ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମେନକା ଗାନ୍ଧୀ (୨୬ ଅଗଷ୍ଟ ୧୯୫୬ —) ଭାରତର ଜଣେ ରାଜନେତ୍ରୀ ଏବଂ ପଶୁ-ଅଧିକାର କର୍ମୀ । ପୂର୍ବରୁ ସେ ଜଣେ ସାମ୍ବାଦିକା ମଧ୍ୟ ଥିଲେ। କିନ୍ତୁ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କନିଷ୍ଠ ପୁଅ ସ୍ୱର୍ଗତ ସଞ୍ଜୟ ଗାନ୍ଧୀଙ୍କ ସ୍ତ୍ରୀ ଭାବେ ସେ ଅଧିକ ପରିଚିତ। ସେ ଅନେକ ପୁସ୍ତକ ରଚନା କରିଛନ୍ତି ଏବଂ ତାଙ୍କର ଲେଖାଗୁଡ଼ିକ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରିକାରେ ପ୍ରାୟ ସମୟରେ ପ୍ରକାଶିତ ହୋଇଥାଏ।
ଇନଫ୍ଲିକ୍ସିମାବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେମିକେଡ୍, ହେଉଛି ଏକ ଔଷଧ ଯାହା କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍, ସୋରିଆସିସ, ସୋରିଆଟିକ୍ ଆର୍ଥ୍ରାଇଟିସ୍ ଏବଂ ବେସେଟ୍ ରୋଗ ଭଳି ଅନେକ ଅଟୋମ୍ୟୁମ୍ୟୁନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହାକୁ ମେଥୋଟ୍ରେକ୍ସେଟ୍ ସହିତ ଏକତ୍ର ବ୍ୟବହାର କରାଯାଇପାରେ | ଏହା ଅତି ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ କମରେ ୨ ଘଣ୍ଟା ଧରି ଦିଆଯାଏ ଓ ଛଅରୁ ଆଠ ସପ୍ତାହ ବ୍ୟବଧାନରେ ଦିଆଯାଏ |
ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯
ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯ (ଏହାର ସଠିକ ନାମ) ଭାରତୀୟ ସଂସଦର ଏକ ଅଧିନିୟମ ଏବଂ ଏହା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିରୋଧରେ ଭେଦଭାବ, ଅତ୍ୟାଚାର ଏବଂ ଘୃଣା ସମ୍ବନ୍ଧିତ ଅପରାଧ ନିବାରଣ ପାଇଁ ପ୍ରଣୟନ କରାଯାଇଛି । ଏହି ଅଧିନିୟମ ଏସସି/ଏସଟି ଆକ୍ଟ, ଅତ୍ୟାଚାର ନିବାରଣ ଆଇନ (ପିଓଏ), କିମ୍ବା କେବଳ ଅତ୍ୟାଚାର ନିବାରଣ ଅଧିନିୟମ ଭାବରେ ମଧ୍ୟ ଜଣାଶୁଣା । (ଏହି ଆଇନ ଅନୁଯାୟୀ ଅତ୍ୟାଚାର ନିବାରଣ ପାଇଁ ଏକ "ଜାତୀୟ ସହାୟତା ହେଲ୍ପଲାଇନ" ସ୍ଥାପନ କରାଯାଇଛି ଏବଂ ଏ ବାବଦରେ ବିବରଣୀ ଅନଲାଇନ ହେଲପଡେସ୍କରେ ରହିଛି) । ଆଗରୁ ଥିବା ବ୍ୟବସ୍ଥାଗୁଡ଼ିକ (ଯଥା ନାଗରିକ ଅଧିକାର ସୁରକ୍ଷା ଅଧିନିୟମ ୧୯୯୫ ଏବଂ ଭାରତୀୟ ଦଣ୍ଡ ସଂହିତା) ଏହି ଅପରାଧଗୁଡ଼ିକୁ ଯାଞ୍ଚ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡ଼ିବା ପରେ (ଏହି ଆଇନରେ "ଅତ୍ୟାଚାର" ଭାବରେ ଅଭିହିତ) ଏହି ଅଧିନିୟମ ପ୍ରଣୟନ କରାଯାଇଥିଲା । ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୋଧରେ କ୍ରମାଗତ ଘୋର ଅସମ୍ମାନ ଏବଂ ଅପରାଧକୁ ସ୍ୱୀକାର କରି ସଂସଦ "ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ୧୯୮୯" ପାରିତ କରିଥିଲା । ଏହି ଆଇନର ପ୍ରସ୍ତାବନାରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି ଆଇନ ହେଉଛି: "to prevent the commission of offences of atrocities against the members of Scheduled Castes and Tribes, to provide for Special Courts for the trial of such offences and for the relief and rehabilitation of the victims of such offences and for matters connected therewith or incidental thereto". (ଓଡ଼ିଆ ଅନୁବାଦ: ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟମାନଙ୍କ ବିରୋଧରେ ଅତ୍ୟାଚାର ଅପରାଧର ପ୍ରସାରକୁ ରୋକିବା ପାଇଁ, ଏହିପରି ଅପରାଧର ବିଚାର ଏବଂ ଏପରି ଅପରାଧର ପୀଡ଼ିତଙ୍କୁ ରିଲିଫ ଏବଂ ଥଇଥାନ ସୁବିଧା ଯୋଗାଇବା ଏବଂ ଏହା ସହିତ ଜଡ଼ିତ କିମ୍ବା ଆନୁସଙ୍ଗିକ ବିଷୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରଦାନ କରିବା ।) ଏହି ଭଳି ଭାବେ ଏହି ଆଇନର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଗୁରୁତ୍ୱ ଆରୋପ କରିଥିଲା ଯେ ଅନୁସୂଚିତ ଜାତି ଏବଂ ଜନଜାତିର ସଦସ୍ୟମାନେ ସମ୍ମାନ ଏବଂ ଆତ୍ମସମ୍ମାନ ସହିତ ସମାଜରେ ରହିବାକୁ ସକ୍ଷମ କରିବା ଏବଂ ପ୍ରାଧାନ୍ୟ ଜାତିରୁ ଭୟ କିମ୍ବା ହିଂସା କିମ୍ବା ଦମନ ବିନା ସମାଜରେ ରହିବାକୁ ସକ୍ଷମ କରିବା ପାଇଁ ସକ୍ରିୟ ପ୍ରୟାସ ମାଧ୍ୟମରେ ଏହି ସମ୍ପ୍ରଦାୟକୁ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ଉଦ୍ଦେଶ୍ୟ । ଉଭୟ ଖୋଲା ଏବଂ ଗୁପ୍ତ ରୂପରେ ଅସ୍ପୃଶ୍ୟତା ପ୍ରଥାକୁ ଏକ ସ୍ପଷ୍ଟ ଏବଂ ଅଣ-ଯୌଗିକ ଅପରାଧ ଭାବେ ଗଣାଯାଇଥିଲା ଏବଂ ଏହିପରି କୌଣସି ଅପରାଧ ପାଇଁ କଠୋର ଦଣ୍ଡ ପ୍ରଦାନ କରାଯାଏ । ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯, ୧୯୮୯ ସେପ୍ଟେମ୍ବର ୧୧ରେ ଭାରତର ସଂସଦରେ ପାରିତ ହୋଇଥିଲା ଏବଂ ୧୯୯୦ ଜାନୁଆରୀ ୩୦ରୁ ପ୍ରଣୟନ କରାଯାଇଥିଲା । ୨୦୧୫ରେ ଏହାକୁ ବ୍ୟାପକ ଭାବରେ ସଂଶୋଧନ କରାଯାଇଥିଲା ଏବଂ ୨୦୧୬ ଜାନୁଆରୀ ୨୬ରେ ସୂଚିତ କରାଯାଇଥିଲା । ୨୦୧୮ରେ ଆଉ ଏକ ସଂଶୋଧନ ହୋଇଥିଲା ଯେଉଁଥିରେ ଧାରା ୧୮ଏ (୨୦ ଅଗଷ୍ଟ ୨୦୧୮ରୁ) ଯୋଡ଼ାଯାଇଥିଲା । ଏହି ଆଇନ ପାଇଁ ନିୟମ ୧୯୯୫ ମାର୍ଚ୍ଚ ୩୧ରେ ସୂଚିତ କରାଯାଇଥିଲା ଏବଂ ସଂଶୋଧିତ ନିୟମଗୁଡିକ ୨୦୧୬ ଅପ୍ରେଲ ୧୬ରେ ସୂଚିତ କରାଯାଇଥିଲା । ଏହି ଆଇନର ୨୩(୧) ତମ ଧାରା କେନ୍ଦ୍ର ସରକାରଙ୍କୁ ଏହି ଆଇନର ଉଦ୍ଦେଶ୍ୟସବୁକୁ କାର୍ଯ୍ୟକାରୀ କରିବା ପାଇଁ ନିୟମ ପ୍ରସ୍ତୁତ କରିବାର ଅଧିକାର ଦେଇଛି । ଏହି ଧାରା ଆଧାରରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ନିୟମ ୧୯୯୫ ପ୍ରସ୍ତୁତ କରାଯାଇଥିଲା । ଦଳିତମାନଙ୍କୁ ଭାରତୀୟ ସମାଜରେ ସାମାଜିକ ଅନ୍ତର୍ଭୁକ୍ତ କରିବାରେ ସାହାଯ୍ୟ କରିବା ଏହି ଆଇନର ଉଦ୍ଦେଶ୍ୟ ଥିଲା । କିନ୍ତୁ ଏହା ଉକ୍ତ ଆଶା ପୂରଣ କରିବାରେ ବିଫଳ ହୋଇଛି (ନିମ୍ନରେ ଉଦ୍ଧୃତ) ବୋଲି ୨୦୧୦ ଅଗଷ୍ଟ ୩୦ରେ ସଂସଦରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ସ୍ୱୀକାର କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନର ଅପବ୍ୟବହାରର ଅନେକ ମାମଲା ସାମ୍ନାକୁ ଆସିଥିବା ୨୦୧୮ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା । ଏହି ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିରୀହମାନଙ୍କୁ ମନମୁଖୀ ଗିରଫରୁ ରକ୍ଷା କରିବା ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା ଆହତ କରିଥିବା ଅଭିଯୋଗରେ ତୁରନ୍ତ ଗିରଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ୨୦୧୮ ଅଗଷ୍ଟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅଣଦେଖା କରିବା ପାଇଁ ଭାରତୀୟ ସଂସଦ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ସଂଶୋଧନ ବିଲ, ୨୦୧୮ ପାରିତ କରି ଏହି ଆଇନ ଅନୁଯାୟୀ ଗିରଫ ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରିଥିଲା । ଏହି ବିଲ ୧୯୮୯ ଅଧିନିୟମରେ ଧାରା ୧୮ଏ (୧) (କ) ଅନ୍ତର୍ଭୁକ୍ତ କରେ ଓ ସେଥିରେ ଉଲ୍ଲେଖ ହୋଇଛି, "କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ. ଆଇ.
ଅନିଲ କୁମାର ଅଗ୍ରୱାଲ (୨୩ ନଭେମ୍ବର ୧୯୪୭ – ୨ ଜନୁଆରୀ ୨୦୦୨) ଜଣେ ଭାରତୀୟ ପରିବେଶବିତ୍, ଇଞ୍ଜିନିୟର୍ ଓ ସାମ୍ବାଦିକ । ସେ ଆଇଆଇଟି କାନପୁରରୁ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସର ସାଇନ୍ସ କରେସ୍ପଣ୍ଡାସ୍ ଭାବରେ କାମ କରୁଥିଲେ । ସେ ସେଣ୍ଟର୍ ଫର୍ ସାଇନ୍ସ ଆଣ୍ଡ ଏନ୍ଭିରନ୍ମେଣ୍ଟର ପ୍ରତିଷ୍ଠା କରିଥିଲେ, ଯାହାକି ଦିଲ୍ଲୀରେ ଥିବା ଏକ ଗବେଷଣାତ୍ମକ ସଂସ୍ଥା ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କୁଲି ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଭାରତୀୟ ତାମିଲ ଭାଷାର ଆକ୍ସନ୍ ଥ୍ରୀଲର୍ କଥାଚିତ୍ର । ଏହାର ନିର୍ଦ୍ଦେଶନା ଦେଇଥିଲେ ଲୋକେଶ କନଗରାଜ ଦ୍ୱାରା ନିର୍ଦ୍ଦେଶିତ ଏବଂ ସନ୍ ପିକ୍ଚର୍ସ ଅଧୀନରେ କଲାନିଥି ମାରାନ୍ ଙ୍କ ଦ୍ଵାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ, ନାଗାର୍ଜୁନ ଆକ୍କିନେନି, ସୌବିନ ଶାହିର, ଉପେନ୍ଦ୍ର, ଶ୍ରୁତି ହାସନ, ସତ୍ୟରାଜ ଏବଂ ରଚିତା ରାମ ସମେତ ଏକ କଳାକାର ଦଳ ରହିଛି, ଯେଉଁଥିରେ ଆମୀର ଖାନ ଏବଂ ପୂଜା ହେଗଡେ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ, ଜଣେ ପୂର୍ବତନ କୁଲି ସଙ୍ଗଠନ ନେତା ତାଙ୍କ ବନ୍ଧୁଙ୍କ ମୃତ୍ୟୁର ତଦନ୍ତ କରନ୍ତି ଯାହା ତାଙ୍କୁ ଏକ ଅପରାଧ ସିଣ୍ଡିକେଟ୍ ଆଡ଼କୁ ନେଇଯାଏ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ, କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ସେ ପଦାର୍ଥ ବିଜ୍ଞାନରେ ପ୍ରଥମ ଭାରତୀୟ ନୋବେଲ ପୁରସ୍କାର ବିଜେତା ଥିଲେ।
ଅସ୍ତ୍ର ( ସଂସ୍କୃତ : "ପ୍ରକ୍ଷେପ୍ୟ ଭାବରେ ଫୋପାଡି ଦିଆଯାଇଥିବା ଅସ୍ତ୍ର" ) ହେଉଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ବିକଶିତ ଦୃଶ୍ୟ-ସୀମା ପାର ବାୟୁରୁ-ବାୟୁ କ୍ଷେପଣାସ୍ତ୍ର । ଏହା ଭାରତଦ୍ୱାରା ବିକଶିତ ହୋଇଥିବା ପ୍ରଥମ ବାୟୁରୁ-ବାୟୁ କ୍ଷେପଣାସ୍ତ୍ର। ବିଭିନ୍ନ ପରିସର ଏବଂ ଉଚ୍ଚତାରେ ଲକ୍ଷ୍ୟଗୁଡିକୁ ଭେଦ କରିବାରେ ସକ୍ଷମ ହେବା ପାଇଁ ଅସ୍ତ୍ର ଡିଜାଇନ୍ କରାଯାଇଛି ଯାହା 10 km (6.2 mi) 110 km (68 mi) ଦୂରତା ପର୍ଯ୍ୟନ୍ତ ଦୂରଗାମୀ ଲକ୍ଷ୍ୟ | ଅସ୍ତ୍ର ଭାରତୀୟ ବାୟୁସେନାର ସୁଖୋଇ ସୁ-30 ମ.କ.ଇ.
ଜୀବନର ଚଲାପଥେ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବର୍ଷାଭାବନା ଖଟୁଆ ଓ ଅଦିତି ଦାସ । ସୌମ୍ୟକାନ୍ତ ଖଣ୍ଡାୟୀ ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ । ଦିଲୀପ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ନିମାଇଁ ଚରଣ ହରିଚନ୍ଦନ (୧୯୦୧-୧୯୮୩) ଜଣେ ଭାରତୀୟ କଣ୍ଠଶୀଳ୍ପି ଥିଲେ । ସେ ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ ଥିଲେ ଏବଂ ମୁଖ୍ୟତଃ ଓଡ଼ିଶୀ ସଙ୍ଗୀତର ଓଡ଼ିଶୀ ବା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଜଣାଣ, ଭଜନ, ପୋଈ ଆଦି ବିଭିନ୍ନ ବିଭାବ, ରାମଲୀଳା (ବିଶି ଖୁଣ୍ଟିଆ, ସଦାଶିବ ବୈଶ୍ୟ, କେଶବ ପଟ୍ଟନାୟକ ଆଦି ବିବିଧ କବିଙ୍କ ରାମଲୀଳା) ଭଳି ପାରମ୍ପରିକ ସଙ୍ଗୀତ ତଥା କୃଷ୍ଣଲୀଳା ଏବଂ ପଲ୍ଲୀଗୀତ ଆଦି ଗାନରେ ପ୍ରବୀଣ ଥିଲେ । ତାଙ୍କ କଣ୍ଠରେ ବୈଦେହୀଶ ବିଳାସ, ବିଦଗ୍ଧ ଚିନ୍ତାମଣି, ବିଚିତ୍ର ରାମାୟଣ, ମଥୁରାମଙ୍ଗଳ, ଗୋପୀଭାଷା, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଆଦି ପ୍ରାଚୀନ କାବ୍ୟକୃତିରୁ ଗୀତମାନ ରେକର୍ଡ଼ ହୋଇଛି । ଏହା ଛଡ଼ା ସେ ଅନେକ ନୀତିଶିକ୍ଷା ଓ ସରକାରୀ ଉଦ୍ଦେଶ୍ୟରେ ଜନ ସଚେତନତା ଗୀତ ମଧ୍ୟ ଗାଇଛନ୍ତି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
ଡି କ୍ୱେରଭେନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ De Quervain syndrome) ରୋଗ କହିଲେ ବୃଦ୍ଧାଙ୍ଗୁଳି (thumb) ଚଳନକୁ ନିୟନ୍ତ୍ରଣ କରୁଥିବା ଦୁଇଟି ଟେଣ୍ଡନର (tendons) ସିଥ (tendon sheath) ବା ଘୋଡ଼ଣିର ପ୍ରଦାହକୁ (inflammation) ବୁଝାଏ । ଏହି ପ୍ରଦାହ ଫଳରେ କଚଟିର (wrist) ବାହାର ପାଖରେ ଯନ୍ତ୍ରଣା ହୁଏ । ହାତ ମୁଠା କଲେ ବା କଚଟିକୁ ଘୁରେଇଲେ କଷ୍ଟ ହୁଏ । ବୃଦ୍ଧାଙ୍ଗୁଳି ଚଲେଇବାକୁ ଅସୁବିଧା ହୁଏ । ରୋଗ ବହୁତ ଧୀରେ ଆରମ୍ଭ ହୁଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପୁଷ୍ପବତୀ ପୋୟପାଦଠୁ ଜଣେ ଭାରତୀୟ କଣ୍ଠଶିଳ୍ପୀ, ସଙ୍ଗୀତକାର ଓ ଗୀତିକାର । ସେ କର୍ଣ୍ଣାଟକୀ ଭୋକାଲ୍ରେ ତାଲିମ ନେଇଛନ୍ତି । ପାଲକ୍କଡ଼ର ଚେମ୍ବାଇ ମେମୋରିଆଲ ସରକାରୀ ସଙ୍ଗୀତ ମହାବିଦ୍ୟାଳୟରୁ ସେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା (ଗଣପ୍ରବୀନା) ହାସଲ କରିଛନ୍ତି ଏବଂ ଗୁରୁ ମଙ୍ଗଦ ନାଟେସନଙ୍କ (୧୯୯୪-୨୦୦୫) ଠାରୁ ଉନ୍ନତ ତାଲିମ ଲାଭ କରିଛନ୍ତି । ପୁଷ୍ପାଙ୍କ ପ୍ରଥମ ନିର୍ଦ୍ଦେଶିତ ମ୍ୟୁଜିକ୍ ଭିଡିଓ ଥିଲା କବୀରର କବିତା, ଯାହାକି କବୀର ମ୍ୟୁଜିକ୍ ଅଫ୍ ହାର୍ମୋନି ୨୦୦୫ ଉପରେ ଆଧାରିତ ଏକ ମ୍ୟୁଜିକ୍ ଆଲବମ୍ ଥିଲେ । ଏହା ଅନେକ ପ୍ଲାଟଫର୍ମରେ ସମାଲୋଚକଙ୍କ ପ୍ରଶଂସା ଲାଭ କରିଛି ଏବଂ ଜଣେ ବେଷ୍ଟ ସେଲର ମଧ୍ୟ ଥିଲା । ପୁଷ୍ପବତୀ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଲ୍ ଇଣ୍ଡିଆ ରେଡିଓରେ ବି ଗ୍ରେଡ୍ କଳାକାର ଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବିଳମ୍ବ କିସମର ଅଟେ।
ଗର୍ଭାବସ୍ଥା, (ଅନ୍ୟ ନାମ ପ୍ରେଗନାନ୍ସି ବା ଗ୍ରାଭିଡିଟି ବା ଜେସ୍ଟାସନ, ଇଂରାଜୀରେ ଯଥାକ୍ରମେ Pregnancy or gravidity or gestation) ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଅପତ୍ୟ (offspring) ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ୟାଲୁ ନଦୀ (ଇଂରାଜୀ ଭାଷାରେ Yalu River) ଉତ୍ତର କୋରିଆ ଏବଂ ଚୀନ ଦେଶର ଭୌଗୋଳିକ ସୀମାରେ ପ୍ରବାହିତ ଏକ ନଦୀ । ଏହାକୁ କୋରୀୟ ଲୋକେ ଆମ୍ରୋକ୍ ନଦୀ ବା ଆମ୍ନୋକ୍ ନଦୀ ବୋଲି ମଧ୍ୟ କହିଥାନ୍ତି । ପୂର୍ବ ପଟକୁ ରହିଥିବା ତୁମେନ୍ ନଦୀ ଓ ପେକ୍ଟୁ ପର୍ବତ ସହିତ ମିଶି ୟାଲୁ ନଦୀ ଉତ୍ତର କୋରିଆ ଓ ଚୀନ ମଧ୍ୟରେ ଏକ ପ୍ରାକୃତିକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିଥାଏ । ଅତୀତରେ ଏହି ନଦୀର ଉପତ୍ୟକାରେ ପ୍ରଥମ ଚୀନ-ଜାପାନ ଯୁଦ୍ଧ (୧୮୯୪-୧୮୯୫), ଋଷ-ଜାପାନ ଯୁଦ୍ଧ (୧୯୦୪-୧୯୦୫), ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କୋରିଆ ଯୁଦ୍ଧ (୧୯୫୦-୧୯୫୩) ପରି ଅନେକ ଯୁଦ୍ଧ ମଧ୍ୟ ଘଟିଛି ।
ଲକ୍ଷେଶ୍ୱର ଶିବ ମନ୍ଦିର ଲିଙ୍ଗରାଜ ମନ୍ଦିର ବଜାର ପରିସରର ପଛ ପାଖ ଏବଂ ଗଙ୍ଗା-ଯମୁନା ସଡକର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ । ମନ୍ଦିରଟି ପୂର୍ବ ମୁଖ ଏବଂ ମନ୍ଦିର ଭିତରେ ଏକ ଗୋଲାକାର ଯୋନୀପୀଠରେ ପ୍ରଭୁ ଲକ୍ଷେଶ୍ୱର ବିଦ୍ୟମାନ । ମନ୍ଦିରଟିର ଇତିବୃତ୍ତ ବିଷୟରେ ବିଶେଷ କିଛି ଲିଖିତ ଇତିହାସ ନାହିଁ । ତେବେ ମନ୍ଦିରଟିର ବାସ୍ତୁକଳାରୁ ଏହା ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀ ରାଜାଙ୍କ ଅମଳରେ ନିର୍ମିତ ବୋଲି ଜଣାଯାଏ । ମନ୍ଦିରର ପରିଚାଲନା ଭାର ଗଙ୍ଗା-ଜମୁନା ସଂଗଠନ ନାମକ ଏକ ସଂଗଠନ ଉପରେ ନ୍ୟସ୍ତ କରାଯାଇଛି ।
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଉର୍ଲ୍ଲାଦାନୀ ମୋହନଗିରି, ମାଣିକେରା ଗ୍ରାମ ପଞ୍ଚାୟତ ଓ ଲାଞ୍ଜିଗଡ ବ୍ଲକ, ଥୁ,ରାମପୁର ବ୍ଲକରେ ବଣପାହାଡ ଘାଟି ଉପରେ ଅପହଞ୍ଚ ସ୍ଥାନରେ ବାସ କରନ୍ତି କୁଟିଆ କନ୍ଧ ଆଦିମ ଜନଜାତିର ଆଦିବାସୀମାନେ । ଏମାନେ ଆଧୁନିକ ସଭ୍ୟତାଠାରୁ ଦୂରେଇ ରହିବାଲାଗି ଘଞ୍ଚଜଙ୍ଗଲ ପାହାଡ ଉପରେ ଝରଣା ନିକଟରେ ବସତି ସ୍ଥାପନ କରିଥାନ୍ତି ।
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ। ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ପିପଲ୍ ଗଛ ବାହାଘର କରିଥାନ୍ତି ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ୟୁନିଫାଏଡ୍ ପେମେଣ୍ଟଇଣ୍ଟରଫେସ୍ (ୟୁପିଆଇ) ହେଉଛି ଏକ ତତକ୍ଷଣାତ୍ ଦେୟ ବ୍ୟବସ୍ଥା ଯାହା ଭାରତୀୟ ଜାତୀୟ ଦେୟ ନିଗମ (ଏନପିସିଆଇ)ଦ୍ୱାରା ବିକଶିତ ହୋଇଛି । ଏହି ବ୍ୟବସ୍ଥାଟି ବ୍ୟାଙ୍କରୁ ବ୍ୟାଙ୍କ ମଧ୍ୟରେ (ପି2ପି: peer to peer) ଏବଂ ବ୍ୟକ୍ତି-ରୁ-ବ୍ୟବସାୟୀ ମଧ୍ୟରେ (ପି2ଏମ୍: person to merchant) ଟଙ୍କାପଇସା କାରବାରକୁ ସୁଗମ କରିଥାଏ। ଦୁଇଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ତୁରନ୍ତ ପାଣ୍ଠି ସ୍ଥାନାନ୍ତର କରିବାକୁ ଏହା ମୋବାଇଲ୍ ଡିଭାଇସରେ ବ୍ୟବହୃତ ହୁଏ | ଏହା ତୁରନ୍ତ ଦେୟ ସେବା (ଆଇଏମପିଏସ) ଶୀର୍ଷରେ ଏକ ଖୋଲା ଉତ୍ସ (open source) ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (ଏପିଆଇ) ଭାବରେ ଚାଲିଥାଏ, ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଦ୍ୱାରା ନିୟନ୍ତ୍ରିତ |
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ ।
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ନୀଳଗିରି ହନୁ ମାଙ୍କଡ଼ (ଜୀବବିଜ୍ଞାନ ନାମ Trachypithecus johnii) ଆଦିବାନରମାନଙ୍କ ଲୁଟୁଂଗ୍ ଶ୍ରେଣୀର ମାଙ୍କଡ଼ । ଏହି ମାଙ୍କଡ଼ମାନଙ୍କୁ ଇଣ୍ଡିଆନ୍ ହୁଡେଡ୍ ଲିଫ୍ ମଂକି (Indian Hooded Leaf Monkey), ଜନ୍ସ୍ ଲଂଗୁର୍ (John's Langur) ଓ ବ୍ଲାକ୍ ଲିଫ୍ ମଂକି (Black Leaf Monkey) ବୋଲି ମଧ୍ୟ କୁହାଯାଏ । ଏହି ମାଙ୍କଡ଼ର ମାଂସ ଖାଇଲେ ସଂଭୋଗ ଶକ୍ତି ବୃଦ୍ଧି ପାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ସ୍ୱାମୀ ନାରାୟଣ କିମ୍ବା ସହଜାନନ୍ଦ ସ୍ୱାମୀ (IAST: Svāmīnārāyaṇa) (୩ ଏପ୍ରିଲ ୧୭୮୧ - ୧ ଜୁନ ୧୮୩୦), ହିନ୍ଦୁ ଧର୍ମର ସ୍ୱାମୀ ନାରାୟଣ ସମ୍ପ୍ରଦାୟର ସଂସ୍ଥାପକ ଥିଲେ । ସେ ଜଣେ ଯୋଗୀ ଓ ତପସ୍ୱୀ ଥିଲେ ଯାହାଙ୍କ ଜୀବନ ଏବଂ ଶିକ୍ଷା ଧର୍ମ, ଅହିଂଶା ଓ ବ୍ରହ୍ମାଚାର୍ଯ୍ୟର କେନ୍ଦ୍ରୀୟ ହିନ୍ଦୁ ପ୍ରଥାକୁ ପୁନର୍ଜୀବିତ କରିଥିଲେ । । ତାଙ୍କୁ ଅନୁଗାମୀମାନଙ୍କଦ୍ୱାରା ଭଗବାନଙ୍କ ଅଭିବ୍ୟକ୍ତି ରୂପେ ଗ୍ରହଣ କରାଯାଏ । ଭାଗବତ ପୁରାଣ ଓ ପଦ୍ମ ପୁରାଣରେ ସ୍ୱାମୀ ନାରାୟଣଙ୍କ ଅବତାରର ସଙ୍କେତ ରହିଛି । | ସ୍ୱାମୀ ନାରାୟଣଙ୍କ ଶିକ୍ଷାପତ୍ରୀକା ; ସ୍ୱାମୀ ନାରାୟଣ ସମ୍ପ୍ରଦାୟର ମୂଳ ଗ୍ରନ୍ଥ ଅଟେ ।
ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା
ଓଡ଼ିଶାର ରାଜ୍ୟପାଳ ହେଉଛନ୍ତି ଭାରତର ଏକ ରାଜ୍ୟ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ସ୍ତରରେ ଭାରତର ରାଷ୍ଟ୍ରପତିଙ୍କର ଯେପରି କ୍ଷମତା ଓ କାର୍ଯ୍ୟାବଳୀ ରହିଛି, ରାଜ୍ୟ ସ୍ତରରେ ରାଜ୍ୟପାଳଙ୍କର ମଧ୍ୟ ସମାନ କ୍ଷମତା ଓ କାର୍ଯ୍ୟାବଳୀ ରହିଥାଏ । ସେମାନେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇ ରାଜ୍ୟରେ ଅବସ୍ଥାପିତ ହୁଅନ୍ତି ଏବଂ ସାଧାରଣତଃ ସେମାନେ ଯେଉଁ ରାଜ୍ୟର ଶାସନ ଦାୟିତ୍ୱରେ ଥାଆନ୍ତି, ସେହି ରାଜ୍ୟର ସ୍ଥାନୀୟ ବାସିନ୍ଦା ହୋଇନଥାନ୍ତି । ରାଷ୍ଟ୍ରପତି କେଉଁ ଆଧାରରେ ପ୍ରାର୍ଥୀମାନଙ୍କୁ ମୂଲ୍ୟାୟନ କରନ୍ତି, ସେହି ବିଷୟରେ ଭାରତର ସମ୍ବିଧାନରେ କୌଣସି ଉଲ୍ଲେଖ ନାହିଁ । ରାଜ୍ୟପାଳ ନାମମାତ୍ର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ବେଳେ ପ୍ରକୃତ କ୍ଷମତା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀପରିଷଦଙ୍କ ହାତରେ ନ୍ୟସ୍ତ ଥାଏ । ୩ ଜାନୁଆରୀ ୨୦୨୫ ଠାରୁ ହରିବାବୁ କମ୍ଭମପତି ବର୍ତ୍ତମାନର ରାଜ୍ୟପାଳ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଦି ୮ ଜଣ କାମଚଳା ରାଜ୍ୟପାଳ ଏବଂ ୧ ଜଣ ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳଙ୍କୁ ହିସାବକୁ ନିଆଯାଏ, ତେବେ ଓଡ଼ିଶାରେ ସର୍ବମୋଟ ୩୬ ଜଣ ରାଜ୍ୟପାଳ କାର୍ଯ୍ୟ କରିଛନ୍ତି ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତ୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ଜୈନଧର୍ମ ଏକ ପ୍ରାଚୀନ ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଅକ୍ଷର ବ୍ରହ୍ମ ଯୋଗ (ଶ୍ରୀମଦ୍ଭଗବତ୍ଗୀତା)
ଅକ୍ଷର ବ୍ରହ୍ମ ଯୋଗ (ସଂସ୍କୃତ: अक्षरब्रह्मयोग, ରୋମନାଇଜ୍: Akṣarabrahmayōga) ହେଉଛି ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟ। ଏହି ଅଧ୍ୟାୟରେ ମୋଟ ୨୮ଟି ଶ୍ଲୋକ ରହିଛି। ଏହା ମହାଭାରତର ଷଷ୍ଠ ପର୍ବ ଭୀଷ୍ମ ପର୍ବର ୩୨ତମ ଅଧ୍ୟାୟ ଅଟେ। ।
ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ
ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ବା ଜି୬ପିଡିଡି (ଇଂରାଜୀ ଭାଷାରେ Glucose-6-phosphate dehydrogenase deficiency/ G6PDD) ରୋଗରେ ଆଜନ୍ମ ମେଟାବିଲିଜମ ଦୋଷ (inborn error of metabolism) ରହିବାରୁ ଲୋହିତ ରକ୍ତ କଣିକାମାନ ଭାଙ୍ଗିଯାଆନ୍ତି (red blood cell breakdown) । ଏହି ବେମାରୀ ଥାଇ ମଧ୍ୟ କେତେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । କୌଣସି ନିର୍ଦ୍ଦିଷ୍ଟ ଟ୍ରିଗର ପାଇଲେ କାମଳ, ଗାଢ଼ ପରିସ୍ରା, ଅଣନିଶ୍ୱାସୀ (shortness of breath) ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ କେଶ୍ରେ ଆନିମିଆ ଓ ନବଜାତ କାମଳ (newborn jaundice) ହୁଏ । କେତେକ ରୋଗୀଙ୍କର କେବେ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।
ଗୋବିନ୍ଦ ଅରୁନ୍ ଆହୁଜା (ଜନ୍ମ ୨୧ ଡିସେମ୍ବର ୧୯୬୩), ଗୋବିନ୍ଦା ନାମରେ ଲୋକପ୍ରିୟ ଅଟନ୍ତି।ସେ ଜଣେ ହିନ୍ଦୀ ଚ୍ଚଳଚ୍ଚିତ୍ର ଅଭିନେତା, ମିଳନାନ୍ତ ନାଟ୍ୟକାର ଓ ପୂର୍ବୋକ୍ତ ରାଜନେତା ଅଟନ୍ତି।ତାଙ୍କ ନୃତ୍ୟର ଦକ୍ଷତା ଯୋଗୁଁ ସେ ବେଶ୍ ଜଣାଶୁଣା। ଗୋବିନ୍ଦା ୧୨ଟି ଫିଲ୍ମ ଫେୟାର ଆୱାର୍ଡ, ଗୋଟିଏ ଫିଲ୍ମ ଫେୟାର ସ୍ପେସିଆଲ ଆୱାର୍ଡ,ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ କମିଡ଼ିଆନ୍ ଓ ଚାରଟି ଜ଼ି ସିନେ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ଏହି ଅଭିନେତା ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାରତର ସାଂସଦ ହୋଇ ରହିଆସିଥିଲେ।୧୯୮୬ ମସିହାର ଇଲଜାମ ଚ୍ଚଳଚ୍ଚିତ୍ର ଗୋବିନ୍ଦାଙ୍କ ପ୍ରଥମ ଚ୍ଚଳଚ୍ଚିତ୍ର ଓ ସେ ପ୍ରାୟ ୧୬୫ଟି ଚ୍ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।୧୯୯୯ ମସିହା ଜୁନ ମାସରେ ବିବିସି ନ୍ୟୁଜ୍ ଅନଲାଇନର ପୋଲରେ ସେ ଦଶମ ଗ୍ରେଟେଷ୍ଟ ଷ୍ଟାର ଅଫ ଦ ଷ୍ଟେଜ ରୂପେ ମନୋନୀତ ହୋଇଥିଲେ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।