ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ପାରାସିଟାମଲ, ଅନ୍ୟ ନାମ ଆସେଟାମିନୋଫେନ ବା ଏପିଏପି, ଏକ ଔଷଧ ଯାହା ଯନ୍ତ୍ରଣା ଓ ଜ୍ୱର ନିମନ୍ତେ ଦିଆଯାଏ । ଏହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣାରେ ଦିଆଯାଏ । ପିଲାମାନେ ଜ୍ୱରରେ ଏହି ଔଷଧଦ୍ୱାରା କମ୍ ଉପକାର ପାଇବା ଜଣାଯାଏ । ଏହା ଅନ୍ୟ ଔଷଧ ସହ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ଯେପରିକି ସର୍ଦ୍ଦି ଔଷଧରେ ଥାଏ । ଅପରେଶନ ପରେ ବା କର୍କଟ ରୋଗରେ ହେଉଥିବା କଷ୍ଟ ନିମନ୍ତେ ଏହା ସହିତ ଓପିଅଏଡ ଔଷଧ ମିଶେଇ ଦିଆଯାଏ । ଏହା ପାଟିରେ ଦିଆଯାଏ ବା ମଳଦ୍ୱାରରେ ଭର୍ତ୍ତି କରି ଦିଆଯାଏ: ଶିରାଭ୍ୟନ୍ତରରେ ମଧ୍ୟ ଦିଆଯାଏ । ଔଷଧ ପ୍ରଭାବ ୨ରୁ ୪ ଘଣ୍ଟା ରହେ ।ଉପଦେଶ ଅନୁଯାୟୀ ପାରାସେଟାମୋଲ ମାତ୍ରା ନେଲେ ନିରାପଦ ହୁଏ । ସାଂଘାତିକ ଚର୍ମ ରାସ କ୍ୱଚିତ ହୁଏ । ଅତ୍ୟଧିକ ମାତ୍ରାର ଔଷଧ ନେଲେ ଯକୃତ ଫେଲ୍ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ । ଯକୃତ ରୋଗ ଥିଲେ ଏହା ଅଳ୍ପ ମାତ୍ରାରେ ଦିଆଯାଏ । ପାରାସେଟାମୋଲ ଏକ ସାମାନ୍ୟ ଯନ୍ତ୍ରଣାନିରୋଧୀ ଶ୍ରେଣୀର ଔଷଧ । ଏହା ଉଲ୍ଲେଖନୀୟ ପ୍ରଦାହନିବାରକ ନ ହୋଇ କିପରି କାମ କରେ ତାହା ସ୍ପଷ୍ଟରୂପେ ଜଣାଯାଇ ନାହିଁ ।ପାରାସିଟାମଲ ସନ ୧୮୭୭ ଖ୍ରୀଷ୍ଟାବ୍ଦରେ ଆବିଷ୍କୃତ ହୋଇଥିଲା । ୟରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯନ୍ତ୍ରଣା ଓ ଜ୍ୱର ନିମନ୍ତେ ଦିଆଯାଏ । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହେଲେ ମଧ୍ୟ ଟାଇଲେନଲ ଓ ପାନାଡୋଲ ଭଳି ଅନ୍ୟ ନାମରେ ମିଳେ । ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୧ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ମୂଲ୍ୟ ୦.୦୪ ଡଲାର ।
କାପୋସିସ ସାର୍କୋମା (ଇଂରାଜୀ ଭାଷାରେ Kaposi's sarcoma/ KS) ଏକ ପ୍ରକାର କର୍କଟ ରୋଗ ଯେଉଁଥିରେ ଚର୍ମ, ଲସିକା ଗ୍ରନ୍ଥି ବା ଅନ୍ୟାନ୍ୟ ଅଙ୍ଗମାନଙ୍କରେ (organs) ଫୁଲା ବା ଗୋଟାଳି ହୁଏ । ଏହି ଫୁଲା ବା ଦାଗର ରଙ୍ଗ ପରପ୍ଲ (Purple) ହୋଇଥାଏ । ଏହା ସୀମିତ ସ୍ଥାନରେ ବା ବିଚ୍ଛୁରିତ ଭାବରେ ଦେଖାଯାଇପାରେ । ଧୀରେ ଧୀରେ ବା ଦୃତ ଗତିରେ ଏହାର ଅବସ୍ଥା ଦିନକୁ ଦିନ ଖରାପ ଦିଗକୁ ଗତି କରେ । ଏହା ଫୁଲା ବା ସମତଳ ଆକାରର ହୋଇପାରେ । ସମସ୍ତ ରୋଗୀଙ୍କର ମାନବ ହର୍ପିସଭୁତାଣୁ ୮/(ଏଚଏଚଭି୮) (Human herpesvirus 8?
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ଵରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଚୀନୀ କଲରାପତ୍ରିଆ ବାଘ (ଇଂରାଜୀରେ Chinese leopard) ବୋଲି କଲରାପତ୍ରିଆ ବାଘଙ୍କ କୌଣସି ସ୍ୱତନ୍ତ୍ର ଉପପ୍ରଜାତି ନାହିଁ । କିନ୍ତୁ ଚୀନର ଭୌଗୋଳିକ ସୀମାରେ କଲରାପତ୍ରିଆ ବାଘଙ୍କର କିଛି ଉପପ୍ରଜାତିମାନ ଦେଖାଯାନ୍ତି ଓ ସେମାନଙ୍କୁ ଚୀନୀ କଲରାପତ୍ରିଆ ବାଘ ବୋଲି ଭ୍ରମାତ୍ମକ ଭାବେ କୁହୀଯାଇଥାଏ । ନିମ୍ନଲିଖିତ ଉପପ୍ରଜାତିର କଲରାପତ୍ରିଆ ବାଘ ଚୀନରେ ଦେଖାଯାନ୍ତି । ଆମୁର କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଓରିଏଣ୍ଟାଲିସ୍ P. p. orientalis): ଉତ୍ତର ଚୀନର ଜିଲିନ୍ ପ୍ରାନ୍ତରେ ହୁନ୍ଚୁନ୍ ଜାତୀୟ ପ୍ରକୃତି ଅଭୟାରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଯାଇ କିଛି ଆମୁର କଲରାପତ୍ରିଆ ବାଘଙ୍କ ସନ୍ଧାନ ମିଳିଥିଲା । ଲମ୍ବା ଓ ଉଚ୍ଚ କଣ୍ଟା ତାରବାଡ଼ ଥିବା ସତ୍ତ୍ୱେ ଏହି କଲରାପତ୍ରିଆ ବାଘମାନେ ତୁମେନ୍ ନଦୀ ବାରମ୍ବାର ପାର କରି ଅନାୟାସରେ ଋଷ, ଚୀନ ଓ ଉତ୍ତର କୋରିଆର ଅନ୍ତରାଷ୍ଟ୍ରୀୟ ସୀମା ମଧ୍ୟରେ ଯିବା ଆସିବା କରୁଥାନ୍ତି । ଇଣ୍ଡୋଚୀନୀ କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଡେଲାକୁରି P. p. delacouri): ଦକ୍ଷିଣ ଚୀନର ୟୁନାନ୍ ପ୍ରାନ୍ତରେ ଏହି କଲରାପତ୍ରିଆ ଉପପ୍ରଜାତି ଦେଖାଯାନ୍ତି । ପର୍ଲ୍ ନଦୀ ଏକ ପ୍ରାକୃତିକ ବାଧା ପରି ଏହି କଲରାପତ୍ରିଆ ଉପପ୍ରଜାତିକୁ ଉତ୍ତରସ୍ଥ ଅନ୍ୟ ଉପପ୍ରଜାତିଙ୍କଠାରୁ ବିଚ୍ଛିନ୍ନ କରି ରଖିଛି । ଭାରତୀୟ କଲରାପତ୍ରିଆ ବାଘ (ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡସ୍ ଫୁସ୍କା P. p.
ସେରେବ୍ରାଲ ଆନିଉରିଜିମ ଏକ ରୋଗ ଯେଉଁଥିରେ ମସ୍ତିଷ୍କରେ ଥିବା କୌଣସି ଏକ ରକ୍ତନଳୀ ସ୍ଥାନୀୟ ଭାବରେ ବେଲୁନ ଭଳି ଫୁଲିଯାଏ । ଅଧିକାଂଶ କ୍ଷେତ୍ରରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ | ବେଳେବେଳେ ମୁହଁକୁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାଇବାରେ ଅସୁବିଧା ହୁଏ, ଯନ୍ତ୍ରଣା କିମ୍ବା କାଲୁଆ ଲାଗିପାରେ | ରୋଗ ଜଟିଳ ହେଲେ ସାବାରାକନଏଡ ହେମୋରେଜ ହୋଇପାରେ, ଯାହା ଯାହା ଯୋଗୁ ହଠାତ୍ ପ୍ରବଳ ମୁଣ୍ଡବିନ୍ଧାଆରମ୍ଭ ହୋଇଥାଏ | ଏହାର ସଙ୍କଟ କାରକ ଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମପାନ, ଦୂଷିତ ମଦ୍ୟପାନ, କୋକେନ, ମୁଣ୍ଡରେ ଆଘାତ, ଇନଫେକ୍ଟିଭ ଏଣ୍ଡୋକାର୍ଡ଼ିଆଟିସ ବା ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍ ଏବଂ ପାରିବାରକ ଇତିହାସ ଉଲ୍ଲେଖନୀୟ | ଅନେକ ଗୁଡ଼ିଏ ଜେନେଟିକ୍ ଅବସ୍ଥା ଯେପରିକି ଅଟୋସୋମାଲ ଡୋମିନାଣ୍ଟ ପଲିସିସ୍ଟିକ ବୃକ୍କ ରୋଗ ଏବଂ ଏହଲର୍ସ-ଡାନଲୋସ୍ ସିଣ୍ଡ୍ରୋମ ଥିଲେ ଅଧିକ ସଙ୍କଟ ରହେ | ଏହି ରୋଗର ବିଭିନ୍ନ ପ୍ରକାର ଥାଏ ଯଥା: ସାକୁଲାର୍, ଫ୍ୟୁଜିଫର୍ମ ଏବଂ ସଂକ୍ରାମକ | ସାଧାରଣତଃ ମେଡିକାଲ ଇମେଜିଙ୍ଗ କରି ଏହି ରୋଗ ନିର୍ଣ୍ଣୟ କରାଯାଏ | ରୋଗର ସ୍ଥାନୀୟ ଆକାର, ଅବସ୍ଥାନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଚିକିତ୍ସା ନିର୍ଭର କରେ | ଆନିଉରିଜିମ ୭ ମିଲିମିଟରରୁ ଅଧିକ ହୋଇଥିଲେ ସାଧାରଣତଃ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ | ଛୋଟ ଆନିଉରିଜିମ ରୋଗର ଚିକିତ୍ସା ଅସ୍ପଷ୍ଟ ଏବଂ ଏହା ବୃଦ୍ଧିକୁ ନିରୀକ୍ଷଣ କରାଯାଇପାରେ | ଏଣ୍ଡୋଭାସ୍କୁଲାର କଏଲିଙ୍ଗ ବା ସର୍ଜିକାଲ କ୍ଲିପିଙ୍ଗ କରି ଏହାର ଚିକିତ୍ସା କରାଯାଇପାରିବ | ପ୍ରାୟ ୩% ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି | ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ସମାନ ଭାବରେ ଏହି ରୋଗ ହୁଏ | ସେଗୁଡ଼ିକ ସାଧାରଣତଃ ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ | ସମସ୍ତ ମୃତ୍ୟୁର କାରଣ ମଧ୍ୟରୁ ପ୍ରାୟ ୦.୫% ଏହି ରୋଗ କାରଣରୁ ହୁଏ । ଆନିଉରିଜମ ଫାଟିବାର ତିନି ମାସ ମଧ୍ୟରେ ମୃତ୍ୟୁ ହେବା ଆଶଙ୍କା ପ୍ରାୟ ୫୦ % ଅଟେ । ଏହି ରୋଗର ପ୍ରଥମ ବର୍ଣ୍ଣନା ପ୍ରଥମେ ୧୭୬୫ ମସିହାରେ କରାଯାଇଥିଲା
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ମିଳିମିଳା (ଇଂରାଜୀରେ ମିଜିଲ୍ସ ବା ରୁବିଓଲା ବା ରେଡ ମିଜିଲ୍ସ ଯଥାକ୍ରମେ Measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ । ମିଳିମିଳା ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ବ୍ୟାପେ । ଲାଳ ଓ ନାକରୁ ବାହାରୁଥିବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହି ରୋଗ ମଧ୍ୟ ବ୍ୟାପେ । ଏହି ରୋଗ ପ୍ରତି ଇମ୍ମ୍ୟୁନିଟି ନ ଥିବା ପ୍ରତି ୧୦ ଜଣରେ ୯ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ରାସ ବା ଚର୍ମ ଲକ୍ଷଣ ପ୍ରକାଶ ପାଇବାର ୪ ଦିନ ପୂର୍ବରୁ ଓ ୪ ଦିନ ପର ପର୍ଯ୍ୟନ୍ତ ରୋଗୀ ସଂକ୍ରମଣକ୍ଷମ ରହେ । ଲୋକମାନେ ସାଧାରଣତଃ ଥରେ ଏହି ରୋଗ ଭୋଗନ୍ତି । ଜନ ସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ କୌଣସି ରୋଗୀକୁ ମିଳିମିଳା ସନ୍ଦେହ କଲେ ତାହାର ଭୁତାଣୁ ପରୀକ୍ଷା କରାଯାଏ । ମିଳିମିଳା ପ୍ରତିଷେଧ ନିମନ୍ତେ ମିଳିମିଳା ଟିକା ଅତି ଫଳପ୍ରଦ । ଟିକାକରଣଦ୍ୱାରା ସନ ୨୦୦୦ରୁ ୨୦୧୩ ମଧ୍ୟରେ ମିଳିମିଳା ଜନିତ ମୃତ୍ୟୁ ହାର ୭୫ % କମିଛି ଓ ସାରା ପୃଥିବୀରେ ୮୫ % ପିଲାଙ୍କୁ ଟିକା ଦିଆହୋଇଛି । ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ସାହାଯ୍ୟକାରୀ ଯତ୍ନ କଲେ ଫଳାଫଳ ଉନ୍ନତ ହୁଏ । ପାଟି ଜଳଯୋଜନ ନିମନ୍ତେ ସାମାନ୍ୟ ମିଠା ଓ ଲୁଣିଆ ତରଳ ପଦାର୍ଥ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦିଆଯାଏ, ଜ୍ୱର ନିୟନ୍ତ୍ରଣ ନିମନ୍ତେ ଔଷଧ ଦିଆଯାଏ । ନିମୋନିଆ ଭଳି ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଇପାରେ । ବିକାଶଶୀଳ ଦେଶରେ ଭିଟାମିନ ଏ ଦିଆଯାଏ । ଏହି ରୋଗ ବାର୍ଷିକ ୨୦ ନିୟୁତ ଲୋକଙ୍କୁ ଆକ୍ରମଣ କରେ, ଅଧିକ ଭାବେ ଆଫ୍ରିକା ଓ ଏସିଆ ମହାଦେଶରେ । ଟିକା ପ୍ରତିଷେଧକ ଥିବା ରୋଗ ଭିତରେ ସର୍ବାଧିକ ମୃତ୍ୟୁ ଏହି ରୋଗ ଯୋଗୁ ହୁଏ । ସନ ୧୯୯୦ରେ ୫୪୫,୦୦୦ ମୃତ୍ୟୁ ଏହି ରୋଗ ଯୋଗୁ ହୋଇଥିବା ବେଳେ ସନ ୨୦୧୩ରେ ୮୬,୦୦୦ ମୃତ୍ୟୁ ହୋଇଥିଲା । ସନ ୧୯୮୦ରେ ବାର୍ଷିକ ୨.୬ ନିୟୁତ ମୃତ୍ୟୁ ହେଉଥିଲା । ଅଧିକାଂଶ ସଂକ୍ରମିତ ଓ ମୃତ ରୋଗୀ ୫ ବର୍ଷ ବୟସରୁ କମ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ୦.୨ % ଲୋକଙ୍କ ମୃତ୍ୟ ସଙ୍କଟ ଥାଏ, କିନ୍ତୁ କୁପୋଷଣ ଥିଲେ ୧୦ % ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ । ଅନ୍ୟ ପଶୁମାନଙ୍କୁ ଏହି ରୋଗ ହେବା ବିଶ୍ୱାସ କରାଯାଏ ନାହିଁ ।
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ । ଏହି ଠିକଣାଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
[[Category: with short description]]ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଆନ୍ତ୍ରିକ ଅବରୋଧ ବା ଇଣ୍ଟେସ୍ଟାଇନାଲ ଅବସ୍ଟ୍ରକସନ (ଇଂରାଜୀ ଭାଷାରେ Bowel obstruction) ଏକ ଏଭଳି ରୋଗ ଯେଉଁଥିରେ ଅନ୍ତନଳୀର ଯାନ୍ତ୍ରିକ ବା କ୍ରିୟାତ୍ମକ ଅବରୋଧ ହୋଇ ହଜମ ପ୍ରକ୍ରିୟାରେ ଥିବା ଖାଦ୍ୟ ଆଗକୁ ଯାଇପାରେ ନାହିଁ । ଏହାଦ୍ୱାରା କ୍ଷୁଦ୍ରାନ୍ତ୍ର ବା ବୃହଦନ୍ତ୍ର ପ୍ରଭାବିତ ହୋଇପାରେ । ଏହି ରୋଗରେ ଉଦର ଯନ୍ତ୍ରଣା (abdominal pain) ଓ ବାନ୍ତି (vomiting) ହୁଏ, ଉଦର ଫୁଲିଯାଏ (bloating) ଓ ବାୟୁ ଯିବା ବନ୍ଦ ହୋଇଯାଏ । ହଠାତ ସାଂଘାତିକ ଉଦର ଯନ୍ତ୍ରଣାର (severe abdominal pain of sudden onset) କାରଣ ମଧ୍ୟରୁ ୫ରୁ ୧୫% କେବଳ ଆନ୍ତ୍ରିକ ଅବରୋଧ ଯୋଗୁ ହୁଏ ଯାହା ଯୋଗୁ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ ।ଆନ୍ତ୍ରିକ ଅବରୋଧର କାରଣ: ଅନ୍ତନଳୀ ସଂଲଗ୍ନତା (adhesions), ହାର୍ନିଆ, ଭଲଭ୍ୟୁଲସ,ଏଣ୍ଡୋମେଟ୍ରିଓସିସ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ଆପେଣ୍ଡିସାଇଟିସ, ଅର୍ବୁଦ (tumor), ଡାଇଭର୍ଟିକୁଲାଇଟିସ (diverticulitis), ଇସକେମିକ ବାୱେଲ (ischemic bowel), ଯକ୍ଷ୍ମା, ଓ ଇଣ୍ଟସସେପସନ (intussusception).
ଜେରୋଷ୍ଟୋମିଆ, ଯାହାକୁ ଶୁଖିଲା ପାଟି କୁହାଯାଏ, ପାଟିର ଏକ ଅବସ୍ଥା ଯେଉଁଥିରେ ପଟିକୁ ଓଦା ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଳ ନଥାଏ । ଅନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଫାଟିଯାଇଥିବା ଓଠ କିମ୍ବା ଶୁଖିଲା ଓଠ ହୋଇପାରେ । ଜଟିଳତା ମଧ୍ୟରେ ଲାଳ ପୂର୍ଣ୍ଣ ଖୋପ, ସ୍ୱାଦ ହ୍ରାସ, ଖରାପ ନିଶ୍ୱାସ ଏବଂ ଚୋବାଇବା, ଗିଳିବା କିମ୍ବା କଥାବାର୍ତ୍ତା ହେବାରେ ଅସୁବିଧା ହୋଇପାରେ । କାରଣଗୁଡିକ ମଧ୍ୟରେ କିଛି ଔଷଧ, ଜୋଗ୍ରେନ ସିଣ୍ଡ୍ରୋମ, ଏଚ୍.ଆଇ.ଭି/ଏଡସ୍, ମଧୁମେହ, ଅଟୋମ୍ୟୁମ୍ୟୁନ ରୋଗ ଏବଂ ବିକିରଣ ଚିକିତ୍ସା ହୋଇପାରେ । ଏହି ଅବସ୍ଥା ସୃଷ୍ଟିକାରୀ ଔଷଧ ମଧ୍ୟରେ ଫୁରୋସେମାଇଡ୍, ଆଣ୍ଟିକୋଲିନଜିକ୍ସ, ଆଣ୍ଟିହିଷ୍ଟାମିନ୍ସ, ରକ୍ତଚାପର ଔଷଧ, ଅବସାଦ ରୋଧୀ ଔଷଧ ଓ କେମୋଅଥେରାପି ଇତ୍ୟାଦି ଉଲ୍ଲେଖନୀୟ । ପାଟି ବାଟେ ପ୍ରଶ୍ୱାସ ନିଶ୍ୱାସ କ୍ରିୟା କଲେ ମଧ୍ୟ ଏହି ସଙ୍କଟ ସୃଷ୍ଟି ହୁଏ । ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଚୁଇଙ୍ଗମ ଚୋବେଇବା, ଧୂମପାନ ବନ୍ଦ କରିବା, ରାତିରେ ହ୍ୟୁମିଡିଫ।ୟାର ବା ଆର୍ଦ୍ରତା ବ୍ୟବହାର କରିବା ଏବଂ ଲାଳ ବଦଳାଇବା ପଦାର୍ଥ ବ୍ୟବହାର କଲେ ଏହି ଅବସ୍ଥାରେ ସାହାଯ୍ୟ ମିଳିଥାଏ । ପାଇଲୋକାର୍ପିନ୍, ଫାଇସୋଷ୍ଟିଗମାଇନ୍ କିମ୍ବା ସେଭିମେଲାଇନ ଔଷଧ ବ୍ୟବହାର କରାଯାଇପାରେ । ଫଳାଫଳଗୁଡିକ ମୂଳ କାରଣ ଉପରେ ନିର୍ଭର କରେ | ପ୍ରାୟ ୨୦ରୁ ୩୦% ଲୋକ ଶୁଖିଲା ପାଟିଦ୍ୱାରା ପ୍ରଭାବିତ ହୁଅନ୍ତି । ଏହା ବାର୍ଦ୍ଧକ୍ୟର ସାଧାରଣ ଅଂଶ ହେବା ପରିବର୍ତ୍ତେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ ହେତୁ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ । ଏହି ଅବସ୍ଥା ପ୍ରଥମେ ୧୮୬୮ ମସିହାରେ ଡାକ୍ତରୀ ନଜରକୁ ଆସିଥିଲା । ଶବ୍ଦଟି ନିଜେ "ଜେରୋସ୍"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ "ଶୁଖିଲା" ଏବଂ "ଷ୍ଟୋମା" ଅର୍ଥାତ୍ "ପାଟି" ।
ଦମୟନ୍ତୀ ବେଶ୍ରା (ଜନ୍ମ: ୧୯ ଫେବୃଆରୀ ୧୯୬୨) ଜଣେ ସାନ୍ତାଳୀ ଭାଷା ଲେଖିକା । ୧୯୯୪ରେ "ଜିୱି ଝର୍ନା" ନାମକ କବିତା ସଂକଳନ ଲେଖି ସେ ସାନ୍ତାଳୀ ଭାଷାର ପ୍ରଥମ ଲେଖିକା ଭାବେ ପରିଚିତ ହୋଇଥିଲେ । ତାଙ୍କର "ସାୟ୍ ସାହେଦ୍" କବିତା ସଂକଳନ ପାଇଁ ସେ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ । ୨୦୧୧ ମସିହାରୁ ସେ "କଦମ ଦାର" ନାମକ ସାନ୍ତାଳୀ ପତ୍ରିକା ପ୍ରକାଶ କରିଆସୁଛନ୍ତି । ସେ ସାନ୍ତାଳୀ ଭାଷାରେ ୨୦ଟି ଓ ଓଡ଼ିଆରେ ୮ଟି ବହି ରଚନା କରିଛନ୍ତି । ସାନ୍ତାଳୀରେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ତାଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।
ପିତ୍ତାସ୍ମରୀ (ଇଂରାଜୀ ଭାଷାରେ ଗଲ୍ସ୍ଟୋନ/ gallstone) ଦେହରେ ଥିବା ପିତ୍ତକୋଷରୁ ନିର୍ଗତ ପିତ୍ତରୁ ତିଆରି ଏକ ପ୍ରକାର ପଥରକୁ କୁହାଯାଏ । ପିତ୍ତକୋଷରେ ପିତ୍ତାସ୍ମରୀ ରହିଥିବା ଯୋଗୁ ବା ପିତ୍ତାସ୍ମରୀ ଥିବା ଯୋଗୁ ହେଉଥିବା ବେମାରୀକୁ କୋଲିଲିଥିଆସିସ (cholelithiasis) ରୋଗ କୁହାଯାଏ । ପିତ୍ତାସ୍ମରୀ ଥିଲେ ମଧ୍ୟ ପ୍ରାୟ ୮୦% ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ପିତ୍ତାସ୍ମରୀ ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ଉଦରର ଉପର ପାର୍ଶ୍ୱରେ ପ୍ରତିବର୍ଷ କ୍ରାମ୍ପ ଧରଣର ଯନ୍ତ୍ରଣା ହୁଏ ଯାହାକୁ ବିଲିଆରି କଲିକ କୁହାଯାଏ । ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ (liver inflammation) ହୋଇପାରେ । ଜଟିଳ ରୋଗ ହେବାର ଲକ୍ଷଣ: ୫ ଘଣ୍ଟାରୁ ଅଧିକ ସମୟର ଯନ୍ତ୍ରଣା, ଜ୍ୱର, କାମଳ, ବାନ୍ତି ଓ ଚା' ରଙ୍ଗର ପରିସ୍ରା ହୁଏ ।ପିତ୍ତାସ୍ମରୀ ତିଆରି ହେବାର ସଙ୍କଟଜନକ ଅବସ୍ଥା: ଜନ୍ମ ନିରୋଧ ବଟିକା (birth control pill), ଗର୍ଭାବସ୍ଥା, ପାରିବାରିକ ପିତ୍ତାସ୍ମରୀ ଥିବା ଇତିହାସ, ମୋଟାପଣ, ଡାଏବେଟିସ (diabetes), ଯକୃତର ସିରୋସିସ୍ (liver disease), ବା ତୀବ୍ର ଓଜନ ହ୍ରାସ । କୋଲେସ୍ଟେରଲ (cholesterol) ବା ବିଲିରୁବିନରୁ (bilirubin) ପିତ୍ତାସ୍ମରୀ ତିଆରି ହୁଏ । ଲକ୍ଷଣରୁ ପିତ୍ତାସ୍ମରୀ ଥିବା ଜଣାଯାଏ । ତା'ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷା କରି ଜଟିଳତା ନିରୁପଣ କରାଯାଇପାରେ । ଉପଯୁକ୍ତ ଖାଦ୍ୟ ଓ ସୁସ୍ଥା ଓଜନ ରଖି ପାରିଲେ ଏହି ରୋଗର ପ୍ରତିରୋଧ ହୋଇପାରିବ । ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏନାହିଁ । ପିତ୍ତାସ୍ମରୀ ଯନ୍ତ୍ରଣା ହେଉଥିଲେ ପିତ୍ତକୋଷକୁ ଅପରେଶନ କରି କାଢ଼ିଦିଆଯାଏ ଯାହାକୁ କୋଲିସିସ୍ଟେକ୍ଟୋମି (surgery to remove the gallbladder) କୁହାଯାଏ । ଏହି ଅପରେଶନ ଲାପାରୋସ୍କୋପି (through several small incisions) ବା ବଡ଼ ଛେଦନ କରି କରାଯାଏ । ଶାରୀରିକ ନିଶ୍ଚେତକ (general anesthesia) ଦେଇ ଏହି ଅପରେଶନ କରାଯାଏ । ଅପରେଶନ ସମ୍ଭବ ହେଉ ନ ଥିବା ଲୋକଙ୍କର ପଥର ତରଳେଇବାକୁ ଔଷଧ ଦିଆଯାଏ ବା ସକ୍ ୱେଭ ଲିଥୋଟ୍ରିପ୍ସି (shock wave lithotripsy) ଦିଆଯାଏ ।ବିକଶିତ ଦେଶରେ ୧୦-୧୫% ଲୋକଙ୍କର ପିତ୍ତାସ୍ମରୀ ଥାଏ । ଆଫ୍ରିକାର ଅନେକ ସ୍ଥାନରେ ଏହା ୩% ମଧ୍ୟ ଥାଏ । ସନ ୨୦୧୩ରେ ପିତ୍ତକୋଷ ଓ ସେହି ସମ୍ବନ୍ଧୀୟ ରୋଗରେ ପ୍ରାୟ ୧୦୪ ନିୟୁତ ଲୋକ (୧.୬%) ପୀଡ଼ିତ ଥିଲେ ଓ ଫଳତଃ ୧୦୬,୦୦୦ମୃତ୍ୟୁ ହୋଇଥିଲା । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏ ରୋଗ ଅଧିକ ହେଉଥିଲା ଓ ୪୦ ବର୍ଷ ପରେ ଅଧିକ ହେଉଥିଲା । କେତେକ ଜାତିର ଲୋକଙ୍କୁ ଏ ରୋଗ ଅଧିକ ହୁଏ ଯଥା:- ଆମେରିକୀୟ ଭାରତୀୟଙ୍କ (American Indian) ମଧ୍ୟରୁ ୪୮% ଲୋକଙ୍କର ପିତ୍ତାସ୍ମରୀ ଥାଏ । ପିତାସ୍ମରୀ କାଢ଼ିଦେବା ପରେ ଫଳ ବହୁତ ଭଲ ହୁଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
କିଲୋଗ୍ରାମ (mark: kg) ଓଜନ ମାପର ଏକ SI ମାପକ ଅଟେ । ଏକ କିଲୋଗ୍ରାମର ପରିଭାଷା ଅନୁସାରେ, ଏହା ଅନ୍ତରାଷ୍ଟ୍ରୀୟ ମୂଳରୂପ କିଲୋଗ୍ରାମ, IPK, (IPK; ଯାହା ନିଜ ଫ୍ରେଞ୍ଚ ନାମ ଲୀ ଗ୍ରାଣ୍ଡ K)ଦ୍ୱାରା ଜଣାଯାଏ କି, ଓଜନ ଭାର ବରାବର ରହିଥାଏ ଯାହା କି ଏକ ଲିଟର ଜଳ ପରିମାଣ ସ୍ୱରୂପ ସମାନ ଅଟେ । ଏହା ଏକମାତ୍ର SI ମାପକ ଅଟେ, ଯାହାର ଉପସର୍ଗ (କିଲୋ) ସେହି ନାମର ଭାଗ ଅଟେ । ୨୦ ମଇ, ୨୦୧୯ ମସିହାପର୍ଯ୍ୟନ୍ତ କିଲୋଗ୍ରାମର ପରିଭାଷା "ପ୍ଲାଙ୍କ ସ୍ଥିରାଙ୍କ" (Planck constant) 6.62607015×10−34 kg⋅m2⋅s−1 ରୂପେ ଆଧାରିତ ହୋଇଥାଏ । ଏକ କିଲୋଗ୍ରାମ ୨.୨ରୁ ଅଳ୍ପ ଅଧିକ ଅଟେ । ଏକ ଟନ ଏକ ହଜାର କିଲୋଗ୍ରାମ ହୋଇଥାଏ । ସମୁଦ୍ର ଗଭୀରତା ଅନୁସାରେ ଏକ ଲିଟର ପାଣିର ଓଜନ ପାଖାପାଖି ୩.୯୮ °C (39.16 °F; 277.13 K) ରୂପେ ଏକ ହଜାର କିଲୋଗ୍ରାମ ହୋଇଥାଏ ,ଏହା ୧୭୯୫ ମସିହାରେ ଗ୍ରାମ ପରିଭାଷାର ଆଧାର ଥିଲା । ଦୈନିକ ପ୍ରୟୋଗରେ ଆମେ କିଲୋଗ୍ରାମକୁ ବସ୍ତୁର ଭାର ରୂପେ ଜାଣିଥାଉ, କିନ୍ତୁ ତାହା ଭାର ନହୋଇ ଦ୍ରବ୍ୟମାନର ମାପ ଅଟେ । କୌଣସି ବସ୍ତୁର ଭାର ସେଥିରେ ଲାଗିଥିବା ଗୁରୁତ୍ବାକର୍ଷଣ ବଳର ମାପ ନ୍ୟୁଟନଦ୍ୱାରା ମପା ଯାଇଥାଏ ।.
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଏର୍ଗୋକ୍ୟାଲସିଫେରଲ, ଅନ୍ୟାନ୍ୟ ନାମ ଭିଟାମିନ ଡି୨ ଓ କ୍ୟାଲସିଫେରଲ (ଇଂରାଜୀ ଭାଷାରେ Ergocalciferol, ) also known as vitamin D2 and calciferol,) ଏକ ପ୍ରକାର ଜୀବସାର ଘ ବା ଭିଟାମିନ ଡି (vitamin D) ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ମଧ୍ୟ ଦିଆଯାଇଥାଏ । ଭିଟାମିନ ଡି ଅଭାବର (vitamin D deficiency) ପ୍ରତିଷେଧ ଓ ଚିକିତ୍ସାରେ ଏହା ଏକ ଖାଦ୍ୟ ଅନୁପୂରକ ଭାବରେ ଦିଆଯାଏ । ଅନ୍ତନଳୀରେ ଖାଦ୍ୟ ଅବଶୋଷଣ ଅଭାବ (poor absorption by the intestines) ବା ଯକୃତ ରୋଗ (liver disease) ଥିଲେ ଏହି ଭିଟାମିନ ଅଭାବ ହୋଇପାରେ । ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହାଇପୋକ୍ୟାଲସେମିଆ (low blood calcium) ହୋଇଥିଲେ ମଧ୍ୟ ଏହା ଦିଆଯାଇପାରେ । ଏହା ପାଟିରେ ଦିଆଯାଏ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ଗ୍ରହଣ କଲେ ଅଧିକ ପରିସ୍ରା ତିଆରି ହୁଏ, ଉଚ୍ଚ ରକ୍ତଚାପ, ବୃକ୍କ ପଥର (kidney stones), ବୃକ୍କ ଫେଲ (kidney failure), ଦୁର୍ବଳତା ଓ କୋଷ୍ଠକାଠିନ୍ୟ ଆଦି ଲକ୍ଷଣମାନ ଦେଖାଯାଏ । ଅନେକ ଦିନ ଧରି ମାତ୍ରାଧିକ ଏର୍ଗୋକ୍ୟାଲସିଫେରଲ ନେଲେ ତନ୍ତୁ କ୍ୟାଲସିଫିକେସନ (tissue calcification) ହୋଇଯାଏ । ତେଣୁ ଅଧିକ ମାତ୍ରା ନେଉଥିଲେ ନିୟମିତ ରକ୍ତ କ୍ୟାଲସିଅମ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଗର୍ଭାବସ୍ଥାରେ ସାଧାରଣ ଡୋଜ ଦେଲେ ବିପଦ ନ ଥାଏ । ଅନ୍ତନଳୀ ଓ ବୃକ୍କଦ୍ୱାରା ଅବଶୋଷିତ ହେଉଥିବା କ୍ୟାଲସିଅମ (calcium) ପରିମାଣ ଏହା ବୃଦ୍ଧି କରେ । କେତେକ ଛତୁରେ ଏହା ଥିବା ଦେଖାଯାଏ ।ସନ ୧୯୩୬ରେ ପ୍ରଥମେ ଏର୍ଗୋକ୍ୟାଲସିଫେରଲ ବିଷୟ ବର୍ଣ୍ଣନା କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ (over the counter) ବିକ୍ରୟ ହୁଏ ନୁହେଁ । ଇଂଲଣ୍ଡରେ ଏକ ଡୋଜର ମୁଲ୍ୟ ୧୦ ପାଉଣ୍ଡରୁ କମ୍ରେ ମିଳେ । ଅନେକ ଦେଶରେ କେତେକ ଖାଦ୍ୟ ଯେପରିକି ବ୍ରେକଫାସ୍ଟ ସେରିଆଲ ଓ ମାର୍ଗାରିନରେ ଏର୍ଗୋକ୍ୟାଲସିଫେରଲ ଯୋଗ କରାଯାଇଥାଏ ।
ଚିକୁନଗୁନିଆ (ଇଂରାଜୀ ଭାଷାରେ Chikungunya) ଏକ ସଂକ୍ରମଣ (infection) ଯାହା ଚିକୁନଗୁନିଆ ଭୁତାଣୁଦ୍ୱାରା ହୁଏ । ଏହି ରୋଗର ମୂଖ୍ୟ ଲକ୍ଷଣ: ଜ୍ୱର ଓ ଗଣ୍ଠି ଯନ୍ତ୍ରଣା (joint pain) । ଭୁତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୨ ଦିନ ପରେ ଏହି ଲକ୍ଷଣମାନ ଦେଖାଯାଏ । ଅନ୍ୟାନ୍ୟ ଲକ୍ଷଣ: ମୁଣ୍ଡବଥା, ଗଣ୍ଠିଫୁଲା ଓ ରାସ ଇତ୍ୟାଦି ଦେଖାଯାଏ । ଅଧିକାଂଶ ରୋଗୀ ଏକ ସପ୍ତାହ ଭିତରେ ଭଲ ଅନୁଭବ କରନ୍ତି କିନ୍ତୁ ଗଣ୍ଠି ଯନ୍ତ୍ରଣା ମାସ ମାସ ଧରି ରହିଯାଏ । ଏହି ରୋଗରେ ମୃତ୍ୟୁ ସଙ୍କଟ ହାର (risk of death) ପ୍ରତି ୧,୦୦୦ ଲୋକରେ ୧ ଜଣ । ଅଳ୍ପ ବୟସର ଯୁବକ, ବୃଦ୍ଧ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ଏହି ରୋଗ ସଙ୍କଟରେ ଅଧିକ ରହନ୍ତି । ଦୁଇ ପ୍ରଜାତିର ମଶାଙ୍କଦ୍ୱାରାଏହି ରୋଗ ମାନବରୁ ମାନବକୁ ବ୍ୟାପିଥାଏ, ସେହି ମଶାଙ୍କର ନାମ ଏଡିସ ଆଲବୋପିକ୍ଟସ (Aedes albopictus) ଓ ଏଡିସ ଇଜିପ୍ଟି (Aedes aegypti).
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ବାହାରିନ ( ଆରବୀୟ: al-Baḥrayn) , ପାରସ୍ୟ ଉପସାଗରରେ ଏକ ସାର୍ବଭୌମ ରାଷ୍ଟ୍ର | ଏହା ୪୦ଟି ପ୍ରାକୃତିକ ଦ୍ୱୀପ ଏବଂ ୫୧ଟି କୃତ୍ରିମ ଦ୍ୱୀପପୁଞ୍ଜରେ ଗଠିତ । ଦେଶର ପ୍ରାୟ ୮୩ ପ୍ରତିଶତ ସ୍ଥଳଭୂମି ବାହାରିନ ଦ୍ୱୀପକୁ କେନ୍ଦ୍ର କରି ସ୍ଥିତ| ଏହି ଦେଶ କାତାରୀ ଉପଦ୍ୱୀପ ଏବଂ ସାଉଦି ଆରବର ଉତ୍ତର ପୂର୍ବ ଉପକୂଳ ମଧ୍ୟରେ ଅବସ୍ଥିତ । ଏହା ୨୫ କିଲୋମିଟର (୧୬ ମାଇଲ) ଲମ୍ବ ରାଜା ଫାହଡ ସେତୁଦ୍ୱାରା ଆରବୀୟ ଉପଦ୍ୱୀପ ସହ ସଂଯୁକ୍ତ | ୨୦୧୦ ଜନଗଣନା ଅନୁଯାୟୀ, ବହାରେନର ଜନସଂଖ୍ୟା ୧.୨ ନିୟୁତରୁ ଅଧିକ, ଯେଉଁଥିରୁ ଅଧାଅଧି ଅଣ-ନାଗରିକ । ଏହାର କ୍ଷେତ୍ରଫଳ ୭୮୦ ବର୍ଗ କିଲୋମିଟର (୩୦୦ ବର୍ଗ ମାଇଲ) ଓ ଆକାରରେ ମାଳଦ୍ୱିପ ଏବଂ ସିଙ୍ଗାପୁର ପରେ ଏହା ଏସିଆର ତୃତୀୟ କ୍ଷୁଦ୍ର ଦେଶ ଅଟେ | ଏହାର ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ମାନାମା |
ଲୌହ ଅତିଭାର, ଅନ୍ୟ ନାମ ହେମୋକ୍ରୋମାଟୋସିସ (ଇଂରାଜୀ ଭାଷାରେ Iron overload ବା hemochromatosis) କୁହାଯାଏ ଯେତେବେଳେ ଶରୀରରେ ଅତ୍ୟଧିକ ପରିମାଣର ଲୁହା ଜମିଯାଏ । ଏହାର ଲକ୍ଷଣ: ଥକ୍କା, ଉଦର ଯନ୍ତ୍ରଣା, ଚର୍ମ କଳା ପଡ଼ିଯିବା ଏବଂ ଯୌନ ସମସ୍ୟା ଉତ୍ପନ୍ନ ହୁଏ । ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଯକୃତ କର୍କଟ, ହୃଦ୍ପାତ, ମଧୁମେହ, ଆର୍ଥ୍ରାଇଟିସ, ଏବଂ ସଂକ୍ରମଣ ହୋଇପାରେ । ଏହାର ସାଧାରଣ କାରଣ ହେଉଛି ଜେନେଟିକ ସମସ୍ୟାର ବଂଶଗତ ହେମୋକ୍ରୋମାଟୋସିସ (HHC), ଜେନେଟିକ ସମସ୍ୟା ଏବଂ ପୁନଃପୌନିକ ରକ୍ତ ଗ୍ରହଣ ଫଳରେ ଲୌହ ପରିମାନ ବୃଦ୍ଧି । ଅତ୍ୟଧିକ ଖାଦ୍ୟ ଗ୍ରହଣ କିମ୍ବା କ୍ୱଚିତ ଦେଖାଯାଉଥିବା ଶିଶୁର ବିକାଶ ସମୟରେ ଆଘାତ ଫଳରେ ଏହା ହୁଏ ଯାହାକୁ ନିଓନାଟାଲ ହେମୋକ୍ରୋମାଟୋସିସ ମଧ୍ୟ କୁହାଯାଏ । ଅନ୍ୟାନ୍ୟ ଯକୃତ ରୋଗ ଥିଲେ ଏବଂ ମଦ୍ୟପାନ କରୁଥିଲେ ଏହାର ଗୁରୁତର ସଙ୍କଟ ରହିପାରେ । ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ଓ ଯକୃତ ବାୟୋପ୍ସିଦ୍ୱାରା ଏହାକୁ ସମର୍ଥନ କରାଯାଏ ।ଚିକିତ୍ସା: ନିୟମିତ ଫ୍ଲେବୋଟୋମିଦ୍ୱାରା ଶିରାରୁ ରକ୍ତ ଅପସାରଣ କରି ଲୌହ ଅତିଭାର କମେଇଦିଆଯାଏ । ପ୍ରାରମ୍ଭରେ ଏହା ସପ୍ତାହରେ ଦୁଇଥର କରାଯାଇପାରେ ଏବଂ ଥରେ ସ୍ତର ହ୍ରାସ ହେଲେ ବର୍ଷକୁ ଦୁଇରୁ ତିନିଥର କରାଯାଇପାରେ | ଯେଉଁମାନଙ୍କର ଅନ୍ୟ କାରଣରୁ ଲୌହ ଅତିଭାର ଥାଏ, ସେମାନଙ୍କର ଚିଲେସନ ଥେରାପି କରି ଚିକିତ୍ସା କରାଯାଏ । ନିଓନାଟାଲ ହେମୋକ୍ରୋମାଟୋସିସ ରୋଗରେ ପ୍ରତିବଦଳ ରକ୍ତଦାନ ଓଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ସହିତ ଚିକିତ୍ସା କରାଯାଇପାରେ | ବେଳେବେଳେ ଯକୃତ ପ୍ରତିରୋପଣ ଆବଶ୍ୟକ ହୁଏ | ଲୌବ ପରିପୂରକଏବଂ ଭିଟାମିନ୍ ସି ଏଡ଼େଇବା ଉଚିତ୍ | ଶ୍ୱେତାଙ୍ଗ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଜଣରେ ୧ ଜଣର ଏହି ରୋଗ ଥାଏ ଏହା ଏହି ଗୋଷ୍ଠୀର ସବୁଠାରୁ ସାଧାରଣ ଅଟୋସୋମାଲ ରିସିସିଭ ରୋଗ । ପୁରୁଷମାନଙ୍କର ଲକ୍ଷଣ ୪୦ ବର୍ଷ ବୟସ ପରେ ଏବଂ ମହିଳାଙ୍କର ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ହୁଏ । ପୁରୁଷ ଏବଂ ମହିଳାଙ୍କର ସମାନ ଭାବରେ ମ୍ୟୁଟେସନ ହେଲେ ମଧ୍ୟ ପୁରୁଷମାନଙ୍କର ୨ବା ୩ ଗୁଣ ଅଧିକ ଜଟିଳତା ଦେଖାଯାଏ । ଯଦି ରୋଗ ଶୀଘ୍ର ଚିହ୍ନଟ ହୁଏ ଏବଂ ଚିକିତ୍ସା କରାଯାଏ ତେବେ ଏହି ରୋଗର ଫଳାଫଳ ଭଲ ହୁଏ | ଏହି ରୋଗର ଲକ୍ଷଣଗୁଡ଼ିକ ଆର୍ମାଣ୍ଡ ଟ୍ରସୋ ୧୮୬୫ ମସିହାର ପ୍ରଥମେ ବର୍ଣ୍ଣନା କରିଥିଲେ ଓ ୧୮୮୯ ମସିହାରେ ଭନ ରେକଲିଙ୍ଗହସେନ ଏହି ରୋଗର ଲୁହା ସହିତ ସମ୍ପର୍କ ଥିବା ଦର୍ଶେଇଥିଲେ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ତଥା ଡାକ୍ତର, ଲେଖିକା, ଓ ଭାରତୀୟ ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ । ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଦାମୋଦର ରାଉତ (୨ ଜୁଲାଇ ୧୯୪୨–୨୨ ମାର୍ଚ୍ଚ ୨୦୨୪) ଜଣେ ଚିକିତ୍ସକ ଓ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଯାଇଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ
ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ( TCAs ) ଏକ ଅବସାଦରୋଧୀ ଶ୍ରେଣୀର ଔଷଧ ଯାହା ମୁଖ୍ୟତଃ ସ୍ନାୟୁ ଜନିତ ଯନ୍ତ୍ରଣା ଓ ଅବସାଦଗ୍ରସ୍ତ ରୋଗୀଙ୍କୁ ଦିଆଯାଏ ଯେତେବେଳେ ଅନ୍ୟାନ୍ୟ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଔଷଧଗୁଡିକ ପ୍ରଭାବଶାଳୀ ହୁଏନି । ଅଧକପାଳି ପ୍ରତିଷେଧ, ଶୋଇବାରେ ଅସୁବିଧା ଏବଂ ଉଦ୍ବେଗ ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଇପାରେ । ଉଦାସୀନତା ପାଇଁ ସେମାନେ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଭଳି କାମ କରନ୍ତି କିନ୍ତୁ ଅଧିକ ମାତ୍ରାରେ ଦେଲେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ସେଗୁଡିକ ପାଟିରେ ଦିଆଯାଏ । ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ ଏବଂ ଜାଲଜାଲୁଆ ଦୃଷ୍ଟି ହୋଇପାରେ | ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ । ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଅତ୍ୟଧିକ ମାତ୍ରାରେ ଦେଲେ ମୃତ୍ୟୁ ହୋଇପାରେ । ଏହି ଔଷଧ ହଠାତ୍ ବନ୍ଦ କରିବାଦ୍ୱାରା ପ୍ରତ୍ୟାହାର ହୋଇପାରେ । ପୁନଃ ଗ୍ରହଣକୁ ଅବରୋଧ କରିବାଦ୍ୱାର ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । ୧୯୫୦ ଦଶକର ଶେଷ ଭାଗରେ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଡାକ୍ତରୀ ବ୍ୟବହାରରେ ଆସିଥିଲା । ୧୯୮୦ ଦଶକ ଆରମ୍ଭରେ ଏହାର ବ୍ୟବହାର କମିଯାଇଛି । ଏହାର ଏକ ସଂସ୍କରଣ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । ରାସାୟନିକ ଗଠନ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଏ, ଯେଉଁଥିରେ ତିନୋଟି ପରମାଣୁ ରିଙ୍ଗ ରହିଥାଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.