ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ମହାଳୟା

    ମହାଳୟା

    ମହାଳୟା (ଇଂରାଜୀ: Mahalaya, ମହାଳୟା ଅମାବାସ୍ୟା ନାମରେ ମଧ୍ୟ ଜଣା) ଭାରତର ରାଜ୍ୟ ଓଡ଼ିିିଶାର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ '''ମହାଳୟା ଶ୍ରାଦ୍ଧ''', '''ସାମ୍ବତ୍ସରିକ ଶ୍ରାଦ୍ଧ''' ବା '''ପାର୍ବଣ ଶ୍ରାଦ୍ଧ''' ବା '''ମଉଳା ଶ୍ରାଦ୍ଧ''' କୁହାଯାଏ ।

    200 ପଠିତ (↑114 ଗତକାଲିଠାରୁ)9,0,11,20,86, 200

    4 ଦିନ ଷ୍ଟ୍ରିକ

    🔍 🗞️
  2. 2

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    66 ପଠିତ (↑25 ଗତକାଲିଠାରୁ)93,63,63,40,41, 66

    5+ ଦିନ ଷ୍ଟ୍ରିକ

    🔍 🗞️
  3. 3

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    54 ପଠିତ (↓412 ଗତକାଲିଠାରୁ)62,71,85,186,466, 54

    5+ ଦିନ ଷ୍ଟ୍ରିକ

    🔍 🗞️
  4. 4

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    52 ପଠିତ (↓7 ଗତକାଲିଠାରୁ)48,57,49,48,59, 52

    5+ ଦିନ ଷ୍ଟ୍ରିକ

    🔍 🗞️
  5. 5

    ନବରାତ୍ରୀ

    ନବରାତ୍ରୀ

    ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି (ଏବଂ ଦଶ ଦିନ) ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବଏ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ । ଏଥିରେ ହିନ୍ଦୁ ଦେବୀଙ୍କୁ (ଦୁର୍ଗା) ସମ୍ମାନ ଜଣାଇ ପାଳନ କରାଯାଏ । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ ଗ୍ରେଗୋରିଆନ ମାସ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପଡ଼ିଥାଏ ।

    33 ପଠିତ (↑33 ଗତକାଲିଠାରୁ)0,0,0,17,0, 33

    1 ଦିନ ଷ୍ଟ୍ରିକ

    🔍 🗞️
  6. 6

    ମାୟାଧର ମାନସିଂହ

    ମାୟାଧର ମାନସିଂହ

    ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

    24 ପଠିତ (↑1 ଗତକାଲିଠାରୁ)17,11,29,24,23, 24

    5+ ଦିନ ଷ୍ଟ୍ରିକ

    🔍 🗞️
  7. 7

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    24 ପଠିତ (0 ଗତକାଲିଠାରୁ)32,20,23,37,24, 24

    5+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    24 ପଠିତ (↑9 ଗତକାଲିଠାରୁ)13,18,18,37,15, 24

    5+ ଦିନ ଷ୍ଟ୍ରିକ

    🔍 🗞️
  9. 9

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    23 ପଠିତ (↑10 ଗତକାଲିଠାରୁ)25,14,31,23,13, 23

    5+ ଦିନ ଷ୍ଟ୍ରିକ

    🔍 🗞️
  10. 10

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    22 ପଠିତ (↑5 ଗତକାଲିଠାରୁ)13,18,25,18,17, 22

    5+ ଦିନ ଷ୍ଟ୍ରିକ

    🔍 🗞️
  11. 11

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    22 ପଠିତ (↓2 ଗତକାଲିଠାରୁ)25,34,34,19,24, 22

    5+ ଦିନ ଷ୍ଟ୍ରିକ

    🔍 🗞️
  12. 12

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    Odia

    21 ପଠିତ (↑3 ଗତକାଲିଠାରୁ)24,16,25,16,18, 21

    5+ ଦିନ ଷ୍ଟ୍ରିକ

    🔍 🗞️
  13. 13

    ଲିପି (ଅଭିନେତ୍ରୀ)

    ଲିପି (ଅଭିନେତ୍ରୀ)

    ‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ଆକାଶ ଦାସ ନାୟକ ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।

    21 ପଠିତ (↓11 ଗତକାଲିଠାରୁ)22,29,66,59,32, 21

    5+ ଦିନ ଷ୍ଟ୍ରିକ

    🔍 🗞️
  14. 14

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    20 ପଠିତ (↑10 ଗତକାଲିଠାରୁ)20,17,18,10,10, 20

    5+ ଦିନ ଷ୍ଟ୍ରିକ

    🔍 🗞️
  15. 15

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    19 ପଠିତ (↑6 ଗତକାଲିଠାରୁ)23,17,19,15,13, 19

    5+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    19 ପଠିତ (0 ଗତକାଲିଠାରୁ)22,26,21,14,19, 19

    5+ ଦିନ ଷ୍ଟ୍ରିକ

    🔍 🗞️
  17. 17

    ହନୁମାନ ଚାଳିଶା

    ହନୁମାନ ଚାଳିଶା

    ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅବଧୀ ଭାଷାରେ ରଚନା କରିଥିଲେ ।

    19 ପଠିତ (↑2 ଗତକାଲିଠାରୁ)14,22,0,0,17, 19

    2 ଦିନ ଷ୍ଟ୍ରିକ

    🔍 🗞️
  18. 18

    ଅମାବାସ୍ୟା

    ଅମାବାସ୍ୟା

    କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

    19 ପଠିତ (↑19 ଗତକାଲିଠାରୁ)0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  19. 19

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ପୁରୁଷ ଜାତୀୟ କ୍ରିକେଟ ଦଳ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥାଏ। ଏହା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଦ୍ୱାରା ପରିଚାଳିତ ଏବଂ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଟି-୨୦) ମାନ୍ୟତା ସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୂର୍ଣ୍ଣ ସଦସ୍ୟ ଅଟେ ।

    19 ପଠିତ (↑19 ଗତକାଲିଠାରୁ)0,10,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଶ୍ରାଦ୍ଧ

    ଶ୍ରାଦ୍ଧ

    ଶ୍ରାଦ୍ଧକର୍ମରେ ଅନ୍ତରର ଶ୍ରଦ୍ଧା ହେଉଛି ମୁଖ୍ୟ । ଅନ୍ତରର ଶ୍ରଦ୍ଧା ନଥାଇ କୌଣସି କାର୍ଯ୍ୟ ଫଳଦାୟକ ହୁଏ ନାହିଁ । ଜଣେ ଗୃହସ୍ଥ ପକ୍ଷରେ ବର୍ଷକ ମଧ୍ୟରେ ଚାରିଗୋଟି ଶ୍ରାଦ୍ଧ ସ୍ୱତନ୍ତ୍ର ଭାବେ କରିବାର ବ୍ୟବସ୍ଥା ଅଛି, ଯଥା: ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ଦୀପଦାନ ବା ପୟାଶ୍ରାଦ୍ଧ ।

    18 ପଠିତ (↑9 ଗତକାଲିଠାରୁ)0,0,0,11,9, 18

    3 ଦିନ ଷ୍ଟ୍ରିକ

    🔍 🗞️
  21. 21

    ଆକାଶନନ୍ଦ

    ଆକାଶନନ୍ଦ

    ଆକାଶନନ୍ଦ (ଜନ୍ମ ୩୦ ଡିସେମ୍ବର ୨୦୦୧) ଜଣେ ଭାରତୀୟ ଆଇନଜୀବୀ ଓ ଆଇନ ପୁସ୍ତକ ଲେଖକ| ସେ ନନ୍ଦ ଆଣ୍ଡ ନନ୍ଦ ଆସୋସିଏଟ୍ସ ର ପ୍ରତିଷ୍ଠାତା [୧]

    18 ପଠିତ (↓2 ଗତକାଲିଠାରୁ)15,0,28,47,20, 18

    4 ଦିନ ଷ୍ଟ୍ରିକ

    🔍 🗞️
  22. 22

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    18 ପଠିତ (↑3 ଗତକାଲିଠାରୁ)21,20,29,24,15, 18

    5+ ଦିନ ଷ୍ଟ୍ରିକ

    🔍 🗞️
  23. 23

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    18 ପଠିତ (↑2 ଗତକାଲିଠାରୁ)16,22,27,15,16, 18

    5+ ଦିନ ଷ୍ଟ୍ରିକ

    🔍 🗞️
  24. 24

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    18 ପଠିତ (↑3 ଗତକାଲିଠାରୁ)35,28,17,16,15, 18

    5+ ଦିନ ଷ୍ଟ୍ରିକ

    🔍 🗞️
  25. 25

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    17 ପଠିତ (↓1 ଗତକାଲିଠାରୁ)8,19,15,21,18, 17

    5+ ଦିନ ଷ୍ଟ୍ରିକ

    🔍 🗞️
  26. 26

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    17 ପଠିତ (↑3 ଗତକାଲିଠାରୁ)42,21,15,27,14, 17

    5+ ଦିନ ଷ୍ଟ୍ରିକ

    🔍 🗞️
  27. 27

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    17 ପଠିତ (↓3 ଗତକାଲିଠାରୁ)32,26,29,26,20, 17

    5+ ଦିନ ଷ୍ଟ୍ରିକ

    🔍 🗞️
  28. 28

    ଦୁର୍ଗା ପୂଜା

    ଦୁର୍ଗା ପୂଜା

    ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।

    17 ପଠିତ (↑7 ଗତକାଲିଠାରୁ)0,14,12,18,10, 17

    5 ଦିନ ଷ୍ଟ୍ରିକ

    🔍 🗞️
  29. 29

    ଶୈଳପୁତ୍ରୀ

    ଶୈଳପୁତ୍ରୀ

    ଶୈଳପୁତ୍ରୀ

    16 ପଠିତ (↑16 ଗତକାଲିଠାରୁ)0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    15 ପଠିତ (↑4 ଗତକାଲିଠାରୁ)19,11,9,0,11, 15

    2 ଦିନ ଷ୍ଟ୍ରିକ

    🔍 🗞️
  31. 31

    ରାଶି ଓ ନକ୍ଷତ୍ର

    ରାଶି ଓ ନକ୍ଷତ୍ର

    ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

    14 ପଠିତ (↑6 ଗତକାଲିଠାରୁ)0,0,0,0,8, 14

    2 ଦିନ ଷ୍ଟ୍ରିକ

    🔍 🗞️
  32. 32

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    14 ପଠିତ (↓2 ଗତକାଲିଠାରୁ)13,0,9,12,16, 14

    4 ଦିନ ଷ୍ଟ୍ରିକ

    🔍 🗞️
  33. 33

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    13 ପଠିତ (↓2 ଗତକାଲିଠାରୁ)9,36,0,0,15, 13

    2 ଦିନ ଷ୍ଟ୍ରିକ

    🔍 🗞️
  34. 34

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    13 ପଠିତ (↓2 ଗତକାଲିଠାରୁ)15,19,17,13,15, 13

    5+ ଦିନ ଷ୍ଟ୍ରିକ

    🔍 🗞️
  35. 35

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ । ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    ବାଜି ରାଉତ

    ବାଜି ରାଉତ

    ବାଜି ରାଉତ (୧୯୨୫-୧୯୩୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗାଆଁରେ ଜନ୍ମ ନେଇଥିଲେ ।

    13 ପଠିତ (↓19 ଗତକାଲିଠାରୁ)84,32,9,8,32, 13

    5+ ଦିନ ଷ୍ଟ୍ରିକ

    🔍 🗞️
  37. 37

    ପ୍ରଥମାଷ୍ଟମୀ

    ପ୍ରଥମାଷ୍ଟମୀ

    ପ୍ରଥମାଷ୍ଟମୀ (ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ) ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ I

    13 ପଠିତ (↑13 ଗତକାଲିଠାରୁ)0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  38. 38

    ନାନା ପାଟେକର

    ନାନା ପାଟେକର

    ବିଶ୍ୱନାଥ ପାଟେକର (୧ ଜାନୁଆରୀ ୧୯୫୧ – ୮ ଅକ୍ଟୋବର ୨୦୨୬), ଯିଏକି ସାଧାରଣରେ ନାନା ବା ନାନା ପାଟେକର ନାମରେ ଜଣାଶୁଣା, ଜଣେ ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଥିଲେ । ସେ ମୁଖ୍ୟତଃ ହିନ୍ଦୀ ଓ ମରାଠୀ କଥାଚିତ୍ରରେ କାର୍ଯ୍ୟ କରୁଥିଲେ । ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ପ୍ରଭାବଶାଳୀ ତଥା ଜଣାଶୁଣା ଅଭିନେତା ଭାବେ ପରିଗଣିତ ପାଟେକର ତାଙ୍କର ଅଭିନୟ ନିମନ୍ତେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଚାରୋଟି ଫିଲ୍ମଫେୟାର ପୁରସ୍କାର, ଦୁଇଟି ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ମରାଠୀ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ସିନେମା ଓ କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

    12 ପଠିତ (↓4 ଗତକାଲିଠାରୁ)0,0,0,38,16, 12

    3 ଦିନ ଷ୍ଟ୍ରିକ

    🔍 🗞️
  39. 39

    ଅମିତାଭ ବଚ୍ଚନ

    ଅମିତାଭ ବଚ୍ଚନ

    ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍‌ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍‌ର ଶେହେନ୍‌ଶାହ, ସୁପର୍‌ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା । ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍‌ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହ‌ୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍‌ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍‌ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍‌କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ । ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍‌ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍‌ସ୍‌ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍‌ଫ୍‌ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍‌ରେ ନିଜ ପାଦ ଥାପିଥିଲେ ।

    12 ପଠିତ (↑12 ଗତକାଲିଠାରୁ)17,13,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  40. 40

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    12 ପଠିତ (↑3 ଗତକାଲିଠାରୁ)16,12,9,8,9, 12

    5+ ଦିନ ଷ୍ଟ୍ରିକ

    🔍 🗞️
  41. 41

    ସ୍ନିଗ୍ଧା ମହାନ୍ତି

    ସ୍ନିଗ୍ଧା ମହାନ୍ତି

    ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍‍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଦୂରଦର୍ଶନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି ।

    12 ପଠିତ (↓11 ଗତକାଲିଠାରୁ)48,29,94,53,23, 12

    5+ ଦିନ ଷ୍ଟ୍ରିକ

    🔍 🗞️
  42. 42

    ହିନ୍ଦୀ

    ହିନ୍ଦୀ

    ମାନକ ହିନ୍ଦୀ ବା ଆଧୁନିକ ମାନକ ହିନ୍ଦୀ (मानक हिन्दी), ନାଗେରୀ ହିନ୍ଦୀ ଓ ସାହିତ୍ୟ ହିନ୍ଦୀ ଏକ ମାନକ ଭାଷା ଓ ସଂସ୍କୃତଦ୍ୱାରା ପ୍ରଭାବିତ ।ଏହା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କହାଯାଉଥିବା ମୂଳ ଖାରିବୋଲିରୁ ଜନ୍ମ ନେଇଅଛି । ଏହା ଭାରତ ସମ୍ବିଧାନରେ ଥିବା ୨୨ଟି ସରକାରୀ ଭାଷାରୁ ଗୋଟିଏ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  43. 43

    ନବଦୁର୍ଗା

    ନବଦୁର୍ଗା

    ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ୤

    12 ପଠିତ (↑12 ଗତକାଲିଠାରୁ)8,0,0,12,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  44. 44

    ତାରିଣୀ ମନ୍ଦିର, ଘଟଗାଁ

    ତାରିଣୀ ମନ୍ଦିର, ଘଟଗାଁ

    ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ । ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା । ମା ତାରିଣୀଙ୍କଠାରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ ।

    12 ପଠିତ (↑1 ଗତକାଲିଠାରୁ)0,0,0,0,11, 12

    2 ଦିନ ଷ୍ଟ୍ରିକ

    🔍 🗞️
  45. 45

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

    12 ପଠିତ (↑12 ଗତକାଲିଠାରୁ)14,0,9,14,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  46. 46

    କୁଞ୍ଜବିହାରୀ ଦାଶ

    କୁଞ୍ଜବିହାରୀ ଦାଶ

    ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ "ଲୋକରତ୍ନ" ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,9,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  47. 47

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

    11 ପଠିତ (0 ଗତକାଲିଠାରୁ)9,15,15,10,11, 11

    5+ ଦିନ ଷ୍ଟ୍ରିକ

    🔍 🗞️
  48. 48

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    11 ପଠିତ (↓2 ଗତକାଲିଠାରୁ)23,26,24,16,13, 11

    5+ ଦିନ ଷ୍ଟ୍ରିକ

    🔍 🗞️
  49. 49

    ସମଲେଶ୍ୱରୀ

    ସମଲେଶ୍ୱରୀ

    ସମଲେଇ ବା ସମଲେଶ୍ୱରୀ ଜଣେ ହିନ୍ଦୁ ଠାକୁରାଣୀ ଦୁର୍ଗାଙ୍କର ଅନ୍ୟ ରୂପ । ଓଡ଼ିଶାର ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ସୋନପୁରର ସମଲେଶ୍ୱରୀ ମନ୍ଦିର ସେ ପୂଜା ପାଇଥାନ୍ତି ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    ବିଶ୍ୱନାଥ କର

    ବିଶ୍ୱନାଥ କର

    ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।

    11 ପଠିତ (↓7 ଗତକାଲିଠାରୁ)13,0,18,0,18, 11

    2 ଦିନ ଷ୍ଟ୍ରିକ

    🔍 🗞️
  51. 51

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    11 ପଠିତ (0 ଗତକାଲିଠାରୁ)0,10,17,28,11, 11

    5 ଦିନ ଷ୍ଟ୍ରିକ

    🔍 🗞️
  52. 52

    ପ୍ୟାରୀମୋହନ ଆଚାର୍ଯ୍ୟ

    ପ୍ୟାରୀମୋହନ ଆଚାର୍ଯ୍ୟ

    ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ । ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,11,8,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ଫୁଲ୍ଲୋରି ଓଷା

    ଫୁଲ୍ଲୋରି ଓଷା

    ଫୁଲ୍ଲୋରି ଓଷା ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏବଂ ଅଧୁନା ବିଲୁପ୍ତପ୍ରାୟ ଏକ ଓଷା । ଏହା ସାଧାରଣତଃ ବ୍ରାହ୍ମଣ ସଂପ୍ରଦାୟର କୁମାରୀମାନେ ପ୍ରତିବର୍ଷ ଦୁର୍ଗାଷ୍ଟମୀର ନଅଦିନ ଆଗରୁ ବାପା ଓ ଭାଇମାନଙ୍କର ମଙ୍ଗଳ ପାଇଁ କରିଥାନ୍ତି । ପୋଖରୀ କୂଳରେ ହେଉଥିବା ଏହି ଓଷାରେ ଅବିବାହିତା ଝିଅମାନେ ହରଗୌରୀ ଓ ଗୁଆ ପୂଜା କରିଥାନ୍ତି । ଓଡ଼ିଶାର ମାତ୍ର କିଛି ସ୍ଥାନରେ ଏହି ଓଷା ପାଳିତ ହୋଇଥାଏ । ଏଥି ମଧ୍ୟରୁ ଯାଜପୁର ଜିଲ୍ଲାର ବଳରାମପୁର ତଳଗଡ଼, ମଣିପୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଆଦି ଅଞ୍ଚଳ ପ୍ରଧାନ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    ଦୁର୍ଗା

    ଦୁର୍ଗା

    ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।

    11 ପଠିତ (0 ଗତକାଲିଠାରୁ)0,0,0,0,11, 11

    2 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଓଡ଼ିଶାର ସଂସ୍କୃତି

    ଓଡ଼ିଶାର ସଂସ୍କୃତି

    ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.

    11 ପଠିତ (↑3 ଗତକାଲିଠାରୁ)0,0,0,0,8, 11

    2 ଦିନ ଷ୍ଟ୍ରିକ

    🔍 🗞️
  56. 56

    ଜୟ ଜଗନ୍ନାଥ

    ଜୟ ଜଗନ୍ନାଥ

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।

    10 ପଠିତ (↑10 ଗତକାଲିଠାରୁ)0,0,0,8,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  57. 57

    ବଳରାମ ଦାସ

    ବଳରାମ ଦାସ

    ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ ।

    10 ପଠିତ (↑10 ଗତକାଲିଠାରୁ)10,20,12,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  58. 58

    ସୁନ୍ଦର ପିଚାଇ

    ସୁନ୍ଦର ପିଚାଇ

    ପିଚାଇ ସୁନ୍ଦରରାଜନ୍ (ଜନ୍ମ: ୧୨ ଜୁଲାଇ ୧୯୭୨, ସୁନ୍ଦର ପିଚାଇ ନାମରେ ପରିଚିତ) ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ । ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  59. 59

    ଢମଣା ସାପ

    ଢମଣା ସାପ

    ଢମଣା ସାପ ବା ଢାମଣା ସାପକୁ ଇଂରାଜୀରେ oriental ratsnake (ପ୍ରାଚ୍ୟ ଦେଶର ମୂଷାଖିଆ ସାପ), Indian rat snake (ଭାରତୀୟ ମୂଷାଖିଆ ସାପ), 'ଡାରାଶ୍' ବା ଢାମନ୍, ବୋଲି କୁହାଯାଏ । ଏହି ସାପ କୋଲୁବ୍ରିଡ୍ ପ୍ରଜାତିର ଏବଂ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଏସିଆରେ ଅଧିକାଂଶରେ ଦେଖାଯାନ୍ତି । ଢ଼ମଣା ସାପ ଆକାରରେ ପ୍ରାୟତଃ ଦେଖା ଯାଉଥିବା ସପଙ୍କଠାରୁ ବଡ଼ ଏବଂ ପ୍ରାୟ ୨ ମିଟର୍ (୬.୬ ଫୁଟ୍) ପର୍ଯ୍ୟନ୍ତ ବଢ଼ନ୍ତି (କିଛି ଢମଣା ସାପ ପ୍ରାୟ ୩ ମିଟର୍ ବା ୯.୮ ଫୁଟ୍ ପର୍ଯ୍ୟନ୍ତ ବଢ଼ିବା ଦେଖାଯାଇଛି) । ସ୍ଥାନାନୁଯାୟୀ ସେମାନଙ୍କ ରଙ୍ଗରେ ପାର୍ଥକ୍ୟ ଦେଖାଯାଏ । ଶୁଷ୍କ ଅଞ୍ଚଳର ଢମଣା ସାପମାନେ ଫିକା ମାଟିଆ ରଙ୍ଗର ହୋଇଥିବା ବେଳେ ଆର୍ଦ୍ର ଅଞ୍ଚଳର ଢମଣା ସାପମାନେ ଗାଢ଼ ଓ ପ୍ରାୟ କଳା ରଙ୍ଗର ହୋଇଥାନ୍ତି । ଢମଣା ସାପ ମୁଖ୍ୟତଃ ଦିବାଚର ଏବଂ ବିଷହୀନ ହୋଇଥାନ୍ତି । ଏମାନେ କିଛି ମାତ୍ରାରେ ବୃକ୍ଷ ଇତ୍ୟାଦିରେ ଚଢ଼ିବା ସହିତ ଦ୍ରୁତ ବେଗରେ ଗତି ମଧ୍ୟ କରିପାରନ୍ତି । ବହୁ କ୍ଷୁଦ୍ରାକାର ପ୍ରାଣୀଙ୍କୁ ଢମଣା ସାପ ଆହରଣ କରିଥାଏ, ତେବେ ପ୍ରାୟତଃ ଏହି ସାପ ଜନବସତି ଆଖାପାଖି ଅଞ୍ଚଳରେ ଦେଖାଯାନ୍ତି, ଯେଉଁଠାରେ ମୂଷା ଏମାନଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ଥାଏ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ଶିବାନୀ ସଙ୍ଗୀତା

    ଶିବାନୀ ସଙ୍ଗୀତା

    ଶିବାନୀ ସଙ୍ଗୀତା, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ । ଶିବାନୀ ଉତ୍ତରଦାୟୀ ଧାରାବାହିକ ଜରିଆରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ଏବଂ ମିତରେ ମିତ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ । ଶିବାନୀ ଅଭିନେତା ବାବୁଶାନଙ୍କ ସ‌ହ ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜ୍ୟ ନିର୍ବାଚନ କମିଶନର୍‌ଙ୍କଦ୍ୱାରା ଭୋଟ ପାଇଁ ସଚେତନତା କାର୍ଯ୍ୟକ୍ରମର ଜଣେ ପ୍ରଚାରକ ଭାବରେ ମନୋନୀତ ହୋଇଥିଲେ ।

    10 ପଠିତ (↑2 ଗତକାଲିଠାରୁ)0,0,0,0,8, 10

    2 ଦିନ ଷ୍ଟ୍ରିକ

    🔍 🗞️
  61. 61

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

    10 ପଠିତ (↑10 ଗତକାଲିଠାରୁ)0,17,14,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଅନ୍ନଦା ଶଙ୍କର ରାୟ

    ଅନ୍ନଦା ଶଙ୍କର ରାୟ

    ଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ - ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  63. 63

    ଯକୃତ

    ଯକୃତ

    ଯକୃତ (ଇଂରାଜୀ ଭାଷାରେ liver) ଦେହର ଏକ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ । ଏକ ମୂଖ୍ୟ ବିପାକକାରୀ ଅଙ୍ଗ ଯାହା କେବଳ ମେରୁଦଣ୍ଡୀ ପ୍ରାଣୀଙ୍କ ଦେହରେ ଥାଏ ଯାହା ଅତ୍ୟାବଶ୍ୟକୀୟ ବିପାଚନ କ୍ରିୟା କରେ ଯେଉଁଥିରେ ପ୍ରାଣୀ ଅଙ୍ଗର ବିଷାକ୍ତକାରୀ ପଦାର୍ଥକୁ ନଷ୍ଟ କରିଥାଏ; ପୁଷ୍ଟିସାର ସଂଯୋଗ କରେ ଓ ହଜମ ତଥା ବିକାଶ ନିମନ୍ତେ ଅନେକ ଜୈବ ରାସାଯନିକ କାମ କରିଥାଏ । ଏହା ମାନବ ଶରୀରର ଡାହାଣ ଉଦ୍ଧ୍ଵ ଚତୁର୍ଥାଂଶରେ ଥାଏ ଯାହାକୁ ପଞ୍ଜରା ଅସ୍ଥି ସୁରକ୍ଷା ଦେଇଥାଏ । ଏହା ଦ୍ଵାରା ଶ୍ଵେତସାର ବିପାକ ହୁଏ ଅନେକ ପ୍ରକାରର ହରମୋନ ପ୍ରସ୍ତୁତ ହୋଇଥାଏ; ଶର୍କରା ଓ ଗ୍ଲାଇକୋଜେନ ପ୍ରସ୍ତୁତ ଓ ଭଣ୍ଡାର କରି ରଖାଯାଏ ଓ ଲୋହିତ ରକ୍ତ କଣିକା ନଷ୍ଟ କରିଥାଏ । ଶରୀର ଗଠନକାରୀ ଓ ଡାକ୍ତରୀ ଶବ୍ଦ ସବୁ ଯେପରିକି ହେପାଟୋଲୋଜି ଓ ହେପାଟାଇଟିସ ଶବ୍ଦମାନ ଏଥିରେ ବ୍ୟବହାର କରାଯାଏ ।ଯକୃତ ଏକ ଅତିରିକ୍ତ ହଜମକାରୀ ଅଙ୍ଗ ଯେଉଁଥିରୁ ପିତ୍ତ ନାମକ ଏକ କ୍ଷାରୀୟ ତରଳ ପଦାର୍ଥ ବାହାରେ ତଥା ଯେଉଁଥିରେ କୋଲେଷ୍ଟେରୋଲ ଓ ପିତ୍ତ ଅମ୍ଳ ଥାଏ । ଏହା ଖାଦ୍ୟରେ ଥିବା ଚର୍ବି ଅଂଶକୁ ଇମଲସନ ବା ଅବଦ୍ରବରେ ପରିଣତ କରିଥାଏ । ଗଲବ୍ଲାଡର ଏକ ଥଳି ଯାହା ଡାହାଣ ଯକୃତର ନିମ୍ନ ଭାଗରେ ଥାଏ । ଏହା ଯକୃତରୁ ବାହାରୁଥିବା ପିତ୍ତକୁ ଜମା କରି ଗାଢ କରିଥାଏ ଓ ପରେ ଏହା ଡୂଓଡେନମରେ ତ୍ୟାଗ କରି ହଜମ କରିବାରେ ସାହାଯ୍ୟ କରିଥାଏ । ଯକୃତରେ କିଛି ବିଶେଷ ଧରଣର ତନ୍ତୁ ଥାଏ ଯେଉଁଥିରେ ଅଧିକାଂଶ ହେପାଟୋସାଇଟ ଜୀବକୋଷ ଥାଏ । ଏହି ଜୀବକୋଷ ବିଭିନ୍ନ ପ୍ରକାରର ଉଚ୍ଚ ଧରଣର ଜୈବରାସାୟନିକ ପ୍ରତିକ୍ରିୟା କରିଥାଏ । ଏହା ଛୋଟ ଓ ଜଟିଳ ଜୈବିକ ମଲିକ୍ୟୁଲ ସବୁକୁ ଭାଙ୍ଗିଥାଏ ତଥା ସଂଯୁକ୍ତ କରିଥାଏ ଯେଉଁଗୁଡ଼ିକ ପ୍ରାଣଧାରକ କାମ ପାଇଁ ଆବଶ୍ୟକ ହୁଏ । ଏହି ଅଙ୍ଗ ଦ୍ୱାରା ପ୍ରାୟ ୫୦୦ ପ୍ରକାର କାମ ହୋଇଥାଏ । ଏହି କାରଣରୁ ୟକୃତକୁ ଦେହର ଏକ ରାସାୟନିକ କାରଖାନା ମନେ କରାଯାଏ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ସାରି ଧରମ

    ସାରି ଧରମ

    ସାରି ଧର୍ମ (ସାନ୍ତାଲି : ᱥᱟᱹᱨᱤ ᱫᱷᱚᱨᱚᱢ) ଭାରତ ରହୁଥିବା ସାନ୍ତାଳ ଲୋକ ଧର୍ମ। ଏହା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଆସାମ ଭଳି ଭାରତୀୟ ରାଜ୍ୟଗୁଡ଼ିକର ପୂର୍ବ ଭାଗରେ ଥିବା ଧାର୍ମିକ ବିଶ୍ୱାସ ମଧ୍ୟରୁ ଗୋଟିଏ। ଭାରତ ବାହାରେ, ଏହା ବାଂଲାଦେଶ, ନେପାଳ ଏବଂ ଭୁଟାନ ମଧ୍ୟ ଦେଖିବାକୁ ମିଳିଥାଏ। ଜୋମସିମ ବିଣ୍ଟିକୁ ଏକ ପବିତ୍ର ପୁସ୍ତକ ଭାବେ ବିବେଚନା କରାଯାଏ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

    10 ପଠିତ (↓5 ଗତକାଲିଠାରୁ)10,15,14,15,15, 10

    5+ ଦିନ ଷ୍ଟ୍ରିକ

    🔍 🗞️
  66. 66

    ଭାନୁଜୀ ରାଓ

    ଭାନୁଜୀ ରାଓ

    ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ । ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଉଇକିପିଡ଼ିଆ

    ଉଇକିପିଡ଼ିଆ

    ଉଇକିପିଡ଼ିଆ ( () wik-IH-PEE-DEE-ə or () wik-EE-PEE-DEE-ə; Odia: [uikipiɽiaː] ()) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ ।

    10 ପଠିତ (↑1 ଗତକାଲିଠାରୁ)0,0,0,0,9, 10

    2 ଦିନ ଷ୍ଟ୍ରିକ

    🔍 🗞️
  68. 68

    ରତ୍ନାକର ଚଇନି

    ରତ୍ନାକର ଚଇନି

    ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  69. 69

    ବଉଳ ଅମାବାସ୍ୟା

    ବଉଳ ଅମାବାସ୍ୟା

    ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  70. 70

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।

    9 ପଠିତ (0 ଗତକାଲିଠାରୁ)0,15,0,0,9, 9

    2 ଦିନ ଷ୍ଟ୍ରିକ

    🔍 🗞️
  71. 71

    ଖାରବେଳ

    ଖାରବେଳ

    ମହାମେଘବାହନ ଐର ଖାରବେଳ (IAST: Khārabeḷa) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ.

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ନବୀନ ପଟ୍ଟନାୟକ

    ନବୀନ ପଟ୍ଟନାୟକ

    ନବୀନ ପଟ୍ଟନାୟକ (୧୬ ଅକ୍ଟୋବର ୧୯୪୬) ଜଣେ ଭାରତୀୟ ରାଜନେତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଉଥିଲେ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ରାଧାମୋହନ ଗଡ଼ନାୟକ

    ରାଧାମୋହନ ଗଡ଼ନାୟକ

    ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।

    9 ପଠିତ (↑9 ଗତକାଲିଠାରୁ)0,9,9,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    9 ପଠିତ (↑1 ଗତକାଲିଠାରୁ)17,9,17,10,8, 9

    5+ ଦିନ ଷ୍ଟ୍ରିକ

    🔍 🗞️
  75. 75

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

    9 ପଠିତ (↓1 ଗତକାଲିଠାରୁ)0,0,0,0,10, 9

    2 ଦିନ ଷ୍ଟ୍ରିକ

    🔍 🗞️
  76. 76

    ରକ୍ତହୀନତା

    ରକ୍ତହୀନତା

    ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।> ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି.

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  77. 77

    ରଙ୍ଗନାଥ ମିଶ୍ର

    ରଙ୍ଗନାଥ ମିଶ୍ର

    ରଙ୍ଗନାଥ ମିଶ୍ର (୨୫ ନଭେମ୍ବର ୧୯୨୬ - ୧୩ ସେପ୍ଟେମ୍ବର ୨୦୧୨) ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତି । ଏତଦ ବ୍ୟତିତ ସେ ଜଣେ ରାଜ୍ୟ ସଭା ସାଂସଦ ତଥା ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସୁପ୍ରିମ କୋର୍ଟର ପ୍ରଥମ ଓଡ଼ିଆ ବିଚାରପତି ଥିଲେ ।

    9 ପଠିତ (↑9 ଗତକାଲିଠାରୁ)0,0,0,9,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ସମଲେଶ୍ୱରୀ ମନ୍ଦିର

    ସମଲେଶ୍ୱରୀ ମନ୍ଦିର

    ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହରରେ ଥିବା ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ଏହା ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    ଶୈଳଭାମା ମହାପାତ୍ର

    ଶୈଳଭାମା ମହାପାତ୍ର

    ଶୈଳଭାମା ମହାପାତ୍ର , ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    9 ପଠିତ (↓7 ଗତକାଲିଠାରୁ)0,26,15,21,16, 9

    5 ଦିନ ଷ୍ଟ୍ରିକ

    🔍 🗞️
  81. 81

    ନଅଙ୍କ ଦୁର୍ଭିକ୍ଷ

    ନଅଙ୍କ ଦୁର୍ଭିକ୍ଷ

    ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ବୀଣାପାଣି ମହାନ୍ତି

    ବୀଣାପାଣି ମହାନ୍ତି

    ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

    9 ପଠିତ (↑9 ଗତକାଲିଠାରୁ)9,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    9 ପଠିତ (↓8 ଗତକାଲିଠାରୁ)31,18,18,16,17, 9

    5+ ଦିନ ଷ୍ଟ୍ରିକ

    🔍 🗞️
  84. 84

    ଫେସବୁକ

    ଫେସବୁକ

    ଏହା ଏକ ଅନଲାଇନ ସାମାଜିକ ଯୋଗାଯୋଗ ସାଇଟ । ଏଠାରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା (ଚାଟ), ଭାବର ଆଦାନ ପ୍ରଦାନ, ନୂଆ ଫଟୋଚିତ୍ର ଓ ଭିଡ଼ିଓ ବଣ୍ଟନ ଓ ନାନା ଆପ୍ଲିକେସନ ସଫ୍ଟବେର ବ୍ୟବହାର କରି ଇଣ୍ଟରନେଟରେ ନିଜର ସାମାଜିକ ସମ୍ପର୍କ ବଢ଼ାଯାଇପାରେ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    ସାପ

    ସାପ

    ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । ସେହିପରି କ୍ରାନ୍ତୀୟ ଅଞ୍ଚଳର ଉଷ୍ମତା ରକ୍ଷା କରୁଥିବା ସ୍ଥାନମାନଙ୍କରେ ବିଶେଷ ପରିମାଣରେ ସର୍ପ ଦେଖିବାକୁ ମିଳିଥା’ନ୍ତି । ଅତ୍ୟନ୍ତ ଥଣ୍ଡା ସ୍ଥାନମାନଙ୍କରେ ବିଶ୍ୱରେ ସାପ ଦେଖିବାକୁ ମିଳନ୍ତି ନାହିଁ । ପୃଥିବୀର ସୁମେରୁ ଅଞ୍ଚଳ ଅର୍ଥାତ୍‍ ଉତ୍ତର ମେରୁ ଅଞ୍ଚଳ, ନ୍ୟୁଜିଲାଣ୍ଡ ଓ ଏୟାରଲ୍ୟାଣ୍ଡ ପ୍ରଭୃତି ଅଞ୍ଚଳରେ ସାପ ଦେଖିବାକୁ ମିଳନ୍ତି ନାହିଁ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକା

    ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକା

    9 ପଠିତ (↑9 ଗତକାଲିଠାରୁ)0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ଇରା ମହାନ୍ତି

    ଇରା ମହାନ୍ତି

    ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍‌ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।

    9 ପଠିତ (↑2 ଗତକାଲିଠାରୁ)0,0,0,11,7, 9

    3 ଦିନ ଷ୍ଟ୍ରିକ

    🔍 🗞️
  88. 88

    ଶିଶୁ ସାହିତ୍ୟ

    ଶିଶୁ ସାହିତ୍ୟ

    ଶିଶୁ ସାହିତ୍ୟ କିମ୍ବା କିଶୋର ସାହିତ୍ୟରେ ପିଲାମାନଙ୍କ ପାଇଁ ରଚିତ କାହାଣୀ, ପୁସ୍ତକ, ପତ୍ରିକା ଏବଂ କବିତା ଅନ୍ତର୍ଭୁକ୍ତ । ଆଧୁନିକ ଶିଶୁ ସାହିତ୍ୟ ଦୁଇଟି ଭିନ୍ନ ଶ୍ରେଣୀରେ ବିଭକ୍ତ: ବର୍ଗ କିମ୍ବା ପାଠକଙ୍କ ବୟସସୀମା ।

    8 ପଠିତ (↑8 ଗତକାଲିଠାରୁ)8,0,11,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  89. 89

    ବକ୍ସି ଜଗବନ୍ଧୁ

    ବକ୍ସି ଜଗବନ୍ଧୁ

    ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ବକ୍ସି ଜଗବନ୍ଧୁ ଓ ଖଣ୍ଡାୟତ ପାଇକ ବକ୍ସି ନାମରେ ମଧ୍ୟ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    କାଳୀଚରଣ ପଟ୍ଟନାୟକ

    କାଳୀଚରଣ ପଟ୍ଟନାୟକ

    କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)

    8 ପଠିତ (↓4 ଗତକାଲିଠାରୁ)19,12,16,20,12, 8

    5+ ଦିନ ଷ୍ଟ୍ରିକ

    🔍 🗞️
  91. 91

    ଅଭିରାମ ପରମହଂସ

    ଅଭିରାମ ପରମହଂସ

    ଅଭିରାମ ପରମହଂସ (ଜଗତ୍ ଗୁରୁ ଠାକୁର ଶ୍ରୀ ଶୀ ଅଭିରାମ ପରମହଂସ ଦେବ, ବିନୋରୀ, ଶ୍ରୀ ଠାକୁର, ସତ୍ୟ ନାରାୟଣ ସ୍ୱାମୀ) ଓଡ଼ିଶାରେ ଜନ୍ମିତ ଜଣେ ହିନ୍ଦୁ ଧର୍ମଗୁରୁ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ଅସହଯୋଗ ଆନ୍ଦୋଳନ

    ଅସହଯୋଗ ଆନ୍ଦୋଳନ

    ଅସହଯୋଗ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା । କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ ।

    8 ପଠିତ (↓6 ଗତକାଲିଠାରୁ)10,17,12,0,14, 8

    2 ଦିନ ଷ୍ଟ୍ରିକ

    🔍 🗞️
  93. 93

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    8 ପଠିତ (↓7 ଗତକାଲିଠାରୁ)13,13,12,34,15, 8

    5+ ଦିନ ଷ୍ଟ୍ରିକ

    🔍 🗞️
  94. 94

    ସଲିଲ ମିତ୍ର

    ସଲିଲ ମିତ୍ର

    ସଲିଲ୍ ମିତ୍ର (୭ ଅପ୍ରେଲ ୧୯୬୭ - ୪ ଜୁନ ୨୦୧୯) ଜଣେ ଓଡ଼ିଆ ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଦୂରଦର୍ଶନ ଓ ବିଭିନ୍ନ ମଞ୍ଚରେ ଅଭିନୟ କରୁଥିଲେ । କରଞ୍ଜିଆ, ମୟୂରଭଞ୍ଜରେ ଜନ୍ମିତ ସଲିଲ ୧୯୯୯ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ କଥାଚିତ୍ର, ଧାରାବାହିକ, ଆଧୁନିକ ଗୀତ, ଭଜନ, ନାଟକ ଆଦିରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ବଡ଼ ଘର ବଡ଼ ଗୁମର କଥା ଭଳି କିଛି ଧାରାବାହିକରେ ସେ ଖଳନାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୨ ମଇ ୨୦୧୯ରେ ସେ ଏକ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ୪ ଜୁନ ୨୦୧୯ରେ ସେ ମୃତ୍ୟୁବରଣ କରିଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ୭୪

    ୭୪

    ୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।

    8 ପଠିତ (↓1 ଗତକାଲିଠାରୁ)10,0,11,9,9, 8

    4 ଦିନ ଷ୍ଟ୍ରିକ

    🔍 🗞️
  97. 97

    ବି. ଆର. ଆମ୍ବେଦକର

    ବି. ଆର. ଆମ୍ବେଦକର

    ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,12,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    କୀର୍ତ୍ତନ ନାରାୟଣ ପାଢ଼ୀ

    କୀର୍ତ୍ତନ ନାରାୟଣ ପାଢ଼ୀ

    କୀର୍ତ୍ତନ ନାରାୟଣ ପାଢ଼ୀ, (ଜନ୍ମ:୧୧ ଜାନୁଆରୀ ୧୯୫୧) ଜଣେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତର ଗବେଷକ, ଗୀତିକବି, ସଙ୍ଗୀତଜ୍ଞ ଓ ଗାୟକ ଅଟନ୍ତି ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ପ୍ରଣବ ପଟ୍ଟନାୟକ

    ପ୍ରଣବ ପଟ୍ଟନାୟକ

    ପ୍ରଣବ ପଟ୍ଟନାୟକ (୨୦ ଜାନୁଆରୀ ୧୯୩୮ - ୨୧ ଅଗଷ୍ଟ ୨୦୨୬) ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ଥିଲେ । ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    ଫୁଲ

    ଫୁଲ

    ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️

ତଥ୍ୟ ଆହରଣ ସମୟ: ।