ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ଗୁଗଲ

    ଗୁଗଲ

    ଗୁଗଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।

    63 ପଠିତ (↑19 ଗତକାଲିଠାରୁ)0,0,0,10,0,0,14,0,44, 63

    2 ଦିନ ଷ୍ଟ୍ରିକ

    🔍 🗞️
  2. 2

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    62 ପଠିତ (↑2 ଗତକାଲିଠାରୁ)56,73,73,55,44,64,57,75,60, 62

    9+ ଦିନ ଷ୍ଟ୍ରିକ

    🔍 🗞️
  3. 3

    କଟକ

    କଟକ

    କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ହେବା ସହିତ ଓଡ଼ିଶାର ଉପ-ରାଜଧାନୀ ତଥା ତତ୍ ସହିତ ରାଜ୍ୟର ସର୍ବପୁରାତନ ନ‌ଗର ମଧ୍ୟ । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।

    60 ପଠିତ (↑37 ଗତକାଲିଠାରୁ)13,0,22,17,9,19,14,0,23, 60

    2 ଦିନ ଷ୍ଟ୍ରିକ

    🔍 🗞️
  4. 4

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    56 ପଠିତ (↓5 ଗତକାଲିଠାରୁ)39,21,24,37,21,27,25,31,61, 56

    9+ ଦିନ ଷ୍ଟ୍ରିକ

    🔍 🗞️
  5. 5

    ବାଲେଶ୍ୱର ଜିଲ୍ଲା

    ବାଲେଶ୍ୱର ଜିଲ୍ଲା

    ବାଲେଶ୍ୱର ଜିଲ୍ଲା ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୧୯୪ କିମି ଦୁରରେ ଅବସ୍ଥିତ । ବାଲେଶ୍ୱର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ।

    44 ପଠିତ (↓4 ଗତକାଲିଠାରୁ)0,0,0,0,0,0,11,12,48, 44

    4 ଦିନ ଷ୍ଟ୍ରିକ

    🔍 🗞️
  6. 6

    ବେଦ

    ବେଦ

    ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।

    39 ପଠିତ (↓6 ଗତକାଲିଠାରୁ)0,0,0,0,0,0,11,0,45, 39

    2 ଦିନ ଷ୍ଟ୍ରିକ

    🔍 🗞️
  7. 7

    ଜଗନ୍ନାଥଙ୍କ ଧୂପ

    ଜଗନ୍ନାଥଙ୍କ ଧୂପ

    ଜଗନ୍ନାଥଙ୍କ ଧୂପ ଜଗନ୍ନାଥ ମନ୍ଦିରରେ ନୀତି ନିୟମ ଭିତରେ ଗୋଟିଏ ଯାହା ମାଦଳା ପାଞ୍ଜିରେ ଲେଖା ନୀତି ଅନୁସାରେ ପାଳିତ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ପ୍ରତିଦିନ ୩ ଧୂପ, ୩ ଭୋଗ, ୫ ଅବକାଶ ଓ ୨ ପହଡ଼ ହୁଏ । ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ ।

    38 ପଠିତ (↑38 ଗତକାଲିଠାରୁ)0,0,15,0,0,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  8. 8

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    37 ପଠିତ (↑11 ଗତକାଲିଠାରୁ)38,37,18,12,22,25,27,46,26, 37

    9+ ଦିନ ଷ୍ଟ୍ରିକ

    🔍 🗞️
  9. 9

    ୧୧୭

    ୧୧୭

    ୧୧୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  10. 10

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    33 ପଠିତ (↑5 ଗତକାଲିଠାରୁ)11,77,33,31,24,0,21,13,28, 33

    4 ଦିନ ଷ୍ଟ୍ରିକ

    🔍 🗞️
  11. 11

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    32 ପଠିତ (↓2 ଗତକାଲିଠାରୁ)45,21,27,0,36,27,39,55,34, 32

    6 ଦିନ ଷ୍ଟ୍ରିକ

    🔍 🗞️
  12. 12

    ୧୯୦

    ୧୯୦

    ୧୯୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    32 ପଠିତ (↑32 ଗତକାଲିଠାରୁ)0,0,0,0,0,0,0,0,0, 32

    1 ଦିନ ଷ୍ଟ୍ରିକ

    🔍 🗞️
  13. 13

    ୧୮୦

    ୧୮୦

    ୧୮୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    31 ପଠିତ (↑31 ଗତକାଲିଠାରୁ)0,0,0,0,0,0,0,0,0, 31

    1 ଦିନ ଷ୍ଟ୍ରିକ

    🔍 🗞️
  14. 14

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    31 ପଠିତ (↑12 ଗତକାଲିଠାରୁ)26,22,23,26,19,30,46,30,19, 31

    9+ ଦିନ ଷ୍ଟ୍ରିକ

    🔍 🗞️
  15. 15

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    30 ପଠିତ (↑6 ଗତକାଲିଠାରୁ)38,34,62,30,38,61,41,46,24, 30

    9+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ୧୦୪

    ୧୦୪

    ୧୦୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    30 ପଠିତ (↑30 ଗତକାଲିଠାରୁ)0,0,0,0,0,0,0,0,0, 30

    1 ଦିନ ଷ୍ଟ୍ରିକ

    🔍 🗞️
  17. 17

    ଶ୍ରୀନିବାସ ରାମାନୁଜନ

    ଶ୍ରୀନିବାସ ରାମାନୁଜନ

    {{Use British English|date=November 2011}} ଶ୍ରୀନିବାସ ରାମାନୁଜନ () (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?

    30 ପଠିତ (↑30 ଗତକାଲିଠାରୁ)15,24,18,30,15,36,21,15,0, 30

    1 ଦିନ ଷ୍ଟ୍ରିକ

    🔍 🗞️
  18. 18

    ଚତୁର୍ମାସ୍ୟା

    ଚତୁର୍ମାସ୍ୟା

    ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ଦିନଠାରୁ ଚତୁର୍ମାସ୍ୟା ଆରମ୍ଭ ହୋଇଯାଏ । ଏହା ସାଧାରଣତଃ ଅଶୁଦ୍ଧ କାଳ ବୋଲି ବିବେଚନା କରାଯାଏ, ତେଣୁ ଏହି ସମୟରେ କୌଣସି ଶୁଭ କର୍ମ କରାଯାଏ ନାହିଁ । ଏହି ସମୟରେ ଭଗବାନ ବିଷ୍ଣୁ ଶୟନରେ ଥା’ନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏହା ଶ୍ରୀହରିଙ୍କୁ ଆରାଧନା କରିବାର ପ୍ରକୃଷ୍ଟ ସମୟ ବୋଲି ଅନେକ ମତ ଦିଅନ୍ତି । ବର୍ଷା ଚାରିମାସ ମଧ୍ୟରେ ମନୁଷ୍ୟ ଯେତେଦିନ ଜନାର୍ଦ୍ଦନଙ୍କ ସମ୍ମୁଖରେ ସମୟ ଅତିବାହିତ କରେ, ସେତେ ସମୟ ପର୍ଯ୍ୟନ୍ତ ସେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରେ । ମହୋଦଧିର ପବିତ୍ର ଜଳରେ ସ୍ନାନପୂର୍ବକ ଭଗବାନ ଶ୍ରୀ ପୁରୁଷୋତ୍ତମଙ୍କର ଦର୍ଶନ କରି ଚତୁର୍ମାସ୍ୟା ବ୍ରତ ପାଳନ କରିବାଦ୍ୱାରା ମୁକ୍ତିର ସାଧନ ସୁଗମ ହୁଏ । ଏଥିପାଇଁ ସାଧକମାନେ ଏହି ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରନ୍ତି । କୁହାଯାଏ ଯେ ବର୍ଷର ଆଠମାସ କାଳ ଭଗବାନଙ୍କୁ ଦର୍ଶନ କରି ମନୁଷ୍ୟ ଯେଉଁ ପୁଣ୍ୟ ଅର୍ଜନ କରିଥାଏ ଚତୁର୍ମାସ୍ୟାର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳେ । ସାଧାରଣତଃ ଶାକହାର କିମ୍ବା ଫଳାହାରଦ୍ୱାରା ଏହି ବ୍ରତ ପାଳନ କରାଯାଇଥାଏ । ଯେଉଁମନେ ଆଧ୍ୟାତ୍ମିକସ୍ତରରେ ଉଚ୍ଚତର ସୋପାନକୁ ଯିବା ପାଇଁ ଇଚ୍ଛୁକ ଥାଆନ୍ତି ସେମାନେ ଏହି ସମୟରେ କୌଣସି ନିର୍ଜନ ସ୍ଥାନକୁ ଯାଇ ତପସ୍ୟାରେ ନିମଗ୍ନ ହୋଇଯାଆନ୍ତି । ସାଧାରଣ ଗୃହୀ ସାଧକମାନେ ଜପମାଳା ଧରି ଏହି ସମୟରେ ଜପାଦି କର୍ମ କରିଥାନ୍ତି ।

    30 ପଠିତ (↓2 ଗତକାଲିଠାରୁ)0,0,0,0,0,0,0,0,32, 30

    2 ଦିନ ଷ୍ଟ୍ରିକ

    🔍 🗞️
  19. 19

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।

    29 ପଠିତ (↓41 ଗତକାଲିଠାରୁ)0,0,0,11,14,13,0,0,70, 29

    2 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    28 ପଠିତ (↓21 ଗତକାଲିଠାରୁ)29,22,25,11,33,40,72,53,49, 28

    9+ ଦିନ ଷ୍ଟ୍ରିକ

    🔍 🗞️
  21. 21

    ୧୧୪

    ୧୧୪

    ୧୧୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    28 ପଠିତ (↓2 ଗତକାଲିଠାରୁ)0,0,0,0,0,0,0,0,30, 28

    2 ଦିନ ଷ୍ଟ୍ରିକ

    🔍 🗞️
  22. 22

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    28 ପଠିତ (↑5 ଗତକାଲିଠାରୁ)19,16,16,24,11,13,26,30,23, 28

    9+ ଦିନ ଷ୍ଟ୍ରିକ

    🔍 🗞️
  23. 23

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    28 ପଠିତ (↑7 ଗତକାଲିଠାରୁ)28,23,29,48,21,22,21,48,21, 28

    9+ ଦିନ ଷ୍ଟ୍ରିକ

    🔍 🗞️
  24. 24

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ । ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।

    28 ପଠିତ (↑28 ଗତକାଲିଠାରୁ)0,0,0,10,0,0,0,0,0, 28

    1 ଦିନ ଷ୍ଟ୍ରିକ

    🔍 🗞️
  25. 25

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

    ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ") ଏକ ଭାରତୀୟ ଦକ୍ଷିଣପନ୍ଥୀ, ହିନ୍ଦୁ ଜାତୀୟତାବାଦୀ, ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।

    27 ପଠିତ (↑8 ଗତକାଲିଠାରୁ)0,13,0,0,12,18,26,21,19, 27

    6 ଦିନ ଷ୍ଟ୍ରିକ

    🔍 🗞️
  26. 26

    ୨୮୩

    ୨୮୩

    ୨୮୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    27 ପଠିତ (↑27 ଗତକାଲିଠାରୁ)0,0,0,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  27. 27

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    26 ପଠିତ (↓5 ଗତକାଲିଠାରୁ)11,0,11,0,0,0,15,31,31, 26

    4 ଦିନ ଷ୍ଟ୍ରିକ

    🔍 🗞️
  28. 28

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    26 ପଠିତ (↓15 ଗତକାଲିଠାରୁ)46,74,35,20,18,31,23,25,41, 26

    9+ ଦିନ ଷ୍ଟ୍ରିକ

    🔍 🗞️
  29. 29

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ (The Constitution of India, ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ।

    26 ପଠିତ (↑26 ଗତକାଲିଠାରୁ)12,18,15,15,0,15,21,0,0, 26

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ରାଶି ଓ ନକ୍ଷତ୍ର

    ରାଶି ଓ ନକ୍ଷତ୍ର

    ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

    26 ପଠିତ (↓2 ଗତକାଲିଠାରୁ)0,20,0,14,0,0,0,0,28, 26

    2 ଦିନ ଷ୍ଟ୍ରିକ

    🔍 🗞️
  31. 31

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    25 ପଠିତ (↑25 ଗତକାଲିଠାରୁ)10,0,11,0,9,0,16,32,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  32. 32

    ମାସ

    ମାସ

    ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲୋକେ ସୌର ମାସକୁ ମାନନ୍ତି। ଅନ୍ୟ ଆଡ଼େ ଚାନ୍ଦ୍ରମାନ ମାସ ମନା ଯାଏ। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ହୁଏ। ସୌର ପାଞ୍ଜି ଅନୁସାରେ ପଣା (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ।

    25 ପଠିତ (↓12 ଗତକାଲିଠାରୁ)0,0,0,0,0,0,13,0,37, 25

    2 ଦିନ ଷ୍ଟ୍ରିକ

    🔍 🗞️
  33. 33

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    25 ପଠିତ (↑25 ଗତକାଲିଠାରୁ)16,10,16,0,13,0,13,16,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  34. 34

    ୨୦୫

    ୨୦୫

    ୨୦୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    24 ପଠିତ (↓14 ଗତକାଲିଠାରୁ)0,0,0,0,0,0,0,0,38, 24

    2 ଦିନ ଷ୍ଟ୍ରିକ

    🔍 🗞️
  35. 35

    ୮୯

    ୮୯

    ୮୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    24 ପଠିତ (↑24 ଗତକାଲିଠାରୁ)0,0,0,0,0,0,0,0,0, 24

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    ୧୦୫

    ୧୦୫

    ୧୦୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    24 ପଠିତ (↑7 ଗତକାଲିଠାରୁ)0,0,0,0,0,0,0,0,17, 24

    2 ଦିନ ଷ୍ଟ୍ରିକ

    🔍 🗞️
  37. 37

    ହୀରାକୁଦ ବନ୍ଧ

    ହୀରାକୁଦ ବନ୍ଧ

    ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି.

    24 ପଠିତ (↑24 ଗତକାଲିଠାରୁ)0,0,0,0,0,0,0,13,0, 24

    1 ଦିନ ଷ୍ଟ୍ରିକ

    🔍 🗞️
  38. 38

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

    24 ପଠିତ (↓5 ଗତକାଲିଠାରୁ)27,16,20,31,49,45,76,50,29, 24

    9+ ଦିନ ଷ୍ଟ୍ରିକ

    🔍 🗞️
  39. 39

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    23 ପଠିତ (↓1 ଗତକାଲିଠାରୁ)16,17,28,10,17,23,20,20,24, 23

    9+ ଦିନ ଷ୍ଟ୍ରିକ

    🔍 🗞️
  40. 40

    ଇତିହାସ

    ଇତିହାସ

    ଇତିହାସ ( ଗ୍ରୀକ୍ରୁ ἱστορία , "historia" ଯାହାର ଅର୍ଥ ହେଉଛି "ଅନୁସନ୍ଧାନ; ଅନୁସନ୍ଧାନଦ୍ୱାରା ପ୍ରାପ୍ତ ଜ୍ଞାନ ") ଇତିହାସ ହେଉଛି ଅତୀତର ଅଧ୍ୟୟନ | ହେରୋଡୋଟସ୍, ଆରିଷ୍ଟଟଲ୍,ଥ୍ୟୁସିଡାଇଡସ୍‌,ଇ.ଏଚ୍ .

    23 ପଠିତ (↑4 ଗତକାଲିଠାରୁ)10,0,0,0,0,0,13,0,19, 23

    2 ଦିନ ଷ୍ଟ୍ରିକ

    🔍 🗞️
  41. 41

    ପଠାଣି ସାମନ୍ତ

    ପଠାଣି ସାମନ୍ତ

    ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।

    23 ପଠିତ (↑23 ଗତକାଲିଠାରୁ)0,15,19,25,23,26,16,17,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  42. 42

    ୨୯୯

    ୨୯୯

    ୨୯୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    23 ପଠିତ (↑4 ଗତକାଲିଠାରୁ)0,0,0,0,0,0,0,0,19, 23

    2 ଦିନ ଷ୍ଟ୍ରିକ

    🔍 🗞️
  43. 43

    ଜଗନ୍ନାଥ

    ଜଗନ୍ନାଥ

    23 ପଠିତ (↓3 ଗତକାଲିଠାରୁ)42,33,58,78,55,47,36,26,26, 23

    9+ ଦିନ ଷ୍ଟ୍ରିକ

    🔍 🗞️
  44. 44

    ୮୩

    ୮୩

    ୮୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    23 ପଠିତ (↓2 ଗତକାଲିଠାରୁ)0,0,0,0,0,0,0,0,25, 23

    2 ଦିନ ଷ୍ଟ୍ରିକ

    🔍 🗞️
  45. 45

    ୭୪

    ୭୪

    ୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    23 ପଠିତ (↓4 ଗତକାଲିଠାରୁ)0,0,0,0,0,0,0,0,27, 23

    2 ଦିନ ଷ୍ଟ୍ରିକ

    🔍 🗞️
  46. 46

    ବନମାଳୀ ଦାସ

    ବନମାଳୀ ଦାସ

    ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ" , "କେଡେ ଛନ୍ଦ ଜାଣେ ଲୋ ସହି" , ଜଗନ୍ନାଥ କିଛି ମାଗୁ ନାହିଁ ତୋତେ"ମଣିମା ହେ ଏତିକି ମାଗୁଣି ମୋର" ଇତ୍ୟାଦି ତାଙ୍କର ଅନେକ ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,0,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  47. 47

    ବନ୍ଦେ ମାତରମ

    ବନ୍ଦେ ମାତରମ

    ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

    22 ପଠିତ (↓7 ଗତକାଲିଠାରୁ)20,13,26,20,27,21,19,41,29, 22

    9+ ଦିନ ଷ୍ଟ୍ରିକ

    🔍 🗞️
  48. 48

    ୨୫୯

    ୨୫୯

    ୨୫୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    22 ପଠିତ (↑2 ଗତକାଲିଠାରୁ)0,0,0,0,0,0,0,0,20, 22

    2 ଦିନ ଷ୍ଟ୍ରିକ

    🔍 🗞️
  49. 49

    ଗୁରୁ ପୂର୍ଣ୍ଣିମା

    ଗୁରୁ ପୂର୍ଣ୍ଣିମା

    ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ । ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ ।

    22 ପଠିତ (↓363 ଗତକାଲିଠାରୁ)0,0,12,10,20,0,49,176,385, 22

    4 ଦିନ ଷ୍ଟ୍ରିକ

    🔍 🗞️
  50. 50

    ୨୯୪

    ୨୯୪

    ୨୯୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    22 ପଠିତ (↓9 ଗତକାଲିଠାରୁ)0,0,0,0,0,0,0,0,31, 22

    2 ଦିନ ଷ୍ଟ୍ରିକ

    🔍 🗞️
  51. 51

    ୨୬୩

    ୨୬୩

    ୨୬୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    22 ପଠିତ (↑2 ଗତକାଲିଠାରୁ)0,0,0,0,0,0,0,0,20, 22

    2 ଦିନ ଷ୍ଟ୍ରିକ

    🔍 🗞️
  52. 52

    ଗୌତମ ବୁଦ୍ଧ

    ଗୌତମ ବୁଦ୍ଧ

    ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ

    21 ପଠିତ (↑21 ଗତକାଲିଠାରୁ)14,0,17,25,14,21,0,18,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ଯକ୍ଷ୍ମା

    ଯକ୍ଷ୍ମା

    ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସ‌ହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

    21 ପଠିତ (↑2 ଗତକାଲିଠାରୁ)0,12,0,0,0,27,16,11,19, 21

    5 ଦିନ ଷ୍ଟ୍ରିକ

    🔍 🗞️
  54. 54

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    21 ପଠିତ (↓2 ଗତକାଲିଠାରୁ)32,22,23,22,24,39,33,23,23, 21

    9+ ଦିନ ଷ୍ଟ୍ରିକ

    🔍 🗞️
  55. 55

    ଦିବ୍ୟସିଂହ ଦେବ

    ଦିବ୍ୟସିଂହ ଦେବ

    ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.

    21 ପଠିତ (↓12 ଗତକାଲିଠାରୁ)22,11,16,117,44,21,36,30,33, 21

    9+ ଦିନ ଷ୍ଟ୍ରିକ

    🔍 🗞️
  56. 56

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    21 ପଠିତ (↓3 ଗତକାଲିଠାରୁ)23,22,18,18,18,25,30,36,24, 21

    9+ ଦିନ ଷ୍ଟ୍ରିକ

    🔍 🗞️
  57. 57

    ବେଣୁଧର ରାଉତ

    ବେଣୁଧର ରାଉତ

    ବେଣୁଧର ରାଉତ ଜଣେ ଓଡ଼ିଆ କବି ଓ ଅଧ୍ୟାପକ । ୧୯୬୮ ମସିହାରେ ତାଙ୍କ ରଚିତ କାବ୍ୟ ପିଙ୍ଗଳାର ସୂର୍ଯ୍ୟ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

    20 ପଠିତ (↑4 ଗତକାଲିଠାରୁ)0,0,0,0,0,0,0,11,16, 20

    3 ଦିନ ଷ୍ଟ୍ରିକ

    🔍 🗞️
  58. 58

    ୧୨୦

    ୧୨୦

    ୧୨୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    20 ପଠିତ (↑2 ଗତକାଲିଠାରୁ)0,0,0,0,0,0,0,0,18, 20

    2 ଦିନ ଷ୍ଟ୍ରିକ

    🔍 🗞️
  59. 59

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    20 ପଠିତ (↓10 ଗତକାଲିଠାରୁ)10,12,19,9,11,14,13,19,30, 20

    9+ ଦିନ ଷ୍ଟ୍ରିକ

    🔍 🗞️
  60. 60

    ମାଧବୀ ଦାସୀ

    ମାଧବୀ ଦାସୀ

    ମାଧବୀ ଦେବୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  61. 61

    ହନୁମାନ ଚାଳିଶା

    ହନୁମାନ ଚାଳିଶା

    ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅବଧୀ ଭାଷାରେ ରଚନା କରିଥିଲେ ।

    19 ପଠିତ (↑19 ଗତକାଲିଠାରୁ)0,0,0,0,0,17,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    19 ପଠିତ (0 ଗତକାଲିଠାରୁ)15,14,12,16,21,17,0,18,19, 19

    3 ଦିନ ଷ୍ଟ୍ରିକ

    🔍 🗞️
  63. 63

    ୩୦୧

    ୩୦୧

    ୩୦୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ମହାନଦୀ

    ମହାନଦୀ

    ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । ଏହା ପାରାଦ୍ୱୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି.

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ମୟୂର

    ମୟୂର

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହୋଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ୱର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ । ମିର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ୱ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ । ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହୋଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।

    19 ପଠିତ (↓6 ଗତକାଲିଠାରୁ)0,0,0,0,0,0,0,0,25, 19

    2 ଦିନ ଷ୍ଟ୍ରିକ

    🔍 🗞️
  66. 66

    ସାଲବେଗ

    ସାଲବେଗ

    ସାଲବେଗ ୧୬୦୭/୦୮ରେ ଜନ୍ମିତ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ ଓ ଓଡ଼ିଆ କବି ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଯାଇଛନ୍ତି ।

    19 ପଠିତ (↑19 ଗତକାଲିଠାରୁ)0,0,12,0,12,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଅଖିଳ ମୋହନ ପଟ୍ଟନାୟକ

    ଅଖିଳ ମୋହନ ପଟ୍ଟନାୟକ

    ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।

    19 ପଠିତ (↑19 ଗତକାଲିଠାରୁ)15,0,12,0,0,0,13,15,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  68. 68

    ଜଗନ୍ନାଥଙ୍କ ବେଶ

    ଜଗନ୍ନାଥଙ୍କ ବେଶ

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ୩୨ ବେଶ ମଧ୍ୟରୁ ପ୍ରତିବର୍ଷ ୩୦ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅପ୍ରେଲ ୨୭ ଓ ମଇ ୩, ୧୯୦୫ ମସିହା ପରଠାରୁ ରଘୁନାଥ ବେଶ ଆଉ ହୋଇନଥିବା ବେଳେ ୨୦୨୧ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ଶିବ, ରାମ-କୃଷ୍ଣାଦି ରୂପ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା: - ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ଏବଂ ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ ।

    19 ପଠିତ (↓8 ଗତକାଲିଠାରୁ)12,0,11,20,41,13,14,0,27, 19

    2 ଦିନ ଷ୍ଟ୍ରିକ

    🔍 🗞️
  69. 69

    ୪୫

    ୪୫

    ୪୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    19 ପଠିତ (↓3 ଗତକାଲିଠାରୁ)0,0,0,0,0,0,0,0,22, 19

    2 ଦିନ ଷ୍ଟ୍ରିକ

    🔍 🗞️
  70. 70

    ୨୯୨

    ୨୯୨

    ୨୯୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    18 ପଠିତ (↓7 ଗତକାଲିଠାରୁ)0,0,0,0,0,0,0,0,25, 18

    2 ଦିନ ଷ୍ଟ୍ରିକ

    🔍 🗞️
  71. 71

    ଫାଇଲେରିଆ

    ଫାଇଲେରିଆ

    ଫାଇଲେରିଆ (ଆୟୁର୍ବେଦ ଶାସ୍ତ୍ରରେ ଲସିକା ଶ୍ଲୀପଦ ଜ୍ୱର) ଏକ ପରଜୀବୀ (parasitic disease) ରୋଗ ଯାହା ଫାଇଲେରଏଡିଆ (Filarioidea) ଶ୍ରେଣୀର ସଂକ୍ରମଣ ଯୋଗୁ ହୁଏ । ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତ ରକ୍ତ ଶୋଷି ସୁସ୍ଥ ଲୋକ‌କୁ କାମୁଡ଼ିବା ଫଳରେ ଏହି ରୋଗ ବ୍ୟାପିଥାଏ । ଏହାକୁ ହେଲମିନ୍ଥିଆସିସ (helminthiases) ଦଳର ରୋଗ ଭାବରେ ବର୍ଗୀକରଣ କରାଯାଏ ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    Wikimedia Commons

    Wikimedia Commons

    18 ପଠିତ (↑18 ଗତକାଲିଠାରୁ)0,0,0,0,16,14,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ସୌଭାଗ୍ୟ କୁମାର ମିଶ୍ର

    ସୌଭାଗ୍ୟ କୁମାର ମିଶ୍ର

    ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    ଭାରତର ରାଷ୍ଟ୍ରପତି

    ଭାରତର ରାଷ୍ଟ୍ରପତି

    ରାଷ୍ଟ୍ରପତି ହେଉଛନ୍ତି ଭାରତର ନିର୍ବାଚତ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ । ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।

    18 ପଠିତ (↑1 ଗତକାଲିଠାରୁ)0,0,0,0,0,17,0,0,17, 18

    2 ଦିନ ଷ୍ଟ୍ରିକ

    🔍 🗞️
  75. 75

    ଭଗିନୀ ନିବେଦିତା

    ଭଗିନୀ ନିବେଦିତା

    ମାଗରିଟ୍ ଏଲିଜାବେଥ୍ ନୋବେଲ୍‌ଙ୍କ ଜନ୍ମ ୨୮ ଅକ୍ଟୋବର, ୧୮୬୭ରେ ଆୟର୍ଲ୍ୟାଣ୍ଡର ଦୁଙ୍ଗାନାଁନ ଗ୍ରାମରେ ହୋଇଥିଲା।

    18 ପଠିତ (0 ଗତକାଲିଠାରୁ)0,0,0,0,0,0,0,0,18, 18

    2 ଦିନ ଷ୍ଟ୍ରିକ

    🔍 🗞️
  76. 76

    ଶ୍ରୀ ଅରବିନ୍ଦ

    ଶ୍ରୀ ଅରବିନ୍ଦ

    ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତ୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).

    18 ପଠିତ (↓4 ଗତକାଲିଠାରୁ)0,0,0,0,0,0,0,0,22, 18

    2 ଦିନ ଷ୍ଟ୍ରିକ

    🔍 🗞️
  77. 77

    ଜୟୀ ରାଜଗୁରୁ

    ଜୟୀ ରାଜଗୁରୁ

    ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।

    18 ପଠିତ (↑18 ଗତକାଲିଠାରୁ)13,30,22,0,0,0,0,10,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

    18 ପଠିତ (↓2 ଗତକାଲିଠାରୁ)39,27,10,0,11,0,17,11,20, 18

    4 ଦିନ ଷ୍ଟ୍ରିକ

    🔍 🗞️
  79. 79

    ଦୀପକ ମିଶ୍ର

    ଦୀପକ ମିଶ୍ର

    ଦୀପକ ମିଶ୍ର (୭ ନଭେମ୍ବର ୧୯୩୮ - ୩୦ ଜାନୁଆରୀ ୨୦୦୮) ଜଣେ ଓଡ଼ିଆ କବି, ସାମ୍ବାଦିକ ଓ ଅଧ୍ୟାପକ ଥିଲେ । ତାଙ୍କର ବହୁ କବିତା ପୁସ୍ତକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି । ପ୍ରବନ୍ଧ,ସମାଲୋଚନା ଓ ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,15,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ସୀତା ବିବାହ

    ସୀତା ବିବାହ

    ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର । ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ସିନେମା ହଲରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।

    17 ପଠିତ (0 ଗତକାଲିଠାରୁ)0,0,0,0,0,0,0,0,17, 17

    2 ଦିନ ଷ୍ଟ୍ରିକ

    🔍 🗞️
  81. 81

    ଭାନୁଜୀ ରାଓ

    ଭାନୁଜୀ ରାଓ

    ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ । ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

    17 ପଠିତ (↑17 ଗତକାଲିଠାରୁ)0,0,0,0,0,0,13,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ବଳରାମ ଦାସ

    ବଳରାମ ଦାସ

    ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ ।

    17 ପଠିତ (↑17 ଗତକାଲିଠାରୁ)13,0,18,0,0,0,0,17,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    ଛଉ ନାଚ

    ଛଉ ନାଚ

    ଛଉ ନାଚ (ଛଉ ନାଟ) ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।ର

    17 ପଠିତ (↑17 ଗତକାଲିଠାରୁ)0,0,0,0,0,0,0,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬ ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

    17 ପଠିତ (↑17 ଗତକାଲିଠାରୁ)0,0,0,12,0,17,16,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    ଖାଦ୍ୟ

    ଖାଦ୍ୟ

    ଖାଦ୍ୟ ଏକ ପଦାର୍ଥ ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।

    17 ପଠିତ (↑17 ଗତକାଲିଠାରୁ)0,11,0,0,0,0,0,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ୩୩୪

    ୩୩୪

    ୩୩୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    17 ପଠିତ (↑17 ଗତକାଲିଠାରୁ)0,0,0,0,0,0,0,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ୨୮୧

    ୨୮୧

    ୨୮୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    16 ପଠିତ (↓28 ଗତକାଲିଠାରୁ)0,0,0,0,0,0,0,0,44, 16

    2 ଦିନ ଷ୍ଟ୍ରିକ

    🔍 🗞️
  88. 88

    ୨୭୪

    ୨୭୪

    ୨୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    16 ପଠିତ (↓13 ଗତକାଲିଠାରୁ)0,0,0,0,0,0,0,0,29, 16

    2 ଦିନ ଷ୍ଟ୍ରିକ

    🔍 🗞️
  89. 89

    ୧୧୨

    ୧୧୨

    ୧୧୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    16 ପଠିତ (↓27 ଗତକାଲିଠାରୁ)0,0,0,0,0,0,0,0,43, 16

    2 ଦିନ ଷ୍ଟ୍ରିକ

    🔍 🗞️
  90. 90

    ବିଶ୍ଵ ଧ୍ୟାନ ଦିବସ

    ବିଶ୍ଵ ଧ୍ୟାନ ଦିବସ

    ଏକ ଐତିହାସିକ ପଦକ୍ଷେପରେ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଭାବରେ ଘୋଷଣା କରିଛି । ଲିକଟେନଷ୍ଟାଇନ୍, ଶ୍ରୀଲଙ୍କା, ନେପାଳ, ମେକ୍ସିକୋ, ଆଣ୍ଡୋରା ଏବଂ ଭାରତ ସମେତ ମୂଳ ଗୋଷ୍ଠୀ ଦେଶଗୁଡିକର ସହଯୋଗରେ ଏହି ସଂକଳ୍ପ ସର୍ବସମ୍ମତି କ୍ରମେ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୬ ତାରିଖ ଦିନ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତାବ ଅନୁସାରେ ବିଶ୍ୱ ଧ୍ୟାନ ଦିବସ ବିଶ୍ୱବ୍ୟାପୀ ଡିସେମ୍ବର ୨୧ ତାରିଖରେ ପାଳନ ହେବ । 'ଧ୍ୟାନ'ର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଧ୍ୟାନକୁ ପହଞ୍ଚାଇବା ପାଇଁ ଭାରତ ଏହି ମିଳିତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଧ୍ୟାନ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ବୈଦିକ ମତରେ ଧ୍ୟାନ ହେଉଛି ଯୋଗ କ୍ରୀୟାର ଏକ ଅଂଶ ଏବଂ ଏହାଦ୍ୱାରା ମନୁଷ୍ୟ ଅଷ୍ଟାଙ୍ଗ ଯୋଗର ଶେଷ ସୋପାନ ଅର୍ଥାତ ସମାଧି ଅବସ୍ଥା ପ୍ରାପ୍ତ ହେବା ସହ ଆତ୍ମ ଜ୍ଞାନ ଲାଭ କରେ ।

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,15,20,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ଅଟଳ ବିହାରୀ ବାଜପେୟୀ

    ଅଟଳ ବିହାରୀ ବାଜପେୟୀ

    ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ - ୧୬ ଅଗଷ୍ଟ ୨୦୧୮), ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ୧୬ଶ ଓଡ଼ିଶା ବିଧାନ ସଭା

    ୧୬ଶ ଓଡ଼ିଶା ବିଧାନ ସଭା

    ୧୬ଶ ଓଡ଼ିଶା ବିଧାନ ସଭା, ୨୦୧୯ ମସିହାରୁ ଆରମ୍ଭ ହୋଇ ଜୁନ ୩,୨୦୨୪ ପର୍ଯ୍ୟନ୍ତ ଚାଲିଥିଲା ।

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ୧୩୭

    ୧୩୭

    ୧୩୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    16 ପଠିତ (↓1 ଗତକାଲିଠାରୁ)0,0,0,0,0,0,0,0,17, 16

    2 ଦିନ ଷ୍ଟ୍ରିକ

    🔍 🗞️
  95. 95

    ଜୟପୁର, ରାଜସ୍ଥାନ

    ଜୟପୁର, ରାଜସ୍ଥାନ

    ଜୟପୁର ସହର ଭାରତର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ରାଜସ୍ଥାନ'ରାଜ୍ୟର ରାଜଧାନୀ |

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    16 ପଠିତ (0 ଗତକାଲିଠାରୁ)23,21,14,17,12,0,19,29,16, 16

    4 ଦିନ ଷ୍ଟ୍ରିକ

    🔍 🗞️
  97. 97

    ୫୬

    ୫୬

    ୫୬ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    ଇରା ମହାନ୍ତି

    ଇରା ମହାନ୍ତି

    ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍‌ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍‌ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍‌ବୁଲ୍‌ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।

    15 ପଠିତ (↑15 ଗତକାଲିଠାରୁ)16,15,0,22,16,23,20,15,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ୫୭

    ୫୭

    ୫୭ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    15 ପଠିତ (↓11 ଗତକାଲିଠାରୁ)0,0,0,0,0,0,0,0,26, 15

    2 ଦିନ ଷ୍ଟ୍ରିକ

    🔍 🗞️
  100. 100

    ୭୫

    ୭୫

    ୭୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

    15 ପଠିତ (↓12 ଗତକାଲିଠାରୁ)0,0,0,0,0,0,0,0,27, 15

    2 ଦିନ ଷ୍ଟ୍ରିକ

    🔍 🗞️