ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ନୀଳାଦ୍ରୀ ବିଜେ

    ନୀଳାଦ୍ରୀ ବିଜେ

    ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରରୁ ତିନି ଦିଅଁଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତି ଉପରେ ବିଜେ କରିବା ନୀଳାଦ୍ରୀ ବିଜେ ନାମରେ ଜଣା । ଗୁଣ୍ଡିଚା ଦିନ ତିନିଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇ ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟନ୍ତି । ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦୀକୁ ବିଜେ କରନ୍ତି । ଏହା ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ।

    77 ପଠିତ (↑48 ଗତକାଲିଠାରୁ)0,0,0,0,0,0,0,13,29, 77

    3 ଦିନ ଷ୍ଟ୍ରିକ

    🔍 🗞️
  2. 2

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

    76 ପଠିତ (↑31 ଗତକାଲିଠାରୁ)36,23,20,27,16,20,31,49,45, 76

    9+ ଦିନ ଷ୍ଟ୍ରିକ

    🔍 🗞️
  3. 3

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    72 ପଠିତ (↑32 ଗତକାଲିଠାରୁ)13,20,25,29,22,25,11,33,40, 72

    9+ ଦିନ ଷ୍ଟ୍ରିକ

    🔍 🗞️
  4. 4

    ସୁଶାନ୍ତ ସିଂହ

    ସୁଶାନ୍ତ ସିଂହ

    ସୁଶାନ୍ତ ସିଂହ (୧୭ ମାର୍ଚ୍ଚ ୧୯୭୩ - ୨୭ ଜୁଲାଇ ୨୦୨୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    58 ପଠିତ (↑58 ଗତକାଲିଠାରୁ)0,0,0,0,0,0,0,0,0, 58

    1 ଦିନ ଷ୍ଟ୍ରିକ

    🔍 🗞️
  5. 5

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    57 ପଠିତ (↓7 ଗତକାଲିଠାରୁ)51,35,66,56,73,73,55,44,64, 57

    9+ ଦିନ ଷ୍ଟ୍ରିକ

    🔍 🗞️
  6. 6

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    56 ପଠିତ (↑18 ଗତକାଲିଠାରୁ)13,0,23,39,19,25,10,26,38, 56

    8 ଦିନ ଷ୍ଟ୍ରିକ

    🔍 🗞️
  7. 7

    ରଥଯାତ୍ରା

    ରଥଯାତ୍ରା

    ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.

    50 ପଠିତ (↓69 ଗତକାଲିଠାରୁ)125,85,78,47,56,95,117,76,119, 50

    9+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ଗୁରୁ ପୂର୍ଣ୍ଣିମା

    ଗୁରୁ ପୂର୍ଣ୍ଣିମା

    ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।

    49 ପଠିତ (↑49 ଗତକାଲିଠାରୁ)0,0,0,0,0,12,10,20,0, 49

    1 ଦିନ ଷ୍ଟ୍ରିକ

    🔍 🗞️
  9. 9

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    46 ପଠିତ (↑16 ଗତକାଲିଠାରୁ)0,9,20,26,22,23,26,19,30, 46

    9 ଦିନ ଷ୍ଟ୍ରିକ

    🔍 🗞️
  10. 10

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

    43 ପଠିତ (↑28 ଗତକାଲିଠାରୁ)14,0,0,19,0,0,0,13,15, 43

    3 ଦିନ ଷ୍ଟ୍ରିକ

    🔍 🗞️
  11. 11

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    41 ପଠିତ (↓20 ଗତକାଲିଠାରୁ)71,36,42,38,34,62,30,38,61, 41

    9+ ଦିନ ଷ୍ଟ୍ରିକ

    🔍 🗞️
  12. 12

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    39 ପଠିତ (↑12 ଗତକାଲିଠାରୁ)23,12,47,45,21,27,0,36,27, 39

    3 ଦିନ ଷ୍ଟ୍ରିକ

    🔍 🗞️
  13. 13

    ଜଗଦୀଶ ମହାନ୍ତି

    ଜଗଦୀଶ ମହାନ୍ତି

    ଜଗଦୀଶ ମହାନ୍ତି (୧୭ ଫେବୃଆରୀ ୧୯୫୧ - ୨୯ ଡିସେମ୍ବର ୨୦୧୩) ଜଣେ ଓଡ଼ିଆ ଲେଖକ, ଓଡ଼ିଆ ଗଳ୍ପରେ ନୂଆ ଧାରାର ଆବାହକ ଭାବରେ ସେ ପରିଚିତ ଥିଲେ।

    36 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0,23, 36

    2 ଦିନ ଷ୍ଟ୍ରିକ

    🔍 🗞️
  14. 14

    ମହେନ୍ଦ୍ରଗିରି

    ମହେନ୍ଦ୍ରଗିରି

    ମହେନ୍ଦ୍ରଗିରି ଓଡ଼ିଶାର ଦ୍ବିତୀୟ ଉଚ୍ଚତମ ପର୍ବତ। ଏହାକୁ ଓଡ଼ିଶାର ହିମାଳୟ ବୋଲି ମଧ୍ୟ କୁହାଯାଏ। ଏହା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରୁ ପ୍ରାୟ ୫୩-୫୪ କି.ମି.

    36 ପଠିତ (↓19 ଗତକାଲିଠାରୁ)0,0,0,0,0,0,0,9,55, 36

    3 ଦିନ ଷ୍ଟ୍ରିକ

    🔍 🗞️
  15. 15

    ଜଗନ୍ନାଥ

    ଜଗନ୍ନାଥ

    36 ପଠିତ (↓11 ଗତକାଲିଠାରୁ)59,40,31,42,33,58,78,55,47, 36

    9+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ଦିବ୍ୟସିଂହ ଦେବ

    ଦିବ୍ୟସିଂହ ଦେବ

    ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.

    36 ପଠିତ (↑15 ଗତକାଲିଠାରୁ)36,30,15,22,11,16,117,44,21, 36

    9+ ଦିନ ଷ୍ଟ୍ରିକ

    🔍 🗞️
  17. 17

    ଧର୍ମେନ୍ଦ୍ର ପ୍ରଧାନ

    ଧର୍ମେନ୍ଦ୍ର ପ୍ରଧାନ

    ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରାଳୟରେ ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ । ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୮ ଏପ୍ରିଲ ୩ରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

    33 ପଠିତ (↓13 ଗତକାଲିଠାରୁ)0,0,0,14,32,28,25,69,46, 33

    7 ଦିନ ଷ୍ଟ୍ରିକ

    🔍 🗞️
  18. 18

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    33 ପଠିତ (↓6 ଗତକାଲିଠାରୁ)23,12,19,32,22,23,22,24,39, 33

    9+ ଦିନ ଷ୍ଟ୍ରିକ

    🔍 🗞️
  19. 19

    ଜୟ ଜଗନ୍ନାଥ

    ଜୟ ଜଗନ୍ନାଥ

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।

    32 ପଠିତ (↓17 ଗତକାଲିଠାରୁ)39,35,17,26,20,25,68,36,49, 32

    9+ ଦିନ ଷ୍ଟ୍ରିକ

    🔍 🗞️
  20. 20

    ରସଗୋଲା ଦିବସ

    ରସଗୋଲା ଦିବସ

    ରସଗୋଲା ଦିବସ ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ ଓ ରେଡ଼ିଓ ଚକୋଲେଟ ପାହାଳର "କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ" ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ । ଭୁବନେଶ୍ୱରରେ ପାଳିତ ଏହି ଉତ୍ସବରେ ୧୦ରୁ ଅଧିକ ରସଗୋଲା ଦୋକାନରୁ ପାଳଙ୍ଗ, ପୋଦିନା, ଅମୃତଭଣ୍ଡା ଆଦି ନାନାଦି ଉପାଦାନ ଥାଇ ରସଗୋଲା ପରିବେଷଣ କରିଥିଲେ । ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ନଥିକରଣର ଅଭାବ ହେତୁ ସଠିକ ମସିହା ଲିପିବଦ୍ଧ ହୋଇପାରିନଥିଲା । ତେବେ ପୁରୀରୁ ଆରମ୍ଭ ହୋଇ ପରେ ଏହା କଟକର ସାଲେପୁର ଓ ଭୁବନେଶ୍ୱରର ପାହାଳଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ଜଗନ୍ନାଥ ମନ୍ଦିରଙ୍କ ରୋଷଘରେ ତିଆରି ହେଉଥିବା କ୍ଷୀରମୋହନ (ରସଗୋଲା) ପରେ ପଶ୍ଚିମ ବଙ୍ଗର ନବୀନ ଚନ୍ଦ୍ର ଦାସଙ୍କ ଦେଇ ପରିବର୍ତ୍ତିତ ହୋଇଥିଲା । ପ୍ରଥମ ରସଗୋଲା ଦିବସ ପାଳନ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦେଇ ପୁରୀ ବେଳାଭୂମିରେ ଏକ "ରସଗୋଲା ଦିବସ" ଲେଖାଥିବା ବାଲୁକାକଳା ନିର୍ମାଣ ହୋଇଥିଲା ।

    32 ପଠିତ (↑32 ଗତକାଲିଠାରୁ)0,0,0,0,0,0,0,0,0, 32

    1 ଦିନ ଷ୍ଟ୍ରିକ

    🔍 🗞️
  21. 21

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    30 ପଠିତ (↑5 ଗତକାଲିଠାରୁ)12,16,19,23,22,18,18,18,25, 30

    9+ ଦିନ ଷ୍ଟ୍ରିକ

    🔍 🗞️
  22. 22

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    30 ପଠିତ (0 ଗତକାଲିଠାରୁ)19,10,16,24,29,19,15,18,30, 30

    9+ ଦିନ ଷ୍ଟ୍ରିକ

    🔍 🗞️
  23. 23

    ଜ୍ୟୋତିର୍ମୟୀ ନାୟକ

    ଜ୍ୟୋତିର୍ମୟୀ ନାୟକ

    ଜ୍ୟୋତିର୍ମୟୀ ନାୟକ (ଜନ୍ମ: ୧୪ ଫେବୃଆରୀ ୨୦୦୧) ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ୨୦୨୬ ମସିହାରେ, ଭାରତୀୟ ରିଆଲିଟି ଶୋ' ଇଣ୍ଡିଆନ୍ ଆଇଡଲ୍ ୧୬ର ବିଜେତା ହୋଇଥିଲେ । ପ୍ରଥମେ ଜଣେ ଭଜନ ଗାୟିକା ଭାବରେ, ସେ କାମ କରିବା ଆରମ୍ଭ କରିଥିଲେ, ପରେ ୨୦୧୪ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ' ଭଏସ୍ ଅଫ୍ ଓଡ଼ିଶା ଜୁନିଅର୍‌ରେ ଅଂଶଗ୍ରହଣ କରିଥିଲେ । ସେ ୨୦୨୬ ମସିହା ସୁଦ୍ଧା, ୧୦୦୦ରୁ ଅଧିକ ଓଡ଼ିଆ ଗୀତ ଗାଇଛନ୍ତି ଏବଂ କିଛି ଓଡ଼ିଆ କଥାଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ।

    28 ପଠିତ (↑28 ଗତକାଲିଠାରୁ)0,0,0,0,0,0,0,0,0, 28

    1 ଦିନ ଷ୍ଟ୍ରିକ

    🔍 🗞️
  24. 24

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    27 ପଠିତ (↑2 ଗତକାଲିଠାରୁ)14,24,33,38,37,18,12,22,25, 27

    9+ ଦିନ ଷ୍ଟ୍ରିକ

    🔍 🗞️
  25. 25

    ତରୁଣକାନ୍ତି ମିଶ୍ର

    ତରୁଣକାନ୍ତି ମିଶ୍ର

    ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

    27 ପଠିତ (↑4 ଗତକାଲିଠାରୁ)0,0,0,0,10,0,0,13,23, 27

    3 ଦିନ ଷ୍ଟ୍ରିକ

    🔍 🗞️
  26. 26

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    27 ପଠିତ (↓25 ଗତକାଲିଠାରୁ)0,26,16,27,15,10,10,24,52, 27

    9 ଦିନ ଷ୍ଟ୍ରିକ

    🔍 🗞️
  27. 27

    ଅଧର ପଣା

    ଅଧର ପଣା

    ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।

    27 ପଠିତ (↓107 ଗତକାଲିଠାରୁ)0,0,0,0,0,0,0,32,134, 27

    3 ଦିନ ଷ୍ଟ୍ରିକ

    🔍 🗞️
  28. 28

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ") ଏକ ଭାରତୀୟ ଦକ୍ଷିଣପନ୍ଥୀ, ହିନ୍ଦୁ ଜାତୀୟତାବାଦୀ, ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।

    26 ପଠିତ (↑8 ଗତକାଲିଠାରୁ)10,0,0,0,13,0,0,12,18, 26

    3 ଦିନ ଷ୍ଟ୍ରିକ

    🔍 🗞️
  29. 29

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    26 ପଠିତ (↑13 ଗତକାଲିଠାରୁ)16,32,23,19,16,16,24,11,13, 26

    9+ ଦିନ ଷ୍ଟ୍ରିକ

    🔍 🗞️
  30. 30

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    25 ପଠିତ (↓20 ଗତକାଲିଠାରୁ)0,0,15,0,14,20,13,21,45, 25

    6 ଦିନ ଷ୍ଟ୍ରିକ

    🔍 🗞️
  31. 31

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    25 ପଠିତ (↑25 ଗତକାଲିଠାରୁ)12,10,16,14,28,32,10,11,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  32. 32

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    25 ପଠିତ (↓2 ଗତକାଲିଠାରୁ)13,38,27,39,21,24,37,21,27, 25

    9+ ଦିନ ଷ୍ଟ୍ରିକ

    🔍 🗞️
  33. 33

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    23 ପଠିତ (↓8 ଗତକାଲିଠାରୁ)52,68,80,46,74,35,20,18,31, 23

    9+ ଦିନ ଷ୍ଟ୍ରିକ

    🔍 🗞️
  34. 34

    ପାଣିପାଗ

    ପାଣିପାଗ

    ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।

    23 ପଠିତ (↓2 ଗତକାଲିଠାରୁ)39,40,28,33,27,18,37,26,25, 23

    9+ ଦିନ ଷ୍ଟ୍ରିକ

    🔍 🗞️
  35. 35

    ଏ. ପି. ଜେ. ଅବଦୁଲ କଲାମ

    ଏ. ପି. ଜେ. ଅବଦୁଲ କଲାମ

    ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,17,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    କଳିଙ୍ଗ ଯୁଦ୍ଧ

    କଳିଙ୍ଗ ଯୁଦ୍ଧ

    ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି ।

    22 ପଠିତ (↑8 ଗତକାଲିଠାରୁ)10,0,0,24,0,0,17,0,14, 22

    2 ଦିନ ଷ୍ଟ୍ରିକ

    🔍 🗞️
  37. 37

    ଶ୍ରୀନିବାସ ରାମାନୁଜନ

    ଶ୍ରୀନିବାସ ରାମାନୁଜନ

    {{Use British English|date=November 2011}} ଶ୍ରୀନିବାସ ରାମାନୁଜନ () (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?

    21 ପଠିତ (↓15 ଗତକାଲିଠାରୁ)0,0,0,15,24,18,30,15,36, 21

    7 ଦିନ ଷ୍ଟ୍ରିକ

    🔍 🗞️
  38. 38

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    21 ପଠିତ (↑4 ଗତକାଲିଠାରୁ)13,19,0,29,25,16,13,18,17, 21

    7 ଦିନ ଷ୍ଟ୍ରିକ

    🔍 🗞️
  39. 39

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    21 ପଠିତ (↑21 ଗତକାଲିଠାରୁ)0,21,20,11,77,33,31,24,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  40. 40

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ (The Constitution of India, ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ।

    21 ପଠିତ (↑6 ଗତକାଲିଠାରୁ)13,0,15,12,18,15,15,0,15, 21

    2 ଦିନ ଷ୍ଟ୍ରିକ

    🔍 🗞️
  41. 41

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    21 ପଠିତ (0 ଗତକାଲିଠାରୁ)22,11,19,32,22,55,31,31,21, 21

    9+ ଦିନ ଷ୍ଟ୍ରିକ

    🔍 🗞️
  42. 42

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    21 ପଠିତ (↓1 ଗତକାଲିଠାରୁ)39,46,29,28,23,29,48,21,22, 21

    9+ ଦିନ ଷ୍ଟ୍ରିକ

    🔍 🗞️
  43. 43

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

    20 ପଠିତ (↓4 ଗତକାଲିଠାରୁ)0,9,0,0,17,0,0,0,24, 20

    2 ଦିନ ଷ୍ଟ୍ରିକ

    🔍 🗞️
  44. 44

    ମୁଦିରସ୍ତ

    ମୁଦିରସ୍ତ

    ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିରରେ ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରିଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ ସେ ସମୟରେ ରାଜ୍ୟର ଆଭ୍ୟନ୍ତରୀଣ ପରିସ୍ଥିତିରେ ବିଶୃଙ୍ଖଳା ଦେଖାଦେବାରୁ ଏବଂ ରାଜା ସର୍ବଦା ରାଜ୍ୟ ବିସ୍ତାର ପାଇଁ ଅନ୍ୟ ରାଜ୍ୟ ସହ ଯୁଦ୍ଧରେ ଲିପ୍ତ ରହୁଥିବାରୁ ଶ୍ରୀଜୀଉଙ୍କର ନୀତି ସମ୍ପାଦନରେ ବିଶୃଙ୍ଖଳା ହେଲା । ତେଣୁ ସେବେଠାରୁ ଜଣେ ନାବାଳକକୁ ଗଜପତି ମନୋନୀତ କଲେ ଏବଂ ସେହି ନାବାଳକ ରାଜ ଅନ୍ତଃପୁରରେ ରହି ଲାଳିତ ପାଳିତ ହେଲେ । ସେହି ନାବାଳକ ଯେତେବେଳେ ଦ୍ୱାଦଶ ବର୍ଷ ଅତିକ୍ରମ କରିଯାଏ ସେତେବେଳେ ସେମାନଙ୍କୁ ପୁଷ୍ପାଳକ ଭାବରେ ବିବେଚନା କରାଯାଏ । ପରମ୍ପରାକ୍ରମେ ମହାରାଣୀଙ୍କର ଗହଣ ବିଜେ ପାଇଁ ଗଜପତି ମହାରାଜା ଏହି ପରିବାରରୁ ଜଣେ ନାବାଳକଙ୍କୁ ପ୍ରତିନିଧି ଭାବେ ମନୋନୀତ କରନ୍ତି । ମହାରାଣୀ ହେଉଛନ୍ତି ଅସୂର୍ଯ୍ୟଂପଶ୍ୟା, ସର୍ବଦା ରାଣୀ ଅନ୍ତଃପୁର ଭିତରେ ଥାଆନ୍ତି । କୌଣସି ବାହାର ଲୋକ ତାଙ୍କୁ ଦେଖିପାରନ୍ତି ନାହିଁ । ତେଣୁ ମୁଦିରସ୍ତ ରାଣୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି । ଅନ୍ୟ ସେବକମାନେ କୂର୍ମ ବେଢା ବାହାରେ ଅପେକ୍ଷା କରି ରହନ୍ତି । ଚଳନ୍ତି ଠାକୁରଙ୍କର ପ୍ରତିନିଧି ରୂପେ ସେ ଏକାନ୍ତରେ ଏହି ସେବା ମହାପ୍ରଭୁଙ୍କ ନିକଟରେ କରିଥାନ୍ତି । ଗଜପତିଙ୍କର ଅନୁପସ୍ଥିତିରେ, ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।

    20 ପଠିତ (↑20 ଗତକାଲିଠାରୁ)12,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  45. 45

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    20 ପଠିତ (↓3 ଗତକାଲିଠାରୁ)21,23,23,16,17,28,10,17,23, 20

    9+ ଦିନ ଷ୍ଟ୍ରିକ

    🔍 🗞️
  46. 46

    ଇରା ମହାନ୍ତି

    ଇରା ମହାନ୍ତି

    ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍‌ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।

    20 ପଠିତ (↓3 ଗତକାଲିଠାରୁ)0,17,11,16,15,0,22,16,23, 20

    4 ଦିନ ଷ୍ଟ୍ରିକ

    🔍 🗞️
  47. 47

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    19 ପଠିତ (↑19 ଗତକାଲିଠାରୁ)10,13,11,23,21,14,17,12,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  48. 48

    ବନ୍ଦେ ମାତରମ

    ବନ୍ଦେ ମାତରମ

    ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

    19 ପଠିତ (↓2 ଗତକାଲିଠାରୁ)14,25,23,20,13,26,20,27,21, 19

    9+ ଦିନ ଷ୍ଟ୍ରିକ

    🔍 🗞️
  49. 49

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

    19 ପଠିତ (↑19 ଗତକାଲିଠାରୁ)0,0,0,12,10,0,0,14,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    ହେପାଟାଇଟିସ

    ହେପାଟାଇଟିସ

    ହେପାଟାଇଟିସ (ଇଂରାଜୀରେ hepatitis) ଏକ ରୋଗ ଗୋଷ୍ଠୀ ଯେଉଁଥିରେ ଯକୃତର ପ୍ରଦାହ (inflammation) ହୁଏ । କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର କାମଳ, ଆନୋରେକ୍ସିଆ ବା ଅରୁଚି (poor appetite), ବାନ୍ତି, ଥକ୍କା ଲାଗିବା (feel tired), ପେଟ ଯନ୍ତ୍ରଣା (abdominal pain) ବା ତରଳ ଝାଡ଼ା ହୁଏ । ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ (long term) ହୋଇପାରେ । ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ (acute liver failure) ହୋଇପାରେ । କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ୍, ଯକୃତ ଫେଲ (liver failure) ବା ଯକୃତ କର୍କଟ ରୋଗରେ ପରିବର୍ତ୍ତିତ ହୋଇପାରେ ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  51. 51

    ନାରାୟଣ ସାହୁ

    ନାରାୟଣ ସାହୁ

    ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

    17 ପଠିତ (↑17 ଗତକାଲିଠାରୁ)0,0,0,0,16,10,10,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  52. 52

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

    17 ପଠିତ (↑17 ଗତକାଲିଠାରୁ)25,11,19,39,27,10,0,11,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    16 ପଠିତ (↑16 ଗତକାଲିଠାରୁ)0,0,21,10,0,11,0,9,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୨୫ ଜୁନ ୧୯୮୭) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।

    16 ପଠିତ (↑16 ଗତକାଲିଠାରୁ)10,0,22,22,23,0,11,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଯକ୍ଷ୍ମା

    ଯକ୍ଷ୍ମା

    ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସ‌ହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

    16 ପଠିତ (↓11 ଗତକାଲିଠାରୁ)0,0,0,0,12,0,0,0,27, 16

    2 ଦିନ ଷ୍ଟ୍ରିକ

    🔍 🗞️
  56. 56

    ପଠାଣି ସାମନ୍ତ

    ପଠାଣି ସାମନ୍ତ

    ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।

    16 ପଠିତ (↓10 ଗତକାଲିଠାରୁ)0,0,0,0,15,19,25,23,26, 16

    6 ଦିନ ଷ୍ଟ୍ରିକ

    🔍 🗞️
  57. 57

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬ ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

    16 ପଠିତ (↓1 ଗତକାଲିଠାରୁ)11,0,0,0,0,0,12,0,17, 16

    2 ଦିନ ଷ୍ଟ୍ରିକ

    🔍 🗞️
  58. 58

    ପୁଷ୍ପେନ୍ଦ୍ର ସିଂହ ଦେଓ

    ପୁଷ୍ପେନ୍ଦ୍ର ସିଂହ ଦେଓ

    ପୁଷ୍ପେନ୍ଦ୍ର ସିଂହ ଦେଓ (ଜନ୍ମ: ୨୬ ଜାନୁଆରୀ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋକସରା ଓ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    15 ପଠିତ (↓21 ଗତକାଲିଠାରୁ)0,0,0,0,0,0,0,0,36, 15

    2 ଦିନ ଷ୍ଟ୍ରିକ

    🔍 🗞️
  59. 59

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    15 ପଠିତ (↑15 ଗତକାଲିଠାରୁ)11,0,11,11,0,11,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।

    15 ପଠିତ (↑15 ଗତକାଲିଠାରୁ)0,16,9,0,0,0,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  61. 61

    ମହାପାତ୍ର ନୀଳମଣି ସାହୁ

    ମହାପାତ୍ର ନୀଳମଣି ସାହୁ

    ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

    15 ପଠିତ (↑15 ଗତକାଲିଠାରୁ)0,0,16,0,0,0,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ସୁନାବେଶ

    ସୁନାବେଶ

    ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।

    15 ପଠିତ (↓104 ଗତକାଲିଠାରୁ)9,0,15,0,14,30,64,440,119, 15

    6 ଦିନ ଷ୍ଟ୍ରିକ

    🔍 🗞️
  63. 63

    ଜଗନ୍ନାଥଙ୍କ ବେଶ

    ଜଗନ୍ନାଥଙ୍କ ବେଶ

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ୩୨ ବେଶ ମଧ୍ୟରୁ ପ୍ରତିବର୍ଷ ୩୦ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅପ୍ରେଲ ୨୭ ଓ ମଇ ୩, ୧୯୦୫ ମସିହା ପରଠାରୁ ରଘୁନାଥ ବେଶ ଆଉ ହୋଇନଥିବା ବେଳେ ୨୦୨୧ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ଶିବ, ରାମ-କୃଷ୍ଣାଦି ରୂପ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା: - ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ଏବଂ ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ ।

    14 ପଠିତ (↑1 ଗତକାଲିଠାରୁ)16,0,21,12,0,11,20,41,13, 14

    5 ଦିନ ଷ୍ଟ୍ରିକ

    🔍 🗞️
  64. 64

    ଖଣ୍ଡାୟତ

    ଖଣ୍ଡାୟତ

    ଖଣ୍ଡାୟତ ଏକ ଓଡ଼ିଶାର ଏକ ଚାଷୀ ତଥା ଜମିହୀନ ଏବଂ ଜମି ଥିବା ଚାଷୀ ସୈନ୍ୟ ଜାତି । ସେମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ଜମିଦାର, ଜମିମାଲିକ ଏବଂ ଭାଗଚାଷୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସଂଖ୍ୟାଗତ ଦୃଷ୍ଟିରୁ ସେମାନେ ରାଜ୍ୟର ବୃହତ୍ତମ ଜାତି । ବ୍ରିଟିଶ ଶାସନ ସମୟରେ ସେମାନେ ଖୋର୍ଦ୍ଧା ସମେତ ଓଡ଼ିଶାର ଅନେକ ରାଜ୍ୟରେ ଶାସନ କରିଥିଲେ ।

    14 ପଠିତ (↑14 ଗତକାଲିଠାରୁ)0,11,0,0,0,10,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    କାଳୀଚରଣ ପଟ୍ଟନାୟକ

    କାଳୀଚରଣ ପଟ୍ଟନାୟକ

    କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)

    14 ପଠିତ (↑14 ଗତକାଲିଠାରୁ)0,9,11,0,18,22,0,10,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  66. 66

    ଗୁଗଲ

    ଗୁଗଲ

    ଗୁଗଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।

    14 ପଠିତ (↑14 ଗତକାଲିଠାରୁ)0,0,0,0,0,0,10,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଭାରତର ପ୍ରଧାନମନ୍ତ୍ରୀ

    ଭାରତର ପ୍ରଧାନମନ୍ତ୍ରୀ

    ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୂଖ୍ୟ ।

    14 ପଠିତ (↑14 ଗତକାଲିଠାରୁ)0,0,0,0,0,0,12,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  68. 68

    କଟକ

    କଟକ

    କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ହେବା ସହିତ ଓଡ଼ିଶାର ଉପ-ରାଜଧାନୀ ତଥା ତତ୍ ସହିତ ରାଜ୍ୟର ସର୍ବପୁରାତନ ନ‌ଗର ମଧ୍ୟ । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।

    14 ପଠିତ (↓5 ଗତକାଲିଠାରୁ)0,12,15,13,0,22,17,9,19, 14

    5 ଦିନ ଷ୍ଟ୍ରିକ

    🔍 🗞️
  69. 69

    ଅଭିମନ୍ୟୁ ସାମନ୍ତସିଂହାର

    ଅଭିମନ୍ୟୁ ସାମନ୍ତସିଂହାର

    ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।

    14 ପଠିତ (↓1 ଗତକାଲିଠାରୁ)0,0,0,0,0,0,10,0,15, 14

    2 ଦିନ ଷ୍ଟ୍ରିକ

    🔍 🗞️
  70. 70

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

    14 ପଠିତ (↑14 ଗତକାଲିଠାରୁ)0,0,0,0,25,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ବ୍ୟାସଦେବ

    ବ୍ୟାସଦେବ

    ବେଦବ୍ୟାସ ବା ବ୍ୟାସଦେବ ହିନ୍ଦୁ ଧର୍ମରେ ବର୍ଣ୍ଣିତ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଅଟନ୍ତି । ସେ ବେଦକୁ ଚାରି ଭାଗରେ ବିଭକ୍ତ କରିଥିଲେ । ବ୍ୟାସଦେବ, ମହାଭାରତ ଭଳି ମହାନ ଗ୍ରନ୍ଥର ରଚୟିତା ହେବା ସହ ଏହାର ଏକ ଚରିତ୍ର ବି ଅଟନ୍ତି |

    14 ପଠିତ (↑14 ଗତକାଲିଠାରୁ)0,0,0,0,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ଚୈତନ୍ୟ

    ଚୈତନ୍ୟ

    ଚୈତନ୍ୟଦେବ (୧୪୮୬-୧୫୩୪),

    14 ପଠିତ (↑14 ଗତକାଲିଠାରୁ)0,0,10,13,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    13 ପଠିତ (↓1 ଗତକାଲିଠାରୁ)9,17,9,10,12,19,9,11,14, 13

    9+ ଦିନ ଷ୍ଟ୍ରିକ

    🔍 🗞️
  74. 74

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।

    13 ପଠିତ (↓5 ଗତକାଲିଠାରୁ)0,0,0,0,0,0,0,0,18, 13

    2 ଦିନ ଷ୍ଟ୍ରିକ

    🔍 🗞️
  75. 75

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    13 ପଠିତ (↑13 ଗତକାଲିଠାରୁ)17,16,12,16,12,14,0,21,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  76. 76

    ମାସ

    ମାସ

    ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲୋକେ ସୌର ମାସକୁ ମାନନ୍ତି। ଅନ୍ୟ ଆଡ଼େ ଚାନ୍ଦ୍ରମାନ ମାସ ମନା ଯାଏ। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ହୁଏ। ସୌର ପାଞ୍ଜି ଅନୁସାରେ ପଣା (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  77. 77

    ଭାନୁଜୀ ରାଓ

    ଭାନୁଜୀ ରାଓ

    ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ । ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    13 ପଠିତ (↑13 ଗତକାଲିଠାରୁ)0,12,17,16,10,16,0,13,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    ଅଖିଳ ମୋହନ ପଟ୍ଟନାୟକ

    ଅଖିଳ ମୋହନ ପଟ୍ଟନାୟକ

    ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।

    13 ପଠିତ (↑13 ଗତକାଲିଠାରୁ)13,0,0,15,0,12,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ଇତିହାସ

    ଇତିହାସ

    ଇତିହାସ ( ଗ୍ରୀକ୍ରୁ ἱστορία , "historia" ଯାହାର ଅର୍ଥ ହେଉଛି "ଅନୁସନ୍ଧାନ; ଅନୁସନ୍ଧାନଦ୍ୱାରା ପ୍ରାପ୍ତ ଜ୍ଞାନ ") ଇତିହାସ ହେଉଛି ଅତୀତର ଅଧ୍ୟୟନ | ହେରୋଡୋଟସ୍, ଆରିଷ୍ଟଟଲ୍,ଥ୍ୟୁସିଡାଇଡସ୍‌,ଇ.ଏଚ୍ .

    13 ପଠିତ (↑13 ଗତକାଲିଠାରୁ)0,0,0,10,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    13 ପଠିତ (↓2 ଗତକାଲିଠାରୁ)21,12,15,0,0,18,12,13,15, 13

    5 ଦିନ ଷ୍ଟ୍ରିକ

    🔍 🗞️
  82. 82

    ବିଜ୍ଞାନ

    ବିଜ୍ଞାନ

    ବିଜ୍ଞାନ (ବିଶେଷ ଜ୍ଞାନ) (ବା Science Latin: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ") ବିଶ୍ୱର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା ।ପୂର୍ବେ ବିଜ୍ଞାନ ଅଧିକ ଦର୍ଶନ ପର୍ଯବେଶିତ ଥିଲା ।

    13 ପଠିତ (↑13 ଗତକାଲିଠାରୁ)0,0,0,10,0,0,10,8,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    ଏକାଦଶୀ

    ଏକାଦଶୀ

    ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍‌ତିଳା, ଜୟା (ଭୌମୀ), ବିଜୟା, ଆମଳକୀ(ଅଅଁଳା) , ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,18,26,40,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ପ୍ରାଣବନ୍ଧୁ କର

    ପ୍ରାଣବନ୍ଧୁ କର

    ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

    12 ପଠିତ (↑12 ଗତକାଲିଠାରୁ)0,17,14,12,23,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ରାଜୀବ ପାତ୍ର

    ରାଜୀବ ପାତ୍ର

    ରାଜୀବ ପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ହୃତ୍‌ପିଣ୍ଡ

    ହୃତ୍‌ପିଣ୍ଡ

    ହୃତ୍‌ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ । ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ (nutrients) ଯୋଗାଏ ତ‌ଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । ଛାତିର ମେଡ଼ିଆସ୍ଟାଇନମ୍‌ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ବି. ଆର. ଆମ୍ବେଦକର

    ବି. ଆର. ଆମ୍ବେଦକର

    ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।

    12 ପଠିତ (↓270 ଗତକାଲିଠାରୁ)0,0,9,0,0,0,0,0,282, 12

    2 ଦିନ ଷ୍ଟ୍ରିକ

    🔍 🗞️
  89. 89

    ଖାରବେଳ

    ଖାରବେଳ

    ମହାମେଘବାହନ ଐର ଖାରବେଳ (IAST: Khārabeḷa) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ.

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

    ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

    ଭାରତ ଏକ ସଂଘୀୟ ରାଷ୍ଟ୍ର, ଯାହା ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ। ମୋଟ ଉପରେ ଏହି ୩୬ଟି ଉପ-ଜାତୀୟ ପ୍ରଶାସନିକ ଏକକ ରହିଛି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପୁନଶ୍ଚ ଅନେକ ଜିଲ୍ଲାରେ ବିଭକ୍ତ କରାଯାଇଛି। ସମଗ୍ର ଭାରତରେ ସମୁଦାୟ ୭୮୪ଟି ଜିଲ୍ଲା ରହିଛି, ଯାହାର ଅଧୀନରେ ଆହୁରି ଅନେକ ପ୍ରଶାସନିକ ସ୍ତର ସ୍ଥିର କରାଯାଇଛି।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,10,9,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

    12 ପଠିତ (↑12 ଗତକାଲିଠାରୁ)15,0,10,16,0,0,11,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ହେପାଟାଇଟିସ ବି

    ହେପାଟାଇଟିସ ବି

    ହେପାଟାଇଟିସ ବି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ବି ଭୂତାଣୁଦ୍ୱାରା ହୁଏ ଓ ଏହା ଯକୃତକୁ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଏହା ଉଭୟ ତ୍ୱରିତ ଓ ଦୀର୍ଘସ୍ଥାୟୀ ରୋଗ କରେଇ ପାରେ । ସଂକ୍ରମଣ ପ୍ରାରମ୍ଭରେ ଏନେକ ଲୋକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । କେତେକ ରୋଗୀ ଶୀଘ୍ର ରୋଗା ଅନୁଭବ କରି ବାନ୍ତି କରନ୍ତି, ଚମ ହଳଦିଆ ଦେଖାଯାଏ, ଥକ୍କା ଲାଗେ, ଗାଢ଼ ପରିସ୍ରା ହୁଏ ଓ ପେଟ ଯନ୍ତ୍ରଣା ହୁଏ । ଅଧିକାଂଶ ସମୟରେ ରୋଗ କିଛି ସପ୍ତାହ ପର୍ୟ୍ୟନ୍ତ ରହେ, କ୍ୱଚିତ୍ ଏହି ସମୟରେ ମୃତ୍ୟୁ ହୁଏ । ସଂକ୍ରମଣର ୩୦ରୁ ୧୮୦ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଜନ୍ମ ସମୟରେ ସଂକ୍ରମିତ ହେଲେ ୯୦ % କେଶ୍‌ରେ ଦୀର୍ଘସ୍ଥାୟୀ ହେପାଟାଇଟିସ ବି ରୋଗ ହୁଏ କିନ୍ତୁ ୫ ବର୍ଷ ବୟସ ପରେ ସଂକ୍ରମିତ ହେଲେ ୧୦ %ରୁ କମ୍ ଲୋକଙ୍କର ଏ ଭଳି ହୁଏ । ଅଧିକାଂଶ ଦୀର୍ଘସ୍ଥାୟୀ ରୋଗୀ ଲକ୍ଷଣହୀନ ଥାଆନ୍ତି, କିନତୁ ସିରୋସିସ୍ ଓ ଯକୃତ କର୍କଟ ଅବଶେଷରେ ହୁଏ । ଏହି ଜଟିଳତା ଯୋଗୁ ୧୫ରୁ ୨୫ % ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ଭୂମିକା ଦାଶ

    ଭୂମିକା ଦାଶ

    ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ । ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ହୃଦାନନ୍ଦ ରାୟ

    ହୃଦାନନ୍ଦ ରାୟ

    ହୃଦାନନ୍ଦ ରାୟ (୧୦ ମଇ ୧୯୩୦ - ୨୭ ଜୁଲାଇ ୨୦୧୫) ଜଣେ ଓଡ଼ିଆ ସାହିତ୍ୟିକ, ଦାର୍ଶନିକ ଓ ଶିକ୍ଷାବିତ । ସେ ବହୁ କବିତା, ପ୍ରବନ୍ଧ, ଭ୍ରମଣ କାହାଣୀ ଲେଖିବା ସହ ଜଣେ ବାଗ୍ମୀ ଓ ବକ୍ତା ଭାବରେ ଓଡ଼ିଶା ଓ ବାହାରେ ପରିଚିତ । ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ସେ ସମାଜର ହିତ ଦିଗରେ କାର୍ଯ୍ୟ କରିଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ବେଦ

    ବେଦ

    ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  97. 97

    ବୀରକିଶୋର ଦେବ

    ବୀରକିଶୋର ଦେବ

    ଗଜପତି ବୀରକିଶୋର ଦେବ (୨ ଜୁଲାଇ ୧୯୨୯ - ୮ ଜୁଲାଇ ୧୯୭୦) ପୁରୀର ଗଜପତି ମହାରାଜା ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୀରକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    11 ପଠିତ (↓1 ଗତକାଲିଠାରୁ)24,14,0,0,0,0,30,19,12, 11

    4 ଦିନ ଷ୍ଟ୍ରିକ

    🔍 🗞️
  98. 98

    ଅଶୋକ (ସମ୍ରାଟ)

    ଅଶୋକ (ସମ୍ରାଟ)

    ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.

    11 ପଠିତ (↑11 ଗତକାଲିଠାରୁ)0,0,9,0,0,0,11,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ବାଲେଶ୍ୱର ଜିଲ୍ଲା

    ବାଲେଶ୍ୱର ଜିଲ୍ଲା

    ବାଲେଶ୍ୱର ଜିଲ୍ଲା ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୧୯୪ କିମି ଦୁରରେ ଅବସ୍ଥିତ । ବାଲେଶ୍ୱର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    କାଳିଜାଈ

    କାଳିଜାଈ

    କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️