ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ବାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ରବୀନ୍ଦ୍ରନାଥ ଠାକୁର ' ( /rəˈbindrəˈnɑ:t ˈtɑ:ɡɔr/; ଛାଞ୍ଚ:IPA-bn), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିଦ୍, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା। ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ। ରବୀନ୍ଦ୍ରନାଥ ଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ,୧୩ଟି ଉପନ୍ୟାସ,୩୬ଟି ପ୍ରବନ୍ଧ,୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି। ଗୀତାଞ୍ଜଳି ର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ ,ତାଜା, ସୁମଧୁର କବିତା;୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କ ଦ୍ୱାରା ରଚିତ ସଂଗୀତ ୨ ଟି ଦେଶ ନିଜନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି:ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା"। କିଛି ଉତତ୍ପନ ରାଷ୍ଟ୍ର ମଧ୍ୟଶ୍ରୀଲଙ୍କା ର ଜାତୀୟ ସଂଗୀତ ଟାଗୋର ରଚନା କରିଥିଲେ,କିଛି ଲୋକ ତାଙ୍କ ରଚନା ଓ କାମ ଦ୍ୱାରା ଅନୁପ୍ରେରିତ ହୋଇଥିଲେ। ଗୋଟେ ପିରାଲୀ ବ୍ରାହ୍ମଣ କଲିକତା ର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀ ର ଲୋକ ଜେସର ସହର ସହ ସମ୍ପର୍କ, ସେ ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ . ଷୋହଳ ବର୍ଷ ବୟସ ରେ, ସେ ଉନ୍ମୋଚନ କରିଥିଲେ [[Bhānusiṃha Ṭhākurer Paḍāvalī|ତାଙ୍କର ମୂଲ୍ୟବାନ କବିତା ] କୁ ,ତାକୁ ନିଜ ଛଦ୍ମନାମରେ ବାହାର କରିଥିଲେ Bhānusiṃha ("Sun Lion"), ଯାହା ଲାଇବ୍ରେରୀ ରେ ସର୍ବୋଚ୍ଚ କ୍ଷମତା ଗ୍ରହଣ କରିଥିବା ବହୁଦିନରୁ ହଜିଯାଇଥିବା। ଅନୁବାଦ ରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମ ରେ ପ୍ରକାଶନ କରି ଥିଲେ। ସେ ଜଣେ ମାନବଵାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ। ସେ ବ୍ରିଟିଶ ଶାସନ ର ନିନ୍ଦା ଓ ଭାରତ ର ସ୍ଵଧୀନ ପାଇଁ ଓକିଲାତି କରୁ ଥିଲେ। ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ ,୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା,ଇଚ୍ଛାପତ୍ର ସାମିଲ ଥିଲା,ତାଙ୍କ ଦ୍ବାରା ସ୍ଥାପିତ ସ୍ଥାୟୀ ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ।.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତର ଦେଶର ଓଡ଼ିଶା ପ୍ରଦେଶର ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା ୮୦ % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା । ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।
ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, also known as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ । ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ.ପି.
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ଵର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ଵର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ', ଦ୍ଵାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ଵତନ୍ତ୍ର ସମ୍ପାଦକୀୟ ପ୍ରୁଷ୍ଠା, ଖେଳ ପ୍ରୁଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନ ଦ୍ୱାରା ପରିଚାଳିତ । DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ। ବସ୍ତୁର ମେଟାଡାଟା DOI ସହଯୋଗରେ ସାଇତାହୋଇଥାଏ । ଏଥିରେ ହୁଏତ ଏକ ଅବସ୍ଥିତି ଯଥା ୟୁଆରଏଲ (ବସ୍ତୁଟି କେଉଁଠି ମିଳିବ ତାହା ସୂଚାଇଥାଏ) ଆଦି ଅନ୍ତର୍ଭୁକ୍ତ । ଏକ ଡକୁମେଣ୍ଟ ପାଇଁ ଥିବା DOI ଉକ୍ତ ଡକୁମେଣ୍ଟର ଜୀବନକାଳ ସାରା ଠିକ ହୋଇ ରହିଥାଏ । ତେବେ ତାହାର ଅବସ୍ଥିତି ଓ ମେଟାଡାଟା ବଦଳିଥାଏ । ଏକ ଡକୁମେଣ୍ଟର DOIରୁ ତାହାର ମେଟାଡାଟା ବାବଦରେ ଜଣାଇବା ଯୋଗୁ କେବଳ URL ବ୍ୟବହାର କରିବା ଅପେକ୍ଷା ଏକ ସ୍ଥିର ଲିଙ୍କିଙ୍ଗ ମିଳିଥାଏ । କାରଣ URL ବଦଳିଲେ ମଧ୍ୟ ନୂଆ URLଟି ପାଇଁ ପ୍ରକାଶକଙ୍କୁ କେବଳ DOIର ମେଟାଡାଟା ବଦଳାଇବାକୁ ପଡ଼ିବ । ଏକ DOI ନାମ ମାନକ ସୂଚକ ରେଜିଷ୍ଟ୍ରି ଯଥା ISBN ଓ ISRC ଆଦି ଠାରୁ ଅଲଗା । ଏକ ସୂଚକ ରେଜିଷ୍ଟ୍ରିର ଉଦ୍ଦେଶ୍ୟ ଦିଆଯାଇଥିବା ଏକ ରେଜିଷ୍ଟ୍ରି ଦଳ ପରିଚାଳନା କରିବା । କିନ୍ତୁ DOIର ପ୍ରାଥମିକ କାମ କାମ କରିପାରୁଥିବା ଓ ଅନ୍ତଃକାର୍ଯ୍ୟକାରୀ ଏକ ସୂଚକମାନଙ୍କ ସମାହାର ତିଆରିକରିବା । Organizations that meet the contractual obligations of the DOI ବ୍ୟବସ୍ଥାର system and are willing to pay to become a member of the system can assign DOIs. The DOI system is implemented through a federation of registration agencies coordinated by the International DOI Foundation, which developed and controls the system. The DOI system has been developed and implemented in a range of publishing applications since 2000; by late April 2011 more than 50 million DOI names had been assigned by some 4,000 organizations.
ଜନସଂଖ୍ୟା ହିସାବ ରେ ଜାତୀୟ ରାଜଧାନୀ ସମୂହ ର ତାଲିକା
Thଏହା ଜନସଂଖ୍ୟା ହିସାବ ରେ ବିଶ୍ଵ ର ଦେଶ ମାନଙ୍କର ଜାତୀୟ ରାଜଧାନୀ ସମୂହ ର ତାଲିକା ଯାହା ଜନସଂଖ୍ୟା ଆଧାର କୁ ନେଇ କରାଯାଇଛି । ଏଥିରେ ନିର୍ଭରଶୀଳ ଅଞ୍ଚଳ ଓ ବିବାଦୀୟ ଅଞ୍ଚଳ ସ,ମୂହ କୁ ବକ୍ରୀତ ଲିପି ରେ ଉଲ୍ଲେଖ କରାଯାଇଛି । ଦିଆ ଯାଇଥିବା ଜନସଂଖ୍ୟା କେବଳ ରାଜଧାନୀ ସହର ର , ଏଥିରେ ସହରତଳି ଓ ମେଟ୍ରୋପାଳିଟାନ ଅଞ୍ଚଳ ମିଶା ଯାଇନାହିଁ ।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ଵ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ଵାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ଵାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଭୁବନେଶ୍ଵର ଭୁବନେଶ୍ଵର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ଵର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ଵାରା ବିଶେଷ ଆଦୃତ ହୋଇଅଛି ।
ଜଣ୍ଡିସ୍ ବା କାମଳ (ଇଂରାଜୀ ଭାଷାରେ Jaundice, ଅନ୍ୟ ଇଂରାଜୀ ନାମ icterus) ରୋଗରେ ଚର୍ମ ଓ ଚକ୍ଷୁର ଶ୍ୱେତପଟଳରେ (whites of the eyes) ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ; ରକ୍ତରେ ଅଧିକ ବିଲିରୁବିନ (high bilirubin levels) ସ୍ତର ରହିବା ଯୋଗୁ ଏହି ପରିବର୍ତ୍ତନ ହୁଏ । ଏହି ରୋଗରେ ସାଧାରଣତଃ ଗଲୁ ହୁଏ । ମଳ (feces) ଫିକା ଓ ପରିସ୍ରା ଗାଢ଼ ଦେଖାଯାଏ । ଅର୍ଦ୍ଧେକ ନବଜାତ ଶିଶୁଙ୍କ ଜନ୍ମର ପ୍ରଥମ ସପ୍ତାହରେ ନବଜାତ କାମଳ (Jaundice in babies) ରୋଗ ହୁଏ କିନ୍ତୁ ଅଧିକାଂଶ କେଶ୍ରେ ଏହା ଏକ ସମସ୍ୟା ନୁହେଁ । ବିଲିରୁବିନ ସ୍ତର ଅତି ଅଧିକ ଓ ବହୁତ ସମୟ ଧରି ରହିଲେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇପାରେ ଯାହାକୁ କେର୍ନିକ୍ଟେରସ (kernicterus) କୁହାଯାଏ ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇ ଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମ ବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ର ପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ମିଲିୟନ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ or i /ˌwɪkiˈpiːdi.ə/ wik-i-pee-dee-ə) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ଵର କର୍ମୀମାନଙ୍କ ଦେଇ ଲେଖାଯାଇଛି । ପ୍ରାୟ ସବୁଯାକ ଲେଖା ସଭିଙ୍କ ଦ୍ଵାରା ବଦଳାଯାଇ ପାରିବ । ଉଇକିପିଡ଼ିଆ ୨୦୦୧ରେ ଜିମି ଉଏଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ଵର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଏହା କିଛି ଲୋକଙ୍କ ମିଳିତ ସହଯୋଗ ଦ୍ଵାରା ପ୍ରଚଳିତ ହେଉଛି |
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ଵର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ । ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍) ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଧାନ ସେବକ l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ସେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହାରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣାବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲିଳାବତୀ ପାଟ ମହାଦେଇ ହେଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ଵବିଦ୍ୟାଳୟରୁ ଏଲ.ଏଲ.ଏମ.
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଲବଣାକ୍ତ ଜଳ ( Brackish Water) ହ୍ରଦ। ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି । ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ଵୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ
ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ (ଇଂରାଜୀ ଭାଷାରେ Tricyclic antidepressant overdose) ଏକ ବିଷକ୍ରିୟା poisoning ଯାହା ଅତ୍ୟଧିକ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ (tricyclic antidepressant ବା TCA)) ଟାଇପର ଔଷଧ ସେବନ କଲେ ଦେଖାଯାଏ । ଏହାର ଲକ୍ଷଣ: ଅତିରିକ୍ତ ଜ୍ୱର, ଝାପସା ଦୃଷ୍ଟି, ବିସ୍ଫାରିତ ଆଖି ପୁତଳା (dilated pupils), ନିଦୁଆ ଭାବ, ଦ୍ୱନ୍ଦ, ବାତ (seizures), ଟାକିକାର୍ଡ଼ିଆ (rapid heart rate) ଓ ହୃଦ୍ରୋଧ । ଔଷଧ ସେବନର ୬ଘଣ୍ଟା ମଧ୍ୟରେ କିଛି ଲକ୍ଷଣ ନ ବାହାରିଲେ ତା'ପରେ କିଛି ହେବା ସମ୍ଭାବନା କମ୍ ରହେ ।
ଦାଦାସାହେବ ଫାଳକେ ପୁରସ୍କାର ସିନେମା ପାଇଁ ଭାରତ ର ସର୍ବୋଛ ପୁରସ୍କାର । ଏହା ଭାରତ ସରକାର ଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ଵାରା ସ୍ଥାପିତ ' ଫିଲ୍ମ ମହୋତ୍ଶବ ନିର୍ଦେଶଳୟ " ତରଫ ରୁ ପ୍ରତି ବର୍ଷ ଜାତୀୟ ଫିଲ୍ମ ପୁରସ୍କାର ସମାରୋହ ରେ ସିନେମା ର ଉନ୍ନତି ପାଇଁ ଅସାଧାରଣ ଅବଦାନ କରିଥିବା ମନୋନୀତ ବ୍ୟକ୍ତି ଙ୍କୁ ପ୍ରଦାନ କରା ଯାଇଥାଏ । ଏହି ଚୟନ ପ୍ରକ୍ରିୟା ପାଇଁ କମିଟି ଗଠନ କରା ଯାଇ ଥାଏ , ଯେଉଁଥିରେ ଫିଲ୍ମ ଜଗତ ର ବିଶିଷ୍ଟ ବ୍ୟକ୍ତିତ୍ବ ମାନେ ସମ୍ମିଳିତ ଥାଆନ୍ତି । ୨୦୧୪ ରେ ଏହି ସମ୍ମାନ ରେ ସ୍ଵର୍ଣ କମଳ , ଗୋଟିଏ ଶାଲ ଏବଂ ୧୦ ଲକ୍ଷ ଭାରତୀୟ ମୁଦ୍ରା ପ୍ରଦାନ କରା ଯାଇଥାଏ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁ ଓ ତାମିଲ ଚଳଚିତ୍ର ରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହା ରେ ରୋମଞ୍ଚକ ଚଳଚିତ୍ର, "କାହୋନା ପ୍ୟାର ହେ" ଦ୍ଵାରା ଚଳଚିତ୍ର ଜଗତ ରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତ ରେ ଇତିହାସ ରଚିଥିଲା। ଏହି ଚଳଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ "ଅମିଶା ପଟେଲ୍ ପ୍ରଡ଼କ୍ସନ" ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ମାନଙ୍କୁ ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟ (Data)କୁ ବ୍ୟବହାର କରି ଉତ୍ତର ଦିଏ । କମ୍ପ୍ୟୁଟର ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ
ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ (ଇଂରାଜୀ ଭାଷାରେ Gastroesophageal reflux disease ବାGERD ବା acid reflux) ଏକ ଦୀର୍ଘକାଳୀନ ବେମାରୀ ଯେଉଁଥିରେ ପାକସ୍ଥଳୀର ଖାଦ୍ୟ ପଛକୁ ଫେରି ଏସୋଫେଗସ (esophagus) ଭିତରକୁ ପଶିଆସିବା ଯୋଗୁ ଲକ୍ଷଣ ବାହାରେ ବା ରୋଗ ଜଟିଳ ହୁଏ । ଏହି ରୋଗର ଲକ୍ଷଣ: ପାଟିରେ ଏସିଡ ସ୍ୱାଦ ହୁଏ, ଛାତି ଜ୍ୱାଳା (heartburn), ଦୁର୍ଗନ୍ଧ ଶ୍ୱାସ, ବାନ୍ତି, ଛାତି ଯନ୍ତ୍ରଣା (chest pain), ଶ୍ୱାସ ସମସ୍ୟା ଓ ଦନ୍ତକ୍ଷୟ ହୁଏ । ରୋଗ ଜଟିଳ ହେଲେ ଏସୋଫେଜାଇଟିସ (esophagitis), ଏସୋଫେଜିଆଲ ସ୍ଟ୍ରିକଚର (esophageal stricture) ଓ ବାର୍ନେଟ ଏସୋଫେଗସ (Barrett's esophagus) ହୁଏ ।
ଗାୟତ୍ରୀବାଳା ପଣ୍ଡା, ଜଣେ ଜଣାଶୁଣା ଓଡ଼ିଆ ସାହିତ୍ୟିକା ଓ ସମ୍ପାଦିକା । କବିତା, ଗଳ୍ପ, ଉପନ୍ୟାସ ଓ ଅନୁବାଦ ଆଦି ସାହିତ୍ୟ ବିଧିରେ ସେ ନିଜ ଲେଖନି ଚାଳନା କରିଥାନ୍ତି । ସେ, 'ଅନ୍ୟା' ନାମକ ଏକ ତ୍ରୟୋମାସିକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି । ପ୍ରଥମ ଓଡ଼ିଆ ଭାବେ, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଛନ୍ତି ।
୧୯୪୫ ନଭେମ୍ବର ୧୬ ରେ ଜାତିସଂଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ ୟୁନେସ୍କୋ ପ୍ରତିଷ୍ଠା କରାଯାଇଥିଲା । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ । ତା'ଛଡା ସାମାଜିକ ନ୍ୟାୟ, ମାନବିକ ଅଧିକାର, ସୁରକ୍ଷା ଓ ମୌଳିକ ଅଧିକାର ପାଇଁ ମଧ୍ୟ ସଙ୍ଗଠନ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟ ହେଉଛି ୧୯୫ । ପ୍ରତ୍ୟେକ ଦେଶରେ ଏହାର ଜାତୀୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତା'ଛଡା ସାକ୍ଷାରତା ପ୍ରଯୁକ୍ତିବିଦ୍ୟା,ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ,ଗଣମାଧ୍ୟମର ସ୍ଵାଧୀନତା ଓ ସାଂସ୍କୃତିକ ବିବିଧତାର ବିକାଶ , ସାହିତ୍ୟ କୃତିର ଅନୁବାଦ ଏବଂ ବିଶ୍ଵ ଓ ସାଂସ୍କୃତିକ କେନ୍ଦ୍ର ତଥା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି ।
ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (ଇଂରାଜୀ ଭାଷାରେ Hypothyroidism ବା ହାପୋଥାଇରଏଡିଜ୍ମ ବା ସ୍ୱଳ୍ପକ୍ରିୟ ଥାଇରଏଡ ବା ସ୍ୱଳ୍ପ ଥାଇରଏଡ ଏକ ସାଧାରଣ ଅନ୍ତଃସ୍ରାବୀ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ ହରମୋନ ପ୍ରସ୍ତୁତ କରିପାରେନି । ଏହାଦ୍ୱାରା ଅନେକ ଲକ୍ଷଣ ସୃଷ୍ଟି ହୁଏ ଯଥା:- ଥଣ୍ଡା ସହ୍ୟଶକ୍ତି କମିଯାଏ, ଡୋନୁଟ ଖାଇବା ଇଚ୍ଛା ବଢ଼େ, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ, ଅବସାଦ ଓ ଓଜନ ବୃଦ୍ଧି ହୁଏ । ବେଳେ ବେଳେ ବେକର ସାମନା ଭାଗ ଗଏଟର ଯୋଗୁ ଫୁଲିଯାଏ । ଗର୍ଭାବସ୍ଥାରେ ଚିକିତ୍ସା କରାନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।
ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜାନୁଆରୀ ମାସ ୪ ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସ୍ଥାପନା କରାଯାଇଥିଲା । କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ଵବିଦ୍ୟାଳୟ । ଏହି ବିଶ୍ଵବିଦ୍ୟାଳୟଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଅଛି । ଓଡ଼ିଶା ସରକାରଙ୍କ ଦ୍ଵାରା ଭୁବନେଶ୍ୱରର ମଦନପୁରଠାରେ ପ୍ରଦତ୍ତ ୪୫ ଏକର ଜମି ଉପରେ ଏହି ବିଶ୍ଵବିଦ୍ୟାଳୟର ନୂତନ ସୌଧ ନିର୍ମାଣ ଚାଲିଛି । ଏହି ବିଶ୍ଵବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ଵବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।
ଡ୍ରାକୁନ୍କୁଲିଆସିସ, ଅନ୍ୟ ନାମ ଗିନି ପୋକ ରୋଗ ବା ଇଂରାଜୀରେ ('''guinea worm disease''') (GWD), ଏକ ସଂକ୍ରାମକ ରୋଗ ଯାହା ଡ୍ରାକୁନକୁଲସ୍ ମେଡିନେନ୍ସିସ ବା ଗିନି ପୋକଦ୍ୱାରା ହୁଏ । ଗିନି ପୋକ ଲାର୍ଭାଦ୍ୱାରା ସଂକ୍ରମିତ ୱାଟର ଫ୍ଲି, ଇଂରାଜୀରେ water fleas ଥିବା ଜଳ ପାନ କଲେ ଏହି ରୋଗ ହୁଏ । ପ୍ରାରମ୍ଭରେ କୌଣସି ଲକ୍ଷଣ ନ ଥାଏ । ପ୍ରାୟ ଏକ ବର୍ଷ ପରେ ମାଈ ଗିନି ପୋକ ସାଧାରଣତଃ ଗୋଡ଼ ଚମରେ ଫୋଟକା କଲେ ଜଳା ପୋଡ଼ା ହୁଏ । କିଛି ସପ୍ତାହ ମଧ୍ୟରେ ପୋକ ବାହାରକୁ ବାହାରି ଚମକୁ ଆସେ । During this time, it may be difficult to walk or work. ଏହି ରୋଗରେ ମୃତ୍ୟୁ ଏକ ଅସାଧାରଣ କଥା । ଗିନି ପୋକଦ୍ୱାରା ଏକମାତ୍ର ମାନବ ସଂକ୍ରମିତ ହୁଏ । ବୟଃପ୍ରାପ୍ତ ମାଈ ପୋକର ଲମ୍ବ ୬୦ ରୁ ୧୦୦ ସେମି (ଅଣ୍ଡିରା ପୋକ ଏହାଠାରୁ ଛୋଟ) ଓ ପ୍ରସ୍ଥ ଏକ ରୁ ଦୁଇ ମିମି ଥାଏ । ମାନବ ଶରୀର ବାହାରେ ଏହାର ଅଣ୍ଡା ପ୍ରାୟ ୩ ସପ୍ରାହ ବଞ୍ଚି ପାରନ୍ତି । ୱାଟର ଫ୍ଲିଦ୍ୱାରା ଭକ୍ଷିତ ହେଲେ ସଂକ୍ରମଣ ହୁଏ । ୱାଟର ଫ୍ଲି ଦେହ ଭିତରେ ଲାର୍ଭା ୪ ମାସ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ସେହି ଅଞ୍ଚଳରେ ରୋଗ ରହିବା ନିମନ୍ତେ ପ୍ରତି ବର୍ଷ ମାନବ ରୋଗ ଗ୍ରସ୍ତ ହେବା ଆବଶ୍ୟକ । ଏହାର ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରିହୁଏ । ଶୀଘ୍ର ରୋଗ ନିର୍ଣ୍ଣୟ କରି କ୍ଷତକୁ ପିଇବା ପାଣି ସଂସ୍ପର୍ଶରେ ନ ଆସିବା ବ୍ୟବସ୍ଥା କରିବାକୁ ହୁଏ । ପରିସ୍କାର ପିଇବା ପାଣି ନ ମିଳିଲେ ଫିଲ୍ଟର ଜଳ ବା ବିଶୁଦ୍ଧ ଜଳ ସଂଗ୍ରହ କରି ପିଇବାକୁ ହୁଏ । କେବଳ କନା ଫିଲ୍ଟର୍ ଯଥେଷ୍ଟ ନୁହେଁ । ଟେମେଫସ୍ (temefos) ନାମକ ଏକ ରାସାୟନିକ ପଦାର୍ଥଦ୍ୱାରା ଲାର୍ଭାକୁ ମାରି ପାନୀୟ ଜଳକୁ ବିଶୁଦ୍ଧ କରାଯାଇପାରେ । ଏହି ରୋଗ ନିମନ୍ତେ କୌଣସି ଔଷଧ ବା ଟିକା ଆବିଷ୍କୃତ ହୋଇନାହିଁ । ପକକୁ ଗୋଟିଏ କାଠି ସାହାଯ୍ୟରେ ଗୁଡ଼େଇ ବାହାର କରାଯାଏ । ପୋକ ବାହାରିବା ପରେ ସେହି କ୍ଷତରେ ଜୀବାଣୁ ସଂକ୍ରମଣ ହୋଇପାରେ । ପୋକ ବାହାରିଯିବା ପରେ ମଧ୍ୟ ମାସ ମାସ ଧରି ଯନ୍ତ୍ରଣା ଚାଲୁ ରହିପାରେ । ସନ ୨୦୧୩ରେ ୧୪୮ଟି ରୋଗର ରିପୋର୍ଟ ମିଳିଥିଲା । ସନ ୧୯୮୬ରେ ହୋଇଥିବା ୩.୫ ନିୟୁତରୁ ଏହା କମିଯାଇଥିଲା । ସନ ୧୯୮୦ ମସିହାରେ ୨୦ଟି ଦେଶରେ ହେଉଥିବା ଏହି ରୋଗ ଖସି କେବଳ ୪ଟି ଆଫ୍ରିକା ଦେଶରେ ଅଛି । ଏହା ମୂଖ୍ୟତଃ ଦକ୍ଷିଣ ସୁଦାନ ଦେଶରେ ହେଉଥିଲା । ସମ୍ଭବତଃ ନିର୍ମୂଳ କରାଯାଇଥିବା ପ୍ରଥମ ପରଜୀବୀ ରୋଗର ମାନ୍ୟତା ଏହା ପାଇବ । ପୁରାତନ କାଳରୁ ଏହି ରୋଗ ଅଛି । ଏବର୍ସ ପାପିରସରେ ସନ ୧୫୫୦ରେ ଏହା ବିଷୟରେ ଉଲ୍ଲେଖ ଅଛି । ଲାଟିନ ଭାଷାରୁ ଏହାର ନାମ ନିଅଯାଇଛି ଯାହାର ଅର୍ଥ ଛୋଟ ଡ୍ରାଗନ ରୋଗ । ୟୁରୋପ ଲୋକମାନେ ୧୭ତମ ଶତାବ୍ଦୀରେ ପଶ୍ଚିମ ଆଫ୍ରିକାର ଗିନି ଉପକୂଳରେ ପ୍ରଥମେ ଏହି ପୋକ ଦେଖି ଗିନି ପୋକ ନାମକରଣ କରିଥିଲେ । ଏହିଭଳି ଏକ ପ୍ରକାର ପୋକ ପଶୁମାନଙ୍କୁ ଆକ୍ରମଣ କରେ ।.
ଶୁକ୍ରବାର ହେଲା ସପ୍ତାହର ଏକ ଦିନ ଯାହା ଗୁରୁବାର ପରେ ଓ ଶନିବାର ପୂର୍ବରୁ ଆସେ । ହିନ୍ଦୁ ଧାର୍ମିକ ପରମ୍ପରାରେ ଶୁକ୍ରବାର ଶକ୍ତିମାତା ଏବଂ ଗ୍ରହଦେବତା ଶୁକ୍ରଙ୍କୁ ସମର୍ପିତ I ଶକ୍ତିଙ୍କ ସ୍ୱରୂପ ହେଲେ ଦେବୀ ମାତା ଦୁର୍ଗା ଏବଂ ତାଙ୍କର ଅବତାର କାଳୀ, ଅନ୍ନପୂର୍ଣ୍ଣେଶ୍ୱରୀ ଏବଂ ସନ୍ତୋଷୀ I ଏହି ଦିନ ମୁଖ୍ୟତଃ ଦେବୀ ସନ୍ତୋଷୀ ମାତାଙ୍କ ସମ୍ମାନର୍ଥେ ବ୍ରତଧାରଣ କରାଯାଇଥାଏ I ଏହି ବ୍ରତ-ଉପବାସ ‘ଷୋହଳ ଶୁକ୍ରବାର ବ୍ରତ’ ଭାବେ ସମଗ୍ର ଭାରତରେ ପ୍ରସିଦ୍ଧ I କାରଣ ବ୍ରତଧାରୀମାନେ କ୍ରମାଗତ ଭାବେ ୧୬ଟି ଶୁକ୍ରବାରରେ ଉପବାସ ପାଳନ କରିଥା‘ନ୍ତି I ମା'ସନ୍ତୋଷୀଙ୍କୁ ପୂଜା କଲେ ସୁଖ, ଶାନ୍ତି ପ୍ରାପ୍ତି ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ଯେକୌଣସି ମାସର ଶୁକ୍ଳପକ୍ଷରୁ ଏହି ବ୍ରତ ଆରମ୍ଭ କରାଯାଇଥାଏ । ଏହିଦିନରେ ଶୁଭ୍ର-ଶ୍ୱେତ ବର୍ଣ୍ଣକୁ ଗୁରୁତ୍ୱ ଦିଆଯାଏ I ଏହିଦିନରେ ଶକ୍ତିଙ୍କର ଉପାସନା ଅତ୍ୟନ୍ତ ପବିତ୍ର କର୍ମବିଶେଷ I ଭାରତର ବିଭିନ୍ନ ଅଞ୍ଚଳରେ ଥିବା ଶକ୍ତି ଉପାସନା ଧର୍ମପୀଠ ଗୁଡ଼ିକରେ ଏହିଦିନ ପ୍ରବଳ ଜନସମାଗମ ହୋଇଥାଏ I ଭକ୍ତ-ଶ୍ରଦ୍ଧାଳୁମାନେ ଶ୍ୱେତବସ୍ତ୍ର ପରିଧାନପୂର୍ବକ ପୂଜାପାଠ କରିଥା’ନ୍ତି I ସୂର୍ଯ୍ୟୋଦୟ ପୂର୍ବରୁ ଉପବାସ ଆରମ୍ଭ ହୋଇ ଭଙ୍ଗ କରାଯାଏ ସୂର୍ଯ୍ୟାସ୍ତ ପରେ I ବ୍ରତଧାରୀମାନେ କେବଳ ରାତ୍ରିଭୋଜନ ଗ୍ରହଣ କରିଥା’ନ୍ତି I ଦୁଗ୍ଧ ଏବଂ ଖିରି ଭଳି ଶ୍ୱେତବର୍ଣ୍ଣା ଖାଦ୍ୟ-ଦ୍ରବ୍ୟ ଗ୍ରହଣ କରିବା ବିଧି ସର୍ବତ୍ର ପ୍ରଚଳିତ । ମା'ସନ୍ତୋଷୀଙ୍କ ବ୍ରତଧାରୀଙ୍କୁ ଶୁକ୍ରବାର ଦିନ ଖଟା ଓ ଆମିଷ ଖାଦ୍ୟ ବାରଣ କରାଯାଇଥାଏ । ବ୍ରତ ଶେଷରେ ହଳଦି, ଗୁଡ଼ ଓ ଚଣାର ଭୋଗ ଲଗାଯାଏ ।
ଟିଙ୍କ ବାହିତ ଏନକେଫାଲାଇଟିସ୍ ଟିକା
ଟିଙ୍କ ବାହିତ ଏନକେଫାଲାଇଟିସ୍ ଟିକା ଏକ ପ୍ରକାର ଟିକା ଯାହା ଟିଙ୍କ ବାହିତ ଏନକେଫାଲାଇଟିସ୍ (ଟିବିଇ) ରୋଗ ପ୍ରତିରୋଧ ନିମନ୍ତେ ବ୍ୟବହାର କରାଯାଏ । ଉତ୍ତର ଏସିଆ, ୟୁରୋପ ଓ ପୂର୍ବ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏ । ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୮୭% ଲୋକଙ୍କର ଇମ୍ମ୍ୟୁନିଟି ହୋଇଯାଏ । ସଂକ୍ରମିତ ଟିଙ୍କ କାମୁଡ଼ିଲେ ଏହା ଫଳପ୍ରଦ ହୁଏ ନାହିଁ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ ।
ବୈାଦ୍ଧ ଧର୍ମ (ପାଳି: ବୋଧ ଧମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ଵାସ ଓ ଆଚରଣ ରହିଅଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ୬ଷ୍ଠ ଓ ୪ର୍ଥ ଖ୍ରୀ.ପୂ.ରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ଦେଇଥିଲେ । ସେ ବୌଦ୍ଧବାଦୀମାନଙ୍କ ଦେଇ ବୋଧି ବା ଜଣେ ଆଲୋକିତ ଗୁରୁ ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବାର ଶିକ୍ଷା ଦେଇଥିବା ଗୁରୁ ଭାବରେ ଜଣା, ଯାହା ସଂସାରରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।
ବର୍ଷଣ (Precipitation) ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଜଳ କଠିନ କିମ୍ବା ତରଳ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିଥାଏ । ମେଘରେ ଥିବା ଜଳକଣା ବା ତୁଷାରକଣାଗୁଡ଼ିକ ଏତେ କ୍ଷୁଦ୍ର ଯେ ବହୁଦିନ ଧରି ଆକାଶରେ ଭାସି ବୁଲିଲେ ମଧ୍ୟ ତଳକୁ ଶୀଘ୍ର ଖସିପଡ଼ିବାର ସମ୍ଭାବନା ନ ଥାଏ । ଏହି ଜଳକଣା କିମ୍ବା ତୁଷାରକଣାଗୁଡ଼ିକ ଅଧିକ ଘନୀଭୂତ ହେଲେ ସେମାନଙ୍କର ଆକାର ବୃଦ୍ଧି ପାଇ ଓଜନିଆ ହେବା ଯୋଗୁଁ ସେଗୁଡ଼ିକ ତଳେ ଖସିପଡ଼ିଥାଏ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ନିତିଦିନିଆ ଜୀବନରେ ପ୍ରଚୀନ ପଦାର୍ଥ ବିଜ୍ଞାନ ଅନୁଯାୟୀ, ଯେ କୌଣସି ଏକ ବସ୍ତୁ ଯାହାର ବସ୍ତୁତ୍ୱ ଥାଏ ଏବଂ ସ୍ଥାନ ଅଧିକାର କରେ, ତାହାକୁ ପଦାର୍ଥ କୁହାଯାଏ । ଏଥିରେ ପରମାଣୁ ଓ ଏହା ଦ୍ୱାରା ଗଠିତ ଯେକୌଣସି ବସ୍ତୁ ଅନ୍ତର୍ଭୁକ୍ତ ଥାଏ, ମାତ୍ର କୌଣସି ପ୍ରକାରର ଶକ୍ତି ତଥା ତରଙ୍ଗ ଯଥା: ଆଲୋକ କିମ୍ବା ଧ୍ୱନି ନୁହେ । ମାତ୍ର ସାଧାରଣତଃ (ଆଧୁନିକ) ପଦାର୍ଥ ବିଜ୍ଞାନରେ, ପଦାର୍ଥ ଏକ ମୂଳ ଧାରଣା ନୁହେ, କାରଣ ଏହାର ଏକ ସର୍ବସାଧାରଣ ଅର୍ଥ ହେଉଛି ଭ୍ରାନ୍ତିଜନକ (elusive): ପରମାଣୁର ପ୍ରାଥମିକ ତତ୍ତ୍ୱ ବ୍ୟକ୍ତିଗତ ଭାବେ ସ୍ଥାନ ନ ନେଇପାରେ, ମାତ୍ର ବସ୍ତୁତ୍ୱହୀନ ଅଣୁ ଏକାଠି ହୋଇ ଏକ ବସ୍ତୁ ଗଠନ କରିପାରନ୍ତି, ଯାହାର କି ବସ୍ତୁତ୍ୱ ଥାଏ (ଯେତେବେଳେ ଏହା ସ୍ଥିର ଥାଏ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କ ଦ୍ଵାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ.
ଗାଲୁଆ ଟିକା (ଇଂରାଜୀରେ Mumps vaccines) ଗାଲୁଆ ରୋଗକୁ ନିରାପଦରେ ପ୍ରତିରୋଧ କରେ । ଅଧିକାଂଶ ଲୋକଙ୍କୁ ଟିକା ଦେଇଦେଲେ ରୋଗ ଜଟିଳତା ହ୍ରାସ ପାଏ । ଜନସଂଖ୍ୟାରେ ୯୦ % ଲୋକଙ୍କୁ ଟିକା ଦେଲେ ୮୫ % ଫଳପ୍ରଦ ହୁଏ । ଦୀର୍ଘକାଳୀନ ପ୍ରତିଷେଧ ନିମନ୍ତେ ଦୁଇ ଡୋଜ ଟିକା ଦରକାର ହୁଏ । ପ୍ରାରମ୍ଭିକ ଡୋଜ ୧୨ ରୁ ୧୮ ମାସିଆ ପିଲାକୁ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଡୋଜ ପିଲାଙ୍କୁ ୨ ରୁ ୬ ବର୍ଷ ହୋଇଥିଲା ବେଳେ ଦିଆଯାଏ । ଇମ୍ମ୍ୟୁନିଟି ନ ଥାଇ ରୋଗୀ ସଂସ୍ପର୍ଶରେ ଆସିଲେ ବି ଟିକା ଦେଲେ ଉପକାର ମିଳେ । ଏହା ଅତି ନିରାପଦ ଟିକା ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ଅତି ସାମାନ୍ୟ । ଇଞ୍ଜେକସନ ଦେବା ସ୍ଥାନରେ ସାମାନ୍ୟ ଜ୍ୱର, କଷ୍ଟ ଓ ଫୁଲା ହୋଇପାରେ । କ୍ୱଚିତ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ସ୍ନାୟବିକ ପ୍ରଭାବ ଭଳି ପ୍ରକ୍ରିୟାକୁ ଟିକା ସାଥୀରେ ଯୋଡ଼ିବା ନିମନ୍ତେ ପ୍ରମାଣ ମିଳୁନି । ଇମ୍ମ୍ୟୁନିଟି ଅଭାବ ଥିଲେ ଓ ଗର୍ଭାବସ୍ଥାରେ ଏହି ଟିକା ଦେବା ଉଚିତ ନୁହେଁ । ଗର୍ଭାବସ୍ଥାରେ ଟିକା ନେଇଥିବା ମହିଳାଙ୍କର ଜନ୍ମିତ ଶିଶୁ ଉପରେ କୌଣସି ଖରାପ ଫଳପ୍ରଦ ହେବା ଲିଖିତ ନାହିଁ । ଚିକେନ ଜୀବକୋଷରେ ଏହି ଟିକା ପ୍ରସ୍ତୁତ ହେଉଥିଲେହେଁ ଅଣ୍ଡା ଆଲର୍ଜି ଥିବା ଲୋକଙ୍କର କୌଣସି ଅସୁବିଧା ହୁଏନାହିଁ । ଅଧିକାଂଶ ବିକଶିତ ଦେଶ ଓ ଅନେକ ବିକାଶଶୀଳ ଦେଶମାନଙ୍କର ଟିକା ପ୍ରୋଗ୍ରାମରେ ଏମଏମଆର ନାମରେ ମିଳିମିଳା ଟିକା ଓ ରୁବେଲା ଟିକା ସହିତ ଗାଲୁଆ ଟିକା ଅନ୍ତର୍ଭୁକ୍ତ ଥାଏ । ପୂର୍ବୋକ୍ତ ଟିକା ସହିତ ହାଡ଼ଫୁଟି ଟିକା ମିଶେଇ ଏମ.ଏମ.ଆର.ଭି.
କାନ୍ଦଣା ଗୀତ ବା ବାହୁନା ଗୀତ ଓଡ଼ିଆ ବାହାଘରର ବିଭିନ୍ନ ସମୟରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଧରି କନିଆଁ ଦ୍ୱାରା ବୋଲାଯାଉଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁକବିତା ଉପରେ ଆଧାରିତ । ଝିଅ ନିଜ ପରିବେଶରେ ଦେଖୁଥିବା ଘଟଣା ଓ ଶାଶୂଘର ସମ୍ବନ୍ଧରେ ଯାହା ଶୁଣିଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ । ବାହାଘର ଆଅଗରୁ ଝିଅ ଶାଶୂଘର ବାବଦରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାରର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇନଥାଏ । ଅଜଣା ପରିବେଶରେ ନୂଆ ଲୋକଙ୍କ ସହିତ କିପରି ଚଳିବ ତାହା ଝିଅଟି କାନ୍ଦଣା ବୋଲି ଜଣାଇଥାଏ । ବାହୁନିବା ପ୍ରସଙ୍ଗରେ ଝିଅମାନେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲିଥାନ୍ତି । ପରିବାରର ବୟୋଜ୍ୟୋଷ୍ଠା ନାରୀମାନେ ଝିଅମାନଙ୍କୁ ଏହି ବାହୁନା ଶିଖାଇଥାନ୍ତି । ଏକବିଂଶ ଶତାବ୍ଦୀ ବେଳକୁ ଏହି ପରମ୍ପରା ଧୀରେ ଧୀରେ ଲୋପ ପାଇବା ଆରମ୍ଭ କରିଥିଲା।
ଗୁରୁବାର ହେଲା ସପ୍ତାହର ଏକ ଦିନ ଯାହା ବୁଧବାର ପରେ ଓ ଶୁକ୍ରବାର ପୂର୍ବରୁ ଆସେ । ଗୁରୁବାର ଦିନ ମା'ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ । ଗ୍ରହରାଜ ବୃହସ୍ପତି ହେଉଛନ୍ତି ଏହି ଦିବସର ଆରାଧ୍ୟ ଦେବତା । ଗ୍ରହ ଶାନ୍ତି ନିମନ୍ତେ ଚୈତ୍ର, ଭାଦ୍ରବ ଏବଂ କାର୍ତ୍ତିକ ମାସରେ ବ୍ରତ କରାଯାଏ । ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ସେହି ରଙ୍ଗର ସାମଗ୍ରୀ ଦାନ କରାଯାଏ ।
ଟେଷ୍ଟ କ୍ରିକେଟ ମାନ୍ୟତା ନଥିବା ଦେଶ ରେ ଜନ୍ମ ହେଇଥିବା ଟେଷ୍ଟ କ୍ରିକେଟ ଖେଳାଳି
କେତେକ କ୍ରିକେଟ ଖେଳାଳି ଯେଉଁ ଦେଶ ପାଇଁ ଟେଷ୍ଟ ଖେଳିଛନ୍ତି , ସେ ଦେଶରେ ଜନ୍ମ ନ ହେଇ ଅନ୍ୟ ଦେଶ ରେ ଜନ୍ମ ହେଇ ସେହି ଦେଶ କୁ ଆସି ନାଗରିକ ହେଲା ପରେ ସେହି ଦେଶ ପକ୍ଷ ରୁ ଟେଷ୍ଟ ଖେଳିଥାନ୍ତି ।