ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି । ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ । ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରହନ୍ତି । କଲରାପତରିଆ ବାଘମାନେ ୫୮ କି.ମି.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ପାର୍କିନ୍ସନ୍ ରୋଗ (ପିଡି) ବା ସକମ୍ପ ଅଙ୍ଗଘାତ, କେନ୍ଦ୍ରୀୟ ସ୍ନାୟୁମଣ୍ଡଳର ଏକ ଦୀର୍ଘକାଳୀନ ବେମାରୀ ଯାହା ମଟର ସିସ୍ଟମକୁ ଆକ୍ରମଣ କରେ । ଲକ୍ଷଣ ସମୂହ ସମୟ କ୍ରମେ ଧୀରେ ଧୀରେ ପ୍ରକାଶ ପାଏ । କମ୍ପନ (shaking), ଦୃଢ଼ତା (rigidity), ଧୀର ଚଳନ (slowness of movement) ଓ ଚାଲି ଅସୁବିଧା (difficulty with walking) ଇତ୍ୟାଦି ଲକ୍ଷଣମାନ ପ୍ରଥମରୁ ଦେଖାଯାଏ । ବୋଧଶକ୍ତି (Thinking) ଓ ବ୍ୟବହାରିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଅନ୍ତିମ ସମୟରେ ବୁଦ୍ଧି ଭ୍ରଂଶ (en:Dementia) ହୁଏ । ଏକ ତୃତୀୟାଂଶରୁ ଅଧିକ ରୋଗୀଙ୍କର ଅବସାଦ Depression ଓ ଉତ୍କଣ୍ଠା ଜାତ ହୁଏ । ଅନ୍ୟ ଲକ୍ଷଣମାନ: ନିଦ୍ରା ସମସ୍ୟା (sleep), ଆବେଗ (en:emotion) ଓ ସ୍ପର୍ଶ (sensory) ସମସ୍ୟାମାନ ଦେଖାଯାଇପାରେ । ମୂଖ୍ୟ ମଟର ଲକ୍ଷଣ ଗୁଡ଼ିକୁ ସାମୂହିକ ଭାବରେ ପାର୍କିନସୋନିଜ୍ମ ବା ପାର୍କିନସୋନିଆନ ସିଣ୍ଡ୍ରୋମ କୁହାଯାଏ । ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ କିନ୍ତୁ ପରିବେଶ ଓ ଜେନେଟିକ କାରକମାନଙ୍କର ପ୍ରଭାବ ଥିବା ବିଶ୍ୱାସ କରାଯାଏ । ପରିବାରରେ କେହି ଜଣେ ଏହି ରୋଗରେ ପୀଡ଼ିତ ଥିଲେ ଅନ୍ୟମାନଙ୍କ ଏହି ରୋଗ ହେବା ଆଶଙ୍କା ଥାଏ । କେତେକ କୀଟନାଶକ ସଂସ୍ପର୍ଶ ଓ ମୁଣ୍ଡ ଆଘାତ en:head injuries ଏହି ରୋଗ ସଂକଟ ବୃଦ୍ଧି କରାଏ; ଧୂମ୍ରପାୟୀ ଓ କଫି ତଥା ଚା ପାନ କରୁଥିବା ଲୋକଙ୍କର ଏହି ସଙ୍କଟ କମ ହୁଏ । ମଧ୍ୟମସ୍ତିଷ୍କରେ (en:midbrain) ଥିବା ସବସ୍ଟାନ୍ସିଆ ନାଇଗ୍ରାରେ (en:substantia nigra) ଜୀବକୋଷମାନଙ୍କ ମୃତ୍ୟୁ ହେଲେ ଏହି ରୋଗରେ ମଟର (ପ୍ରେରକ ସ୍ନାୟୁ) ଲକ୍ଷଣ ଦେଖାଯାଏ । ମଧ୍ୟ ମସ୍ତିଷ୍କସ୍ଥିତ ସ୍ନାୟୁମାନଙ୍କରେ ଡୋପାମିନ୍ ସ୍ୱଳ୍ପ ତିଆରି ହୁଏ ଓ ଗୁଣାତ୍ମକ ନ ଥାଏ । ଜୀବକୋଷମାନଙ୍କ ମୃତ୍ୟୁର କାରଣ ସଠିକ୍ ଜଣାନାହିଁ କିନ୍ତୁ ସ୍ନାୟୁ ମଧ୍ୟରେ ଥିବା ଲିଉଇ ବଡିରେ (Lewy bodies) ପ୍ରୋଟିନ ଅଧିକ ହେବା ଯୋଗୁ ହୋଇପାରେ । ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଗଲେ ମଧ୍ୟ ନିଉରୋଇମେଜିଙ୍ଗ କରି ଅନ୍ୟ ରୋଗ ଅନୁପସ୍ଥିତି ନିର୍ଦ୍ଧାରଣ କରାଯାଏ ।ପାର୍କିନ୍ସନ୍ ରୋଗ ଆରୋଗ୍ୟ ହୁଏନାହିଁ । ପ୍ରଥମେ ଲେଭୋଡୋପା ଦିଆଯାଏ ଓ ଏହା ଅକର୍ମା ହୋଇଗଲେ ଡୋପାମିନ୍ ଆଣ୍ଟାଗୋନିସ୍ଟ ଦିଆଯାଏ । ରୋଗର ପ୍ରଗତି ହେବା ସଙ୍ଗେ ସଙ୍ଗେ ସ୍ନାୟୁ କ୍ରମଶଃ ନଷ୍ଟ ହେବାକୁ ଲାଗିଲେ ଏହି ଔଷଧ ପ୍ରଭାବ କମିଯାଏ ଓ ସେହି ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଡିସକାଇନେସିଆ/ ଅପପ୍ରବାହ (involuntary writhing movements) ଦେଖାଯାଏ । ଖାଦ୍ୟ ଓ କେତେକ ପୁନର୍ବାସ ଫଳରେ ଲକ୍ଷଣର ଉନ୍ନତି ହୁଏ । ଔଷଧ ଅକାମି ହେଲେ ମଟର ଲକ୍ଷଣ ଉପଶମ ନିମନ୍ତେ ଅପରେଶନ କରି ଗଭୀର ମସ୍ତିଷ୍କ ଉତ୍ତେଜନା (en:deep brain stimulation) ନିମନ୍ତେ ମାଇକ୍ରୋଇଲେକ୍ଟ୍ରୋଡ ଭରି ଦିଆଯାଏ । ଅଣଚଳନ ଲକ୍ଷଣ ଯେପରିକି ନିଦ୍ରା ଓ ଆବେଗ ସମସ୍ୟା ସମାଧାନ ନିମନ୍ତେ ଚିକିତ୍ସା ଏତେ ଫଳପ୍ରଦ ହେବା ପ୍ରମାଣ ମିଳୁନି ।ସନ ୨୦୧୩ରେ ପିଡି ରୋଗ ପୃଥିବୀରେ ପ୍ରାୟ ୫୩ ନିୟୁତ ଲୋକଙ୍କୁ ହୋଇଥିବା ଫଳରେ ୧୦୩,୦୦୦ ମୃତ୍ୟୁ ହୋଇଥିଲା । ଏହି ରୋଗ ୬୦ ବର୍ଷ ବୟସ ଉର୍ଦ୍ଧ୍ୱରେ ହୁଏ ଓ ଏହି ବୟସ୍କ ଲୋକଙ୍କ ମଧ୍ୟରୁ ୧% ଲୋକଙ୍କୁ ଏହି ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ । ୪୦ ବା ୫୦ ବର୍ଷ ବୟସ ପୂର୍ବରୁ ଏହି ରୋଗ ହେଲେ ୟଙ୍ଗ ଅନସେଟ ପିଡି ନାମ ଦିଆଯାଏ । ରୋଗ ନିର୍ଣ୍ଣୟ ହେବା ପରେ ରୋଗୀର ଆୟୁଷ ପ୍ରାୟ ୭ରୁ ୧୪ ବର୍ଷ ଅଧିକ ରହେ । ଏହି ରୋଗର ବର୍ଣ୍ଣନା ସନ ୧୮୧୭ରେ ପ୍ରଥମେ ଇଙ୍ଗ୍ଲିଶ ଡାକ୍ତର ଜେମସ୍ ପାର୍କିନ୍ସନ୍ (en:James Parkinson) ଲିପିବଦ୍ଧ କରି ଆନ ଏସେ ଅନ ଦି ସେକିଙ୍ଗ ପାଲ୍ସି (An Essay on the Shaking Palsy) ନାମ ଦେଇଥିଲେ । ଜନ ସଚେତନତା ନିମନ୍ତେ ପାର୍କିନସନ୍ଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ୱର୍ଲଡ ପାର୍କିନସନ ଡେ (World Parkinson's Day) ପାଳନ କରାଯାଏ ଓ ଟୁଲିପ ଫୁଲ (en:tulip) ଏହାର ପ୍ରତୀକ ହୋଇଛି । ଜନ ସଚେତନତା ବୃଦ୍ଧି ନିମନ୍ତେ ଅଭିନେତା ମାଇକେଲ ଜେ ଫକ୍ସ (en:Michael J. Fox), ଅଲିମ୍ପିକ ସାଇକେଲ ଖେଳାଳୀ ଡେଭିସ ଫିନ୍ନି (en:Davis Phinney) ଓ ସ୍ୱର୍ଗତ ମୁଷ୍ଟିଯୋଦ୍ଧା ମୁହମ୍ମଦ ଅଲ୍ଲିଙ୍କ (en:Muhammad Ali) ନାମ ଉଲ୍ଲେଖଯୋଗ୍ୟ ।
ବାଏର୍ଣ୍ଣ ମ୍ୟୁନିକ୍ ଫୁଟବଲ କ୍ଲବ୍ (ମୂଳ ଜର୍ମାନ ନାମ Fußball-Club Bayern München e.V., କଥିତ ଜର୍ମାନ ଭାଷାରେ FC Bayern München) ଜର୍ମାନୀର ବଭାରିଆ ଅଞ୍ଚଳସ୍ଥିତ ମ୍ୟୁନିକ୍ ସହରର ଏକ ପ୍ରଖ୍ୟାତ ବ୍ୟବସାୟିକ ଫୁଟବଲ କ୍ଲବ । ଏଫ୍ସିବି, ବାଏର୍ଣ୍ଣ ମ୍ୟୁନିକ୍ ବା ଏଫ୍ସି ବାଏର୍ଣ୍ଣ ନାମରେ ଜଣାଶୁଣା ଏହି କ୍ଲବ୍ ଜର୍ମାନୀର ଜାତୀୟ ବୁଣ୍ଡେସ୍ ଲିଗା ପ୍ରତିଯୋଗିତାରେ ଖେଳିଥାଏ । ଜର୍ମାନ ଫୁଟବଲ ଇତିହାସରେ ବାଏର୍ଣ୍ଣ ମ୍ୟୁନିକ୍ ସଫଳତମ ଫୁଟବଲ କ୍ଲବ୍ । ଏହି କ୍ଲବ୍ ସର୍ବାଧିକ ୩୦ ଥର ଜର୍ମାନ ଜାତୀୟ ଫୁଟବଲ ଚାମ୍ପିୟନ୍ ହେବାର ଗୌରବ ଲାଭ କରିଛି । ତା’ ସହ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ୮ ବର୍ଷ କ୍ରମାଗତ ଭାବେ ଏହା ବୁଣ୍ଡେସଲିଗା ଜାତୀୟ ପ୍ରତିଯୋଗିତା ଜିତି ଆସୁଛି । ଏହି କ୍ଲବ୍ ୨୦ ଥର ଡଏସର୍ ଫୁସ୍ବଲ୍ ବୁଣ୍ଡ୍ ଜାତୀୟ କପରେ ମଧ୍ୟ ବିଜୟ ଲାଭ କରିଛି ।ଫ୍ରାଂଜ୍ ଜନ୍ଙ୍କ ନେତୃତ୍ୱରେ ୧୧ ଜଣ ଫୁଟବଲ ଖେଳାଳି ୧୯୦୦ ମସିହାରେ ବାଏର୍ଣ୍ଣ ମ୍ୟୁନିକ୍ ଦଳର ପ୍ରତିଷ୍ଠା କରିଥିଲେ । ଯଦିଓ ବାଏର୍ଣ୍ଣ ନିଜର ପ୍ରଥମ ଜାତୀୟ ଚାମ୍ପିୟନ୍ସିପ୍ ୧୯୩୨ ମସିହାରୁ ଜିତି ସାରିଥିଲା ତଥାପି ଉଦଘାଟନୀ ବର୍ଷ ୧୯୬୩ ମସିହାରେ ଏହାକୁ ବୁଣ୍ଡେସଲିଗାରେ ସ୍ଥାନ ମିଳିନଥିଲା । ୧୯୭୦ ଦଶନ୍ଧିର ମଧ୍ୟ ଭାଗରେ ଫ୍ରାଂଜ୍ ବେକେନ୍ବାଉଅର୍ଙ୍କ ନେତୃତ୍ୱରେ ବାଏର୍ଣ୍ଣ ଦଳ ୩ ଥର କ୍ରମାଗତ ୟୁଇଫା ଚାମ୍ପିୟନ୍ସ ଲିଗ୍ ପ୍ରତିଯୋଗିତା ଜିତି ଅଭୂତପୂର୍ବ ସଫଳତା ଲାଭ କରିଥିଲା । ଏଯାବତ (୨୦୨୦ ମସିହା ପର୍ଯ୍ୟନ୍ତ) ବାଏର୍ଣ୍ଣ ଦଳ ୧୧ ଥର ୟୁଇଫା ଚାମ୍ପିୟନ୍ସ ଲିଗର ଫାଇନାଲ ଖେଳିବାର ଯୋଗ୍ୟତା ଲାଭ କରିପାରିଛି ଓ ୨୦୨୦ରେ ୬ଷ୍ଠ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ବିଜେତା ମଧ୍ୟ ହୋଇଛି । ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ (continental treble) ହେବାରେ ବାଏର୍ଣ୍ଣ ମ୍ୟୁନିକ୍ ଦ୍ୱିତୀୟ ୟୁରୋପୀୟ କ୍ଲବ୍ ଦଳ । ଏହା ଛଡ଼ା ବାଏର୍ଣ୍ଣ ଦଳ ଥରେ ୟୁଇଫା ୟୁରୋପା ଲିଗ୍, ଥରେ ୟୁଇଫା କପ ୱିନର୍ସ କପ, ଦୁଇ ଥର ୟୁଇଫା ସୁପର କପ, ଥରେ ଫିଫା କ୍ଲବ୍ ବିଶ୍ୱକପ ଓ ଦୁଇଟି ଆନ୍ତଃ-ମହାଦେଶୀୟ କପ ମଧ୍ୟ ଜିତିଛି । ବୁଣ୍ଡେସଲିଗା ଆରମ୍ଭ ହେବା ପରଠାରୁ ୩୦ ଥର ବିଜେତା ହୋଇଥିବାରୁ ବାଏର୍ଣ୍ଣ ମ୍ୟୁନିକ୍କୁ ଏହାର ସଫଳତମ ଦଳ ବୋଲି କୁହାଯାଇପାରିବ । ବଭାରିଆ ଅଞ୍ଚଳର ଅନ୍ୟ ଫୁଟବଲ ଦଳ ଯଥା – ୧୮୬୦ ମ୍ୟୁନିକ୍ ଓ ଏଫ୍ସି ନୁର୍ଣ୍ଣବର୍ଗ୍ ଏହି ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ୧୯୯୦ ଦଶନ୍ଧିର ମଧ୍ୟ ଭାଗରୁ ଜର୍ମାନୀର ଅନ୍ୟ ଏକ ଫୁଟବଲ କ୍ଲବ୍ ବୋରୁସିଆ ଡୋର୍ଟମୁଣ୍ଡ ସହିତ ବାଏର୍ଣ୍ଣର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା ।
ଗାସ୍ଟ୍ରୋଏଣ୍ଟେରାଇଟିସ, ପ୍ରତିଶବ୍ଦ ସଂକ୍ରମଣକାରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ infectious diarrhea), ଏକ ଖାଦ୍ୟ ନଳୀର ପ୍ରଦାହ ଯାହା ଯାହା ମାନବ ପାକସ୍ଥଳୀ ଓ ଅନ୍ତନଳୀରେ ହୁଏ । ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ମିଳିତ ଭାବରେ ତରଳ ଝାଡ଼ା, ବାନ୍ତି ଓ ଉଦର ଯନ୍ତ୍ରଣା ହୁଏ । ଜ୍ୱର, ଶକ୍ତି ଅଭାବ ଓ ନିର୍ଜଳନ ହୋଇପାରେ । ସ୍ୱାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ରହେ ।
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
ହେପାଟାଇଟିସ (ଇଂରାଜୀରେ Hepatitis) ଏକ ରୋଗ ଗୋଷ୍ଠୀ ଯେଉଁଥିରେ ଯକୃତର ପ୍ରଦାହ (inflammation) ହୁଏ । କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର କାମଳ, ଆନୋରେକ୍ସିଆ ବା ଅରୁଚି (poor appetite), ବାନ୍ତି, ଥକ୍କା ଲାଗିବା (feel tired), ପେଟ ଯନ୍ତ୍ରଣା (abdominal pain) ବା ତରଳ ଝାଡ଼ା ହୁଏ । ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ (long term) ହୋଇପାରେ । ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ (acute liver failure) ହୋଇପାରେ । କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ୍, ଯକୃତ ଫେଲ (liver failure) ବା ଯକୃତ କର୍କଟ ରୋଗରେ ପରିବର୍ତ୍ତିତ ହୋଇପାରେ ।ପୃଥିବୀବ୍ୟାପି ଭୁତାଣୁ ହେପାଟାଇଟିସ (viral hepatitis) ସବୁଠାରୁ ଅଧିକ ସଂଖ୍ୟକ କାରଣ ରୂପେ ବିବେଚିତ ହୋଇଚି । ଅନ୍ୟାନ୍ୟ କାରଣ ମଧ୍ୟରେ ମଦ୍ୟାତ୍ୟୟ, ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ (nonalcoholic steatohepatitis) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଉଲ୍ଲେଖନୀୟ ଅଟେ । ଏହାକୁ ୫ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା:- ହେପାଟାଇଟିସ ଏ, ବି, ସି, ଡି (D) ଓ ଇ (E) । ହେପାଟାଇଟିସ ଏ ଓ ଇ ଉଭୟ ଅପମିଶ୍ରିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ । ହେପାଟାଇଟିସ ବି ସାଧାରଣତଃ ଯୌନ ସମ୍ଭୋଗ ସମୟରେ, ଶିଶୁ ଜନ୍ମ ସମୟରେ, ସଂକ୍ରମିତ ରକ୍ତ ନେବା ସମୟରେ ଓ ସଂକ୍ରମିତ ଛୁଞ୍ଚି ସାହାଯ୍ୟରେ ଇଞ୍ଜେକସନ ନେଲେ ବା ଶିରାଭ୍ୟନ୍ତର ଡ୍ରଗ ଇଞ୍ଜେକସନ ନେଲେ ବ୍ୟାପିଥାଏ । ହେପାଟାଇଟିସ ସି ଓ ଡି ଉଭୟ ସାଧାରଣତଃ ରକ୍ତ ମାଧ୍ୟମରେ ବ୍ୟାପିଥାଏ । ଟିକା ଦେବାଦ୍ୱାରା ହେପାଟାଇଟିସ ଏ, ବି ଓ ଡି ରୋଗମାନଙ୍କର ପ୍ରତିଷେଧ ହୁଏ । କ୍ରନିକ ଭୁତାଣୁ ହେପାଟାଇଟିସ ରୋଗକୁ ଔଷଧ ଦେଇ ଚିକିତ୍ସା କରାଯାଏ । ଏନଏଏସଏଚ ରୋଗ ନିମନ୍ତେ କୋଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଶାରୀରିକ ସକ୍ରିୟତା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଓଜନ କମେଇବା ଆଦି ଜୀବନଚର୍ଯ୍ୟା ଅତି ମହତ୍ତ୍ୱପୁର୍ଣ୍ଣ ହୁଏ । ଅଟୋଇମ୍ମୁନ ହେପାଟାଇଟିସ (Autoimmune hepatitis) ରୋଗକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ ଦେଇ ଚିକିତ୍ସା କରାଯାଏ । କେତେକ କେଶ୍ରେ ଯକୃତ ପ୍ରତିରୋପଣ (liver transplant) କରାଯାଇପାରେ ।ପୃଥିବୀରେ ସନ ୨୦୧୫ରେ ୧୧୪ ନିୟୁତ ଲୋକଙ୍କୁ ହେପାଟାଇଟିସ ଏ, ୩୪୩ ନିୟୁତ ଲୋକଙ୍କୁ ହେପାଟାଇଟିସ ବି ଓ ୧୪୨ ନିୟୁତ ଲୋକଙ୍କୁ କ୍ରନିକ ହେପାଟାଇଟିସ ସି ଆକ୍ରମଣ କରିଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ୧୧ ନିୟୁତ ଲୋକଙ୍କୁ ଏନଏଏସଏଚ ଓ ୫ ନିୟୁତ ଲୋକଙ୍କୁ ଆଲକୋହୋଲିକ ହେପାଟାଇଟିସ (alcoholic hepatitis) ଆକ୍ରମଣ କରିଥିଲା । ଅପ୍ରତ୍ୟକ୍ଷ ଭାବରେ ହେପାଟାଇଟିସ ରୋଗ ଯୋଗୁ ୧ ନିୟୁତ ମୃତ୍ୟୁ ହୁଏ, ସେଥିରୁ ଅଧିକାଂଶ ଯକୃତ କ୍ଷତଦାଗ (scar) ଓ ଯକୃତ କର୍କଟ ରୋଗମାନଙ୍କ ଯୋଗୁ ହୁଏ । ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫୦୦୦ ଲୋକଙ୍କର ହେପାଟାଇଟିସ ରୋଗ ହେବା ଫଳରେ ୭୫ ଜଣଙ୍କର ମୃତ୍ୟୁ ହୁଏ । ହେପାଟାଇଟିସ ଶବ୍ଦଟି ଗ୍ରୀସ ଭାଷାରୁ ନିଆଯାଇଛି; Greek ଶବ୍ଦ hêpar (ἧπαρ) (ହେପାର), ଅର୍ଥ "liver"/ଯକୃତ, ଓ -itis/ଆଇଟିସ (-ῖτις) ଅର୍ଥ "inflammation"/ପ୍ରଦାହ ।
ପ୍ରାନ୍ତୀୟ ଧମନୀ ରୋଗ ବା 'ପିଏଡି' (ଇଂରାଜୀରେ peripheral artery disease (PAD), ଏବଂ peripheral vascular disease (PVD) peripheral artery occlusive disease, and peripheral obliterative arteriopathy), ରୋଗ ହେଲେ ମସ୍ତିଷ୍କ ଓ ହୃତ୍ପିଣ୍ଡର ଧମନୀ ବ୍ୟତୀତ ଅନ୍ୟ ଯେ କୌଣସି ଧମନୀ ସଂକୀର୍ଣ୍ଣ ହୋଇଯାଇପାରେ । ସାଧାରଣତଃ ମଣିଷ ଗୋଡ଼ରେ ଏହି ରୋଗ ହୁଏ । ଏହି ରୋଗ ଥିଲେ ଚାଲିଲେ ଗୋଡ଼ରେ ଯନ୍ତ୍ରଣା ହୁଏ, ନ ଚାଲି ବିଶ୍ରାମ ନେଲେ ଭଲ ହୋଇଯାଏ; ଏହାକୁ କ୍ଲଡିକେସନ କୁହାଯାଏ । ଅନ୍ୟାନ୍ୟ ଲକ୍ଷଣ: ଚର୍ମ ଘାଆ, ନୀଳ ଚର୍ମ, ଥଣ୍ଡା ଚର୍ମ ଓ ଗୋଡ଼ର ନଖ ତଥା ବାଳର ବୃଦ୍ଧି କମିଯାଏ । ରୋଗ ଜଟିଳ ହେଲେ ସଂପୃକ୍ତ ତନ୍ତୁ ବା ଅଙ୍ଗର ମୃତ୍ୟୁ ହୁଏ ଓ ଏପରି ହେଲେ ତାହା କାଟି ବାହାର କରିଦେବାକୁ ହୁଏ, କରୋନାରି ଧମନୀ ରୋଗ ବା ସ୍ଟ୍ରୋକ ହୁଏ । ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ରୋଗ ଥାଇ ମଧ୍ୟ ଲକ୍ଷଣ ନ ଥାଏ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ଵରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବାମନତ୍ୱ କୁହାଯାଏ ଯେତେବେଳେ ଜଣେ ବ୍ୟକ୍ତିର ଉଚ୍ଚତା ଅତି ଛୋଟ ଥାଏ । ବେଳେବେଳେ ୧୪୭ ସେମି ବା ୪ଫୁଟ ୧୦ ଇଞ୍ଚରୁ କମ ଉଚ୍ଚତା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥାଏ । ଏହାର ଦୁଇଟି ମୁଖ୍ୟ ପ୍ରକାର ଅଛି: କ୍ଷୁଦ୍ର ଅଙ୍ଗ ସହିତ ଅଣଆନୁପାତିକ ଖର୍ବତା ଏବଂ ଉଭୟ କ୍ଷୁଦ୍ର ଅଙ୍ଗ ଏବଂ କ୍ଷୁଦ୍ର ଅବୟବ ସହିତ ଆନୁପାତିକ ଖର୍ବତା । ଏମାନଙ୍କର ବୁଦ୍ଧିମତ୍ତା ଓ ଆୟୁଷ ସାଧାରଣ ଥାଏ । ଅନ୍ୟାନ୍ୟ ଲକ୍ଷଣ ଏହାର ମୂଳ କାରଣ ଉପରେ ନିର୍ଭର କରିପାରେ । ଆନୁପାତିକ ବାମନତ୍ୱ ସବୁଠାରୁ ସାଧାରଣ କାରଣ ହେଉଛି ଛୋଟ ପିତାମାତା; ଯଦିଓ ଏହା ବୃଦ୍ଧି ହରମୋନ୍ ଅଭାବ, ଟର୍ନର ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ କାରଣ ହେତୁ ହୋଇପାରେ । ଅସନ୍ତୁଳିତ ଖର୍ବତା ସାଧାରଣତଃ ଆକଣ୍ଡ୍ରୋପ୍ଲାସିଆ ରୋଗ କାରଣରୁ ହୋଇଥାଏ । ତିନି ଶହରୁ ଅଧିକ କାରଣ ଯୋଗୁ ବାମନତ୍ୱ ସୃଷ୍ଟି ହୋଇପାରେ । ଜନ୍ମ ପୂର୍ବରୁ, ଜନ୍ମ ସମୟରେ କିମ୍ବା ଜନ୍ମର କିଛି ସମୟ ପରେ ରୋଗ ନିର୍ଣ୍ଣୟ ହୋଇପାରେ । ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ । ଗ୍ରୋଥ ବା ଅଭିବୃଦ୍ଧି ହରମୋନ୍ ଅଭାବ ଏବଂ ଅନ୍ୟାନ୍ୟ ଅବସ୍ଥା ଥିବା ବ୍ୟକ୍ତିଙ୍କୁ ଗ୍ରୋଥ ହରମୋନ ଥେରାପି ସହିତ ଚିକିତ୍ସା କରାଯାଇପାରେ । ଗୋଡ଼ କ୍ଷୁଦ୍ର ଥଲେ ଲମ୍ବା କରିବା ପାଇଁ ଅସ୍ତ୍ରୋପଚାର କରାଯାଇପାରେ, ଯଦିଓ ଏହା ସାଧାରଣତଃ ସୁପାରିଶ କରାଯାଏ ନାହିଁ | ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଫିଜିଓଥେରାପି ଏବଂ ବ୍ୟକ୍ତିଗତ ପରିବେଶର ପରିବର୍ତ୍ତନ ଅନ୍ତର୍ଭୁକ୍ତ ହୋଇପାରେ । ଆକ୍ରାନ୍ତ ମହିଳାମାନେ ଗର୍ଭବତୀ ହେଲେ ସାଧାରଣତଃ ସିଜରିଆନ ସେକସନ ପ୍ରସବ ଆବଶ୍ୟକ କରନ୍ତି ।ଯୁକ୍ତରାଷ୍ଟ୍ରର ପ୍ରାୟ ୨.୫ ଲୋକଙ୍କୁ ବାମନତ୍ୱ ପ୍ରଭାବିତ କରିଥାଏ । ଅଧିକାଂଶ ଲୋକ ସେମାନଙ୍କ ନାମର ବ୍ୟବହାରକୁ ପସନ୍ଦ କରନ୍ତି; ଯଦିଓ “ଛୋଟ ବ୍ୟକ୍ତି”, “ଗେଡ଼ା” ପରି ଶବ୍ଦ ବ୍ୟବହାର କରାଯାଇପାରେ । ଐତିହାସିକ ଭାବରେ ଇଂରାଜୀରେ ମିଡଗେଟ ବା "ମିଜେଟ୍" ଶବ୍ଦ ବ୍ୟବହୃତ ହୋଇଥିଲା, ତଥାପି ଏହି ଶବ୍ଦଟି ବର୍ତ୍ତମାନ ଅପମାନଜନକ ଭାବରେ ପରିଗଣିତ ହେଉଛି ପ୍ରଭାବିତମାନେ ଉଚ୍ଚତା ଭେଦଭାବ ଏବଂ ଗାଳିଗୁଲଜର ସମ୍ମୁଖୀନ ହୋଇପାରନ୍ତି । ସମର୍ଥକ ଗୋଷ୍ଠୀ ସେବା ଏବଂ ଉତ୍ସ ପ୍ରଦାନ କରିପାରନ୍ତି ।
ଡାଇଭର୍ଟିକୁଲାଇଟିସ୍ ଏକ ଖାଦ୍ୟନଳୀ ରୋଗ ଯେଉଁଥିରେ ବୃହଦନ୍ତ୍ରରେ ଥିବା ଥଳିଗୁଡ଼ିକରେ (pouch) ପ୍ରଦାହ ହୁଏ । ତଳି ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ । ଏହି କଷ୍ଟ କିଛି ଦିନ ମଧ୍ୟରେ ଧୀରେ ଆରମ୍ଭ ହୋଇପାରେ । ଉତ୍ତର ଆମେରିକା ଓ ୟୁରୋପରେ ପେଟର ବାମ ପାର୍ଶ୍ୱରେ କଷ୍ଟ ହେଲା ବେଳେ ଏସିଆରେ ଡାହାଣ ପାର୍ଶ୍ୱରେ ହୁଏ । ଏହା ବ୍ୟତୀତ ଜ୍ୱର, ଅଇ, ତରଳ ଝାଡ଼ା ବା କୋଷ୍ଠ କାଠିନ୍ୟ ଇତ୍ୟାଦି ଲକ୍ଷଣ ଦେଖାଯାଏ ବା ମଳରେ ରକ୍ତ ପଡ଼େ । ଏହି ରୋଗ ଆକ୍ରମଣ ବାରମ୍ବାର ହୋଇପାରେ । ଏହି ରୋଗର କାରଣ ଅନିଶ୍ଚିତତା ମଧ୍ୟରେ ଅଛି । ସଙ୍କଟ କାରକ ମଧ୍ୟରେ ମୋଟାପା, ବ୍ୟାୟାମ ଅଭାବ, ଧୂମ୍ରପାନ, ପାରିବାରିକ ରୋଗ ହୋଇଥିଲେ ଓ ଏନ ଏସ ଏ ଆଇ ଡି ମୂଖ୍ୟ ସ୍ଥାନ ଅଧିକାର କରନ୍ତି । ଖାଦ୍ୟ ଫାଇବରର ଭୂମିକା ସ୍ପଷ୍ଟ ନୁହେଁ । ପ୍ରଦାହ ନ ଥାଇ ବୃହଦନ୍ତ୍ରରେ ଥଳୀ ଥିଲେ ଡାଇଭର୍ଟିକୁଲୋସିସ ନାମ ଦିଆଯାଏ । ଥଳୀ ଥିବା ଲୋକଙ୍କ ମଧ୍ୟରୁ ୧୦ରୁ ୨୫% ଲୋକଙ୍କର ଜୀବାଣୁ ସଂକ୍ରମଣ ହୋଇ ପ୍ରଦାହ ହୁଏ । ଲକ୍ଷଣ ସହିତ ରକ୍ତ ପରୀକ୍ଷା ଫଳ, ସିଟି ସ୍କାନ, କୋଲୋନୋସ୍କୋପି କରି ରୋଗ ନିର୍ଣ୍ଣୟ କରାଯାଏ । ଭେଦାତ୍ମକ ରୋଗ ନିର୍ଣ୍ଣୟ ମଧ୍ୟରେ ଇରିଟେବଲ୍ ବାୱେଲ ସିଣ୍ଡ୍ରୋମ ବିଚାରକୁ ଆସେ ।ଅଖରୋଟ ଓ ମଞ୍ଜି ଜାତୀୟ ଖାଦ୍ୟ ଖାଇବାରୁ ବିରତ ରହିବାକୁ ଅତୀତରେ ଉପଦେଶ ଦିଆଯାଉଥିଲେ ମଧ୍ୟ ଏହା ସହିତ ରୋଗର କୌଣସି ସମ୍ପର୍କ ପ୍ରମାଣିତ ନ ହେବାରୁ ଅଧୁନା ଏହି ଖାଦ୍ୟ ବିରତକୁ ସୁପାରିସ କରାଯାଉ ନାହିଁ । ମେସାଲାଜିନ ଓ ରିଫାକ୍ସାମିନ ଏହି ରୋଗ ଆକ୍ରମଣକୁ ପ୍ରତିରୋଧ କରିବା ଜଣାଯାଉଛି । ସାମାନ୍ୟ ଧରଣର ରୋଗ ନିମନ୍ତେ ପାଟିରେ ଆଣ୍ଟିବାୟୋଟିକ ଓ ତରଳ ଖାଦ୍ୟ ଦେବାକୁ ଉପଦେଶ ଦିଆଯାଏ । ସାଂଘାତିକ ରୋଗରେ ଶିରାଭ୍ୟନ୍ତରରେ ଆଣ୍ଟିବାୟୋଟିକ ଇଞ୍ଜେକସନ, ଡାକ୍ତରଖାନାରେ ଆଡମିସନ ଓ ସମ୍ପୁର୍ଣ୍ଣ ଖାଦ୍ୟ ନଳୀ ବିଶ୍ରାମ ଚିକିତ୍ସା ଦିଆଯାଏ । ପ୍ରୋବାୟୋଟିକ ବ୍ୟବହାରର ଭୂମିକା ଅଜଣା ଅଛି । ଆବସେସ, ଫିସ୍ଚୁଲା, କୋଲୋନ ପରଫୋରେସନ ହେଲେ ଅପରେଶନ ଦରକାର ହୁଏ ।ପୃଥିବୀର ପଶ୍ଚିମ ଦେଶମାନଙ୍କରେ ଏହି ରୋଗ ଦେଖାଯାଏ ଓ ଆଫ୍ରିକା ତଥା ଏସିଆରେ ସାଧାରଣତଃ ଦେଖାଯାଏ ନାହିଁ । ପଶ୍ଚିମ ପୃଥିବୀରେ ୩୫% ଲୋକଙ୍କର ଡାଇଭର୍ଟିକୁଲାଇଟିସ ଥିବାବେଳେ ଗ୍ରାମୀଣ ଆଫ୍ରିକାରେ ୧%ରୁ କମ୍ ଥାଏ । ବୟସାଧିକ୍ୟ ହେଲେ ରୋଗ ଅଧିକ ଦେଖାଯାଏ ବିଶେଷତଃ ୫୦ ବର୍ଷ ବୟସ ପରେ । ଧୀରେ ଏହା ପୃଥିବୀର ସମସ୍ତ ସ୍ଥାନରେ ଦେଖାଯାଉଛି । ସନ ୨୦୦୩ରେ ଏହା ଯୋଗୁ ୟୁରୋପରେ ୧୩,୦୦୦ ମୃତ୍ୟୁ ହୋଇଥିଲା । ସନ ୨୦୧୩ରେ ଏହା ବାବଦ ଖର୍ଚ୍ଚ ଆମେରିକାର ବାର୍ଷିକ ୨.୪ ଡଲାର ଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ବୃକ୍କ କର୍କଟ ଏକ କର୍କଟ ରୋଗ ଯାହା ବୃକ୍କରେ ଆରମ୍ଭ ହୁଏ | ଏହାର ଲକ୍ଷଣମାନଙ୍କ ମଧ୍ୟରେ ମୂତ୍ରରେ ରକ୍ତ, ପେଟରେ ଗୋଟାଳି କିମ୍ବା ପିଠି ଯନ୍ତ୍ରଣା ହୋଇପାରେ । ଜ୍ୱର, ଓଜନ ହ୍ରାସ ଏବଂ ଥକାପଣ ମଧ୍ୟ ହୋଇପାରେ | ରୋଗ ଜଟିଳ ହେଲେ ଫୁସଫୁସ କିମ୍ବା ମସ୍ତିଷ୍କକୁ କର୍କଟ ବିସ୍ତାର ହୋଇପାରେ। ବୃକ୍କ କର୍କଟ ରୋଗର ମୁଖ୍ୟ ପ୍ରକାର ହେଉଛି ବୃକକ୍ କୋଷ କର୍କଟ (ଆରସିସି), ଟ୍ରାଞ୍ଜିସନାଲ କୋଷ କର୍କଟ (ଟିସିସି) ଏବଂ ୱିମ୍ସ୍ ଟ୍ୟୁମର୍ | ସମୁଦାୟ କିଡନୀ କର୍କଟ ରୋଗର ପ୍ରାୟ ୮୦% କେବଳ ଆରସିସି ସୃଷ୍ଟି କରେ ଏବଂ ଅବଶିଷ୍ଟାଂଶ ଟିସିସି ରୋଗ କରେ | ଆରସିସି ଏବଂ ଟିସିସି ପାଇଁ ସଙ୍କଟ ଜନକ କାରଣ ମଧ୍ୟରେ ଧୂମପାନ, କିଛି ଯନ୍ତ୍ରଣା ନିବାରକ ଔଷଧ, ପୂର୍ବତନ ମୂତ୍ରାଶୟ କର୍କଟ, ଅଧିକ ଓଜନ, ଉଚ୍ଚ ରକ୍ତଚାପ, କିଛି ରାସାୟନିକ ପଦାର୍ଥ ଏବଂ ପାରିବାରିକ ଇତିହାସ ସ୍ଥାନ ନେଇଥାଏ । ୱିମ୍ସ୍ ଅର୍ବୁଦ ପାଇଁ ବିପଦ କାରଣଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଏବଂ ଡବ୍ଲ୍ୟୁଏଜିଆର (WAGR ) ସିଣ୍ଡ୍ରୋମ ପରି କେତେକ ଜେନେଟିକ୍ ବ୍ୟାଧି ଉତ୍ତରଦାୟୀ ଥାଏ | ଲକ୍ଷଣ, ପରିସ୍ରା ପରୀକ୍ଷା, ଏବଂ ଡାକ୍ତରୀ ଇମେଜିଙ୍ଗ ଉପରେ ଆଧାର କରି ରୋଗ ସନେହ କରାଯାଏ । ଏହା ତନ୍ତୁ ବାୟୋପସି କରି ନିଶ୍ଚିତ କରାଯାଏ | ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ | ନୂତନ ଭାବରେ ବୃକ୍କ କର୍କଟ ପ୍ରାୟ ୪0୩,୩00 ଲୋକଙ୍କୁ ପ୍ରଭାବିତ କରିଥିଲା ଏବଂ ୨୦୧୮ରେ ସାରା ବିଶ୍ୱରେ ୧୭୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ । ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ। ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। ସମୁଦାୟ ପାଞ୍ଚ ବର୍ଷର ବଞ୍ଚିବା ହାର ଯୁକ୍ତରାଷ୍ଟ୍ରରେ ୭୫%, କାନାଡାରେ ୭୧%, ଚାଇନାରେ ୭୦% ଏବଂ ୟୁରୋପରେ ୬୦% ରହିଛି। ବୃକ୍କରେ ସୀମିତ ଥିବା କର୍କଟ ରୋଗ ପାଇଁ ପାଞ୍ଚ ବର୍ଷର ବଞ୍ଚିବାର ହାର ୯୩%, ଯଦି ଏହା ଆଖପାଖର ଲସିକା ଗ୍ରନ୍ଥିରେ ବ୍ୟାପିଥାଏ ତେବେ ଏହା ୭୦% ଅଟେ ଏବଂ ଯଦି ଏହା ବ୍ୟାପକ ହୋଇଥାଏ ତେବେ ୧୨% ହୁଏ |
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପଲ୍ମୋନାରି ଏମ୍ବୋଲିଜ୍ମ (ପିଇ) ବା ଫୁସଫୁସ ଅନ୍ତଃଶଲ୍ୟତା ନାମ ଦିଆଯାଏ ଯେତେବେଳେ କୌଣସି ପଦାର୍ଥ ଦେହର ଅନ୍ୟ କୌଣସି ସ୍ଥାନରୁ ରକ୍ତରେ ଏମ୍ବୋଲିଜ୍ମ ବା ଅନ୍ତଶଲ୍ୟ ହୋଇ ପ୍ରବାହିତ ହୁଏ ଓ ଫୁସଫୁସ ଧମନୀକୁ ଅବରୋଧ କରେ । ଏହାର ଲକ୍ଷଣ:- ଶ୍ୱାସକଷ୍ଟ (dyspnoea), ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେଲା ବେଳେ ଓ କାଶିଲା ବେଳେ ରକ୍ତ ପଡ଼େ । ଅନ୍ତଶିରା ଥ୍ରମ୍ବୋସିସ୍ ଲକ୍ଷଣ ମଧ୍ୟ ପ୍ରକାଶିତ ହୁଏ ଯେଉଁଥିରେ ଏକ ଲାଲ, ଉଷୁମ, ସ୍ଫିତ ଓ କଷ୍ଟଦାୟକ ଗୋଡ଼ ଦେଖାଯାଏ । ସ୍ୱଳ୍ପ ଅମ୍ଳଜାନ ସାଚୁରେସନ, ଦୃତ ଶ୍ୱାସକ୍ରିୟା, ଦୃତ ହୃତ୍ପିଣ୍ଡ ଗତି ଓ ବେଳେ ବେଳେ ସାମାନ୍ୟ ଜ୍ୱର ହୁଏ । ରୋଗ ସାଂଘାତିକ ହେଲେ ଅତ୍ୟଳ୍ପ ରକ୍ତଚାପ, ମୂର୍ଚ୍ଛା ଓ ହଠାତ୍ ମୃତ୍ୟୁ ହୋଇଯାଏ ।ପିଇ ସାଧାରଣତଃ ଗୋଡ଼ରେ ସୃଷ୍ଟି ହୋଇଥିବା ଜମାଟ ରକ୍ତ ବା କ୍ଲଟ୍ ପ୍ରବାହିତ ହୋଇ ଫୁସଫୁସରେ ପହଞ୍ଚି ରୋଗ ସୃଷ୍ଟି କରେ । କର୍କଟ ରୋଗ, ଦୀର୍ଘକାଳୀନ ବିଛଣା ବିଶ୍ରାମ, ଧୂମ୍ରପାନ, ସ୍ଟ୍ରୋକ୍, କେତେକ ଜେନେଟିକ ରୋଗ, ଗର୍ଭାବସ୍ଥା, ମୋଟାପଣ, ଓ କେତେକ ଅପରେଶନ ପରେ ଏହି କ୍ଲଟ୍ ସଙ୍କଟ ବୃଦ୍ଧି ପାଏ । ଅଳ୍ପ କେତେକ କେଶ୍ରେ ବାୟୁ, ଚର୍ବି, ଓ ଉଲ୍ୱଜଳ ଏମ୍ବୋଲିଜ୍ମ ହୋଇପାରେ । ଚିହ୍ନ ଓ ଲକ୍ଷଣ ସହିତ ପରୀକ୍ଷା ଫଳ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏକ ରକ୍ତ ପରୀକ୍ଷା ଡି ଡାଇମରଦ୍ୱାରା ଏହି ରୋଗ ନ ଥିବା ଜଣାଯାଇ ପାରେ । ଅନ୍ୟଥା ସିଟି ପଲ୍ମାନାରି ଆଞ୍ଜିଓଗ୍ରାଫି, ଫୁସଫୁସ ଭେଣ୍ଟଲେସନ/ପରଫ୍ୟୁଜନ ସ୍କାନ ବା ଗୋଡ଼ର ଅଲ୍ଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତଃଶିରା ଥ୍ରମ୍ବୋସିସ ଓ ପିଇ ଉଭୟ ରୋଗ ଥିଲେ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ ବା ଭିଟିଇ କୁହାଯାଏ ।ଅପରେଶନ ହେବା ପରେ ତୁରନ୍ତ ଚଳପ୍ରଚଳ ହେଲେ, ବସିବା ସମୟରେ ଗୋଡ଼ ବ୍ୟାୟାମ ଓ କେତେକ ଅପରେଶନ ପରେ ରକ୍ତ ପତଳାକାରୀ ଔଷଧ ଦେଲେ ଏହି ରୋଗର ପ୍ରତିଷେଧ ହୁଏ । ହେପାରିନ ବା ୱାରଫାରିନ ଆଦି ରକ୍ତ ପତଳାକାରୀ ଔଷଧ ଦେଇ ଚିକିତ୍ସା କରାଯାଏ । ଅଧିକାଂଶ ସମୟରେ ଏହି ଔଷଧ ୬ମାସ ବା ଅଧିକ ସମୟ ଧରି ଦିଆଯାଏ । ଅତି ସାଂଘାତିକ ରୋଗରେ ଟିସୁ ପ୍ଲାଜ୍ମିନୋଜେନ ଆକ୍ଟିଭେଟର ଦେଇ ଥ୍ରମ୍ବୋଲାଇସିସ୍ କରାଯାଏ ବା ପଲମୋନାରି ଥ୍ରମ୍ବେକ୍ଟମି ଅପରେଶନ କରାଯାଏ । ରକ୍ତ ପତଳାକାରୀ ଔଷଧ ଯଥେଷ୍ଟ ନ ହେଲେ ଭେନା କାଭା ଫିଲଟର ବ୍ୟବହାର କରାଯାଏ ।ପ୍ରତି ବର୍ଷ ୟୁରୋପରେ ପ୍ରାୟ ୪୩୦,୦୦୦ଲୋକ ପଲ୍ମୋନାରି ଏମ୍ବୋଲିଜ୍ମ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ୩୦୦,୦୦୦ରୁ ୬୦୦,୦୦୦ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହା ଫଳରେ ୫୦,୦୦୦ରୁ ୨୦୦,୦୦୦ ଲୋକଙ୍କର ମୃତ୍ୟୁ ହୁଏ । ପୁରୁଷ ଓ ମହିଳାଙ୍କ ରୋଗ ହାର ସମାନ ଥାଏ । ବୟସ ବୃଦ୍ଧି ହେବା ପରେ ଏହି ରୋଗ ସାଧାରଣତଃ ହୁଏ ।
[[Category: with short description]]ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ପାଏଲୋନେଫ୍ରାଇଟିସ (ଇଂରାଜୀ ଭାଷାରେ Pyelonephritis) ଏକ ରୋଗ ଯେଉଁଥିରେ ବୃକ୍କ (kidney) ଜୀବାଣୁଦ୍ୱାରା ସଂକ୍ରମିତ (bacterial infection) ହୋଇଥାଏ । ସାଧାରଣତଃ ଜ୍ୱର ଓ ଅଣ୍ଟା ଦରଜ (flank tenderness) ହୋଇ ରୋଗ ଆରମ୍ଭ ହୁଏ । ଏହା ବ୍ୟତୀତ ଅଇ (nausea), ଡିସୟୁରିଆ ବା ପରିସ୍ରା କଲାବେଳ ପୋଡ଼ାଜଳା (burning with urination), ବାରମ୍ବାର ପରିସ୍ରା ହେବା (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ । ରୋଗ ଜଟିଳ ହେଲେ ପାଏଲୋନେଫ୍ରାଇଟସି, ସେପ୍ସିସ, ବା ବୃକ୍କ ଅକାମୀ (kidney failure) ହୋଇଯାଏ ।ସ୍ୱାଭାବିକ ଭାବରେ ଏହି ରୋଗ ଇକୋଲାଇ (Escherichia coli) ଜୀବାଣୁଦ୍ୱାରା ହୁଏ । ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର ଇତ୍ୟାଦି କାରକମାନଙ୍କର ଅବଦାନ ଥାଏ । ଜୀବାଣୁ ସାଧାରଣତଃ ମୂତ୍ର ପ୍ରଣାଳୀରେ (urinary tract) ନିମ୍ନରୁ ଉର୍ଦ୍ଧକୁ ସଂକ୍ରମଣ ଗତିକରେ । ରକ୍ତସ୍ରୋତ ମାଧ୍ୟମରେ ମଧ୍ୟ ଏହି ରୋଗ ସଞ୍ଚାରିତ ହୋଇପାରେ । ରୋଗ ଲକ୍ଷଣ ଅନୁଶୀଳନ ଓ ପରିସ୍ରା ପରୀକ୍ଷା (urinalysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଚିକିତ୍ସାରେ ଉନ୍ନତି ନହେଲେ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ ଓ ଯଥେଷ୍ଟ ତରଳ ପଦାର୍ଥ ପାନ କଲେ ଏ ରୋଗର ପ୍ରତିରୋଧ ହେବା ସମ୍ଭାବନା ରହିବ । ରୋଗ ନିର୍ଣ୍ଣୟ ହୋଇଗଲେ ସିପ୍ରୋଫ୍ଲୋକ୍ସାସିନ୍ ଓ ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ (antibiotics) ଦିଆଯାଏ । ରୋଗ ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ଆଡମିସନ ଆବଶ୍ୟକ ହୁଏ । ରୋଗୀର ମୂତ୍ର ପ୍ରଣାଳୀରେ ଗଠନ ସମସ୍ୟା ବା ବୃକ୍କ ପଥର ରୋଗ ଥିଲେ ଅପରେଶନ ଆବଶ୍ୟକ ହୁଏ । ବୃକ୍କ ସମ୍ବନ୍ଧୀୟ ରୋଗମାନଙ୍କ ମଧ୍ୟରେ ପାଏଲୋନେଫ୍ରାଇଟିସ ଏକ ସାଧାରଣ ରୋଗ । ପ୍ରତି ବର୍ଷ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ୧-୨ ମହିଳା ଓ ଏକ ହଜାର ପୁରୁଷଙ୍କ ମଧ୍ୟରୁ ୦.୫ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଅଳ୍ପ ତଥା ଅତି ବୟସ୍କ ଲୋକ ମଧ୍ୟ ଅଧିକ ଆକ୍ରାନ୍ତ ହୁଅନ୍ତି । ନବ ଯୁବକମାନେ ସାଧାରଣତଃ ଚିକିତ୍ସାରେ ସୁଫଳ ପାଆନ୍ତି । ୬୫ ବର୍ଷ ବୟସ ପରେ ରୋଗ ହେଲେ ପ୍ରାୟ ୪୦% ରୋଗୀଙ୍କର ମୃତ୍ୟୁ ହୁଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଡୋସେଟାକସେଲ (ଇଂରାଜୀ ଭାଷାରେ Docetaxel, ବିକ୍ରୟ ନାମ ଟାକ୍ସୋଟିଅର/Taxotere) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଉକ୍ତ ରୋଗମାନଙ୍କର ନାମ ଯଥାକ୍ରମେ ସ୍ତନ କର୍କଟ, ମୁଣ୍ଡ ଓ ବେକ କର୍କଟ, ପାକସ୍ଥଳୀ କର୍କଟ, ପ୍ରୋସ୍ଟେଟ କର୍କଟ ଓ ନନ୍ ସ୍ମଲ-ସେଲ ଫୁସଫୁସ କର୍କଟ (non small-cell lung cancer) । ଏହି ଔଷଧ ଏକକ ଭାବରେ ବା ଅନ୍ୟ କେମୋଥେରାପି ଔଷଧ ସହିତ ଦିଆଯାଇପାରେ । ଏହା ଶିରାଭ୍ୟନ୍ତର ଧୀର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ ।ଡୋସେଟାକସେଲର ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ (hair loss), ସାଇଟୋପିନିଆ (low blood cell counts), କାଲୁଆ ଅନୁଭବ, ଅଣନିଶ୍ୱାସୀ, ବାନ୍ତି (vomiting) ଓ ପେଶୀ ଯନ୍ତ୍ରଣା ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଭବିଷ୍ୟତରେ କର୍କଟ ରୋଗ ହୋଇପାରେ । ଯକୃତ ସମସ୍ୟା (liver problems) ଥିବା ରୋଗୀଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହେବା ସମ୍ଭାବବା ଅଧିକ ଥାଏ । ଗର୍ଭାବସ୍ଥାରେ ଏହି ଔଷଧ ଶିଶୁପ୍ରତି ହାନୀକାରକ ହୋଇପାରେ । ଏହା ଟାକସେନ (taxane) ଶ୍ରେଣୀର ଏକ ଔଷଧ । ମାଇକ୍ରୋଟ୍ୟୁବ୍ୟୁଲର (microtubules) ସାଧାରଣ କର୍ମରେ ବାଧା ସୃଷ୍ଟି କରି ଏହା ଜୀବକୋଷ ବିଭାଜନକୁ (cell division) ବନ୍ଦ କରିଦେଇ କାର୍ଯ୍ୟକ୍ଷମ ହୁଏ ।ସନ ୧୯୮୬ରେ ଡୋସେଟାକସେଲ ପେଟେଣ୍ଟ ହେଲା ପରେ ସନ ୧୯୯୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଡୋସେଟାକସେଲ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୮୦ ମି:ଗ୍ରା: ଭାଏଲର ମୁଲ୍ୟ ୧୫.୫୩ରୁ ୮୭.୩୭ ଆମେରିକୀୟ ଡଲାର । ଏହି ପରିମାଣର ଔଷଧର ମୂଲ୍ୟ ୪୫୪.୫୩ ପାଉଣ୍ଡ ।
ଫଲିନିକ ଏସିଡ (ଇଂରାଜୀ ଭାଷାରେ Folinic acid, ଅନ୍ୟ ନାମ ଲିଉକୋଭୋରିନ) ଏକ ଔଷଧ ଯାହା ମେଥୋଟ୍ରେକ୍ସେଟ ଓ ପାଇରିମେଥାମିନ ଔଷଧମାନଙ୍କର ବିଷାକ୍ତ ପ୍ରଭାବ କମେଇବା ନିମନ୍ତେ ବ୍ୟବହାର କରାଯାଏ । ଆଉ ମଧ୍ୟ ବୃହଦନ୍ତ୍ର-ମଳାଶୟ କର୍କଟ ରୋଗ ଚିକିତ୍ସାରେ ଏହା ୫-ଫ୍ଲୋରୋୟୁରାସିଲ (5-fluorouracil) ସହିତ ଦିଆଯାଏ; ଆନିମିଆ ରୋଗରେ ହେଉଥିବା ଫୋଲେଟ ଅଭାବ (folate deficiency) ନହେବା ନିମନ୍ତେ ଦିଆଯାଏ ଓ ମେଥାନୋଲ ବିଷକ୍ରିୟାରେ ଦିଆଯାଏ । ଏହା ପାଟିରେ ଦିଆଯାଏ ତଥା ମାଂସପେଶୀରେ (injection into a muscle) ଓ ଶିରାଭ୍ୟନ୍ତର (injection into a vein) ଇଞ୍ଜେକସନ ଆକାରରେ ଦିଆଯାଏ । ଫଲିନିକ ଏସିଡର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଜ୍ୱର ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ । ପର୍ନିସିଅସ ଆନିମିଆ (pernicious anemia) କାରଣ ନଥିବା ପ୍ରମାଣିତ କରି ଆନିମିଆ ରୋଗରେ ଏହା ଦିଆଯାଇପାରେ । ଫଲିନିକ ଏସିଡ ଏକ ପ୍ରକାର ଫୋଲିକ ଏସିଡ ଯାହାର ଦେହରେ କାମ କରିବା ନିମନ୍ତେ ଡାଇହାଇଡ୍ରୋଫୋଲେଟ ରେଡକ୍ଟେଜଦ୍ୱାରା (dihydrofolate reductase) ସକ୍ରିୟ ହେବାର ଆବଶ୍ୟକତା ନଥାଏ ।ସନ ୧୯୪୫ରେ ପ୍ରଥମେ ଫଲିନିକ ଏସିଡ ପ୍ରସ୍ତୁତ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଇଂଲଣ୍ଡରେ ଏକ ୩୦ମିଗ୍ରା ଭାଏଲର ମୂଲ୍ୟ ୪.୬୨ ପାଉଣ୍ଡ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭାରତ ଲୀଳା ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକନାଟକ ବା ଲୀଳାନାଟକ ଶୈଳୀ । ଏଥିରେ ମହାଭାରତ ଆଧାରିତ ପ୍ରସଙ୍ଗ ଅଭିନୀତ ହେଉଥିବାରୁ ଏହାକୁ ଭାରତ ଲୀଳା କୁହାଯାଏ । ଦୁଆରୀ ଚରିତ୍ରର ଗୁରୁତ୍ୱକୁ ନେଇ ଏହାକୁ ଦୁଆରୀ ନାଟ ବା ଦ୍ୱାରୀଲୀଳା କୁହାଯାଏ । ଏହାଛଡ଼ା ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସୁଭଦ୍ରା ହରଣ ନାଟ ମଧ୍ୟ କୁହାଯାଏ । ଗଞ୍ଜାମରେ ଭାରତ ଲୀଳା ଯୋଗୁଁ ଉପକୂଳ ଓଡ଼ିଶାର ବହୁଳ ପ୍ରଚାରିତ ପାଲା ପ୍ରସାର ଲାଭ କରିପାରିନାହିଁ ବୋଲି କୁହାଯାଏ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଭାରତ ଲୀଲା ପରିବେଷଣ କରାଯାଇଥାଏ । ଜନପ୍ରିୟତା ଦୃଷ୍ଟିରୁ ଗଞ୍ଜାମରେ ପରିବେଷିତ ଭାରତ ଲୀଳାର ସମକକ୍ଷ ସେମାନେ ହୋଇପାରିନାହାନ୍ତି । ଭାରତ ଲୀଳାରେ ବ୍ୟବହୃତ ପାରମ୍ପରିକ ବାଦ୍ୟ, ଆଞ୍ଚଳିକ ଭାଷା, ଲୋକସଙ୍ଗୀତ ଓ କୌତୁକପ୍ରଦ ଅଭିନୟ ଯୋଗୁଁ ଏହା ବେଶ ଜନାଦୃତ ହୋଇପାରିଛି । ଭାରତ ଲୀଳାର ସମ୍ପୂର୍ଣ୍ଣ ପ୍ରଦର୍ଶନ ୧୦-୧୨ ଘଣ୍ଟା ଧରି ଅନୁଷ୍ଠିତ ହୁଏ । ବାଦି ପ୍ରତିଯୋଗିତାରେ ଅଧିକ ସମୟ ଲାଗିଥାଏ । ଆଜିକାଲି ଆଧୁନିକ ମଞ୍ଚପ୍ରଦର୍ଶନର ବନ୍ଧନ ଯୋଗୁଁ ଏହା ୨-୩ ଘଣ୍ଟା ଭିତରେ ମଧ୍ୟ ପରିବେଷଣ କରାଯାଉଛି ।
ଆଥେରୋସ୍କ୍ଲେରୋସିସ (ଇଂରାଜୀ ଭାଷାରେ Atherosclerosis) ଏକ ବେମାରୀ ଯେଉଁଥିରେ ଆଥେରୋମା ନାମକ ଏକ ପ୍ଲେକ ବା ମଇଳା ପ୍ୟାଚ ଦାଗ ଧମନୀ (artery) ଭିତରେ ଜମା ହୋଇ ତାକୁ ଅଣଓସାରିଆ କରିଦିଏ । ପ୍ରାରମ୍ଭରେ କୋଣସି ଲକ୍ଷଣ ଦେଖାଯାଏନାହିଁ । ଅଧିକ ଅଣଓସାରିଆ ହୋଇଗଲେ ଧମନୀ ସ୍ଥାନ ଅନୁସାରେ କରୋନାରୀ ଧମନୀ ରୋଗ, ଷ୍ଟ୍ରୋକ, ପ୍ରାନ୍ତୀୟ ଧମନୀ ରୋଗ, ବୃକ୍କ ସମସ୍ୟା (kidney problems) ସୃଷ୍ଟି ହୁଏ । ପ୍ରାୟ ମଧ୍ୟ ବୟସ ନହେଲେ ଲକ୍ଷଣ ପ୍ରକାଶ ପାଏନାହିଁ । ଏହି ରୋଗର ସଠିକ କାରଣ ନିର୍ଣ୍ଣୟ ହୋଇନାହିଁ । ଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରିବାରିକ ଇତିହାସ, ଅଧିକ କୋଲେସ୍ଟେରଲ ଥବା ଖାଦ୍ୟ (abnormal cholesterol levels) ଇତ୍ୟାଦି ଅବସ୍ଥା ଥିଲେ ଏହି ରୋଗ ସଙ୍କଟ ରହେ । ରକ୍ତରେ ଥିବା ଚର୍ବି, କୋଲେସ୍ଟେରଲ (cholesterol), କ୍ୟାଲସିଅମ (calcium) ଓ ଅନ୍ୟାନ୍ୟ କେତେକ ପଦାର୍ଥକୁ ନେଇ ପ୍ଲେକ ଗଠିତ ହୁଏ । ଧମନୀରେ ଅଭ୍ୟନ୍ତର ସରୁ ହେବା ଫଳରେ ଅମ୍ଳଜାନ ଥବା ରକ୍ତ ସରବରାହ ବିଭିନ୍ନ ସ୍ଥାନକୁ ଯାଇପାରେନାହିଁ । ରୋଗୀ ପରୀକ୍ଷା, ଇସିଜି (electrocardiogram) କରି ରୋଗ ନିର୍ଣ୍ଣୟ କରାଯାଏ ।ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୂମ୍ରପାନ ନିଷେଧ, ସାଧାରଣ ଓଜନ କାଏମ ସାହାଯ୍ୟରେ ଏ ରୋଗ ପ୍ରତିରୋଧ କରିବା ସମ୍ଭବପର ହୁଏ । ରୋଗ ନିଶ୍ଚିତ ହେଲା ପରେ ଉଚ୍ଚ ରକ୍ତଚାପ କମେଇବା ଔଷଧ, ରକ୍ତ ଜମାଟ କମ କରିବା ଔଷଧ ଯେପରିକି ଆସ୍ପିରିନ ଓ ସ୍ଟାଟିନ (statin) ଭଳି କୋଲେସ୍ଟେରଲ କମ କରିବା ଔଷଧ ଦିଆଯାଏ । ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ପରକ୍ୟୁଟାନିଅସ କରୋନାରି ଇଣ୍ଟରଭେନସନ (percutaneous coronary intervention), କରୋନାରୀ ଅର୍ଟେରି ବାଇପାସ ଗ୍ରାଫ୍ଟ (coronary artery bypass graft) ବା କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି (carotid endarterectomy) ଆଦି ଅପରେଶନ କରାଯାଇପାରେ ।ଯୁବାବସ୍ଥାରେ ଲୋକଙ୍କୁ ଏହି ରୋଗ ଆରମ୍ଭ ହୋଇ ବୟସ ବୃଦ୍ଧି ସହିତ ଦିନକୁ ଦିନ ଖରାପ ଆଡ଼କୁ ଯାଏ । ୬୫ ବର୍ଷ ବୟସ ବେଳକୁ ପ୍ରାୟ ସବୁ ମଣିଷଙ୍କର ଆଥେରୋସ୍କ୍ଲେରୋସିସ ହୋଇଯାଏ । ବିକଶିତ ଦେଶରେ (developed world) ପଙ୍ଗୁତ୍ୱ ଓ ମୃତ୍ୟୁର ପ୍ରଥମ କାରଣ ରୂପେ ଏ ରୋଗ ବିବେଚିତ ହୁଏ । ସନ ୧୫୭୫ରେ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା । କିନ୍ତୁ ପ୍ରାୟ ୫,୦୦୦ ବର୍ଷ ପୂର୍ବରୁ ଏହି ରୋଗ ଆକ୍ରମଣ କରୁଥିବାର ପ୍ରମାଣ ମିଳୁଛି ।
ଅର୍ଶ (ଇଂରାଜୀରେ ହେମୋରଏଡ୍ Hemorrhoids (US English) ବା haemorrhoids UK: ), ଏକ ପ୍ରକାର ରୋଗ ଯେଉଁଥିରେ ମଳଦ୍ୱାରଠାରେ ଥିବା ଶୀରା ସମୂହ ସ୍ଫିତ ହୋଇଯାଏସାଧାରଣ ଅବସ୍ଥାରେ ଏହି ଶୀରାଗୁଡ଼ିକ କୁସନ୍ ଭଳି କାମ କରି ମାନବ ମଳ ନିଷ୍କାସନ ନିୟନ୍ତ୍ରଣ କରେ । ଏଥିରେ ଯେତେବେଳେ ପ୍ରଦାହ ହୁଏ ବା ଏହା ସ୍ଫୀତ ହୁଏ । ଏତିକିବେଳେ ଏହାକୁ ଅର୍ଶ ରୋଗ ନାମ ଦିଆଯାଏ । ଉପସ୍ଥାପନ ଅନୁସାରେ ଲକ୍ଷଣ ଦେଖାଯାଏ । ଅନ୍ତଃ ଅର୍ଶ ହେଲେ କଷ୍ଟହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।]]. କିନ୍ତୁ ବାହ୍ୟ ଅର୍ଶ ହେଲେ ମଳଦ୍ୱାରପାର୍ଶ୍ୱ ସ୍ଥାନ ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ରକ୍ତସ୍ରାବ ହେଲେ ରକ୍ତ ସାଧାରଣତଃ ଗାଢ଼ ରଙ୍ଗ ହୁଏ । କିଛି ଦିନ ମଧ୍ୟରେ ଏହା ଉପଶମ ହୋଇଯାଏ । ସୁସ୍ଥ ହେବା ପରେ ମଧ୍ୟ ଏକ ଚର୍ମ ମୁଣ୍ଡା ରହିଯାଏ । ଏହି ରୋଗ ନିର୍ଦ୍ଦଷ୍ଟ କାରଣ ଜଣା ନ ଥିଲେ ମଧ୍ୟ ପେଟ ମଧ୍ୟସ୍ଥ ଅତ୍ୟଧିକ ଚାପ ବା କୋଷ୍ଠକାଠିନ୍ୟର ରୋଗ ହେବାରେ ଭୂମିକା ଥାଏ । ଅର୍ଶର କାରଣ ଅଜଣା ଥିଲେ ମଧ୍ୟ କେତେକ ପେଟର ଚାପ ବୃଦ୍ଧି କରୁଥିବା କାରକମାନଙ୍କର ଏଥିରେ ଭୂମକା ଥିବା ବିଶ୍ୱାସ କରାଯାଏ । ଏହି କାରଣ ଗୁଡ଼ିକର ନାମ କୋଷ୍ଠକାଠିନ୍ୟ, ତରଳ ଝାଡ଼ା, ଓ [ପାଇଖାନା]]ରେ ଦୀର୍ଘ ସମୟ ଧରି ବସିରହିବା । ଗର୍ଭାବସ୍ଥାରେ ଏହି ରୋଗ ଅଧିକ ହେବା ଦେଖାଯାଏ ।.
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ, ବା ଆକ୍ୟୁଟ କୋଲାଞ୍ଜାଇଟିସ ବା କେବଳ କୋଲାଞ୍ଜାଇଟିସ (ଇଂରାଜୀ ଭାଷାରେ Ascending cholangitis, also known as acute cholangitis or simply cholangitis) ଏକ ପିତ୍ତନଳୀର ସଂକ୍ରମଣ (infection) ଯାହା ଜୀବାଣୁ ଯୋଗୁ ପ୍ରାୟ ହୁଏ ଓ ଡୁଓଡେନମ ମଧ୍ୟରେ ଥିବା ଆମ୍ପୁଲା ଅଫ ଭାଟରରରୁ (its junction) ସଂକ୍ରମଣ ଉର୍ଦ୍ଧ୍ୱକୁ ଯାଏ । ପିତ୍ତାସ୍ମରୀଦ୍ୱାରା (gallstone) ପିତ୍ତନଳୀ ଅବରୋଧ ହୋଇଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ । ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ ଏକ ଡାକ୍ତରୀ ଜରୁରୀ ଅବସ୍ଥା (medical emergency) । ଏହି ରୋଗ ହେଲେ ଚର୍ମ ଓ ଆଖିର ଧଳା ଅଂଶ ହଳଦିଆ ଦେଖାଯାଏ, ଜ୍ୱର, ଉଦର ଯନ୍ତ୍ରଣା (abdominal pain) ଓ ସାଂଘାତିକ ହୋଇଥିଲେ ନିମ୍ନ ରକ୍ତଚାପ (low blood pressure) ତଥା ଗୋଳମାଳିଆ ମାନସିକ ସ୍ଥିତି (confusion) ଜାତ ହୋଇପାରେ । ଆରମ୍ଭରୁ ଶିରାଭ୍ୟନ୍ତର ତରଳ ପଦାର୍ଥ (en:intravenous fluid|) ଓ ଆଣ୍ଟିବାୟୋଟିକ (antibiotic) ଦିଆଯାଏ କିନ୍ତୁ ଅନ୍ତର୍ନିହିତ ସମସ୍ୟା ଯେପରିକି ପିତ୍ତାସ୍ମରୀ ଓ ସରୁ ପିତ୍ତନଳୀ narrowing ହୋଇଯାଇଥାଇପାରେ । ତେଣୁ ଏଣ୍ଡୋସ୍କୋପି (endoscopy) କରି ଅଧିକ ପରୀକ୍ଷା ନିରୀକ୍ଷା ଓ ପିତ୍ତନଳୀ ଅବରୋଧ ଦୂର କରିବା ଚିକିତ୍ସା କରାଯାଏ । ଏହି କୋଲାଞ୍ଜାଇଟିସ ଶବ୍ଦଟି ତିନୋଟି ଗ୍ରୀକ ଭାଷାର ଶବ୍ଦରୁ ନିଆଯାଇଛି; କୋଲ ଅର୍ଥ ପିତ୍ତ, ଆଞ୍ଜ ଅର୍ଥ ରକ୍ତନଳି ଓ ଆଇଟିସ ଅର୍ଥ ପ୍ରଦାହକୁ ବୁଝାଏ ।(The word is from Greek chol-, bile + ang-, vessel + -itis, inflammation)
ତୁର୍କୀ (ଆନୁଷ୍ଠାନିକ ନାମ ତୁର୍କୀ ଗଣତନ୍ତ୍ର) ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ । ଏହାର କିଛି ଅଂଶ ଯୁରୋପର ବଲକାନ ଉପଦ୍ୱୀପ ଓ କିଛି ଅଂଶ ପଶ୍ଚିମ ଏସିଆର ଆନାତୋଲିଆ ଉପଦ୍ୱିପରେସ୍ଥିତ । ଏହାର ଉତ୍ତର-ପଶ୍ଚିମ ଦିଗ ଗ୍ରୀସ୍ ଏବଂ ବୁଲଗେରିଆ ,ଉତ୍ତର ଦିଗ କୃଷ୍ଣ ସାଗର ଉତ୍ତର-ପୂର୍ବ ଜର୍ଜିଆ ଦ୍ୱର ଘେରା । ସେହି ପରି ପୂର୍ବ ଦିଗ ଆର୍ମେନିଆ, ଆଜେରବାଇଜାନ ଏବଂ ଇରାନ ; ଦକ୍ଷିଣ ପୂର୍ବ ଦିଗ ଇରାକ ; ଦକ୍ଷିଣରେ ସିରିଆ ଏବଂ ଭୂମଧ୍ୟସାଗର; ଏବଂ ପଶ୍ଚିମ ଏଜିଅନ୍ ସାଗର ନିକଟରେସ୍ଥିତ । ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ନାଗରିକ ତୁର୍କୀ ସମ୍ପ୍ରଦାୟର ବୋଲି ପରିଚିତ ଏବଂ ୧୫ରୁ ୨୦ ପ୍ରତିଶତ କୁର୍ଦ୍ଦ ସମ୍ପ୍ରଦାୟର । ଉଭୟ ୟୁରୋପ ଏବଂ ଏସିଆରେ ବିସ୍ତୃତ ଇସ୍ତାନବୁଲ , ଦେଶର ବୃହତ୍ତମ ସହର ଏବଂ ଆଙ୍କାରା ଏହାର ରାଜଧାନୀ ଅଟେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
କ୍ରନିକ ବୃକ୍କ ରୋଗ (ଇଂରାଜୀ ଭାଷାରେ Chronic kidney disease ବା ସିକେଡି/ CKD) ଏକ ପ୍ରକାର ବୃକ୍କ ରୋଗ (kidney disease) ଯେଉଁଥିରେ ମାସ ମାସ ଓ ବର୍ଷ ବର୍ଷା ଧରି ବୃକ୍କର କାର୍ଯ୍ୟ (kidney function) ସମ୍ପାଦନ ହୋଇପାରେନି । ଆରମ୍ଭରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପରବର୍ତ୍ତୀ କାଳରେ ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ବିକଶିତ ହୁଏ । ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ, ରେନାଲ ଓଷ୍ଟିଓଡିସଟ୍ରୋଫି (bone disease) ଓ ଆନିମିଆ ହୋଇପାରେ ।ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍କ ରୋଗ (polycystic kidney disease) ଇତ୍ୟାଦି ରୋଗଗୁଡ଼ିକ ଏହି କ୍ରନିକ ବୃକ୍କ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ପରିବାରରେ ଏହି ରୋଗ ଇତିହାସ ଥିଲେ ପରବର୍ତ୍ତୀ ପଢ଼ିର ରୋଗ ସଙ୍କଟ ରହିପାରେ । ରକ୍ତ ପରୀକ୍ଷାରୁ (Blood tests) ଜିଏଫଆର ମାପ କରି ଓ ମୂତ୍ର ପରୀକ୍ଷାରୁ (urine tests) ଆଲବୁମିନ ପରିମାଣ ମାପ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ରେନାଲ ଅଲଟ୍ରାସାଉଣ୍ଡ (ultrasound) ଓ ବୃକ୍କ ବାୟୋପ୍ସି (kidney biopsy) କରି ଅନ୍ତର୍ନିହିତ କାରଣ ଖୋଜିହୁଏ । ଏହାର ଅନେକ ପ୍ରକାର ବର୍ଗୀକରଣ କରାଯାଇଛି ।ଏହି ରୋଗ ସଙ୍କଟାପନ୍ନ ଲୋକଙ୍କର ନିୟମିତ ସ୍କ୍ରୀନିଙ୍ଗ କରିବା ଉଚିତ । ପ୍ରାରମ୍ଭିକ ଭାବରେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା କରାଯାଏ । ଏନଏସଏଆଇଡି (NSAIDs) ଦେବାକୁ ନିଷେଧ କରାଯାଏ । ଖାଦ୍ୟ ପରିବର୍ତ୍ତନ କରିବା ସହିତ ସକ୍ରିୟ ଜୀବନଯାପନ କରିବାକୁ ଉପଦେଶ ଦିଆଯାଏ । କେତେକ ରୋଗରେ ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy) ବା ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant) କରାଯାଏ । ଆନିମିଆ ଓ ହାଡ଼ ରୋଗର ମଧ୍ୟ ଉପଯୁକ୍ତ ଚିକିତ୍ସା କରାଯାଏ ।ସନ ୨୦୧୬ରେ ସାରା ପୃଥିବୀରେ ୪୧୭ ଜଣ ମହିଳା ଓ ୩୩୬ ଜଣ ପୁରୁଷଙ୍କ ସହିତ ମୋଟ ୭୫୩ ଜଣ ଲୋକ ଏହି କ୍ରନିକ ବୃକ୍କ ରୋଗରେ ଆକ୍ରାନ୍ତ ହୋଇଥିଲେ । ସନ ୨୦୧୫ରେ ପ୍ରାୟ ୧.୨ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ୫୫୦,୦୦୦ ଜଣ, ମଧୁମେହରେ ୪୧୮,୦୦୦ ଜଣ ଓ ଗ୍ଲୋମେରୁନେଫ୍ରାଇଟିସରେ ୨୩୮,୦୦୦ ଜଣ ରୋଗାକ୍ରାନ୍ତ ଥିଲେ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ବିଷ୍ଣୁ (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି । ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା । ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ । ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ । ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା । ତାଙ୍କର ଅନ୍ୟନାମ ନାରାୟଣ ।
ଦାମୋଦର ରାଉତ (୨ ଜୁଲାଇ ୧୯୪୨–୨୨ ମାର୍ଚ୍ଚ ୨୦୨୪) ଜଣେ ଚିକିତ୍ସକ ଓ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଯାଇଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଲୋଫର୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ ପଣ୍ଡା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଓ ଅର୍ଚ୍ଚିତା । ମିହିର ଦାସ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ ରାଉତରାୟ, ମୀନକେତନ, ବିରେଶ ମିଶ୍ର, ଲଭ୍ଲି, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ଉତ୍ତମ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କାଲସିଟ୍ରିଓଲ ହେଉଛି ଭିଟାମିନ ଡି ବା 'ଜୀବସାର ଘ'ର ଏକ ସକ୍ରିୟ ରୂପ ଯାହା ସାଧାରଣତଃ ବୃକ୍କରେ ତିଆରି ହୁଏ | କମ୍ ରକ୍ତ କ୍ୟାଲସିୟମ୍ ହେଉଥିବା ବୃକ୍କ ରୋଗ, ହାଇପରପାରାଥାରଏଡିଜ୍ମ; ହାଇପୋପାରାଥାଇରଏଡିଜମ, ଓଷ୍ଟିଓପୋରୋସିସ୍, ଓଷ୍ଟିଓମାଲାସିଆ ଓ ଫାମିଲିଆଲ ହାଇପୋଫସଫାଟେମିଆ ରୋଗର ଚିକିତ୍ସା ପାଇଁ ଏହି ଉତ୍ପାଦିତ ଆକାରର ଔଷଧ ବ୍ୟବହୃତ ହୁଏ | ଏହା ପାଟିରେ କିମ୍ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ | ଅତ୍ୟଧିକ ପରିମାଣରେ ଦେଲେ ସାଧାରଣତଃ ଦୁର୍ବଳତା, ମୁଣ୍ଡବିନ୍ଧା, ବାନ୍ତି, କୋଷ୍ଠକାଠିନ୍ୟ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ପେଟ ଯନ୍ତ୍ରଣା ହୁଏ | ସାଂଘାତିକ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ଏବଂ ଆନାଫାଇଲକ୍ସିସ୍ ହୋଇପାରେ | ଔଷଧ ଦେବା ଆରମ୍ଭ ହେବା ପରେ ଏବଂ ଏହାର ମାତ୍ରା ପରିବର୍ତ୍ତନ ହେବା ପରେ ନିୟମିତ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ | କ୍ୟାଲସିଟ୍ରିଓଲ ମୁଖ୍ୟତଃ ଅନ୍ତନଳୀରୁ କ୍ୟାଲସିୟମ ଗ୍ରହଣ ମାତ୍ରା ବୃଦ୍ଧି କରି ରକ୍ତ କ୍ୟାଲସିୟନ (Ca 2+ ) ମାତ୍ରା ବୃଦ୍ଧି କରିଥାଏ | ୧୯୭୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ନିମନ୍ତେ କାଲସିଟ୍ରିଓଲ୍ ଅନୁମୋଦିତ ହୋଇଥିଲା | ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସ ମୂଲ୍ୟ ୯.୭୦ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୭ ଡଲାର ଥିଲା । ଯୁକ୍ତରାଷ୍ଟ୍ରରେ ୨୦୨୭ରେ ମସିହାରେ ଏହା ୨୫୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା |
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
[[Category: with short description]]ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କରିବା ପାଇଁ ଗଠିତ କରାଯାଇଥିଲା, କିନ୍ତୁ କିଛି ଅସୁବିଧା ପାଇଁ ତାହା ୨୪ବର୍ଷ ପରେ ୧୯୭୨ମସିହାରେ ରାଜଧାନୀ ହେଲା । ଏହି ନଗର, ଯାହାକି ଏକ ଗାଁ ଥିଲା, ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ରଞ୍ଜନରଶ୍ମି ଏକ ବିଦ୍ୟୁତ-ଚୁମ୍ବକୀୟ ବିଚ୍ଛୁରିତ ରଶ୍ମି । ଅନେକ ଭାଷାରେ ଏହାକୁ ୱିଲହେମ ରଣ୍ଟଜେନଙ୍କ ନାମ ଅନୁସାରେ ରଣ୍ଟଜେନ ରଶ୍ମି କହନ୍ତି । ଏହା ଏକ ଅଜଣା ରଶ୍ମି ହୋଇଥିବାରୁ ରଣ୍ଟଜେନ ଏହାର ନାମକରଣ X-ray କରିଥିଲେ । ଇଂରାଜୀରେ ଏହାକୁ ବିଭିନ୍ନ ପ୍ରକାର ଲେଖାଯାଏ, ଯଥା- x-ray(s), xray(s) and X ray(s) । ରଞ୍ଜନରଶ୍ମିର ୱେଭଲେନ୍ଥଅଲ୍ଟ୍ରାଭାୟୋଲେଟ ଅପେକ୍ଷା କମ ଓ ଗାମା ରଶ୍ମି ଅପେକ୍ଷା ଅଧିକ । ଅଧିକାଂଶ ରଞ୍ଜନରଶ୍ମିର ୱେଭଲେନ୍ଥ୦.୦୧ରୁ ୧୦ ନାନୋମିଟର ଥାଏ । ଡାକ୍ତରୀ ଓ କାରଖାନା ବ୍ୟବହାର ନିମନ୍ତେ ଏହାଠାରୁ ଅଧିକ ଏନର୍ଜିରର ରଶ୍ମି ପ୍ରସ୍ତୁତ କରାଯାଏ । ରେଡିଓଥେରାପି ନିମନ୍ତେ ୬ରୁ ୨୦ MeV ରଶ୍ମି ବ୍ୟବହାର କରାଯାଏ । ଇଲେକ୍ଟ୍ରନ (electrons)ଦ୍ୱାରା ରଞ୍ଜନରଶ୍ମି ଜାତ ହୁଏ ଓ ଆଟମିକ ନ୍ୟୁକ୍ଲିଅସ (atomic nucleus)ଦ୍ୱାରା ଗାମା ରଶ୍ମି ଜାତ ହୁଏ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ
ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ ବା ଡିଏଚଏ/ପିପିକ୍ୟୁ (ଇଂରାଜୀ ଭାଷାରେ Dihydroartemisinin/piperaquine/ DHA/PPQ) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । ଏହି ଔଷଧରେ ଡାଇହାଇଡ୍ରୋଆର୍ଟେମିସିନିନ (dihydroartemisinin) ଓ ପିପେରାକୁଇନ (piperaquine) ଔଷଧଦ୍ୱୟ ଥାଏ । ନିର୍ଦ୍ଦିଷ୍ଟ ଭାବରେ ପି ଫାଲସିପାରମ (P. falciparum) ଓ ପି ଭାଇଭାକ୍ସ (P. vivax) ଧରଣର ମ୍ୟାଲେରିଆ ନିମନ୍ତେ ଦିଆଯାଏ । ଏହା ପାଟିରେ ଦିଆଯାଏ ।କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । କ୍ୟୁଟି ପ୍ରଲୋଙ୍ଗେସନ (QT prolongation) ହେବାର ସମ୍ଭାବନା ରହେ । ପିଲାଙ୍କ ବ୍ୟବହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ । ପ୍ରାକ୍ ଗର୍ଭାବସ୍ଥାରେ ଏହା ଦେବା ବିଧେୟ ନୁହେଁ । ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି । ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ । ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ ।
ମୁନ୍ନା ଖାଁ ଜଣେ ଓଡ଼ିଆ ଅଭିନେତା ଏବଂ ରାଜନୀତିଜ୍ଞ । ସେ ୧୯୮୭ ମସିହାର ଓଡ଼ିଆ କଥାଚିତ୍ର କସ୍ତୁରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଏବଂ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । ସେ ଗଙ୍ଗ ଶିଉଳି, ମମତାର ଡୋରୀ, ଜୀବନ ଧାରା, ଜୀବନ ମୃତ୍ୟୁ ଶାଶୁଘର ଚାଲିଯିବି, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ମୁଁ କ'ଣ ଏତେ ଖରାପ, ମୁଁ ପ୍ରେମୀ ମୁଁ ପାଗଳ, ତୁ ମୋ ସୁନା ତୁ ମୋ ହୀରା, ବଧୂ ନୁହେଁ ମୁଁ ବନ୍ଧୁ, ନଈ ସେପାରୀ କନକ ଗୋରୀ, ସେଲଫିସ୍ ଦିଲ୍, କିଛି ଖଟା କିଛି ମିଠା, ପ୍ରେମ ଋତୁ ଆସିଲାରେ ଭଳି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ମୁନ୍ନା ଖାଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ସୁରେନ୍ଦ୍ର ସିଂହ ଭୋଇ (ଜନ୍ମ: ୬ ମଇ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ଓ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।