍ଦୀ ପ୍ରାରମ୍ଭରେ ନଜରକୁ ଅସିଥିଲା । ୧୯୩୨ ମସିହାରେ ଗିର୍ଜା ଘରଟିର ଶାଖା ଭାରତରେ ପ୍ରତିଷ୍ଠିତ ହୋଇଥିଲା । ସେମାନେ ଖ୍ରୀଷ୍ଟ ଧର୍ମ ବାଣୀ ପ୍ରତ୍ୟେକ ଦେଶରେ ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ପର ଅବତାର ପର୍ଯ୍ୟନ୍ତ ଚାଲୁ ରଖିବେ ।
ଷ୍ଟ୍ରୋକ (ଇଂରାଜୀରେ ସ୍ଟ୍ରୋକ ବା ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ସଂକ୍ଷେପରେ ସିଭିଏ, ବା ସେରେବ୍ରୋଭାସ୍କୁଲାର ଇନସଲଟ ସଂକ୍ଷେପରେ ସିଭିଆଇ ବା ବ୍ରେନ ଆଟାକ ଯଥାକ୍ରମେ Stroke, also known as cerebrovascular accident (CVA), cerebrovascular insult (CVI), or brain attack), ରୋଗ ହୁଏ ଯେତେବେଳେ ମସ୍ତିଷ୍କକୁ କ୍ଷୀଣ ରକ୍ତ ସରବରାହ ହୋଇ ତାହାର ଜୀବକୋଷ ନଷ୍ଟ ହୋଇଯାଏ । ସାଧାରଣତଃ ଦୁଇ ପ୍ରକାର ସ୍ଟ୍ରୋକ ହୁଏ ଯଥା ରକ୍ତସଞ୍ଚାଳନ ବିହୀନ ସ୍ଟ୍ରୋକ (brain ischemia) ଓ ହେମୋରେଜିକ ସ୍ଟ୍ରୋକ (intracranial hemorrhage) । ରକ୍ତ ସରବରାହ କମିଯିବା ଫଳରେ ମସ୍ତିଷ୍କର କାର୍ଯ୍ୟକାରୀତା ସଠିକ ଭାବରେ ସମ୍ପାଦିତ ହୁଏନାହିଁ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଶରୀରର ଗୋଟିଏ ପାଖର ପକ୍ଷାଘାତ କିମ୍ବା ଏକପାଖିଆ ଦୁର୍ବଳତା, ବୁଝିବା ଅକ୍ଷମତା, କଥା କହିବା ଅକ୍ଷମତା, ଭର୍ଟିଗୋ କିମ୍ବା ଦୃଶ୍ୟର ଗୋଟିଏ ପାଖ ଅନ୍ଧତ୍ୱ । ଅଧିକାଂଶ ସମୟରେ ସ୍ଟ୍ରୋକ ହେବା ସଙ୍ଗେ ସଙ୍ଗେ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । ଏକ ବା ଦୁଇ ଘଣ୍ଟାରୁ କମ ସମୟ ଲକ୍ଷଣ ରହିଲେ ତାହାକୁ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (ଟିଟିଏ) ବା କ୍ଷଣସ୍ଥାୟୀ ରକ୍ତାଭାବ ଆକ୍ରମଣ କୁହାଯାଏ । ରକ୍ତସ୍ରାବ ସ୍ଟ୍ରୋକ ହେଲେ ଅତ୍ୟଧିକ ମୁଣ୍ଡ ବିନ୍ଧା ହୋଇଥାଏ । ସ୍ଟ୍ରୋକ ରୋଗ ଲକ୍ଷଣ ସ୍ଥାୟୀ ହୋଇପାରେ । ଦୀର୍ଘସ୍ଥାୟୀ ଜଟୀଳତା ମଧ୍ୟରେ ନିମୋନିଆ କିମ୍ବା ପରିସ୍ରା ନିୟନ୍ତ୍ରଣ ଅକ୍ଷମତା ଉଲ୍ଲେଖଯୋଗ୍ୟ । ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ । ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ । ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । ଶାରୀରିକ ପରୀକ୍ଷା ସହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ. ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ପରୀକ୍ଷା ମଧ୍ୟରେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) ଓ ରକ୍ତ ପରୀକ୍ଷା କରି ସଙ୍କଟାବସ୍ଥା ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନିରୂପଣ କରାଯାଏ । ନିମ୍ନ ରକ୍ତଶର୍କରା ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ । ସଙ୍କଟଦାୟୀ ଅବସ୍ଥା ନିମନ୍ତେ ପ୍ରତିକାର ଆବଶ୍ୟକ ଯେପରିକି ଆସ୍ପିରିନ ଓ ସ୍ଟାଟିନ ବ୍ୟବହାର ଉପରେ ଅଙ୍କୁଶ; ମସ୍ତିଷ୍କର ରକ୍ରନଳୀ ସଙ୍କୋଚନ ହୋଇଥିଲେ ମସ୍ତିଷ୍କରେ ଅପରେଶନ କରି କ୍ୟାରୋଟିଡ ସଙ୍କୋଚନ ଦୂର କରାଯାଏ; ଆଟ୍ରିଆଲ ଫିବ୍ରିଲେସନ ଥିଲେ ୱାରଫାରିନ ନିୟନ୍ତ୍ରଣ କରିବା ଆବଶ୍ୟକ । ସ୍ଟ୍ରୋକ ରୋଗ ନିମନ୍ତେ ଆଶୁଚିକିତ୍ସା ଆବଶ୍ୟକ ହୁଏ । ଇସ୍କେମିକ ସ୍ଟ୍ରୋକ ରୋଗ ୩ରୁ ୪ଘଣ୍ଟା ମଧ୍ୟରେ ଜଣାପଡ଼ିଲେ ଜମାଟ ରକ୍ତ ଭାଙ୍ଗିବା ନିମନ୍ତେ ଔଷଧ ଦେଇ ଚିକିତ୍ସା କରାଯାଏ । ଏଥିରେ ଆସ୍ପିରିନ ବ୍ୟବହାର କରାଯାଏ । ଅପରେଶନ କରି କେତେକ ରକ୍ରସ୍ରାବ ସ୍ଟ୍ରୋକରେ ଉପକାର ମିଳେ । ନଷ୍ଟ କାର୍ଯ୍ୟକ୍ଷମତାକୁ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ସ୍ଟ୍ରୋକ ୟୁନିଟ ଆବଶ୍ୟକ ଯାହା ପୃଥିବୀର ସବୁ ସ୍ଥାନରେ ଉପଲବ୍ଧ ହୁଏ ନାହିଁ । ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ । ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ । ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । ଶାରୀରିକ ପରୀକ୍ଷା ସହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ.
କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ.
'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ଗୋଆ ମୁଣ୍ଡପିଛା ସର୍ବାଧିକ ଜିଡିପି ରହିଛି । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି.
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମୈତ୍ରେୟ ବନ ଭାବେ ମଧ୍ୟ ପରିଚିତ ଥିଲା| ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି.
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ଭଞ୍ଜନଗର, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଏହାର ପୂରାତନ ନାମ ରସୁଲକୋଣ୍ଡା ଥିଲା । ପରେ ଏହା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ହେଲା । ଏହା ମଧ୍ୟ ଦେଇ ଲୋହାରଖଣ୍ଡି ଏବଂ ବଡନଦୀ ପ୍ରବାହିତ ହେଉଅଛି । ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀକୁ ସଂଯୋଗ କରୁଛି | ବହୁତ ଦେବଦେବୀ ମନ୍ଦିର, ଗୀର୍ଜା, ଚର୍ଚ୍ଚ୍, ମସଜିଦ୍, ବିଦ୍ୟାଳୟ, ଏଠାରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୮୯ କି.ମି ଦକ୍ଷିଣ ଏବଂ ଭୁବନେଶ୍ୱରଠାରୁ ୧୫୯ କି.ମି ପୁର୍ବରେ ଅବସ୍ଥିତ
ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।
ଅଳେଇଚ ଏକ ଭାରତୀୟ ମସଲା । ଅଳେଇଚର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ୱେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।
ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ । ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ ପ୍ରଦର୍ଶିତ ହୋଇଥିଲା ।
ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ, ଗୁଣୁପୁର
ଗାନ୍ଧୀ ଯାନ୍ତ୍ରୀକ ଓ ପ୍ରୌଦ୍ୟୋଗିକ ମହାବିଦ୍ୟାଳୟ(ଜି.ଆଇ.ଇ.ଟି) ଗୁଣୁପୁରରେ ଅବସ୍ଥିତ ଏକ ଘରୋଇ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଅଟେ । ଏ. ଆଇ. ସି.
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆମ ଦେଶ ଭାରତର ଦ୍ୱିତୀୟ ପୁରାତନ ତଥା ଆମ ରାଜ୍ୟ ଓଡ଼ିଶାର ଏକ ମାତ୍ର କୃଷି ବିଶ୍ୱବିଦ୍ୟାଳୟ ଅଟେ। ୧୯୬୨ ମସିହାରେ ଏହା ଭୁବନେଶ୍ୱରରେ ସ୍ଥାପିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ମୁଖ୍ୟତଃ କୃଷି ସମ୍ବନ୍ଧୀୟ ବିଷୟ ଗୁଡିକରେ ଶିକ୍ଷାଦାନ, ଗବେଷଣା, ପ୍ରଚାର ଓ ପ୍ରସାର କରାଯାଇଥାଏ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୮ଟି ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷ୍ୟ କେନ୍ଦ୍ରଗୁଡ଼ିକ ଶିକ୍ଷାଦାନ କରୁଛନ୍ତି। ଏହି ମହାବିଦ୍ୟାଳୟଗୁଡ଼ିକ ପ୍ରାୟତଃ ଭୁବନେଶ୍ୱରର ଶିରିପୁରଠାରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ।
ନବ କିଶୋର ଦାସ (୭ ଜାନୁଆରୀ ୧୯୬୨ - ୨୯ ଜାନୁଆରୀ ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବାଲେଶ୍ଵର (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ବାଲେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ଇଉ.ଟି.), ରାଉରକେଲା ସହରରେ ଅବସ୍ଥିତ ଏକ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ । ଓଡ଼ିଶା ବିଧାନ ସଭାରେ ଗୃହିତ ବି.ପି.ୟୁ.ଟି ଅଧିନିୟମ-୨୦୦୨ (ନଭେମ୍ବର ୨୦୦୨)ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ପୂର୍ବରୁ ଓଡ଼ିଶାରେ ଥିବା ବିଭିନ୍ନ ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିଲା, ତେଣୁ ପରୀକ୍ଷା ପରିଚାଳନା ତଥା ସାଧାରଣ ଶିକ୍ଷା କ୍ଷେତ୍ରରେ କିଛି ବୈଷମ୍ୟତା ଅନୁଭବ କରାଯାଉଥିଲା। ଏହି ଅସୁବିଧାକୁ ଦୂର କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧୀନକୁ ସାରା ଓଡ଼ିଶାର ଯାନ୍ତ୍ରିକ (ଇଞ୍ଜିନିୟରିଂ), ସ୍ଥାପତ୍ୟ (ଆର୍କିଟେକ୍ଚର), ପ୍ରବନ୍ଧ (ମାନେଜମେଣ୍ଟ), ଫାର୍ମସି ଓ କମ୍ପ୍ୟୁଟର ପ୍ରୟୋଗ (ଏମ.ସି.ଏ.) ମହାବିଦ୍ୟାଳୟଗୁଡ଼ିକ ଅଣାଯାଇଥିଲା । ଆଜି ଏହି ବିଶ୍ୱବିଦ୍ୟାଳୟରେ ୧୫୬ଟି ମହାବିଦ୍ୟାଳୟ, ଉଭୟ ଅଧିନସ୍ଥ/ଘଟକ ଓ ଅନୁବନ୍ଧିତ, ଅଛନ୍ତି ଏବଂ ଏଠାରେ ପାଖାପାଖି ୧,୨୦,୦୦୦ ଛାତ୍ର ଅଧ୍ୟୟନ କରନ୍ତି ।
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
ରବି ଶଙ୍କର( ଜନ୍ମ: ୭ ଏପ୍ରିଲ ୧୯୨୦- ମୃତ୍ୟୁ : ୧୧ ଡିସେମ୍ବର ୨୦୧୨) , ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ସୀତାର ବାଦକ ଓ ସଙ୍ଗୀତଜ୍ଞ । ରବି ଶଙ୍କର ଏକାଧାରରେ ଜଣେ ସମ୍ପାଦକ ,ଶିକ୍ଷକ ଓ ରଚୟିତା ଥିଲେ । ଏହା ସହିତ ସେ ଥିଲେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଖ୍ୟାତ କଳାକାର । ସାରା ବିଶ୍ୱରେ ଭାରତୀୟ ସଙ୍ଗୀତ ଓ ସଂସ୍କୃତିର ପ୍ରଚାର କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ରବି ଶଙ୍କର ଥିଲେ ପାଶ୍ଚାତ୍ୟ ଦେଶରେ ବେଶ ଜଣାଶୁଣା ନାମ । ଏ ଭଳି ସଫଳତା ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ ସଙ୍ଗୀତଜ୍ଞ । ସତ୍ୟଜିତ ରାୟଙ୍କ ଅପୁ ତ୍ରୟୀ ପାଇଁ ମଧ୍ୟ ସେ ସଙ୍ଗୀତ ରଚନା କରିଥିଲେ ।
ପଦ୍ମିନୀ ରାଉତ (ହିନ୍ଦୀ : पद्मिनी राउत, ଇଂରାଜୀ: Padmini Rout, ଜନ୍ମ: ୫ ଜାନୁଆରୀ ୧୯୯୪) ଜଣେ ଭାରତୀୟ ଚେସ ଖେଳାଳି। ସେ ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି। ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ। ୨୦୦୭ ମସିହାରେ ସେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଜିଭ ପାଟି ତଳେ ଏକ ମାଂସପେସୀ ଯାହା ଖାଦ୍ୟ ଚୋବାଇବା ଏବଂ ଖାଇବାରେ ସାହାଯ୍ୟ କରେ , ଏହା ଆମର ସ୍ୱାଦ ଅନୁଭବ କରିବାର ପ୍ରଧାନ ଅଙ୍ଗ ଅଟେ , କାରଣ ଜିଭ ସ୍ୱାଦ ଅନୁଭବ କରିବାର ପ୍ରାଥମିକ ଅଙ୍ଗ, ଜିଭର ଉପର ସ୍ତର ପେପିଲା (papillae-ଶରୀର ଉପରେ ବା ଭିତରେ ବାହାରିଥିବା ଚୁଚକ ଭଳି ଏକ କ୍ଷଦ୍ର ଉଦଗତ ଅଶଂ ) ଏବଂ ସ୍ୱାଦ କଢ଼ି (taste buds)ମାନଙ୍କଦ୍ୱାରା ଆଚ୍ଛାଦିତ । ଜିଭର ଦ୍ୱିତୀୟ କାର୍ଯ୍ୟ ହେଲା ସ୍ୱର ନିୟନ୍ତ୍ରଣ କରିବା ,ଏହା ବହୁତ sensitive(ସୂଖ୍ମ ପାର୍ଥକ୍ଯ ସଙ୍ଗେସଙ୍ଗେ ପହଂଚାଏ) ଏବଂ ଲାଳଦ୍ୱାରା ସାମାନ୍ୟ ଆର୍ଦ୍ର ରହିଥାଏ । ଏଥି ସହିତ ଏହାକୁ ଏପଟେ -ସେପଟେ ବୁଲେଇବା ପାଇଂ ଏଥିରେ ବହୁତ ଗୁଡିଏ ସ୍ନାୟୁ (ସୂଖ୍ମ ଶିରା ବା ସୂଖ୍ମ ତନ୍ତୁ) ଓ ରକ୍ତ ବାହୀକା ଅବସ୍ଥିତ । ଏତତ୍ ବ୍ୟତିତ ଜିଭ ଦାନ୍ତ ସଫା କରିବାର ପ୍ରାଥମିକ ମାଧ୍ୟମ ଅଟେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
ଅପରେଟିଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର
ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ବିଶ୍ୱର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ ବା ରାଜକୀୟ ସ୍ୱିଡିନ ବିଜ୍ଞାନ ଅକାଦମୀଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା ଆଲଫ୍ରେଡ ନୋବେଲଙ୍କଦ୍ୱାରା ସ୍ଥାପିତ ନୋବେଲ ଫାଉଣ୍ଡେସନଦ୍ୱାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାରଗୁଡ଼ିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।