ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    71 ପଠିତ (↑30 ଗତକାଲିଠାରୁ)35,37,25,54,29,42,48,41, 71

    8+ ଦିନ ଷ୍ଟ୍ରିକ

    🔍 🗞️
  2. 2

    ଓଡ଼ିଆ ଭାଷା

    ଓଡ଼ିଆ ଭାଷା

    ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।

    56 ପଠିତ (↓3 ଗତକାଲିଠାରୁ)20,13,18,16,21,26,61,59, 56

    8+ ଦିନ ଷ୍ଟ୍ରିକ

    🔍 🗞️
  3. 3

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    Odia

    48 ପଠିତ (↑10 ଗତକାଲିଠାରୁ)33,29,50,47,94,27,33,38, 48

    8+ ଦିନ ଷ୍ଟ୍ରିକ

    🔍 🗞️
  4. 4

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    44 ପଠିତ (↑14 ଗତକାଲିଠାରୁ)17,9,21,25,16,26,32,30, 44

    8+ ଦିନ ଷ୍ଟ୍ରିକ

    🔍 🗞️
  5. 5

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    40 ପଠିତ (↑6 ଗତକାଲିଠାରୁ)34,15,32,20,14,20,25,34, 40

    8+ ଦିନ ଷ୍ଟ୍ରିକ

    🔍 🗞️
  6. 6

    ବୁଧେଇ ଓଷା

    ବୁଧେଇ ଓଷା

    ବୁଧେଇ ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ ।

    38 ପଠିତ (↑38 ଗତକାଲିଠାରୁ)0,15,0,0,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  7. 7

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    37 ପଠିତ (↑7 ଗତକାଲିଠାରୁ)19,16,20,22,32,41,34,30, 37

    8+ ଦିନ ଷ୍ଟ୍ରିକ

    🔍 🗞️
  8. 8

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    36 ପଠିତ (↓22 ଗତକାଲିଠାରୁ)22,17,20,37,23,31,43,58, 36

    8+ ଦିନ ଷ୍ଟ୍ରିକ

    🔍 🗞️
  9. 9

    ନାଗାବଳୀ ନଦୀ

    ନାଗାବଳୀ ନଦୀ

    ନାଗାବଳୀ ନଦୀ (ତେଲୁଗୁ ଭାଷା: నాగావళి నది) ଦକ୍ଷିଣ ଓଡ଼ିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ ଅଟେ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।

    36 ପଠିତ (↑36 ଗତକାଲିଠାରୁ)0,0,0,0,0,0,0,0, 36

    1 ଦିନ ଷ୍ଟ୍ରିକ

    🔍 🗞️
  10. 10

    ସୁନିଆଁ

    ସୁନିଆଁ

    ଓଡ଼ିଶାରେ ରାଜକୀୟ ନବବର୍ଷ ଆରମ୍ଭ ହୁଏ ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁଠାରୁ। ଓଡ଼ିଆ ପାଞ୍ଜିର ଆରମ୍ଭ ହୁଏ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରୁ ଏବଂ ଏହି ଦିନଟି ସାଧାରଣରେ ଓଡ଼ିଆ ନବବର୍ଷ ଭାବେ ଗୃହୀତ ହୋଇଛି। ମାତ୍ର ସୁନିଆଁ ହେଉଛି ଓଡ଼ିଆ ରାଜାଙ୍କର ରାଜତ୍ୱର ଅଙ୍କ ଗଣନା ବର୍ଷର ପ୍ରଥମ ଦିନ । ପୁଣି ରାଜାଙ୍କର ରାଜସ୍ୱ ଆଦାୟ ଓ ନୂଆ ଖାତା ଆରମ୍ଭ ହୁଏ ଏହି ସୁନିଆଁ ଦିନ। ସୁନିଆଁ ଦିନ ଗୋଟିଏ ସୁନା ମୋହର ଉପରେ ରାଜାଙ୍କ ରାଜତ୍ୱର ଅଙ୍କ ବା ବର୍ଷ ଚିହ୍ନିତ କରାଯାଏ। ଏହାକୁ ସାଧାରଣ ଭାଷାରେ କହନ୍ତି ଅଙ୍କକଟା। ଏହିଦିନଟି ରାଜକୀୟ ବର୍ଷ ଆରମ୍ଭର ପ୍ରଥମ ଦିନ ଏବଂ ସୁନା ଶବ୍ଦ ସହ ଜଡ଼ିତ ହୋଇଥିବାରୁ ସମ୍ଭବତଃ ସୁନିଆଁ ଭାବେ ପାଳିତ ହେଉଛି । ପୁଣି ଏହି ଦିନ ସର୍ବତ୍ର ବାମନ ଜନ୍ମ ପାଳିତ ହୋଇଥାଏ। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ବାମନ ହେଉଛନ୍ତି ଏଭଳି ରାଜନୀତି ପ୍ରବଣ ଯେ ନିଜ ବୁଦ୍ଧି ବିଚକ୍ଷଣତାଦ୍ୱାରା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନକୁ ନିଜ ପାଦତଳେ ରଖିବା ସହ ବଳୀ ପରି ଶାସକଙ୍କୁ ମଧ୍ୟ ପାତାଳକୁ ଚାପି ଦେଇଥିଲେ। ତେଣୁ ଫସଲ ଅମଳ ପରେ ରାଜକୋଷକୁ ସମୃଦ୍ଧ କରି ରାଜାମାନେ ତ୍ରିବିକ୍ରମ ବାମନଙ୍କ ପରାକ୍ରମକୁ ପାଥେୟ କରି ବାହାରୁଥିଲେ ଦେଶଜୟ କରିବାକୁ । ସୁନିଆଁଠାରୁ ସନ ଓ ସାଲ ଗଣନା ଆରମ୍ଭ ହୁଏ।

    34 ପଠିତ (↑17 ଗତକାଲିଠାରୁ)0,0,0,0,0,7,0,17, 34

    2 ଦିନ ଷ୍ଟ୍ରିକ

    🔍 🗞️
  11. 11

    ବାଲେଶ୍ୱର

    ବାଲେଶ୍ୱର

    ବାଲେଶ୍ୱର ଓଡ଼ିଶାର ଉତ୍ତରରେ ଥିବା ବାଲେଶ୍ୱର ଜିଲ୍ଲାର ମୁଖ୍ୟ ସହର ଓ ସଦର ମହକୁମା ।

    32 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,11, 32

    2 ଦିନ ଷ୍ଟ୍ରିକ

    🔍 🗞️
  12. 12

    ବାମନ ବେଶ

    ବାମନ ବେଶ

    ବାମନ ବେଶ ବା ବଳିବାମନ ବେଶ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଏ ।

    31 ପଠିତ (↑31 ଗତକାଲିଠାରୁ)0,0,0,0,0,0,0,0, 31

    1 ଦିନ ଷ୍ଟ୍ରିକ

    🔍 🗞️
  13. 13

    ରାଶି ଓ ନକ୍ଷତ୍ର

    ରାଶି ଓ ନକ୍ଷତ୍ର

    ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।

    30 ପଠିତ (↓13 ଗତକାଲିଠାରୁ)21,43,9,11,0,0,12,43, 30

    3 ଦିନ ଷ୍ଟ୍ରିକ

    🔍 🗞️
  14. 14

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ

    ଯୌନ ସମ୍ଭୋଗ (ଇଂରାଜୀ: Sexual intercourse) କିମ୍ବା ମୈଥୁନ କିମ୍ବା ସହବାସ ବୋଲି ସେହି କ୍ରିୟାକୁ କୁହାଯାଏ, ଯେଉଁଥିରେ ପୁରୁଷଙ୍କର ଲିଙ୍ଗ ସ୍ତ୍ରୀଙ୍କର ଯୋନିରେ ପ୍ରବେଶ କରେ । ସମ୍ଭୋଗ ବିଭିନ୍ନ ଜୀବଜନ୍ତୁ ଓ ପ୍ରଜାତି ଅନୁସାରେ ବିଭିନ୍ନ ପ୍ରକାରରେ ହୁଏ । ସମ୍ଭୋଗକୁ ଯୋନି ମୈଥୁନ, କାମ କ୍ରୀଡ଼ା କିମ୍ବା ରତି କ୍ରୀଡ଼ା ନାମରେ ବି ପ୍ରକାଶ କରାଯାଏ ।

    29 ପଠିତ (↑3 ଗତକାଲିଠାରୁ)13,16,15,16,20,19,24,26, 29

    8+ ଦିନ ଷ୍ଟ୍ରିକ

    🔍 🗞️
  15. 15

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    28 ପଠିତ (↑16 ଗତକାଲିଠାରୁ)18,14,16,15,20,16,28,12, 28

    8+ ଦିନ ଷ୍ଟ୍ରିକ

    🔍 🗞️
  16. 16

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    28 ପଠିତ (↓7 ଗତକାଲିଠାରୁ)17,16,7,16,21,27,31,35, 28

    8+ ଦିନ ଷ୍ଟ୍ରିକ

    🔍 🗞️
  17. 17

    ଉପେନ୍ଦ୍ର ଭଞ୍ଜ

    ଉପେନ୍ଦ୍ର ଭଞ୍ଜ

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୧୬୭୦ - ୧୭୪୦, ଅନ୍ୟମତେ ୧୭୨୦) ସପ୍ତଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଶୀ ସଙ୍ଗୀତକାର କବି ଥିଲେ । ସେ ସପ୍ତଦଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ପୁରାତନ ରାଜଶାସିତ ଘୁମୁସରର ରାଜବଂଶରେ କୁଲାଡ଼ଗଡଜନ୍ମଲାଭ କରିଥିଲେ। ରୀତିଯୁଗର ତାଙ୍କର ପାଣ୍ଡିତ୍ୟପୂର୍ଣ୍ଣ ସାହିତ୍ୟ କୃତି ପାଇଁ ତାଙ୍କୁ କବି ସମ୍ରାଟ ଉପାଧିରେ ଭୂଷିତ କରାଯାଇଅଛି ।

    26 ପଠିତ (↑8 ଗତକାଲିଠାରୁ)10,11,15,21,13,8,13,18, 26

    8+ ଦିନ ଷ୍ଟ୍ରିକ

    🔍 🗞️
  18. 18

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    26 ପଠିତ (↑9 ଗତକାଲିଠାରୁ)26,18,10,9,23,23,12,17, 26

    8+ ଦିନ ଷ୍ଟ୍ରିକ

    🔍 🗞️
  19. 19

    କୁନ୍ତଳା କୁମାରୀ ସାବତ

    କୁନ୍ତଳା କୁମାରୀ ସାବତ

    ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

    23 ପଠିତ (↑10 ଗତକାଲିଠାରୁ)0,26,47,44,14,22,16,13, 23

    8 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଗୋପାଳକୃଷ୍ଣ ପଟ୍ଟନାୟକ

    ଗୋପାଳକୃଷ୍ଣ ପଟ୍ଟନାୟକ

    କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨) ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତକାର କବି । ସେ ପ୍ରାଚୀନ ଉତ୍କଳୀୟ ସଙ୍ଗୀତ ଅନୁସରଣରେ ବହୁସଂଖ୍ୟକ ଓଡ଼ିଶୀ ପ୍ରବନ୍ଧ, ଛାନ୍ଦ, ଚଉତିଶା, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ରଚନା କରିଛନ୍ତି । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ଗୋପାଳକୃଷ୍ଣଙ୍କ ଅସଂଖ୍ୟ ଗୀତଗୁଡ଼ିକ ଅଦ୍ୟାବଧି ଓଡ଼ିଶାର ଗ୍ରାମେ ଗ୍ରାମେ ଲୋକମୁଖରେ ଶୁଣାଯାଏ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।

    23 ପଠିତ (↓6 ଗତକାଲିଠାରୁ)0,0,0,0,0,0,0,29, 23

    2 ଦିନ ଷ୍ଟ୍ରିକ

    🔍 🗞️
  21. 21

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    22 ପଠିତ (↑5 ଗତକାଲିଠାରୁ)16,16,21,20,14,22,22,17, 22

    8+ ଦିନ ଷ୍ଟ୍ରିକ

    🔍 🗞️
  22. 22

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ

    ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

    21 ପଠିତ (↑21 ଗତକାଲିଠାରୁ)0,0,15,15,16,12,13,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  23. 23

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର

    ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

    20 ପଠିତ (↑2 ଗତକାଲିଠାରୁ)41,35,44,70,25,18,26,18, 20

    8+ ଦିନ ଷ୍ଟ୍ରିକ

    🔍 🗞️
  24. 24

    ଦିବ୍ୟସିଂହ ଦେବ

    ଦିବ୍ୟସିଂହ ଦେବ

    ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  25. 25

    ରାଧାନାଥ ରଥ

    ରାଧାନାଥ ରଥ

    ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ,,ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  26. 26

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ

    ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୨୫ ଜୁନ ୧୯୮୭) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।

    20 ପଠିତ (↑10 ଗତକାଲିଠାରୁ)0,0,0,10,0,0,0,10, 20

    2 ଦିନ ଷ୍ଟ୍ରିକ

    🔍 🗞️
  27. 27

    ବାମନ ଅବତାର

    ବାମନ ଅବତାର

    ବାମନ ଅବତାର ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଅନ୍ୟତମ । ତ୍ରେତା ଯୁଗର ଆରମ୍ଭ ସମୟରେ ଭଗବାନ ବିଷ୍ଣୁ ମା ଗଙ୍ଗାଙ୍କ ତୀରେ ଥିବା ସିଦ୍ଧାଶ୍ରମ (ବକ୍ସର ନିକଟରେ) ନାମକ ସ୍ଥାନରେ ଦେବୀ ଅଦିତିଙ୍କ ଗର୍ଭରୁ ବାମନ ରୂପରେ ଜନ୍ମ ଗ୍ରହଣ କଲେ । ଏହି କାରଣରୁ ଏହି ସ୍ଥାନକୁ ବାମନ ଜନ୍ମସ୍ଥଳୀ ଓ ବାମନାଶ୍ରମ ମଧ୍ୟ ବୋଲି କୁହାଯାଏ । ଏହା ବିଷ୍ଣୁଙ୍କ ଏକ ଶିଶୁ ବ୍ରାହ୍ମଣ ରୂପରେ ପ୍ରଥମ ମାନବ ରୂପୀ ଅବତାର । ଦକ୍ଷିଣ ଭାରତରେ ସେମାନେ ତାଙ୍କୁ ଉପେନ୍ଦ୍ର ନାମରେ ଜାଣନ୍ତି । ବାମନଙ୍କ ପିତା ଥିଲେ ପ୍ରଜାପତି କଶ୍ୟପ ଓ ମାତା ଦେବୀ ଅଦିତି । ତାଙ୍କ ଭାଇମାନେ ଥିଲେ; ବିବସ୍ୱାନ, ଇନ୍ଦ୍ର, ଵରୁଣ, ପୂଷା, ଅର୍ଯ୍ୟମା, ଭଗ, ଧାତା, ପର୍ଜନ୍ୟ, ଅଂଶୁମାନ, ତ୍ୱଷ୍ଟା ଓ ମିତ୍ର । ଭଗବାନ ବାମନଙ୍କୁ ସାଧାରଣତଃ ତିନିଟି ପାଦ ସହିତ ଦେଖାଯାଏ । ତାଙ୍କ ତ୍ରିବିକ୍ରମ ରୂପରେ; ଗୋଟିଏ ପାଦ ପୃଥିବୀ ଉପରେ, ଦ୍ୱିତୀୟ ପାଦ ଆକାଶ (ଦେବଲୋକ) ଉପରେ ଓ ତୃତୀୟ ପାଦ ବଳି ରାଜାଙ୍କ ମୁଣ୍ଡ ଉପରେ ଥାଏ ।

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  28. 28

    ବନ୍ଦେ ମାତରମ

    ବନ୍ଦେ ମାତରମ

    ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

    19 ପଠିତ (↑6 ଗତକାଲିଠାରୁ)0,0,0,0,0,0,0,13, 19

    2 ଦିନ ଷ୍ଟ୍ରିକ

    🔍 🗞️
  29. 29

    ସାଲବେଗ

    ସାଲବେଗ

    ସାଲବେଗ ୧୬୦୭/୦୮ରେ ଜନ୍ମିତ ଜଗନ୍ନାଥଙ୍କର ଜଣେ ମହାନ ଭକ୍ତ ଓ ଓଡ଼ିଆ କବି ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଯାଇଛନ୍ତି ।

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ମଧୁସୂଦନ ଦାସ

    ମଧୁସୂଦନ ଦାସ

    ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-

    18 ପଠିତ (↓3 ଗତକାଲିଠାରୁ)13,8,12,0,15,0,9,21, 18

    3 ଦିନ ଷ୍ଟ୍ରିକ

    🔍 🗞️
  31. 31

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର

    ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।

    18 ପଠିତ (↑6 ଗତକାଲିଠାରୁ)20,13,56,10,8,12,13,12, 18

    8+ ଦିନ ଷ୍ଟ୍ରିକ

    🔍 🗞️
  32. 32

    ଆର. କେ. ନାରାୟଣ

    ଆର. କେ. ନାରାୟଣ

    ଆର.କେ.ନାରାୟଣ(ଖ୍ରୀ ୧୯୦୬-୨୦୦୧) ୧୯୦୬ ମସିହାରେ ଅକ୍ଟୋବର ୧୦ ତାରିଖରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ପ୍ରଥମେ ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ରଚନା ଲେଖକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରୀବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଦି ସମ୍ବନ୍ଧୀୟ ଲେଖୁଥିଲେ । ସେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ମଧ୍ୟ ଚେଷ୍ଟିତ ଥିଲେ । ସେ ତାଙ୍କ ଲେଖା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  33. 33

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି

    ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।

    17 ପଠିତ (↓1 ଗତକାଲିଠାରୁ)18,16,19,17,15,16,15,18, 17

    8+ ଦିନ ଷ୍ଟ୍ରିକ

    🔍 🗞️
  34. 34

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ (କ୍ଷୁଦ୍ରଗଳ୍ପ)

    ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।

    17 ପଠିତ (↑17 ଗତକାଲିଠାରୁ)0,0,0,10,0,0,8,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  35. 35

    କିଶୋରଚନ୍ଦ୍ରାନନ ଚମ୍ପୂ

    କିଶୋରଚନ୍ଦ୍ରାନନ ଚମ୍ପୂ

    କିଶୋରଚନ୍ଦ୍ରାନନ ଚମ୍ପୂ (ବା କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ) କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ପୁରାତନ ଓଡ଼ିଆ ସାହିତ୍ୟ ରଚନା । ଏହି ଗ୍ରନ୍ଥରେ ବଳଦେବ ହରି ଓ ରାଧାଙ୍କ ପ୍ରେମଳୀଳା ବର୍ଣ୍ଣନା କରିଛନ୍ତି । ଗଦ୍ୟ ଏବଂ ପଦ୍ୟର ସମ୍ମିଶ୍ରଣ ଏହି ଚମ୍ପୂଟିର ସମଗ୍ର ଗଦ୍ୟାଂଶ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ କବିତାଗୁଡ଼ିକ ଓଡ଼ିଆରେ ରଚନା କରାଯାଇଛି ।

    17 ପଠିତ (↑17 ଗତକାଲିଠାରୁ)0,0,0,0,0,0,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    ଇଂରାଜୀ ଭାଷା

    ଇଂରାଜୀ ଭାଷା

    ଇଂରାଜୀ ଭାଷା ଏକ ପଶ୍ଚିମ ଜର୍ମାନୀୟ ଭାଷା । ଏହା ଇଂଲ୍ୟାଣ୍ଡ୍ ଆରମ୍ଭ ହୋଇ ବର୍ତ୍ତମାନ ସାରା ବିଶ୍ୱରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏହା ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, କ୍ୟାନାଡା, ଅସ୍ଟ୍ରେଲିଆ, ଆୟର୍ଲ୍ୟାଣ୍ଡ୍, ନିଉଜିଲ୍ୟାଣ୍ଡ୍ ଓ ଅନେକ କ୍ୟାରିବିଆନ୍ ରାଷ୍ଟ୍ର ସମେତ ଆହୁରି ଅନେକ ରାଷ୍ଟ୍ରରେ ପ୍ରଥମ ଭାଷା ରୂପେ ବ୍ୟବହାର କରାଯାଇଥାଏ ।

    17 ପଠିତ (↑17 ଗତକାଲିଠାରୁ)0,0,0,0,0,0,0,0, 17

    1 ଦିନ ଷ୍ଟ୍ରିକ

    🔍 🗞️
  37. 37

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    17 ପଠିତ (↓11 ଗତକାଲିଠାରୁ)21,35,40,73,24,15,29,28, 17

    8+ ଦିନ ଷ୍ଟ୍ରିକ

    🔍 🗞️
  38. 38

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ

    ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।

    17 ପଠିତ (↑6 ଗତକାଲିଠାରୁ)0,8,8,10,10,11,0,11, 17

    2 ଦିନ ଷ୍ଟ୍ରିକ

    🔍 🗞️
  39. 39

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

    କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।

    16 ପଠିତ (0 ଗତକାଲିଠାରୁ)0,0,7,0,8,0,17,16, 16

    3 ଦିନ ଷ୍ଟ୍ରିକ

    🔍 🗞️
  40. 40

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର

    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

    16 ପଠିତ (↓12 ଗତକାଲିଠାରୁ)19,18,0,25,11,43,25,28, 16

    6 ଦିନ ଷ୍ଟ୍ରିକ

    🔍 🗞️
  41. 41

    ମିଆଁମାର

    ମିଆଁମାର

    16 ପଠିତ (↑16 ଗତକାଲିଠାରୁ)0,0,0,0,0,0,0,0, 16

    1 ଦିନ ଷ୍ଟ୍ରିକ

    🔍 🗞️
  42. 42

    ଯକ୍ଷ୍ମା

    ଯକ୍ଷ୍ମା

    ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସ‌ହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

    16 ପଠିତ (↑3 ଗତକାଲିଠାରୁ)0,0,18,10,0,0,0,13, 16

    2 ଦିନ ଷ୍ଟ୍ରିକ

    🔍 🗞️
  43. 43

    ନୂଆଖାଇ

    ନୂଆଖାଇ

    ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାର ମାନେ ନିଜ ନିଜ ଘରେ ନୂଆଁ ଧାନ୍ କେ ଗଛ ରୁ ସଗ୍ରହ କରି ଢ଼ିଙ୍କି ରେ କୁଟି ତାକୁ ଭାଜି ଗୁଡ଼ ମିଶାଇ ଚୁରା କୁଣା ବନେଇ କରି ପ୍ରସାଦ ଲାଗିଥାଏ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କଠାରେ କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।

    16 ପଠିତ (↓10 ଗତକାଲିଠାରୁ)613,78,40,31,21,30,41,26, 16

    8+ ଦିନ ଷ୍ଟ୍ରିକ

    🔍 🗞️
  44. 44

    ମନୋରଞ୍ଜନ ଦାସ

    ମନୋରଞ୍ଜନ ଦାସ

    ମନୋରଞ୍ଜନ ଦାସ (୧୦ ମାର୍ଚ୍ଚ ୧୯୨୩ - ୧୭ ଫେବୃଆରୀ ୨୦୧୩)ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

    15 ପଠିତ (↓9 ଗତକାଲିଠାରୁ)0,0,17,10,0,0,13,24, 15

    3 ଦିନ ଷ୍ଟ୍ରିକ

    🔍 🗞️
  45. 45

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ

    ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

    15 ପଠିତ (↑4 ଗତକାଲିଠାରୁ)9,0,0,0,0,0,8,11, 15

    3 ଦିନ ଷ୍ଟ୍ରିକ

    🔍 🗞️
  46. 46

    ପ୍ରତିଭା ରାୟ

    ପ୍ରତିଭା ରାୟ

    ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

    15 ପଠିତ (↑2 ଗତକାଲିଠାରୁ)0,20,9,0,13,8,13,13, 15

    5 ଦିନ ଷ୍ଟ୍ରିକ

    🔍 🗞️
  47. 47

    ଭୀମ ଭୋଇ

    ଭୀମ ଭୋଇ

    ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।

    15 ପଠିତ (↑2 ଗତକାଲିଠାରୁ)0,0,15,11,0,13,16,13, 15

    4 ଦିନ ଷ୍ଟ୍ରିକ

    🔍 🗞️
  48. 48

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ

    ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଜଣେ ଭାରତୀୟ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ ଏବଂ ଓଡ଼ିଆ ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ତାଙ୍କର ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ପ୍ରବନ୍ଧମାନଙ୍କରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋଚନା କରୁଥିଲେ ।

    15 ପଠିତ (↓3 ଗତକାଲିଠାରୁ)0,0,0,0,7,0,0,18, 15

    2 ଦିନ ଷ୍ଟ୍ରିକ

    🔍 🗞️
  49. 49

    ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ

    ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ

    ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚ ନ୍ୟାୟାଳୟ ତଥା ଉଚ୍ଚତମ ନ୍ୟାୟାଳୟରେ ବିଚାରପତିମାନଙ୍କର ନିଯୁକ୍ତି ଏବଂ ବଦଳି ନିମନ୍ତେ ଗଠିତ ଏକ ସାମ୍ବିଧାନିକ ସଂସ୍ଥା । ଭାରତୀୟ ସମ୍ବିଧାନର ୯୯ତମ ସାଂବିଧାନିକ ସଂଶୋଧନ ମାଧ୍ୟମରେ ଏହି ଆୟୋଗ ଗଠନର ପ୍ରାବଧାନ କରାଯାଇଥିଲା । ଏହା ଭାରତର ୧୨୧ତମ ଭାରତୀୟ ସଂବିଧାନ ସଂଶୋଧନ ବିଲ୍‌, ୨୦୧୪ ମାଧ୍ୟମରେ ଲୋକ ସଭାରେ ୧୩ ଅଗଷ୍ଟ, ୨୦୧୪ରେ ଏବଂ ରାଜ୍ୟ ସଭାରେ ୧୪ ଅଗଷ୍ଟ,୨୦୧୪ରେ ସର୍ବ ସମ୍ମତ୍ତିକ୍ରମେ ପାରିତ ହୋଇଥିଲା ।

    15 ପଠିତ (↑15 ଗତକାଲିଠାରୁ)0,0,0,0,0,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    ଭାରତୀୟ ଜାତୀୟ କଂଗ୍ରେସ

    ଭାରତୀୟ ଜାତୀୟ କଂଗ୍ରେସ

    ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.

    15 ପଠିତ (↑15 ଗତକାଲିଠାରୁ)21,0,0,0,0,0,0,0, 15

    1 ଦିନ ଷ୍ଟ୍ରିକ

    🔍 🗞️
  51. 51

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    15 ପଠିତ (↓7 ଗତକାଲିଠାରୁ)7,0,13,13,12,15,16,22, 15

    7 ଦିନ ଷ୍ଟ୍ରିକ

    🔍 🗞️
  52. 52

    ଉଦ୍ଭିଦ

    ଉଦ୍ଭିଦ

    ଉଦ୍ଭିଦ ଜୀବ ଜଗତର ଏକ ବଡ଼ ଗୋଷ୍ଠୀ, ଏମାନେ ସାଧାରଣତଃ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସାହାଯ୍ୟ୍ରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି | ପ୍ରାୟ ୩୫୦,୦୦୦ ପ୍ରକାରର ଉଦ୍ଭିଦ ଅଛନ୍ତି ବୋଲି ଧାରଣା କରାଯାଏ । ୨୦୦୪ ସୁଦ୍ଧା ୨୮୭,୬୫୫ଟି ଉଦ୍ଭିଦକୁ ଚିନ୍ହଟ କରାଯାଇ ଅଛି ଏବଂ ଏମାନଙ୍କ ମଧ୍ୟରୁ ୨୫୮,୬୫୦ଟି ହେଲା ସପୁଷ୍ପକ ଉଦ୍ଭିଦ ।

    14 ପଠିତ (↑14 ଗତକାଲିଠାରୁ)0,0,0,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  53. 53

    ଜଗନ୍ନାଥ

    ଜଗନ୍ନାଥ

    14 ପଠିତ (↑2 ଗତକାଲିଠାରୁ)0,11,13,8,20,15,19,12, 14

    8 ଦିନ ଷ୍ଟ୍ରିକ

    🔍 🗞️
  54. 54

    ବଳରାମ ଦାସ

    ବଳରାମ ଦାସ

    ବଳରାମ ଦାସ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସନ୍ଥକବି ଓ ପଞ୍ଚସଖାଙ୍କ ମଧ୍ୟରୁ ଜ୍ୟେଷ୍ଠ । ସେ ଓଡ଼ିଆରେ ଅନେକ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିଛନ୍ତି । ଦାଣ୍ଡି ବା ଜଗମୋହନ ରାମାୟଣ ଓ ଲକ୍ଷ୍ମୀ ପୁରାଣ ତହିଁ ମଧ୍ୟରୁ ଅନ୍ୟତମ ।

    14 ପଠିତ (↑3 ଗତକାଲିଠାରୁ)6,7,8,13,0,0,0,11, 14

    2 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।

    14 ପଠିତ (↑14 ଗତକାଲିଠାରୁ)0,0,0,0,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  56. 56

    ଯଶୋବନ୍ତ ଦାସ

    ଯଶୋବନ୍ତ ଦାସ

    ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ସାଧକ ଓ ଭକ୍ତକବି ଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାମାନଙ୍କ ଭିତରୁ ଅଧିକାଂଶ ମୁଦ୍ରିତ ହୋଇନାହିଁ ।

    14 ପଠିତ (↑14 ଗତକାଲିଠାରୁ)0,10,8,25,0,0,0,0, 14

    1 ଦିନ ଷ୍ଟ୍ରିକ

    🔍 🗞️
  57. 57

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ

    ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

    13 ପଠିତ (0 ଗତକାଲିଠାରୁ)0,9,0,0,0,0,9,13, 13

    3 ଦିନ ଷ୍ଟ୍ରିକ

    🔍 🗞️
  58. 58

    ଏକାଦଶୀ

    ଏକାଦଶୀ

    ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍‌ତିଳା, ଜୟା (ଭୌମୀ), ବିଜୟା, ଆମଳକୀ(ଅଅଁଳା) , ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।

    13 ପଠିତ (↓50 ଗତକାଲିଠାରୁ)0,0,0,0,0,0,11,63, 13

    3 ଦିନ ଷ୍ଟ୍ରିକ

    🔍 🗞️
  59. 59

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ

    ନମିତା ଅଗ୍ରୱାଲ ଜଣେ ଓଡ଼ିଆ ଗାୟିକା । ସେ ନମିତା ନାମରେ ଭଜନ ଓ ନିବେଦିତା ନାମରେ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରନ୍ତି ।

    13 ପଠିତ (↓5 ଗତକାଲିଠାରୁ)19,8,11,17,12,21,0,18, 13

    2 ଦିନ ଷ୍ଟ୍ରିକ

    🔍 🗞️
  60. 60

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି

    ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

    13 ପଠିତ (↓10 ଗତକାଲିଠାରୁ)12,15,9,12,9,13,16,23, 13

    8+ ଦିନ ଷ୍ଟ୍ରିକ

    🔍 🗞️
  61. 61

    କେଳା

    କେଳା

    କେଳା (ଆହୁରି ମଧ୍ୟ ସାପୁଆ କେଳା, ସାପୁଆ) ‌‌ବିଷଦାନ୍ତ ନ‌ଥିବା ସାପମାନଙ୍କୁ ଖେଳାଇ ଜୀବିକା ନିର୍ବାହ କରୁଥିବା ଓଡ଼ିଶାର ଏକ ଜନଜାତି । ଏହି ଜନଜାତି ମୁଖ୍ୟତଃ ବଣ-ଜଙ୍ଗଲ ତ‌ଥା ଗାଁ ଗ‌ହଳରୁ ସାପମାନଙ୍କୁ ଧରି ସେମାନଙ୍କ ବିଷ ଦାନ୍ତ ଓପାଡ଼ି ସେମାନଙ୍କୁ ପଦ୍ମତୋଳା ଶୁଣାଇ ଖେଳାଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ସାପଖେଳ ଦେଖାଇବା ସ‌ହ କେଳାମାନେ ଗୀତ ଗାଇଥାନ୍ତି ଯାହା କେଳା-କେଲୁଣୀ ଗୀତ ନାମରେ ଜଣା । କେଳାମାନେ ନାନାଦି ଜଡ଼ିବୁଟି ଔଷଧାଦି ମ‌ଧ୍ୟ ଦେଇଥାନ୍ତି ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଓଡ଼ିଆ ଭାଗବତ

    ଓଡ଼ିଆ ଭାଗବତ

    ଓଡ଼ିଆ ଭାଗବତ ୧୪ଶ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ରଚିତ ଏକ ଓଡ଼ିଆ ପଦ୍ୟାବଳୀ । ପ୍ରଥମେ ଏହା ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ସେହି ପୋଥିମାନଙ୍କୁ ଏକାଠି କରି ଛପା ବହି ଆକାରରେ ପ୍ରକାଶକରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଭାଗବତ ଟୁଙ୍ଗି, ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦିରେ ସାମୁହିକ ପଠନ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ପରେ ଏହା ଓଡ଼ିଆ ଘରମାନଙ୍କରେ ସାମୁହିକ ବଦଳରେ ଏକକ ଭାବେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମହେବା ପରେ ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷୁର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ ଓ ହଇଜା ଆଦି ରୋଗ ଓ ଗ୍ରାମର ଅନିଷ୍ଟ ଦୂର ପାଇଁ ଭାଗବତ ପାଠ କରାଯାଉଥିଲା । ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧରେ ଦଶରୁ ତିରିଶଟି ଅଧ୍ୟାୟ ରହିଛି । ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସରିଥାଏ ।

    13 ପଠିତ (↓11 ଗତକାଲିଠାରୁ)8,7,0,8,16,9,22,24, 13

    6 ଦିନ ଷ୍ଟ୍ରିକ

    🔍 🗞️
  63. 63

    ପିତୃପକ୍ଷ

    ପିତୃପକ୍ଷ

    ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ 'ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ' କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ଇ-ଅଦାଲତ ପରିଯୋଜନା

    ଇ-ଅଦାଲତ ପରିଯୋଜନା

    ଭାରତୀୟ ବିଚାର ବିଭାଗରେ ଇ-ଅଦାଲତ ସେବାର କାର୍ଯ୍ୟକାରିତା ବାସ୍ତବରେ ଏକ ବୈପ୍ଳବିକ ପରିବର୍ତ୍ତନ । ଏହି ପରିଯୋଜନା ମୁତାବକ ହାର୍ଡୱେର, ସଫ୍‌ଟୱେର ତଥା ନେଟ୍‌ୱାର୍କିଙ୍ଗ ମାଧ୍ୟମରେ ଜିଲ୍ଲା ତଥା ତାଲୁକ ସ୍ତରରେ ଅଦାଲତ ସବୁ ସୁବିଧାରେ ସୂଚନା ଆଦାନ ପ୍ରଦାନ କରିବା ସହ ଦୈନନ୍ଦିନ କାର୍ଯ୍ୟସବୁ ଅଧିକ ଦକ୍ଷତାର ସହ ସଂପାଦନ କରିପାରିବେ । ଉପଲବ୍ଧ ମାନବ ସମ୍ବଳର ଅନୁକୁଳ ଉପଯୋଗ ତଥା ସୂଚନା ଏବଂ ସଂଚାର ଟେକ୍‌ନୋଲୋଜିର ବହୂଳ ବ୍ୟବହାରଦ୍ୱାରା ବିଚାର ବ୍ୟବସ୍ଥା ଅଧିକ ଯୁଗୋପଯୋଗୀ, ଉତ୍ତରଦାୟୀ ତଥା ପାରଦର୍ଶୀ ହେବା ସହିତ ନ୍ୟାୟ ପାଇବା ପାଇଁ ଲୋକେ ଅଯଥା ଖର୍ଚ୍ଚାନ୍ତ ହେବେ ନାହିଁ ।

    13 ପଠିତ (↑13 ଗତକାଲିଠାରୁ)0,0,0,0,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ଅନୁ ଚୌଧୁରୀ

    ଅନୁ ଚୌଧୁରୀ

    ଅନୁ ଚୌଧୁରୀ (ଜନ୍ମ, ୩୦ ଅଗଷ୍ଟ ୧୯୭୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୫୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା କଥାଚିତ୍ରରେ କାମ କରିଛନ୍ତି । ପ୍ରଥମେ ବଧୂ ନିରୁପମାରେ ଶିଶୁକଳାକାର ଭାବେ ଓ ପରେ ୧୯୯୯ ମସିହାରେ ମା ଗୋଜବାୟାଣୀ କଥାଚିତ୍ରରେ ଅଭିନେତ୍ରୀ ଭାବେ ସେ ଅଭିନୟ ଆରମ୍ଭ କରିଥିଲେ । ଅନୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି ।

    13 ପଠିତ (↑13 ଗତକାଲିଠାରୁ)0,0,15,9,0,0,0,0, 13

    1 ଦିନ ଷ୍ଟ୍ରିକ

    🔍 🗞️
  66. 66

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    13 ପଠିତ (↓3 ଗତକାଲିଠାରୁ)0,8,16,15,23,8,21,16, 13

    8 ଦିନ ଷ୍ଟ୍ରିକ

    🔍 🗞️
  67. 67

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା

    ରାମଚନ୍ଦ୍ର ବେହେରା (ଜନ୍ମ : ୦୨ ନଭେମ୍ବର ୧୯୪୫) କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।

    12 ପଠିତ (↑12 ଗତକାଲିଠାରୁ)0,0,10,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  68. 68

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ କୁମାର ଆଚାର୍ଯ୍ୟ

    ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

    12 ପଠିତ (0 ଗତକାଲିଠାରୁ)11,10,10,15,8,23,0,12, 12

    2 ଦିନ ଷ୍ଟ୍ରିକ

    🔍 🗞️
  69. 69

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ

    ଭାରତୀୟ ସମ୍ବିଧାନ (The Constitution of India, ଦ କନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ।

    12 ପଠିତ (↓14 ଗତକାଲିଠାରୁ)8,12,15,14,16,28,27,26, 12

    8+ ଦିନ ଷ୍ଟ୍ରିକ

    🔍 🗞️
  70. 70

    ଫନୀ ମହାନ୍ତି

    ଫନୀ ମହାନ୍ତି

    ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪) ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି । ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

    12 ପଠିତ (↑12 ଗତକାଲିଠାରୁ)0,0,0,0,0,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ଜାତୀୟ କ୍ରିକେଟ ଦଳ

    ଭାରତୀୟ ପୁରୁଷ ଜାତୀୟ କ୍ରିକେଟ ଦଳ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥାଏ। ଏହା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଦ୍ୱାରା ପରିଚାଳିତ ଏବଂ ଟେଷ୍ଟ, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ (ଟି-୨୦) ମାନ୍ୟତା ସହିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୂର୍ଣ୍ଣ ସଦସ୍ୟ ଅଟେ ।

    12 ପଠିତ (↑2 ଗତକାଲିଠାରୁ)0,0,0,0,0,0,14,10, 12

    3 ଦିନ ଷ୍ଟ୍ରିକ

    🔍 🗞️
  72. 72

    ଶରତ କୁମାର ମହାନ୍ତି

    ଶରତ କୁମାର ମହାନ୍ତି

    ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।

    12 ପଠିତ (↑12 ଗତକାଲିଠାରୁ)0,0,0,0,7,0,10,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  73. 73

    ଅଶୋକ (ସମ୍ରାଟ)

    ଅଶୋକ (ସମ୍ରାଟ)

    ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.

    12 ପଠିତ (↑12 ଗତକାଲିଠାରୁ)16,0,9,0,11,0,0,0, 12

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    11 ପଠିତ (↑11 ଗତକାଲିଠାରୁ)0,11,10,28,17,12,10,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  75. 75

    ଖଣ୍ଡାୟତ

    ଖଣ୍ଡାୟତ

    ଖଣ୍ଡାୟତ ଏକ ଓଡ଼ିଶାର କ୍ଷତ୍ରିୟ ତଥା ଜମିହୀନ ଏବଂ ଜମି ଥିବା ସୈନ୍ୟ ଜାତି । ସେମାନଙ୍କ ମଧ୍ୟରୁ କେତେକ ପୂର୍ବରୁ ଜମିଦାର, ଜମିମାଲିକ ଏବଂ ଭାଗଚାଷୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସଂଖ୍ୟାଗତ ଦୃଷ୍ଟିରୁ ସେମାନେ ରାଜ୍ୟର ବୃହତ୍ତମ ଜାତି । ବ୍ରିଟିଶ ଶାସନ ସମୟରେ ସେମାନେ ଖୋର୍ଦ୍ଧା ସମେତ ଓଡ଼ିଶାର ଅନେକ ରାଜ୍ୟରେ ଶାସନ କରିଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  76. 76

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ

    ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

    11 ପଠିତ (↓3 ଗତକାଲିଠାରୁ)12,15,0,11,9,8,10,14, 11

    6 ଦିନ ଷ୍ଟ୍ରିକ

    🔍 🗞️
  77. 77

    ଋଷ୍ୟଶୃଙ୍ଗ

    ଋଷ୍ୟଶୃଙ୍ଗ

    ଋଷ୍ୟଶୃଙ୍ଗ କିମ୍ବା ଶୃଙ୍ଗୀ ଋଷି ହେଉଛନ୍ତି ବାଲ୍ମିକୀ ରାମାୟଣର ଜଣେ ଚରିତ୍ର ଯାହାଙ୍କଦ୍ୱାରା ରାଜା ଦଶରଥ ପୁତ୍ର ଲାଭ କରିବା ନିମନ୍ତେ ପୁତ୍ରକାମେଷ୍ଟି ତଥା ଅଶ୍ୱମେଧ ଯଜ୍ଞ କରାଇଥିଲେ । ସେ ଥିଲେ ବିଭାଣ୍ଡକ ଋଷିଙ୍କ ପୁତ୍ର ତଥା ଋଷି କାଶ୍ୟପଙ୍କ ନାତି । ଋଷ୍ୟଶୃଙ୍ଗ ଥିଲେ ଋଷି ବିଭାଣ୍ଡକ ଏବଂ ଅପସରା ଉର୍ବଶୀଙ୍କ ପୁତ୍ର । ସେ ଅଙ୍ଗଦେଶର ରାଜା ରୋମପାଦଙ୍କ ପୋଷ୍ୟ କନ୍ୟା ଶାନ୍ତାଙ୍କୁ ବିବାହ କରିଥିଲେ, ଯିଏ ପ୍ରକୃତରେ ଦଶରଥଙ୍କ ଝିଅ ଥିଲେ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  78. 78

    ଓଡ଼ିଆ ଲିପି

    ଓଡ଼ିଆ ଲିପି

    ଓଡ଼ିଆ ଲିପି (ଉତ୍କଳ ଲିପି/ ଉତ୍କଳାକ୍ଷର) ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଏହା ପୁରାତନ କଳିଙ୍ଗ ଲିପିରୁ ତିଆରି । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ ।

    11 ପଠିତ (↑11 ଗତକାଲିଠାରୁ)10,8,0,0,9,12,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    ଜୟ ଜଗନ୍ନାଥ

    ଜୟ ଜଗନ୍ନାଥ

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।

    11 ପଠିତ (↑11 ଗତକାଲିଠାରୁ)0,0,7,0,9,18,7,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  80. 80

    ଅଚ୍ୟୁତାନନ୍ଦ ଦାସ

    ଅଚ୍ୟୁତାନନ୍ଦ ଦାସ

    ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।

    11 ପଠିତ (↑11 ଗତକାଲିଠାରୁ)9,7,0,16,8,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ମହାଭାରତ

    ମହାଭାରତ

    ମହାଭାରତ, ମହର୍ଷି ବ୍ୟାସଦେବଙ୍କ ରଚିତ ଅଷ୍ଟାଦଶ ପର୍ବଯୁକ୍ତ ବିରାଟ ସଂସ୍କୃତ ପଦ୍ୟଗ୍ରନ୍ଥ ବା ମହାକାବ୍ୟ । ମହାଭାରତ ପର୍ବ ସଂଗ୍ରହାଧ୍ୟାୟରେ ସୂଚିତ ଅଧ୍ୟାୟ ଓ ଶ୍ଳୋକମାନଙ୍କ ସଂଖ୍ୟାକୁ ମୋଟ କଲେ ଏଥିରେ ପ୍ରାୟ ୧୯୨୩ଟି ଅଧ୍ୟାୟ ଓ ୧,୦୪,୮୩୬ ଶ୍ଳୋକ (ପ୍ରତି ଶ୍ଳୋକରେ ଚାରି ଚରଣ ବା ଦୁଇ ଧାଡ଼ି) ଥିବାର ଜଣାଯାଏ ।

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,8,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ତାରାତାରିଣୀ ମନ୍ଦିର

    ତାରାତାରିଣୀ ମନ୍ଦିର

    ଛାଞ୍ଚ:ଆଦି ଶକ୍ତିପୀଠ ଓ ତନ୍ତ୍ରପୀଠ

    11 ପଠିତ (↑11 ଗତକାଲିଠାରୁ)0,0,0,0,0,0,0,0, 11

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ

    କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।

    10 ପଠିତ (↓6 ଗତକାଲିଠାରୁ)0,11,18,11,11,0,0,16, 10

    2 ଦିନ ଷ୍ଟ୍ରିକ

    🔍 🗞️
  84. 84

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    10 ପଠିତ (↑10 ଗତକାଲିଠାରୁ)9,0,11,13,30,15,16,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    ମାଧବୀ ଦାସୀ

    ମାଧବୀ ଦାସୀ

    ମାଧବୀ ଦେବୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।

    10 ପଠିତ (0 ଗତକାଲିଠାରୁ)0,0,0,0,0,0,0,10, 10

    2 ଦିନ ଷ୍ଟ୍ରିକ

    🔍 🗞️
  86. 86

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ

    ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

    10 ପଠିତ (↑10 ଗତକାଲିଠାରୁ)8,0,8,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି

    ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.

    10 ପଠିତ (↑10 ଗତକାଲିଠାରୁ)0,9,0,8,13,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ଗଜପତି ମହାରାଜା

    ଗଜପତି ମହାରାଜା

    ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ ଭାବେ ଗଜପତି ମହାରାଜାଙ୍କର ସେବା ହେଉଛି ବଂଶାନୁକ୍ରମିକ । ଏହା ଏକା ଏକା ସେବା ସେବା, ଗୋଷ୍ଠୀ ସେବା ନୁହେଁ । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜା ପ୍ରତ୍ୟହ ଶ୍ରୀମନ୍ଦିରରୁ ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ପ୍ରତିଦିନ ମହାପ୍ରଭୁ (ଜଗନ୍ନାଥ) ବାଡ଼ପହୁଡ଼ ସମୟର ମାଳଚୂଳ, ପଇଡ଼ ଇତ୍ୟାଦି ଏବଂ ମଙ୍ଗଳ ଆଳତି ପ୍ରସାଦ ଚର୍ଚ୍ଚା କର୍ମଚାରୀ ଶ୍ରୀନଅରକୁ ନେଇଥାନ୍ତି । ମହାପ୍ରଭୁଙ୍କ ଅବକାଶ ନୀତି ଜଳ ପ୍ରତିଦିନ ମୂଖପ୍ରଖାଳ ପ୍ରତିହାରୀ ଶ୍ରୀନଅରରେ ଦିଅନ୍ତି । ବଡୁ ମହାପାତ୍ର ପ୍ରତ୍ୟେକ ଧୂପରେ, ପର୍ବପର୍ବାଣି ଦିନମାନଙ୍କରେ ଶ୍ରାଦ୍ଧ ଓ ସ୍ୱନକ୍ଷତ୍ର ଦିବସରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ତାଟ ଦିଅନ୍ତି । ମହାରାଣୀ ଓ ଜେନାମଣି ଖେଇ ସ୍ୱରୂପ ମହାପ୍ରସାଦ ପାଇଥାନ୍ତି । ଗଜପତି ମହାରାଜା, ମହାରାଣୀ ଏବଂ ଜେନାମଣିଙ୍କ ସ୍ୱନକ୍ଷତ୍ରରେ ଶ୍ରୀମନ୍ଦିରରେ ଅଧିକ ଭୋଗ ହୋଇ ଶ୍ରୀନଅରକୁ ତାଟ ଯାଏ । ପ୍ରତି ଏକାଦଶୀ ତିଥି ନିଶାର୍ଦ୍ଧରେ ଗଜପତିଙ୍କ ଶୁଭକାମନା କରି ଶ୍ରୀମନ୍ଦିର ନୀଳଚକ୍ରଠାରେ ମହାଦୀପ ଉଠେ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  89. 89

    ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକା

    ସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକା

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  90. 90

    ଗାଇରୋସ୍କୋପ

    ଗାଇରୋସ୍କୋପ

    ଗାଇରୋସ୍କୋପ (English: Gyroscope) ହେଉଛି ଏକ ଯନ୍ତ୍ର ଯାହାକି ଅପେକ୍ଷାକୃତ ଓଜନିଆ ଘୂର୍ଣ୍ଣନ ଚକ୍ରି (spinning rotor)ଦ୍ୱାରା ତିଆରି ହୋଇଥାଏ । ଏହା ଚକ୍ରି (rotor)ର କୌଣସି ପ୍ରକାରର ଅକ୍ଷ ପରିବର୍ତ୍ତନକୁ ପ୍ରତିରୋଧ କରେ । ଘୂରୁଥିବା ନଟୁ ଏହାର ଏକ ଉଦାହରଣ ଅଟେ । ଆଧୁନିକ ସମାଜରେ ଏହାର ବହୁତ ବ୍ୟବହାର ପରିଲକ୍ଷିତ ହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହାର ବ୍ୟବହର ବିଶେଷ କରି ଉଡାଜାହାଜ, ଜାହାଜ ,ବମ୍‌ସାଇଟ୍ (Bombsight), କ୍ଷେପଣାସ୍ତ୍ର ଇତ୍ୟାଦି କ୍ଷେତ୍ରରେ ଏହାକୁ ନିୟୋଜିତ କରାଯାଉଛି ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ଅବସାଦ

    ଅବସାଦ

    ଅବସାଦ(English: depression) ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ, ମନ ଉଦାସ ରହେ ଇତ୍ୟାଦି ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ । ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ । ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ । ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, ପ୍ରମୁଖ ଅବସାଦ ବେମାରୀର ଲକ୍ଷଣ ହୋଇଥାଏ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ସୋରଡ଼ା

    ସୋରଡ଼ା

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ଭଗବତୀ ଚରଣ ପାଣିଗ୍ରାହୀ

    ଭଗବତୀ ଚରଣ ପାଣିଗ୍ରାହୀ

    ଭଗବତୀ ଚରଣ ପାଣିଗ୍ରାହୀ (୧ ଫେବୃଆରୀ ୧୯୦୮‌- ୨୩ ଅକ୍ଟୋବର, ୧୯୪୩) ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,0,9,0,0,0,13,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  94. 94

    ଦଶାବତାର

    ଦଶାବତାର

    ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଛି ।

    10 ପଠିତ (0 ଗତକାଲିଠାରୁ)0,0,19,0,0,0,8,10, 10

    3 ଦିନ ଷ୍ଟ୍ରିକ

    🔍 🗞️
  95. 95

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା

    ଭୁବନେଶ୍ୱର ବେହେରା (୧ ଜାନୁଆରୀ ୧୯୧୬ - ୧୬ ଅପେଲ ୨୦୦୧) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅଧ୍ୟାପକ ଓ ବିଜ୍ଞାନ ଲେଖକ ଥିଲେ ।

    10 ପଠିତ (0 ଗତକାଲିଠାରୁ)7,0,17,13,9,16,29,10, 10

    7 ଦିନ ଷ୍ଟ୍ରିକ

    🔍 🗞️
  96. 96

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ

    ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,0,11,14,8,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  97. 97

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

    ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।

    10 ପଠିତ (↑10 ଗତକାଲିଠାରୁ)0,0,0,0,0,0,0,0, 10

    1 ଦିନ ଷ୍ଟ୍ରିକ

    🔍 🗞️
  98. 98

    ଦୁର୍ଗା

    ଦୁର୍ଗା

    ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।

    9 ପଠିତ (↑9 ଗତକାଲିଠାରୁ)0,0,0,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ପଞ୍ଚସଖା

    ପଞ୍ଚସଖା

    ୧୫ ଓ ୧୬ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ । ଏହି ଯୁଗରେ ପାଞ୍ଚଜଣ ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ଏହି ପାଞ୍ଚଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ ।

    9 ପଠିତ (↓6 ଗତକାଲିଠାରୁ)0,0,0,8,0,0,9,15, 9

    3 ଦିନ ଷ୍ଟ୍ରିକ

    🔍 🗞️
  100. 100

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି

    କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

    9 ପଠିତ (↑9 ଗତକାଲିଠାରୁ)0,0,14,0,0,0,0,0, 9

    1 ଦିନ ଷ୍ଟ୍ରିକ

    🔍 🗞️

ତଥ୍ୟ ଆହରଣ ସମୟ: ।