ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    71 ପଠିତ (↑9 ଗତକାଲିଠାରୁ)62, 71

    1+ ଦିନ ଷ୍ଟ୍ରିକ

    🔍 🗞️
  2. 2

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    63 ପଠିତ (↓30 ଗତକାଲିଠାରୁ)93, 63

    1+ ଦିନ ଷ୍ଟ୍ରିକ

    🔍 🗞️
  3. 3

    ସୌଭାଗ୍ୟବନ୍ତ ମହାରଣା

    ସୌଭାଗ୍ୟବନ୍ତ ମହାରଣା

    ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ସମାଲୋଚକ ।

    61 ପଠିତ (↑61 ଗତକାଲିଠାରୁ)0, 61

    1 ଦିନ ଷ୍ଟ୍ରିକ

    🔍 🗞️
  4. 4

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    57 ପଠିତ (↑9 ଗତକାଲିଠାରୁ)48, 57

    1+ ଦିନ ଷ୍ଟ୍ରିକ

    🔍 🗞️
  5. 5

    ବିଜୟ କୁମାର ଶତପଥୀ

    ବିଜୟ କୁମାର ଶତପଥୀ

    ବିଜୟ କୁମାର ଶତପଥୀ, ଜଣେ ଓଡ଼ିଆ ଭାରୋତ୍ତଳକ ଥିଲେ । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।

    53 ପଠିତ (↑53 ଗତକାଲିଠାରୁ)0, 53

    1 ଦିନ ଷ୍ଟ୍ରିକ

    🔍 🗞️
  6. 6

    ରେଣୁକା ରାୟ

    ରେଣୁକା ରାୟ

    ରେଣୁକା ରାୟ (୪ ଜାନୁଆରୀ ୧୯୦୩ – ୧୧ ଏପ୍ରିଲ ୧୯୯୭) ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଭାରତୀୟ ରାଜନେତ୍ରୀ ଥିଲେ।

    42 ପଠିତ (↑42 ଗତକାଲିଠାରୁ)0, 42

    1 ଦିନ ଷ୍ଟ୍ରିକ

    🔍 🗞️
  7. 7

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    39 ପଠିତ (↑12 ଗତକାଲିଠାରୁ)27, 39

    1+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    36 ପଠିତ (↑27 ଗତକାଲିଠାରୁ)9, 36

    1+ ଦିନ ଷ୍ଟ୍ରିକ

    🔍 🗞️
  9. 9

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    34 ପଠିତ (↑9 ଗତକାଲିଠାରୁ)25, 34

    1+ ଦିନ ଷ୍ଟ୍ରିକ

    🔍 🗞️
  10. 10

    ବାଜି ରାଉତ

    ବାଜି ରାଉତ

    ବାଜି ରାଉତ (୧୯୨୫-୧୯୩୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗାଆଁରେ ଜନ୍ମ ନେଇଥିଲେ ।

    32 ପଠିତ (↓52 ଗତକାଲିଠାରୁ)84, 32

    1+ ଦିନ ଷ୍ଟ୍ରିକ

    🔍 🗞️
  11. 11

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

    30 ପଠିତ (↑15 ଗତକାଲିଠାରୁ)15, 30

    1+ ଦିନ ଷ୍ଟ୍ରିକ

    🔍 🗞️
  12. 12

    ଲିପି (ଅଭିନେତ୍ରୀ)

    ଲିପି (ଅଭିନେତ୍ରୀ)

    ‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ଆକାଶ ଦାସ ନାୟକ ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।

    29 ପଠିତ (↑7 ଗତକାଲିଠାରୁ)22, 29

    1+ ଦିନ ଷ୍ଟ୍ରିକ

    🔍 🗞️
  13. 13

    ସ୍ନିଗ୍ଧା ମହାନ୍ତି

    ସ୍ନିଗ୍ଧା ମହାନ୍ତି

    ସ୍ନିଗ୍ଧା ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ ଓ ବଙ୍ଗଳା ସିନେମାରେ କାମ କରିଛନ୍ତି । ୧୯୮୮ ଜାନୁଆରୀରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର ଲାଲ୍‍ପାନ ବିବି ନବାଗତା ଅଭିନେତ୍ରୀଭାବେ ମହାନ୍ତି ଅଭିନୟ ଆରମ୍ଭ କରିଥିଲେ । ସେ ନାୟିକା, ସହ-ନାୟିକା, ନକାରାତ୍ମକ ଭୂମିକାରେ ଏବଂ ଦୂରଦର୍ଶନ ଧାରାବାହିକମାନଙ୍କରେ ପ୍ରମୁଖ ଭୂମିକାରେ ମଧ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ସେ ପଚାଶରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ "ସ୍ୱାଭିମାନ" ଓ "ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ" ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ । ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରନ୍ତି ।

    29 ପଠିତ (↓19 ଗତକାଲିଠାରୁ)48, 29

    1+ ଦିନ ଷ୍ଟ୍ରିକ

    🔍 🗞️
  14. 14

    ଇନ୍ଦିରା ଏକାଦଶୀ

    ଇନ୍ଦିରା ଏକାଦଶୀ

    ଆଶ୍ୱିନ ମାସ କୃଷ୍ଣପକ୍ଷରେ 'ଇନ୍ଦିରା' ନାମକ ଏକାଦଶୀ ପଡେ । ଏହି ବ୍ରତର ପ୍ରଭାବରେ ବଡ଼ ବଡ଼ ପାପ ନଷ୍ଟ ହୋଇଯାଏ ।

    29 ପଠିତ (↑29 ଗତକାଲିଠାରୁ)0, 29

    1 ଦିନ ଷ୍ଟ୍ରିକ

    🔍 🗞️
  15. 15

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    28 ପଠିତ (↓7 ଗତକାଲିଠାରୁ)35, 28

    1+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    26 ପଠିତ (↑3 ଗତକାଲିଠାରୁ)23, 26

    1+ ଦିନ ଷ୍ଟ୍ରିକ

    🔍 🗞️
  17. 17

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    26 ପଠିତ (↑4 ଗତକାଲିଠାରୁ)22, 26

    1+ ଦିନ ଷ୍ଟ୍ରିକ

    🔍 🗞️
  18. 18

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    26 ପଠିତ (↑26 ଗତକାଲିଠାରୁ)0, 26

    1 ଦିନ ଷ୍ଟ୍ରିକ

    🔍 🗞️
  19. 19

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    26 ପଠିତ (↓6 ଗତକାଲିଠାରୁ)32, 26

    1+ ଦିନ ଷ୍ଟ୍ରିକ

    🔍 🗞️
  20. 20

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

    24 ପଠିତ (↑12 ଗତକାଲିଠାରୁ)12, 24

    1+ ଦିନ ଷ୍ଟ୍ରିକ

    🔍 🗞️
  21. 21

    ଡାଇରେକ୍ଟ ଆକ୍ସନ ଡେ

    ଡାଇରେକ୍ଟ ଆକ୍ସନ ଡେ

    ଡାଇରେକ୍ଟ ଆକ୍ସନ ଡେ (Direct Action Day) ୧୬ ଅଗଷ୍ଟ ୧୯୪୬ରେ ଅଖିଳ ଭାରତୀୟ ମୁସଲିମ ଲିଗ୍ ଦ୍ୱାରା ଆହୂତ ଏକ ରାଜନୈତିକ ଆନ୍ଦୋଳନ ଥିଲା । ଭାରତର ଭବିଷ୍ୟତ ରାଜନୈତିକ ଗଠନ, ମୁସଲମାନମାନଙ୍କ ରାଜନୈତିକ ଅଧିକାର ଏବଂ ପାକିସ୍ତାନ ଦାବିକୁ ନେଇ ମୁସଲିମ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ତୀବ୍ର ମତଭେଦ ଚାଲିଥିବା ସମୟରେ ଏହି ଦିନଟି ଆହୂତ ହୋଇଥିଲା। ୧୬ ଅଗଷ୍ଟରେ କଲିକତାରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରବର୍ତ୍ତୀ କିଛି ଦିନ ଧରି ଚାଲିଥିଲା। ବ୍ରିଟିଶ ସଂସଦର ଐତିହାସିକ ରେକର୍ଡ଼ରେ ଏହି ଘଟଣାକୁ ଡାଇରେକ୍ଟ ଆକ୍ସନ ଡେ ଭାବରେ ଘୋଷଣା କରାଯାଇଥିଲା ।

    24 ପଠିତ (↑24 ଗତକାଲିଠାରୁ)0, 24

    1 ଦିନ ଷ୍ଟ୍ରିକ

    🔍 🗞️
  22. 22

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    22 ପଠିତ (↑6 ଗତକାଲିଠାରୁ)16, 22

    1+ ଦିନ ଷ୍ଟ୍ରିକ

    🔍 🗞️
  23. 23

    ହନୁମାନ ଚାଳିଶା

    ହନୁମାନ ଚାଳିଶା

    ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅବଧୀ ଭାଷାରେ ରଚନା କରିଥିଲେ ।

    22 ପଠିତ (↑8 ଗତକାଲିଠାରୁ)14, 22

    1+ ଦିନ ଷ୍ଟ୍ରିକ

    🔍 🗞️
  24. 24

    ପୁଲିନ ବିହାରୀ ଦାସ

    ପୁଲିନ ବିହାରୀ ଦାସ

    ପୁଲିନ ବିହାରୀ ଦାସ (୨୮ ଜାନୁଆରୀ ୧୮୭୭ – ୧୭ ଅଗଷ୍ଟ ୧୯୪୯) ଜଣେ ଭାରତୀୟ ବିପ୍ଳବୀ ଏବଂ ଢାକା ଅନୁଶୀଳନ ସମିତିର ପ୍ରତିଷ୍ଠାତା-ସଭାପତି ଥିଲେ।

    21 ପଠିତ (↑21 ଗତକାଲିଠାରୁ)0, 21

    1 ଦିନ ଷ୍ଟ୍ରିକ

    🔍 🗞️
  25. 25

    ସଚ୍ଚିଦାନନ୍ଦ ରାଉତରାୟ
  26. 26

    ବଳରାମ ଦାସ

    ବଳରାମ ଦାସ

    ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ ।

    20 ପଠିତ (↑10 ଗତକାଲିଠାରୁ)10, 20

    1+ ଦିନ ଷ୍ଟ୍ରିକ

    🔍 🗞️
  27. 27

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    20 ପଠିତ (↓1 ଗତକାଲିଠାରୁ)21, 20

    1+ ଦିନ ଷ୍ଟ୍ରିକ

    🔍 🗞️
  28. 28

    ଚିନ୍ତାମଣି ବେହେରା

    ଚିନ୍ତାମଣି ବେହେରା

    ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭–୭ ମାର୍ଚ୍ଚ ୨୦୦୫) ଜଣେ ଭାରତୀୟ ଓଡ଼ିଆ କବି ଓ ସମାଲୋଚକ । ସେ ଶିଶୁଲେଖାର ସମ୍ପାଦନା କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।

    20 ପଠିତ (↑9 ଗତକାଲିଠାରୁ)11, 20

    1+ ଦିନ ଷ୍ଟ୍ରିକ

    🔍 🗞️
  29. 29

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    20 ପଠିତ (↓12 ଗତକାଲିଠାରୁ)32, 20

    1+ ଦିନ ଷ୍ଟ୍ରିକ

    🔍 🗞️
  30. 30

    ଦୀନକୃଷ୍ଣ ଦାସ

    ଦୀନକୃଷ୍ଣ ଦାସ

    ଦୀନକୃଷ୍ଣ ଦାସ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଶୀ ସଙ୍ଗୀତକାର, ରୀତି ଓ ଭକ୍ତି କବି । ସେ ରସକଲ୍ଲୋଳ ନାମକ କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ ପାଇଁ ଜନାଦୃତ ।

    19 ପଠିତ (↑6 ଗତକାଲିଠାରୁ)13, 19

    1+ ଦିନ ଷ୍ଟ୍ରିକ

    🔍 🗞️
  31. 31

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩ (IAST: Bhāratīya Nyāya Saṃhitā; ଅର୍ଥାତ 'ଭାରତୀୟ ନ୍ୟାୟ ସଂହିତା, ୨୦୨୩') ହେଉଛି ଭାରତର ଆଧିକାରିକ ଦଣ୍ଡ ସଂହିତା । ଡିସେମ୍ବର ୨୦୨୩ ରେ ଭାରତର ସଂସଦରେ ପାରିତ ହୋଇଥିବା ଏହି ଆଇନ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି, ଏବଂ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ଦଣ୍ଡ ସଂହିତା (IPC) କୁ ପ୍ରତିସ୍ଥାପନ କରିଛି ।

    19 ପଠିତ (↑19 ଗତକାଲିଠାରୁ)0, 19

    1 ଦିନ ଷ୍ଟ୍ରିକ

    🔍 🗞️
  32. 32

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    19 ପଠିତ (↑4 ଗତକାଲିଠାରୁ)15, 19

    1+ ଦିନ ଷ୍ଟ୍ରିକ

    🔍 🗞️
  33. 33

    ନଟବର ସାମନ୍ତରାୟ

    ନଟବର ସାମନ୍ତରାୟ

    ନଟବର ସାମନ୍ତରାୟ (୨୩ ଡିସେମ୍ବର ୧୯୧୮ - ୧୭ ଅଗଷ୍ଟ ୨୦୦୦) ଜଣେ ଓଡ଼ିଆ ଲେଖକ ଓ ସାହିତ୍ୟ ସମୀକ୍ଷକ ଥିଲେ । ତାଙ୍କର କେତେକ ଜଣାଶୁଣା ସାହିତ୍ୟ-ଐତିହାସିକ ରଚନାବଳୀଗୁଡ଼ିକ ମଧ୍ୟରୁ ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) , ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି, ଏବଂ ବ୍ୟାସକବି ଫକୀରମୋହନ ଆଦି ପ୍ରମୁଖ । ତାଙ୍କ ସମୀକ୍ଷା ଲିଖନସବୁ ଜଣାଶୁଣା ଓଡ଼ିଆ ଲେଖକ ଫକୀରମୋହନ ସେନାପତି ଓ ରାଧାନାଥ ରାୟ ଆଦିଙ୍କ ରଚନା ଉପରେ ପର୍ଯ୍ୟବସିତ । ତାଙ୍କ ଐତିହାସିକ ଗବେଷଣା ବ୍ରିଟିଶ ଶାସନ କାଳରେ ଉପକୂଳ ଓଡ଼ିଶା ଉପରେ ତାହାର ପ୍ରଭାବକୁ ନେଇ ୧୮୦୩ ମସିହାରୁ ୧୯୨୦ ମସିହା ଭିତରେ ପ୍ରକାଶିତ ପ୍ରମୁଖ ଓଡ଼ିଆ ରଚନାବଳୀ ଏବଂ ତତ୍କାଳୀକ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ବ୍ରିଟିଶ ଶାସନର ପ୍ରଭାବର ଏକ ସବିଶେଷ ବିଶ୍ଳେଷଣ ।

    19 ପଠିତ (↑19 ଗତକାଲିଠାରୁ)0, 19

    1 ଦିନ ଷ୍ଟ୍ରିକ

    🔍 🗞️
  34. 34

    ଜୟୀ ରାଜଗୁରୁ

    ଜୟୀ ରାଜଗୁରୁ

    ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।

    19 ପଠିତ (↑7 ଗତକାଲିଠାରୁ)12, 19

    1+ ଦିନ ଷ୍ଟ୍ରିକ

    🔍 🗞️
  35. 35

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    19 ପଠିତ (↑11 ଗତକାଲିଠାରୁ)8, 19

    1+ ଦିନ ଷ୍ଟ୍ରିକ

    🔍 🗞️
  36. 36

    କୀର୍ତ୍ତି ମନ୍ଦିର, ପୋରବନ୍ଦର

    କୀର୍ତ୍ତି ମନ୍ଦିର, ପୋରବନ୍ଦର

    କୀର୍ତ୍ତି ମନ୍ଦିର ହେଉଛି ଭାରତର ଗୁଜରାଟର ପୋରବନ୍ଦର ସହରରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମସ୍ଥାନରେ ଏକ ଛୋଟ ସଂଗ୍ରହାଳୟ , ଯାହା ତାଙ୍କୁ ଏବଂ ତାଙ୍କ ପତ୍ନୀ କସ୍ତୁରବା ଗାନ୍ଧୀଙ୍କୁ ସ୍ମରଣ କରେ ।

    18 ପଠିତ (↑18 ଗତକାଲିଠାରୁ)0, 18

    1 ଦିନ ଷ୍ଟ୍ରିକ

    🔍 🗞️
  37. 37

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    18 ପଠିତ (↑5 ଗତକାଲିଠାରୁ)13, 18

    1+ ଦିନ ଷ୍ଟ୍ରିକ

    🔍 🗞️
  38. 38

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

    18 ପଠିତ (↓1 ଗତକାଲିଠାରୁ)19, 18

    1+ ଦିନ ଷ୍ଟ୍ରିକ

    🔍 🗞️
  39. 39

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    18 ପଠିତ (↓13 ଗତକାଲିଠାରୁ)31, 18

    1+ ଦିନ ଷ୍ଟ୍ରିକ

    🔍 🗞️
  40. 40

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    18 ପଠିତ (↑5 ଗତକାଲିଠାରୁ)13, 18

    1+ ଦିନ ଷ୍ଟ୍ରିକ

    🔍 🗞️
  41. 41

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।

    18 ପଠିତ (↑7 ଗତକାଲିଠାରୁ)11, 18

    1+ ଦିନ ଷ୍ଟ୍ରିକ

    🔍 🗞️
  42. 42

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

    17 ପଠିତ (↑17 ଗତକାଲିଠାରୁ)0, 17

    1 ଦିନ ଷ୍ଟ୍ରିକ

    🔍 🗞️
  43. 43

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    17 ପଠିତ (↓6 ଗତକାଲିଠାରୁ)23, 17

    1+ ଦିନ ଷ୍ଟ୍ରିକ

    🔍 🗞️
  44. 44

    ଅସହଯୋଗ ଆନ୍ଦୋଳନ

    ଅସହଯୋଗ ଆନ୍ଦୋଳନ

    ଅସହଯୋଗ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା । କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ ।

    17 ପଠିତ (↑7 ଗତକାଲିଠାରୁ)10, 17

    1+ ଦିନ ଷ୍ଟ୍ରିକ

    🔍 🗞️
  45. 45

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

    17 ପଠିତ (↑1 ଗତକାଲିଠାରୁ)16, 17

    1+ ଦିନ ଷ୍ଟ୍ରିକ

    🔍 🗞️
  46. 46

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

    17 ପଠିତ (↓4 ଗତକାଲିଠାରୁ)21, 17

    1+ ଦିନ ଷ୍ଟ୍ରିକ

    🔍 🗞️
  47. 47

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    17 ପଠିତ (↓3 ଗତକାଲିଠାରୁ)20, 17

    1+ ଦିନ ଷ୍ଟ୍ରିକ

    🔍 🗞️
  48. 48

    ଅଟଳ ବିହାରୀ ବାଜପେୟୀ

    ଅଟଳ ବିହାରୀ ବାଜପେୟୀ

    ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ - ୧୬ ଅଗଷ୍ଟ ୨୦୧୮), ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।

    16 ପଠିତ (↑16 ଗତକାଲିଠାରୁ)0, 16

    1 ଦିନ ଷ୍ଟ୍ରିକ

    🔍 🗞️
  49. 49

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    Odia

    16 ପଠିତ (↓8 ଗତକାଲିଠାରୁ)24, 16

    1+ ଦିନ ଷ୍ଟ୍ରିକ

    🔍 🗞️
  50. 50

    ବେଟି ବଚାଓ ବେଟି ପଢ଼ାଓ ଯୋଜନା

    ବେଟି ବଚାଓ ବେଟି ପଢ଼ାଓ ଯୋଜନା

    ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ (Beti Bachao, Beti Padhao)(BBBP) ଭାରତ ସରକାରଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ ୨୦୧୫ରେ ହରିଆଣାର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି ।

    16 ପଠିତ (↑5 ଗତକାଲିଠାରୁ)11, 16

    1+ ଦିନ ଷ୍ଟ୍ରିକ

    🔍 🗞️
  51. 51

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

    15 ପଠିତ (↑5 ଗତକାଲିଠାରୁ)10, 15

    1+ ଦିନ ଷ୍ଟ୍ରିକ

    🔍 🗞️
  52. 52

    ବନ୍ଦେ ଉତ୍କଳ ଜନନୀ

    ବନ୍ଦେ ଉତ୍କଳ ଜନନୀ

    ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ । ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ । ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।

    15 ପଠିତ (↑15 ଗତକାଲିଠାରୁ)0, 15

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।

    15 ପଠିତ (↑15 ଗତକାଲିଠାରୁ)0, 15

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    କୁହୁଡ଼ି (ଓଡ଼ିଆ କଥାଚିତ୍ର)

    କୁହୁଡ଼ି (ଓଡ଼ିଆ କଥାଚିତ୍ର)

    କୁହୁଡ଼ି ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହିମାଦ୍ରି ତନୟା ଦାସ । ମାନସ ପଢ଼ିଆରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ମାନସ ପଢ଼ିଆରୀ, ଅନିଲ ବାରିକ ଓ ଅମିତ କୁମାର ଦାସ ମିଶି ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଜୟ ପାଢ଼ୀ । ସଙ୍ଗୀତକାର ସୋମେଶ ଶତପଥୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

    15 ପଠିତ (↑15 ଗତକାଲିଠାରୁ)0, 15

    1 ଦିନ ଷ୍ଟ୍ରିକ

    🔍 🗞️
  55. 55

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

    15 ପଠିତ (↑6 ଗତକାଲିଠାରୁ)9, 15

    1+ ଦିନ ଷ୍ଟ୍ରିକ

    🔍 🗞️
  56. 56

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    14 ପଠିତ (↓11 ଗତକାଲିଠାରୁ)25, 14

    1+ ଦିନ ଷ୍ଟ୍ରିକ

    🔍 🗞️
  57. 57

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୨୫ ଜୁନ ୧୯୮୭) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।

    14 ପଠିତ (↑6 ଗତକାଲିଠାରୁ)8, 14

    1+ ଦିନ ଷ୍ଟ୍ରିକ

    🔍 🗞️
  58. 58

    ଦୁର୍ଗା ପୂଜା

    ଦୁର୍ଗା ପୂଜା

    ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।

    14 ପଠିତ (↑14 ଗତକାଲିଠାରୁ)0, 14

    1 ଦିନ ଷ୍ଟ୍ରିକ

    🔍 🗞️
  59. 59

    ପସୁଡ଼ି

    ପସୁଡ଼ି

    ପସୁଡ଼ି (ପଞ୍ଜାବୀ: پسوڑی, lit. 'ଅସୁବିଧା') ପାକିସ୍ତାନୀ ଗାୟକ ଅଲି ସେଠୀ ଏବଂ ପ୍ରଥମଥର ଗାୟିକା ଶେ ଗିଲଙ୍କଦ୍ୱାରା ବୋଲାଯାଇଥିବା ଏକ ପଞ୍ଜାବୀ ଏବଂ ଉର୍ଦ୍ଦୁ ଏକକ ଗୀତ । ଏହା ୨୦୨୨ ଫେବୃଆରୀ ୬ ତାରିଖରେ କୋକ ଷ୍ଟୁଡ଼ିଓ ପାକିସ୍ତାନର ୧୪ତମ ସିଜିନ (ଦ୍ୱିତୀୟ ଅଧିବେଶନ)ର ଷଷ୍ଠ ଗୀତ ଭାବରେ ଏବଂ ପରେ ଫେବୃଆରୀ ୭ ତାରିଖରେ ୟୁଟ୍ୟୁବରେ ମୁକ୍ତିଲାଭ କରିଥିଲା । ସ୍ପଟିଫାଏର "ଭାଇରାଲ୍ ୫୦ - ଗ୍ଲୋବାଲ" ତାଲିକାରେ ଉଲ୍ଲେଖିତ ହେବାରେ "ପସୁଡ଼ି" ହେଉଛି ପ୍ରଥମ କୋକ ଷ୍ଟୁଡିଓ ଗୀତ ଏବଂ ପ୍ରଥମ ପାକିସ୍ତାନୀ ଗୀତ । ଏହା ଡିଜନି+ ମିନିସିରିଜ ମିସ ମାର୍ଭେଲର, ଚତୁର୍ଥ ଏପିସୋଡ଼ରେ ପ୍ରଦର୍ଶିତ ହୋଇଥିଲା ଏବଂ ୨୦୨୨ ଅଗଷ୍ଟରେ ଏହା କୋକ ଷ୍ଟୁଡ଼ିଓର ୧୪ ବର୍ଷର ଇତିହାସରେ ତୃତୀୟ ଗୀତ ଭାବରେ ୟୁଟ୍ୟୁବରେ ୩୦୦ ନିୟୁତ ଥର ଦେଖାହୋଇଥିଲା ।

    13 ପଠିତ (↑13 ଗତକାଲିଠାରୁ)0, 13

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ଦାଶରଥି ଦାସ

    ଦାଶରଥି ଦାସ

    ଦାଶରଥି ଦାସ (ଜନ୍ମ: ୨୭ ଜୁଲାଇ ୧୯୩୬), ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।

    13 ପଠିତ (↑2 ଗତକାଲିଠାରୁ)11, 13

    1+ ଦିନ ଷ୍ଟ୍ରିକ

    🔍 🗞️
  61. 61

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଜଣେ ଭାରତୀୟ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ ଏବଂ ଓଡ଼ିଆ ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ତାଙ୍କର ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ପ୍ରବନ୍ଧମାନଙ୍କରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋଚନା କରୁଥିଲେ ।

    13 ପଠିତ (↑13 ଗତକାଲିଠାରୁ)0, 13

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଅମିତାଭ ବଚ୍ଚନ

    ଅମିତାଭ ବଚ୍ଚନ

    ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍‌ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍‌ର ଶେହେନ୍‌ଶାହ, ସୁପର୍‌ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା । ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍‌ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହ‌ୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍‌ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍‌ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍‌କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ । ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍‌ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍‌ସ୍‌ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍‌ଫ୍‌ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍‌ରେ ନିଜ ପାଦ ଥାପିଥିଲେ ।

    13 ପଠିତ (↓4 ଗତକାଲିଠାରୁ)17, 13

    1+ ଦିନ ଷ୍ଟ୍ରିକ

    🔍 🗞️
  63. 63

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    13 ପଠିତ (0 ଗତକାଲିଠାରୁ)13, 13

    1+ ଦିନ ଷ୍ଟ୍ରିକ

    🔍 🗞️
  64. 64

    ଜୈନ ଧର୍ମ

    ଜୈନ ଧର୍ମ

    ଜୈନଧର୍ମ ଏକ ପ୍ରାଚୀନ ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ ।

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ପଞ୍ଚସଖା

    ପଞ୍ଚସଖା

    ୧୫ ଓ ୧୬ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ । ଏହି ଯୁଗରେ ପାଞ୍ଚଜଣ ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ଏହି ପାଞ୍ଚଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ ।

    12 ପଠିତ (↑1 ଗତକାଲିଠାରୁ)11, 12

    1+ ଦିନ ଷ୍ଟ୍ରିକ

    🔍 🗞️
  66. 66

    ସିକ୍ଲ ସେଲ୍ ରୋଗ

    ସିକ୍ଲ ସେଲ୍ ରୋଗ

    ସିକ୍ଲ ସେଲ୍ ରୋଗ (ଏସସିଡି), ଅନ୍ୟ ନାମ ସିକ୍ଲ ସେଲ୍ ଆନିମିଆ (ଏସସିଏ), ଏକ ରକ୍ତ ବେମାରୀ ଦଳ ଯାହା ଯାହା ବଂଶାନୁକ୍ରମେ ପ୍ରେରିତ ହୁଏ । ଫଳରେ ଲୋହିତ ରକ୍ତ କଣିକାରେ ଥିବା ଅମ୍ଳଜାନ ବାହକ ପ୍ରୋଟିନ ହେମୋଗ୍ଲୋବିନ ଅସାମାନ୍ୟ ହୋଇଯାଏ । ଏହାଦ୍ୱାରା ରକ୍ତ କଣିକା କେତେକ ପରିସ୍ଥିତିରେ ଏକ ଦାଆ ଆକାର ଧାରଣ କରେ । ଏହି ରୋଗ ୫ରୁ ୬ମାସ ବୟସରେ ଆରମ୍ଭ ହୁଏ । ଅନେକ ସ୍ୱାସ୍ଥ୍ୟ ସମସ୍ୟା ଏହା ଯୋଗୁ ଉତ୍ପନ୍ନ ହୁଏ ଯଥା:- ଯନ୍ତ୍ରଣା ଆକ୍ରମଣ (ସିକ୍ଲ ସେଲ୍ କ୍ରାଇସିସ୍), ଆନିମିଆ, ଜୀବାଣୁ ସଂକ୍ରମଣ ଓ ସ୍ଟ୍ରୋକ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ କ୍ରନିକ ଯନ୍ତ୍ରଣା ଲାଗିରହେ । ବିକଶିତ ଦେଶରେ ଏହି ରୋଗୀର ହାରାହାରି ଆୟୁଷ ପ୍ରାୟ ୫୦ ବର୍ଷ ।

    12 ପଠିତ (0 ଗତକାଲିଠାରୁ)12, 12

    1+ ଦିନ ଷ୍ଟ୍ରିକ

    🔍 🗞️
  67. 67

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    12 ପଠିତ (↓4 ଗତକାଲିଠାରୁ)16, 12

    1+ ଦିନ ଷ୍ଟ୍ରିକ

    🔍 🗞️
  68. 68

    ଭୁବନେଶ୍ୱର

    ଭୁବନେଶ୍ୱର

    ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ୧୯୬୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ସ୍ଥାପିତ ହେଲା । ଏହି ନଗର, ଯାହାକି ଏକ ଗାଁ ଥିଲା, ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡ଼ିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି ।

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  69. 69

    କାଳୀଚରଣ ପଟ୍ଟନାୟକ

    କାଳୀଚରଣ ପଟ୍ଟନାୟକ

    କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)

    12 ପଠିତ (↓7 ଗତକାଲିଠାରୁ)19, 12

    1+ ଦିନ ଷ୍ଟ୍ରିକ

    🔍 🗞️
  70. 70

    ଜେ.ବି କ୍ରିପାଳାନୀ

    ଜେ.ବି କ୍ରିପାଳାନୀ

    ଜୀବତ୍ରମ୍ ଭଗବାନଦାସ କ୍ରିପାଳାନୀ (୧୧ ନଭେମ୍ବର ୧୮୮୮ - ୧୯ ମାର୍ଚ୍ଚ ୧୯୮୨), ଯାହା ଆଚାର୍ଯ୍ୟ କ୍ରିପାଳାନୀ ଭାବରେ ଜଣାଶୁଣା, ଜଣେ ଭାରତୀୟ ରାଜନେତା ଥିଲେ, ଯିଏ ୧୯୪୭ ମସିହାରେ କ୍ଷମତା ହସ୍ତାନ୍ତର ସମୟରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦ ପାଇଁ ବିଶେଷ ଭାବରେ ଜଣାଶୁଣା ଏବଂ ସୁଚେତା କ୍ରିପାଳାନୀଙ୍କ ସ୍ୱାମୀ ଥିଲେ । କ୍ରିପାଳାନ ଜଣେ ପରିବେଶବିତ୍, ରହସ୍ୟବାଦୀ ଏବଂ ସ୍ୱାଧୀନତା କର୍ମୀ ଥିଲେ ଯିଏ ଦୀର୍ଘ ଦିନ ଧରି ଗାନ୍ଧୀବାଦୀ ସମାଜବାଦୀ ଥିଲେ। ସେ ନିଜେ ୧୯୫୧ ମସିହାରେ କିଷାନ ମଜଦୁର ପ୍ରଜା ପାର୍ଟି ପ୍ରତିଷ୍ଠା କରିଥିଲେ, ଯାହା ପରବର୍ଷ ସମାଜବାଦୀ ପାର୍ଟି ସହିତ ମିଶି ପ୍ରଜା ସମାଜବାଦୀ ପାର୍ଟି ଗଠନ କରିଥିଲା । ଜୀବନର ପରବର୍ତ୍ତୀ ସମୟରେ ସେ ଆର୍ଥିକ ଦୃଷ୍ଟିରୁ ଦକ୍ଷିଣପନ୍ଥୀ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ।

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ମହାନଦୀ

    ମହାନଦୀ

    ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । ଏହା ପାରାଦ୍ୱୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି.

    12 ପଠିତ (↑2 ଗତକାଲିଠାରୁ)10, 12

    1+ ଦିନ ଷ୍ଟ୍ରିକ

    🔍 🗞️
  72. 72

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।

    12 ପଠିତ (↑2 ଗତକାଲିଠାରୁ)10, 12

    1+ ଦିନ ଷ୍ଟ୍ରିକ

    🔍 🗞️
  73. 73

    ମୋହନ ଚରଣ ମାଝୀ

    ମୋହନ ଚରଣ ମାଝୀ

    ମୋହନ ଚରଣ ମାଝୀ ([mohɔnɔ t͡ʃɔɾɔɳɔ mad͡ʒʱi] (); ଜନ୍ମ: ୬ ଜାନୁଆରୀ ୧୯୭୨) ଜଣେ ଭାରତୀୟ ରାଜନେତା ଏବଂ ଓଡ଼ିଶାର ୧୫ଶ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟିରୁ ଜଣେ ବିଧାୟକ ଭାବରେ ୨୦୦୦, ୨୦୦୯ ଓ ୨୦୧୯ ଓ ୨୦୨୪ ମସିହାରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୬ଶ ଓ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    କଳସା ଚଉତିଶା

    କଳସା ଚଉତିଶା

    କଳସା ଚଉତିଶାଟି ଓଡ଼ିଆ ଭାଷାର ପ୍ରାଚୀନତମ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ରଚନାଟି ଶୈବ ଧର୍ମକୁ ଆଧାର କରି ଗତିଶୀଳ। ଏହା ବଚ୍ଛା ଦାସଙ୍କଦ୍ୱାରା ୧୩ଶ -୧୪ଶ ଶତକରେ ରଚିତ । ଚଉତିଶାଟି ଶିବ ପାର୍ବତୀଙ୍କ ବିବାହକୁ ଆଧାରିତ କରି ରଚନା କରାଯାଇଅଛି । କବିଙ୍କ ବର୍ଣ୍ଣନାରେ ଶିବ ଏକ ବୃଦ୍ଧ ରୂପରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବିବାହ ମଣ୍ଡପରେ ବିରାଜିତ ହୋଇଅଛନ୍ତି । ନିଜର ଭାବୀ ପତିଙ୍କୁ ଏପରି ବେଶରେ ଦେଖି ପାର୍ବତୀ ଅତ୍ୟନ୍ତ କାତର ହୋଇପଡ଼ିଛନ୍ତି । ପରିଶେଷରେ ଶିବ ନିଜର ପ୍ରକୃତ ରୂପ ପ୍ରକାଶ କରିଛନ୍ତି ଏବଂ ବିବାହ ଉତ୍ସବ ଖୁବ୍ ସମାରୋହରେ ସମ୍ପନ୍ନ ହୋଇଛି । ସମଗ୍ର ଚଉତିଶାଟିରେ ଏହି କାହାଣୀକୁ ହାସ୍ୟରସର ସହିତ ପରିବେଷଣ କରାଯାଇଛି । ଏଥିରେ ୩୪ଟି ଚଉତିଶା ଅକ୍ଷର କ୍ରମରେ ରହିଛି । ଏଥିରେ ଉମା-ଶିବଙ୍କର କାହାଣୀ କମ ବୟସୀ ଦାସୀମାନଙ୍କୁ କାମାତୁର ବୁଢ଼ା ଧନିକମାନଙ୍କୁ ବିକ୍ରି କରାଯିବାର ସାମାଜିକ କୁସଂସକାରକୁ ଇଙ୍ଗିତ କରିଥାଏ ଯହିଁ ବର ମୃତ-ପ୍ରାୟ ହୋଇଥିବା ବୁଢ଼ା ଧନିକ ବରକୁ ସୂଚାଇଥାଏ । ଏହାର କବି ବଛା ଦାସଙ୍କ ଜୀବନ କାଳ ବାବଦରେ କିଛି ଜଣା ନଥିବାରୁ ଏହାର ରଚନା କାଳ ଏକ ବିବାଦୀୟ ଘଟଣା । ଏହା ସାରଳା ଦାସଙ୍କ ମହାଭାରତଠାରୁ ପୁରୁଣା ବୋଲି ଏକ ସ୍ଥାନରେ ଦର୍ଶାଯାଇଛି ।

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  75. 75

    ଓଡ଼ିଶାର ଇତିହାସ

    ଓଡ଼ିଶାର ଇତିହାସ

    ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.

    12 ପଠିତ (↑12 ଗତକାଲିଠାରୁ)0, 12

    1 ଦିନ ଷ୍ଟ୍ରିକ

    🔍 🗞️
  76. 76

    ଅଂଶୁମାନ ମିଶ୍ର

    ଅଂଶୁମାନ ମିଶ୍ର

    ଅଂଶୁମାନ ମିଶ୍ର ଜଣେ ଭାରତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ ଓ ସାଂସ୍କୃତିକ ସଂଗଠକ। ସେ ଓଡ଼ିଶାର କଟକର ବାସିନ୍ଦା ଏବଂ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ରଙ୍କ ନିକଟରୁ ଗ୍ରହଣ କରିଛନ୍ତି। ପେସାରେ ସେ ଜଣେ ସ୍ଥାପତ୍ୟଶିଳ୍ପୀ ।

    11 ପଠିତ (↑11 ଗତକାଲିଠାରୁ)0, 11

    1 ଦିନ ଷ୍ଟ୍ରିକ

    🔍 🗞️
  77. 77

    ରାମଶଙ୍କର ରାୟ

    ରାମଶଙ୍କର ରାୟ

    ରାମଶଙ୍କର ରାୟ (୨୫ ମଇ ୧୮୫୭ - ୧୩ ସେପ୍ଟେମ୍ବର ୧୯୩୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ, ସେ ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ । ୧୮୫୭ ମସିହା ଜ୍ଯେଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ । ସେ ନଟବର ରାମଶଙ୍କର ରାୟ ଭାବେ ଜଣା ।

    11 ପଠିତ (↑11 ଗତକାଲିଠାରୁ)0, 11

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ମାୟାଧର ମାନସିଂହ

    ମାୟାଧର ମାନସିଂହ

    ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

    11 ପଠିତ (↓6 ଗତକାଲିଠାରୁ)17, 11

    1+ ଦିନ ଷ୍ଟ୍ରିକ

    🔍 🗞️
  79. 79

    ବିବାହ

    ବିବାହ

    ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ ।

    11 ପଠିତ (↑11 ଗତକାଲିଠାରୁ)0, 11

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ଯାଜ୍ଞସେନୀ (ନାଟକ)

    ଯାଜ୍ଞସେନୀ (ନାଟକ)

    ଯାଜ୍ଞସେନୀ (ନେପାଳୀ: याज्ञसेनी), ସୁମନ ପୋଖରେଲଙ୍କ ଦ୍ୱାରା ରଚିତ ଏକ ନେପାଳୀ ଏକକ ନାଟକ ଅଟେ । ଏହି ନାଟକଟି ମହାଭାରତ ଓ ଓଡ଼ିଆ ଲେଖିକା ପ୍ରତିଭା ରାୟଙ୍କ ଜଣାଶୁଣା ଓଡ଼ିଆ ଉପନ୍ୟାସ ଯାଜ୍ଞସେନୀ ଉପରେ ଆଧାରିତ । ଏହି ନାଟକଟି ନେପାଳ, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ମଞ୍ଚରେ ପ୍ରଦର୍ଶିତ ହୋଇଛି ।

    11 ପଠିତ (↑11 ଗତକାଲିଠାରୁ)0, 11

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ସୁଧା ମିଶ୍ର

    ସୁଧା ମିଶ୍ର

    ସୁଧା ମିଶ୍ର (ଜନ୍ମ : ୧୦ ଜୁନ ୧୯୫୫) ଜଣେ ଓଡ଼ିଆ କଣ୍ଠଶିଳ୍ପୀ, ସଙ୍ଗୀତ ଗବେଷକ ଏବଂ ଆକାଶବାଣୀର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ। ସେ ବିଶେଷକରି ଉପେନ୍ଦ୍ର ଭଞ୍ଜଙ୍କ ରଚନା ଓ ଭଞ୍ଜ ସଙ୍ଗୀତର ଗାୟନ ପାଇଁ ପରିଚିତ। ୧୯୭୭ ମସିହାରେ ସେ ଭଞ୍ଜ ସଙ୍ଗୀତ ଉପରେ ପିଏଚ୍‌ଡି ହାସଲ କରିଥିଲେ।

    11 ପଠିତ (↑11 ଗତକାଲିଠାରୁ)0, 11

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    11 ପଠିତ (↓8 ଗତକାଲିଠାରୁ)19, 11

    1+ ଦିନ ଷ୍ଟ୍ରିକ

    🔍 🗞️
  83. 83

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ପ୍ରଶାନ୍ତ କୁମାର ପଟ୍ଟନାୟକ

    ପ୍ରଶାନ୍ତ କୁମାର ପଟ୍ଟନାୟକ

    ପ୍ରଶାନ୍ତ କୁମାର ପଟ୍ଟନାୟକ (ଜନ୍ମ : ୪ ମଇ ୧୯୪୩),ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜଣେ ଅର୍ଥନୀତିଜ୍ଞ । ସେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ,'ଅକ୍ସଫୋର୍ଡ଼ ଦାରିଦ୍ର‍୍ୟ ଓ ମାନବ ବିକାଶ'ର ଜଣେ ରିସର୍ଚ୍ଚ ଆସୋସିଏଟ ତଥା 'ମାନବ ବିକାଶ ଏବଂ କ୍ଷମତା' ଅନୁଷ୍ଠାନର ରିସର୍ଚ୍ଚ ଫେଲୋ ଅଟନ୍ତି । ସେ ଅମର୍ତ୍ୟ ସେନ ଓ କିନିଥ ଆରୋଙ୍କ ସହିତ ମିଶି 'ସୋସିଆଲ ଚଏସ ଆଣ୍ଡ ୱେଲଫେଆର'(Social Choice and Welfare) ନାମକ ଏକ ପତ୍ରିକା ସମ୍ପାଦନା କରନ୍ତି ।

    10 ପଠିତ (↓1 ଗତକାଲିଠାରୁ)11, 10

    1+ ଦିନ ଷ୍ଟ୍ରିକ

    🔍 🗞️
  85. 85

    ଦ୍ରୌପଦୀ ମୁର୍ମୁ

    ଦ୍ରୌପଦୀ ମୁର୍ମୁ

    ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ପୂରଣବାଚକ ସଂଖ୍ୟା

    ପୂରଣବାଚକ ସଂଖ୍ୟା

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ଗୁଣ୍ଡି

    ଗୁଣ୍ଡି

    ଗୁଣ୍ଡି ଓଡ଼ିଶାର ପାରମ୍ପରିକ ପାନ ସଂସ୍କୃତି ସହ ଜଡ଼ିତ ଏକ ପ୍ରକାରର ପାନ-ମସଲା ବା ମସଲା ମିଶ୍ରଣ। ଏହାର ବ୍ୟବହାର ବିଶେଷକରି ଓଡ଼ିଶାର କଡ଼ାପାନ ପ୍ରସ୍ତୁତିରେ ଦେଖାଯାଏ। ଅଞ୍ଚଳ ଓ ପ୍ରସ୍ତୁତି ପଦ୍ଧତି ଅନୁସାରେ ଗୁଣ୍ଡିର ଉପାଦାନ ଭିନ୍ନ ହୋଇଥାଏ। ଧନିଆ, ପାନମଧୁରୀ, ଲବଙ୍ଗ, ଅଳେଇଚ, ଜାଇଫଳ, ଜାଇତ୍ରୀ ଓ ବିଭିନ୍ନ ସୁଗନ୍ଧିତ ଦ୍ରବ୍ୟ ଏଥିରେ ବ୍ୟବହୃତ ହୋଇପାରେ। କେତେକ ପାରମ୍ପରିକ ଗୁଣ୍ଡିରେ ଧୂଆଁପତ୍ର ବା ତମାଖୁ ମଧ୍ୟ ମିଶାଯାଏ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ସୂର୍ଯ୍ୟବଂଶୀ ସୂରଜ

    ସୂର୍ଯ୍ୟବଂଶୀ ସୂରଜ

    ସୂର୍ଯ୍ୟବଂଶୀ ସୂରଜ (ଜନ୍ମ: ୧୮ ମଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  89. 89

    ସୋମା ଚାନ୍ଦ

    ସୋମା ଚାନ୍ଦ

    ସୋମା ଚାନ୍ଦ (ଜନ୍ମ: ୨୦ ଜୁଲାଇ ୧୯୫୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକା, ଔପନ୍ୟାସିକା, ଶିଶୁ ସାହିତ୍ୟିକା, ଅନୁବାଦିକା ଓ ସଂପାଦିକା । ସେ ନିଜ ସୃଜନଶୀଳତା ପାଇଁ ବହୁ ସମ୍ମାନରେ ସମ୍ମାନିତା ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    ଚନ୍ଦ୍ରଶେଖର ରଥ

    ଚନ୍ଦ୍ରଶେଖର ରଥ

    ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।

    10 ପଠିତ (↓9 ଗତକାଲିଠାରୁ)19, 10

    1+ ଦିନ ଷ୍ଟ୍ରିକ

    🔍 🗞️
  91. 91

    ବ୍ରହ୍ମପୁର

    ବ୍ରହ୍ମପୁର

    ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି.

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ଏକାଦଶୀ

    ଏକାଦଶୀ

    ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍‌ତିଳା, ଜୟା (ଭୌମୀ), ବିଜୟା, ଆମଳକୀ(ଅଅଁଳା) , ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ପୁରୁଷ ଜାତୀୟ କ୍ରିକେଟ ଦଳ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥାଏ। ଏହା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଦ୍ୱାରା ପରିଚାଳିତ ଏବଂ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଟି-୨୦) ମାନ୍ୟତା ସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୂର୍ଣ୍ଣ ସଦସ୍ୟ ଅଟେ ।

    10 ପଠିତ (↑10 ଗତକାଲିଠାରୁ)0, 10

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ରାଧାମୋହନ ଗଡ଼ନାୟକ

    ରାଧାମୋହନ ଗଡ଼ନାୟକ

    ରାଧାମୋହନ ଗଡ଼ନାୟକ (୨୫ ଅଗଷ୍ଟ ୧୯୧୧ - ୨୧ ଫେବୃଆରୀ, ୨୦୦୦) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କବି ଥିଲେ । ତାଙ୍କର କବିତା ଗୁଡ଼ିକରେ ସ୍ୱଦେଶ ପ୍ରୀତି ଓ ସୌନ୍ଦର୍ଯ୍ୟର ଅନୁଭୂତି ଲକ୍ଷ୍ୟ କରାଯାଇଥାଏ । ସବୁଜ ଗୋଷ୍ଠୀର ସାହିତ୍ୟ ସାଧନା କାଳରେ ଏକକ କବି ଭାବରେ ସେ ପରିଚିତ ଥିଲେ ।

    9 ପଠିତ (↑9 ଗତକାଲିଠାରୁ)0, 9

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    ବ୍ୟଞ୍ଜନ ବର୍ଣ୍ଣ

    ବ୍ୟଞ୍ଜନ ବର୍ଣ୍ଣ

    9 ପଠିତ (↑1 ଗତକାଲିଠାରୁ)8, 9

    1+ ଦିନ ଷ୍ଟ୍ରିକ

    🔍 🗞️
  97. 97

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।

    9 ପଠିତ (↑1 ଗତକାଲିଠାରୁ)8, 9

    1+ ଦିନ ଷ୍ଟ୍ରିକ

    🔍 🗞️
  98. 98

    ଦେବୁ ବୋଷ

    ଦେବୁ ବୋଷ

    ଦେବୁ ବୋଷ (ଜନ୍ମନାମ: ରବୀନ୍ଦ୍ରନାଥ ବୋଷ) ଜଣେ ଓଡ଼ିଆ କଥାଚିତ୍ର ଜଗତ ଅଭିନେତା ଥିଲେ । ତପସ୍ୟା କଥାଚିତ୍ରରୁ, ସେ ଓଡ଼ିଆ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ । ଅଭିନୟ ବ୍ୟତୀତ, ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ଦେବୁ ଓଡ଼ିଆ କଥାଚିତ୍ରର ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତୀତ, ଦେବୁ ବୋଷ 'ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ । ୨୦୧୮ ଅଗଷ୍ଟ ୨୨ତାରିଖରେ ହାଇଦ୍ରାବାଦଠାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଆପନା ହାତ ଜଗନ୍ନାଥ ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା । ସେ ଓଡ଼ିଆ ଧାରାବାହିକ ସତ୍ୟ ଜରିଆରେ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ଶେଷ ଧାରାବାହିକ ଥିଲା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗା । ଦେବୁ ବୋଷ ହିନ୍ଦୀ କଥାଚିତ୍ର ଆଶ୍ରମ ଓ ହିନ୍ଦୀ ଧାରାବାହିକ ବୋହୂରେ ଅଭିନୟ କରିଥିଲେ । ଶ୍ରମ ଅଧିକାରୀ ଭାବରେ ସେ ଚାକିରୀରେ ଯୋଗ ଦେଇଥିଲେ ଏବଂ ଶିଳ୍ପ ଉନ୍ନୟନ ନିଗମର ସାଧାରଣ ପ୍ରବନ୍ଧକ ଭାବରେ ଅବସର ନେଇଥିଲେ ।

    9 ପଠିତ (↑9 ଗତକାଲିଠାରୁ)0, 9

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    9 ପଠିତ (↓8 ଗତକାଲିଠାରୁ)17, 9

    1+ ଦିନ ଷ୍ଟ୍ରିକ

    🔍 🗞️
  100. 100

    ବେଣୁଧର ରାଉତ

    ବେଣୁଧର ରାଉତ

    ବେଣୁଧର ରାଉତ ଜଣେ ଓଡ଼ିଆ କବି ଓ ଅଧ୍ୟାପକ । ୧୯୬୮ ମସିହାରେ ତାଙ୍କ ରଚିତ କାବ୍ୟ ପିଙ୍ଗଳାର ସୂର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

    9 ପଠିତ (↑9 ଗତକାଲିଠାରୁ)0, 9

    1 ଦିନ ଷ୍ଟ୍ରିକ

    🔍 🗞️

ତଥ୍ୟ ଆହରଣ ସମୟ: ।