ଓଡ଼ିଆ ଉଇକିପିଡ଼ିଆ ଲୋକପ୍ରିୟ ୧୦୦

ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...

  1. 1

    ଗୋପବନ୍ଧୁ ଦାସ

    ଗୋପବନ୍ଧୁ ଦାସ

    ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭–୧୭ ଜୁନ ୧୯୨୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଓଡ଼ିଆ-ଭାଷୀ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅବଦାନ ନିମନ୍ତେ ସେ "ଉତ୍କଳମଣି" ନାମରେ ଜଣାଶୁଣା ।

    128 ପଠିତ (↑70 ଗତକାଲିଠାରୁ)87,404,184,31,37,28,22,39,58, 128

    9+ ଦିନ ଷ୍ଟ୍ରିକ

    🔍 🗞️
  2. 2

    ପ୍ରଭାତ ରଞ୍ଜନ ବିଶ୍ୱାଳ

    ପ୍ରଭାତ ରଞ୍ଜନ ବିଶ୍ୱାଳ

    ପ୍ରଭାତ ରଞ୍ଜନ ବିଶ୍ୱାଳ (ଜନ୍ମ: ୧୮ ମଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    102 ପଠିତ (↑102 ଗତକାଲିଠାରୁ)0,0,0,0,0,0,0,0,0, 102

    1 ଦିନ ଷ୍ଟ୍ରିକ

    🔍 🗞️
  3. 3

    ଜଗନ୍ନାଥ ଦାସ

    ଜଗନ୍ନାଥ ଦାସ

    ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।

    101 ପଠିତ (↑84 ଗତକାଲିଠାରୁ)16,29,31,42,21,18,17,22,17, 101

    9+ ଦିନ ଷ୍ଟ୍ରିକ

    🔍 🗞️
  4. 4

    ପୌରସଂସ୍ଥା

    ପୌରସଂସ୍ଥା

    ସହରାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ସଂସ୍ଥାକୁ ପୌରସଂସ୍ଥା କୁହାଯାଏ ୤ ପୌରସଂସ୍ଥା ଗୁଡ଼ିକ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ନଗପାଳିକା, ନିଗମ ଓ ମହାନଗର ନିଗମ ୤

    98 ପଠିତ (↑98 ଗତକାଲିଠାରୁ)0,0,0,0,0,0,0,0,0, 98

    1 ଦିନ ଷ୍ଟ୍ରିକ

    🔍 🗞️
  5. 5

    ଗୁଲୁଗୁଲା

    ଗୁଲୁଗୁଲା

    ଗୁଲୁଗୁଲା ଓଡ଼ିଶା ଓ ଭାରତର ବାକି ଜାଗାରେ ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଯାହା ମଇଦା ଓ ସୁଜିରୁ ତିଆରି କରାଯାଏ । କିନ୍ତୁ ଏହା ଏବେ ସେହି ପରିମାଣର ପ୍ରସିଦ୍ଧ ହପି ରହିନାହିଁ। ଏହା ପାରମ୍ପରିକ ଭାବରେ ବିଭିନ୍ନ ସ୍ଥାନରେ ପର୍ବ ପର୍ବାଣିରେ ପ୍ରସ୍ତୁତ କରାଯାଏ ।.

    96 ପଠିତ (↑96 ଗତକାଲିଠାରୁ)0,0,0,0,0,0,0,0,0, 96

    1 ଦିନ ଷ୍ଟ୍ରିକ

    🔍 🗞️
  6. 6

    ସାଲେପୁର

    ସାଲେପୁର

    ସାଲେପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।

    96 ପଠିତ (↑96 ଗତକାଲିଠାରୁ)0,0,0,0,0,0,0,0,0, 96

    1 ଦିନ ଷ୍ଟ୍ରିକ

    🔍 🗞️
  7. 7

    କେଶବ କୋଇଲି

    କେଶବ କୋଇଲି

    କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚ‍ଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚ‍ଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।

    93 ପଠିତ (↑93 ଗତକାଲିଠାରୁ)0,0,0,0,0,15,0,0,0, 93

    1 ଦିନ ଷ୍ଟ୍ରିକ

    🔍 🗞️
  8. 8

    ବାଇଜେମିନି

    ବାଇଜେମିନି

    ବାଇଜେମିନି ହେଉଛି ଏକ ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ଯେଉଁଥିରେ ପ୍ରତ୍ୟେକ ନିୟମିତ ହୃଦସ୍ପନ୍ଦନକୁ ଅନୁସରଣ କରି ଗୋଟିଏ ଅନିୟମିତ ହୃଦସ୍ପନ୍ଦନ (ଏକ୍ଟୋପିକ୍ ବିଟ୍) ହୁଏ । ଏହି ରୋଗ ତିନୋଟି ପ୍ରକାରର ଦେଖାଯାଏ ଯଥା: ଅକାଳ ନିଳୟ ସଙ୍କୋଚନ, ସଂଯୋଗ ସ୍ଥଳ ଏବଂ ଅକାଳ ଅଳିନ୍ଦ ସଙ୍କୋଚନ । ସାଧାରଣତଃ ଏହାର କୌଣସି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ନାହିଁ; ଯଦିଓ ଏକ ପରିତ୍ୟକ୍ତ ହୃତ୍‌ସ୍ପନ୍ଦନର ଅନୁଭବ ହୋଇପାରେ । କ୍ୱଚିତ ନିମ୍ନ ରକ୍ତଚାପ ଏବଂ ମୁଣ୍ଡ ହାଲୁକା ଲାଗିପାରେ ।

    85 ପଠିତ (↑85 ଗତକାଲିଠାରୁ)0,0,0,0,0,0,0,0,0, 85

    1 ଦିନ ଷ୍ଟ୍ରିକ

    🔍 🗞️
  9. 9

    ଦହିଆଳ ପକ୍ଷୀ

    ଦହିଆଳ ପକ୍ଷୀ

    ଦହିଆଳ ପକ୍ଷୀ ବା ଦୟାଳୁ ପକ୍ଷୀ (ଇଂରାଜୀ ଭାଷାରେ Oriental Magpie-Robin,ଜୀବବିଜ୍ଞାନ ନାମ Copsychus saularis) ଏକ କ୍ଷୁଦ୍ରାକାର ପକ୍ଷୀ ଯାହାକୁ ପ୍ରଥମେ ଥ୍ରଷ୍ (Thrush) ପରିବାରର ସଦସ୍ୟ ଭାବେ ପରିଗଣନା କରାଯାଉଥିଲା; କିନ୍ତୁ ବର୍ତ୍ତମାନ ଏହାକୁ ମାଛିଖାଇ ପକ୍ଷୀ ପରିବାରରେ (Old World flycatcher) ସ୍ଥାନିତ କରାଯାଇଛି । କଳା-ଧଳା ମିଶା ରଙ୍ଗର ଏହି ପକ୍ଷୀର ଲାଞ୍ଜଟି ଲମ୍ବା ଏବଂ ଭୂମିରେ ବା ଉଚ୍ଚ ସ୍ଥାନରେ ବସି ଖାଇବା ବେଳେ ଏମାନଙ୍କ ଲାଞ୍ଜଟି ଉପରକୁ ଉଠି ରହିଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଥାଏ । ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ବ୍ୟାପ୍ତ ଏହି ପକ୍ଷୀ ସାଧାରଣତଃ ଜଙ୍ଗଲରେ ଓ ସହରାଞ୍ଚଳର ଉଦ୍ୟାନରେ ପରିଲକ୍ଷିତ ହୋଇଥାଏ । ଦହିଆଳ ପକ୍ଷୀ ସୁନ୍ଦର କାକଳି ଧ୍ୱନି ବା ଗୀତ ସୃଷ୍ଟି କରେ ଓ ଏକଦା ଏମାନଙ୍କୁ ପଞ୍ଜୁରୀରେ ପୋଷା ମନାଇ ରଖିବା ପାଇଁ ବେଶ୍ ଲୋକଚାହିଦା ରହିଥିଲା । ଦହିଆଳ ପକ୍ଷୀ ବଙ୍ଗଳାଦେଶର ଜାତୀୟ ପକ୍ଷୀ ।

    85 ପଠିତ (↑85 ଗତକାଲିଠାରୁ)0,0,0,0,0,0,0,0,0, 85

    1 ଦିନ ଷ୍ଟ୍ରିକ

    🔍 🗞️
  10. 10

    ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

    ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

    ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ବିଜୁ ଜନତା ଦଳ ପ୍ରାର୍ଥି ମନ୍ମଥ ରାଉତରାୟଙ୍କଠାରୁ ୩୫,୧୫୨ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି।

    83 ପଠିତ (↑83 ଗତକାଲିଠାରୁ)0,0,0,0,0,0,0,0,0, 83

    1 ଦିନ ଷ୍ଟ୍ରିକ

    🔍 🗞️
  11. 11

    ଶକ୍ତିମାନ

    ଶକ୍ତିମାନ

    ଶକ୍ତିମାନ (ହିନ୍ଦୀ : शक्तिमान) ହେଉଛି ଏକ ଭାରତୀୟ କାଳ୍ପନିକ ମହାନ ବୀର, ଯାହା ମୁକେଶ ଖାନ୍ନାଙ୍କ ପ୍ରଯୋଜନା ଓ ଦୀନକର ଜାନୀଙ୍କ ନିର୍ଦ୍ଦେଶନାରେ ଦୂରଦର୍ଶନ ଧାରାବାହିକ ରୂପେ ପ୍ରସାରିତ ହେଉଥିଲା ।ଭାରତୀୟ ଜାତୀୟ ଦୂରଦର୍ଶନ ନେଟଓ୍ବାର୍କରେ, ୨୭ ସେପ୍ଟେମ୍ବର ୧୯୯୭ (ପରିଚୟ ଭାଗ, ୨୭ ସେପ୍ଟେମ୍ବର ୧୯୯୭କୁ ବାଦ ଦେଇ)ରୁ ୨୭ ମାର୍ଚ୍ଚ ୨୦୦୫ ପର୍ଯ୍ୟନ୍ତ, ପ୍ରାୟ ୪୦୦ଟି ଭାଗ ଦୂରଦର୍ଶନରେ ରବିବାର ଦିନ ମଧ୍ୟାହ୍ନ ୧୨ଟା ଆଇ ଏସ୍ ଟି ସମୟରେ ପ୍ରସାରିତ ହେଉଥିଲା । ଯଦିଓ ଶେଷ ବେଳକୁ କିଛି ଭାଗର ପ୍ରସାରଣ ସମୟ ୯:୩୦ a.m.କୁ ପରିବର୍ତ୍ତିତ ହୋଇଥିଲା ।

    82 ପଠିତ (↑82 ଗତକାଲିଠାରୁ)0,0,0,0,0,0,0,0,0, 82

    1 ଦିନ ଷ୍ଟ୍ରିକ

    🔍 🗞️
  12. 12

    ଢଗ ଢମାଳି

    ଢଗ ଢମାଳି

    ଢଗ ଢମାଳି (ଅଞ୍ଚଳ ବିଶେଷରେ ଢେଗ ଓ ସମ୍ବଲପୁରୀରେ ଢେଙ୍ଗ, ଢେଙ୍ଗା ଓ ଢଗ ବୋଲି ମଧ୍ୟ ଜଣା) ଓଡ଼ିଆରେ ବ୍ୟବହୃତ ଉପଦେଶ ଓ ଅନୁଭବପୂର୍ଣ୍ଣ ବଚନ ଥିବା ପଦ୍ୟରେ ଲିଖିତ "ଢଗ" ଓ ବ୍ଯଙ୍ଗୋକ୍ତିକୁ ନେଇ ରଚିତ "ଢମାଳି"କୁ ନେଇ ତିଆରି । ଢଗରେ ପଦମାନଙ୍କ ଶେଷ ଅକ୍ଷର ମେଳ ହେଉଥିବା ବେଳେ ଓ ଢମାଳିରେ ଅକ୍ଷର ମେଳ ହୁଏନାହିଁ । ଉଭୟ ଢଗ ଓ ଢମାଳି ମୁଖ ନିଃସୃତ ଲୋକକଥା ଏବଂ ରୂଢି, ଗଦ୍ୟ/ପଦ, କାବ୍ୟାଂଶ, ଲୋକଗୀତ ଆଦିର ଅଂଶବିଶେଷ । ଏଥିରେ ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଉପଦେଶ ଆଦି ରହିଥାଏ । ଢଗ ଢମାଳିକୁ ଲିପିବଦ୍ଧ କରିବାରେ ଗୋପାଳ ପ୍ରହରାଜ ପ୍ରଥମ ବୋଲି ରାଧାରମଣ ପଣ୍ଡା ପ୍ରହରାଜ ପରିକ୍ରମାରେ ଉଲ୍ଲେଖ କରିଥିଲେ ।

    76 ପଠିତ (↑76 ଗତକାଲିଠାରୁ)10,0,0,0,0,0,0,0,0, 76

    1 ଦିନ ଷ୍ଟ୍ରିକ

    🔍 🗞️
  13. 13

    ମହାତ୍ମା ଗାନ୍ଧୀ

    ମହାତ୍ମା ଗାନ୍ଧୀ

    ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।

    75 ପଠିତ (↑75 ଗତକାଲିଠାରୁ)15,16,0,15,10,0,15,20,0, 75

    1 ଦିନ ଷ୍ଟ୍ରିକ

    🔍 🗞️
  14. 14

    ୧ (ସଂଖ୍ୟା)

    ୧ (ସଂଖ୍ୟା)

    ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ(୨)ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।

    66 ପଠିତ (↑66 ଗତକାଲିଠାରୁ)0,0,0,0,0,0,0,0,0, 66

    1 ଦିନ ଷ୍ଟ୍ରିକ

    🔍 🗞️
  15. 15

    ସମ୍ବଲପୁର

    ସମ୍ବଲପୁର

    ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |

    63 ପଠିତ (↑63 ଗତକାଲିଠାରୁ)0,0,0,0,0,0,0,0,0, 63

    1 ଦିନ ଷ୍ଟ୍ରିକ

    🔍 🗞️
  16. 16

    ଘର ମୋର ସ୍ୱର୍ଗ

    ଘର ମୋର ସ୍ୱର୍ଗ

    ଘର ମୋର ସ୍ୱର୍ଗ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅରୁଣ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।

    62 ପଠିତ (↑62 ଗତକାଲିଠାରୁ)0,0,0,0,0,0,0,0,0, 62

    1 ଦିନ ଷ୍ଟ୍ରିକ

    🔍 🗞️
  17. 17

    ରଥଯାତ୍ରା

    ରଥଯାତ୍ରା

    ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.

    59 ପଠିତ (↓21 ଗତକାଲିଠାରୁ)34,41,32,33,37,48,55,46,80, 59

    9+ ଦିନ ଷ୍ଟ୍ରିକ

    🔍 🗞️
  18. 18

    ବିଶ୍ୱନାଥ କବିରାଜ

    ବିଶ୍ୱନାଥ କବିରାଜ

    ବିଶ୍ୱନାଥ କବିରାଜ, ତାଙ୍କର ସୁନ୍ଦର ରଚନା ସାହିତ୍ୟ ଦର୍ପଣ ନିମନ୍ତେ ଚାରିଆଡ଼େ ବିଖ୍ୟାତ ଥିଲେ, ଓ ସେ ଜଣେ ଅତ୍ୟନ୍ତ ସଫଳ କବି, ବିଦ୍ୱାନ ଓ ବାକ୍‌ପଟୁ ଥିଲେ ଯିଏ କଳିଙ୍ଗ (ଭାରତ) (ଆଧୁନିକ ଓଡ଼ିଶା)ର ଦୁଇ ଲଗାଏତ ରାଜା ନରସିଂହ ଦେବ ୪ ଓ ରାଜା ନିଶଙ୍କ ଭାନୁଦେବ ୪ ଅମଳରେ ସାହିତ୍ୟରେ ଶୀର୍ଷକୁ ଉଠିଥିଲେ ଓ ଜନ୍ମ, ମୃତ୍ୟୁ ସମୟ ଜଣା ନ ଥିବାରୁ ସେହି ସମୟକୁ (୧୩୭୮ରୁ ୧୪୩୪ ମସିହା) ତାଙ୍କରି ସମୟ ଭାବେ ନିଆଯାଇଛି ।

    58 ପଠିତ (↑58 ଗତକାଲିଠାରୁ)0,0,0,0,0,0,0,0,0, 58

    1 ଦିନ ଷ୍ଟ୍ରିକ

    🔍 🗞️
  19. 19

    ଧଉଳି

    ଧଉଳି

    ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି ।

    58 ପଠିତ (↑58 ଗତକାଲିଠାରୁ)0,0,0,0,0,0,0,0,0, 58

    1 ଦିନ ଷ୍ଟ୍ରିକ

    🔍 🗞️
  20. 20

    ଆଶୁତୋଷ ମହାପାତ୍ର

    ଆଶୁତୋଷ ମହାପାତ୍ର

    ଆଶୁତୋଷ ମହାପାତ୍ର ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ, ଯିଏକି ଅନେକ ଯାତ୍ରା ନାଟକ ରଚନା କରିଛନ୍ତି । ୨୦୦୩ ମସିହାରୁ ସେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କୋଣାର୍କ ଗଣନାଟ୍ୟ, ରଙ୍ଗମହଲ, ସ୍ୱର୍ଣ୍ଣ ମହଲ, ଗୌରୀ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ଶିବାନୀ, ତାରିଣୀ, ବାଘାଯତୀନ ଆଦିରେ ନାଟକ ରଚନା କରିଥିଲେ ।

    58 ପଠିତ (↑58 ଗତକାଲିଠାରୁ)0,0,0,0,0,0,0,0,0, 58

    1 ଦିନ ଷ୍ଟ୍ରିକ

    🔍 🗞️
  21. 21

    ୧୪ ଜୁଲାଇ

    ୧୪ ଜୁଲାଇ

    ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଜୁଲାଇ ବର୍ଷର ୧୯୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୯୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୭୦ ଦିନ ବାକି ଅଛି ।

    56 ପଠିତ (↑56 ଗତକାଲିଠାରୁ)0,0,0,0,0,0,0,0,0, 56

    1 ଦିନ ଷ୍ଟ୍ରିକ

    🔍 🗞️
  22. 22

    ବନ୍ଧୁତା

    ବନ୍ଧୁତା

    ବନ୍ଧୁତା

    56 ପଠିତ (↑25 ଗତକାଲିଠାରୁ)0,0,0,0,0,0,0,0,31, 56

    2 ଦିନ ଷ୍ଟ୍ରିକ

    🔍 🗞️
  23. 23

    ଆସିଷ୍ଟୋଲ

    ଆସିଷ୍ଟୋଲ

    ଆସିଷ୍ଟୋଲ କୁହାଯାଏ ଯେତେବେଳେ ହୃତ୍‌ପିଣ୍ଡର ନିଳୟରୁ ଗତି କିମ୍ବା ବୈଦ୍ୟୁତିକ କାର୍ଯ୍ୟକଳାପ ନଥାଏ । ବ୍ୟକ୍ତିଟି ପ୍ରତିକ୍ରିୟାଶୀଳ ନୁହେଁ, ଠିକ୍ ଭାବରେ ନିଶ୍ୱାସ ନେଉନାହିଁ ଏବଂ ନାଡ଼ି ବିନା। ହାଇଁପଡ଼ି ନିଶ୍ୱାସ ପ୍ରଶ୍ୱାସ ଥାଇପାରେ। ଏହା ହେଉଛି ହୃଦଘାତର ଏକ ପ୍ରକାର ଯାହାର ଫଳାଫଳ ସବୁଠାରୁ ଖରାପ, ଏବଂ ସାଧାରଣତଃ ଏହା ଅପରିବର୍ତ୍ତନୀୟ। ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କ ମଧ୍ୟରେ ମସ୍ତିଷ୍କ କ୍ଷତି ହୋଇଥାଇପାରେ।

    54 ପଠିତ (↑54 ଗତକାଲିଠାରୁ)0,0,0,0,0,0,0,0,0, 54

    1 ଦିନ ଷ୍ଟ୍ରିକ

    🔍 🗞️
  24. 24

    ନବଯୌବନ ବେଶ

    ନବଯୌବନ ବେଶ

    ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ତାଙ୍କର ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ ।

    53 ପଠିତ (↑53 ଗତକାଲିଠାରୁ)0,0,0,0,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  25. 25

    ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା

    ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭାରତର ଏକ ରାଜ୍ୟ ଓଡ଼ିଶା ସରକାରଙ୍କ ମୁଖ୍ୟ । ଭାରତର ସମ୍ବିଧାନ ଅନୁଯାୟୀ, ରାଜ୍ୟର ରାଜ୍ୟପାଳ ହେଉଛନ୍ତି ନାମମାତ୍ର ମୁଖ୍ୟ, କିନ୍ତୁ ପ୍ରକୃତ କାର୍ଯ୍ୟନିର୍ବାହୀ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ହାତରେ ନ୍ୟସ୍ତ ଥାଏ । ଓଡ଼ିଶା ବିଧାନ ସଭା ନିର୍ବାଚନ ପରେ, ରାଜ୍ୟପାଳ ସାଧାରଣତଃ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ (କିମ୍ବା ମେଣ୍ଟ)କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥାନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି, ଯାହାଙ୍କ ମନ୍ତ୍ରୀପରିଷଦ ବିଧାନସଭା ପ୍ରତି ସାମୂହିକ ଭାବେ ଉତ୍ତରଦାୟୀ ରହିଥାନ୍ତି । ବିଧାନସଭାରେ ଆସ୍ଥା ଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ପାଇଁ ରହିଥାଏ ଏବଂ ଏହି ପଦବୀ ପାଇଁ କୌଣସି କାର୍ଯ୍ୟକାଳ ସୀମା ବା ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଗୃହର ନେତା ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ।

    53 ପଠିତ (↑53 ଗତକାଲିଠାରୁ)0,0,0,14,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  26. 26

    ଜାତକ କଥା

    ଜାତକ କଥା

    ଜାତକ କଥା କିମ୍ବା ଜାତକ ପାଳି ବୌଦ୍ଧ ଗ୍ରନ୍ଥ ତ୍ରିପିଟକ ର ସୂତ୍ରପିଟକ ଅନ୍ତର୍ଗତ ଖୁଦ୍ଦକ ନିକାୟ ର ଦଶମ ଅଂଶର ଅନ୍ତର୍ଭୁକ୍ତ ଅଟେ । ଏହି କଥାମାନଙ୍କରେ ଭଗବାନ ବୁଦ୍ଧଙ୍କ ବିଭିନ୍ନ କାହାଣୀ ରହିଛି । ମନ୍ୟତା ଅନୁସାରେ, ଏହି କଥାଗୁଡ଼ିକ ସ୍ୱୟଂ ଗୌତମ ବୁଦ୍ଧ କହିଯାଇଥିଲେ, ଯଦିଓ କିଛି ବିଦ୍ୱାନ ମନେ କରନ୍ତି ଯେ କିଛି ଜାତକ କଥା, ବୁଦ୍ଧଙ୍କ ନିର୍ବାଣ ପରେ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା କୁହାଯାଇଥିଲା । ବିଶ୍ୱର ସବୁଠୁ ପୁରାତନ ଲିଖିତ କାହାଣୀମାଳା ହେଉଛି ଏହି ଜାତକ କଥା, ଯେଉଁଥିରେ ପ୍ରାୟ ୬୦୦ ଟି କାହାଣୀ ସଂଗ୍ରହ ହୋଇଛି । ଏହି କାହାଣୀମାଳା ଖ୍ରୀଷ୍ଟପୂର୍ବ ୩୦୦ ସମୟର । ଏଥିରେ ମନୋରଞ୍ଜନ ମାଧ୍ୟମରେ ନୀତି ଓ ଧର୍ମର ଶିକ୍ଷା ଦେବାର ଚେଷ୍ଟା କରାଯାଇଛି ।

    53 ପଠିତ (↑53 ଗତକାଲିଠାରୁ)0,0,0,0,0,0,0,0,0, 53

    1 ଦିନ ଷ୍ଟ୍ରିକ

    🔍 🗞️
  27. 27

    ସଞ୍ଚିତା ମହାନ୍ତି

    ସଞ୍ଚିତା ମହାନ୍ତି

    ସଞ୍ଚିତା ମହାନ୍ତି (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    52 ପଠିତ (↑52 ଗତକାଲିଠାରୁ)0,0,0,0,0,0,0,0,0, 52

    1 ଦିନ ଷ୍ଟ୍ରିକ

    🔍 🗞️
  28. 28

    ଆରବ ଘାଟି

    ଆରବ ଘାଟି

    ଆରବ ଘାଟି ହେଉଛି ଏକ ସାମୁଦ୍ରିକ ଘାଟି, ଯାହାକି ଆରବ ସାଗରର ଦକ୍ଷିଣ ପାର୍ଶ୍ୱ ଆଡ଼କୁ ଭାରତ ଏବଂ ଆରବ ଦ୍ୱୀପ ମଧ୍ୟରେ ଅବସ୍ଥିତ । ଆରବ ସାଗରର ଦୁଇଟି ଘାଟି ମଧ୍ୟରୁ ପୂର୍ବରେ ଆରବ ଘାଟି ଏବଂ ପଶ୍ଚିମରେ ସୋମାଲି ଘାଟି । ଆରବ ଘାଟି ମାନ‌ଚିତ୍ରରେ ୧୦° ଉତ୍ତର, ୬୫° ପୂର୍ବ ଦିଗରେ ଅବସ୍ଥିତ । ଏହି ଘାଟିଟି ଉତ୍ତରରେ ୩୪୦୦ ମିଟରରୁ ଦକ୍ଷିଣରେ ୪୪୦୦ ମିଟର ଗଭୀରତା ଯାଏ ବ୍ୟାପଛି । ଏହି ଘାଟିର ସର୍ବାଧିକ ଗଭୀରତା ହେଉଛି ୪୬୫୨ମିଟର । ଏହି ନ‌ଦୀର ଉପତ୍ୟକା ସିନ୍ଧୁ ନ‌ଦୀରୁ ଅସୁଥିବା ଏକ ଚିକ୍କଣୀୟା ତରଳ ପଦାର୍ଥଦ୍ୱାରା ଆଚ୍ଛାଦିତ ହୋଇରହିଛି ।

    51 ପଠିତ (↑4 ଗତକାଲିଠାରୁ)0,0,0,0,0,0,0,0,47, 51

    2 ଦିନ ଷ୍ଟ୍ରିକ

    🔍 🗞️
  29. 29

    ଭଦ୍ରକ ଜିଲ୍ଲା

    ଭଦ୍ରକ ଜିଲ୍ଲା

    ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।

    50 ପଠିତ (↑50 ଗତକାଲିଠାରୁ)0,0,0,0,0,0,0,0,0, 50

    1 ଦିନ ଷ୍ଟ୍ରିକ

    🔍 🗞️
  30. 30

    ଅକ୍ସାଣ୍ଡ୍ରୋଲୋନ

    ଅକ୍ସାଣ୍ଡ୍ରୋଲୋନ

    ଅକ୍ସାଣ୍ଡ୍ରୋଲୋନ, ଏକ ବ୍ୟବସାୟୀକ ନାମ ଅକ୍ସାଣ୍ଡ୍ରିନ, ଏକ ଉତ୍ପାଦିତ ଆଣ୍ଡ୍ରୋଜେନ ଓ ଆନାବୋଲିକ ଷ୍ଟିରଏଡ (AAS) | ଏହା ଓଜନ କମୁଥିବା ଲୋକଙ୍କର ଓଜନ ବୃଦ୍ଧି କରିବାକୁ, ଦୀର୍ଘକାଳୀନ କର୍ଟିକୋଷ୍ଟିରଏଡ ସେବନ ଜନିତ ପ୍ରୋଟିନ କ୍ଷୟକୁ ଅବରୋଧ କରିବାକୁ ଓ ଓଷ୍ଟିଓପୋରୋସିସ୍ ଯୋଗୁ ହେଉଥିବା ହାଡ଼ ଯନ୍ତ୍ରଣାକୁ ରୋକିବା ପାଇଁ ଏହା ବ୍ୟବହୃତ ହୁଏ | ଏହା ପାଟିରେ ଦିଆଯାଏ ।

    50 ପଠିତ (↑50 ଗତକାଲିଠାରୁ)0,0,0,0,0,0,0,0,0, 50

    1 ଦିନ ଷ୍ଟ୍ରିକ

    🔍 🗞️
  31. 31

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି

    ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।

    49 ପଠିତ (↑3 ଗତକାଲିଠାରୁ)84,67,79,66,83,71,67,69,46, 49

    9+ ଦିନ ଷ୍ଟ୍ରିକ

    🔍 🗞️
  32. 32

    ଓଡ଼ିଶାର ପଞ୍ଚାୟତ ସମିତି ତାଲିକା

    ଓଡ଼ିଶାର ପଞ୍ଚାୟତ ସମିତି ତାଲିକା

    ଏହା ଓଡ଼ିଶାର ପଞ୍ଚାୟତ ସମିତିମାନଙ୍କ ବାବଦରେ ଏକ ତାଲିକା ପ୍ରଦାନ କରିଥାଏ । ରାଜ୍ୟର ମୋଟ ୩୦ ଗୋଟି ଜିଲ୍ଲାରେ ୬୨୩୬ ଗ୍ରାମପଞ୍ଚାୟତ, ୬୨୩୪ ପଞ୍ଚାୟତ ସମିତି ସଭ୍ୟ, ୮୭, ୫୫୧ ୱାର୍ଡ଼ ସଭ୍ୟ ଓ ୮୫୪ ଜିଲ୍ଲା ପରିଷଦ ପଦବୀ ରହିଛି ।

    48 ପଠିତ (↑48 ଗତକାଲିଠାରୁ)0,0,0,0,0,0,0,0,0, 48

    1 ଦିନ ଷ୍ଟ୍ରିକ

    🔍 🗞️
  33. 33

    ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    ରାଜନଗର (କ୍ରମିକ ସଂଖ୍ୟା: ୯୯) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

    47 ପଠିତ (↑47 ଗତକାଲିଠାରୁ)0,0,0,0,0,0,0,0,0, 47

    1 ଦିନ ଷ୍ଟ୍ରିକ

    🔍 🗞️
  34. 34

    ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

    ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

    ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ଭାରତୀୟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଏହା ଓଡ଼ିଶାର ପୁରୀ ଜିଲ୍ଲାଅନ୍ତର୍ଗତ ଚିତଳପୁର ଗ୍ରାମରେ ଅବସ୍ଥିତ । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ପଢ଼ାଯାଇଥାଏ ।

    47 ପଠିତ (↑47 ଗତକାଲିଠାରୁ)0,0,0,0,0,0,0,0,0, 47

    1 ଦିନ ଷ୍ଟ୍ରିକ

    🔍 🗞️
  35. 35

    ହାଇଦ୍ରାବାଦ

    ହାଇଦ୍ରାବାଦ

    ହାଇଦ୍ରାବାଦ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ରାଜଧାନୀ ଓ ଭାରତର ବଡ଼ ସହରମାନଙ୍କ ଭିତରୁ ଗୋଟିଏ । ଏହି ସହର ସୂଚନା ପ୍ରଯୁକ୍ତି/ ଆଇଟିରେ ବିଶେଷ ବିକାଶ କରିଛି । ଅନେକ ବହୁଦେଶୀୟ କମ୍ପାନି ଏଠାରେ ନିଜର ଶାଖା ଖୋଲିଛନ୍ତି । ଏହି ସହରରେ ସୁନ୍ଦର ଗୋଲକଣ୍ଡା ଦୁର୍ଗ, ଚାରମିନାର, ରାମୋଜି ଫିଲମ ସିଟି ଓ ଆହୁରି ଅନେକ ଦେଖିଲା ଭଳିଆ ଜାଗାସବୁ ଅଛି ।

    46 ପଠିତ (↑46 ଗତକାଲିଠାରୁ)0,0,0,0,0,0,0,0,0, 46

    1 ଦିନ ଷ୍ଟ୍ରିକ

    🔍 🗞️
  36. 36

    ଶବ୍ଦ (ପଦ)

    ଶବ୍ଦ (ପଦ)

    ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।

    45 ପଠିତ (↑45 ଗତକାଲିଠାରୁ)0,0,0,0,0,20,0,0,0, 45

    1 ଦିନ ଷ୍ଟ୍ରିକ

    🔍 🗞️
  37. 37

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର

    ଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର କିମ୍ବା ବଡ଼ଦେଉଳ ଭାବରେ ମଧ୍ୟ ପରିଚିତ) ଭାରତର ଓଡ଼ିଶା ରାଜ୍ୟର ପୁରୀଠାରେ ଅବସ୍ଥିତ ଏକ ପ୍ରାଚୀନ ହିନ୍ଦୁ ଦେଉଳ । ଏହା ମୁଖ୍ୟତଃ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ । ଏଠାରେ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତି ଭାବରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜା ପାଆନ୍ତି ।

    45 ପଠିତ (↑17 ଗତକାଲିଠାରୁ)26,40,22,33,31,61,30,26,28, 45

    9+ ଦିନ ଷ୍ଟ୍ରିକ

    🔍 🗞️
  38. 38

    ସିକ୍ଲୋସ୍ପୋରିନ

    ସିକ୍ଲୋସ୍ପୋରିନ

    ସିକ୍ଲୋସ୍ପୋରିନ (ଇଂରାଜୀ ଭାଷାରେ Ciclosporin, ଅନ୍ୟ ଉଚ୍ଚାରଣ ସାଇକ୍ଲୋସ୍ପୋରିନ/cyclosporine ବା cyclosporin, ଏକ ରୋଗ ପ୍ରତିହତକାରୀ ଔଷଧ (immunosuppressant medication) ଓ ଏକ ପ୍ରାକୃତିକ ପଦାର୍ଥ (natural product) । ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆସିସ, କ୍ରନ୍ ରୋଗ, ନେଫ୍ରୋଟିକ ସିଣ୍ଡ୍ରୋମ (nephrotic syndrome) ରୋଗମାନଙ୍କରେ ଓ ପରିତ୍ୟକ୍ତ (rejection) ନ ହେବା ନିମନ୍ତେ ଅଙ୍ଗ ପ୍ରତିରୋପଣ (organ transplant) ଆଦି ଅବସ୍ଥାରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । ଏହା କେରାଟୋକଞ୍ଜଙ୍କଟିଭାଇଟିସ ସିକା (keratoconjunctivitis sicca) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ (eye drops) ଆକାରରେ ପକାଯାଏ ।

    43 ପଠିତ (↓4 ଗତକାଲିଠାରୁ)0,0,0,0,0,0,0,0,47, 43

    2 ଦିନ ଷ୍ଟ୍ରିକ

    🔍 🗞️
  39. 39

    ହଳଧର ନାଗ

    ହଳଧର ନାଗ

    ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା ।

    41 ପଠିତ (↑41 ଗତକାଲିଠାରୁ)0,0,0,0,0,0,0,0,0, 41

    1 ଦିନ ଷ୍ଟ୍ରିକ

    🔍 🗞️
  40. 40

    ପଞ୍ଚ ଭୂତ

    ପଞ୍ଚ ଭୂତ

    ପଞ୍ଚ ଭୂତ (ସଂସ୍କୃତ: ପଞ୍ଚଭୂତ; pañca bhūta) ଅର୍ଥାତ ପାଞ୍ଚଟି ମୂଳଭୂତ ତତ୍ତ୍ୱର ଏକ ସମୂହ ଯାହା ହିନ୍ଦୁ ଦାର୍ଶନିକ ଚିନ୍ତାଧାରା ଅନୁସାରେ ସମସ୍ତ ସୃଷ୍ଟିର ଆଧାର ବୋଲି ବିଶ୍ଵାସ କରାଯାଏ । ଏହି ପାଞ୍ଚ ତତ୍ତ୍ୱ ହେଲେ (୧)ପୃଥିବୀ – ମାଟି, (୨) ଆପ – ଜଳ, (୩) ଅଗ୍ନି – ଅଗ୍ନି/ତାପ, (୪) ବାୟୁ – ପବନ ଓ (୫) ଆକାଶ – ଆକାଶ/ଖାଲି ସ୍ଥାନ (ବୈଜ୍ଞାନିକ ଭାଷାରେ ଇଥର୍‌) । ଆୟୁର୍ବେଦ ଏବଂ ଭାରତୀୟ ଦାର୍ଶନିକ ଭାବନା ଅନୁସାରେ ମାନବ ଦେହ ଏହି ପାଞ୍ଚ ତତ୍ତ୍ୱରୁ ଗଠିତ । କିନ୍ତୁ ଚାର୍ବାକ ଦାର୍ଶନିକ ଶାଖା ଆକାଶକୁ ଏକ ମୂଳ ତତ୍ତ୍ୱ ଭାବେ ସ୍ୱୀକାର କରିନଥିଲେ କାରଣ ଏହା ସ୍ପର୍ଶଯୋଗ୍ୟ ନୁହେଁ । ସେମାନେ ମାନିଥିଲେ ଯେ ଚାରିଟି ମୂଳ ତତ୍ତ୍ୱ ଅଛି ଯଥା ପୃଥିବୀ, ଜଳ, ଅଗ୍ନି ଓ ବାୟୁ । ହିନ୍ଦୁ ଚିନ୍ତାଧାରା ବୌଦ୍ଧ ଦର୍ଶନକୁ ପ୍ରଭାବିତ କରିଥିଲା, ଯେଉଁଠାରେ ମାତ୍ର ଚାରିଟି “ମହାଭୂତ” ବିଶ୍ଵାସ କରାଯାଏ ଓ ଆକାଶକୁ ଏକ ଉପାଦିତ (derived) ତତ୍ତ୍ୱ ଭାବେ ଗ୍ରହଣ କରାଯାଏ । ଏହି ପାଞ୍ଚ ତତ୍ତ୍ୱଗୁଡ଼ିକ ଭାରତୀୟ ବ୍ରହ୍ମାଣ୍ଡ ବିଜ୍ଞାନୀଙ୍କ ମତରେ ନିଷ୍ପ୍ରଭ (static) ଓ ସ୍ୱାଭାବିକ ଭାବେ ରହେ; ତେବେ ଚୀନ୍‌ର “ଉ ସିଙ୍ଗ” (Wuxing) ଦାର୍ଶନିକତାରେ ଯେପରି “ପାଞ୍ଚ ରୂପାନ୍ତରଣ ଚର୍ଯ୍ୟା” ରହେ, ତାହାଠାରୁ ଏହା ଭିନ୍ନ ।

    40 ପଠିତ (↑40 ଗତକାଲିଠାରୁ)0,0,0,0,0,0,0,0,0, 40

    1 ଦିନ ଷ୍ଟ୍ରିକ

    🔍 🗞️
  41. 41

    ଇଲା ଅରୁଣ

    ଇଲା ଅରୁଣ

    ଇଲା ଅରୁଣ (ଇଂରାଜୀ ଭାଷାରେ Ila Arun) ଜଣେ ଭାରତୀୟ ଅଭିନେତ୍ରୀ, ଟିଭି କାର୍ଯ୍ୟକର୍ତ୍ତା ଓ ରାଜସ୍ଥାନୀ ଲୋକ ସଙ୍ଗୀତ (folk) ଗାୟିକା । ସେ ଲମ୍‌ହେ, ଯୋଧା ଆକବର, ଶାଦି କେ ସାଇଡ ଇଫେକ୍ଟ ଓ ବେଗମ ଜାନ ଭଳି ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରିଛନ୍ତି ।

    40 ପଠିତ (↓24 ଗତକାଲିଠାରୁ)0,0,0,0,0,0,0,0,64, 40

    2 ଦିନ ଷ୍ଟ୍ରିକ

    🔍 🗞️
  42. 42

    ଅଲନା ଅସ୍ଥିଭଗ୍ନ

    ଅଲନା ଅସ୍ଥିଭଗ୍ନ

    ଅଲନା ଅସ୍ଥିଭଗ୍ନ, ଅଗ୍ରବାହୁରେ ଥିବା ଦୁଇ ହାଡ଼ ମଧ୍ୟରୁ ଅଲନା ହାଡ଼ ଭଙ୍ଗାକୁ କୁହାଯାଏ । ଅଲନାର ଠିକ ମଧ୍ୟ ସ୍ଥାନରେ ଭାଙ୍ଗିଲେ ତାହାକୁ ନାଇଟ ଷ୍ଟିକ ଭଙ୍ଗା କୁହାଯାଏ । ଅଧିକାଂଶ ସମୟରେ ଏହା ପାଖରେ ଥିବା ଅନ୍ୟ ହାଡ଼ ରାଡିଅସର ଭଙ୍ଗା ବା ଡିସଲୋକେସନ ଥାଏ । ଏହା ଜଟିଳ ହେଲେ ନନ୍‌ୟିନିଅନ ହୋଇପାରେ ।

    40 ପଠିତ (↑40 ଗତକାଲିଠାରୁ)0,0,0,0,0,0,0,0,0, 40

    1 ଦିନ ଷ୍ଟ୍ରିକ

    🔍 🗞️
  43. 43

    ଚୈତନ୍ୟ

    ଚୈତନ୍ୟ

    ଚୈତନ୍ୟଦେବ (୧୪୮୬-୧୫୩୪),

    39 ପଠିତ (↑39 ଗତକାଲିଠାରୁ)10,0,0,0,0,12,18,14,0, 39

    1 ଦିନ ଷ୍ଟ୍ରିକ

    🔍 🗞️
  44. 44

    ବୈଷ୍ଣବ ପାଣି

    ବୈଷ୍ଣବ ପାଣି

    ବୈଷ୍ଣବ ପାଣି (୨୬ ଅକ୍ଟୋବର ୧୮୮୨ - ୧୦ ମଇ ୧୯୫୬) ଜଣେ ଓଡ଼ିଆ ନାଟ୍ୟକାର, ପାଲାକାର ଥିଲେ । ସେ ଓଡ଼ିଶାର ଇଂରେଜ ଶାସନ ସମୟରେ ସାମାଜିକ ଚିତ୍ର, ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ, ନିଶା ନିବାରଣ ଆଦି ଉପରେ ଗୀତିନାଟ୍ୟ, ନାଟକ ଆଦି ରଚନା କରିଥିଲେ । ନିଜର ଲୋକାଭିମୁଖୀ ରଚନା ସକାଶେ ସେ "ଆଶୁକବି", "ଗଣକବି" ଉପାଧୀରେ ଭୁଷିତ ।

    38 ପଠିତ (↑38 ଗତକାଲିଠାରୁ)0,0,0,0,0,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  45. 45

    ବଦ୍ରୀନାଥ ମନ୍ଦିର

    ବଦ୍ରୀନାଥ ମନ୍ଦିର

    ବଦ୍ରିନାଥ ମନ୍ଦିର, ଉତ୍ତରାଖଣ୍ଡ ରାଜ୍ୟର ବଦ୍ରିନାଥଠାରେ ଅବସ୍ଥିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିନ୍ଦୁ ଧର୍ମ ବିଶ୍ୱାସରେ ଚାରି ଧାମ ଭିତରେ ଏକ ପ୍ରମୁଖ ଧାମ ବଦ୍ରିନାଥ । ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ବିଷ୍ଣୁଙ୍କ ମୂର୍ତ୍ତି ବଦ୍ରିନାରାୟଣ । କଳା ଶାଳଗ୍ରାମ ପଥରରେ ନିର୍ମିତ ଏକ ମିଟର ଉଚ୍ଚର ବିଷ୍ଣୁ ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ । ସେଥିଲାଗି ଏହି କ୍ଷେତ୍ର ହେଉଛି ଅଷ୍ଟ ସ୍ୱୟଂବ୍ୟକ୍ତ କ୍ଷେତ୍ର ମଧ୍ୟରେ ଅନ୍ୟତମ I ମନ୍ଦିରରେ ବଦ୍ରିବୃକ୍ଷ ତଳେ ଧ୍ୟାନମଗ୍ନ ଅବସ୍ଥାରେ ବସିଛନ୍ତି ଭଗବାନ ବଦ୍ରିନାରାୟଣ । ମସ୍ତକ ଉପରେ ରହିଛି ସ୍ୱର୍ଣ୍ଣ ଚାନ୍ଦୁଆ । ଅତ୍ୟଧିକ ଥଣ୍ଡା ଯୋଗୁଁ ୬ମାସ ବନ୍ଦ ରହେ ବଦ୍ରିନାଥ ମନ୍ଦିର ଏବଂ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଆନ୍ତି ନିକଟବର୍ତ୍ତୀ ଜ୍ୟୋତିର୍ମଠରେ । ମନ୍ଦିରକୁ ଉଠିବା ପୂର୍ବରୁ ସ୍ନାନ ଗୃହ ପରିସରରେ ଥିବା ତପ୍ତକୁଣ୍ଡରେ ସ୍ନାନ କରନ୍ତି ଭକ୍ତ । ଯାହାର ଜଳ ବର୍ଷସାରା ରହିଥାଏ ୪୫ଡିଗ୍ରି ସେଣ୍ଟିଗ୍ରେଡ୍ । ଏହି ଜଳରେ ଔଷଧୀୟ ଗୁଣ ଥାଏ ବୋଲି କହାଯାଏ ।

    38 ପଠିତ (↑38 ଗତକାଲିଠାରୁ)0,0,0,0,13,0,0,0,0, 38

    1 ଦିନ ଷ୍ଟ୍ରିକ

    🔍 🗞️
  46. 46

    ଓମ'ଙ୍କ ନିୟମ

    ଓମ'ଙ୍କ ନିୟମ

    ଓମ୍‌ଙ୍କ ନିୟମ ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ୍ ବିଭାବାନ୍ତର ସହ ସମାନୁପାତି । ପ୍ରତିରୋଧ ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ । ଏହାକୁ ଗାଣିତିକ ଉପାୟରେ ଲେଖାଯାଇପାରିବ ଯେ:

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  47. 47

    ଗୀତ

    ଗୀତ

    ଗୀତ , ଏହା ହୃଦୟରୁ(HEART) ଯାଗ୍ରତ ହୋଇ ଥାଏ । କେତେବେଳେ ଏହା ଦୁଃଖରୁ ଶୃଷ୍ଟ ତ କେତେବେଳେ ହସରୁ , କେତେବେଳେ ପ୍ରାକୃତିକ ସୌନ୍ଦଯ୍ୟରୁ(NATURAL BUTY) ତ କେତେବେଳେ ଦୈବ ଦୁର୍ବିପାକରୁ(NATURAL CALAMITY) । ଏହାକୁ ଚାରି କାନ୍ଥ ମଧ୍ୟରେ ବାନ୍ଧି ହୁଏ ନାହିଁ କି ମାଟି ତଳେ ପୋତି ହୁଏ ନାହିଁ । ଏହାକୁ ବୁଝିବା ପାଇଁ ମନର ଭାବନା ଆବଷ୍ୟକ ।

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  48. 48

    Rourkela

    Rourkela

    37 ପଠିତ (↑37 ଗତକାଲିଠାରୁ)0,0,0,0,0,0,0,0,0, 37

    1 ଦିନ ଷ୍ଟ୍ରିକ

    🔍 🗞️
  49. 49

    ପୁରୁଷୋତ୍ତମ ଦେବ

    ପୁରୁଷୋତ୍ତମ ଦେବ

    ପୁରୁଷୋତ୍ତମ ଦେବ (ଖ୍ରୀ:ଅ: ୧୪୬୮- ଖ୍ରୀ:ଅ: ୧୪୯୭) ଓଡ଼ିଶାର ଗଜପତି ରାଜବଂଶର ଦ୍ୱିତୀୟ ବୃହତ୍ତମ ସମ୍ରାଟ ରୂପେ ଖ୍ୟାତ । କପିଳେନ୍ଦ୍ର ଦେବଙ୍କ ଉପଯୁକ୍ତ ଦାୟାଦ୍ ଭାବେ ସେ ଗଜପତି ରାଜବଂଶ ଓ ସର୍ବୋପରି ଓଡ଼ିଶାର ଉତ୍ତରୋତ୍ତର ଉନ୍ନତି କରିଥିଲେ । ନିଜର ବଳ ବୁଦ୍ଧି ବ୍ୟକ୍ତିତ୍ୱଦ୍ୱାରା ସେ ସୂର୍ଯ୍ୟବଂଶୀ ଗଜପତିମାନଙ୍କ ମଧ୍ୟାରେ ଜଣେ ଅସାଧାରଣ ଶାସକ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ସେ ତଥାକଥିତ କାଞ୍ଚି-କାବେରୀ କିମ୍ବଦନ୍ତୀର ମୁଖ୍ୟ ନାୟକ ଥିଲେ । ଦକ୍ଷିଣ ଭାରତରେ ଉତ୍କଳୀୟ ସଂସ୍କୃତି ଓ ସଭ୍ୟତାର ପ୍ରସାର ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ସେ ଜଗନ୍ନାଥ ଚେତନାର ପୃଷ୍ଠପୋଷକ ଥିଲେ । ନିଜର ପ୍ରତିଭାଶାଳୀ ଶାସନଦ୍ୱାରା ସେ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଥିଲେ ।

    34 ପଠିତ (↑34 ଗତକାଲିଠାରୁ)0,0,0,0,0,0,0,0,0, 34

    1 ଦିନ ଷ୍ଟ୍ରିକ

    🔍 🗞️
  50. 50

    ଯଜ୍ଞେଶ୍ୱର ବାବୁ

    ଯଜ୍ଞେଶ୍ୱର ବାବୁ

    ଯଜ୍ଞେଶ୍ୱର ବାବୁ (ଜନ୍ମ: ୯ ଡିସେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    33 ପଠିତ (↑33 ଗତକାଲିଠାରୁ)0,0,0,0,0,0,0,0,0, 33

    1 ଦିନ ଷ୍ଟ୍ରିକ

    🔍 🗞️
  51. 51

    ରାୟବରେଲୀ

    ରାୟବରେଲୀ

    ରାୟବରେଲୀ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଉତ୍ତର ପ୍ରଦେଶର ରଏ ବରେଲି ଜିଲ୍ଲାରେ ଅବସ୍ଥିତ ।

    33 ପଠିତ (↑33 ଗତକାଲିଠାରୁ)0,0,0,0,0,0,0,0,0, 33

    1 ଦିନ ଷ୍ଟ୍ରିକ

    🔍 🗞️
  52. 52

    ସଚ୍ଚିଦାନନ୍ଦ ରାଉତରାୟ

    ସଚ୍ଚିଦାନନ୍ଦ ରାଉତରାୟ

    '

    32 ପଠିତ (↑4 ଗତକାଲିଠାରୁ)26,12,27,18,39,14,23,37,28, 32

    9+ ଦିନ ଷ୍ଟ୍ରିକ

    🔍 🗞️
  53. 53

    ସମାଜ (ଖବରକାଗଜ)

    ସମାଜ (ଖବରକାଗଜ)

    ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଛୁରିଅନା ବକୁଳବନରୁ ତାଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ଏହା ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ତପନ କୁମାର ମିଶ୍ର ଏବେ ସମାଜର ସମ୍ପାଦକ ଏବଂ ରାଜେନ୍ଦ୍ର ଜେନା ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

    32 ପଠିତ (↑32 ଗତକାଲିଠାରୁ)0,39,16,0,0,0,0,0,0, 32

    1 ଦିନ ଷ୍ଟ୍ରିକ

    🔍 🗞️
  54. 54

    ଦହି ହାଣ୍ଡି

    ଦହି ହାଣ୍ଡି

    ଦହି ହାଣ୍ଡି ( ଦହି : କ୍ଷୀରରୁ ପ୍ରସ୍ତୁତ, ହାଣ୍ଡି : ମାଟିର ବାସନ ) ହିନ୍ଦୁ ମହୋତ୍ସବ ଜନ୍ମାଷ୍ଟମୀ ଉତ୍ସବରେ ଘଟଣା ଏବଂ ଏକ ଟିମ ଖେଳରୁ ଗୋଟିଏ ଅଟେ, ଦେଶର ଶୀର୍ଷରେ କୃଷ୍ଣ ଜନ୍ମାଷ୍ଟମୀ ରୂପେ ଜଣାଯାଇଥାଏ ଏବଂ କୃଷ୍ଣଙ୍କ ଜନ୍ମର ଉତ୍ସବ ମାନେଇଥାନ୍ତି ।

    31 ପଠିତ (↑31 ଗତକାଲିଠାରୁ)0,0,0,0,0,0,0,0,0, 31

    1 ଦିନ ଷ୍ଟ୍ରିକ

    🔍 🗞️
  55. 55

    ଶୁଭା ମୁଦଗଲ

    ଶୁଭା ମୁଦଗଲ

    ଶୁଭା ମୁଦଗଲ (ଜନ୍ମ ୧ ଜାନୁଆରୀ ୧୯୫୯) ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଭାରତୀୟ ଗାୟକ ଅଟନ୍ତି । ତାଙ୍କ ସଂଗୀତରେ ଖିଆଲ୍, ଥୁମ୍ରି, ଦାଦ୍ରା ଏବଂ ଇଣ୍ଡିଆନ ପପ୍ ଧାରା ଅନ୍ତର୍ଭୁକ୍ତ । ସେ ୨୦୦୦ ମସିହାରେ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି ।

    30 ପଠିତ (↑30 ଗତକାଲିଠାରୁ)0,0,0,0,0,0,0,0,0, 30

    1 ଦିନ ଷ୍ଟ୍ରିକ

    🔍 🗞️
  56. 56

    କଣ୍ଟିଲୋ

    କଣ୍ଟିଲୋ

    କଣ୍ଟିଲୋ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲ୍ଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ। ଏହା କଂସା ଓ ପିତ୍ତଳ ବାସନ ନିମନ୍ତେ କଣ୍ଟିଲୋ ଓଡ଼ିଶା ପ୍ରସିଦ୍ଧ।

    29 ପଠିତ (↑29 ଗତକାଲିଠାରୁ)0,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  57. 57

    ଭାରତର ଜାତୀୟ ପ୍ରତୀକ

    ଭାରତର ଜାତୀୟ ପ୍ରତୀକ

    29 ପଠିତ (↑29 ଗତକାଲିଠାରୁ)0,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  58. 58

    ପୁତ୍ତୁର, କର୍ଣ୍ଣାଟକ

    ପୁତ୍ତୁର, କର୍ଣ୍ଣାଟକ

    ପୁତ୍ତୁର, କର୍ଣ୍ଣାଟକ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଆନ୍ଧ୍ର ପ୍ରଦେଶର ଚିତ୍ତୋଓର୍ ଜିଲ୍ଲାରେ ଅବସ୍ଥିତ ।

    29 ପଠିତ (↑29 ଗତକାଲିଠାରୁ)0,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  59. 59

    ଭଦ୍ରକ

    ଭଦ୍ରକ

    ଭଦ୍ରକ ଭାରତର ଓଡ଼ିଶାରେ ଥିବା ଭଦ୍ରକ ଜିଲ୍ଲାର ସଦର ମହକୁମା ଓ ଏକ ମୁଖ୍ୟ ସହର (ପୌର ପରିଷଦ) ।

    29 ପଠିତ (↑29 ଗତକାଲିଠାରୁ)0,0,0,0,0,0,0,0,0, 29

    1 ଦିନ ଷ୍ଟ୍ରିକ

    🔍 🗞️
  60. 60

    ଭୁବନେଶ୍ୱର ରେଳ ଷ୍ଟେସନ

    ଭୁବନେଶ୍ୱର ରେଳ ଷ୍ଟେସନ

    ଭୁବନେଶ୍ୱର ରେଳ ଷ୍ଟେସନ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ପୂର୍ବତଟ ରେଳବାଇର ମୁଖ୍ୟଳୟ ମଧ୍ୟ ।

    28 ପଠିତ (↑28 ଗତକାଲିଠାରୁ)0,0,0,0,0,0,0,0,0, 28

    1 ଦିନ ଷ୍ଟ୍ରିକ

    🔍 🗞️
  61. 61

    ଘନଶ୍ୟାମ ହେମ୍ବ୍ରମ

    ଘନଶ୍ୟାମ ହେମ୍ବ୍ରମ

    ଘନଶ୍ୟାମ ହେମ୍ବ୍ରମ (୧୦ ମାର୍ଚ୍ଚ ୧୯୩୪ - ୨୪ ସେପ୍ଟେମ୍ବର ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଘନଶ୍ୟାମ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଝାଡ଼ଖଣ୍ଡ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

    28 ପଠିତ (↑28 ଗତକାଲିଠାରୁ)0,0,0,0,0,0,0,0,0, 28

    1 ଦିନ ଷ୍ଟ୍ରିକ

    🔍 🗞️
  62. 62

    ଜଗନ୍ନାଥ

    ଜଗନ୍ନାଥ

    27 ପଠିତ (↓9 ଗତକାଲିଠାରୁ)26,32,33,27,39,26,27,35,36, 27

    9+ ଦିନ ଷ୍ଟ୍ରିକ

    🔍 🗞️
  63. 63

    ଦକ୍ଷିଣେଶ୍ୱର କାଳୀ ମନ୍ଦିର

    ଦକ୍ଷିଣେଶ୍ୱର କାଳୀ ମନ୍ଦିର

    ଦକ୍ଷିଣେଶ୍ୱର କାଳୀ ମନ୍ଦିର ବା ଦକ୍ଷିଣେଶ୍ୱର କାଳୀବାଡ଼ି ହେଉଛି ଏକ ନବରତ୍ନ ଶୈଳୀର ହିନ୍ଦୁ ମନ୍ଦିର, ଯାହା ଭାରତର ପଶ୍ଚିମବଙ୍ଗର କଲିକତା ନଗରୀର ଦକ୍ଷିଣେଶ୍ୱର ଅଞ୍ଚଳରେ ହୁଗଳୀ ନଦୀର ପୂର୍ବ ତଟରେ ଅବସ୍ଥିତ । ଏହି ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଲେ ଭବତାରିଣୀ (କାଳୀ), ଯିଏ ମହାଦେବୀ କିମ୍ବା ପରାଶକ୍ତି ଆଦ୍ୟାକାଳୀଙ୍କ ଏକ ରୂପ, ଯିଏକି ଆଦିଶକ୍ତି କାଳିକା ନାମରେ ମଧ୍ୟ ପରିଚିତ। ଏହି ମନ୍ଦିରଟି ୧୮୫୫ ମସିହାରେ ରାଣୀ ରାସମଣୀଙ୍କ ଦ୍ୱାରା ନିର୍ମିତ । ରାଜପରିବାରର ରାଣୀ ରାସମଣୀ ଥିଲେ ଦେବୀ କାଳୀଙ୍କ ଭକ୍ତ । ଏହି ମନ୍ଦିର ସହିତ ଉନ୍ନବିଂଶ ଶତାବ୍ଦୀର ବଙ୍ଗଳା ତଥା ଶ୍ରୀ ରାମକୃଷ୍ଣ ଓ ତାଙ୍କ ସହଧର୍ମିଣୀ ଶ୍ରୀ ସାରଦାଦେବୀଙ୍କ ସହିତ ପ୍ରଗାଢ ସମ୍ପର୍କ ରହିଛି ।

    27 ପଠିତ (↑27 ଗତକାଲିଠାରୁ)0,0,0,0,0,0,0,0,0, 27

    1 ଦିନ ଷ୍ଟ୍ରିକ

    🔍 🗞️
  64. 64

    ନମ୍ରତା ଦାସ

    ନମ୍ରତା ଦାସ

    ନମ୍ରତା ଦାସ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଓଡ଼ିଆ କଥାଚିତ୍ର ଜଗତରେ ସେ ଡଲି ଅପା ନାମରେ ମଧ୍ୟ ପରିଚିତ । ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ଧରିତ୍ରୀରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କନକଲତା, କୃଷ୍ଣ ସୁଦାମା, ବଳିଦାନ, ରାମାୟଣ, କାବେରୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

    26 ପଠିତ (↑26 ଗତକାଲିଠାରୁ)0,0,0,0,0,0,0,0,0, 26

    1 ଦିନ ଷ୍ଟ୍ରିକ

    🔍 🗞️
  65. 65

    ଓଡ଼ିଶା

    ଓଡ଼ିଶା

    ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.

    26 ପଠିତ (↑3 ଗତକାଲିଠାରୁ)31,41,40,31,26,41,27,37,23, 26

    9+ ଦିନ ଷ୍ଟ୍ରିକ

    🔍 🗞️
  66. 66

    ବଲାଙ୍ଗୀର (ବିଧାନସଭା ନିର୍ବାଚନମଣ୍ଡଳୀ)

    ବଲାଙ୍ଗୀର (ବିଧାନସଭା ନିର୍ବାଚନମଣ୍ଡଳୀ)

    25 ପଠିତ (↑25 ଗତକାଲିଠାରୁ)0,0,0,0,0,0,0,0,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  67. 67

    ଚଣ୍ଡେଶ୍ଵରୀ ମନ୍ଦିର

    ଚଣ୍ଡେଶ୍ଵରୀ ମନ୍ଦିର

    ଚଣ୍ଡେଶ୍ୱରୀ ହିନ୍ଦୁମାନଙ୍କର କୁମାରୀ ଦେବୀ (Kumari) ଗ୍ରହଣ କରିଥିବା ଏକ ଅବତାର । ସ୍କନ୍ଧ ପୁରାଣରେ ଥିବା ନେପାଲ ମାହାତ୍ମ୍ୟରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ବିଷୟରେ ଏକ କାହାଣୀ ଲେଖାଅଛି । ଚଣ୍ଡେଶ୍ୱରୀ ହିନ୍ଦୁମାନଙ୍କର କୁମାରୀ ଦେବୀଙ୍କର (Kumari) ଏକ ଅବତାର । ସ୍କନ୍ଧ ପୁରାଣରେ ଥିବା ନେପାଲ ମାହାତ୍ମ୍ୟରେ ଚଣ୍ଡେଶ୍ୱରୀ ଠାକୁରାଣୀଙ୍କ ବିଷୟରେ ଏକ କାହାଣୀ ଲେଖାଅଛି ।

    25 ପଠିତ (↑25 ଗତକାଲିଠାରୁ)0,0,0,0,0,0,0,0,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  68. 68

    ଗଙ୍ଗାଧର ମେହେର

    ଗଙ୍ଗାଧର ମେହେର

    "ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -

    25 ପଠିତ (↓1 ଗତକାଲିଠାରୁ)46,56,33,27,31,20,21,25,26, 25

    9+ ଦିନ ଷ୍ଟ୍ରିକ

    🔍 🗞️
  69. 69

    ଲକ୍ଷ୍ମୀକାନ୍ତ ମହାପାତ୍ର

    ଲକ୍ଷ୍ମୀକାନ୍ତ ମହାପାତ୍ର

    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।

    25 ପଠିତ (↑10 ଗତକାଲିଠାରୁ)32,23,59,36,40,30,26,24,15, 25

    9+ ଦିନ ଷ୍ଟ୍ରିକ

    🔍 🗞️
  70. 70

    ଦୁର୍ଗା

    ଦୁର୍ଗା

    ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।

    25 ପଠିତ (↑25 ଗତକାଲିଠାରୁ)0,0,0,0,10,0,0,13,0, 25

    1 ଦିନ ଷ୍ଟ୍ରିକ

    🔍 🗞️
  71. 71

    ମେଥେମୋଗ୍ଲୋବିନେମିଆ

    ମେଥେମୋଗ୍ଲୋବିନେମିଆ

    ମେଥେମୋଗ୍ଲୋବିନେମିଆ ରୋଗ ହେଲେ ରକ୍ତରେ ମେଥେମୋଗ୍ଲୋବିନ ସ୍ତର ଅଧିକ ରହେ । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସ, ଅଇ, ମାଂସପେଶୀ ସମନ୍ୱୟ ଆଭାବ ଏବଂ ଚର୍ମ ନୀଳ ରଙ୍ଗ (ସ୍ୟାନୋସିସ) ଦେଖାଯାଏ । ରୋଗ ଜଟିଳ ହେଲେ ବାତ ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।

    24 ପଠିତ (↑24 ଗତକାଲିଠାରୁ)0,0,0,0,0,0,0,0,0, 24

    1 ଦିନ ଷ୍ଟ୍ରିକ

    🔍 🗞️
  72. 72

    ରାଧାନାଥ ରାୟ

    ରାଧାନାଥ ରାୟ

    କବିବର ରାଧାନାଥ ରାୟ (୧୮୪୮-୧୯୦୮) ଜଣେ ଭାରତୀୟ ଓଡ଼ିଆ ସାହିତ୍ୟିକ ଥିଲେ ଏବଂ ସେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ପରିଚିତ ।

    24 ପଠିତ (↓32 ଗତକାଲିଠାରୁ)54,35,32,36,37,23,20,26,56, 24

    9+ ଦିନ ଷ୍ଟ୍ରିକ

    🔍 🗞️
  73. 73

    ଘନଶ୍ୟାମ ନାୟକ

    ଘନଶ୍ୟାମ ନାୟକ

    ଘନଶ୍ୟାମ ନାୟକ (୧୨ ମଇ ୧୯୪୪ - ୩ ଅକ୍ଟୋବର ୨୦୨୧) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଥିଲେ । ସେ ଅନେକ ଟେଲି ସିରିଏଲ ତଥା କଥାଚିତ୍ରରେ ଅଭିନୟ କରିଥିଲେ। ସେ ଲୋକପ୍ରିୟ ଦୂରଦର୍ଶନ ଧାରାବାହିକ ତାରକ ମେହେଟ୍ଟା କା ଉଲଟା ଚଷମାରେ ନଟବରଲାଲ ପ୍ରଭାଶଙ୍କର ଉଢାଇବାଲା ବା ନଟୁକାକା ଭୂମିକା ପାଇଁ ବେଶ୍ ଜଣାଶୁଣା ଥିଲେ ।

    24 ପଠିତ (↑24 ଗତକାଲିଠାରୁ)0,0,0,0,0,0,0,0,0, 24

    1 ଦିନ ଷ୍ଟ୍ରିକ

    🔍 🗞️
  74. 74

    ଜିଲ୍ଲା ନ୍ୟାୟପାଳିକା, ବଲାଙ୍ଗୀର

    ଜିଲ୍ଲା ନ୍ୟାୟପାଳିକା, ବଲାଙ୍ଗୀର

    ବଲାଙ୍ଗୀର ଜିଲ୍ଲା ନ୍ୟାୟପାଳିକା ବ୍ୟବସ୍ଥା ଓଡ଼ିଶାର ଜିଲ୍ଲା ପୁନର୍ଗଠନ ପରବର୍ତ୍ତୀ ନୂତନ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଅଦାଲତ, ଅନ୍ୟାନ୍ୟ ନିମ୍ନ ଅଦାଲତ ତଥା ସମ୍ପର୍କିତ ଭାଗିଦାରୀ ସଂସ୍ଥାନକୁ ନେଇ ଗଠିତ । ଏହାର ମୁଖ୍ୟାଳୟ ବଲାଙ୍ଗୀର ସହରରେ ଅବସ୍ଥିତ ।

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,0,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  75. 75

    ବଲାଙ୍ଗିର ଜିଲା

    ବଲାଙ୍ଗିର ଜିଲା

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,0,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  76. 76

    ପଠାଣି ସାମନ୍ତ

    ପଠାଣି ସାମନ୍ତ

    ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।

    23 ପଠିତ (↓74 ଗତକାଲିଠାରୁ)0,0,0,0,0,0,0,0,97, 23

    2 ଦିନ ଷ୍ଟ୍ରିକ

    🔍 🗞️
  77. 77

    କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

    କେନ୍ଦ୍ରାପଡ଼ା (କ୍ରମିକ ସଂଖ୍ୟା: ୯୭) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

    23 ପଠିତ (↓107 ଗତକାଲିଠାରୁ)0,0,0,0,0,0,0,0,130, 23

    2 ଦିନ ଷ୍ଟ୍ରିକ

    🔍 🗞️
  78. 78

    ହିନ୍ଦୁ ଧର୍ମରେ ଯମୁନା

    ହିନ୍ଦୁ ଧର୍ମରେ ଯମୁନା

    ଯମୁନା ହିନ୍ଦୁ ଧର୍ମରେ ଏକ ପବିତ୍ର ନଦୀର ନାମ ଯାହା ଗଙ୍ଗା ନଦୀର ମୂଖ୍ୟ ଉପନଦୀ । ଏହି ନଦୀକୁ ଯମୁନା ନାମରେ ହିନ୍ଦୁ ଠାକୁରାଣୀ ଭାବରେ ପୂଜା କରାଯାଏ । କେତେକ ପୂର୍ବତନ ପୋଥିରେ ଯମୁନାଙ୍କୁ ଯମି ଓ ପରବର୍ତ୍ତୀ କାଳରେ କାଳିନ୍ଦୀ ନାମରେ ଲେଖାଯାଇଛି । ହିନ୍ଦୁ ପୋଥି ଅନୁସାରେ ଯମୁନାଙ୍କ ପିତାଙ୍କ ନାମ ସୂର୍ଯ୍ୟ ଓ ମାତାଙ୍କ ନାମ ସଞ୍ଜନା (ମେଘ ଦେବୀ) ଥିଲା । ମୃତ୍ୟୁର ଦେବତା ଯମଙ୍କର ସେ ଯମଜ ଭଉଣୀ ଥିଲେ । ଭଗବାନ କୃଷ୍ଣଙ୍କର ଅଷ୍ଟଭାର୍ଯ୍ୟା (Ashtabharya) ମଧ୍ୟରୁ ସେ ଏକ ପତ୍ନୀ ଥିଲେ । କୃଷ୍ଣଙ୍କର ବାଲ୍ୟ କାଳରେ ନଦୀ ଭାବରେ ଯମୁନାର ବଡ଼ ଭୂମିକା ଥିଲା । ହିନ୍ଦୁ ଧର୍ମ ଅନୁସାରେ ଯମୁନା ନଦୀରେ ସ୍ନାନ କଲେ ନିଜର ଅର୍ଜିତ ସମସ୍ତ ପାପ ଧ୍ରୌତ ହୋଇଯାଏ ।

    23 ପଠିତ (↑23 ଗତକାଲିଠାରୁ)0,0,0,0,0,0,0,0,0, 23

    1 ଦିନ ଷ୍ଟ୍ରିକ

    🔍 🗞️
  79. 79

    ମାୟାଧର ମାନସିଂହ

    ମାୟାଧର ମାନସିଂହ

    ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍‌ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।

    22 ପଠିତ (↑7 ଗତକାଲିଠାରୁ)13,12,11,17,12,0,0,16,15, 22

    3 ଦିନ ଷ୍ଟ୍ରିକ

    🔍 🗞️
  80. 80

    ଘନଶ୍ୟାମ ସାହୁ (ଲେଖକ)

    ଘନଶ୍ୟାମ ସାହୁ (ଲେଖକ)

    ଘନଶ୍ୟାମ ସାହୁ (ଜନ୍ମ ତାରିଖ: ୬ ଏପ୍ରିଲ ୧୯୫୯) ଜଣେ ଭାରତୀୟ ଓଡ଼ିଆ ଓ କୋଶଳୀ-ଭାଷୀ କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ସଂସ୍କୃତରୁ ଭକ୍ତକବି ରାମଦାସ ବିରଚିତ ଦାର୍ଢ଼୍ୟତାଭକ୍ତି ରସାମୃତକୁ ଓଡ଼ିଆରେ ଗଦ୍ୟାନୁବାଦ କରିଥିଲେ ।

    22 ପଠିତ (↑22 ଗତକାଲିଠାରୁ)0,0,0,0,0,0,0,0,0, 22

    1 ଦିନ ଷ୍ଟ୍ରିକ

    🔍 🗞️
  81. 81

    ସୁନା ଚଢ଼େଇ

    ସୁନା ଚଢ଼େଇ

    ସୁନା ଚଢ଼େଇ, ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେଶବ ରାଉତ ଓ ସୁନୀଲ ରାଉତ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ରବି କିନାଗୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

    22 ପଠିତ (↑22 ଗତକାଲିଠାରୁ)0,0,0,0,0,0,0,0,0, 22

    1 ଦିନ ଷ୍ଟ୍ରିକ

    🔍 🗞️
  82. 82

    ରାଷ୍ଟ୍ରଭାଷା

    ରାଷ୍ଟ୍ରଭାଷା

    ରାଷ୍ଟ୍ରଭାଷା (ବା ଭାଷାର ରୂପ ଯଥା ଉପଭାଷା/ବୋଲି) ଡି ଫାକ୍ଟୋ ବା ଡି ଜୁର ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ରାଷ୍ଟ୍ରଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ରାଷ୍ଟ୍ରଭାଷା ବିଷୟରେ ଉଲ୍ଲେଖ ହୋଇଛି । ସି.ଏମ.ବି.

    22 ପଠିତ (↑22 ଗତକାଲିଠାରୁ)0,0,0,0,0,0,0,0,0, 22

    1 ଦିନ ଷ୍ଟ୍ରିକ

    🔍 🗞️
  83. 83

    କୈଳାସ ପର୍ବତ

    କୈଳାସ ପର୍ବତ

    କୈଳାସ ପର୍ବତ ବା କୈଳାସଗିରି ବା କେବଳ କୈଳାସ (ଇଂରାଜୀରେ Mount Kailash ବା Kailasa; ତିବ୍ବତୀୟ ଭାଷାରେ କାଂରିଂପୋଛେ ବା ଗାଂଗ୍ ରିଂପୋଛେ; གངས་རིན་པོ་ཆེ) ଚୀନର ସ୍ୱୟଂଶାସିତ ତିବ୍ବତ ଅଞ୍ଚଳସ୍ଥ ଟ୍ରାନ୍ସହିମାଳୟ ପର୍ବତମାଳାର ଏକ ପର୍ବତଶୃଙ୍ଗ । ସମୁଦ୍ରପତନରୁ କୈଳାସର ଉଚ୍ଚତା ୬୬୩୮ ମିଟର (୨୧୭୭୮ ଫୁଟ) ।

    21 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  84. 84

    ବାଏ ବାଏ ଦୁବାଇ

    ବାଏ ବାଏ ଦୁବାଇ

    ବାଏ ବାଏ ଦୁବାଇ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଅକ୍ଷୟ କୁମାର ପରିଜା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

    21 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  85. 85

    ତ୍ରିପୁରା ମିଶ୍ର

    ତ୍ରିପୁରା ମିଶ୍ର

    ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ । ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ

    21 ପଠିତ (↑21 ଗତକାଲିଠାରୁ)65,60,36,33,19,13,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  86. 86

    ରାବଣ

    ରାବଣ

    ରାବଣ, ଲଙ୍କାର ରାଜା ଓ ରାମାୟଣର ଜଣେ ଚରିତ୍ର ବା ପାତ୍ର ।

    21 ପଠିତ (↑21 ଗତକାଲିଠାରୁ)0,0,0,0,0,0,0,0,0, 21

    1 ଦିନ ଷ୍ଟ୍ରିକ

    🔍 🗞️
  87. 87

    ଦାସିଆ ବାଉରୀ

    ଦାସିଆ ବାଉରୀ

    ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମଗ୍ରହଣ କରିଥିଲେ । ବାଲି ଗ୍ରାମର ଖଦାଳ ସାହିରେ ସେ ନିଜ ପରିବାର ସହ ବସବାସ କରୁଥିଲେ ।ବାଲ୍ୟ କାଳରୁ ହିଁ ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ନିଜ ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ମଧ୍ୟ ତାଙ୍କର ରୁଚିଥିଲା । ଏହା ବ୍ୟତୀତ ସେ ଭାଗବତ, ଚଉତିସା ଓ ଭକ୍ତି ମାଳିକା ଭଳି ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  88. 88

    ସାରଳା ଦାସ

    ସାରଳା ଦାସ

    ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

    20 ପଠିତ (0 ଗତକାଲିଠାରୁ)36,19,47,21,23,17,26,31,20, 20

    9+ ଦିନ ଷ୍ଟ୍ରିକ

    🔍 🗞️
  89. 89

    ରମାକାନ୍ତ ରଥ

    ରମାକାନ୍ତ ରଥ

    ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।

    20 ପଠିତ (↓3 ଗତକାଲିଠାରୁ)0,17,0,0,0,12,0,14,23, 20

    3 ଦିନ ଷ୍ଟ୍ରିକ

    🔍 🗞️
  90. 90

    ନେତ୍ରୋତ୍ସବ

    ନେତ୍ରୋତ୍ସବ

    ରୁକ୍ମିଣୀ ବିବାହାର ଚାରି ଦିନ ପରେ ଜ୍ୟେଷ୍ଠ ଶୁକ୍ଳପୂର୍ଣ୍ଣିମା । ଏହାକୁ ସ୍ନାନ ପୁର୍ଣ୍ଣିମା କୁହାଯାଏ । ସ୍ନାନ ପୂର୍ଣ୍ଣିମାରେ ତିନି ଠାକୁର ଗାଧୋଇ ଜ୍ୱରରେ ପଡ଼ିବା ପରେ ଅଣସର ଘରେ ରହନ୍ତି । ଏହି ଅଣସର ପରେ ହୁଏ ନେତ୍ରୋତ୍ସବ । ସାଧାରଣତଃ ନବକଳେବର ପାଇଁ ମହାଅଣସର ୪୫ ଦିନ ପଡ଼େ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  91. 91

    ଏସ. ଜାନକୀ

    ଏସ. ଜାନକୀ

    ଏସ.

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  92. 92

    ଓଡ଼ିଆ

    ଓଡ଼ିଆ

    ଓଡ଼ିଆ ବୋଧେ:

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  93. 93

    ମଧୁସୂଦନ ରାଓ

    ମଧୁସୂଦନ ରାଓ

    ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।

    20 ପଠିତ (↑3 ଗତକାଲିଠାରୁ)18,13,20,32,39,39,44,22,17, 20

    9+ ଦିନ ଷ୍ଟ୍ରିକ

    🔍 🗞️
  94. 94

    ଛାଡ଼ପତ୍ର

    ଛାଡ଼ପତ୍ର

    ବିବାହ ବିଚ୍ଛେଦ ବା ଛାଡପତ୍ର ହେଉଛି ଏକ ଆଇନଗତ ପ୍ରକ୍ରିୟା ଯେଉଁଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କର ଅବସାନ ଘଟେ । ଏଥିପାଇଁ ଯେ କୋଉଣସି ପକ୍ଷ କିମ୍ବା ଉଭୟ ପକ୍ଷ (ପରସ୍ପର ସମ୍ମତି କ୍ରମେ) ଅଦାଲତର ଆଶ୍ରୟ ନେଇପାରିବେ ଏବଂ ଅଦାଲତି ପ୍ରକ୍ରୀୟା ମାଧ୍ୟମରେ ଉପଯୁକ୍ତ ସ୍ଥଳେ ଛାଡପତ୍ର ବା ବିବାହ ବିଚ୍ଛେଦର ଏକ ଡିକ୍ରୀ ହାସଲ କରିପାରିବେ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  95. 95

    ଶୁଭ ବିବାହ

    ଶୁଭ ବିବାହ

    ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।

    20 ପଠିତ (↑20 ଗତକାଲିଠାରୁ)0,0,0,0,0,0,0,0,0, 20

    1 ଦିନ ଷ୍ଟ୍ରିକ

    🔍 🗞️
  96. 96

    କାଜୁ

    କାଜୁ

    ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ cajuରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,0,0,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  97. 97

    ମନୋଜ ଦାସ

    ମନୋଜ ଦାସ

    ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।

    19 ପଠିତ (↑2 ଗତକାଲିଠାରୁ)44,15,33,26,33,18,29,38,17, 19

    9+ ଦିନ ଷ୍ଟ୍ରିକ

    🔍 🗞️
  98. 98

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ଓଡ଼ିଶାରେ କୋଭିଡ-୧୯ ମହାମାରୀ

    ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।

    19 ପଠିତ (↑19 ଗତକାଲିଠାରୁ)0,0,0,0,0,0,16,19,0, 19

    1 ଦିନ ଷ୍ଟ୍ରିକ

    🔍 🗞️
  99. 99

    ଦ୍ୱିତୀୟା ଓଷା

    ଦ୍ୱିତୀୟା ଓଷା

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️
  100. 100

    ସଞ୍ଜୁ ଆଉ ସଞ୍ଜନା

    ସଞ୍ଜୁ ଆଉ ସଞ୍ଜନା

    ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍। ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଜନ ।

    18 ପଠିତ (↑18 ଗତକାଲିଠାରୁ)0,0,0,0,0,0,0,0,0, 18

    1 ଦିନ ଷ୍ଟ୍ରିକ

    🔍 🗞️