ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ସପ୍ତପୁରୀ ଅମାବାସ୍ୟା

    ସପ୍ତପୁରୀ ଅମାବାସ୍ୟା

    ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।

    70 ପଠିତ (↑30 ଗତକାଲିଠାରୁ)0,0,0,0,0,10,0,22,40, 70

    3 ଦିନ ଷ୍ଟ୍ରିକ

    🔍 🗞️
  2. 2

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    61 ପଠିତ (↑46 ଗତକାଲିଠାରୁ)26,12,8,0,0,29,43,39,15, 61

    5 ଦିନ ଷ୍ଟ୍ରିକ

    🔍 🗞️
  3. 3

    ନୂଆଖାଇ

    ନୂଆଖାଇ

    ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାର ମାନେ ନିଜ ନିଜ ଘରେ ନୂଆଁ ଧାନ୍ କେ ଗଛ ରୁ ସଗ୍ରହ କରି ଢ଼ିଙ୍କି ରେ କୁଟି ତାକୁ ଭାଜି ଗୁଡ଼ ମିଶାଇ ଚୁରା କୁଣା ବନେଇ କରି ପ୍ରସାଦ ଲାଗିଥାଏ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କଠାରେ କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।

    45 ପଠିତ (↓2 ଗତକାଲିଠାରୁ)16,16,15,20,20,19,43,19,47, 45

    9+ ଦିନ ଷ୍ଟ୍ରିକ

    🔍 🗞️
  4. 4

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    39 ପଠିତ (↓1 ଗତକାଲିଠାରୁ)33,25,33,28,19,30,34,35,40, 39

    9+ ଦିନ ଷ୍ଟ୍ରିକ

    🔍 🗞️
  5. 5

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    37 ପଠିତ (↑7 ଗତକାଲିଠାରୁ)43,18,35,16,21,24,31,30,30, 37

    9+ ଦିନ ଷ୍ଟ୍ରିକ

    🔍 🗞️
  6. 6

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

    32 ପଠିତ (↑9 ଗତକାଲିଠାରୁ)37,17,9,14,19,16,0,36,23, 32

    3 ଦିନ ଷ୍ଟ୍ରିକ

    🔍 🗞️
  7. 7

    ମାଧବୀ ଦାସୀ

    ମାଧବୀ ଦାସୀ

    ମାଧବୀ ଦେବୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।

    32 ପଠିତ (↑32 ଗତକାଲିଠାରୁ)0,0,0,0,0,0,0,0,0, 32

    1 ଦିନ ଷ୍ଟ୍ରିକ

    🔍 🗞️
  8. 8

    ଗଣେଶ ପୂଜା

    ଗଣେଶ ପୂଜା

    ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ ।

    30 ପଠିତ (↑1 ଗତକାଲିଠାରୁ)10,16,9,8,0,13,11,15,29, 30

    5 ଦିନ ଷ୍ଟ୍ରିକ

    🔍 🗞️
  9. 9

    ରାଶି ଓ ନକ୍ଷତ୍ର

    ରାଶି ଓ ନକ୍ଷତ୍ର

    ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

    29 ପଠିତ (↑12 ଗତକାଲିଠାରୁ)49,18,8,48,26,24,40,15,17, 29

    9+ ଦିନ ଷ୍ଟ୍ରିକ

    🔍 🗞️
  10. 10

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    28 ପଠିତ (↓20 ଗତକାଲିଠାରୁ)15,11,8,35,33,31,63,67,48, 28

    9+ ଦିନ ଷ୍ଟ୍ରିକ

    🔍 🗞️
  11. 11

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    28 ପଠିତ (↓25 ଗତକାଲିଠାରୁ)28,30,20,14,11,28,22,40,53, 28

    9+ ଦିନ ଷ୍ଟ୍ରିକ

    🔍 🗞️
  12. 12

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    27 ପଠିତ (↑1 ଗତକାଲିଠାରୁ)24,24,23,24,24,32,20,24,26, 27

    9+ ଦିନ ଷ୍ଟ୍ରିକ

    🔍 🗞️
  13. 13

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    26 ପଠିତ (↓18 ଗତକାଲିଠାରୁ)61,48,24,31,31,33,41,32,44, 26

    9+ ଦିନ ଷ୍ଟ୍ରିକ

    🔍 🗞️
  14. 14

    ପାଣିପାଗ

    ପାଣିପାଗ

    ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।

    26 ପଠିତ (↑10 ଗତକାଲିଠାରୁ)14,23,28,15,21,26,26,13,16, 26

    9+ ଦିନ ଷ୍ଟ୍ରିକ

    🔍 🗞️
  15. 15

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    26 ପଠିତ (↑16 ଗତକାଲିଠାରୁ)38,23,35,15,23,42,40,23,10, 26

    9+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    25 ପଠିତ (↓15 ଗତକାଲିଠାରୁ)34,16,22,10,0,19,35,34,40, 25

    5 ଦିନ ଷ୍ଟ୍ରିକ

    🔍 🗞️
  17. 17

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    25 ପଠିତ (↑9 ଗତକାଲିଠାରୁ)19,15,12,9,22,22,25,28,16, 25

    9+ ଦିନ ଷ୍ଟ୍ରିକ

    🔍 🗞️
  18. 18

    ଚନ୍ଦ୍ରଶେଖର ରଥ

    ଚନ୍ଦ୍ରଶେଖର ରଥ

    ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।

    24 ପଠିତ (↑10 ଗତକାଲିଠାରୁ)0,0,0,0,0,13,0,0,14, 24

    2 ଦିନ ଷ୍ଟ୍ରିକ

    🔍 🗞️
  19. 19

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    24 ପଠିତ (↓3 ଗତକାଲିଠାରୁ)13,15,0,8,15,23,9,16,27, 24

    7 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଅଭିମନ୍ୟୁ ସାମନ୍ତସିଂହାର

    ଅଭିମନ୍ୟୁ ସାମନ୍ତସିଂହାର

    ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।

    22 ପଠିତ (↓1 ଗତକାଲିଠାରୁ)0,11,9,0,0,0,11,0,23, 22

    2 ଦିନ ଷ୍ଟ୍ରିକ

    🔍 🗞️
  21. 21

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    21 ପଠିତ (↑21 ଗତକାଲିଠାରୁ)15,0,17,11,13,15,0,12,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  22. 22

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    20 ପଠିତ (↓18 ଗତକାଲିଠାରୁ)17,11,0,8,17,19,34,27,38, 20

    7 ଦିନ ଷ୍ଟ୍ରିକ

    🔍 🗞️
  23. 23

    ବିଶ୍ୱକର୍ମା

    ବିଶ୍ୱକର୍ମା

    ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  24. 24

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଜଣେ ଭାରତୀୟ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ ଏବଂ ଓଡ଼ିଆ ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ତାଙ୍କର ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ପ୍ରବନ୍ଧମାନଙ୍କରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋଚନା କରୁଥିଲେ ।

    20 ପଠିତ (0 ଗତକାଲିଠାରୁ)16,10,0,0,0,0,10,13,20, 20

    4 ଦିନ ଷ୍ଟ୍ରିକ

    🔍 🗞️
  25. 25

    ସୁଭାଷ ଚନ୍ଦ୍ର ବୋଷ

    ସୁଭାଷ ଚନ୍ଦ୍ର ବୋଷ

    ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।

    20 ପଠିତ (↑1 ଗତକାଲିଠାରୁ)0,0,8,0,13,0,11,9,19, 20

    4 ଦିନ ଷ୍ଟ୍ରିକ

    🔍 🗞️
  26. 26

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    20 ପଠିତ (↓12 ଗତକାଲିଠାରୁ)23,28,14,7,16,18,21,27,32, 20

    9+ ଦିନ ଷ୍ଟ୍ରିକ

    🔍 🗞️
  27. 27

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ

    ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

    19 ପଠିତ (↑7 ଗତକାଲିଠାରୁ)0,0,0,0,0,0,0,0,12, 19

    2 ଦିନ ଷ୍ଟ୍ରିକ

    🔍 🗞️
  28. 28

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    19 ପଠିତ (↓14 ଗତକାଲିଠାରୁ)17,14,18,66,30,23,44,32,33, 19

    9+ ଦିନ ଷ୍ଟ୍ରିକ

    🔍 🗞️
  29. 29

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

    18 ପଠିତ (0 ଗତକାଲିଠାରୁ)16,17,18,9,22,12,27,14,18, 18

    9+ ଦିନ ଷ୍ଟ୍ରିକ

    🔍 🗞️
  30. 30

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

    18 ପଠିତ (↑7 ଗତକାଲିଠାରୁ)10,14,0,8,10,14,18,16,11, 18

    7 ଦିନ ଷ୍ଟ୍ରିକ

    🔍 🗞️
  31. 31

    ପୂରଣବାଚକ ସଂଖ୍ୟା

    ପୂରଣବାଚକ ସଂଖ୍ୟା

    17 ପଠିତ (↑4 ଗତକାଲିଠାରୁ)0,0,8,0,0,12,0,0,13, 17

    2 ଦିନ ଷ୍ଟ୍ରିକ

    🔍 🗞️
  32. 32

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    17 ପଠିତ (↓7 ଗତକାଲିଠାରୁ)14,15,8,7,11,17,30,28,24, 17

    9+ ଦିନ ଷ୍ଟ୍ରିକ

    🔍 🗞️
  33. 33

    ଓଡ଼ିଆ ଲିପି

    ଓଡ଼ିଆ ଲିପି

    ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।

    17 ପଠିତ (↑17 ଗତକାଲିଠାରୁ)0,0,0,8,0,11,0,12,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  34. 34

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    17 ପଠିତ (↑17 ଗତକାଲିଠାରୁ)14,19,12,8,0,14,11,11,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  35. 35

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    16 ପଠିତ (↓6 ଗତକାଲିଠାରୁ)18,10,15,21,21,13,25,27,22, 16

    9+ ଦିନ ଷ୍ଟ୍ରିକ

    🔍 🗞️
  36. 36

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    16 ପଠିତ (↓3 ଗତକାଲିଠାରୁ)21,12,13,10,0,17,13,20,19, 16

    5 ଦିନ ଷ୍ଟ୍ରିକ

    🔍 🗞️
  37. 37

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    16 ପଠିତ (↓1 ଗତକାଲିଠାରୁ)13,19,15,0,8,15,16,22,17, 16

    6 ଦିନ ଷ୍ଟ୍ରିକ

    🔍 🗞️
  38. 38

    ବ୍ୟାଙ୍କ

    ବ୍ୟାଙ୍କ

    ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କମାନଙ୍କର ନିୟାମକ । ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ ।

    16 ପଠିତ (↓16 ଗତକାଲିଠାରୁ)0,0,0,0,15,0,0,0,32, 16

    2 ଦିନ ଷ୍ଟ୍ରିକ

    🔍 🗞️
  39. 39

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    16 ପଠିତ (↓3 ଗତକାଲିଠାରୁ)22,9,21,9,12,22,22,13,19, 16

    9+ ଦିନ ଷ୍ଟ୍ରିକ

    🔍 🗞️
  40. 40

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    16 ପଠିତ (↑7 ଗତକାଲିଠାରୁ)22,19,9,17,20,31,23,37,9, 16

    9+ ଦିନ ଷ୍ଟ୍ରିକ

    🔍 🗞️
  41. 41

    ଏ. ପି. ଜେ. ଅବଦୁଲ କଲାମ

    ଏ. ପି. ଜେ. ଅବଦୁଲ କଲାମ

    ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।

    15 ପଠିତ (↑2 ଗତକାଲିଠାରୁ)0,8,0,14,10,12,0,0,13, 15

    2 ଦିନ ଷ୍ଟ୍ରିକ

    🔍 🗞️
  42. 42

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

    15 ପଠିତ (↓5 ଗତକାଲିଠାରୁ)23,8,0,0,16,16,0,9,20, 15

    3 ଦିନ ଷ୍ଟ୍ରିକ

    🔍 🗞️
  43. 43

    ଜଗନ୍ନାଥ

    ଜଗନ୍ନାଥ

    15 ପଠିତ (↓2 ଗତକାଲିଠାରୁ)0,9,10,12,12,0,19,10,17, 15

    4 ଦିନ ଷ୍ଟ୍ରିକ

    🔍 🗞️
  44. 44

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩ (IAST: Bhāratīya Nyāya Saṃhitā; ଅର୍ଥାତ 'ଭାରତୀୟ ନ୍ୟାୟ ସଂହିତା, ୨୦୨୩') ହେଉଛି ଭାରତର ଆଧିକାରିକ ଦଣ୍ଡ ସଂହିତା । ଡିସେମ୍ବର ୨୦୨୩ ରେ ଭାରତର ସଂସଦରେ ପାରିତ ହୋଇଥିବା ଏହି ଆଇନ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି, ଏବଂ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ଦଣ୍ଡ ସଂହିତା (IPC) କୁ ପ୍ରତିସ୍ଥାପନ କରିଛି ।

    15 ପଠିତ (↓1 ଗତକାଲିଠାରୁ)13,10,9,7,14,0,0,10,16, 15

    3 ଦିନ ଷ୍ଟ୍ରିକ

    🔍 🗞️
  45. 45

    ଭାରତୀୟ ଜନତା ପାର୍ଟି

    ଭାରତୀୟ ଜନତା ପାର୍ଟି

    ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ । ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ । ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ । ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି । ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।

    15 ପଠିତ (↑15 ଗତକାଲିଠାରୁ)0,0,0,0,0,0,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  46. 46

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    14 ପଠିତ (↓19 ଗତକାଲିଠାରୁ)24,22,14,11,19,0,10,30,33, 14

    4 ଦିନ ଷ୍ଟ୍ରିକ

    🔍 🗞️
  47. 47

    ଅଚ୍ୟୁତାନନ୍ଦ ଦାସ

    ଅଚ୍ୟୁତାନନ୍ଦ ଦାସ

    ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।

    14 ପଠିତ (↑14 ଗତକାଲିଠାରୁ)0,0,11,10,11,11,0,10,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  48. 48

    ବିଶ୍ୱନାଥ କର

    ବିଶ୍ୱନାଥ କର

    ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।

    14 ପଠିତ (↑1 ଗତକାଲିଠାରୁ)0,20,0,0,0,12,11,9,13, 14

    5 ଦିନ ଷ୍ଟ୍ରିକ

    🔍 🗞️
  49. 49

    ଗଣେଶ

    ଗଣେଶ

    ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।

    14 ପଠିତ (↑3 ଗତକାଲିଠାରୁ)0,0,0,0,0,10,16,16,11, 14

    5 ଦିନ ଷ୍ଟ୍ରିକ

    🔍 🗞️
  50. 50

    ବୈକୁଣ୍ଠନାଥ ପଟ୍ଟନାୟକ

    ବୈକୁଣ୍ଠନାଥ ପଟ୍ଟନାୟକ

    ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଗୋଷ୍ଠୀର (ସବୁଜ ଯୁଗ)ର ଜଣେ କବି ଥିଲେ ।

    14 ପଠିତ (↓4 ଗତକାଲିଠାରୁ)0,0,0,0,0,0,0,0,18, 14

    2 ଦିନ ଷ୍ଟ୍ରିକ

    🔍 🗞️
  51. 51

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ

    ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,19,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  52. 52

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

    13 ପଠିତ (↑13 ଗତକାଲିଠାରୁ)0,15,0,11,11,14,15,14,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    Draft:Ajay Nagrath

    Draft:Ajay Nagrath

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    ଗୌତମ ବୁଦ୍ଧ

    ଗୌତମ ବୁଦ୍ଧ

    ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ

    12 ପଠିତ (0 ଗତକାଲିଠାରୁ)19,0,0,0,9,11,9,0,12, 12

    2 ଦିନ ଷ୍ଟ୍ରିକ

    🔍 🗞️
  55. 55

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    12 ପଠିତ (↓2 ଗତକାଲିଠାରୁ)9,13,0,0,0,0,14,23,14, 12

    4 ଦିନ ଷ୍ଟ୍ରିକ

    🔍 🗞️
  56. 56

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    12 ପଠିତ (↑2 ଗତକାଲିଠାରୁ)24,34,19,35,27,17,19,11,10, 12

    9+ ଦିନ ଷ୍ଟ୍ରିକ

    🔍 🗞️
  57. 57

    ଉଷସୀ ମିଶ୍ର

    ଉଷସୀ ମିଶ୍ର

    ଉଷସୀ ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ଉଷସୀ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଚରିତ୍ରରେ ଅନେକ ଚଳଚ୍ଚିତ୍ର, ଯାତ୍ରା ଓ ଟିଭି ଧାରାବାହିକ ଓ ଓଡ଼ିଆ ଆଲବମ ଗୀତରେ ଅଭିନୟ କରିଛନ୍ତି ।

    12 ପଠିତ (↑3 ଗତକାଲିଠାରୁ)9,13,10,9,9,0,0,0,9, 12

    2 ଦିନ ଷ୍ଟ୍ରିକ

    🔍 🗞️
  58. 58

    ଉଇକିପିଡ଼ିଆ

    ଉଇକିପିଡ଼ିଆ

    ଉଇକିପିଡ଼ିଆ ( () wik-IH-PEE-DEE-ə or () wik-EE-PEE-DEE-ə; Odia: [uikipiɽiaː] ()) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ ।

    12 ପଠିତ (↑12 ଗତକାଲିଠାରୁ)12,0,13,0,0,10,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  59. 59

    ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

    ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର

    ୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ଜଗନମୋହ‌ନ ଲାଲ

    ଜଗନମୋହ‌ନ ଲାଲ

    ଜଗନମୋହ‌ନ ଲାଲ (୨୫ ନଭେମ୍ବର ୧୮୩୮ - ୨୬ ଡିସେମ୍ବର ୧୯୧୩)

    12 ପଠିତ (↑1 ଗତକାଲିଠାରୁ)0,0,0,0,0,0,0,10,11, 12

    3 ଦିନ ଷ୍ଟ୍ରିକ

    🔍 🗞️
  61. 61

    ଉଇକିମିଡ଼ିଆ ଫାଉଣ୍ଡେସନ

    ଉଇକିମିଡ଼ିଆ ଫାଉଣ୍ଡେସନ

    ଉଇକିମିଡ଼ିଆ ଫାଉଣ୍ଡେସନ, Inc.

    11 ପଠିତ (↑11 ଗତକାଲିଠାରୁ)18,10,10,7,0,0,9,9,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ୫ ସେପ୍ଟେମ୍ବର

    ୫ ସେପ୍ଟେମ୍ବର

    ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ସେପ୍ଟେମ୍ବର ବର୍ଷର ୨୪୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୭ ଦିନ ବାକି ଅଛି ।

    11 ପଠିତ (↑11 ଗତକାଲିଠାରୁ)0,0,0,11,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  63. 63

    ମାୟାଧର ମାନସିଂହ

    ମାୟାଧର ମାନସିଂହ

    ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

    11 ପଠିତ (↑2 ଗତକାଲିଠାରୁ)13,0,11,7,8,10,0,0,9, 11

    2 ଦିନ ଷ୍ଟ୍ରିକ

    🔍 🗞️
  64. 64

    ଦ୍ୱିତୀୟ ବିଶ୍ୱଯୁଦ୍ଧ

    ଦ୍ୱିତୀୟ ବିଶ୍ୱଯୁଦ୍ଧ

    ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭାଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲକଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।

    10 ପଠିତ (↑10 ଗତକାଲିଠାରୁ)0,0,9,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ଜୀବ ବିଜ୍ଞାନ

    ଜୀବ ବିଜ୍ଞାନ

    ଜୀବବିଜ୍ଞାନ ହେଉଛି ଜୀବନ ତଥା ଜୀବମାନଙ୍କ ଉପରେ ଗବେଷଣା କରୁଥିବା ପ୍ରାକୃତିକ ବିଜ୍ଞାନର ଏକ ଶାଖା । ଏଥିରେ ଜୀବମାନଙ୍କର ବାହ୍ଯ ଗଠନ, ଅନ୍ତର୍ଗଠନ, ଆଣବିକ ପ୍ରକ୍ରିୟା, ରାସାୟନିକ ପ୍ରକ୍ରିୟା ଇତ୍ୟାଦି ମଧ୍ଯ ଅନ୍ତର୍ଭୁକ୍ତ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  66. 66

    ଖାଦ୍ୟ

    ଖାଦ୍ୟ

    ଖାଦ୍ୟ ଏକ ପଦାର୍ଥ ଯାହା ଜୀବର ପୋଷଣ ନିମନ୍ତେ ଗ୍ରହଣ କରାଯାଏ । ସାଧାରଣତଃ ଏହା ଉଦ୍ଭିଦ ବା ପ୍ରାଣୀ ଉତ୍ସରୁ ନିଆଯାଏ ଯେଉଁଥିରେ ଶ୍ୱେତସାର, ପୁଷ୍ଟିସାର, ଚର୍ବି, ଜୀବସାର ଓ ଲବଣ ଜାତୀୟ ପଦାର୍ଥ ଥାଏ । ଏହି ପଦାର୍ଥ ସମୂହ ଖାଇବା ବା ପିଇବା ପରେ ଶରୀରରେ ଥିବା ଜୀବକୋଷଦ୍ୱାରା ପରିପାକ ହୋଇ ଶକ୍ତି, ବିକାଶ ଓ ବୃଦ୍ଧି ଜାତ ହୁଏ ।

    10 ପଠିତ (↑10 ଗତକାଲିଠାରୁ)0,0,300,0,0,11,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ (The Constitution of India, ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ।

    10 ପଠିତ (↓3 ଗତକାଲିଠାରୁ)11,13,0,10,9,20,19,20,13, 10

    7 ଦିନ ଷ୍ଟ୍ରିକ

    🔍 🗞️
  68. 68

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

    ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।

    10 ପଠିତ (↑10 ଗତକାଲିଠାରୁ)0,0,11,0,0,21,34,17,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  69. 69

    ବୀଜାଣୁ

    ବୀଜାଣୁ

    ଜୀବାଣୁ (ଇଂରାଜୀ ଭାଷାରେ Bacteria ( (); ବିଶେଷ୍ୟ ବ୍ୟାକ୍ଟେରିଆ, ଏକବଚନ ବ୍ୟାକ୍ଟେରିଅମ)) ଏକ ପ୍ରକାର ଜୀବକୋଷ । ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ , ତେଜସ୍କ୍ରିୟ-ବର୍ଜ୍ଯବସ୍ତୁରେ ରହନ୍ତି, ଭୂ-ପୃଷ୍ଠର ଗଭୀର ଜୈବମଣ୍ଡଳରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍‌ଭିଦମାନଙ୍କ ସ‌ହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି । ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନ‌କୁ ଜୀବାଣୁ ବିଜ୍ଞାନ ଯାହା ଅଣୁଜୀବ ବିଜ୍ଞାନର ଏକ ଶାଖା ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  70. 70

    ପୁରୀ

    ପୁରୀ

    ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ବୀରକିଶୋର ଦାସ

    ବୀରକିଶୋର ଦାସ

    ବୀରକିଶୋର ଦାସ (୨୩ ନଭେମ୍ବର ୧୮୯୮ - ୨୮ ଅପ୍ରେଲ ୧୯୭୩) ଜଣେ କବି ଓ ରାଜନେତା ଥିଲେ । ସେ ୧୮୯୮ ନଭେମ୍ବର ୨୩ ତାରିଖ ଦିନ, ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜାତୀୟ କବି ଭାବେ ପରିଚିତ ବୀରକିଶୋର ଥିଲେ ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,13,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,11,0,0,0,0,8,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ଜୟୀ ରାଜଗୁରୁ

    ଜୟୀ ରାଜଗୁରୁ

    ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।

    10 ପଠିତ (↑1 ଗତକାଲିଠାରୁ)13,0,0,0,0,0,10,11,9, 10

    4 ଦିନ ଷ୍ଟ୍ରିକ

    🔍 🗞️
  74. 74

    ଜୀବସାର

    ଜୀବସାର

    ପ୍ରତିଶବ୍ଦ- ଭିଟାମିନ, ଜୀବନିକା, ଖାଦ୍ୟପ୍ରାଣ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  75. 75

    ବାଘା ଯତୀନ

    ବାଘା ଯତୀନ

    ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ) (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗିମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ୱର-ହଳଦୀପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି ।

    9 ପଠିତ (0 ଗତକାଲିଠାରୁ)0,0,0,0,0,0,0,0,9, 9

    2 ଦିନ ଷ୍ଟ୍ରିକ

    🔍 🗞️
  76. 76

    ନିତ୍ୟାନନ୍ଦ ମହାପାତ୍ର

    ନିତ୍ୟାନନ୍ଦ ମହାପାତ୍ର

    ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ । ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।

    9 ପଠିତ (↓1 ଗତକାଲିଠାରୁ)0,0,0,0,0,0,0,0,10, 9

    2 ଦିନ ଷ୍ଟ୍ରିକ

    🔍 🗞️
  77. 77

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    9 ପଠିତ (↓25 ଗତକାଲିଠାରୁ)14,0,8,0,13,15,12,19,34, 9

    6 ଦିନ ଷ୍ଟ୍ରିକ

    🔍 🗞️
  78. 78

    ବାଲି ତୃତୀୟା

    ବାଲି ତୃତୀୟା

    ବାଲି ତୃତୀୟା ବ୍ରତ , ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ । ବିବାହିତା ନାରୀମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ରଖିଥାନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି । ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ । ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ । ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ । ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର । ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । ମା' ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇଥିଲେ । ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । ପୁଣି ଥରେ ଅପରାହ୍‌ଣରେ ସ୍ନାନ କରି ପାଣିରେ ବୁଡି ସାତ ମୁଠା ବାଲି ଆଣନ୍ତି । ସେଥିରେ ଜଳାଶୟ କୂଳରେ ଶିବ ଲିଙ୍ଗ ବା ବାଲୁଙ୍କା ପୂଜା କରନ୍ତି । ପରଦିନ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ । ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍‌ଯାପନ କରାଯାଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    ଲୋକ ସଭା

    ଲୋକ ସଭା

    ଲୋକସଭା, ଯାହାକୁ 'ଜନତାଙ୍କ ସଦନ' ବୋଲି କୁହାଯାଏ, ଏହା ଭାରତର ଦ୍ୱି-ସଦନ ବିଶିଷ୍ଟ ସଂସଦର ନିମ୍ନ ସଦନ ଏବଂ ରାଜ୍ୟସଭା ହେଉଛି ଏହାର ଉପରିସ୍ଥ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ପାଇଁ ସାର୍ବଜନୀନ ବୟସ୍କ ମତାଧିକାର ଏବଂ 'ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ' (ସର୍ବାଧିକ ମତ ପ୍ରାପ୍ତ ବିଜୟୀ) ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୁଅନ୍ତି । ସେମାନେ ପାଞ୍ଚ ବର୍ଷ ପାଇଁ କିମ୍ବା କେନ୍ଦ୍ର ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସଦନ ଭଙ୍ଗ ହେବା ପର୍ଯ୍ୟନ୍ତ ନିଜ ପଦବୀରେ ରହନ୍ତି । ଏହି ସଦନର ଅଧିବେଶନ ନୂଆଦିଲ୍ଲୀରେ ଥିବା ସଂସଦ ଭବନର ଲୋକସଭା କକ୍ଷରେ ଅନୁଷ୍ଠିତ ହୋଇଥାଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,7,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ମହାପାତ୍ର ନୀଳମଣି ସାହୁ

    ମହାପାତ୍ର ନୀଳମଣି ସାହୁ

    ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,10,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ

    ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହେଉଛି ଏକ ବିଦ୍ୟାଳୟ ଶୃଙ୍ଖଳା, ଯାହା ଓଡ଼ିଶାର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଅବସ୍ଥିତ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ଶଙ୍କର ପ୍ରସାଦ ତ୍ରିପାଠୀ

    ଶଙ୍କର ପ୍ରସାଦ ତ୍ରିପାଠୀ

    ଶଙ୍କର ପ୍ରସାଦ ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନ୍ତି । ସାହିତ୍ୟର ବିଭିନ୍ନ ବିଭାଗ, ଯଥା ନାଟକ, ଏକାଙ୍କିକା, ଉପନ୍ୟାସ ଆଦିରେ ତାଙ୍କର ପ୍ରବେଶ ରହିଥିଲେ ମଧ୍ୟ, ଜଣେ ନାଟ୍ୟକାର ଭାବରେ ସେ ବିଶେଷ ଭାବରେ ପରିଚିତ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    ଚିନ୍ତାମଣି ଆଚାର୍ଯ୍ୟ

    ଚିନ୍ତାମଣି ଆଚାର୍ଯ୍ୟ

    ଚିନ୍ତାମଣି ଆଚାର୍ଯ୍ୟ (୧୯ ଡିସେମ୍ବର ୧୮୯୧ - ୧୦ ମାର୍ଚ୍ଚ 1957) ପ୍ରାକସ୍ୱାଧୀନତା କାଳର ଜଣେ ଆଇନଜୀବୀ ଓ ସାହିତ୍ୟିକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ଜୟ ଜଗନ୍ନାଥ

    ଜୟ ଜଗନ୍ନାଥ

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।

    9 ପଠିତ (↑9 ଗତକାଲିଠାରୁ)0,8,14,10,9,15,11,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।

    9 ପଠିତ (↑9 ଗତକାଲିଠାରୁ)11,9,7,11,15,19,18,10,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା (ଜନ୍ମ : ୦୨ ନଭେମ୍ବର ୧୯୪୫) କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।

    9 ପଠିତ (↑9 ଗତକାଲିଠାରୁ)10,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    9 ପଠିତ (↑9 ଗତକାଲିଠାରୁ)17,16,0,7,0,17,19,23,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ଲିଙ୍ଗରାଜ ମନ୍ଦିର

    ଲିଙ୍ଗରାଜ ମନ୍ଦିର

    ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,11,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  89. 89

    ଅନ୍ନପୂର୍ଣ୍ଣା ମହାରଣା

    ଅନ୍ନପୂର୍ଣ୍ଣା ମହାରଣା

    ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    କବାଡି

    କବାଡି

    କବାଡି ଭାରତର ବିଭିନ୍ନ ଅଞ୍ଚଳରେ ଖେଳା ଯାଉଥିବା ଏକ ଲୋକପ୍ରିୟ ଖେଳ । ଏହା ସର୍ବପ୍ରଥମେ ଭାରତରୁ ଆରମ୍ଭ ହୋଇଥିବାର ନଜିର ରହିଛି । ଭାରତରେ ବିଭିନ୍ନ ପର୍ବ ପାଳନ ଅବସରରେ ତଥା ଅନ୍ୟ ସମୟରେ ଆମୋଦ ପାଇଁ ମଧ୍ୟ ଖେଳା ଯାଇଥାଏ । ଭାରତ ଛଡା ବିଭିନ୍ନ ସ୍ଥାନରେ ଏହି ଖେଳକୁ ଭିନ୍ନ ଭିନ୍ନ ଆଞ୍ଚଳିକ ନାମରେ ଲୋକମାନେ ଜାଣନ୍ତି । ବଙ୍ଗଳାଦେଶରେ ଏହି ଖେଳକୁ ହୁହୁଡୁ , ମାଳଦ୍ୱୀପରେ ଏହାକୁ ବାନାଟି , ଆନ୍ଧ୍ରପ୍ରଦେଶରେ ଏହାକୁ ଚୀଡୁଗୁଡୁ , ତାମିଲନାଡୁରେ ସାଡୁଗୁଡୁ ଆଦି ନାମରେ ଜଣାଯାଇଥାଏ । ଏହି ଖେଳଟି ବଙ୍ଗଳାଦେଶରେ ଜାତୀୟ ଖେଳ ଭାବରେ ଆଦୃତ ହୋଇଛି । ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏବେ ଭାରତରେ ଜାତୀୟ ସ୍ତରରେ ପ୍ରୋ କବାଡି ଲିଗ(Pro Kabaddi League) ଆୟୋଜନ କରାଯାଉଛି । ଯଦିଓ ଏହାର ନାମର ଉତ୍ପତ୍ତିକୁ ନେଇ ସେପରି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ଆଜିଯାଏଁ ମିଳି ପାରିନାହିଁ , ତଥାପି ଉତ୍ତର ଭାରତରୁ ଏହାର ଉତ୍ପତ୍ତି ବିଷୟରେ ସୂଚନା ମିଳେ । ତାମିଲ ଶବ୍ଦ "କାଭିଡି"(ତାମିଲ ଅର୍ଥ ଅଧା ନଇଁ କରି ଖେଳିବାକୁ ବୁଝାଏ) କିମ୍ବା "କାଇ-ପିଡି"(ହାତକୁ ହାତ ଧରିକରି ଖେଳିବାକୁ ବୁଝାଏ )ରୁ "କବାଡି'" ଶବ୍ଦ ଆସିଥିବା ଅନୁମାନ କରାଯାଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ତୃପ୍ତି ଦାସ

    ତୃପ୍ତି ଦାସ

    ତୃପ୍ତି ଦାସ, ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଚ୍ଛଦପଟ୍ଟ ଗାୟିକା । ସେ, ସର୍ବାଧିକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ୍ଟ ଗାୟନ କରିଥିବା ଗାୟିକା । ଭଜନ ଓ ଆଧୁନିକ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଜଣେ ପରିଚିତ ନାମ । ବେତାର, ଦୂରଦର୍ଶନ ଓ ମଞ୍ଚ ସବୁଠାରେ କଣ୍ଠଶିଳ୍ପୀ ତୃପ୍ତି ସକ୍ରିୟ ।

    9 ପଠିତ (↑9 ଗତକାଲିଠାରୁ)0,0,60,0,13,0,20,10,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ନିମୋନିଆ

    ନିମୋନିଆ

    ନିମୋନିଆ ରୋଗ ଫୁସଫୁସରେ ଥିବା ଅଣୁବୀକ୍ଷଣୀୟ ବାୟୁ ଥଳିର (Alveolus) ପ୍ରଦାହକୁ କୁହାଯାଏ । ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ କାଶ ସ‌ହିତ ଖଙ୍କାର, ଛାତି ଯନ୍ତ୍ରଣା, ଜ୍ୱର, ଓ ଶ୍ୱାସକଷ୍ଟ.

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା

    ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ । ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ଲକ୍ଷ୍ମୀର ଅଭିସାର

    ଲକ୍ଷ୍ମୀର ଅଭିସାର

    ଲକ୍ଷ୍ମୀର ଅଭିସାର, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହରିରାମ ଅଗ୍ର‌ୱାଲ ଓ ଲକ୍ଷ୍ମୀନାରାୟଣ ଅଗ୍ର‌ୱାଲ । ମନୋଜ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ଅଷ୍ଟ୍ରେଲିଆ

    ଅଷ୍ଟ୍ରେଲିଆ

    ଅଷ୍ଟ୍ରେଲିଆ ଏକ ଦେଶ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    ଆଚାର୍ଯ୍ୟ ହରିହର

    ଆଚାର୍ଯ୍ୟ ହରିହର

    ଆଚାର୍ଯ୍ୟ ହରିହର (୮ ମାର୍ଚ୍ଚ ୧୮୭୯ -୨୧ ଫେବୃଆରୀ ୧୯୭୧) ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ । ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ ।

    8 ପଠିତ (↓8 ଗତକାଲିଠାରୁ)0,0,0,0,8,0,0,13,16, 8

    3 ଦିନ ଷ୍ଟ୍ରିକ

    🔍 🗞️
  97. 97

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    8 ପଠିତ (↑8 ଗତକାଲିଠାରୁ)21,0,0,11,14,38,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    ରେଣ୍ଡୋ ମାଝି

    ରେଣ୍ଡୋ ମାଝି

    ରେଣ୍ଡୋ ମାଝି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ଆଦିବାସୀ ସର୍ଦ୍ଦାର । ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବିଟିଶଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    କର୍ମ (ଓଡ଼ିଆ କଥାଚିତ୍ର)

    କର୍ମ (ଓଡ଼ିଆ କଥାଚିତ୍ର)

    କର୍ମ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିଶାନ୍ତ ମାଝିତିଆ ମାନସଙ୍କ ସହିତ ଏହି କଥାଚିତ୍ରଟିରେ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅନୁପମ ପଟ୍ଟନାୟକ । ସଙ୍ଗୀତକାର ଆଶିଷ ପ୍ରଧାନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

    8 ପଠିତ (↑8 ଗତକାଲିଠାରୁ)0,0,0,0,0,0,0,0,0, 8

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    ତପସ୍ୱିନୀ

    ତପସ୍ୱିନୀ

    ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟ ଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।

    8 ପଠିତ (↓2 ଗତକାଲିଠାରୁ)0,0,12,0,0,0,0,0,10, 8

    2 ଦିନ ଷ୍ଟ୍ରିକ

    🔍 🗞️

ତଥ୍ୟ ଆହରଣ ସମୟ: