ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଅଜନ୍ତା ଗୁମ୍ଫା (ଇଂରାଜୀରେ Ajanta Caves,ମରାଠୀ ଭାଷାରେ अजिंठा लेणी - ଅର୍ଥାତ୍ ଅଜିଣ୍ଠା ଗୁମ୍ଫା) ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ । ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ.
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ । ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ । ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ.
ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ଲେଭାଣ୍ଟରେ ଚାଲିଥିବା ସାମରିକ ଏବଂ ରାଜନୈତିକ ସଂଘର୍ଷ । ବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଏହା ବିଶ୍ୱର ସବୁଠାରୁ ଲମ୍ବା ସଂଘର୍ଷ ମଧ୍ୟରୁ ଅନ୍ୟତମ । ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ପ୍ରକ୍ରିୟା ନାମରେ ଏହି ବିବାଦର ସମାଧାନ ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଇଛି । ୧୮୯୭ ମସିହାର ପ୍ରଥମ ଜିଓନିଷ୍ଟ କଂଗ୍ରେସ ଏବଂ ୧୯୧୭ର ବାଲଫୋର ଘୋଷଣାନାମା ସମେତ ପାଲେଷ୍ଟାଇନରେ ଏକ ଇହୁଦୀ ମାତୃଭୂମି ପାଇଁ ଦାବିର ସାର୍ବଜନୀନ ଘୋଷଣା ଇହୁଦୀ ପ୍ରବାସୀଙ୍କ ଲହର ପରେ ଏହି ଅଞ୍ଚଳରେ ପ୍ରାରମ୍ଭିକ ଉତ୍ତେଜନା ସୃଷ୍ଟି କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ପାଲେଷ୍ଟାଇନ ପାଇଁ ଆଦେଶରେ "ପାଲେଷ୍ଟାଇନରେ ଇହୁଦୀ ଲୋକଙ୍କ ପାଇଁ ଏକ ଜାତୀୟ ଗୃହ ପ୍ରତିଷ୍ଠା" ପାଇଁ ଏକ ବାଧ୍ୟତାମୂଳକତା ନିୟମ ଅନ୍ତର୍ଭୁକ୍ତ ହୋଇଥିଲା । ଇହୁଦୀ ଓ ଆରବମାନଙ୍କ ମଧ୍ୟରେ ଉତ୍ତେଜନା ଖୋଲା ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହୋଇଥିଲା। ପାଲେଷ୍ଟାଇନ ପାଇଁ ୧୯୪୭ ମସିହାରେ ମିଳିତ ଜାତିସଂଘବିଭାଜନ ଯୋଜନା କେବେ କାର୍ଯ୍ୟକାରୀ ହୋଇନଥିଲା ଏବଂ ୧୯୪୭-୧୯୪୯ ପାଲେଷ୍ଟାଇନ ଯୁଦ୍ଧକୁ ଉତ୍ତେଜିତ କରିଥିଲା । ବର୍ତ୍ତମାନର ଇସ୍ରାଏଲ-ପାଲେଷ୍ଟାଇନ ସ୍ଥିତାବସ୍ଥା ୧୯୬୭ ମସିହାରେ ପାଲେଷ୍ଟାଇନ ଅଞ୍ଚଳ ଭାବରେ ପରିଚିତ ୬ ଦିନିଆ ଯୁଦ୍ଧରେ ପଶ୍ଚିମ ତଟ ଏବଂ ଗାଜା ଉପରେ ଇସ୍ରାଏଲର ସାମରିକ ଦଖଲ ପରେ ଆରମ୍ଭ ହୋଇଥିଲା ।
ଭାରତୀୟ ଜାତୀୟ ଫୁଟବଲ ଦଳ ଅନ୍ତର୍ଜାତୀୟ ଫୁଟବଲରେ ଭାରତର ପ୍ରତିନିଧିତ୍ୱ କରେ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ଦ୍ୱାରା ପରିଚାଳିତ ହୁଏ । ଏହା ଫିଫାର ଅଧୀନରେ ଅଛି । ଏସିଆରେ ଏସୀୟ ଫୁଟ୍ ବଲ୍ ମହାସଂଘ (ଏଏଫ୍ ସି) ଏବଂ ଦକ୍ଷିଣ ଏସିଆରେ ଦକ୍ଷିଣ ଏସୀୟ ଫୁଟ୍ ବଲ୍ ମହାସଂଘ (ସାଫ୍)ଦ୍ୱାରା ଏହା ପରିଚାଳିତ ହେଉଛି - ଯାହା ଉଭୟ ଭାରତୀୟ ଦଳର ତଦାରଖ କାରୀ ସଂସ୍ଥା ଏଆଇଏଫ୍ଏଫଦ୍ୱାରା ମିଳିତ ଭାବେ ସ୍ଥାପିତ ହୋଇଥିଲା।
କ୍ରନିକ ଅବ୍ଷ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (ସି.ଓ.ପି.ଡି.) (ଓଡ଼ିଆରେ- ଫୁସଫୁସ ବାଧା ସୃଷ୍ଟିକାରୀ ଦୀର୍ଘସ୍ଥାୟୀ ରୋଗ), ରୋଗର ଅନ୍ୟ ଇଂରାଜୀ ନାମ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଲଙ୍ଗ ଡିଜିଜ (ସି.ଓ.ଏ.ଡି.), କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଏୟାର୍ୱେ ଡିଜିଜ୍ (ସି.ଓ.ଏ.ଡି), ଯାହା ଏକ ପ୍ରକାର ଫୁସଫୁସ ରୋଗ ଯେଉଁଥିରେ ଫୁସଫୁସର ଶ୍ୱାସକ୍ରିୟାରେ ଦୀର୍ଘସ୍ଥାୟୀ ବାଧା ହୁଏ । ଧୁମ୍ରପାନ ଏହି ରୋଗର ଏକ ସାଧାରଣ କାରଣ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ଜେନେଟିକ୍ସ ଏହାର ଛୋଟ କାରଣ ଥାଏ ।. ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ରନ୍ଧା ଘରେ ବାୟୁ ଚଳାଚଳର ଅଭାବ ଥାଏ । ଦୀର୍ଘ ଦିନ ଧରି ଏହି ଉଦ୍ଦୀପକ ବସ୍ତୁ ପ୍ରଶ୍ୱାସରେ ଫୁସଫୁସ ଅଭ୍ୟନ୍ତରକୁ ଗଲେ ସେଠାରେ ପ୍ରଦାହ ସୃଷ୍ଟି ହୋଇ ଛୋଟ ଛୋଟ ବାୟୁ ନଳୀ ଆହୁରି ସରୁ ହୋଇଯାଏ ଓ ଫୁସଫୁସ ତନ୍ତୁ ନଷ୍ଟ ହୋଇଯାଏ ଯାହାକୁ ଏମ୍ଫିସେମା କୁହାଯାଏ । ଫୁସଫୁସ କାର୍ଯ୍ୟ ପରୀକ୍ଷାଦ୍ୱାରା (Pulmonry function test) ଫୁସଫୁସରେ କମ ବାୟୁ ପ୍ରବାହ ହେଉଥିବା ଜଣାପଡିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।.
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ବିକ୍ରମ ବାତ୍ରା ପରମ ବୀର ଚକ୍ର (୯ ସେପ୍ଟେମ୍ବର ୧୯୭୪ - ୭ ଜୁଲାଇ ୧୯୯୯) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ । କାରଗିଲ ଯୁଦ୍ଧ ସମୟରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ଭାରତୀୟ ସମ୍ମାନ ପରମ ବୀର ଚକ୍ରପ୍ରଦାନ କରାଯାଇଥିଲା; ୭ ଜୁଲାଇ ୧୯୯୯ରେ, ଜମ୍ମୁ-କାଶ୍ମୀରର କାରଗିଲ ଜିଲ୍ଲାର ଏରିଆ ଲେଜ୍, ପଏଣ୍ଟ ୪୮୭୫ର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନ୍ୟଙ୍କ ସହିତ ଲଢ଼ି ଶହୀଦ ହୋଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସୁନୀଲ ଛେତ୍ରୀ (ଜନ୍ମ ୩ ଅଗଷ୍ଟ ୧୯୮୪) ଜଣେ ଭାରତୀୟ ପେଷାଦାର ଫୁଟବଲ ଖେଳାଳି । ସେ ଜଣେ ଫରୱାର୍ଡ ଭାବରେ ଖେଳନ୍ତି ଏବଂ ଉଭୟ ଇଣ୍ଡିଆନ୍ ସୁପର ଲିଗ୍ କ୍ଲବ ବେଙ୍ଗାଲୁରୁ ଏବଂ ଭାରତୀୟ ଜାତୀୟ ଦଳର ଅଧିନାୟକ । ସେ ତାଙ୍କ ଲିଙ୍କ୍ ଅପ୍ ଖେଳ, ଗୋଲ ସ୍କୋରିଂ ଦକ୍ଷତା ଏବଂ ନେତୃତ୍ୱ ପାଇଁ ଜଣାଶୁଣା । ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ହାସଲକାରୀ, କେବଳ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସିଙ୍କ ପରେ ଚତୁର୍ଥ ଏବଂ ଭାରତୀୟ ଜାତୀୟ ଦଳର ସର୍ବକାଳୀନ ଶ୍ରେଷ୍ଠ ଗୋଲ ହାସଲକାରୀ ମଧ୍ୟ ଅଟନ୍ତି । ଦେଶ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଫୁଟବଲର ମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ ।
କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ (ଇଂରାଜୀରେ Christmas tree) ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ । ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।
ମନକୋମ୍ବୁ ସାମ୍ବାଶିବନ ସ୍ୱାମୀନାଥନ (୭ ଅଗଷ୍ଟ ୧୯୨୫ - ୨୮ ସେପ୍ଟେମ୍ବର ୨୦୨୩) ଜଣେ ଭାରତୀୟ କୃଷି ବିଜ୍ଞାନୀ, କୃଷି ବୈଜ୍ଞାନିକ, ଉଦ୍ଭିଦ ଜେନେଟିକ୍ସ, ପ୍ରଶାସକ ଏବଂ ମାନବିକତାବାଦୀ ଥିଲେ । ସ୍ୱାମୀନାଥନ୍ ସବୁଜ ବିପ୍ଳବର ଏକ ବିଶ୍ୱସ୍ତରୀୟ ନେତା ଥିଲେ । ଗହମ ଏବଂ ଚାଉଳର ଉଚ୍ଚ ଉତ୍ପାଦନକାରୀ ପ୍ରଜାତିର ପରିଚୟ ଏବଂ ବିକାଶରେ ତାଙ୍କର ନେତୃତ୍ୱ ଏବଂ ଭୂମିକା ପାଇଁ ତାଙ୍କୁ ଭାରତରେ ସବୁଜ ବିପ୍ଳବର ମୁଖ୍ୟ ସ୍ଥାପକ ବୋଲି କୁହାଯାଏ । କୃଷକ ଏବଂ ଅନ୍ୟ ବୈଜ୍ଞାନିକମାନଙ୍କ ସହ ଜନ ଆନ୍ଦୋଳନର ନେତୃତ୍ୱ ନେଉଥିବା ଏବଂ ସାର୍ବଜନୀନ ନୀତିଦ୍ୱାରା ସମର୍ଥିତ ନର୍ମାନ ବୋର୍ଲାଗଙ୍କ ସହ ସ୍ୱାମୀନାଥନଙ୍କ ସହଯୋଗୀ ବୈଜ୍ଞାନିକ ପ୍ରୟାସ ୧୯୬୦ ଦଶକରେ ଭାରତ ଏବଂ ପାକିସ୍ତାନକୁ କେତେକ ଦୁର୍ଭିକ୍ଷ ଭଳି ପରିସ୍ଥିତିରୁ ରକ୍ଷା କରିଥିଲା । ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ)ର ମହାନିର୍ଦ୍ଦେଶକ ଭାବରେ ତାଙ୍କର ନେତୃତ୍ୱ ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଯାହା କୃଷି କ୍ଷେତ୍ରରେ ଅନ୍ୟତମ ସର୍ବୋଚ୍ଚ ସମ୍ମାନ ଭାବରେ ସ୍ୱୀକୃତି ପାଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ତାଙ୍କୁ "ଅର୍ଥନୈତିକ ପରିବେଶର ପିତା" ବୋଲି କହିଛି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଚୀନ୍ , ଆନୁଷ୍ଠାନିକ ଭାବରେ ଚୀନ୍ ଗଣରାଜ୍ୟ (PRC) , ପୂର୍ବ ଏସିଆର ଏକ ଦେଶ । ୧.୪ ବିଲିୟନରୁ ଅଧିକ ଜନସଂଖ୍ୟା ସହିତ , ଏହା ଭାରତ ପରେ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ , ଯାହା ବିଶ୍ୱ ଜନସଂଖ୍ୟାର ୧୭.୪% ପ୍ରତିନିଧିତ୍ୱ କରେ । ଚୀନ୍ ବିଶାଳ ; ଏହା ପ୍ରାୟ ୯.୬ ନିୟୁତ ବର୍ଗ କିଲୋମିଟର ( ୩,୭୦୦,୦୦୦ ବର୍ଗ ମାଇଲ ) ଅଞ୍ଚଳ ପରିବ୍ୟାପ୍ତ ଚଉଦ ଦେଶକୁ ଭୂମି ଦ୍ୱାରା ସୀମାବଦ୍ଧ କରିଥାଏ , ଯାହା ଏହାକୁ ଭୂମି କ୍ଷେତ୍ର ଅନୁସାରେ ତୃତୀୟ ବୃହତ୍ତମ ଦେଶ କରିଥାଏ । ଦେଶଟି ୩୩ଟି ପ୍ରଦେଶ-ସ୍ତରୀୟ ବିଭାଗରେ ବିଭକ୍ତ : ୨୨ଟି ପ୍ରଦେଶ , ୫ଟି ସ୍ୱାୟତ୍ତ ଅଞ୍ଚଳ , ୪ଟି ପୌରପାଳିକା ଏବଂ ୨ଟି ଅର୍ଦ୍ଧ-ସ୍ୱାୟତ୍ତ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ । ବେଜିଂ ( Beijing ) ଦେଶର ରାଜଧାନୀ , ଯେତେବେଳେ କି ସାଂଘାଇ ସହରାଞ୍ଚଳ ଅନୁସାରେ ଏହାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ଏବଂ ସର୍ବବୃହତ ଆର୍ଥିକ କେନ୍ଦ୍ର । ସଭ୍ୟତାର ଛଅଟି ଉଦ୍ଗମ ସ୍ଥଳ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ ଚୀନ୍ , ପ୍ରାଚୀନପ୍ରସ୍ତର କାଳୀନ ସମୟରେ ଏହି ଅଞ୍ଚଳରେ ପ୍ରଥମ ମାନବ ବାସିନ୍ଦାଙ୍କ ଆଗମନ ଦେଖିଥିଲା । ଦ୍ୱିତୀୟ ସହସ୍ରାବ୍ଦ ଖ୍ରୀଷ୍ଟପୂର୍ବର ଶେଷ ସୁଦ୍ଧା , ପ୍ରାରମ୍ଭିକ ରାଜବଂଶୀୟ ରାଜ୍ୟଗୁଡ଼ିକ ୟେଲୋ ନଦୀ ( ହ୍ବାଙ୍ଗ୍-ହୋ ନଦୀ ) ଅବବାହିକାରେ ଆବିର୍ଭାବ ହୋଇଥିଲା । ଖ୍ରୀ. ପୂ. ଅଷ୍ଟମରୁ ତୃତୀୟ ଶତାବ୍ଦୀ ମଧ୍ୟରେ ଝୋଉ ( Zhou ) ବଂଶର ପ୍ରଭୁତ୍ୱର ପତନ ଘଟିଲା , ଯାହା ସହିତ ପ୍ରଶାସନିକ ଓ ସେନା ସମ୍ପର୍କୀୟ ପ୍ରଣାଳୀ , ସାହିତ୍ୟ , ଦାର୍ଶନିକତା ଓ ଇତିହାସଲେଖନର ଉଦୟ ହୋଇଥିଲା । ୨୨୧ ଖ୍ରୀ.
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଏଲୋରା (ଈଂରାଜୀରେ Ellora, ମରାଠୀ ଭାଷାରେ वेरूळ, ମରାଠୀ ଉଚ୍ଚାରଣ - ୱେରୁଳ୍) ଗୁମ୍ଫା ସମୂହ ଭାରତର ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଗୋଟିଏ ବିଶାଳକାୟ ପଥରକୁ କାଟି ନିର୍ମିତ ଗୁମ୍ଫା-ମନ୍ଦିର ଭାବେ ଏହା ବିଶ୍ୱରେ ସର୍ବବିଦିତ । UNESCO ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତାପ୍ରାପ୍ତ ଏହି ଗୁମ୍ଫା ମନ୍ଦିରରେ ବୌଦ୍ଧ, ହିନ୍ଦୁ ଓ ଜୈନ ଧାର୍ମିକ ଭାବନା ପ୍ରତିଫଳିତ ହୋଇଛି । ଏହି ଗୁମ୍ଫାର ମୂର୍ତ୍ତି ଓ ଶିଳ୍ପକଳା ଖ୍ରୀ.
ଆଜ୍ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।. ଏହାକୁ ଭୁଲରେ ଅନେକ ଆସ୍ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା । ଏହି ଲକ୍ଷଣଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ । ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍ମା ହେବା ବିଶ୍ୱାସ କରାଯାଉଛି । ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ । ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ । ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ (primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି.
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ବାକ୍ ସ୍ୱାଧୀନତା ହେଉଛି ଏକ ନୀତି ଯାହା ପ୍ରତିଶୋଧ, ସେନ୍ସରସିପ୍ କିମ୍ବା ଆଇନଗତ ଅନୁମୋଦନର ଭୟ ବିନା କୌଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ସେମାନଙ୍କ ମତାମତ ଏବଂ ଧାରଣାକୁ ପ୍ରକାଶ କରିବାର ସ୍ୱାଧୀନତାକୁ ସମର୍ଥନ କରେ । ଜାତିସଂଘଦ୍ୱାରା ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଏବଂ ଅନ୍ତର୍ଜାତୀୟ ମାନବାଧିକାର ଆଇନରେ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ ମାନବିକ ଅଧିକାର ଭାବରେ ସ୍ୱୀକୃତି ଦିଆଯାଇଛି । ଅନେକ ଦେଶରେ ସାମ୍ବିଧାନିକ ଆଇନ ରହିଛି ଯାହା ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେଇଥାଏ । ବାକ୍ ସ୍ୱାଧୀନତା, ବାକ୍ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଭଳି ଶବ୍ଦ ରାଜନୈତିକ ଆଲୋଚନାରେ ଭିନ୍ନ ଭିନ୍ନ ଭାବରେ ବ୍ୟବହୃତ ହୁଏ । ତଥାପି, ଆଇନଗତ ଅର୍ଥରେ, ଅଭିବ୍ୟକ୍ତିର ସ୍ୱାଧୀନତାରେ ବ୍ୟବହୃତ ମାଧ୍ୟମ ନିର୍ବିଶେଷରେ ସୂଚନା କିମ୍ବା ଧାରଣା ଖୋଜିବା, ଗ୍ରହଣ କରିବା ଏବଂ ପ୍ରଦାନ କରିବାର କୌଣସି କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ । ୟୁଡିଏଚଆରର ଧାରା ୧୯ରେ କୁହାଯାଇଛି ଯେ "ବିନା ହସ୍ତକ୍ଷେପରେ ମତାମତ ରଖିବାର ଅଧିକାର ସମସ୍ତଙ୍କର ରହିବ" ଏବଂ "ସମସ୍ତଙ୍କର ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ରହିବ; ଏହି ଅଧିକାରରେ ସମସ୍ତ ପ୍ରକାରର ସୂଚନା ଏବଂ ଧାରଣା ଖୋଜିବା, ଗ୍ରହଣ କରିବା ଏବଂ ପ୍ରଦାନ କରିବାର ସ୍ୱାଧୀନତା ଅନ୍ତର୍ଭୁକ୍ତ ହେବ, ଯାହା ମୌଖିକ ଭାବରେ, ଲିଖିତ କିମ୍ବା ମୁଦ୍ରଣରେ, କଳା ଆକାରରେ କିମ୍ବା ତାଙ୍କ ପସନ୍ଦର ଅନ୍ୟ କୌଣସି ମାଧ୍ୟମ ମାଧ୍ୟମରେ " । ଆଇସିସିପିଆରର ଧାରା ୧୯ର ସଂସ୍କରଣ ପରେ ଏହାକୁ ସଂଶୋଧନ କରି କହିଛି ଯେ ଏହି ଅଧିକାରଗୁଡ଼ିକର ବ୍ୟବହାର "ସ୍ୱତନ୍ତ୍ର କର୍ତ୍ତବ୍ୟ ଏବଂ ଦାୟିତ୍ୱ" ବହନ କରେ ଏବଂ ଆବଶ୍ୟକ ସ୍ଥଳେ "[f] କିମ୍ବା ଅନ୍ୟମାନଙ୍କ ଅଧିକାର କିମ୍ବା ପ୍ରତିଷ୍ଠାକୁ ସମ୍ମାନ" କିମ୍ବା "[f] କିମ୍ବା ଜାତୀୟ ନିରାପତ୍ତା କିମ୍ବା ସର୍ବସାଧାରଣ ଶୃଙ୍ଖଳାର ସୁରକ୍ଷା (ଅର୍ଡ୍ରେ ସର୍ବସାଧାରଣ) ସମୟରେ "କେତେକ ପ୍ରତିବନ୍ଧକ ଅଧୀନରେ ରହିପାରେ"। କିମ୍ବା ଜନସ୍ୱାସ୍ଥ୍ୟ କିମ୍ବା ନୈତିକତା". ତେଣୁ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନିରପେକ୍ଷ ବୋଲି ମାନ୍ୟତା ଦିଆଯାଇନପାରେ ଏବଂ ବାକ୍ ସ୍ୱାଧୀନତାର ସାଧାରଣ ସୀମା ବା ସୀମା ଗୁଡ଼ିକ ହେଉଛି ଅପମାନ, ନିନ୍ଦା, ଅଶ୍ଳୀଳତା, ପର୍ଣ୍ଣୋଗ୍ରାଫି, ଦେଶଦ୍ରୋହ, ଉତ୍ତେଜନା, ଲଢୁଆ ଶବ୍ଦ, ଘୃଣା ଭାଷଣ, ଗୋପନୀୟ ସୂଚନା, କପିରାଇଟ୍ ଉଲ୍ଲଂଘନ, ବାଣିଜ୍ୟ ରହସ୍ୟ, ଖାଦ୍ୟ ଲେବଲିଂ, ଅଣପ୍ରକାଶ ଚୁକ୍ତି, ଗୋପନୀୟତା ଅଧିକାର, ସମ୍ମାନ, ଭୁଲିଯିବାର ଅଧିକାର, ସାର୍ବଜନୀନ ନିରାପତ୍ତା, ନିନ୍ଦା ଏବଂ ମିଥ୍ୟା ପ୍ରମାଣ। ଏହାର ଯଥାର୍ଥତା ମଧ୍ୟରେ ଜନ୍ ଷ୍ଟୁଆର୍ଟ ମିଲ୍ ଅନ୍ ଲିବର୍ଟିରେ ପ୍ରସ୍ତାବିତ କ୍ଷତି ନୀତି ଅନ୍ତର୍ଭୁକ୍ତ, ଯାହା ସୂଚାଇଥାଏ ଯେ "ଏକମାତ୍ର ଉଦ୍ଦେଶ୍ୟ ଯାହା ପାଇଁ ଏକ ସଭ୍ୟ ସମ୍ପ୍ରଦାୟର ଯେକୌଣସି ସଦସ୍ୟଙ୍କ ଉପରେ କ୍ଷମତାକୁ ସଠିକ ଭାବରେ ପ୍ରୟୋଗ କରାଯାଇପାରିବ, ତାଙ୍କ ଇଚ୍ଛା ବିରୁଦ୍ଧରେ, ଅନ୍ୟମାନଙ୍କର କ୍ଷତିକୁ ରୋକିବା" ।.
ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଇଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି । ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା । ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି.
ଏୟାର ଇଣ୍ଡିଆ (Air India), ଭାରତର ଏକ ବିମାନସେବା । ଭାରତ ସରକାରଙ୍କ ଦ୍ୱାର ଚାଳିତ ଦୁଇ ବିମାନସେବା ମଧ୍ୟରୁ ଏହା ଅନ୍ୟତମ (ଅନ୍ୟଟି ଇଣ୍ଡିଆନ ଏୟାରଲାଇନ୍ସ । ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା । ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା । ୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା । ଏହାର କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ଥିତ । ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି । ଗୋଟିଏ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରହିଥିବା ବେଳେ ଅନ୍ୟଟି ଛତ୍ରପତି ଶିବାଜୀ ଇଣ୍ଟରନ୍ୟାଶନାଲ ଟର୍ମିନାଲରେ ରହିଛି । ଏହି ଏୟାରଲାଇନ୍ସ ଉଭୟ ଏୟାରବସ ଓ ବୋଇଂ ବିମାନସେବା ଯୋଗାଉଛି । ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି । ଭାରତୀୟ ଉପମହାଦେଶରେ ସର୍ବବୃହତ ଅପରେଟର ହୋଇଥିଲେ ମଧ୍ୟ ଏୟାର ଇଣ୍ଡିଆ ୪ର୍ଥ ସ୍ଥାନରେ ରହିଛି । ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବୃହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ମେନିଞ୍ଜାଇଟିସ ଏକ ରୋଗ ଯାହା ମସ୍ତିଷ୍କ ଓ ମେରୁଦଣ୍ଡର ସୁରକ୍ଷାକାରୀ ଆବରଣ ମେନିଞ୍ଜେସର ପ୍ରଦାହକୁ କୁହାଯାଏ । ଜ୍ୱର, ମୁଣ୍ଡବଥା ଓ ଦୃଢ଼଼ ବେକ ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ ଓ ପରିବର୍ତ୍ତିତ ଚେତନା, ବାନ୍ତି ଓ ଆଲୋକ ଭୀତି ବା ଶବ୍ଦ ଭୀତି ମଧ୍ୟ ପ୍ରକାଶ ପାଏ । ଅଳ୍ପ ବୟସ୍କ ପିଲାମାନଙ୍କର ଅନିର୍ଦ୍ଦିଷ୍ଟ ଲକ୍ଷଣ ଯେପରିକି ଚିଡ଼ିଚିଡ଼ା ଭାବ, ଢୁଳ ଲାଗିବା ଓ କମ୍ ଖାଇବା ଆଦି ଦେଖାଯାଏ । ମେନିଙ୍ଗୋକୋକାଲ ମେନିଞ୍ଜାଇଟିସ ହୋଇଥିଲେ ଏକ ନିର୍ଦ୍ଦିଷ୍ଟ ଧରଣର ରାସ୍ ଦେଖାଯାଏ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
'ରବୀନ୍ଦ୍ରନାଥ ଠାକୁର ' ( (listen); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ବିଭିନ୍ନ ଦେଶ ଦ୍ୱାରା ବ୍ୟବହାର କରାଯାଉଥିବା ବୈଦ୍ୟୁତିକ କାର୍
ବିଭିନ୍ନ ଦେଶଦ୍ୱାରା ବ୍ୟବହାର କରାଯାଉଥିବା ବୈଦ୍ୟୁତିକ କାର୍ ହେଉଛି ପୃଥିବୀ ସାରା ଥବା ବୈଦ୍ୟୁତିକ ଯାନକୁ ମାପିବା ଶୈଳୀ । ବୈଦ୍ୟୁତିକ ଯାନର ଲୋକପ୍ରିୟତା ବଢିବାର ମୁଖ୍ୟ କାରଣଗୁଡ଼ିକ ହେଉଛି, ତ୍ୱରଣ ଓ ଦୂରତାରେ ବୃଦ୍ଧି, ସରକାରୀ ରିହାତି ଓ ପରିବେଶ ଅନୁକୂଳ । ହାଲୁକା ଯାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା: ବ୍ୟାଟେରୀଦ୍ୱାରା ପରିଚାଳିତ ଯାନ (ବିଇଭି) ଓ ପ୍ଲଗ୍-ଇନ୍ ହାଇବ୍ରିଡ୍ ଯାହା ବ୍ୟାଟେରୀର ଶକ୍ତିକୁ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ୍ (ପିଏଚ୍ଇଭି) ସହ ଯୋଡାଯାଇ କରାଯାଏ । ୨୦୧୬ର ଶେଷ ଅନୁଯାୟୀ: ମୁଖ୍ୟରାସ୍ତାରେ ଚାଲୁଥିବା ନ୍ୟାୟିକ ହାଲୁକା ଯାନର ବିକ୍ରିରେ ସଞ୍ଚୟୀ ବୃଦ୍ଧି, ଯାହା ୨ ନିୟୁତ ୟୁନିଟ୍, ଯାହାର ୩୮% ୨୦୧୬ରେ ବିକ୍ରି ହୋଇଛି । ହାଲୁକା ଯାନ ବିକ୍ରିରେ, କାର୍ କ୍ଷେତ୍ରରେ ୦.୮୬% ବୃଦ୍ଧି ପାଇଛି, ଯାହା ୨୦୧୫ରେ ୦.୬୨% ଓ ୨୦୧୪ରେ ୦.୩୮% ଥିଲା । ବିଇଭି ଓ ପିଏଚ୍ଇଭି ମଧ୍ଧ୍ୟରେ ଅନୁପାତ ୨୦୧୫ ଶେଷ ସୁଦ୍ଧା ୫୯:୪୧ରୁ ବୃଦ୍ଧି ପାଇ ୬୧:୩୯ରେ ପହଁଞ୍ଚିଛି । ପିଏଚ୍ଇଭିର ସର୍ବମୋଟ ସଞ୍ଚୟୀ ବିକ୍ରି ୮୦୦,୦୦୦ ୟୁନିଟ୍ । ବିଭିନ୍ନ ଦେଶରେ ବୈଦ୍ୟୁତିକ ଯାନର ବ୍ୟବହାର ଗ୍ରାହକ ଦାବି, ବଜାର ଦର ଓ ପ୍ରୋତ୍ସାହନଦ୍ୱାରା ପ୍ରଭାବିତ ହୋଇଥାଏ । ୨୦୧୬ ଅନୁଯାୟୀ: ଚାଇନାର ସର୍ବାଧିକ ନ୍ୟାୟିକ ହାଲୁକା ପ୍ଲଗ୍ ଇନ୍ ଯାନ ଅଛି, ଯାହାର ସଞ୍ଚୟୀ ବିକ୍ରି ୬୪୫,୦୦୦ରୁ ମଧ୍ଧ୍ୟ ଅଧିକ କିମ୍ବା ସମଗ୍ର ଜମାର ୪୩.୦% । ୨୦୧୫ରେ ଚାଇନାର ବୈଦ୍ୟୁତିକ ବସ୍ର ବଜାର ୧୭୩,୦୦୦ରେ ପହଁଞ୍ଚିଥିଲା । ୬୩୭,୦୦୦ରୁ ଅଧିକ ଯାତ୍ରୀବାହୀ ବୈଦ୍ୟୁତିକ ଯାନ ୟୁରୋପ୍ରେ ନାମାଙ୍କିତ ହୋଇଛି, ଯାହା ମଗ୍ର ଜଗତ ବିକ୍ରିର ୩୧.୪%.
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।> ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି.
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।
ଫିଲ୍ଡ ମାର୍ଶାଲ ସାମ ହୋର୍ମୁସ୍ଜି ଫ୍ରମ୍ଜୀ ଜାମସେଦଜୀ ମାନେକ୍ଶା ଏମସି (୩ ଏପ୍ରିଲ ୧୯୧୪ - ୨୭ ଜୁନ ୨୦୦୮), ସାମ ବାହାଦୁର ("ସାମ ଦି ବ୍ରେଭ") ନାମରେ ମଧ୍ୟ ପରିଚିତ, ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନାର ସେନା ମୁଖ୍ୟ ଥିଲେ ଏବଂ ପ୍ରଥମ ଭାରତୀୟ ସେନା ଅଧିକାରୀ ଯିଏ ଫିଲ୍ଡ ମାର୍ଶାଲ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତାଙ୍କ ସକ୍ରିୟ ସାମରିକ ଜୀବନ ଚାରି ଦଶନ୍ଧି ଏବଂ ପାଞ୍ଚଟି ଯୁଦ୍ଧ ପର୍ଯ୍ୟନ୍ତ ବ୍ୟାପିଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୋଇଥିଲା ।
ମୂତ୍ରାଙ୍ଗ ସଂକ୍ରମଣ (Urinary Tract) ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକ୍କ (Kidney), ମୂତ୍ର ପରିବହନ ନଳୀ (Ureter), ମୂତ୍ରାଶୟ (Urinary Bladder) ଓ ନିଷ୍କାସନ ନଳୀ (Urethra) ସମୂହର ଯେ କୌଣସି ଅଂଶର ସଂକ୍ରମଣ । ଏହାର ବିଭିନ୍ନ ଅଂଶ ଜୀବାଣୁଦ୍ୱାରା ସଂକ୍ରମିତ ହୋଇଥାଏ । ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟ ସଂକ୍ରମଣକୁ ସିସ୍ଟାଇଟିସ (Cystitis), ପରିବହନ ନଳୀର ପ୍ରାରମ୍ଭିକ ଅଂଶ ସଂକ୍ରମଣକୁ ପାଏଲୋନେଫ୍ରାଇଟିସ୍ (Pyelonephritis)., ନିଷ୍କାସନ ନଳୀ ସଂକ୍ରମଣକୁ ୟୁରେଥ୍ରାଇଟିସ୍ (Urethritis) କୁହାଯାଏ । ନିମ୍ନ ମୂତ୍ରାଙ୍ଗ ସଂକ୍ରମଣରେ ମୂତ୍ରତ୍ୟାଗ ସମୟରେ ଯନ୍ତ୍ରଣା ହୁଏ, ବାରମ୍ବାର ପରିସ୍ରା ହୁଏ ଓ ମୂତ୍ରାଶୟ ଖାଲି ଥିଲେ ମଧ୍ୟ ପରିସ୍ରା କରିବାକୁ ଅନୁଭବ ହୁଏ । ବୃକ୍କ ସଂକ୍ରମଣ ହେଲେ ଉପରଲିଖିତ ଲକ୍ଷଣ ସହିତ ଜ୍ୱର ଓ ପେଟ ଦୁଇ ପାଖରେ ଯନ୍ତ୍ରଣା ହୁଏ । କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ । ରୋଗୀ ଅତି ଛୋଟ ବା ଅତି ବୟସ୍କ ହୋଇଥିଲେ ଲକ୍ଷଣ ଅନିଶ୍ଚିତ ବା ଅନିର୍ଦ୍ଦିଷ୍ଟ ଥାଏ ।
କଙ୍ଗାରୁ ହେଉଛି ମାକ୍ରୋପୋଡିଡି (ମାକ୍ରୋପୋଡ୍ସ) ପରିବାରର ମାର୍ସୁପିଆଲ୍, ଯାହାର ଅର୍ଥ ହେଉଛି "ବଡ଼ ପାଦ"। ସାଧାରଣତଃ ଏହି ଶବ୍ଦଟି ମାକ୍ରୋପୋଡିଡି ପରିବାରର ବୃହତ୍ତମ ପ୍ରଜାତି ଯେପରିକି କଙ୍ଗାରୁ, ତଥା ଆଣ୍ଟିଲୋପିନ୍ କଙ୍ଗାରୁ, ପ୍ରାଚ୍ୟ ଧୂସର କଙ୍ଗାରୁ ଏବଂ ପଶ୍ଚିମୀ ଧୂସର କଙ୍ଗାରୁଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହୃତ ହୁଏ | କଙ୍ଗାରୁମାନେ ମୁଖ୍ୟତଃ ଅଷ୍ଟ୍ରେଲିଆ ଏବଂ ନ୍ୟୁ ଗିନିର ସ୍ଥାନୀୟ ଅଧିବାସୀ। ଅଷ୍ଟ୍ରେଲିଆ ସରକାରଙ୍କ ଆକଳନ ଅନୁଯାୟୀ ଅଷ୍ଟ୍ରେଲିଆର କଙ୍ଗାରୁର ବାଣିଜ୍ୟିକ କାରବାର ଅଞ୍ଚଳରେ ଏମାନଙ୍କ ସଂଖ୍ୟା ୨୦୧୩ରେ ୫୩.୨ ନିୟୁତ ଥିଲାବେଳେ ୨୦୧୯ରେ ୪୨.୮ ନିୟୁତକୁ ହ୍ରାସ ପାଇଅଛି। "ୱାଲାରୁ" ଏବଂ "ୱାଲାବି" ପରି, "କଙ୍ଗାରୁ" ମଧ୍ୟ ଏକ ପାରାଫାଇଲେଟିକ୍ ପ୍ରଜାତିର ଗୋଷ୍ଠୀକୁ ବୁଝାଏ | ତିନୋଟିଯାକ ପ୍ରାଣୀ ସମାନ ମାକ୍ରୋପୋଡିଡି ପରିବାରର ସଦସ୍ୟ , କେବଳ ଆକାର ଅନୁଯାୟୀ ଏମାନେ ପୃଥକ | ଏହି ପରିବାରର ସବୁଠାରୁ ବଡ଼ ପ୍ରଜାତିକୁ "କଙ୍ଗାରୁ" ଏବଂ ସବୁଠାରୁ ଛୋଟ ପ୍ରଜାତିକୁ "ୱାଲାବି" ବୋଲି କୁହାଯାଏ। "ୱାଲାରୁସ୍" ଶବ୍ଦଟି ମଧ୍ୟମ ଆକାରର ପ୍ରଜାତିକୁ ବୁଝାଏ | ବୃକ୍ଷ-କଙ୍ଗାରୁ ଅନ୍ୟ ଏକ ପ୍ରକାରର ମାକ୍ରୋପୋଡ୍, ଯାହା ନ୍ୟୁ ଗିନି, ସୁଦୂର ଉତ୍ତର-ପୂର୍ବ କୁଇନ୍ସଲ୍ୟାଣ୍ଡ ଏବଂ ଏହି ଅଞ୍ଚଳର କିଛି ଦ୍ୱୀପପୁଞ୍ଜର ଗ୍ରୀଷ୍ମମଣ୍ଡଳୀୟ ବର୍ଷାରଣ୍ୟରେ ବାସ କରନ୍ତି | ଏହି ପ୍ରକାରର କଙ୍ଗାରୁ ଗଛର ଉପର ଶାଖାରେ ବାସ କରନ୍ତି | ଏମାନଙ୍କ ଆପେକ୍ଷିକ ଆକାର ବାବଦରେ ଏକ ସାଧାରଣ ଧାରଣା ହେଲା: ୱାଲାବି: ମୁଣ୍ଡ ଏବଂ ଶରୀରର ଲମ୍ବ ୪୫-୧୦୫ ସେ. ମି. ଏବଂ ଲାଞ୍ଜର ଲମ୍ବ ୩୩-୭୫ ସେ.
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ( ୭ ଫେବୃଆରୀ ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ ବିଶ୍ୱର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତରେ ସେ ଭିକ୍ଟୋରିଆନ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ ଦରିଦ୍ର ବାଳକର ଚରିତ୍ର । ତାହାର ଚରିତ୍ର ଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡର ସାଧାରଣ ଜନ ଜୀବନକୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ୱାନ ଓ ସମାଲୋଚକମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ୱ ସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକାରେ ରହିଛି । ଡିକେନ୍ସଙ୍କ ଜନ୍ମ ଇଂଲଣ୍ଡର ପୋର୍ଟ୍ସମାଉଥଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତାଙ୍କୁ ରୁଣ ସୁଝି ନ ପାରିବାରୁ ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳରୁ ସେ ସ୍କୁଲ ଛାଡି ଏକ କାରଖାନାରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ଟି କାଳ୍ପନିକ ଉପନ୍ୟାସ ସହ ୫ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷା , ସାମାଜିକ ଅଧିକାରର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ । ଡିକେନ୍ସ 1836 ମସିହାରେ “ ଦି ପିକୱିକ ପେପର୍ସ “( The Pickwick Papers ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଇ ଗଲେ । ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମଦ୍ୱାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀକୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield )ରେ "ମିସ ମିକାୱର"ଙ୍କ ଚରିତ୍ର ଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହାଦ୍ୱାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷା ମଧ୍ୟ ପାଉଥିଲେ । . ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହାରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “Oliver Twist “ଓ “ Great Expectations” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁକୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସଙ୍କ ଉପନ୍ୟାସ “A Tale of Two Cities,”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ୱୀକୃତି ଦେଇଥିଲା । ଡିକେନ୍ସଙ୍କ ଲେଖା ସମୂହକୁ ବିଶ୍ୱର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ, ଜର୍ଜ ଅରୱେଲ, ଓ ଜି. କେ.
କୁମାର ସାଙ୍ଗାକାରା (ଜନ୍ମ: ୨୭ ଅକ୍ଟୋବର ୧୯୭୭) ଶ୍ରୀଲଙ୍କା ଆନ୍ତର୍ଜାତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଖେଳାଳି ତଥା ଅବସର ନେଇଯାଇଥିବା ଅଧିନାୟକ, ଯିଏକି ବିଶ୍ୱର ଜଣେ ପ୍ରତିଭାଶାଳୀ କ୍ରିକେଟ ଖେଳାଳି ଭାବରେ ଗଣାଯାଆନ୍ତି । ସାଙ୍ଗାକାରା ଦିନିକିଆ କ୍ରିକେଟ ଖେଳରେ ଜଣେ ମହାନତମ ବ୍ୟାଟ୍ସମେନ ଭାବରେ ଗଣାଯାଉଥିବା ବେଳେ, ଶ୍ରୀଲଙ୍କା ଆନ୍ତର୍ଜାତୀୟ କ୍ରିକେଟ ଦଳର ଜଣେ ପ୍ରସିଦ୍ଧ ମ୍ୟାଚ-ବିଜେତା ତଥା ଶ୍ରୀଲଙ୍କା ଦଳରେ ଖେଳିଥିବା ଖେଳାଳୀମାନଙ୍କ ମଧ୍ୟରେ ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ଗଣାଯାଆନ୍ତି । ମହେଲା ଜୟବର୍ଦ୍ଧନଙ୍କ ସହ ସାଙ୍ଗାକାରା ଅନେକ ଆନ୍ତର୍ଜାତୀୟ ରେକର୍ଡ଼ କରିଛନ୍ତି ।
ମହିଳା ସ୍ୱାସ୍ଥ୍ୟ ଅର୍ଥାତ୍ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ, ଯାହାକି ପୁରୁଷମାନଙ୍କଠାରୁ ଅନେକ କ୍ଷେତ୍ରରେ ଅଲଗା । ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।" ସାଧାରଣତଃ ମହିଳା ସ୍ୱାସ୍ଥ୍ୟକୁ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ହିସାବରେ ନିଆଯାଏ କିନ୍ତୁ ଅନେକ ସଂସ୍ଥା ଏହା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ଏହି ବ୍ୟବଧାନଗୁଡ଼ିକ ଏକ ବିକାଶଶୀଳ ଦେଶରେ ଆହୁରି ଅଧିକ ଯେଉଁଠାରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ଉଭୟ ଆଶଙ୍କା ଏବଂ ଅନୁଭବ ଉପରେ ନିର୍ଭର କରେ ।
ଶ୍ରଦ୍ଧା କପୁର (ଜନ୍ମ: ୩ ମାର୍ଚ୍ଚ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଖଳନାୟକ, କମେଡ଼ିଆନ୍ ଶକ୍ତି କପୁରଙ୍କ ଝିଅ ହେଉଛନ୍ତି ଶ୍ରଦ୍ଧା । ସେ ୨୦୧୦ ମସିହାରେ ହିନ୍ଦୀ କଥାଚିତ୍ର ତିନ୍ ପତିରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ୨୦୧୧ରେ କଥାଚିତ୍ର ଲଭ୍ କା ଦି ଏଣ୍ଡରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।