ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
କେନ୍ଦ୍ରାପଡ଼ା (କ୍ରମିକ ସଂଖ୍ୟା: ୯୭) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଶହିଦ ସ୍ମାରକୀ , ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏଠାରେ ଭାରତ ଛାଡ଼ ଆନ୍ଦୋଳନ ( ଅଗଷ୍ଟ 1942 )ରେ ସେକ୍ରେଟାରିୟଟ ଭାବନା ଉପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଗଲା ବେଳେ ବ୍ରିଟିଶ ସେନାଙ୍କ ହାତରେ ପ୍ରାଣବଳି ଦେଇଥିବା 7 ଜଣ ଯୁବକଙ୍କ ପ୍ରତିମୂର୍ତି ସ୍ଥାପିତ ହୋଇଛି । ଏହି ସ୍ମାରକୀର ଭିତ୍ତିପ୍ରସ୍ଥର ବିହାରର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମଙ୍କଦ୍ୱାରା ଅଗଷ୍ଟ 15 , 1947ରେ ସ୍ୱାଧୀନତା ଉତ୍ସବ ଅବସରରେ ଦିଆ ଯାଇଥିଲା । ସ୍ଥାପତ୍ୟ ଦେବିପ୍ରସାଦ ରାୟଚୌଧୁରୀଙ୍କଦ୍ୱାରା ନିର୍ମିତ ବ୍ରୋଞ୍ଜ ମୂର୍ତିଗୁଡ଼ିକ ଇଟାଲୀରେ ଛାଞ୍ଚଦ୍ୱାରା ନିର୍ମିତ ହୋଇ ସେଠାରେ ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ପାଟଣାର ସେକ୍ରେଟରିଆଟ ଭାବନା ସାମ୍ନାରେ ଏହା ରହିଛି । .
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଦିଗମ୍ବର ବେହେରା ( ଜନ୍ମ - ୧୯୫୩), ଜଣେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିକିତ୍ସକ । ସେ ଫୁସଫୁସ ସମ୍ବନ୍ଧୀୟ ରୋଗର ବିଶେଷଜ୍ଞ ଓ ଫୁସଫୁସ କର୍କଟ ବେମାରୀରେ ଦରକାର କେମୋଥେରାପିରେ ଧୁରନ୍ଧର ଡାକ୍ତର ଭାବରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ରହିଛି । ୨୦୨୦ ମସିହାରେ ଭାରତ ସରକାର ଦିଗମ୍ବରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । କରୋନା ଭୂତାଣୁ ସଂକ୍ରମଣ ବିଷୟରେ ଭାରତରେ ହେଉଥିବା ଗବେଷଣା ନିମନ୍ତେ ଗଠିତ ୬ ଜଣିଆ କ୍ଲିନିକାଲ୍ ରିସର୍ଚ୍ଚ ଗ୍ରୁପର ଅଂଶ ଭାବରେ ସେ ଭାରତ ସରକାରଙ୍କଦ୍ୱାରା(ଆଇସିଏମାଅର) ମନୋନୀତ ହୋଇଛନ୍ତି । ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ସେ ବହୁ ଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛନ୍ତି ।
ଗରୁଡ଼ ପୁରାଣ ଏକ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ମହାପୁରାଣ ଏବଂ ଅଷ୍ଟାଦଶ ପୁରାଣ ମଧ୍ୟରେ ଅନ୍ୟତମ । ଏହାକୁ ସନାତନ ଧର୍ମରେ ମୃତ୍ୟୁପରେ ସଦ୍ଗତି ଦେଉଥିବା ପୁରାଣ ଭାବେ ମନେ କରାଯାଏ । ଏହିକାରଣରେ ସନାତନ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଗରୁଡ଼ ପୁରାଣ ଶ୍ରବଣ କରିବାର ପ୍ରଚଳନା ଅଛି । ଏହି ପୁରାଣଙ୍କର ଅଧିଷ୍ଠାତା ଦେବତା ଭଗବାନ୍ ବିଷ୍ଣୁ । ଏଥିରେ ଭକ୍ତି, ଜ୍ଞାନ, ବୈରାଗ୍ୟ, ସଦାଚାର, ନିଷ୍କାମ କର୍ମର ମହିମା ସହିତ ଯଜ୍ଞ, ଦାନ, ତପଃ, ତୀର୍ଥ ସହ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ସାଧାରଣ ଲୋକଙ୍କୁ ପ୍ରବୃତ୍ତ କରିବା ପାଇଁ ନାନା ପ୍ରାପଞ୍ଚିକ ଏବଂ ପାରଲୌକିକ ଫଳର ବିବରଣୀ ମିଳେ । ଏହା ସହ ଏଥିରେ ଆୟୁର୍ବେଦ, ନୀତିସାର ପରି ବିଷୟମାନଙ୍କର ଉଲ୍ଲେଖ ଥିବାସହ ମୃତ୍ୟୁ ସମୟରେ ଜୀବ ପାଇଁ କରିବାକୁ ଥିବା କ୍ରିୟାମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ରହିଛି । ଆତ୍ମଜ୍ଞାନର ବିଚାର ମଧ୍ୟ ଏଥିର ମୁଖ୍ୟ ବିଷୟ ଅଟେ ।
ମୂଳରୁପେର ସନ୍ତାନ ଉତ୍ପତି ଅକ୍ଷମତାକୁ ଅନୁବ୍ରରତା କୁହାଯାଏ । ଏହାକୁ ବନ୍ଧ୍ୟାପଣ କିମ୍ବା ନପୁଂସକତା ମଧ୍ୟ କୁହାଯାଏ । ପତିପତ୍ନୀଙ୍କ ସମ୍ଭୋଗ ପ୍ରୟାସ ପରେ ମଧ୍ୟ ଯଦି ସନ୍ତାନ ସୁଖ ପ୍ରାପ୍ତ ହେବାରେ ଅସୁବିଧା ଉପୁଜୁଛି ତେବେ ଏହାକୁ ଅନୁବ୍ରରତା କିମ୍ବା ବନ୍ଧ୍ୟା ଦୋଷ କୁହାଯାଏ । ପ୍ରାୟ ସବୁେକ୍ଷତ୍ରେର ଏହି ଅନୁବ୍ରରତାର କାରଣ ନାରୀଙ୍କୁ ଦିଆଯାଇଥାଏ ମାତ୍ର ଏହା ସମ୍ପୁଣ୍ଣ ରୂପେ ଭୁଲ ଧାରଣା ଅଟେ । ଏକ-ତୃତୀୟାଂଶ ନାରୀ ଏବଂ ପୁରୁଷଙ୍କ ମଧ୍ୟରେ ଏଭଳି ଅସୁବିଧା ଦେଖାଯାଏ ଅନ୍ୟ ଏକ-ତୃତୀୟାଂଶ ଉଭୟ ନାରୀ ଏବଂ ପୁରୁଷଙ୍କ ମିଳିତ ପ୍ରକ୍ରିୟୋର ଘଟିଥାଏ ।
ତରଳ ଝାଡ଼ା (ଇଂରାଜୀରେ Diarrhea କିମ୍ବା diarrhoea) ରୋଗର ସଂଜ୍ଞା ଅନୁସାରେ ପ୍ରତ୍ୟେକ ଦିନ ଅତି କମ୍ରେ ତିନି ଥର ତରଳ ଝାଡ଼ା ହେବା ଆବଶ୍ୟକ । ଏହା ସାଧାରଣତଃ କିଛି ଦିନ ନିମନ୍ତେ ରହିପାରେ, ଫଳରେ ଦେହର ଜଳୀୟ ଅଂଶ ହ୍ରାସ (ନିର୍ଜଳନ) ହୁଏ । ଚର୍ମର ଇଲାସ୍ଟିସିଟି କମିଯିବା ଓ ରୋଗିର ବ୍ୟକ୍ତିତ୍ୱ ପରିବର୍ତ୍ତନ ହେଉଛି ନିର୍ଜଳନର ଚିହ୍ନ । ପରିସ୍ରା ପରିମାଣ କମିଯାଏ, ଚର୍ମ ଶେତା ଦେଖାଯାଏ, ନାଡ଼ି ଦୃତ ହୁଏ ଓ ଗମ୍ଭୀର ଅବସ୍ଥା ହେଲେ ଚେତନ ଅବସ୍ଥା କମେ ତଥା ସମ୍ବେଦନହୀନ ହୁଏ । ପାଣିଆ ଝାଡ଼ା ସ୍ତନ୍ୟପାନ କରୁଥିବା ପିଲାଙ୍କର ଝାଡ଼ା ପତଳା ହେଲେ ମଧ୍ୟ ତାହା ସାଧାରଣ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ସିକ୍ଲୋସ୍ପୋରିନ (ଇଂରାଜୀ ଭାଷାରେ Ciclosporin, ଅନ୍ୟ ଉଚ୍ଚାରଣ ସାଇକ୍ଲୋସ୍ପୋରିନ/cyclosporine ବା cyclosporin, ଏକ ରୋଗ ପ୍ରତିହତକାରୀ ଔଷଧ (immunosuppressant medication) ଓ ଏକ ପ୍ରାକୃତିକ ପଦାର୍ଥ (natural product) । ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆସିସ, କ୍ରନ୍ ରୋଗ, ନେଫ୍ରୋଟିକ ସିଣ୍ଡ୍ରୋମ (nephrotic syndrome) ରୋଗମାନଙ୍କରେ ଓ ପରିତ୍ୟକ୍ତ (rejection) ନ ହେବା ନିମନ୍ତେ ଅଙ୍ଗ ପ୍ରତିରୋପଣ (organ transplant) ଆଦି ଅବସ୍ଥାରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । ଏହା କେରାଟୋକଞ୍ଜଙ୍କଟିଭାଇଟିସ ସିକା (keratoconjunctivitis sicca) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ (eye drops) ଆକାରରେ ପକାଯାଏ ।
ଆରବ ଘାଟି ହେଉଛି ଏକ ସାମୁଦ୍ରିକ ଘାଟି, ଯାହାକି ଆରବ ସାଗରର ଦକ୍ଷିଣ ପାର୍ଶ୍ୱ ଆଡ଼କୁ ଭାରତ ଏବଂ ଆରବ ଦ୍ୱୀପ ମଧ୍ୟରେ ଅବସ୍ଥିତ । ଆରବ ସାଗରର ଦୁଇଟି ଘାଟି ମଧ୍ୟରୁ ପୂର୍ବରେ ଆରବ ଘାଟି ଏବଂ ପଶ୍ଚିମରେ ସୋମାଲି ଘାଟି । ଆରବ ଘାଟି ମାନଚିତ୍ରରେ ୧୦° ଉତ୍ତର, ୬୫° ପୂର୍ବ ଦିଗରେ ଅବସ୍ଥିତ । ଏହି ଘାଟିଟି ଉତ୍ତରରେ ୩୪୦୦ ମିଟରରୁ ଦକ୍ଷିଣରେ ୪୪୦୦ ମିଟର ଗଭୀରତା ଯାଏ ବ୍ୟାପଛି । ଏହି ଘାଟିର ସର୍ବାଧିକ ଗଭୀରତା ହେଉଛି ୪୬୫୨ମିଟର । ଏହି ନଦୀର ଉପତ୍ୟକା ସିନ୍ଧୁ ନଦୀରୁ ଅସୁଥିବା ଏକ ଚିକ୍କଣୀୟା ତରଳ ପଦାର୍ଥଦ୍ୱାରା ଆଚ୍ଛାଦିତ ହୋଇରହିଛି ।
ଭଜନ କୌଣସି ଭାଷାରେ ଧାର୍ମିକ ବିଷୟବସ୍ତୁ କିମ୍ବା ଆଧ୍ୟାତ୍ମିକ ଚିନ୍ତାଧାରା, ବିଶେଷକରି ଭାରତୀୟ ଧର୍ମ ମଧ୍ୟରେ, କୌଣସି ଭକ୍ତି ଗୀତକୁ ବୁଝାଏ । ଭଜନମ ଶବ୍ଦର ଅର୍ଥ ଶ୍ରଦ୍ଧା ଓ ମୂଳ ଶବ୍ଦ ଭଜ (ସଂସ୍କୃତ: ଭଜନମ୍)ରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି 'ଭଜ ଗୋବିନ୍ଦମ୍' (ପୂଜ୍ ଗୋବିନ୍ଦ) ପରି ଶ୍ରଦ୍ଧା । ଭଜନ ଶବ୍ଦର ଅର୍ଥ ମଧ୍ୟ ବାଣ୍ଟିବା ଏବଂ ଗଣିତରେ ହରଣ/ବିଭାଜନ ।
ଅସ୍ତ୍ର ( ସଂସ୍କୃତ : "ପ୍ରକ୍ଷେପ୍ୟ ଭାବରେ ଫୋପାଡି ଦିଆଯାଇଥିବା ଅସ୍ତ୍ର" ) ହେଉଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ବିକଶିତ ଦୃଶ୍ୟ-ସୀମା ପାର ବାୟୁରୁ-ବାୟୁ କ୍ଷେପଣାସ୍ତ୍ର । ଏହା ଭାରତଦ୍ୱାରା ବିକଶିତ ହୋଇଥିବା ପ୍ରଥମ ବାୟୁରୁ-ବାୟୁ କ୍ଷେପଣାସ୍ତ୍ର। ବିଭିନ୍ନ ପରିସର ଏବଂ ଉଚ୍ଚତାରେ ଲକ୍ଷ୍ୟଗୁଡିକୁ ଭେଦ କରିବାରେ ସକ୍ଷମ ହେବା ପାଇଁ ଅସ୍ତ୍ର ଡିଜାଇନ୍ କରାଯାଇଛି ଯାହା 10 km (6.2 mi) 110 km (68 mi) ଦୂରତା ପର୍ଯ୍ୟନ୍ତ ଦୂରଗାମୀ ଲକ୍ଷ୍ୟ | ଅସ୍ତ୍ର ଭାରତୀୟ ବାୟୁସେନାର ସୁଖୋଇ ସୁ-30 ମ.କ.ଇ.
ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି.
ଶୋଲେ (ଅନୁବାଦ: Sholay) ୧୯୭୫ର ଏକ ଭାରତୀୟ ହିନ୍ଦୀ ରୋମାଞ୍ଚକର ଚଳଚ୍ଚିତ୍ର ଅଟେ । ସଲିମ-ଜାଭେଦ ଦ୍ୱାରା ଲିଖିତ ଏହି ଫିଲ୍ମଟି ଗୋପାଲ ଦାସ ସିପ୍ପିଙ୍କ ନିର୍ମାଣ ଏବଂ ତାଙ୍କ ପୁଅ ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି । ଏହି କାହାଣୀ ଜୟ (ଅମିତାଭ ବଚ୍ଚନ) ଏବଂ ୱୀରୁ (ଧର୍ମେନ୍ଦ୍ର) ନାମକ ଦୁଇ ଅପରାଧୀଙ୍କ ଉପରେ କେନ୍ଦ୍ରିତ ଅଟେ, ଯେଉଁମାନଙ୍କୁ ଡାକୁ ଗବର୍ ସିଂହ (ଅମଜଦ ଖାନ) ସହ ନିଜର ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାକୁ ପୂର୍ବତନ ପୋଲିସ ଅଧିକାରୀ ଠାକୁର ବଲଦେଵ ସିଂହ (ସଂଜୀବ କୁମାର) ଦ୍ୱାରା ଗାଁକୁ ଅଣାଯାଏ । ଜୟା ବଚ୍ଚନ (ଭାଦୁରି) ଏବଂ ହେମା ମାଳିନୀ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇଛନ୍ତି ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ନଫିସା ଅଲି (ବେଙ୍ଗାଲୀ ଉଚ୍ଚାରଣ: [ˈnafiˌsa ˈali]) ଜଣେ ଭାରତୀୟ ଅଭିନେତ୍ରୀ, ରାଜନେତ୍ରୀ, ସାମାଜିକ କର୍ମୀ ଏବଂ ପୂର୍ବତନ ମିସ୍ ଇଣ୍ଡିଆ। ସେ ‘ଇଭ୍ସ୍ ଉଇକ୍ଲି ମିସ୍ ଇଣ୍ଡିଆ’ ର ବିଜେତା ଥିଲେ ଏବଂ ‘ମିସ୍ ଇଣ୍ଟରନ୍ୟାଶନାଲ୍’ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ରନର୍-ଅପ୍ ହୋଇଥିଲେ। ସେ ‘‘ଜୁନୁନ’’ ଏବଂ ‘‘ଲାଇଫ ଇନ ଏ ମେଟ୍ରୋ’’ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସମାଲୋଚକମାନଙ୍କ ନିକଟରୁ ପ୍ରଶଂସା ଲାଭ କରିଥିଲେ। ସେ ଅଖିଳ ଭାରତୀୟ ତୃଣ୍ମୂଳ କଂଗ୍ରେସର ମଧ୍ୟ ଜଣେ ସଦସ୍ୟା।
ନାନାବାୟା ଗୀତ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚିତ ଏକ କବିତା ସଂକଳନ । ଏହାର ଗୀତଗୁଡ଼ିକ ଶିଶୁଙ୍କ ମନୋରଞ୍ଜନ କରିବା ପାଇଁ ଲେଖାଯାଇଛି । ଏହି ସଂକଳନରେ ଡାମରା କାଉ, ବାୟାଚଡେଇ, ବିଲେଇ ନାନୀ, ଚୁଟିଆ ମୂଷା, ନିଦ ମାଉସୀ ଇତ୍ୟାଦି ଅନେକ ଲୋକପ୍ରିୟ କବିତା ରହିଛି । ଏହି ଗୀତଗୁଡ଼ିକ ଓଡ଼ିଶାର ପୁରପଲ୍ଲୀ ସହିତ ସହରାଞ୍ଚଳରେ ମଧ୍ୟ ଖୁବ୍ ପ୍ରଚଳିତ । ଓଡ଼ିଆ ଶିଶୁ ସାହିତ୍ୟର ଶ୍ରେଷ୍ଠ କୃତି ମଧ୍ୟରୁ ଏହା ଅନ୍ୟତମ ।
ନିରାମୟ (ଓଡ଼ିଶା ସରକାରଙ୍କ ଏକ ଯୋଜନା)
ଓଡ଼ିଶା ସରକାରଙ୍କ ଏକ ମାଗଣା ଔଷଧ ବଣ୍ଟନ ବ୍ୟବସ୍ଥା । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଓଡ଼ିଶା ରାଜ୍ୟ ଔଷଧ ନିଗମ (OSMCL)ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ୨୦୧୫ ମଇ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ହାୟୋସିନ (ଇଂରାଜୀ ଭାଷାରେ Hyoscine, ଅନ୍ୟ ନାମ ସ୍କୋପୋଲାମିନ/scopolamine, ଏକ ଔଷଧ ଯାହା ଗତିଜ ଅସୁସ୍ଥତା ବା ମୋସନ ସିକନେସ (motion sickness) ଓ ଅପରେଶନ ପରବର୍ତ୍ତୀ ଅଇ ଓ ବାନ୍ତିର (postoperative nausea and vomiting) ଚିକିତ୍ସା ନିମନ୍ତେ ଦିଆଯାଏ । ବେଳେ ବେଳେ ଲାଳ (saliva) କ୍ଷରଣ କମେଇବା ନିମନ୍ତେ ଅପରେଶନ ପୂର୍ବରୁ ମଧ୍ୟ ଦିଆଯାଏ । ଇଞ୍ଜେକସନ ଆକାରରେ ଦେବାର ୨୦ ମିନିଟ ପରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ୮ଘଣ୍ଟା ପର୍ଯ୍ୟନ୍ତ ରହେ । ଏହା ପାଟିରେ ଓ ଚର୍ମ ପ୍ୟାଚ (skin patch) ଆକାରରେ ମଧ୍ୟ ଦିଆଯାଇପାରେ ।
ଶଙ୍ଖଚିଲ ବା ଶଙ୍ଖଚିଲ୍ଲ (ଜୀବବିଜ୍ଞାନ ନାମ: Haliastur indus) ଏକ୍ସିପିଟ୍ରିଡେ ପରିବାରର ଏକ ମଧ୍ୟମାକାର ଶିକାରୀ ପକ୍ଷୀ। ଏକ୍ସିପିଟ୍ରିଡେ ପରିବାରର ଅନ୍ୟ ପକ୍ଷୀଗୁଡ଼ିକ ହେଉଛନ୍ତି ବହିରା, ବାଜ, ଶାଗୁଣା ଇତ୍ୟାଦି । ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆରେ ଶଙ୍ଖଚିଲ ଦେଖିବାକୁ ମିଳନ୍ତି । ଉପକୂଳ କିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି । ମୃତ ମାଛ ଓ ଅନ୍ୟାନ୍ୟ ଛୋଟ ଜୀବ ଏମାନଙ୍କ ମୁଖ୍ୟ ଆହାର । ଶଙ୍ଖଚିଲର ମୁଣ୍ଡ ଓ ଛାତି ଧଳା ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଶରୀରର ଅନ୍ୟ ଭାଗ ଈଷତ୍ ଲାଲ୍-ମାଟିଆ ରଙ୍ଗର ହୋଇଥାଏ । ଏହି ଶାରୀରିକ ବିଶେଷତା ପାଇଁ ଅନ୍ୟ ଶିକାରୀ ପକ୍ଷୀଙ୍କ ମଧ୍ୟରେ ଏମାନଙ୍କୁ ସହଜରେ ଚିହ୍ନିହୁଏ ।
ଜେମିମାହ ଜେସିକା ରଡ୍ରିଗ୍ସ (ଜନ୍ମ ୫ ସେପ୍ଟେମ୍ବର ୨୦୦୦) ଜଣେ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ଯିଏ ଭାରତ ମହିଳା ଜାତୀୟ ଦଳ ପାଇଁ ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳନ୍ତି । ସେ ୨୦୨୫ ମହିଳା କ୍ରିକେଟ ବିଶ୍ୱକପ୍ , ୨୦୨୨ ମହିଳା ଏସିଆ କପ୍ , ୨୦୨୨ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଏବଂ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଦଳରେ ସାମିଲ ଥିଲେ ।
ବିଠୋବା ମନ୍ଦିର, ବିଠୋବା-ରୁକ୍ମିଣୀ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ((ମରାଠୀ: श्री विठ्ठल-रूक्मिणी मंदिर),(କନ୍ନଡ଼: ಶ್ರೀ ವಿಠ್ಠಲ - ರುಕ್ಮಿಣೀ ದೇವಸ್ಥಾನ) ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ବିଠୋବା (ବିଷ୍ଣୁ ବା କୃଷ୍ଣ) ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କର ଏହା ଏକ ମୁଖ୍ୟ ଉପାସନା ସ୍ଥଳ । ଐତିହାସିକ ବ୍ୟକ୍ତି ପୁଣ୍ଡାଳିକଙ୍କ ପ୍ରରୋଚନାରେ ମହାରାଷ୍ଟ୍ରର ହୟେଶାଲା ସାମ୍ରାଜ୍ୟର (Hoysala) ରାଜା ବିଷ୍ଣୁବର୍ଦ୍ଧନ ଏହି ମନ୍ଦିର ନିର୍ମାଣ କରେଇଥିଲେ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ୧୨୩୭ ମସିହାରେ ରାଜା ବୀର ସୋମେଶ୍ୱର ଏକ ଗ୍ରାମ ଦାନ କରିଥିବା କଥା ମନ୍ଦିରର ଏକ ଶିଳାଲେଖରେ ଲିପିବଦ୍ଧ ଅଛି । ଏହି ମନ୍ଦିରକୁ ମହାରାଷ୍ଟ୍ରର ସର୍ବାଧିକ ଲୋକ ଆସନ୍ତି । ଶାୟାନି ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ଦିନ ଲୋକମାନେ ଦଳ ଦଳ ହୋଇ ଡିଣ୍ଡି ଶୋଭାଯାତ୍ରାରେ ମନ୍ଦିରକୁ ଯାତ୍ରା କରନ୍ତି । ପନ୍ଧରପୁରର ଚନ୍ଦ୍ରଭାଗା ନଦୀରେ ବୁଡ଼ ପକେଇଲେ ସକଳ ପାପ ନାଶ ହେଉଥିବା ବିଶ୍ୱାସ କରାଯାଏ । ସମସ୍ତ ଭକ୍ତଙ୍କୁ ବିଠୋବାଙ୍କ ପାଦ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ । ଭାରତରେ ୧୯୧୪ ମଇ ମାସରୁ ପ୍ରଥମ କରି ମହିଳା ଓ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କୁ ଏଠାରେ ପୂଜକ ହେବାକୁ ଅନୁମତି ଦିଆଗଲା।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଶିଶିର ବେହେରା, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ସମାଲୋଚନା ପୁସ୍ତକ ବିମୁଗ୍ଧ ଉଚ୍ଚାରଣ ନିମନ୍ତେ ଶିଶିର ୨୦୧୯ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ । ସେ ବୃତ୍ତିରେ ଜଣେ ଶିକ୍ଷାବିତ୍ ଓ ଗବେଷକ । ବର୍ତ୍ତମାନ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି ।
ଦୁର୍ଗୀ, ବିଷମ କଟକ ବ୍ଳକ ଅଧିନସ୍ଥ ରାୟଗଡ଼ା ଜିଲ୍ଲା ତଥା ଓଡ଼ିଶା ରାଜ୍ୟର ଗୋଟିଏ ଗ୍ରାମ ପଞ୍ଚାୟତ । ଏହି ଗାଁରେ ମୋଟ ୪୩୯ଟି ପରିବାର ବସବାସ କରନ୍ତି । ଦୁର୍ଗୀ ଗ୍ରାମ ଚାରିପାଖେ ମୋଟା ମୋଟି ୧୯ଟି ଛୋଟବଡ ଗାଁ ରହିଛି, ଯଥା:- ଭାଲେରି, କୁନ୍ଦନପଦର, ରିଙ୍ଗାବାଇ, ବାରଙ୍ଗପଦର, ତୁମ୍ବାଲ୍ପାଡୁ, ବୁଦ୍ଧ ନଗର, କାଚାପାଈ, କାଳିପଦର, ତେନ୍ତୁଳି କାଳିପଦର, କୁରାଙ୍କୁଲ୍, ବାଲିପଦର, ଖାରିଗୁଡା, ମୁଳିପଡା, ଧର୍ମଗୁଡା, ହାଡୁଗୁଡା, ହାଜାର୍ ଡାଙ୍ଗ୍, ହୁରୁଗୁଡା ଓ ଆଇ.ଏ.ଓ କୋଲୋନୀ ଇତ୍ୟାଦି, ଯାହା ଦୁର୍ଗୀ ପଞ୍ଚାୟତ ଅଧିନରେ ଆସେ ।
ଅନାଲ ହେଉଛି ଉତ୍ତର-ପୂର୍ବ ଭାରତର ମଣିପୁର ରାଜ୍ୟ ଏବଂ ମିଆଁମାରର ଏକ ଅଂଶରେ ରହୁଥିବା ନାଗା ଜନଜାତି। ଭାରତୀୟ ସମ୍ବିଧାନ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଆଦେଶ (ସଂଶୋଧନ) ଆଇନ, 1976 ଅନୁଯାୟୀ ଏମାନଙ୍କୁ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରାଯାଇଛି । ଅନାଲ ଜନଜାତି ନାଗା ପୂର୍ବପୁରୁଷଙ୍କ ଜନ୍ମଭୂମିର '୬୬ ନାଗା ଜନଜାତି' ମଧ୍ୟରୁ ଗୋଟିଏ। ଏହି ଜନଜାତିର ସଦସ୍ୟମାନେ ଭାରତ ଏବଂ ମିଆଁମାର ଉଭୟରେ ଦେଖାଯାଆନ୍ତି। ଭାରତରେ ସେମାନେ ମଣିପୁର ଏବଂ ନାଗାଲାଣ୍ଡ ରାଜ୍ୟରେ ବସବାସ କରନ୍ତି କିନ୍ତୁ ମୁଖ୍ୟତଃ ପୂର୍ବ ରାଜ୍ୟରେ ଅଧିକାଂଶ ସମୟରେ ରୁହନ୍ତି। ମଣିପୁର ରାଜ୍ୟରେ, ଅନାଲ ନାଗା ଜନସଂଖ୍ୟା ଚାଣ୍ଡେଲରେ କେନ୍ଦ୍ରିତ ଏବଂ କିଛି ଅନାଲ ଗ୍ରାମ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଅବସ୍ଥିତ, ଚୁରାଚାନ୍ଦପୁର ଜିଲ୍ଲାରେ ପ୍ରାୟ ତିନୋଟି ଗ୍ରାମ ଅଛି ଏବଂ ଥୌବାଲ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଅଛି।
ପୁରୁଷୋତ୍ତମ ସେଠୀ (୧୪ ଜୁନ ୧୯୩୨ - ୯ ମାର୍ଚ୍ଚ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ପୁରୁଷୋତ୍ତମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଏଇଲ୍ଲିନ ମେରି କୋଲ୍ଲୀନ୍ସ ହେଉଛନ୍ତି ଜଣେ ଅବସରପ୍ରାପ୍ତ ନାସା ମହାଲସ ବିଜ୍ଞାନୀ ଏବଂ ୟୁନାଇଟେଡ଼ ଷ୍ଟେଟ ଆକାଶବହିନୀର କର୍ଣ୍ଣଲ ,ଜଣେ ଟେଷ୍ଟ ପାଇଲଟ । ସେ ୧୯୫୬ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।କୋଲ୍ଲୀନ ଥିଲେ ପ୍ରଥମ ମହିଳା ପାଇଲଟ ଏବଂ ମହାକାଶ ଶଟଲର ମହିଳା ସେନାପତି।ତାଙ୍କର କାମ ପାଇଁ ସେ ଅନେକ ପଦବୀର ଅଧିକାରୀ ହୋଇଛନ୍ତି।ସେ ୩୮ ଦିନ ୮ଘଣ୍ଟା ଏବଂ ୧୦ ମିନିଟ ମହାକାଶରେ ଯାତ୍ରା କରିଥିଲେ । ସେ ୨୦୦୬ ମସିହା ମେ ୧ ତାରିଖରେ ତାଙ୍କ କାର୍ଯ୍ୟରୁ ଅବସର ନେଇଥିଲେ । ଏବଂ ଏହା ପରେ ସେ ୟୁଏସ୍ଏଏର ବୋର୍ଡ଼ ସଦସ୍ୟ ଭାବେ ନିଯୁକ୍ତ ହେଇଥଲେ।
ଶ୍ରୀମାନ୍ ସୁର୍ଦାସ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ଏହି କଥାଚିତ୍ରଟିର ନିର୍ମାଣ କରିଥିଲା । ଏହି କଥାଚିତ୍ରଟିର ସଂଳାପ ଲେଖିଥିଲେ ରଣଜିତ ପଟ୍ଟନାୟକ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନକୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଇନଫ୍ଲିକ୍ସିମାବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେମିକେଡ୍, ହେଉଛି ଏକ ଔଷଧ ଯାହା କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍, ସୋରିଆସିସ, ସୋରିଆଟିକ୍ ଆର୍ଥ୍ରାଇଟିସ୍ ଏବଂ ବେସେଟ୍ ରୋଗ ଭଳି ଅନେକ ଅଟୋମ୍ୟୁମ୍ୟୁନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହାକୁ ମେଥୋଟ୍ରେକ୍ସେଟ୍ ସହିତ ଏକତ୍ର ବ୍ୟବହାର କରାଯାଇପାରେ | ଏହା ଅତି ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ କମରେ ୨ ଘଣ୍ଟା ଧରି ଦିଆଯାଏ ଓ ଛଅରୁ ଆଠ ସପ୍ତାହ ବ୍ୟବଧାନରେ ଦିଆଯାଏ |
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ନିଗମାନନ୍ଦ ପରମହଂସ (୧୮୮୦ − ୧୯୩୫) ଜଣେ ଭାରତୀୟ ସାଧକ ଓ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ଭାରତର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର କୁତବପୁର ଗ୍ରାମର ଗୋଟିଏ ବ୍ରାହ୍ମଣ ପରିବାରରେ ୧୨୮୭ ସାଲ (୧୮ ଅଗଷ୍ଟ ୧୮୮୦) ଝୁଲଣ ପୂର୍ଣିମା ତିଥି ରେ, ଜନ୍ମଗ୍ରହଣ କରିଥିଲେ । ଭାରତର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଥିଲେ । ସନ୍ୟାସୀ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ନାମରେ ବିଖ୍ୟାତ ହେଲେ । ବିଶ୍ୱାସ ଯୋଗ୍ୟ ଯେ,ଏହି ମହାତ୍ମା ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ଚତୁର୍ବିଧ ସାଧନାରେ ସିଦ୍ଧହୋଇ ନିର୍ବିକଳ୍ପ ଭୂମିରୁ ଗୁରୁ ରୂପେ ଅବତୀର୍ଣ୍ଣ ହୋଇଥିଲେ । ଠାକୁର ନିଗମାନନ୍ଦ ନିର୍ବିକଳ୍ପ ଭୂମିରୁ ଫେରି ଗୁରୁ ଭାବ ଘେନି ଲୋକାଳୟକୁ ଆସିବା ପରେ ସମାଜର ଦୁର୍ଗତି ସନ୍ଦର୍ଶନ ଓ ଉପଲବ୍ଧି କରି ଏହାକୁ ଦୃଢ଼ ଓ ପ୍ରାଣବନ୍ତ କରିବା ଉଦ୍ଦେଶ୍ୟରେ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ଗ୍ରନ୍ଥମାନ ବଙ୍ଗଳା ଭାଷାରେ ପ୍ରଣୟନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଗ୍ରନ୍ଥମାନର ଓଡ଼ିଆ ଭାଷାନ୍ତର ଦୁର୍ଗାଚରଣ ମହାନ୍ତିଙ୍କଦ୍ୱାରା ସମ୍ଭବପର ହୋଇ ପାରିଥିଲା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସରଳା ଦେବୀ (୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ଭାରତୀୟ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ରିଟିଶ ସରକାର ଅଧୀନରେ ଥିବା ବେଳେ ଭାରତରେ ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ ହେବା ସହ ନାରୀ ଶିକ୍ଷାର ପ୍ରଚାର ପ୍ରସାର ହୋଇଥିଲା । ସେହି ସମୟରେ ଏହାର ପ୍ରଭାବରେ ଓଡ଼ିଶାର ନାରୀନେତ୍ରୀ ରମାଦେବୀ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ସେ ଭାରତର ସ୍ୱାଧୀନତା ଓ ନାରୀ ସ୍ୱାଧୀନତା ପାଇଁ ଲଢ଼ିଥିଲେ । ସେ ସତ୍ୟାଗ୍ରହରେ ଭାଗନେଇଥିବା ପ୍ରଥମ ଓଡ଼ିଆ ମହିଳା । ଇଞ୍ଚୁଡ଼ିଠାରେସେ ଲବଣ ସତ୍ୟାଗ୍ରହରେ ଭାଗନେଇଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।
ଦସ୍ୟୁ ରତ୍ନାକର ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଆଂଶିକ ରଙ୍ଗୀନ ଓଡ଼ିଆ କଥାଚିତ୍ର । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରଯୋଜନା ଓ ପ୍ରଭାତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏଇଟି ଓଡ଼ିଆ କଥାଚିତ୍ର ଇତିହାସରେ ପ୍ରଥମ ଆଂଶିକ ରଙ୍ଗୀନ ଛବି । ଏଥିରେ ଶରତ ପୂଜାରୀ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।
ବିହାର ଓ ଓଡ଼ିଶା ବ୍ରିଟିଶ ଭାରତର ଏକ ପ୍ରଦେଶ ଥିଲା, ଯେଉଁଥିରେ ବର୍ତ୍ତମାନର ଭାରତୀୟ ରାଜ୍ୟ ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ଏହି ଅଞ୍ଚଳକୁ ଜିତି ନେଇଥିଲେ ଏବଂ ବ୍ରିଟିଶ ଭାରତର ସର୍ବବୃହତ ପ୍ରଶାସନିକ ଉପଖଣ୍ଡ ବେଙ୍ଗଲ ପ୍ରେସିଡେନ୍ସିର ତତ୍କାଳୀନ ଭାରତୀୟ ପ୍ରଶାସନିକ ସେବାଦ୍ୱାରା ପରିଚାଳିତ ହେଉଥିଲା ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ପୁରୁଷୋତ୍ତମ ମିଶ୍ର (ଜନ୍ମ: ୧୯୬୮) ଜଣେ ଭାରତୀୟ ଓଡ଼ିଆ ଓ ସମ୍ବଲପୁରୀ ଭାଷୀ କବି, ନାଟ୍ୟକାର, ଗବେଷକ । ସେ ପାଖାପାଖି ପଚାଶଟି ନାଟକର ନିର୍ଦ୍ଦେଶନା ଦେବା ସହ ଶହେରୁ ଅଧିକ ନାଟକର ସହ- ନିର୍ଦ୍ଦେଶକ ଭାବରେ କାର୍ଯ୍ୟକରିଛନ୍ତି । ସେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କର ରଚିତ, ନିର୍ଦ୍ଦେଶିତ ଓ ଅଭିନୀତ ନାଟକ କୁଆଁରୀ ଓ ଡଙ୍ଗର୍ ତଲେ ଡମରୁ ରଜା ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ନାଟକସବୁ ହେଲା କୁଆଁରୀ, ବନାଲହ, କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ, ଚବ୍ରା ଘୁଡ଼ା, ଧାରେ ସପନ୍, ବୋଲେ ହୁଁ ଟି, ଧର୍ମକ୍ଷେତ୍ରେ, ଡଁଗର୍ ତଲେ ଡମରୁ ରଜା ଓ ପର୍ଶୁରାମ । ସେ ଜଣେ ଶଲାବୁଢ଼ା, ଆଦିମ ବିଚାର, ଶଲା ବୁଢ଼ାର ବଦ୍ଲା, ଅଲାର୍ ଏବଂ ଜିତାନିରେ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ପ୍ରେମ୍ କୁମାର, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା । ରଞ୍ଜନ ଶତପଥୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ମହାକୁଡ଼, ଦେବୀଦତ୍ତ ମହାନ୍ତି ଏବଂ ଶକ୍ତି ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ତାପସ ସରଘରିଆ ଓ ଦେବୀଦତ୍ତ ମହାନ୍ତି । ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଗୌରହରି ଦାସ (ଜନ୍ମ: ୯ ଅକ୍ଟୋବର ୧୯୬୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସ୍ତମ୍ଭକାର । ଇତିମଧ୍ୟରେ ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସଂପ୍ରତି ସେ ଓଡ଼ିଆ ଖବରକାଗଜ ସମ୍ବାଦର ସାହିତ୍ୟ ସମ୍ପାଦକ ଏବଂ କଥା ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରନ୍ତି । ସେ "ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲ୍ଚର" ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ । ପୂର୍ବରୁ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ଏହାର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନ ସମେତ ସେ ସେ ୨୦୧୨ ମସିହାରେ "କଣ୍ଟା ଓ ଅନ୍ୟାନ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୦୧ରେ "ନିଜ ସାଙ୍ଗେ ନିଜର ଲଢ଼େଇ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର "ବାଘ ଓ ଅନ୍ୟାନ୍ୟ ଗଳ୍ପ" ଗଳ୍ପସଂକଳନ ନିମନ୍ତ ସେ ୨୦୨୨ ମସିହାରେ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।