ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ସେରୋଟୋନିନ ସିଣ୍ଡ୍ରୋମ (Serotonin syndrome ବା SS) ଏକ ଲକ୍ଷଣ ଗୋଷ୍ଠି ଯାହା କେତେକ ସେରୋଟୋନର୍ଜିକ (serotonergic) ଔଷଧ ବା ଡ୍ରଗ ବ୍ୟବହାର କଲେ ପ୍ରକାଶ ପାଏ । ଏହି ରୋଗର ଲକ୍ଷଣମାନ ସାଧାରଣରୁ ସାଂଘାତିକ ହୋଇପାରେ । ଏହାର ଲକ୍ଷଣ: ଉଚ୍ଚ ମାତ୍ରା ଶରୀର ଉତ୍ତାପ (high body temperature), ଉତ୍ତେଜନା (agitation), ବର୍ଦ୍ଧିତ ରିଫ୍ଲେକ୍ସ (increased reflexes), କମ୍ପନ (tremor), ଅଧିକ ଝାଳ ବୋହିବା (sweating), ବିସ୍ଫାରିତ ଚକ୍ଷୁ ପୁତ୍ତଳୀ (dilated pupils), ଓ ତରଳ ଝାଡ଼ା ହୁଏ । ଶାରୀରିକ ଉତ୍ତାପ (Body temperature) ବଢ଼ିଯାଇ ୪୨.୧°ସେ (୧୦୬.୦°ଫା) ହୋଇପାରେ । ରୋଗ ଜଟିଳ ହେଲେ ସିଜର ବା ବାତମାରେ (seizures) ଓ ରାବ୍ଡୋମାୟୋଲାଇସିସ/ମାଂସପେଶୀ ନଷ୍ଟ (extensive muscle breakdown) ହୋଇପାରେ । ଦୁଇ ବା ତତୋଧିକ ସେରୋଟୋନର୍ଜିକ (serotonergic) ଔଷଧ ବା ଡ୍ରଗ ବ୍ୟବହାର କଲେ ଏହି ରୋଗ ହୁଏ । ଏମାନଙ୍କର ନାମ ଯଥାକ୍ରମେ: ସିଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitor ବା SSRI), ମୋନୋଆମିନୋ ଅକ୍ସିଡେଜ ଇନହିବିଟର (monoamine oxidase inhibitor ବା MAOI), ଟ୍ରାଇସାଇକ୍ଲିକ ଆଣ୍ଟିଡିପ୍ରେସାଣ୍ଟ (tricyclic antidepressants ବା TCAs), ଆମ୍ଫେଟାମିନ (amphetamine), ମେପେରିଡିନ (meperidine), ଟ୍ରାମାଡୋଲ (tramadol), ଡେକ୍ସ୍ଟ୍ରୋମେଥୋର୍ଫିନ (dextromethorphan), ବୁସ୍ପିରୋନ (buspirone), ସେଣ୍ଟ ଜୋନ୍ସ ୱୋର୍ଟ (St.
ଭକ୍ତ ଓ ଭଗବାନ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଘଡ଼େଇ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅମୂଲ୍ୟ ଜେନା । ନାରାୟଣ ଚଳଚ୍ଚିତ୍ରର ପ୍ରଯୋଜନା ସହ କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ । ଏହି ଚଳଚ୍ଚିତ୍ରର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପପୁ । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ ଦେବଦତ୍ତ, ରିତିକା, ପୂଜା, ଲୀନା, ଦେବୁ ବ୍ରହ୍ମା, ଦେବୀ ବାରିକ, ଚକ୍ରଧର ଜେନା, ପ୍ରିୟ ମିଶ୍ର, ନଟବର ଆଚାର୍ଯ୍ୟ ।
ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଫାମସାଇକ୍ଲୋଭିର (ଇଂରାଜୀ ଭାଷାରେ Famciclovir), ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫାମଭିର (Famvir), ହେଉଛି ଏକ ଔଷଧ ଯାହା ହର୍ପିସ୍ ଜୋଷ୍ଟର ଏବଂ ହର୍ପିସ୍ ସିମ୍ପ୍ଲେକ୍ସ ରୋଗମାନଙ୍କରେ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏହା ଜେନିଟାଲ ହର୍ପିସ ଏବଂ ହର୍ପିସ ଲେବିଆଲିସ ରୋଗ ପାଇଁ ବ୍ୟବହୃତ ହୁଏ ଏବଂ ସକ୍ରିୟ ରୋଗର ଚିକିତ୍ସା ତଥା ବିସ୍ତାରକୁ ରୋକିବା ପାଇଁ ବ୍ୟବହୃତ ହୋଇପାରେ । ଏହା ପାଟିରେ ଦିଆଯାଏ |
ଆଞ୍ଜିଓଇଡିମା (ଇଂରାଜୀ ଭାଷାରେ Angioedema) କହିଲେ ଡର୍ମିସ (lower layer of skin ବା ଚର୍ମର ତଳ ସ୍ତର), ଚର୍ମତଳ ତନ୍ତୁ (tissue just under the skin) ଓ ମ୍ୟୁକୋସ ଝିଲ୍ଲି (mucous membrane) ଫୁଲିଯିବାକୁ ବୁଝାଏ । ମୁଖ ମଣ୍ଡଳ, ଜିଭ, ସ୍ୱରପେଟିକା ବା ଲାରିଙ୍କ୍ସ (larynx), ପେଟ ବା ହାତ ଓ ଗୋଡ଼ମାନଙ୍କରେ ଦେଖାଯାଇଥାଏ । ଅନେକ ସମୟରେ ଏହା ସହିତ ଅର୍ଟିକାରିଆ ବା ଅଗିଆ ବାତ (hives) ରହିପାରେ ଯାହା ଚର୍ମର (skin) ଉପର ସ୍ତରର ଫୁଲିବାକୁ କୁହାଯାଏ । କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହି ରୋଗ ଦେଖାଯାଏ ।
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Stevens–Johnson syndrome ବା ଏସଜେଏସ/ SJS) ଏକ ପ୍ରକାର ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ରୋଗକୁ କୁହାଯାଏ । ଏସଜେଏସ ଅଳ୍ପ ସାଂଘାତିକ ହୋଇ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis ବା ଟେନ/ TEN) ସହିତ ମିଶି ଏକ ସ୍ପେକ୍ଟ୍ରମ ସୃଷ୍ଟି କରେ । ଆରମ୍ଭରେ ଫ୍ଲୁ ଭଳି ଲକ୍ଷଣ ଓ ଜ୍ୱର ହୁଏ । ଅଳ୍ପ କିଛି ଦିନ ପରେ ଫୋଟକା ହୁଏ ଓ ଚୋପା ଛାଡ଼ି ସେ ଯାଗା ଖୋଲା ରହିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ପ୍ରଭାବିତ ହୁଏ । ରୋଗ ଜଟିଳ ହେଲେ ନିର୍ଜଳନ (dehydration), ସେପ୍ସିସ୍, ନିମୋନିଆ, ଓ ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ହୁଏ ।
ଦେଶିଆ, ଦେସିଆ, କୋଟିଆ, ଆଦିବାସୀ ଓଡ଼ିଆ, ଦେଶୀୟା ଓଡ଼ିଆ, ଦକ୍ଷିଣ-ପଶ୍ଚିମ ଓଡ଼ିଆ ଓ କୋରାପୁଟିଆ ବୋଲି ମଧ୍ୟ ଜଣା, ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଓ ବିଜୟନଗର ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ କଥିତ ଏକ ଇଣ୍ଡୋ-ଆର୍ଯ୍ୟ ବିଭାଷା (ସାମାଜିକ-ଭାଷାଗତ ଭାବେ ଓଡ଼ିଆର ଉପଭାଷା ଭାବେ ଜଣା) । କୋରାପୁଟରେ କଥିତ ବିଭାଷାକୁ କୋରାପୁଟିଆ କୁହାଯାଏ ।
ସମ୍ବଲପୁର ଜିଲ୍ଲାରମାନେଶ୍ୱର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ୱର ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ । ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ । ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।
ପ୍ରସବ ପର ଅବସାଦ (ଇଂରାଜୀ ଭାଷାରେ Postpartum depression ବା PPD) ଅନ୍ୟ ନାମ ପୋଷ୍ଟନାଟାଲ ଡିପ୍ରେସନ (postnatal depression) ଏକ ପ୍ରକାର ମନୋଦଶା ବେମାରୀ (mood disorder) ଯାହା ପ୍ରସବ ପରେ ଦେଖାଯାଏ ଓ ଉଭୟ ପୁରୁଷ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି । ଅତ୍ୟନ୍ତ ବିଷାଦ, ଥକ୍କାଣ (low energy), ଉତ୍କଣ୍ଠା (anxiety), ଶୟନ ଓ ଖାଦ୍ୟ ଗ୍ରହଣର ପରିବର୍ତ୍ତନ, ସମୟ ସମୟରେ କ୍ରନ୍ଦନ, ଚିଡ଼ଚିଡ଼ା ସ୍ୱଭାବ ଆଦି ଲକ୍ଷଣମାନ ଦେଖାଯାଆନ୍ତି । ପ୍ରସବର ଏକ ସପ୍ତାହରୁ ଏକ ମାସ ମଧ୍ୟରେ ଏହି ସମସ୍ୟା ଦେଖାଯାଏ । ଏହି ରୋଗଦ୍ୱାରା ଏକ ବିଯୁକ୍ତାତ୍ମକ ପ୍ରଭାବ ଶିଶୁ ଉପରେ ପଡ଼େ ।
ବ୍ରହ୍ମା ମନ୍ଦିର ନବମ ବା ଦଶମ ଶତାବ୍ଦୀରେ ଭାରତର ମଧ୍ୟ ପ୍ରଦେଶର ଛତରପୁରରେ ଅବସ୍ଥିତ ଓ ନିର୍ମିତ ଏକ ହିନ୍ଦୁ ମନ୍ଦିର । ମନ୍ଦିରଟି ହିନ୍ଦୁ ଠାକୁର ବ୍ରହ୍ମାଙ୍କ ନାମରେ ଥିଲେ ମଧ୍ୟ ପ୍ରକୃତରେ ଶିବଙ୍କୁ ସମର୍ପିତ ଏକ ମନ୍ଦିର । ଅନ୍ୟାନ୍ୟ ଆକାରର ଖଜୁରାହୋ ସ୍ମାରକୀ ଦଳ (Khajuraho Group of Monuments) ସହିତ ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ (UNESCO World Heritage Site) ଅନ୍ତର୍ଭୁକ୍ତ ଏକ ମନ୍ଦିର ।
ରମଣ ଗୁପ୍ତା (ଜନ୍ମ: ୨୮ ଜୁନ ୧୯୭୭) ଜଣେ ଭାରତୀୟ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ଗାୟକ । ସେ ମୁଖ୍ୟତଃ ନାଗପୁରୀ କଥାଚିତ୍ର, ନାଗପୁରୀ ଆଲବମ୍ ଏବଂ ଖୋର୍ଠା କଥାଚିତ୍ର ଆଦିରେ କାମ କରନ୍ତି । ସେ ହିନ୍ଦୀ କଥାଚିତ୍ର ଜଗତରେ ମଧ୍ୟ କାମ କରିଛନ୍ତି । ସେ ନାଗପୁରୀ କଥାଚିତ୍ର ସୂନ୍ ସଜନା, ଦେବ ରିକ୍ସାବାଲା ଏବଂ ଗଙ୍ଗୱା ପାଇଁ ଜଣାଶୁଣା । ତାଙ୍କୁ ୨୦୧୮ ମସିହାରେ ଝାଡ଼ଖଣ୍ଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଅଭିନେତା ଭାବରେ ସମ୍ମାନିତ କରାଯାଇଥିଲା । ୨୦୨୨ ମସିହାରେ ତାଙ୍କୁ ଝଲିଉଡ଼ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚିରସବୁଜ ଅଭିନେତା ଭାବରେ ସମ୍ମାନିତ କରାଯାଇଥିଲା ।
କମଲ କୁମାରୀ ବାରୋହା (ଅସମୀୟା ଭାଷା: কমল কুমাৰী বৰুৱা) (୧୮୯୯-୧୯୭୮) ଆସାମ, ଥାଙ୍ଗଲର ଖୋଙ୍ଗିଆ ବାରୋହା ପରିବାରର କୂଳଦେବୀ ଥିଲେ । ସେ ବୋରଲେଙ୍ଗୀ ସତ୍ରାରେ ମହେନ୍ଦ୍ରନାଥ ମହନ୍ତ ଏବଂ ସ୍ୱର୍ଣ୍ଣଲତା ମହନ୍ତଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ୧୯୧୭ ମସିହାରେ, ସେ ଖୋଙ୍ଗିୟା ବାରୋହା ପରିବାରର ଶିବ ପ୍ରସାଦ ବାରୋହାଙ୍କୁ ବିବାହ କରିଥିଲେ । ଏହି ପରିବାର; ଆସାମର ସ୍ୱାର୍ଥ, ସଂସ୍କୃତି ଏବଂ ପରମ୍ପରାର ସଂଗ୍ରହାଳୟ ଭାବରେ ଉଭା ହୋଇଥିବା ପରିବାର ଅଟେ । ଜଣାଶୁଣା ଭାରତୀୟ ଉଦ୍ୟୋଗୀ, ଚା ଉଦ୍ୟାନର ମାଲିକ ଏବଂ ଚାଣକ୍ୟ ହେମେନ୍ଦ୍ର ପ୍ରସାଦ ବାରୋହା ତାଙ୍କ ପୁତ୍ର ଥିଲେ ।
ରାଜେନ୍ଦ୍ର କେଶବଲାଲ ଶାହା (୨୮ ଜାନୁୟାରୀ ୧୯୧୩- ୨ ଜାନୁୟାରୀ ୨୦୧୦) ଗୁଜରାଟୀ ଭାଷାରେ ଲେଖୁଥିବା ଜଣେ ସାହିତ୍ୟିକ ଥିଲେ । ବିଶେଷ ଭାବରେ ସେ କାବ୍ୟ ବା ଛନ୍ଦକାବ୍ୟ ଲେଖୁଥିଲେ । କପାଡଭଞ୍ଜରେ ଜନ୍ମଗ୍ରହଣ କରିଥିବା ଏହି କବିଙ୍କର ଲେଖା ସବୁ ୨୦ରୁ ଅଧିକ କବିତା ତଥା ଏବଂ ଗୀତ ସଂକଳନ ଆକାରରେ ପ୍ରକାଶଲାଭ କରିଥିଲା । ମୁଖ୍ୟତଃ ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ଆଦିବାସୀ ତଥା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଦୈନନ୍ଦିନ ଜୀବନ ତାଙ୍କର ଅଧିକାଂଶ କବିତାର ଆଧାର । ସେ ରବିନ୍ଦ୍ରନାଥ ଟାଗୋରଙ୍କ ସାହିତ୍ୟଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଗାନ୍ଧୀ ଯୁଗର ପରବର୍ତ୍ତୀ ସମୟର ଗୁଜରାଟୀ ସାହିତ୍ୟକୁ ତାଙ୍କର ବିଶୈଷ ଅବଦାନ ରହିଛି ।
ଭାରତୀୟ ଜାତୀୟ ମହାକାଶ ଗବେଷଣା କମିଟି
ମହାକାଶ ଗବେଷଣାର ଆବଶ୍ୟକତାକୁ ସ୍ୱୀକାର କରି ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଅନୁରୋଧକ୍ରମେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ୧୯୬୨ ମସିହାରେ ଆଣବିକ ଶକ୍ତି ବିଭାଗ ଅଧୀନରେ ଭାରତୀୟ ମହାକାଶ ଗବେଷଣା ପାଇଁ ଭାରତୀୟ ଜାତୀୟ ମହାକାଶ ଗବେଷଣା କମିଟି (Indian National Committee for Space Research (INCOSPAR)) ପ୍ରତିଷ୍ଠା କରିଥିଲେ । ଏହା ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେତେବେଳେ ଏହି କମିଟି ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ଏକ ଅଂଶ ଥିଲା । ଏହି କମିଟି ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଆଣବିକ ଶକ୍ତି ବିଭାଗର ଦାୟିତ୍ୱ ନେଇଥିଲା। ଏହି କମିଟି ଗଠନରେ ଡିଏଇର ତତ୍କାଳୀନ ନିର୍ଦ୍ଦେଶକ ହୋମି ଭାଭା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
କୁମାରିଲ ଭଟ୍ଟ (Kumārila Bhaṭṭa) ମଧ୍ୟଯୁଗୀୟ ଭାରତର ଜଣେ ହିନ୍ଦୁ ବ୍ରାହ୍ମଣବାଦୀ ଦାର୍ଶନିକ ଓ ମୀମାଂସା ଛାତ୍ର । ସେ ତାଙ୍କର ବିଭିନ୍ନ "ମୀମାଂଶାଶ୍ଳୋକବର୍ତ୍ତିକା" ଭଳି ମୀମାଂଶା ସମ୍ବନ୍ଧୀୟ ନିବନ୍ଧଗୁଡ଼ିକ ପାଇଁ ଜଣା । ସେ ବୈଦିକ ନିଶେଦ୍ଧାଜ୍ଞାର ଦୃଢ଼ ସମର୍ଥକ ଥିଲେ ଓ ପୂର୍ବ-ମୀମାଂଶାର ପ୍ରଚାରକ ଏବଂ ଜଣେ ନିଶ୍ଚିତ ରୂପେ ପ୍ରଥାପନ୍ଥୀ ଥିଲେ । ବର୍ତ୍ତିକା ଯାମିନୀଙ୍କ ପୂର୍ବ ମୀମାଂଶା ସୂତ୍ର ଉପରେ ସବରଙ୍କ ଟିପ୍ପଣୀର ଏକ ଉପଟିପ୍ପଣୀ ଭାବେ ରଚିତ ।
ଛାପ ତିଲକ ସବ ଛିନି ଚତୁର୍ଦ୍ଦଶ ଶତାବ୍ଦୀର ଲୋକପ୍ରିୟ ବ୍ରଜ ଭାଷୀ ଭାରତୀୟ ସୁଫି ସନ୍ଥ ଅମୀର ଖୁସରୋଙ୍କଦ୍ୱାରା ରଚିତ ଓ ସଂଯୋଜିତ ଏକ ଗଜଲ | ଏହାର ରାଗ ଏବଂ ଗୁଢ଼ ଗୀତ ହେତୁ ଏହା ଦକ୍ଷିଣ ଏସିଆରେ କୱାଲି ସମାରୋହମାନଙ୍କରେ ବାରମ୍ବାର ଶୁଣିବା ପାଇଁ ମିଳିଥାଏ | ଏହି ଗୀତ ଅମୀର ଖୁସରୋଙ୍କ ସବୁଠାରୁ ଜଣାଶୁଣା କଲାମ ଭାବରେ ବିବେଚନା କରାଯାଏ । ଏହା ମୂଳତଃ ତାଙ୍କର ଭକ୍ତିର କଳ୍ପନା ଏବଂ ଅନନ୍ତ ସହିତ ମିଳନ ଆନନ୍ଦର ଏକ ଲିଖିତ ସଂସ୍କରଣ | ଏହି କବିତା ଏକ ମହାକାବ୍ୟର ଉଦାହରଣ ଓ ଏଥିରେ ଏକ ଅନ୍ତର୍ନିହିତ ମଧ୍ୟପ୍ରାଚ୍ୟ କଳା ରୂପ ରାଧା ଏବଂ କୃଷ୍ଣଙ୍କ ଭାରତୀୟ ଦର୍ଶନ ସହିତ ସଂଯୁକ୍ତ | ଏହି ରଚନା ପୂର୍ବରୁ ଇସଲାମୀୟ ଗଜଲରେ ଏହି ପ୍ରକାରର ଭକ୍ତିରଚନା କ୍ୱଚିତ ଦେଖାଯାଏ | ଏହି କବିତା ଅଦ୍ୱେତବାଦୀ କଳା ଉପରେ ହିନ୍ଦୁବାଦର ଉଦାରୀକରଣର ଏକ ଭଲ ଉଦାହରଣ ।
ସସ୍ମିତା ମଲ୍ଲିକ(ଜନ୍ମ : ୧୦ ଅପ୍ରେଲ ୧୯୮୯), ଜଣେ ଭାରତୀୟ ଫୁଟବଲ ଖେଳାଳି । ସେ ଜଣେ ମିଡ଼ଫିଲଡର ଭାବରେ ବାମ ପାଖରେ ଖେଳନ୍ତି । ସେ ଭାରତର ଅଧିନାୟକତ୍ୱ ମଧ୍ୟ କରିସାରିଛନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଖେଳାଳି ଭାବରେ ଭାରତୀୟ ଜାତୀୟ ଦଳରେ ଖେଳିଛନ୍ତି । ସର୍ବଭାରତୀୟ ଫୁଟବଲ ମହାସଂଘ ତାଙ୍କୁ ୨୦୦୬ ମସିହାର ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ଘୋଷଣା କରିଥିଲା ।
ଶରତ ଚନ୍ଦ୍ର ପ୍ରଧାନ (୫ ମଇ ୧୯୩୪ – ୭ ଜାନୁଆରୀ ୨୦୨୩) ଜଣେ ଅଧ୍ୟାପକ ତଥା ଓଡ଼ିଆ କବି, ପ୍ରାବନ୍ଧିକ ଓ ସମାଲୋଚକ ଥିଲେ । ସେ ମୁଖ୍ୟତଃ ଲୋକ ଲୋକ ସଂସ୍କୃତିକୁ ଭିତ୍ତି କରି ସାହିତ୍ୟ ରଚନା କରିଥିଲେ । "ଯଯାତି" ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର "ବିଷୁବ ପୁରସ୍କାର", ଗଙ୍ଗାଧର ରଥ ଫାଉଣ୍ଡେସନର "ସାହିତ୍ୟ ଭାରତୀ" ପୁରସ୍କାର ଏବଂ "ଓଡ଼ିଆ ଗବେଷଣା ପରିଷଦ"ର "କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର" ସେ ପାଇଥିବା ଅନ୍ୟ କେତୋଟି ପ୍ରମୁଖ ପୁରସ୍କାର । ତାଙ୍କର ଆତ୍ମଜୀବନୀର ନାମ "ସାହିତ୍ୟର ସେବାୟତ" ।
ଗୋପାଲା ଗୋପାଲା (୨୦୧୫ର ତେଲୁଗୁ ଚଳଚ୍ଚିତ୍ର)
ଗୋପାଲା ଗୋପାଲା ୨୦୧୫ ମସିହାରେ ନିର୍ମିତ ଏକ ତେଲୁଗୁ ଭାଷୀ ଭାରତୀୟ ବ୍ୟଙ୍ଗାତ୍ମକ ଚଳଚ୍ଚିତ୍ର । ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଥିଲେ କିଶୋର କୁମାର ପର୍ଦାଶାନୀ ଏବଂ ଏହାର ଯୁଗ୍ମ ପ୍ରଯୋଜକ ଥିଲେ ଡି. ଶୁରେଶବାବୁ ଏବଂ ଶରତ ମାରାର । ଚଳଚ୍ଚିତ୍ରଟି ଶୁରେଶ ପ୍ରୋଡକସନ୍ସ ଓ ନର୍ଥ ଷ୍ଟାର ଏଣ୍ଟେର୍ଟେନମେଣ୍ଟ ବ୍ୟାନେରରେ ନିର୍ମିତ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୱନ କଲ୍ୟାଣ ଏବଂ ଭେଙ୍କେଟେଶ । ଏହା ବ୍ୟତୀତ ଅନ୍ୟାନ୍ୟ ସହ କଳାକାରମାନେ ହେଲେ ଶ୍ରୀୟା ଶରଣ, ମିଥୁନ ଚକ୍ରବର୍ତ୍ତୀ ତଥା ପି. କ୍ରୀଷ୍ଣା ମୁରଲୀ ଇତ୍ୟାଦି । ଏହାର ସଂଗୀତ ପରିଚାଳନା କରିଛନ୍ତି ଅନୁପ ରୁବେନ୍ସ ଏବଂ ଛବି ଉତ୍ତୋଳନ ବା ସିନେମାଟୋଗ୍ରାଫି କରିଛନ୍ତି ଜେ.
ସୋମେଶ ମହାନ୍ତି ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ ଦୂରଦର୍ଶନ ଧାରାବାହିକ, କଥାଚିତ୍ର, ଯାତ୍ରା ଜଗତ ଏବଂ ମଞ୍ଚରେ ଅଭିନୟ କରନ୍ତି । ସେ ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ଧାରାବାହିକରେ ଅଭିନୟ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଓଡ଼ିଆ ଦୂରଦର୍ଶନ ଧାରାବାହିକ ସୁନା କଳସରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୋମେଶ ଅଭିନୟ ସହିତ ଜଣେ ରେଡିଓ ଉପସ୍ଥାପକ (ଆର୍.ଜେ.) ଭାବରେ 92.7 ବିଗ୍ ଏଫ୍ଏମ୍ରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ସୋମେଶ ଓଡ଼ିଆ କଥାଚିତ୍ର ଆଇଲାରେ ଓଡ଼ିଆ ପୁଅ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସୋମେଶ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକ ବ୍ୟତୀତ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରନ୍ତି । ସେ ଇଷ୍ଟର୍ଣ୍ଣ ରେଡ୍ରେ ମଧ୍ୟ ଅଭିନୟ କରୁଥିଲେ ।
ଭାରତୀୟ ଜାତୀୟ ଫୁଟବଲ ଦଳ ଅନ୍ତର୍ଜାତୀୟ ଫୁଟବଲରେ ଭାରତର ପ୍ରତିନିଧିତ୍ୱ କରେ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ଦ୍ୱାରା ପରିଚାଳିତ ହୁଏ । ଏହା ଫିଫାର ଅଧୀନରେ ଅଛି । ଏସିଆରେ ଏସୀୟ ଫୁଟ୍ ବଲ୍ ମହାସଂଘ (ଏଏଫ୍ ସି) ଏବଂ ଦକ୍ଷିଣ ଏସିଆରେ ଦକ୍ଷିଣ ଏସୀୟ ଫୁଟ୍ ବଲ୍ ମହାସଂଘ (ସାଫ୍)ଦ୍ୱାରା ଏହା ପରିଚାଳିତ ହେଉଛି - ଯାହା ଉଭୟ ଭାରତୀୟ ଦଳର ତଦାରଖ କାରୀ ସଂସ୍ଥା ଏଆଇଏଫ୍ଏଫଦ୍ୱାରା ମିଳିତ ଭାବେ ସ୍ଥାପିତ ହୋଇଥିଲା।
ଆଜନ୍ମ ଜର୍ମାନ ମିଳିମିଳା ସିଣ୍ଡ୍ରୋମ
ଆଜନ୍ମ ଜର୍ମାନ ମିଳିମିଳା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Congenital rubella syndrome/ CRS ) ହୁଏ ଯେତେବେଳେ ଗର୍ଭାବସ୍ଥାରେ ରୁବେଲା ବା ଜର୍ମାନ ମିଳିମିଳା ହେଲେ ଶିଶୁର ଜନ୍ମ ଦୋଷ ସୃଷ୍ଟି ହୁଏ । ଏହି ରୋଗର ଲକ୍ଷଣ ମଧ୍ୟରେ ଶ୍ରବଣହାନୀ ଓ ଜନ୍ମଗତ ହୃତ୍ପିଣ୍ଡ ତୃଟି ଏବଂ ଚକ୍ଷୁ ସମସ୍ୟା ଯେପରିକି ମୋତିଆବିନ୍ଦୁ ଏବଂ ଗ୍ଲୁକୋମା ହୋଇପାରେ । ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପ୍ଲୀହା ବୃଦ୍ଧି, ଛୋଟ ମୁଣ୍ଡ ଏବଂ ବିକାଶ ବିଳମ୍ବ ହୋଇପାରେ । ଅଳ୍ପ କେତେକଙ୍କର ଏକ ପ୍ରକାର ରାସ ବା ଦାଗ ଦେଖାଯାଏ । ଜଟିଳତା ମଧ୍ୟରେ ସ୍ୱତଃ ଗର୍ଭପାତ, ମୃତ ପ୍ରସବ, ଅଟିଜିମ୍ ଏବଂ ଏନସେଫାଲୋପାଥି ହୋଇପାରେ ।
ଲିମ୍ବୋ, ଏକ ଭିଡ଼ିଓ ଗେମ୍ । ଏହା ପ୍ଲେ-ଡେଡ୍ ସଂସ୍ଥାଦ୍ୱାରା ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଥିଲା । ଏହି ଗେମ୍ଟି ୨୦୧୦ରେ ମୁକ୍ତିଲାଭ କରିଥିଲା ଏବଂ ତା'ପରଠାରୁ ବିଭିନ୍ନ ଅପରେଟିଂ ସିଷ୍ଟମ୍ରେ ଏହା ଉପଲବ୍ଧ । ଲିମ୍ବୋ ଏକ 2D ଗେମ୍, ଯେଉଁଥିରେ ଗୋଟିଏ ପିଲା ତା'ର ଭଉଣୀକୁ ଖୋଜିବାକୁ ଯାଇକି ଏକ ଅଜଣା ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଫଶିଯାଏ । ଏହି ଗେମ୍ଟିରେ ଥିବା କିଛି ଗୁପ୍ତ ତଥ୍ୟ ତଥା କିଛି କଷ୍ଟକର ସ୍ତରକୁ ପାର୍ କରିବାକୁ ପଡ଼ିଥାଏ । ପ୍ଲେ-ଡେଡ୍ "କର ବା ମର" ସୁତ୍ର ଉପରେ ହିଁ ଏହି ଗେମ୍ଟି ତିଆରି କରିଛି । ପ୍ରତ୍ୟେକଥର ଏହି ଗେମ୍ରେ ଥିବା ପିଲାଟି ମରିଗଲେ, ପୁଣି ପୂର୍ବ ସ୍ତରରୁ ହିଁ ଖେଳ ପୁନଃଆରମ୍ଭ ହୁଏ ।
ଦିୟା ଔର୍ ବାତି ହମ୍ (ଓଡ଼ିଆ:ଆମେ ଦୀପ ଓ ସଳିତା ଭଳି) ଏକ ଷ୍ଟାର ପ୍ଲସର ଏକଚ ହିନ୍ଦୀ ଧାରାବାହିକ । ଏହା ୨୯ ଅଗଷ୍ଟ ୨୦୧୧ ରାତି ୯ଟା ଆରମ୍ଭ ହୋଇଥିଲା । ଅନସ ରସିଦ(ସୂରଜ) ଓ ଦୀପିକା ସିଂ(ସନ୍ଧ୍ୟା) ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି । ସୂରଜ ଏକ ଉତ୍ତମ ପତି ଭୂମିକରେ ଅଭିନୟ କରିଛନ୍ତି ଯିଏ ନିଜେ ପତ୍ନୀଙ୍କ ଆଇପିଏସ ସ୍ୱପ୍ନକୁ ସତ କରିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି ।
ମେଜର ଶୈତାନ ସିଂ ଭାଟି, ପିଭିସି (୧ ଡିସେମ୍ବର ୧୯୨୪ - ୧୮ ନଭେମ୍ବର ୧୯୬୨) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ ଏବଂ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରାପ୍ତ କରିଥିଲେ । ସେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ସ୍ନାତକ ଶେଷ କରିବା ପରେ ସିଂହ ଯୋଧପୁର ଷ୍ଟେଟ୍ ଫୋର୍ସରେ ଯୋଗ ଦେଇଥିଲେ। ଯୋଧପୁର ରାଜ୍ୟକୁ ଭାରତରେ ମିଶ୍ରଣ ହେବା ପରେ ତାଙ୍କୁ କୁମାଉଁ ରେଜିମେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ସେ ନାଗା ପାହାଡ ଏବଂ ୧୯୬୧ ମସିହାରେ ଗୋଆକୁ ଭାରତୀୟ ଅକ୍ତିଆର କରିବାରେ ଅପରେସନରେ ଅଂଶଗ୍ରହଣ କରିଥିଲେ ।
ଅଙ୍ଗୁରୁ ନମିଳିଲେ ଖଟା, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଦେବାଶିଷ ପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଆସାମ ପୂର୍ବ ହିମାଳୟର ଦକ୍ଷିଣରେ ବ୍ରହ୍ମପୁତ୍ର ଏବଂ ବରାକ ନଦୀ ଉପତ୍ୟକାରେ ଅବସ୍ଥିତ ଏକ ଉତ୍ତରପୂର୍ବ ଭାରତୀୟ ରାଜ୍ୟ । ଆସାମର କ୍ଷେତ୍ରଫଳ 78,438 km2 (30,285 sq mi) ୭୮,୪୩୮ ବର୍ଗ କିଲୋମିଟର (୩୦,୨୮୫ ବର୍ଗ ମାଇଲ) । ଆୟତନ ଦୃଷ୍ଟିରୁ ଏହା ଉତ୍ତର-ପୂର୍ବ ଭାରତର ଦ୍ୱିତୀୟ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସର୍ବବୃହତ । ଏହି ରାଜ୍ୟର ଉତ୍ତରରେ ଭୁଟାନ ଓ ଅରୁଣାଚଳ ପ୍ରଦେଶ; ପୂର୍ବରେ ନାଗାଲ୍ୟାଣ୍ଡ ଓ ମଣିପୁର; ଦକ୍ଷିଣରେ ମେଘାଳୟ, ତ୍ରିପୁରା, ମିଜୋରାମ ଓ ବଙ୍ଗଳାଦେଶ ରହିଛି । ଏଥିସହିତ ସିଲିଗୁଡ଼ି ପଥ ଦେଇ ପଶ୍ଚିମରେ ପଶ୍ଚିମବଙ୍ଗ ରହିଛି ଏବଂ ଏହି 22-kilometre-ଚଉଡ଼ା (14 mi) ୨୨ କିଲୋମିଟର ଚଉଡ଼ା (୧୪ ମାଇଲ) ଭୂମିଟି ରାଜ୍ୟକୁ ବାକି ଭାରତ ସହ ଯୋଡ଼ିଥାଏ । ଅସମୀୟା ଓ ବୋଡ଼ୋ ଆସାମର ସରକାରୀ ଭାଷା । ମୈତେଇ (ମଣିପୁରୀ) ହଜାଇ ଜିଲ୍ଲା ଓ ସମ୍ପୂର୍ଣ୍ଣ ବରାକ ଉପତ୍ୟକା ଜିଲ୍ଲାର ସରକାରୀ ଭାଷା ଏବଂ ବଙ୍ଗଳା ବରାକ ଉପତ୍ୟକାର ତିନୋଟି ଜିଲ୍ଲାର ସରକାରୀ ଭାଷା ।
ନାଇଟ୍ରସ୍ ଅକ୍ସାଇଡ (ଔଷଧ), ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ ଏଣ୍ଟୋନକ୍ସ, ହେଉଛି ଏକ ପ୍ରଶ୍ୱାସରେ ନିଆଯାଉଥିବା ଗ୍ୟାସ୍ ଯାହା ଯନ୍ତ୍ରଣା ନିବାରକ ଭାବରେ ଓ ଅନ୍ୟାନ୍ୟ ଔଷଧ ସହିତ ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ | ସାଧାରଣତଃ ପ୍ରସବ ସମୟରେ, ଆଘାତ ପରେ, ଏବଂ ଜୀବନର ଶେଷ ସମୟରେ ଯତ୍ନ ଭାବରେ ବ୍ୟବହର କରାଯାଏ | ପ୍ରଭାବ ସାଧାରଣତଃ ଅଧ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଓ ପ୍ରାୟ ଏକ ମିନିଟ୍ ପର୍ଯ୍ୟନ୍ତ ରହିଥାଏ |
ଶୈରିନ୍ଦ୍ରୀ ନାୟକ (୧ ଜୁଲାଇ ୧୯୨୯ - ୨୯ ଜୁଲାଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଶୈରିନ୍ଦ୍ରୀ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୪ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାର ୬ଷ୍ଠ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୭୭ ମସିହାରେ ୨ୟ ଥର ପାଇଁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ବିଧାନ ସଭାକୁ ନିର୍ବାଚିତ ହେବା ଆଗରୁ ସେ ସମ୍ବଲପୁର ପୌରପାଳିକାର ଜଣେ କାଉନ୍ସିଲର୍ ଭାବରେ ୧୯୫୮ ମସିହାରୁ ୧୯୬୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
କନ୍କସନ ପର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Post-concussion syndrome/ PCS ) ହେଉଛି ସାମାନ୍ୟ ମସ୍ତିଷ୍କ ଆଘାତ (TBI); ଲକ୍ଷଣଗୁଡିକ ଅଧିକ ସମୟ ରହିଲେ ଅଧିକାଂଶ ଲୋକ ଏହି ଶବ୍ଦ ବ୍ୟବହାର କରନ୍ତି । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଅସ୍ଥିର ଲାଗିବ, ବିରକ୍ତିକରତା, ଶୋଇବାରେ ଅସୁବିଧା କିମ୍ବା ବୋଧଶକ୍ତି ଅସୁବିଧା ହୋଇପାରେ । ରୋଗ ଜଟିଳ ହେଲେ ଉଦାସୀନତା, ଉଦ୍ବେଗ, ଏବଂ ଅତ୍ୟଧିକ ଔଷଧ ବ୍ୟବହାର ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ ହୋଇପାରେ।
ଅପରାହ୍ନର ସୂର୍ଯ୍ୟ ୨୦୨୪ ମସିହାରେ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଜୟ କୁମାର ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସାତ୍ୱିକ ରାଜା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅନନ୍ୟା ପ୍ରଡ଼କ୍ସନ ଦ୍ୱାରା ଏହି କଥାଚିତ୍ରଟିର ପ୍ରଯୋଜନା କରାଯାଇଥିଲା ।
ବ୍ରତ ଶବ୍ଦ ସଂସ୍କୃତ ‘ବୃ’ ଧାତୁରୁ ନିଷ୍ପନ୍ନ । ଏହାର ଅର୍ଥ ବରଣ କରିବା, ପ୍ରାର୍ଥନା କରିବା । ସ୍ୱର୍ଗ ସୁଖ, ଧନାଦି କାମନାରେ ନିୟମିତ ବା ସଂପଳ୍ପିତ ଧର୍ମାନୁଷ୍ଠାନ ବା ଉପବାସାଦିକୁ ବ୍ରତ ବୋଲି ଅଭିଧାନମାନଙ୍କରେ ଉଲ୍ଲେଖ କରାଯାଇଛି । କାମନା ପୂରଣ ଉଦ୍ଦେଶ୍ୟରେ ଆଚରଣ ଏବଂ ଖାଦ୍ୟପେୟରେ ଶୁଦ୍ଧ ଏବଂ ସଂଯତ ରହି ନିର୍ଦ୍ଦିଷ୍ଟ ତିଥି, ବାର, ଯୋଗ, ସପ୍ତାହ, ମାସ ବା ସମୟରେ କୌଣସି ଦେବୀଙ୍କର ସନ୍ତୋଷ ବିଧାନ ବା ଆନୁକୂଲ୍ୟ ଲାଭ ପାଇଁ ସଂକଳ୍ପବଦ୍ଧ ହୋଇ ନିର୍ଦ୍ଧାରିତ ନିୟମ ଅନୁସାରେ ସମ୍ପାଦିତ ଏକ ପ୍ରକାରର ଧର୍ମକୃତ୍ୟକୁ ବ୍ରତ କୁହାଯାଏ । ବ୍ରତ ପାଳନରେ ନିରାହାର ରହିବା ଅପରିହାର୍ଯ୍ୟ ନୁହେଁ । କେତେକ ବ୍ରତରେ ଲଘୁ ଓ ଯଜ୍ଞ ଉପଯୋଗୀ ଖାଦ୍ୟ ଗ୍ରହଣର ବିଧି ଉଲ୍ଲେଖ ଅଛି । ବ୍ରତ ଗୁଡ଼ିକ ସାଧାରଣତଃ ସ୍ମୃତି ବା ଧର୍ମଶାସ୍ତ୍ର ଅନୁମୋଦିତ ପ୍ରଣାଳୀରେ ପାଳିତ ହୁଏ । ଏଥିରେ ସଂକଳ୍ପ, ଇଷ୍ଟପୂଜା ଓ କଥା ଶ୍ରବଣ ଅନିବାର୍ଯ୍ୟ ଅଙ୍ଗ ଭାବରେ ଥାଏ । ଏହା ପୁରୁଷ ଓ ସ୍ତ୍ରୀ ଉଭୟ ପାଳନ କରିପାରିବେ ।