ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ବୁଧେଇ ଓଷା

    ବୁଧେଇ ଓଷା

    ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ ।

    74 ପଠିତ (↑61 ଗତକାଲିଠାରୁ)0,0,0,0,0,0,0,0,13, 74

    2 ଦିନ ଷ୍ଟ୍ରିକ

    🔍 🗞️
  2. 2

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    61 ପଠିତ (↓1 ଗତକାଲିଠାରୁ)62,103,123,293,583,131,113,72,62, 61

    9+ ଦିନ ଷ୍ଟ୍ରିକ

    🔍 🗞️
  3. 3

    କୃଷ୍ଣ ଜନ୍ମାଷ୍ଟମୀ

    କୃଷ୍ଣ ଜନ୍ମାଷ୍ଟମୀ

    'ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମାଷ୍ଟମୀ,kṛṣṇa janmāṣṭami), କୃଷ୍ଣାଷ୍ଟମୀ, ସାତମ୍ ଆଠମ୍, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ, ଶ୍ରୀ ଜୟନ୍ତୀ ବା କେବଳ ଜନ୍ମାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା । ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି । ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ । ଏଇ ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ । ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈଷମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ । ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା । ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ମୁଖ୍ୟଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବାପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବା କରିବା ହେଉଛି ପ୍ରକୃତ କର୍ମଯୋଗ । ଗୀତାରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କରି ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ । ମହାପୁରୁଷମାନେ ଦେଖାଇଦେଇଥିବା ପଥରେ ଯାଇ ଇତରଲୋକେ ସୁଖ, ଶାନ୍ତି ଓ ସମୃଦ୍ଧିକୁ ସହଜରେ ହାସଲ କରିପାରିବେ ।

    55 ପଠିତ (↑26 ଗତକାଲିଠାରୁ)0,0,11,17,16,13,26,20,29, 55

    8 ଦିନ ଷ୍ଟ୍ରିକ

    🔍 🗞️
  4. 4

    ସର୍ବପଲ୍ଲୀ ରାଧାକୃଷ୍ଣନ

    ସର୍ବପଲ୍ଲୀ ରାଧାକୃଷ୍ଣନ

    ସର୍ବପଲ୍ଲୀ ରାଧାକୃଷ୍ଣନ ଜଣେ ଭାରତୀୟ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷକ ଥିଲେ ଏବଂ ୧୯୬୨ରୁ ୧୯୬୪ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ ।

    53 ପଠିତ (↑19 ଗତକାଲିଠାରୁ)10,0,0,0,9,11,30,27,34, 53

    6 ଦିନ ଷ୍ଟ୍ରିକ

    🔍 🗞️
  5. 5

    ରାଶି ଓ ନକ୍ଷତ୍ର

    ରାଶି ଓ ନକ୍ଷତ୍ର

    ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

    49 ପଠିତ (↑18 ଗତକାଲିଠାରୁ)29,18,17,10,54,28,39,62,31, 49

    9+ ଦିନ ଷ୍ଟ୍ରିକ

    🔍 🗞️
  6. 6

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    43 ପଠିତ (↑8 ଗତକାଲିଠାରୁ)31,22,14,8,32,22,24,32,35, 43

    9+ ଦିନ ଷ୍ଟ୍ରିକ

    🔍 🗞️
  7. 7

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    38 ପଠିତ (↓2 ଗତକାଲିଠାରୁ)40,24,16,26,17,24,36,24,40, 38

    9+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

    37 ପଠିତ (↑37 ଗତକାଲିଠାରୁ)0,0,9,0,13,17,33,22,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  9. 9

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    34 ପଠିତ (↑6 ଗତକାଲିଠାରୁ)26,28,19,12,14,18,20,17,28, 34

    9+ ଦିନ ଷ୍ଟ୍ରିକ

    🔍 🗞️
  10. 10

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    33 ପଠିତ (↑7 ଗତକାଲିଠାରୁ)39,31,30,11,26,23,40,24,26, 33

    9+ ଦିନ ଷ୍ଟ୍ରିକ

    🔍 🗞️
  11. 11

    ଫକୀରମୋହନ ସେନାପତି

    ଫକୀରମୋହନ ସେନାପତି

    29 ପଠିତ (↑29 ଗତକାଲିଠାରୁ)31,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  12. 12

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    28 ପଠିତ (↓21 ଗତକାଲିଠାରୁ)21,31,18,13,38,24,36,30,49, 28

    9+ ଦିନ ଷ୍ଟ୍ରିକ

    🔍 🗞️
  13. 13

    ଦରପୁ ଲଚନା ନାଇଡ଼ୁ

    ଦରପୁ ଲଚନା ନାଇଡ଼ୁ

    ଦରପୁ ଲଚନା ନାଇଡ଼ୁ (୧୯ ଅକ୍ଟୋବର ୧୯୨୨ - ୧୫ ମଇ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    27 ପଠିତ (↑27 ଗତକାଲିଠାରୁ)0,0,0,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  14. 14

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    26 ପଠିତ (↑1 ଗତକାଲିଠାରୁ)14,25,0,12,15,0,0,20,25, 26

    3 ଦିନ ଷ୍ଟ୍ରିକ

    🔍 🗞️
  15. 15

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।

    24 ପଠିତ (↑11 ଗତକାଲିଠାରୁ)14,0,20,0,0,0,0,13,13, 24

    3 ଦିନ ଷ୍ଟ୍ରିକ

    🔍 🗞️
  16. 16

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    24 ପଠିତ (↑12 ଗତକାଲିଠାରୁ)29,22,14,7,19,18,18,33,12, 24

    9+ ଦିନ ଷ୍ଟ୍ରିକ

    🔍 🗞️
  17. 17

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    24 ପଠିତ (↑2 ଗତକାଲିଠାରୁ)22,22,20,16,0,17,11,12,22, 24

    5 ଦିନ ଷ୍ଟ୍ରିକ

    🔍 🗞️
  18. 18

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    24 ପଠିତ (↓12 ଗତକାଲିଠାରୁ)31,22,31,13,19,18,23,18,36, 24

    9+ ଦିନ ଷ୍ଟ୍ରିକ

    🔍 🗞️
  19. 19

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    23 ପଠିତ (↓13 ଗତକାଲିଠାରୁ)29,23,22,23,27,27,19,25,36, 23

    9+ ଦିନ ଷ୍ଟ୍ରିକ

    🔍 🗞️
  20. 20

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

    23 ପଠିତ (↑23 ଗତକାଲିଠାରୁ)15,21,10,0,0,0,0,18,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  21. 21

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    22 ପଠିତ (↓9 ଗତକାଲିଠାରୁ)21,26,18,9,13,13,27,12,31, 22

    9+ ଦିନ ଷ୍ଟ୍ରିକ

    🔍 🗞️
  22. 22

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    22 ପଠିତ (↑5 ଗତକାଲିଠାରୁ)20,17,13,14,28,17,12,26,17, 22

    9+ ଦିନ ଷ୍ଟ୍ରିକ

    🔍 🗞️
  23. 23

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    21 ପଠିତ (↑7 ଗତକାଲିଠାରୁ)19,16,14,0,0,22,23,31,14, 21

    5 ଦିନ ଷ୍ଟ୍ରିକ

    🔍 🗞️
  24. 24

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    21 ପଠିତ (↓4 ଗତକାଲିଠାରୁ)21,0,0,6,0,10,15,16,25, 21

    5 ଦିନ ଷ୍ଟ୍ରିକ

    🔍 🗞️
  25. 25

    ପଞ୍ଚସଖା

    ପଞ୍ଚସଖା

    ୧୫ ଓ ୧୬ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ । ଏହି ଯୁଗରେ ପାଞ୍ଚଜଣ ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ଏହି ପାଞ୍ଚଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ ।

    21 ପଠିତ (↑10 ଗତକାଲିଠାରୁ)15,0,12,0,0,10,10,0,11, 21

    2 ଦିନ ଷ୍ଟ୍ରିକ

    🔍 🗞️
  26. 26

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    19 ପଠିତ (↓8 ଗତକାଲିଠାରୁ)20,13,11,0,15,13,20,12,27, 19

    6 ଦିନ ଷ୍ଟ୍ରିକ

    🔍 🗞️
  27. 27

    ଗୁରୁଦିବସ

    ଗୁରୁଦିବସ

    ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ ଅବଦାନ ନିମନ୍ତେ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥାଏ ।

    19 ପଠିତ (↓6 ଗତକାଲିଠାରୁ)0,0,0,0,0,0,16,17,25, 19

    4 ଦିନ ଷ୍ଟ୍ରିକ

    🔍 🗞️
  28. 28

    ଗୌତମ ବୁଦ୍ଧ

    ଗୌତମ ବୁଦ୍ଧ

    ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ

    19 ପଠିତ (↑3 ଗତକାଲିଠାରୁ)0,14,0,0,0,21,0,0,16, 19

    2 ଦିନ ଷ୍ଟ୍ରିକ

    🔍 🗞️
  29. 29

    ଉଇକିମିଡ଼ିଆ ଫାଉଣ୍ଡେସନ

    ଉଇକିମିଡ଼ିଆ ଫାଉଣ୍ଡେସନ

    ଉଇକିମିଡ଼ିଆ ଫାଉଣ୍ଡେସନ, Inc.

    18 ପଠିତ (↑18 ଗତକାଲିଠାରୁ)0,0,8,0,10,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    18 ପଠିତ (↑8 ଗତକାଲିଠାରୁ)18,22,27,26,18,12,23,11,10, 18

    9+ ଦିନ ଷ୍ଟ୍ରିକ

    🔍 🗞️
  31. 31

    ଓଡ଼ିଶାର ପଞ୍ଚାୟତ ସମିତି ତାଲିକା

    ଓଡ଼ିଶାର ପଞ୍ଚାୟତ ସମିତି ତାଲିକା

    ଏହା ଓଡ଼ିଶାର ପଞ୍ଚାୟତ ସମିତିମାନଙ୍କ ବାବଦରେ ଏକ ତାଲିକା ପ୍ରଦାନ କରିଥାଏ । ରାଜ୍ୟର ମୋଟ ୩୦ ଗୋଟି ଜିଲ୍ଲାରେ ୬୨୩୬ ଗ୍ରାମପଞ୍ଚାୟତ, ୬୨୩୪ ପଞ୍ଚାୟତ ସମିତି ସଭ୍ୟ, ୮୭, ୫୫୧ ୱାର୍ଡ଼ ସଭ୍ୟ ଓ ୮୫୪ ଜିଲ୍ଲା ପରିଷଦ ପଦବୀ ରହିଛି ।

    17 ପଠିତ (↑3 ଗତକାଲିଠାରୁ)41,15,0,0,23,25,19,27,14, 17

    6 ଦିନ ଷ୍ଟ୍ରିକ

    🔍 🗞️
  32. 32

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    17 ପଠିତ (0 ଗତକାଲିଠାରୁ)21,17,9,18,0,10,17,21,17, 17

    5 ଦିନ ଷ୍ଟ୍ରିକ

    🔍 🗞️
  33. 33

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    17 ପଠିତ (↓3 ଗତକାଲିଠାରୁ)14,22,26,11,13,36,19,15,20, 17

    9+ ଦିନ ଷ୍ଟ୍ରିକ

    🔍 🗞️
  34. 34

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    17 ପଠିତ (↓11 ଗତକାଲିଠାରୁ)10,14,0,11,11,0,0,9,28, 17

    3 ଦିନ ଷ୍ଟ୍ରିକ

    🔍 🗞️
  35. 35

    ନୂଆଖାଇ

    ନୂଆଖାଇ

    ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାର ମାନେ ନିଜ ନିଜ ଘରେ ନୂଆଁ ଧାନ୍ କେ ଗଛ ରୁ ସଗ୍ରହ କରି ଢ଼ିଙ୍କି ରେ କୁଟି ତାକୁ ଭାଜି ଗୁଡ଼ ମିଶାଇ ଚୁରା କୁଣା ବନେଇ କରି ପ୍ରସାଦ ଲାଗିଥାଏ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କଠାରେ କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।

    16 ପଠିତ (↓3 ଗତକାଲିଠାରୁ)0,12,12,10,0,9,0,16,19, 16

    3 ଦିନ ଷ୍ଟ୍ରିକ

    🔍 🗞️
  36. 36

    ବଳରାମ ଦାସ

    ବଳରାମ ଦାସ

    ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ ।

    16 ପଠିତ (↑5 ଗତକାଲିଠାରୁ)17,20,17,0,0,9,19,10,11, 16

    5 ଦିନ ଷ୍ଟ୍ରିକ

    🔍 🗞️
  37. 37

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଜଣେ ଭାରତୀୟ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ ଏବଂ ଓଡ଼ିଆ ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ତାଙ୍କର ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ପ୍ରବନ୍ଧମାନଙ୍କରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋଚନା କରୁଥିଲେ ।

    16 ପଠିତ (↑4 ଗତକାଲିଠାରୁ)0,8,0,10,10,0,0,11,12, 16

    3 ଦିନ ଷ୍ଟ୍ରିକ

    🔍 🗞️
  38. 38

    ବିନୋଦ ଚନ୍ଦ୍ର ନାୟକ

    ବିନୋଦ ଚନ୍ଦ୍ର ନାୟକ

    ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  39. 39

    ଭାରତୀୟ ଜାତୀୟ କଂଗ୍ରେସ

    ଭାରତୀୟ ଜାତୀୟ କଂଗ୍ରେସ

    ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  40. 40

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

    16 ପଠିତ (↑6 ଗତକାଲିଠାରୁ)14,9,13,15,0,9,14,0,10, 16

    2 ଦିନ ଷ୍ଟ୍ରିକ

    🔍 🗞️
  41. 41

    ଭାରତ

    ଭାରତ

    ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

    15 ପଠିତ (↓2 ଗତକାଲିଠାରୁ)13,18,0,6,0,30,30,13,17, 15

    5 ଦିନ ଷ୍ଟ୍ରିକ

    🔍 🗞️
  42. 42

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

    15 ପଠିତ (↓5 ଗତକାଲିଠାରୁ)12,0,0,7,9,0,0,0,20, 15

    2 ଦିନ ଷ୍ଟ୍ରିକ

    🔍 🗞️
  43. 43

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।

    15 ପଠିତ (↑3 ଗତକାଲିଠାରୁ)0,0,0,0,8,10,0,0,12, 15

    2 ଦିନ ଷ୍ଟ୍ରିକ

    🔍 🗞️
  44. 44

    ରଥଯାତ୍ରା

    ରଥଯାତ୍ରା

    ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.

    15 ପଠିତ (↑3 ଗତକାଲିଠାରୁ)0,0,0,0,0,10,10,0,12, 15

    2 ଦିନ ଷ୍ଟ୍ରିକ

    🔍 🗞️
  45. 45

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    15 ପଠିତ (↓33 ଗତକାଲିଠାରୁ)12,57,36,15,26,37,55,61,48, 15

    9+ ଦିନ ଷ୍ଟ୍ରିକ

    🔍 🗞️
  46. 46

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    14 ପଠିତ (↓3 ଗତକାଲିଠାରୁ)29,20,20,8,15,28,20,18,17, 14

    9+ ଦିନ ଷ୍ଟ୍ରିକ

    🔍 🗞️
  47. 47

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    14 ପଠିତ (↑14 ଗତକାଲିଠାରୁ)0,0,0,0,0,9,0,13,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  48. 48

    ପାଣିପାଗ

    ପାଣିପାଗ

    ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।

    14 ପଠିତ (↓7 ଗତକାଲିଠାରୁ)13,17,22,17,15,36,39,44,21, 14

    9+ ଦିନ ଷ୍ଟ୍ରିକ

    🔍 🗞️
  49. 49

    କାଳୀଚରଣ ପଟ୍ଟନାୟକ

    କାଳୀଚରଣ ପଟ୍ଟନାୟକ

    କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)

    14 ପଠିତ (↑14 ଗତକାଲିଠାରୁ)24,13,11,0,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    14 ପଠିତ (↓3 ଗତକାଲିଠାରୁ)23,0,16,9,25,10,16,11,17, 14

    8 ଦିନ ଷ୍ଟ୍ରିକ

    🔍 🗞️
  51. 51

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    14 ପଠିତ (↑14 ଗତକାଲିଠାରୁ)0,10,0,0,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  52. 52

    ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ

    ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ

    ଭାରତ ଏକ ଅର୍ଦ୍ଧ ରାଷ୍ଟ୍ର ସଂଘ ସମୀକ୍ଷା କର

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    13 ପଠିତ (↓15 ଗତକାଲିଠାରୁ)20,17,14,9,25,19,22,28,28, 13

    9+ ଦିନ ଷ୍ଟ୍ରିକ

    🔍 🗞️
  54. 54

    ଜୟୀ ରାଜଗୁରୁ

    ଜୟୀ ରାଜଗୁରୁ

    ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।

    13 ପଠିତ (↑13 ଗତକାଲିଠାରୁ)17,15,8,0,10,0,11,13,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩

    ଭାରତୀୟ ନ୍ୟାୟ ସଂହିତା, ୨୦୨୩ (IAST: Bhāratīya Nyāya Saṃhitā; ଅର୍ଥାତ 'ଭାରତୀୟ ନ୍ୟାୟ ସଂହିତା, ୨୦୨୩') ହେଉଛି ଭାରତର ଆଧିକାରିକ ଦଣ୍ଡ ସଂହିତା । ଡିସେମ୍ବର ୨୦୨୩ ରେ ଭାରତର ସଂସଦରେ ପାରିତ ହୋଇଥିବା ଏହି ଆଇନ ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି, ଏବଂ ପୂର୍ବରୁ ପ୍ରଚଳିତ ଥିବା ଭାରତୀୟ ଦଣ୍ଡ ସଂହିତା (IPC) କୁ ପ୍ରତିସ୍ଥାପନ କରିଛି ।

    13 ପଠିତ (↓4 ଗତକାଲିଠାରୁ)27,15,0,10,0,0,13,0,17, 13

    2 ଦିନ ଷ୍ଟ୍ରିକ

    🔍 🗞️
  56. 56

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

    13 ପଠିତ (↑1 ଗତକାଲିଠାରୁ)14,16,10,0,0,0,17,0,12, 13

    2 ଦିନ ଷ୍ଟ୍ରିକ

    🔍 🗞️
  57. 57

    ମାୟାଧର ମାନସିଂହ

    ମାୟାଧର ମାନସିଂହ

    ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

    13 ପଠିତ (↑13 ଗତକାଲିଠାରୁ)22,10,0,0,0,17,16,11,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  58. 58

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ

    କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।

    13 ପଠିତ (↑2 ଗତକାଲିଠାରୁ)0,0,9,0,0,0,0,12,11, 13

    3 ଦିନ ଷ୍ଟ୍ରିକ

    🔍 🗞️
  59. 59

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    13 ପଠିତ (↑1 ଗତକାଲିଠାରୁ)15,15,8,0,0,9,20,0,12, 13

    2 ଦିନ ଷ୍ଟ୍ରିକ

    🔍 🗞️
  60. 60

    ମନୋରଞ୍ଜନ ଦାସ

    ମନୋରଞ୍ଜନ ଦାସ

    ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

    12 ପଠିତ (0 ଗତକାଲିଠାରୁ)17,13,10,0,12,13,11,13,12, 12

    6 ଦିନ ଷ୍ଟ୍ରିକ

    🔍 🗞️
  61. 61

    ଅନ୍ନଦା ଶଙ୍କର ରାୟ

    ଅନ୍ନଦା ଶଙ୍କର ରାୟ

    ଅନ୍ନଦା ଶଙ୍କର ରାୟ (୧୫ ମଇ ୧୯୦୪ - ୨୮ ଅକ୍ଟୋବର, ୨୦୦୨) ଢେଙ୍କାନାଳରେ ଜନ୍ମିତ ସବୁଜଗୋଷ୍ଠୀର ଜଣେ ଲେଖକ ଓ କବି ଥିଲେ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଉଇକିପିଡ଼ିଆ

    ଉଇକିପିଡ଼ିଆ

    ଉଇକିପିଡ଼ିଆ ( () wik-IH-PEE-DEE-ə or () wik-EE-PEE-DEE-ə; Odia: [uikipiɽiaː] ()) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  63. 63

    ଦ୍ରୌପଦୀ ମୁର୍ମୁ

    ଦ୍ରୌପଦୀ ମୁର୍ମୁ

    ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ

    ନନ୍ଦିନୀ ଶତପଥୀ (୯ ଜୁନ ୧୯୩୧-୪ ଅଗଷ୍ଟ ୨୦୦୬ ), ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। । ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

    12 ପଠିତ (↓3 ଗତକାଲିଠାରୁ)12,0,0,0,28,12,17,20,15, 12

    6 ଦିନ ଷ୍ଟ୍ରିକ

    🔍 🗞️
  65. 65

    ବକ୍ସି ଜଗବନ୍ଧୁ

    ବକ୍ସି ଜଗବନ୍ଧୁ

    ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ବକ୍ସି ଜଗବନ୍ଧୁ ଓ ଖଣ୍ଡାୟତ ପାଇକ ବକ୍ସି ନାମରେ ମଧ୍ୟ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  66. 66

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ (The Constitution of India, ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ।

    11 ପଠିତ (↑1 ଗତକାଲିଠାରୁ)13,0,15,0,19,25,9,11,10, 11

    6 ଦିନ ଷ୍ଟ୍ରିକ

    🔍 🗞️
  67. 67

    ନୀଳଶୈଳ (ଉପନ୍ୟାସ)

    ନୀଳଶୈଳ (ଉପନ୍ୟାସ)

    ନୀଳଶୈଳ, ବିଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ୱାରା ରଚନା କରାଯାଇଥିବା ଏକ କାଳଜୟୀ ଉପନ୍ୟାସ ଅଟେ । ଓଡ଼ିଶାର ଏକ ଗୌରବମୟ ଅତୀତ ଓ ତା'ର ସ୍ୱାଭିମାନ ରକ୍ଷା ପାଇଁ ରାଜା ରାମଚନ୍ଦ୍ର ଦେବଙ୍କର ସଂଘର୍ଷମୟ ଜୀବନର କଥା, ଏହି ଉପନ୍ୟାସର ବିଷୟ ବସ୍ତୁ ।

    11 ପଠିତ (0 ଗତକାଲିଠାରୁ)0,0,0,0,0,0,0,0,11, 11

    2 ଦିନ ଷ୍ଟ୍ରିକ

    🔍 🗞️
  68. 68

    ସୌଭାଗ୍ୟ କୁମାର ମିଶ୍ର

    ସୌଭାଗ୍ୟ କୁମାର ମିଶ୍ର

    ସୌଭାଗ୍ୟ କୁମାର ମିଶ୍ର (ଜନ୍ମ ୫ ସେପ୍ଟେମ୍ବର ୧୯୪୧) ବ୍ରହ୍ମପୁର, ଓଡ଼ିଶାରେ ଜନ୍ମିତ ଜଣେ କବି ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  69. 69

    ଶିବାଜୀ

    ଶିବାଜୀ

    ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  70. 70

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର

    କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।

    11 ପଠିତ (↓2 ଗତକାଲିଠାରୁ)15,10,23,11,8,0,13,10,13, 11

    4 ଦିନ ଷ୍ଟ୍ରିକ

    🔍 🗞️
  71. 71

    ଢୁମ୍ପା

    ଢୁମ୍ପା

    ଢୁମ୍ପା ଏକ ପାରମ୍ପରିକ ବାଦ୍ୟଯନ୍ତ୍ର। ଏହା ସହ ଗାନ କରାଯାଉଥିବା ଗୀତକୁ ଢୁମ୍ପା ସଂଗୀତ କହାଯାଏ। ଢୁମ୍ପା ଓଡ଼ିଶାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଏକ ପ୍ରକାର ପାରମ୍ପରିକ ସଙ୍ଗୀତ ଓ ବାଦ୍ୟଯନ୍ତ୍ର।। ଏହା ସର୍ବପ୍ରଥମେ ଅଷ୍ଟାଦଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କଦ୍ୱାରା ଆରମ୍ଭ କରାଯାଇଥିଲା। ଏଥିରେ ବ୍ୟବହୃତ ପ୍ରମୁଖ ବାଦ୍ୟଯନ୍ତ୍ର 'ଢୁମ୍ପା' ଅନୁସାରେ ଏହାକୁ ଢୁମ୍ପା ସଙ୍ଗୀତ ବୋଲାଯାଏ। ନୟାଗଡ଼ର ଖଣ୍ଡପଡ଼ା ଅଞ୍ଚଳରେ ମଇ ବା ଭେଣ୍ଡିଆମର୍ଦ୍ଦନ ଗଛ ଛେଲିରୁ ଏହି ବିରଳ ବାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହି ବାଦ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ଓଡ଼ିଶାର ଇତିହାସ

    ଓଡ଼ିଶାର ଇତିହାସ

    ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.

    11 ପଠିତ (↑11 ଗତକାଲିଠାରୁ)12,0,11,9,11,12,0,9,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ୱାଟରଲୁ ଯୁଦ୍ଧ

    ୱାଟରଲୁ ଯୁଦ୍ଧ

    ୱାଟରଲୁ ଯୁଦ୍ଧ ୧୮ ଜୁନ ୧୮୧୫ ମସିହା ରବିବାର ଦିନ ୱାଟରଲୁ (ଏବେକାର ବେଲଜିଅମ ) ନିକଟରେ ଫ୍ରାନ୍ସ ଏବଂ ବ୍ରିଟିଶମାନଙ୍କ ମଧ୍ୟରେ ଘଟିଥିଲା । ଫ୍ରାନ୍ସର ନେତୃତ୍ୱ ନେପୋଲିୟନ ବୋନାପାର୍ଟ ନେଉଥିଲେ । ଅନ୍ୟ ପକ୍ଷ୍ୟରେ ବ୍ରିଟିଶ ଏବଂ ପ୍ରୁସିଆର ସୈନ୍ୟମାନେ ଥିଲେ । ଏହି ଯୁଦ୍ଧରେ ନେପୋଲିୟନ ପରାସ୍ତ ହୋଇଥିଲେ । ଏହି ଯୁଦ୍ଧ ନେପୋଲିୟନଙ୍କର ଶେଷ ଯୁଧ୍ୟ ଥିଲା । ଏହି ଯୁଦ୍ଧଟିରେ ପ୍ରଥମ ଫ୍ରେଞ୍ଚ ସାମ୍ରାଜ୍ୟ ହାରିବା ସହିତ ଭବିଷ୍ୟତରେ ହେବାକୁଥିବା ଦଶନ୍ଧି ଧରି ଇଉରୋପରେ ଯୁଦ୍ଧର ମୁଳୋତ୍ପାଟନ କରିଥିଲା ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।

    11 ପଠିତ (↑1 ଗତକାଲିଠାରୁ)19,21,0,7,0,14,20,0,10, 11

    2 ଦିନ ଷ୍ଟ୍ରିକ

    🔍 🗞️
  75. 75

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    10 ପଠିତ (↓3 ଗତକାଲିଠାରୁ)16,9,10,0,0,14,0,17,13, 10

    3 ଦିନ ଷ୍ଟ୍ରିକ

    🔍 🗞️
  76. 76

    ଓଡ଼ିଆ ଭାଗବତ

    ଓଡ଼ିଆ ଭାଗବତ

    ଓଡ଼ିଆ ଭାଗବତ ୧୪ଶ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ରଚିତ ଏକ ଓଡ଼ିଆ ପଦ୍ୟାବଳୀ । ପ୍ରଥମେ ଏହା ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ସେହି ପୋଥିମାନଙ୍କୁ ଏକାଠି କରି ଛପା ବହି ଆକାରରେ ପ୍ରକାଶକରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଭାଗବତ ଟୁଙ୍ଗି, ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦିରେ ସାମୁହିକ ପଠନ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ପରେ ଏହା ଓଡ଼ିଆ ଘରମାନଙ୍କରେ ସାମୁହିକ ବଦଳରେ ଏକକ ଭାବେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମହେବା ପରେ ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷୁର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ ଓ ହଇଜା ଆଦି ରୋଗ ଓ ଗ୍ରାମର ଅନିଷ୍ଟ ଦୂର ପାଇଁ ଭାଗବତ ପାଠ କରାଯାଉଥିଲା । ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧରେ ଦଶରୁ ତିରିଶଟି ଅଧ୍ୟାୟ ରହିଛି । ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସରିଥାଏ ।

    10 ପଠିତ (↓1 ଗତକାଲିଠାରୁ)0,0,10,0,0,14,16,12,11, 10

    5 ଦିନ ଷ୍ଟ୍ରିକ

    🔍 🗞️
  77. 77

    କୃଷ୍ଣ

    କୃଷ୍ଣ

    କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା,ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ,ଚକ୍ର,ଗଦା,ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା,ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।

    10 ପଠିତ (↑10 ଗତକାଲିଠାରୁ)0,0,9,0,0,0,10,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ

    ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

    10 ପଠିତ (↑10 ଗତକାଲିଠାରୁ)14,0,0,0,0,0,11,15,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    କାର୍ଲ ମାର୍କସ

    କାର୍ଲ ମାର୍କସ

    କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ‌‌ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ହନୁମାନ ଚାଳିଶା

    ହନୁମାନ ଚାଳିଶା

    ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅବଧୀ ଭାଷାରେ ରଚନା କରିଥିଲେ ।

    10 ପଠିତ (↓1 ଗତକାଲିଠାରୁ)0,9,8,9,0,15,11,0,11, 10

    2 ଦିନ ଷ୍ଟ୍ରିକ

    🔍 🗞️
  81. 81

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା (ଜନ୍ମ : ୦୨ ନଭେମ୍ବର ୧୯୪୫) କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।

    10 ପଠିତ (↑10 ଗତକାଲିଠାରୁ)0,0,0,12,0,0,0,11,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    କୁଜିବର ପତ୍ର

    କୁଜିବର ପତ୍ର

    କୁଜିବର ପତ୍ର ୧୭୬୯ ମସିହାରେ ଓଡ଼ିଶାରୁ ପ୍ରକାଶିତ ଏକ ଓଡ଼ିଆ ପତ୍ରିକା ଓ ପ୍ରଥମ ଓଡ଼ିଆ ପତ୍ରିକା ଥିଲା ଓ ପରେ ଏକ ଖବରକାଗଜରେ ପରିଣତ ହୋଇଥିଲା । ଛାପାଖାନାରେ ଓଡ଼ିଆ ମୁଦ୍ରଣ ସେତେବେଳକୁ ଆରମ୍ଭ ହୋଇନଥିଲା ଓ ଚୌଦ୍ୱାର ନିକଟସ୍ଥ କୁଜିବର ମଠର ମହନ୍ତ ସାଧୁ ସୁନ୍ଦର ଦାସ ଏହାକୁ ଏକ ହାତଲେଖା ପତ୍ରିକା ଭାବରେ ପ୍ରକାଶ କରିଥିଲେ । ଏହା ଅନିୟମିତ ବ୍ୟବଧାନରେ ଦୈନିକ, ସାପ୍ତାହିକ, ଏବଂ ପାକ୍ଷିକ ଭାବରେ ପ୍ରକାଶିତ ହେଉଥିଲା । ଓଡ଼ିଆରେ ମୋଟା କାଗଜରେ ଲେଖା ଏହି ପତ୍ରିକା ବିଭିନ୍ନ ବଜାର, ମିଶନାରୀ କେନ୍ଦ୍ର ଏବଂ କଟକର ମିଶନ ହୋମ ଓ ଜନସାଧାରଣଙ୍କ ବ୍ୟବହୃତ ଅନ୍ୟାନ୍ୟ କେନ୍ଦ୍ରୀୟ ସ୍ଥାନରେ ବିକ୍ରୀ ହେଉଥିଲା । ଏଥିରେ ତତ୍କାଳୀନ ରାଜନୈତିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ଶିକ୍ଷାଗତ ତଥା ପ୍ରାଶାସନିକ ବିଷୟ ପ୍ରକାଶ ପାଉଥିଲା । ଏହା ଏକ ପ୍ରମୁଖ ପ୍ରକାଶନରେ ପରିଣତ ହୋଇ ୧୮୦୦ ମସିହା ବେଳକୁ ହିନ୍ଦୀ ଏବଂ ମରାଠୀରେ ଅନୂଦିତ ହେଉଥିଲା । ଏହାର ପ୍ରସିଦ୍ଧି ବୃଦ୍ଧିପାଇବା ପରେ ହାତଲେଖା ସଂସ୍କରଣସବୁ ତତ୍କାଳୀନ ମିଶନାରୀଙ୍କ ଉପରେ ବଡ଼ ପ୍ରଭାବ ପକାଇଥିଲା ଓ ମିଶନାରୀମାନେ ଏହାକୁ ଅନୁବାଦ କରି ଲଣ୍ଡନକୁ ପଠାଉଥିଲେ । ସେଠାରେ ଏହା ଲଣ୍ଡନ ବାପ୍ଟିଷ୍ଟ ମିଶନାରୀ ରିପୋର୍ଟ ଓ ଜର୍ଣ୍ଣାଲରେ ଏହାର ସମୀକ୍ଷା ପ୍ରକାଶ ପାଉଥିଲା । ଏଥିମଧ୍ୟରୁ ୧୮୨୭ ମସିହାରେ ଆମସ ସଟନ ଲଣ୍ଡନ ବାପ୍ଟିଷ୍ଟ ମିଶନରେ କରିଥିବା ଏକ ଅନୁବାଦରେ ପୁରୀରେ ହୋଇଥିବା ଦୁର୍ନୀତି ଓ ଅମାନବୀୟ କାର୍ଯ୍ୟକଳାପ, ବ୍ରିଟିଶ ସରକାରଙ୍କ ଅଧାର୍ମିକ କାର୍ଯ୍ୟକଳାପ ଇତ୍ୟାଦି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ । ଆର. କେ.

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    ଗଣେଶ ପୂଜା

    ଗଣେଶ ପୂଜା

    ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ ।

    10 ପଠିତ (↑10 ଗତକାଲିଠାରୁ)0,9,11,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ଯଶୋବନ୍ତ ଦାସ

    ଯଶୋବନ୍ତ ଦାସ

    ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତକବି ଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।

    10 ପଠିତ (↑10 ଗତକାଲିଠାରୁ)10,0,0,0,11,9,11,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    Gopinath Mohanty

    Gopinath Mohanty

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ଶ୍ୱେତସାର

    ଶ୍ୱେତସାର

    ଶ୍ୱେତସାର (carbohydrate) ଏକ ଜୈବପଦାର୍ଥ । ଏହା ଉଦ୍ଭିଦର କୋଷିକାରେ ଥିବା ହରିତ୍‌କଣାରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଦ୍ୱାରା ତିଆରି ହୋଇଥାଏ । ଏଗୁଡ଼ିକ ସାଧାରଣତଃ ଅଙ୍ଗାରକ, ଉଦ୍‌ଜାନ ଏବଂ ଅମ୍ଳଜାନ ଅଣୁର ଏକ ନିର୍ଦ୍ଦିଷ୍ଟ ଅନୁପାତରେ (୧:୨:୧) ଗଠିତ । ସାଧାରଣରେ ଏହାକୁ (CH2O)n ଭାବରେ ପ୍ରକାଶ କରାଯାଇଥାଏ ।

    10 ପଠିତ (↓31 ଗତକାଲିଠାରୁ)0,0,0,0,0,0,0,9,41, 10

    3 ଦିନ ଷ୍ଟ୍ରିକ

    🔍 🗞️
  87. 87

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

    10 ପଠିତ (↓2 ଗତକାଲିଠାରୁ)19,10,10,0,11,0,18,18,12, 10

    4 ଦିନ ଷ୍ଟ୍ରିକ

    🔍 🗞️
  88. 88

    ସ୍ୱର୍ଗଦ୍ୱାର

    ସ୍ୱର୍ଗଦ୍ୱାର

    ସ୍ୱର୍ଗଦ୍ୱାର, ପୁରୀ ସ‌ହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  89. 89

    ବାଜି ରାଉତ

    ବାଜି ରାଉତ

    ବାଜି ରାଉତ (୧୯୨୫-୧୯୩୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗାଆଁରେ ଜନ୍ମ ନେଇଥିଲେ ।

    9 ପଠିତ (↑9 ଗତକାଲିଠାରୁ)17,11,0,0,21,19,10,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

    9 ପଠିତ (↑9 ଗତକାଲିଠାରୁ)12,0,0,10,8,14,19,12,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ନକ୍ଷତ୍ର

    ନକ୍ଷତ୍ର

    ହିନ୍ଦୁ ଜ୍ୟୋତିଷ ମତେ ରାଶିଚକ୍ର (ଅପମଣ୍ଡଳ)କୁ (୩୬୦ ଡିଗ୍ରୀ) ୨୭ଟି କାଳ୍ପନିକ ଅଂଶରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ବିଜ୍ଞାନ

    ବିଜ୍ଞାନ

    ବିଜ୍ଞାନ (ବିଶେଷ ଜ୍ଞାନ) (ବା Science Latin: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ") ବିଶ୍ୱର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତ ଓ ଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା ।ପୂର୍ବେ ବିଜ୍ଞାନ ଅଧିକ ଦର୍ଶନ ପର୍ଯବେଶିତ ଥିଲା ।

    9 ପଠିତ (↑9 ଗତକାଲିଠାରୁ)0,0,0,8,0,12,10,9,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ପୃଥିବୀର ବାୟୁମଣ୍ଡଳ

    ପୃଥିବୀର ବାୟୁମଣ୍ଡଳ

    ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍‌ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନ‌କୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ଉଷସୀ ମିଶ୍ର

    ଉଷସୀ ମିଶ୍ର

    ଉଷସୀ ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ଉଷସୀ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଚରିତ୍ରରେ ଅନେକ ଚଳଚ୍ଚିତ୍ର, ଯାତ୍ରା ଓ ଟିଭି ଧାରାବାହିକ ଓ ଓଡ଼ିଆ ଆଲବମ ଗୀତରେ ଅଭିନୟ କରିଛନ୍ତି ।

    9 ପଠିତ (↑9 ଗତକାଲିଠାରୁ)0,36,25,9,0,0,0,18,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ଓଡ଼ିଆ ରାମାୟଣ

    ଓଡ଼ିଆ ରାମାୟଣ

    ଓଡ଼ିଆ ରାମାୟଣ ଓଡ଼ିଆ ସାହିତ୍ୟର ଏକ ମହାକାବ୍ୟ l ପଞ୍ଚସଖାଙ୍କ ଜ୍ୟେଷ୍ଠକବି ବଳରାମ ଦାସ ଓଡ଼ିଆ ରାମାୟଣର ରଚୟିତା ଭାବରେ ସର୍ବ ପ୍ରଥମେ ପରିଚିତ ହେଇଛନ୍ତି l ଏହାକୁ ଜଗମୋହନ ରାମାୟଣ ମଧ୍ୟ କୁହାଯାଏ l ଏହା ଦାଣ୍ଡିବୃତ୍ତରେ ଲେଖାହେଇଥିବାରୁ ଲୋକମୂଖରେ ଦାଣ୍ଡି ରାମାୟଣ ମଧ୍ୟ କୁହାଯାଏ l

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    ବିଶ୍ୱ ସଂସ୍କୃତ ଦିବସ

    ବିଶ୍ୱ ସଂସ୍କୃତ ଦିବସ

    ବିଶ୍ୱ ସଂସ୍କୃତ ଦିବସ, ବା ବିଶ୍ୱ ସଂସ୍କୃତ ଦିନମ (ସଂସ୍କୃତ: विश्वसंस्कृतदिनम्), ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହା ପ୍ରାୟତଃ ଇଂରାଜୀ କ୍ୟାଲେଣ୍ଡରର ଅଗଷ୍ଟ ମାସରେ ପଡ଼ିଥାଏ । ସଂସ୍କୃତ ଭାଷାର ସାଂସ୍କୃତିକ ବିଶେଷତ୍ୱ ତଥା ଏହାର ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରାଯାଏ । ୧୯୬୯ ମସିହାରେ ଭାରତ ସରକାର ଏହି ଦିବସ ପାଳନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ।

    9 ପଠିତ (↓1 ଗତକାଲିଠାରୁ)0,0,0,0,17,12,0,11,10, 9

    3 ଦିନ ଷ୍ଟ୍ରିକ

    🔍 🗞️
  97. 97

    ଦୀନକୃଷ୍ଣ ଦାସ

    ଦୀନକୃଷ୍ଣ ଦାସ

    ଦୀନକୃଷ୍ଣ ଦାସ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଶୀ ସଙ୍ଗୀତକାର, ରୀତି ଓ ଭକ୍ତି କବି । ସେ ରସକଲ୍ଲୋଳ ନାମକ କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ ପାଇଁ ଜନାଦୃତ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,11,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    9 ପଠିତ (↓7 ଗତକାଲିଠାରୁ)29,17,13,0,10,10,16,16,16, 9

    6 ଦିନ ଷ୍ଟ୍ରିକ

    🔍 🗞️
  99. 99

    ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ

    ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ

    ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଇଂରାଜୀ: Shree Jagannath Temple Administration) ଓଡ଼ିଶାର ପୁରୀଠାରେ ଥିବା ଜଗନ୍ନାଥ ମନ୍ଦିରର ପ୍ରାଶାସନିକ କାମ କରୁଥିବା ଓଡ଼ିଶା ସରକାରଙ୍କ ଏକ ଅନୁଷ୍ଠାନ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା

    ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇ. ଓ. ଏସ୍.

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️

ତଥ୍ୟ ଆହରଣ ସମୟ: